ଅଙ୍କୀୟ (Digital) ଆର୍ଥିକ ଅନ୍ତର୍ଭୂକ୍ତି ସମାଜର ଅବହେଳିତ ଲୋକଙ୍କ ଦ୍ଵାରା ଔପଚାରିକ ଆର୍ଥିକ ସେବାର ଅଙ୍କୀୟ (digital) ଅଭିଗମ୍ୟତାକୁ ବୁଝାଏ । ଏହି ଉଦ୍ଦେଶ୍ୟ ପାଇଁ ଯେଉଁ ସେବା ସମୂହର ବ୍ୟବସ୍ଥା କରାଯାଇଛି, ତାକୁ ଅଙ୍କୀୟ (Digital) ଆର୍ଥିକ ସେବା କୁହାଯାଏ । ଏହକୁ ଉପଭୋକ୍ତାଙ୍କ ସୁବିଧା କୁ ଆଖିରେ ରଖି ଏପରି ପ୍ରସ୍ତୁତ କରାଯାଇଛି ଯାହା କି ଉପଭୋକ୍ତାଙ୍କ ପାଇଁ କମ୍ ମୂଲ୍ୟର ହେବା ସହିତ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଦାଇତ୍ଵସମ୍ପନ୍ନ ଭାବେ ସେବା ପ୍ରଦାନ କରିବାପାଇଁ ମହଙ୍ଗା ପଡେ ନାହିଁ । ଏପରି ଅଙ୍କୀୟ ଆର୍ଥିକ ସେବାର ୩ଟି ପ୍ରମୁଖ ଅଙ୍ଗ ଅଛି: ଅଙ୍କୀୟ କାରବାରପାଇଁ ଏକ ମଞ୍ଚ, ଖୁଚୁରା ବ୍ୟବାସାୟ ପାଇଁ ପ୍ରତିନିଧି ଏବଂ ଉପଭୋକ୍ତା ତଥା ଏହି ପ୍ରତିନିଧି ମାନଙ୍କ ଦ୍ଵାରା ଏହି ମଞ୍ଚରେ ବ୍ୟବହାର ପାଇଁ ଏକ ଯନ୍ତ୍ର ଯଥା ମୋବାଇଲ ।
ଏହା ଏପରି ଏକ ବ୍ୟବସ୍ଥା ଯଦ୍ଦ୍ଵାରା ବ୍ୟାଙ୍କସେବାରେ ଅନ୍ତର୍ଭୁକ୍ତ ନଥିବା ବହୁତ ଲୋକ ଆର୍ଥିକ କାରବାରର ସୁବିଧା ପାଇପାରୁଛନ୍ତି । ବ୍ୟାଙ୍କ, କ୍ଷୁଦ୍ର ଋଣ ସଂସ୍ଥା, ମୋବାଇଲ ସେବା ପ୍ରଦାନକାରୀ ଏବଂ ତୃତୀୟ ପକ୍ଷ ପ୍ରଦାତାମାନେ କ୍ଷୁଦ୍ର ସ୍ତରର ପ୍ରତିନିଧି ମାନଙ୍କ ସହ ମିଶି ମୋବାଇଲ ଫୋନ, Point of Sale ଉପକରଣ ଇତ୍ୟାଦି ବ୍ୟବହାର ଅଧିକ ମାତ୍ରାରେ କରୁଛନ୍ତି । ଏହାଦ୍ୱାରା ପାରମ୍ପରିକ ବ୍ୟାଙ୍କ ବ୍ୟବସ୍ଥା ଠାରୁ କମ୍ ମୂଲ୍ୟରେ ସୁବିଧା ଯୋଗାଇ ଦିଅ ଯାଇ ପାରୁଛି ।
ଏଥିରେ ନିମ୍ନୋକ୍ତ ପ୍ରକାର ର ଅଙ୍କୀୟ (Digital) ଆର୍ଥିକ ସେବା ବିଷୟରେ ଆଲୋଚନା କରାଯାଇଛି ।
1. କାର୍ଡ
2. USSD
3. ଏଇପିଏସ
4. UPI
5. ୱାଲେଟ
କାର୍ଡ କଣ?
ସାଧାରଣତଃ କାର୍ଡ ଗୁଡିକ ବ୍ୟାଙ୍କମାନଙ୍କ ଦ୍ଵାରା ଜାରି କରାଯାଏ, ଏବଂ ସେମାନଙ୍କ ପ୍ରକାଶନ, ଉପଭୋକ୍ତାଙ୍କ ଦ୍ଵାରା ବ୍ୟବହାର ଉପରେ ନିର୍ଭର କରି ପର୍ଯ୍ୟାୟଭୁକ୍ତ କରାଯାଏ । କାର୍ଡ ୩ ପ୍ରକାର: Debit କାର୍ଡ, Credit କାର୍ଡ ଓ ପୂର୍ବଦାତ (Prepaid) କାର୍ଡ ।
ପୂର୍ବଦାତ (Prepaid) କାର୍ଡ:
ଏଗୁଡିକ ଉପଭୋକ୍ତା ମାନଙ୍କ ବ୍ୟାଙ୍କ ଏକାଉଣ୍ଟରୁ ପୂର୍ବରୁ ଭର୍ତ୍ତି କରାଯାଇଥାଏ ଓ ସୀମିତ ମୂଲ୍ୟର କାରବାର ପାଇଁ ପ୍ରଯୁଜ୍ୟ । ମୋବାଇଲ ପରି ଏହାକୁ ରିଚାର୍ଜ କରି ହୁଏ ।
Debit କାର୍ଡ:
ଆପଣଙ୍କ ଯେଉ ବ୍ୟାଙ୍କରେ ଏକାଉଣ୍ଟ ଅଛି, ସେହି ବ୍ୟାଙ୍କ ଦ୍ଵାରା ଏହି କାର୍ଡ ଜାରି କରାଯାଏ । ଏହା ଆପଣଙ୍କ ଏକାଉଣ୍ଟ ସହ ସଂଯୁକ୍ତ । ଏହାଦ୍ଵାରା ଉପଭୋକ୍ତାଙ୍କ ଦ୍ଵାରା କରାଯାଇଥିବା ଯେକୌଣସି ଖର୍ଚ୍ଚ ତାଙ୍କ ଏକାଉଣ୍ଟ (ଚଳନ୍ତି/ ସଞ୍ଚୟ କିମ୍ବା overdraft) ରୁ କଟି ଯାଏ । ଏକାଉଣ୍ଟରେ ଥିବା ଟଙ୍କା ମଧ୍ୟରୁ ଉପଭୋକ୍ତା ନଗଦ ଟଙ୍କା ମଧ୍ୟ ଉଠାଇପାରିବେ । ଏହାଦ୍ୱାରା ଜଣଙ୍କ ଏକାଉଣ୍ଟରୁ ଅନ୍ୟଜଣଙ୍କ ଏକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯାଇ ପାରେ ।
Credit କାର୍ଡ:
ଏହା ବ୍ୟାଙ୍କ ଓ RBI ଦ୍ଵାରା ସ୍ଵୀକୃତ ଅନ୍ୟ ସଂସ୍ଥା ମାନଙ୍କୁ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ । ଏହା ଘରୋଇ କ୍ଷେତ୍ର ଓ ଆନ୍ତର୍ଜାତିକ ସ୍ତରରେ (ଯଦି ଆନ୍ତର୍ଜାତିକ ବ୍ୟବହାର ପାଇଁ ଶସକ୍ତ) ବ୍ୟବହାର କରାଯାଇ ପାରେ । Credit କାର୍ଡ ଦ୍ଵାରା ଉପଭୋକ୍ତାଙ୍କ ଯେତେ ଟଙ୍କା ବ୍ୟାଙ୍କ ରେ ଅଛି, ତାଠାରୁ ଅଧିକ ଉଠାଣ କରିହୁଏ । କିନ୍ତୁ ଅଧିକ ଉଠାଣ ପାଇଁ ଏକ ସୀମା ନିର୍ଧାରିତ ହୋଇଥାଏ ।
ନିର୍ଧାରିତ ସମୟ ସୀମା ମଧ୍ୟରେ ଋଣ ପଇଠ ନକଲେ ଅଧିକ ଉଠା ହୋଇଥିବା ରାଶି ସୁଧସହ ଫେରେଇବା ପାଇଁ ପଡିଥାଏ ।
Debit କାର୍ଡ ଓ Credit କାର୍ଡ କିପରି ବ୍ୟବହାର କରିବେ?
1. ଟଙ୍କା ଉଠାଇବା ପାଇଁ ଉପଭୋକ୍ତାଙ୍କୁ ନିଜର Debit କାର୍ଡ କିମ୍ବା Credit କାର୍ଡ ଏଟିଏମ ମେସିନ ରେ ଭର୍ତ୍ତି କରି ୪ ଅଙ୍କ ବିଶିଷ୍ଟ PIN ଟିପିବାକୁ ପଡେ । ସର୍ବାଧିକ ରାଶି ଉଠାଣ ସୀମା ବ୍ୟାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥାଏ ।
2. Debit କାର୍ଡ କ୍ଷେତ୍ରରେ ବ୍ୟାଙ୍କ ବାଲାନ୍ସ ଜାଣିବା, ଟଙ୍କା କିମ୍ବା ଚେକ୍ ଜମା କରିବା, ଉଠାଣ ପଇଠ ର ବିବରଣୀ ଇତ୍ୟାଦି ଅନ୍ୟ ଆର୍ଥିକ ସେବା ମଧ୍ୟ ବ୍ୟାଙ୍କ କୁ ନଯାଇ ଉପଲବ୍ଧ ହୋଇଥାଏ ।
3. ଦୋକାନ ରୁ ଜିନିଷ କିଣାକିଣି କଲାବେଳେ ନିମ୍ନୋକ୍ତ ପ୍ରକ୍ରିୟା ସମ୍ପାଦନ କରନ୍ତୁ:
ମୁଁ କାହିଁକି କାର୍ଡ ବ୍ୟବହାର କରିବି?
କାର୍ଡ କିପରି ପାଇବେ?
ପ୍ରତ୍ୟେକ ସରକାରୀ ତଥା ବେସରକାରୀ ବ୍ୟାଙ୍କ ଦ୍ଵାରା ଏହି କାର୍ଡ ଜାରି କରାଯାଇଥାଏ ।
USSD କଣ?
ଏହି ସେବା ଦେଶର ପ୍ରତ୍ୟେକ ସାଧାରଣ ବ୍ୟକ୍ତିଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ଏହାର ଲକ୍ଷ ହେଉଛି ଯେ ଅଞ୍ଚଳ, ମୋବାଇଲ ସେବା ପ୍ରଦାନକାରୀ କିମ୍ବା କେଉଁ କମ୍ପାନୀର ମୋବାଇଲ ଇତ୍ୟାଦି ବିଷୟକୁ ବିଚାରକୁ ନନେଇ ପ୍ରତ୍ୟେକ ଗ୍ରାହକ ଯେପରି ଗୋଟିଏ ସଂଖ୍ୟା ବ୍ୟବହାର କରି ବ୍ୟାଙ୍କ ସୁବିଧା ପାଇବେ । ଏହା ଏହା ରାଷ୍ଟ୍ରୀୟ ଏକୀକୃତ USSD ମଞ୍ଚ ଦ୍ଵାରା ପରିଚାଳିତ । ଏହାର ସଂକ୍ଷିପ୍ତ କୋଡ *99# । ଜେନ ଏହି ସେବା ଦ୍ଵାରା ଦୈନିକ ଟ 5,000/- ପର୍ଯ୍ୟନ୍ତ ପଇଠ କରିପାରିବେ ।
କଣ ଦରକାର?
କିପରି ବ୍ୟବହାର କରିବେ?
USSD ବ୍ୟବହାର କିପରି କରିବେ?
ଉପରୋକ୍ତ ପ୍ରକ୍ରିୟା ମାଧ୍ୟମରେ ଆପଣ ଟଙ୍କା ସ୍ଥାନାନ୍ତରଣ କରିପାରିବେ ।
ମିଳୁଥିବା ସେବା:
ଅଣ-ଆର୍ଥିକ ସେବା:
ଆର୍ଥିକ ସେବା:
ଅଧିକ ଜାଣିବା ପାଇଁ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।
AEPS କଣ?
ଏହି ପଦ୍ଧତି ଦ୍ଵାରା ବ୍ୟାଙ୍କ ଉପଭୋକ୍ତା ନିଜ ଆଧାର ନମ୍ବର କୁ ନିଜ ପରିଚୟ ପ୍ରମାଣ ରୂପେ ବ୍ୟବହାର କରି ବ୍ୟାଙ୍କିଙ୍ଗ କାରବାର କରିପାରିବେ । ଏହାଦ୍ୱାରା ବ୍ୟାଙ୍କିଙ୍ଗ କରେସ୍ପଣ୍ଡେଣ୍ଟ (BC) ମାନଙ୍କ ସାହାଯ୍ୟରେ ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ PoS ଦ୍ଵାରା ଲେଣ-ଦେଣ କରାଯାଇପାରେ । ବ୍ୟାଙ୍କିଙ୍ଗ କରେସ୍ପଣ୍ଡେଣ୍ଟ (BC) ଙ୍କ ସାହାଯ୍ୟରେ ନିଜ ଏକାଉଣ୍ଟ କୁ ନିଜ ଆଧାର ନମ୍ବର ସହ ସଂଯୁକ୍ତ କରାନ୍ତୁ । ଏହାଦ୍ୱାରା କୌଣସି ପାସୱାର୍ଡ କିମ୍ବା PIN ବିନା ଯେତେ ଥର ମଧ୍ୟ ଲେଣ-ଦେଣ କରିପାରିବ ।
AEPS ସକ୍ରିୟ କରିବା ପାଇଁ ମୁଁ କଣ କରିବି?
AEPS ସକ୍ରିୟ କରିବା ପାଇଁ ନିମ୍ନୋକ୍ତ ପ୍ରବିଷ୍ଟି କରନ୍ତୁ
ମୁଁ ଏହା ବ୍ୟବହାର କରିବି କାହିଁକି?
AEPS ମାଧ୍ୟମରେ ଲେଣ-ଦେଣ ପାଇଁ ପ୍ରକ୍ରିୟା ନିମ୍ନରେ ଦିଆହେଲା:
UPI କଣ?
ସ୍ମାର୍ଟ ଫୋନ ବ୍ୟବହାର କରି ଏଲେକ୍ଟ୍ରୋନିକ ମାଧ୍ୟମ ଦ୍ଵାରା ତୁରନ୍ତ ରାଶି ସ୍ଥାନାନ୍ତରଣ ପାଇଁ ଏହା ଏକ ପଦ୍ଧତି । ଏହା Immediate Payment Service (IMPS) ଯାହାକି ଏକାଉଣ୍ଟରୁ ଏକାଉଣ୍ଟକୁ ରାଶି ସ୍ଥାନାନ୍ତରଣ କରେ, ର ଏକ ଉନ୍ନତ ସଂସ୍କରଣ । ଏହାଦ୍ୱାରା IMPS ପରି ୨୪ ଘଣ୍ଟା ରାଶି ସ୍ଥାନାନ୍ତରଣ ସେବା ପ୍ରଦାନ କରିଥାଏ ।
ମୋର କଣ ଦରକାର?
1. UPI ଆପ୍ ଥିବା ଏକ ସ୍ମାର୍ଟ ଫୋନ ।
2. ବ୍ୟାଙ୍କ ଏକାଉଣ୍ଟ
ଏହା କିପରି କାର୍ଯ୍ୟ କରେ?
UPI ଦ୍ଵାରା ଅନ୍-ଲାଇନ୍ ଲେଣ-ଦେଣ ପ୍ରକ୍ରିୟା ୩ ସୋପାନ ବିଶିଷ୍ଟ:
୧ମ ସୋପାନ:ପଞ୍ଜୀକରଣ
୨ୟ ସୋପାନ: ଅନ୍-ଲଇନ୍ କ୍ରୟ:
୩ୟ ସୋପାନ: ମୋବାଇଲ ପ୍ରାମାଣିକରଣ
ବିଶେଷତା ଓ ଲାଭ:
ଇ-ୱାଲେଟ କଣ?
ଇ-ୱାଲେଟ ମାନେ ଏଲେକ୍ଟ୍ରୋନିକ ୱାଲେଟ । ଏହା ଅନ୍-ଲାଇନ୍ ରେ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଲେଣ-ଦେଣ ପାଇଁ ଏକ ମାଧ୍ୟମ । ଏହାର ଉପଯୋଗୀତା Debit କାର୍ଡ କିମ୍ବା Credit କାର୍ଡ ପରି । ଏହାକୁ ବ୍ୟବହାରକାରୀଙ୍କ ବ୍ୟାଙ୍କ ଏକାଉନ୍ଟ ସହ ସଂଯୋଗ କରି ଦେୟ-ପଇଠ କରାଯାଏ । କାଗଜ ବିହୀନ ଲେଣ-ଦେଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏହା କିପରି କାର୍ଯ୍ୟ କରେ?
ଏହାର ଦୁଇଟି ମୁଖ୍ୟ ଉପାଦାନ: ସଫ୍ଟୱେର ଓ ସୂଚନା
ସଫ୍ଟୱେର ରେ ବ୍ୟକ୍ତିଗତ ସୂଚନା ରହେ ଏବଂ ସୁରକ୍ଷା ଓ data encryption ପ୍ରଦାନ କରେ ଏବଂ ସୂଚନା ବିଭାଗ ବ୍ୟବହାରକାରୀଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସୂଚନା ଯଥା ସେମାନଙ୍କ ନାମ, ଠିକଣା, ପଇଠର ବିଧି-ପଦ୍ଧତି, ଦେୟ ପରିମାଣ, Debit କାର୍ଡ କିମ୍ବା Credit କାର୍ଡ ବିଷୟ ଇତ୍ୟାଦି ଉଲ୍ଲେଖ ରହେ ।
ମୁଁ କିପରି ଇ-ଵାଲେଟ ବ୍ୟବହାର କରିବି?
ଉପଭୋକ୍ତାଙ୍କ ପାଇଁ:
ଦୋକାନୀଙ୍କ ପାଇଁ :
ଇ-ଵାଲେଟ ବ୍ୟବହାର ପାଇଁ କଣ ଦରକାର?
ନିଶ୍ଚିତ କରିବେ:
Last Modified : 1/26/2020