অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରାପଦ ଅଣୁ ATM

ଉପକ୍ରମ

ଅଣୁ ATM ହେଉଛି ବିକ୍ରିର କେନ୍ଦ୍ର, ଯେଉଁଥିରେ ଅତିକମ ଶକ୍ତି GPRS ସିଷ୍ଟମ ଦ୍ଵାରା ସେଣ୍ଟ୍ରାଲ ବ୍ୟାଙ୍କ ସରଭର ଦ୍ଵାରା  ସଂଯୋଗ ଏବଂ କମ ଅର୍ଥ ବିନିଯୋଗ ହୋଇଥାଏ । ବ୍ୟାଙ୍କ ନଥିବା ଗ୍ରାମାଞ୍ଚଳରେ ଲୋକମାନଙ୍କ ଦ୍ଵାରା ଏହା ଅତି ସହଜରେ କାର୍ଯ୍ୟକରିଥାଏ । ଆଧାର କାର୍ଡ ଦ୍ଵାରା ଅଣୁ ATMରେ ଲେଣଦେଣ କରାଯାଇଥାଏ  ।

ଅଣୁ ATM ଦ୍ଵାରା ସମ୍ପାଦିତ ହେଉଥିବା କାର୍ଯ୍ୟ

  1. ଅର୍ଥ ସଞ୍ଚୟ
  2. ଅର୍ଥ ଉଠାଣ
  3. ଜମା ସ୍ଥାନାନ୍ତର

କେତେଟଙ୍କା ଅଛି ସମ୍ବନ୍ଧୀୟ ତଥ୍ୟ ଏବଂ ସଂକ୍ଷିପ୍ତବିବୃତ୍ତି ଅଣୁ ATM ନିମ୍ନଲିଖିତ ପ୍ରାମାଣିକ ତଥ୍ୟ ଉପରେ ନେଣଦେଣ କରିହେବ।

  1. ଆଧାର + ବାୟୋମେଟ୍ରିକ
  2. ଆଧାର + OTP (One Time Password)
  3. ଚୁମ୍ବକୀୟ ପଟି କାର୍ଡ + ବାୟୋମେଟ୍ରିକ
  4. ଚୁମ୍ବକୀୟ ପଟିକାର୍ଡ + ବ୍ୟାଙ୍କ ପିନ

ଅଣୁ ATM ପାଇଁ ବିପଦ

ଦୁର୍ବଳ ତଥ୍ୟ

ପିଓଏସ ଦୁର୍ବତଥ୍ୟ  ସମ୍ବନ୍ଧରେ ତିନୋଟି କାରଣ ଉପରେ ନଜର  ଦେବାକୁ ପଡେ ।

  1. ମେମୋରିରେ ଥିବା ଡାଟା
  2. ଡାଟା ବହନ
  3. ବିଶ୍ରାମରେ ଥିବା ଡାଟା

ଡାଟା ମେମୋରି ଅର୍ଥ ଯେତେବେଳେ କାର୍ଡ ଦ୍ଵାରା ଡାଟାକୁ ପିଓଏସ ସିଷ୍ଟମକୁ ଅଣାଯିବ । ମେମୋରିରେ ଡାଟା, ପିଓଏସ ସିଷ୍ଟମ ଉପରେ ଭାଇରସ ଆକ୍ରମଣ ହେଲେ ନିଜକୁ ପ୍ରତିରକ୍ଷା କରିପାରିବ ନାହିଁ । ପରମ୍ପରାଗତ ଭାବରେ ପିଓଏସ ସିଷ୍ଟମରେ ଡାଟା ଇନପୁଟ ଅକ୍ଷରରେ ଥାଏ, ଯାହାକୁ କି ଖୁବ୍ ଶୀଘ୍ର ନଷ୍ଟ କରିହୁଏ ।

ସ୍କିମିଙ୍ଗ

ସ୍କିମିଙ୍ଗ ଏପରି ଏକ  ଛୋଟ ଡିଭାଇସ ଯାହା କ୍ରେଡିଟ/ଡେବିଟ  କାର୍ଡକୁ ସ୍କାନ କରି ମ୍ୟାଗେନେଟିକ ପଟିରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିଥାଏ ।

ଅଣୁ ATMର ସୁରକ୍ଷିତ ବ୍ୟବହାର ପାଇଁ ଉତ୍ତମ ଅଭ୍ୟାସ

  • ATM ବ୍ୟବହାର ପୂର୍ବରୁ ନିଜର ଚାରିପାଖକୁ ସତର୍କତା ସହ ଦେଖ ନିଅନ୍ତୁ । କେହି ଆପଣଙ୍କ ଉପରେ ନଜର ରଖିନିତ?
  • ଯେତେବେଳେ ପିନ ନଂ ମାରୁଛନ୍ତି ପିନପ୍ୟାଡକୁ ଘୋଡାଇ ରଖନ୍ତୁ । ନେଣଦେଣ ଦସ୍ତାବେଜକୁ ନଷ୍ଟ କରିଦିଅନ୍ତୁ ।
  • ATM ପିନ୍ କୁ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ ।
  • ନିଜର ବ୍ୟାଙ୍କ ନେଣଦେଣ ଉପରେ ସବୁବେଳେ ନିଜର ରଖନ୍ତୁ । କିଛି ବେଆଇନ ଚାର୍ଜ କିମ୍ବା ଟଙ୍କା ଉଠାଣ ହୋଇଛି ତେବେ ସାଙ୍ଗେ ସାଙ୍ଗେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
  • କ୍ରେଡିଟ କାର୍ଡର ନମ୍ବର ଲେଖି ରଖନ୍ତୁ ।
  • କ୍ରେଡିଟ/ଡେବିଟ କାର୍ଡ କଲାବେଳେ ନିଜର ଠିକଣା ଠିକ୍ ରେ  ଲେଖନ୍ତୁ ।
  • କ୍ରେଡିଟ/ଡେବିଟ କାର୍ଡର ଉପରେ ପିନ୍ ନମ୍ବର ଲେଖନ୍ତୁ ନାହିଁ ।
  • ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ATMରେ ନିଅନ୍ତୁ ନାହିଁ ।
  • କାହାକୁ ନିଜର ATM କାର୍ଡ ଦିଅନ୍ତୁ ନାହିଁ ।
  • କାହାକୁ ନିଜର ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ବିଷୟରେ ଜଣାନ୍ତୁ ନାହିଁ ।
  • ଯଦି କାର୍ଡ ହଜିଯାଏ ତେବେ ତୁରନ୍ତ ସେବାଯୋଗାଣକାରୀ/ବ୍ୟାଙ୍କକୁ ଜଣାନ୍ତୁ ।

ସେବାଯୋଗାଣକାରୀଙ୍କ ଉତ୍ତମ ଅଭ୍ୟାସ

  • ଅଣୁ ATMରୁ କୌଣସି ତଥ୍ୟ ଯେପରି ବାହାରକୁ ନଯାଏ ।
  • ଅଣୁ ATM ମନକୁମନ ଲଗଆଉଟ ହେବା ଆବଶ୍ୟକ ।
  • ନିୟମିତ ଭାବରେ ଅଣୁ ATMର ସଫ୍ଟୱେୟାର, ଆପ୍ଲିକେସନ ଏବଂ ଆଣ୍ଟଭାଇରସକୁ ଅପଡେଟ କରାଯିବା ଉଚିତ ।
  • ଗ୍ରାହକକୁ ଏହା କାର୍ଯ୍ୟକାରିତା ସମ୍ବନ୍ଧରେ ଶିକ୍ଷା ଦିଆଯିବ ଉଚିତ୍ ।

ଆଧାର - ଇନଫୋସ ଆୱାରନେସ.ଇନ

Last Modified : 7/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate