অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୧୧୫ କିମି ବେଗରେ ଦୌଡିବ ‘ଟାଲଗୋ’

ଉପକ୍ରମ

ସ୍ପେନ୍ ରୁ ଆମଦାନି ହୋଇଥିବା ହାଲୁକା ଏବଂ ଦ୍ରୁତଗାମୀ ଟେନ୍ ର ପରୀକ୍ଷାମୂଳକ ଚଳାଚଳ ଆଜି ଉତ୍ତର ପ୍ରଦେଶର ବରେଲି ଏବଂ ମୋରଦାବାଦ ଷ୍ଟେସନ ମଧ୍ୟରେ ହୋଇଛି । ଭାରତୀୟ ରେଳ ଦେଶରେ ଅଧିକ ବେଗଗାମୀ ଟ୍ରେନ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛି ।  ଏହି ପରିପ୍ରେକ୍ଷୀରେ ଟାଲଗୋ ଟ୍ରେନ୍ ର ଟ୍ରାଏଲ ରନ୍ ପ୍ରଥମ ଥର ପାଇଁ  କରାଯାଇଛି । ଟାଲଗୋର ୯ଟି କୋଚ୍ କୁ ନେଇ ଭାରତୀୟ ରେଳର ୪୫୦୦ ଏଚ୍ପି ଡ଼ିଜେଲ ଇଞ୍ଜିନ ୯୦ କିମି ପଥ ଯାତାୟତ କରିଥିଲା । ୯ଟି ଟାଲଗୋ କୋଚ୍ ମଧ୍ୟରେ ୨ଟି ଏକ୍ଜିକ୍ୟୁଟିଭ କ୍ଲାସ କାର, ୪ଟି ଚେୟାର କାର, ଗୋଟିଏ କାଫେଟେରିଆ, ଗୋଟିଏ ପାୱାର କାର ଏବଂ ସବା ପଛରେ ଯନ୍ତ୍ରାଂଶ ଓ କର୍ମଚାରୀଙ୍କ ପାଇଁ ଏକ କୋଚ୍ ଲାଗିଥିଲା ।

ଟାଲଗୋ କୋଚ୍ ର ଯାତ୍ରା

ଟ୍ରେନ୍ ଟି ସକାଳ  ୯ଟା ୫ମିନିଟ୍ ରେ ବରେଲି ଛାଡିଥିବାବେଳେ  ମୋରଦାବାଦରେ ୧୦ଟା ୧୫ ମିନିଟରେ ପହଞ୍ଚିଥିଲା । ଟ୍ରେନ୍ ଟି ୮୦ରୁ ୧୧୫ କିମି ବେଗରେ ଯାତ୍ରା କରିଥିଲା । ବର୍ତ୍ତମାନ ସୁଦ୍ଧା ଭାରତରେ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍ ହାରାହାରି ୮୫ କିମି  ବେଗରେ ଯାତ୍ରା କରିଥାଏ । ଅବଶ୍ୟ ଭାରତର ପ୍ରଥମ ସେମି-ହାଇସ୍ପିଡ ଟ୍ରେନ୍ ଗତମାସରେ ଦିଲ୍ଲୀ ଏବଂ ଆଗ୍ରା  ମଧ୍ୟରେ ଚଳାଚଳ କରିଛି ଯାହାର ଘଣ୍ଟାପ୍ରତି ବେଗ ୧୬୦ କିମି ରହିଛି ।

ଟାଲଗୋ କୋଚ୍ ର ପରୀକ୍ଷା

ଟାଲଗୋ କୋଚ୍ ରେ ଯାତ୍ରା ସମୟରେ ହ୍ରାସ ପାଇବା ସହିତ ୩୦ ପ୍ରତିଶତ କମ୍ ଇନ୍ଧନ ଖର୍ଚ୍ଚ ହେବ ।  ଏହି ଟ୍ରେନ୍ ଚଳାଚଳରେ ସଫଳତା କିମ୍ବା ବିଫଳତା ସମ୍ପର୍କରେ କୌଣସି ଆକଳନ କରିବା ପୂର୍ବରୁ ୩ ଥର ଟ୍ରାଏଲ ରନ୍ ହେବ । ବରେଲି ଏବଂ ମୋରଦାବାଦ ପରେ ମଥୁରା ଏବଂ ପାଲୱାଲ ମଧ୍ୟରେ ୪୦ଦିନ ପାଇଁ ଘଣ୍ଟାପ୍ରତି ୧୮୦ କିମି ବେଗରେ ପରୀକ୍ଷା ହେବ । ବାର୍ସିଲୋନାରୁ ଆମଦାନି ହୋଇଥିବା ଏହି କୋଚ୍ ଗୁଡିକ ମୁମ୍ବାଇ ବନ୍ଦରରେ ଏପ୍ରିଲ ୨୧ ରେ ପହଞ୍ଚିଥିଲା ।

ଆଧାର –ଦୈନିକ  ସମ୍ବାଦ

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate