অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ – ବ୍ୟାଙ୍କିଙ୍ଗ

ଟଙ୍କା ନେଣଦେଣକୁ ଡିଜିଟାଲ

ବିମୁଦ୍ରୀକରଣ ପରେ ପୂରା ଦେଶରେ ଲୋକଙ୍କ ଟେନ୍‌ସନ କାହିଁରେ କେତେ, ଭାରତ ଏବେ ନଗଦରହିତ ନେଣଦେଣା ଅଭିମୁଖେ ଅଗ୍ରସର ହେଉଛି । ଏବେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ସ୍ଵତନ୍ତ୍ର ପ୍ରୋସାହନ ଦିଆଯାଉଛି । ଗାଁ ଠାରୁ  ସହର ପର୍ଯ୍ୟନ୍ତ ସବୁଠାରେ ଟଙ୍କା ନେଣଦେଣକୁ ଡିଜିଟାଲ କରାଯିବ । ଇ-ପେର୍ମେଣ୍ଟ ମାଧ୍ୟମରେ ମହିଳାମାନେ କିପରି ଶପି କରିବେ, ପନିପରିବା କିଣିବେ, ହୋଟେଲ୍‌ରେ ଖାଇବା ପରେ କିପରି ବିଲ୍ ପେ କରିବେ, ଏହି ସବୁ ମାଧ୍ୟମରେ ଆପଣ କାହାକୁ ଟଙ୍କା ଦେଇପାରିବେ ।

ବିମୁଦ୍ରୀକରଣ ଦୂର କରିପାରିବ  ଇ-ପେର୍ମେଣ୍ଟ

ବ୍ୟବହାର କରନ୍ତୁ ଚେକ୍

ବାହାଘର ହେଉକି ବାର୍ଥ ଡେ' ଅବା କୌଣସି ସ୍ପେଶାଲ ସେଲିବ୍ରେଶନ ସମୟରେ କେତେକ ଉପହାର ଆକାରରେ ଟଙ୍କା ଦେଇଥାନ୍ତି । କିନ୍ତୁ ଏହି ସମୟରେ ନିଜ ଚେକ୍ ରେ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ଲେଖା ତାହାକୁ ଖାମରେ ଭର୍ତ୍ତି କରି ଉପହାର ଆକାରରେ ଦେଇପାରନ୍ତି । ଏହା ସବୁଠାରୁ ସହଜ ଏବଂ ସରଳ ଉପାୟ । ଟଙ୍କା ପାଖରେ ରହିଲେ ବେଳେବେଳେ ଅଯଥା ଖର୍ଜ ହୋଇଯାଏ । ତେଣୁ ଚେକ୍ ବ୍ୟବହାର କଲେ ଆଉ ଆପଣଙ୍କୁ ପାଖରେ ଟଙ୍କା ରଖବାକୁ ପଡିବ ନାହିଁ । ହେଲେ ବ୍ୟବହାର କରୁଥିବା ଚେକ୍‌କୁ ଆପଣ ସତର୍କତାର ସହ ରଖନ୍ତୁ । ଚେକ୍‌ରେ କେବେ ହେଲେ ପୂର୍ବରୁ ଆପଣ ସ୍ଵାକ୍ଷର କରି ନ ଥରେ କିମ୍ବା ଏଥିରେ ସବୁବେଳେ ନିଜର ପୁରା ନାମ ଲେଖନ୍ତୁ । ଶର୍ଟ ସିଗନେଚର କରନ୍ତୁ ନାହିଁ । ଯଦି ଏହା ଅସାବଧାନତାରୁ ହଜିଯାଏ ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଇ-ୱାଲୋଟ୍

ଟଙ୍କା ଆଦାନପ୍ରଦାନ ପାଇଁ ଆଜିକାଲି ପେଟି ଏମ୍ ପରି କେତେକ ଇ-ୱାଲୋଟ୍ ଆୟ ଉପଲବ୍ଧ । ଏହାକୁ ଆପଣ ଆଣ୍ଡ ଏଡ ଫୋନ୍‌ରେ ପ୍ରଥମେ ଡାଉନଲୋଡ୍ କରନ୍ତୁ । ଏହାପରେ ସେଥରେ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ରଖନ୍ତୁ । ତା'ପରେ ତାହାର ନିୟମାବଳୀ ଅନୁସାରେ ଆପଣ ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ଯେ କୌଣସି କ୍ଷେତ୍ରରେ ବ୍ୟବହାର କରିପାରିବେ । ଏଥିଯାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ କିମ୍ବା, ଏଟିଏମ ସାମ୍ନାରେ ଠିଆ ହେବାକୁ ପଡିବ ନାହିଁ । ଘରେ ବସି ଆପଣ ଏହି ଆୟକୁ ସହଜରେ ବ୍ୟବହାର କରିପାରିବେ । କିନ୍ତୁ ଏହା ପୂର୍ବରୁ ଆପଣ ବ୍ୟବହାର କରୁଥିବା ସାର୍ଟଫୋନ୍‌କୁ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କ ସହ ଲିଙ୍କ କରାଇବାକୁ ପଡିବ, ଯାହାକୁ ନେଟ୍ ବ୍ୟାଙ୍କିଙ୍ଗ କୁହାଯାଉଛି । ଗ୍ରାହକଙ୍କୁ ନିଜ ଟଙ୍କାକୁ ସହଜରେ ନେଣଦେଣା କରିବାର ଏହା ହେଉଛି ଏକ ସରଳ ତଥା ସହଜ ଉପାୟ । ଯଦି ଏ ବିଷୟରେ ଆପଣଙ୍କ କିଛି ଜ୍ଞାନ ନାହିଁ ତେବେ ନିକଟସ୍ଥ ଫେଟିଏମ୍ କାଉଣ୍ଟରକୁ ଯାଇ ସବିଶେଷ କଥା ବୁଝି ନିଅନ୍ତୁ ।

ଅନ୍ଲାଇନ୍ ଶଫି

ଆଜିକାଲି ହାଇଟେକ୍ ଯୁଗ । ଅନ୍ଲାଇନ୍ ମାଧ୍ୟମରେ ଏବେ ଅନେକ କାର୍ଯ୍ୟ ସମ୍ପାଦନ କରିହେଉଛି । ତେଣୁ ଆପଣ ଏହାର ଫାଇଦା ନେଇ ପାରନ୍ତି । ନିଜ ପାଖରେ ସ୍ଥାର୍ଟଫୋନଟିଏ ଅଛି ଏବଂ ଆପଣ ଅନ୍ଲାଇନ୍ ଶର୍ଯ୍ୟ ବିଷୟରେ ଭଲ ଭାବରେ ଜାଣିଛନ୍ତି ତେବେ ଏହାକୁ ଉପଯୋଗ କରିବାକୁ ପଛାନ୍ତୁ ନାହି। ଏପରି କି ଯଦି ଆପଣ କାହାକୁ ଗିଫ୍ଟ ଦେବାକୁ ଚାହୁଁଛନ୍ତି ତେବେ ଅନ୍ଲାଇନ୍ ଶଫି। ଏହାର ଏକ ଭଲ ମାଧ୍ୟମ ବୋଲି ଜାଣି ନିଅନ୍ତୁ ।

ଆଧାର କାର୍ଡ

ଆଧାର କାର୍ଡ ମାଧ୍ୟମରେ ଆପଣ କୌଣସି ବି ନେଣଦେଣା କରିପାରିବେ । ଏଥିରେ ଆପଣଙ୍କର ବାରଟି ଡିଜିଟ୍ ଥିବା ନମ୍ବର ଲଗ୍ ଅନ୍ କରିବା ପରେ ନିଜର ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡିଥାଏ ।

ପରେ ଆପଣ ଏହା ମାଧ୍ୟମରେ ସହଜରେ ଟ୍ରାଞ୍ଜାକ୍‌ସନ୍ କରିପାରିବେ । ଏହା ମଧ୍ୟ ଏକ ସୁରକ୍ଷିତ ମାଧ୍ୟମ ।

ୟୁପିଆଇ

ନିଜ ବ୍ୟାଙ୍କର ୟୁପିଆଇ (ୟୁନିଫାଏତ୍ ପେମେଣ୍ଟ ଇଣ୍ଟରଫେସ୍) ଆୟ ମାଧ୍ୟମରେ ଦେୟ ପୈଠ କରନ୍ତୁ । ଏହା ମାଧ୍ୟମରେ ଆପଣ ନିଜ ଆକାଉଣ୍ଟରୁ ଟଙ୍କା ନେଣଦେଣା କରିପାରିବେ । ଏହାଦ୍ଵାରା ମଧ୍ୟ ଜଣେ ଆଉ ଜଣଙ୍କଠାରୁ ମୋବାଇଲ୍ ମାଧ୍ୟମରେ ଟଙ୍କା ରିସିଭ କରିପାରିବେ ।

କାର୍ଡ ଓ ପିଓଏସ୍

ଆପଣଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ଵାରା ପିଓଏସ (ପଏଣ୍ଟ ଅଫ୍ ସେଲ୍) ଡିଭାଇସ୍ ଦ୍ଵାରା ଟଙ୍କା ନେଣଦେଣ କରିପାରିବେ । ଏହାଦ୍ଵାରା ଆପଣ ସହଜରେ ଶଫି ମଧ କରିପାରିବେ । ଏଥିପାଇଁ ସାଙ୍ଗରେ ଟଙ୍କା ନ ନେଇ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନିଅନ୍ତୁ । ଶଫି ମଲ୍‌ରେ ମନ ମୁତାବକ ଜିନିଷ କିଣିବା ପରେ ଏହି କାର୍ଡକୁ ସ୍ଵାଇପ୍ କରି ଆପଣ ଆବଶ୍ୟକ ବିଲ୍ ଦେଇପାରିବେ । ହେଲେ ସେହି ସମୟରେ ନିଜର ପିନ୍ କୋଡ୍ ଠିକ୍ ଭାବରେ ଏଣ୍ଟି କରାନ୍ତୁ ଏବଂ ବିଲ୍ ଦେବା ପରେ ସାଇପ୍ ମେଶିନରୁ ବାହାରୁଥିବା ରିସିଫ୍ଟିକୁ ଭଲ ଭାବରେ ଦେଖି ନିଅନ୍ତୁ ।

ଆଧାର – ଭାରତ ସରକାର

Last Modified : 8/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate