୩୦ ମିନିଟରେ ନୂଆ ଶିଖିବା ଇଣ୍ଟରନେଟର ବିଶାଳ ଦୁନିଆରେ ଅନେକ ଅଜ୍ଞାତ ଡୋମେନ ରହିଛି। ଅନେକ ସମୟରେ ଆମେ ଇଣ୍ଟରନେଟରେ ଏହିପରି କିଛି ଏଣୁତେଣୁ ଡୋମେନ ଭିତରେ ପଶିଯାଉ ଏବଂ ସମୟ କେମିତି ବିତିଯାଏ ଆଦୌ ଜଣାପଡ଼େନି। ଗୋଟିଏ ଫେସବୁକ ପୋଷ୍ଟରୁ ଡେଇଁ ଡେଇଁ ଆଉ ଗୋଟିଏକୁ ଆଉ ତା ଭିତରେ ଘଣ୍ଟା ଘଣ୍ଟା ମୂଲ୍ୟବାନ ସମୟ ଚାଲିଯାଏ। ଖାଲି ଆପଣଙ୍କ ସହ ନୁହେଁ ବୋଧହୁଏ ସଭିଏଁ ଏହାର ଶିକାର ହେଇଛନ୍ତି ୫ଟି ୱେବସାଇଟ ଇଣ୍ଟରନେଟର ଯେତିକି ଭଲ ଦିଗ ରହିଛି ସେତିକି ଖରାପ ମଧ୍ୟ ଅଛି। ଅଧିକାଂଶ ସମୟରେ ଆମେଯେଉଁ ସାଇଟ ଦେଖିବା ପାଇଁ ଇଣ୍ଟରନେଟ ଖୋଲିଥିବା ତା ନଦେଖି ଅନ୍ୟକିଛି ଅଦରକାରୀ ସାଇଟରେ ପଶି ନିଜର ମୂଲ୍ୟବାନ ସମୟର ଅପଚୟ କରିଥାଉ। ଯଦି ଆପଣ ମଧ୍ୟ ଏପରି କିଛି ଅନୁଭବ କରିଛନ୍ତି ତାହେଲେ ଏହି ଲେଖାଟି ଠିକ ଆପଣଙ୍କ ପାଇଁ। ତଳେ ଏପରି କିଛି ୱେବସାଇଟର ତାଲିକା ଦିଆଯାଉଛି ଯେଉଥିରୁ ମାତ୍ର ୩୦ ମିନିଟ ମଧ୍ୟରେ ଆପଣ ଅନେକ କିଛି ଶିଖିପାରିବେ। ଏଥିରେ ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟ ହେବନାହିଁ ବରଂ ସଦୁପଯୋଗ ହେବ। ଆସନ୍ତୁ ଦେଖିବା Calm ଏହା ଏକ ଏକାଗ୍ର ଚିତ୍ତରେ ଧ୍ୟାନ କରିବାର ପ୍ଲାଟଫର୍ମ। ଉଭୟ ୱେବସାଇଟ ଏବଂ ଆପ୍ପ ଭାବରେ ଉପଲବ୍ଧ। ଏହି ସାଇଟଟି ଖୁବ ଲୋକପ୍ରିୟ। ଏହା ଆପଣଙ୍କୁ ଶାନ୍ତ ରହିବାରେ ଧ୍ୟାନ କରିବାରେ ଏବଂ ନିଦ ହେବାରେ ସାହାଯ୍ୟ କରିବ। ନିଜ ପସନ୍ଦର ପ୍ରାକୃତିକ ଦୃଶ୍ୟର ପଟ୍ଟଭୂମିରେ ଆପଣ ଏଇ ସାଇଟକୁ ଦେଖିପାରିବେ। ଖୁବ ଶାନ୍ତିଦାୟକ ଭାବେ ଧ୍ୟାନର ପ୍ରକ୍ରିୟାକୁ ଏହି ସାଇଟରେ ବର୍ଣ୍ଣନା କରାଯାଇଛି। ଜୀବନରେ ବାହ୍ୟଭାଗରେ ଥିବା ଅନେକ ଅଶାନ୍ତି ସତ୍ତ୍ୱେ ଆପଣ କିପରି ନିଜର ଅନ୍ତରାତ୍ମା ମଧ୍ୟରେ ଥିବା ଶାନ୍ତିକୁ ଠାବ କରିପାରିବେ ସେଥିପାଇଁ ଏହି ସାଇଟ ସାହାଯ୍ୟ କରିବ। 7-Min ଆମେ ସମସ୍ତେ ଫିଟ ରହିବାକୁ ଚାହୁଁ। ଅନେକ ସମୟରେ ନିଜ ଆଖି ଆଗରେ ଏକ ଫିଟନେସ ଲକ୍ଷ୍ୟ ମଧ୍ୟ ରଖିଥାଉ। କିନ୍ତୁ ପ୍ରାୟତଃ ସମୟର ଅଭାବ ଆଳ ଦେଖାଇ ତାକୁ ଆମ କାର୍ଯ୍ୟସୂଚୀରେ ପଛକୁ ପକାଇଦେଇଥାଉ। ଏହିଠାରେ ଏଇ ୱେବସାଇଟଟି କାମରେ ଆସିବ। 7-Min ଆପଣଙ୍କର ବ୍ୟକ୍ତିଗତ ଟ୍ରେନର ଭଳି କାମ କରିବ। ଏଥିରେ ୧୨ ପ୍ରକାରର ବ୍ୟାୟାମ ରହିଛି ଯଜକୁ କରିବାକୁ ଦରକାର କେବଳ ଗୋଟିଏ କାନ୍ଥ ଚେୟାର ଓ ଆପଣଙ୍କ ଶରୀର। ମାତ୍ର ସାତ ମିନିଟର ବ୍ୟାୟାମ ଆପଣଙ୍କୁ ଏଣ୍ଡୁରାନ୍ସ ଟ୍ରେନିଂ ଭଳି ଫିଟନେସ ଦେଇପାରିବ। ଏବେ ଆଉ ସମୟର ଅଭାବ ଅଛି ବୋଲି ବାହାନା ଗଲା। ମାତ୍ର ସାତ ମିନିଟରେ ଆପଣ ନିଜର ଫିଟନେସ ଲକ୍ଷ୍ୟ ଆଡ଼େ ଆଗେଇ ଯାଇପାରିବେ।= BigThink YouTube for Ideas’ ରୁ ଆରମ୍ଭ ହେଇଥିଲା Big Think । ଅନାବନା ତଥ୍ୟ ଠାରୁ ଊର୍ଦ୍ଧ୍ଵରେ ଥିବା ଅସଲ ଜ୍ଞାନ ପାଇବାରେ ସାହାଯ୍ୟ କରିବାର ଆଭିମୁଖ୍ୟ ନେଇ ସୃଷ୍ଟି ହେଇଥିଲା Big Think ର। ଆମେ କାମ କରୁଥିବା କ୍ଷେତ୍ର ବାହାରକୁ ଯାଇ ସେଥିରେ ଥିବା ଅନେକ ସୂଚନା ଏବଂ ଜ୍ଞାନ ଯାହାକୁ କି ଆମେ ନିଜ ଜୀବନର ଆନେକ ମୋଡ଼ରେ ବ୍ଯବହାର କରିପାରିବା ଏପରି କିଛି ତଥ୍ୟକୁ ନେଇ ଗଢି ଉଠିଲା Big Think। ଏଥିରେ ରହିଛି ଅନେକ ନିବନ୍ଧ, ଭିଡିଓ, ଆଲୋଚନା ଓ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ବ୍ୟକ୍ତିଙ୍କର କିଛି ପ୍ରେଜେନ୍ଟେଶନ। ନିଜର ଜ୍ଞାନର ପରିସୀମାକୁ ବଢାଇବା ପାଇଁ ଏଇ ସାଇଟ ଏକ ମଉକା ଦେଉଛି। Rype ବିଭିନ୍ନ ଭାଷା ଶିଖିବାର ଅନେକ ସକାରାତ୍ମକ ଦିଗ ରହିଛି। ଆଜିକାଲି ସବୁ କ୍ଷେତ୍ରରେ ଦକ୍ଷତା ମାପିବା ସମୟରେ ଲୋକଙ୍କ ସହ ମିଶିବାର କୌଶଳ ବା ଇଙ୍ଗ୍ଲିଶରେ people skill ଏକ ପ୍ରଧାନ ଦକ୍ଷତା ବୋଲି ଧରାଯାଏ। ବିଭିନ୍ନ ଭାଷାରେ ଦକ୍ଷତା ନିହାତି ଭାବେ ଏହି ଦକ୍ଷତାର ଅଭିବୃଦ୍ଧି କରେ। Rype ଏକ ଏପରି ପ୍ଲାଟଫର୍ମ ଯାହା ଆପଣଙ୍କୁ ଏକ ଅଞ୍ଚଳର ଅଧିବାସୀଙ୍କ ସହ ତାଙ୍କ ଭାଷାରେ କଥାବାର୍ତ୍ତା କିପରି କରିବେ ସେ ନେଇ ଅଭ୍ଯାସ କରିବାର ସୁଯୋଗ ଦିଏ। ଖୁବ ସରଳ ଏବଂ ଇଣ୍ଟରାକ୍ଟିଭ ପଦ୍ଧତିରେ କେବଳ ୯୦ ଦିନ ମଧ୍ୟରେ ଆପଣ ଅନ୍ୟ ଏକ ଭାଷାରେ ଦକ୍ଷତା ହାସିଲ କରିପାରିବେ। Hackaday ଆମର ନିତିଦିନିଆ ଦିନରେ ଆମେ ଅନେକ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଯେମିତିକି ଧଳା ଶାର୍ଟରୁ କାଳି ଦାଗ କିପରି ସଫା କରିବେ,ତରକାରୀ ପୋଡ଼ି ଯାଇଥିଲେ କଣ କରିବେ ଏମିତି ଆହୁରି ଅନେକ କିଛି। Hackaday ରେ ରହିଛି ଏମିତି ଅନେକ ସମସ୍ୟାର ସମାଧାନ। ଆଧାର ଓଡିଶା ରେପୋଟର