অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ପ୍ରମାଣୀକରଣର କାର୍ଯ୍ୟ ମୋଡେଲ

କାର୍ଯ୍ୟ ମୋଡେଲ

ଆଧାର ପ୍ରମାଣୀକରଣ ଇକୋସିଷ୍ଟମ୍ ରେ ଜଡ଼ିତ ଥିବା ଚରିତ୍ରମାନଙ୍କୁ ଏହି କାର୍ଯ୍ୟକାରୀ ମଡେଲ୍ ରୂପରେଖ ଦିଏ । ଆଧାର ପ୍ରମାଣୀକରଣ ମଡେଲ୍ ରେ ମୁଖ୍ୟ ଚରିତ୍ରମାନଙ୍କୁ ନିମ୍ନ ଆକୃତି ଚିହ୍ନଟ କରେ ଏବଂ ତଥ୍ୟ ପ୍ରବାହ ବର୍ଣ୍ଣନା କରେ, ଯେଉଁଥିରେ ମୁଖ୍ୟ ଚରିତ୍ରମାନଙ୍କୁ ପରସ୍ପର ସହିତ ନିୟୋଜିତ କରିହେବ । ମୁଖ୍ୟ ଚରିତ୍ର ଓ ଦୃଶ୍ୟର ସଂକ୍ଷିପ୍ତ ବର୍ଣ୍ଣନା, ଯେଉଁଥିରେ ସେମାନେ ପରସ୍ପର ସହିତ ଜଡ଼ିତ ଅଛନ୍ତି, ନିମ୍ନ ଆକୃତିରେ ସୂଚିତ କରାଯାଇଛି ।

ଆଧାର ପ୍ରମାଣୀକରଣ ଇକୋସିଷ୍ଟମରେ ହିତାଧିକାରୀ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକାରୀ (UIDAI): UIDAI ହେଉଛି ଏକ ପ୍ରାଧିକାରୀ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକାରୀ ନାମରେ ‍ସ୍ଥାପିତ ହୋଇଛି । ଏହା, ପଞ୍ଜୀକରଣ ଓ ପ୍ରମାଣୀକରଣ ପାଇଁ ଦାୟୀ ହେବା ସହ ଆଧାର ଅଧିନିୟମ ୨୦୧୬ ଅନ୍ତର୍ଗତ, ତାକୁ ଆବଣ୍ଟିତ କରାଯାଇଥିବା ସେହିପରି ଅନ୍ୟ କାର୍ଯ୍ୟଗୁଡ଼ିକୁ ପ୍ରଦର୍ଶିତ କରେ । ଏହା, ଆଧାର ପ୍ରମାଣୀକରଣ ପ୍ରଣାଳୀର ସାମଗ୍ରିକ ନିୟନ୍ତ୍ରକ ଓ ପର୍ଯ୍ୟବେକ୍ଷକ ଅଟେ । ଏହା, କେନ୍ଦ୍ରୀୟ ପରିଚୟ ତଥ୍ୟ କୋଷ (CIDR)ର ମାଲିକ ହେବା ସହ ତାହାକୁ ପରିଚାଳନା କରିଥାଏ, ଯେଉଁଥିରେ ସମସ୍ତ ଆଧାରଧାରକଙ୍କର ବ୍ୟକ୍ତିଗତ ପରିଚୟ ତଥ୍ୟ (PID) ରହିଥାଏ ।

ପ୍ରମାଣୀକରଣ ସେବା ଏଜେନ୍ସୀ (ASA): ASA ହେଉଛି ସେହି ଏଜେନ୍ସୀ, ଯାହା UIDAIର ମାନଦଣ୍ଡ ଓ ବିଶେଷତା ସହ ଅନୁପାଳନପୂର୍ବକ CIDR ସହିତ ସୁରକ୍ଷିତ ଲିଜ୍ଡ ଲାଇନ୍ କନେକ୍ଟିଭିଟୀ ‍ସ୍ଥାପିତ କରିଥାଏ । ପ୍ରମାଣୀକରଣ ବ୍ୟବହାରୀ ସଂସ୍ଥାଗୁଡ଼ିକ ପାଇଁ ASA, ସେମାନଙ୍କର UIDAI-ଅନୁକୂଳ ନେଟୱର୍କ କନେକ୍ଟିଭିଟୀକୁ ସେବା ଭାବରେ ପ୍ରଦାନ କରିଥାଏ ଏବଂ AUAର ପ୍ରମାଣୀକରଣ ଅନୁରୋଧ CIDRକୁ ପଠାଇଥାଏ । UIDAI ସହିତ ଔପଚାରିକ ଚୁକ୍ତିନାମାରେ ପ୍ରବେଶ କରିଥିବା ଏଜେନ୍ସୀଗୁଡ଼ିକ, CIDRକୁ ପ୍ରମାଣୀକରଣ ଅନୁରୋଧ ପଠାଇବା କ୍ରମରେ ASA ହୁଅନ୍ତି; ଅନ୍ୟ କୌଣସି ସଂସ୍ଥା, CIDR ସହିତ ସିଧାସଳଖ ଯୋଗାଯୋଗ କରିପାରିବ ନାହିଁ । ଗୋଟିଏ ASA ଅନେକ AUAକୁ ସେବା ଯୋଗାଇପାରିବ ଏବଂ ମୂଲ୍ୟ ବର୍ଦ୍ଧିତ ସେବାମାନ ମଧ୍ୟ ଯୋଗାଇପାରିବ, ଯେପରି ବହୁ-ଦଳ ପ୍ରମାଣୀକରଣ, ପ୍ରାଧିକୃତ ଓ AUAଗୁଡ଼ିକୁ MIS ରିପୋର୍ଟ ।

ପ୍ରମାଣୀକରଣ ଉପଯୋଗକର୍ତ୍ତା ଏଜେନ୍ସୀ (AUA) : ପ୍ରମାଣୀକରଣ ଉପଯୋଗକର୍ତ୍ତା ଏଜେନ୍ସୀ ହେଉଛି ଏପରି ସଂସ୍ଥା, ଯିଏ ନିଜର ସେବା ବ୍ୟବସ୍ଥାକୁ ସକ୍ଷମ କରିବା ପାଇଁ ଆଧାର ପ୍ରମାଣୀକରଣ ବ୍ୟବସ୍ଥା ବ୍ୟବହାର କରେ ଓ ପ୍ରମାଣୀକରଣ ସେବା ସଂସ୍ଥା (ASA) ମାଧ୍ୟମରେ CIDR ସହିତ ସଂଯୁକ୍ତ ହୁଏ । AUA, ଏକାଧିକ ASA ସହିତ ମଧ୍ୟ ନିୟୋଜିତ ଥାଇପାରେ । Sub AUA ଥିବା (Sub AUA ଉପରେ ବିବରଣୀ ନିମ୍ନରେ ଦେଖନ୍ତୁ) ଅନ୍ୟ ସଂସ୍ଥାଗୁଡ଼ିକରୁ ଗୋଟିଏ AUA ପ୍ରମାଣୀକରଣ ଅନୁରୋଧ ପ୍ରସାରିତ ମଧ୍ୟ କରିପାରେ । AUAଗୁଡ଼ିକ ମଧ୍ୟ, ସେମାନଙ୍କ ତଳେ ଥିବା Sub-AUAଗୁଡ଼ିକୁ ପ୍ରମାଣୀକରନ ସେବା ପ୍ରଦାନ କରୁଥିବା ଏକ ଆଗ୍ରିଗେଟର୍ ଭାବେ ମଧ୍ୟ କାର୍ଯ୍ୟ ଅକରିପାରିବେ ଏବଂ ମୂଲ୍ୟ ବର୍ଦ୍ଧିତ ସେବା ମଧ୍ୟ ଯୋଗାଇପାରନ୍ତି, ଯେପରି ବହୁ-ଦଳ ପ୍ରମାଣୀକରଣ, MIS ରିପୋର୍ଟ ଓ ସେମାନଙ୍କର AUAଗୁଡ଼ିକୁ ପ୍ରାଧିକୃତ । ଆଧାର ପ୍ରମାଣୀକରଣରେ ପ୍ରବେଶ କରିବା କ୍ରମରେ ଜଣେ AUA, UIDAI ସହିତ ଔପଚାରିକ ଚୁକ୍ତିନାମାରେ ପ୍ରବେଶ କରେ ।

Sub AUA ଏହା ଏପରି ଏକ ସଂସ୍ଥା ଯିଏ ତାଙ୍କର ସେବାକୁ ସକ୍ଷମ କରିବା ପାଇଁ ବିଦ୍ୟମାନ AUA ଜରିଆରେ ଆଧାର ପ୍ରମାଣୀକରଣ ବ୍ୟବସ୍ଥା ବ୍ୟବହାର କରିବା ପାଇଁ ଚାହାନ୍ତି । ନିମ୍ନରେ କିଛି ସମ୍ଭାବ୍ୟ ଉଦାହରଣ ଦିଆଗଲା :

  • ଯେକୌଣସି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏକ AUA ହୋଇପାରିବେ ଏବଂ ରାଜ୍ୟରେ ଥିବା ଅନେକ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ ସରକାର ମାଧ୍ୟମରେ, ତାହାର Sub AUA ଭାବରେ ଆଧାର ପ୍ରମାଣୀକରଣ ସେବା ଆକ୍ସେସ୍ କରିପାରିବେ ।
  • ଗୋଟିଏ ଛୋତ ସଂସ୍ଥା (ଯେପରି ଛୋଟ ଆକାରର ବ୍ୟାଙ୍କ୍), ଯିଏ ପ୍ରତ୍ୟକ୍ଷ ଭାବେ UIDAI ସହିତ ଔପଚାରିକ ଚୁକ୍ତିନାମାରେ ନିୟୋଜିତ ହେବାକୁ ଚାହୁଁନାହିଁ, କିନ୍ତୁ ତଥାପି ଆଧାର ପ୍ରମାଣୀକରଣ ବ୍ୟବହାର କରିବାକୁ ଚାହୁଁଛି, ତେବେ ସେ, ଗୋଟିଏ ବିଦ୍ୟମାନ AUA (ଯେପରି ବିଶାଳ ବ୍ୟାଙ୍କ୍ କିମ୍ୱା AUA ପ୍ରଦାନ କରୁଥିବା ଯେକୌଣସି ଆଗ୍ରିଗେଟର୍ AUA)ର Sub-AUA ଭାବରେ ଆଧାର ସେବା ଆକ୍ସେସ୍ କରିବା ପାଇଁ ଚୟନ କରିପାରେ ।
  • ବ୍ୟବସାୟ କାରଣ ପାଇଁ ଗୋଟିଏ ଏକକ AUA ତଳେ ଅନେକ ସଂସ୍ଥା ଏକତ୍ରିତ ହୋଇପାରିବେ । ଉଦାହରଣସ୍ୱରୂପ, ଗୋଟିଏ AUA ହୋଇଥିବା ଏକ ହୋଟେଲିୟର୍ ଆସୋସିଏଶନ୍ ର Sub-AUA ଭାବରେ ଅନେକ ହୋଟେଲ୍ସ ଆଧାର ପ୍ରମାଣୀକରଣ ଆକ୍ସେସ୍ କରିପାରିବେ ।

ଏପରି ମାମଲାରେ, UIDAIର Sub-AUA ସହିତ କୌଣସି ପ୍ରତ୍ୟକ୍ଷ ଚୁକ୍ତିଗତ ସମ୍ପର୍କ ରହିବ ନାହିଁ । କେବଳ AUAର UIDAI ସହିତ ଚୁକ୍ତିନାମା ରହିବ ଏବଂ ତାହାର Sub-AUAରୁ ଉଦ୍ଭବ ହୋଇଥିବା ସେହି ସମସ୍ତ ସମେତ, ତାହା ମାଧ୍ୟମରେ ପ୍ରବାହିତ ସମସ୍ତ ପ୍ରମାଣୀକରଣ ଅନୁରୋଧ ପାଇଁ ଦାୟୀ ରହିବ । Sub-AUAର ନିଯୁକ୍ତି ପରେ, ଗୋଟିଏ AUAକୁ, Sub-AUA ମଧ୍ୟରେ ହୋଇଥିବା ତାହାର ଚୁକ୍ତିନାମାକୁ UIDAIକୁ ପ୍ରଦାନ କରିବାକୁ ହେବ । Sub-AUAର ବିବରଣୀ, ଯେପରି ତାହାର ଅନୁଷ୍ଠାନର ବିବରଣୀ, ବ୍ୟବସାୟ ‍କ୍ଷେତ୍ର, କୋଡ୍ ଆଦି UIDAIକୁ ପ୍ରଦାନ କରିବାକୁ AUA ଦାୟୀ ଅଟେ ।

ଅନୁରୋଧକାରୀ ସଂସ୍ଥା: ଏକ ଅନୁରୋଧକାରୀ ସଂସ୍ଥାର ଅର୍ଥ ହେଉଛି, ଗୋଟିଏ ଏଜେନ୍ସୀ କିମ୍ୱା ବ୍ୟକ୍ତି, ଯିଏ ଜଣେ ବ୍ୟକ୍ତିର ଆଧାର ସଂଖ୍ୟା ଓ ଜନସାଂଖିକୀୟ ସୂଚନା କିମ୍ୱା ବାୟୋମେଟ୍ରିକ୍ ସୂଚନାକୁ କେନ୍ଦ୍ରୀୟ ପରିଚୟ ତଥ୍ୟ କୋଷ (CIDR)କୁ ପ୍ରମାଣୀକରଣ ପାଇଁ ଦେଇଥାଏ ।

ପ୍ରମାଣୀକଣ ଉପକରଣ: ଏହା ଏପରି ଉପକରଣ ଅଟେ, ଯାହା ଆଧାରଧାରକଙ୍କଠାରୁ PID (ବ୍ୟକ୍ତିଗତ ପରିଚୟ ତଥ୍ୟ) ସଂଗ୍ରହ କରନ୍ତି, ପ୍ରମାଣୀକରଣ ପ୍ୟାକେଟକୁ ପଠାନ୍ତି ଓ ପ୍ରମାଣୀକରଣ ପରିଣାମ ପ୍ରାପ୍ତ କରନ୍ତି । ଉଦାହରଣଗୁଡ଼ିକ ହେଉଛି - କମ୍ପ୍ୟୁଟର, କିଓସ୍କ, ହାତରେ ଧରି ହେଉଥିବା ଉପକରଣ ଆଦି । ସେହିସବୁ ଉପକରଣକୁ AUA/Sub-AUA ନିୟୋଜିତ, ବ୍ୟବହାର ଓ ପରିଚାଳନା କରନ୍ତି ।

ଆଧାର ଧାରକ: ଏମାନେ ହେଲେ, ଆଧାର ଅଧିନିୟମ ୨୦୧୬ ଅନୁସାରେ, ସେହି ବ୍ୟକ୍ତି, ଯେଉଁମାନଙ୍କୁ ଆଧାର ସଂଖ୍ୟା ଜାରି କରାଯାଇଛି । AUA ଦ୍ୱାରା ପ୍ରଦାନ କରୁଥିବା ସେବା ହାସଲ କରିବା ପାଇଁ ସେମାନଙ୍କୁ ନିଜର ପରିଚୟ ପ୍ରମାଣୀକରଣ କରିବା ଆବଶ୍ୟକ । ଏହି ମୁଖ୍ୟ ଚରିତ୍ରମାନେ ପରସ୍ପର ସହିତ ବହୁବିଧ ମାର୍ଗରେ ନିୟୋଜିତ ହୋଇପାରିବେ ।

ଉଦାହରଣସ୍ୱରୂପ - ଗୋଟିଏ AUA, ନିଜର ASA ହେବାପାଇଁ ଇଚ୍ଛା କରିପାରେ, ଗୋଟିଏ AUA ବାଣିଜ୍ୟ ନିରନ୍ତରତା ଯୋଜନା ଭଳି ବିଭିନ୍ନ ASAକୁ ମାଧ୍ୟମ କରି ଆଧାର ପ୍ରମାଣୀକରଣ ସେବା ହାସଲ କରିବା ପାଇଁ ଚାହିଁପାରେ, ଗୋଟିଏ AUA ନିଜ ସେବା ଆବଶ୍ୟକତା ପାଇଁ ପ୍ରମାଣୀକରଣ ଅନୁରୋଧ ପଠାଇବା ସହିତ ଅନ୍ୟ ଅନେକ Sub-AUA ତରଫରୁ ମଧ୍ୟ ପ୍ରମାଣୀକରଣ ଅନୁରୋଧ ପଠାଇପାରେ ।

ମୁଖ୍ୟ ଚରିତ୍ର, ସେମାନଙ୍କର ଭୂମିକା, ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ସେମାନେ କିପରି ଆଧାର ପ୍ରମାଣୀକରଣରେ ଥିବା ଅନ୍ୟ ଚରିତ୍ରମାନଙ୍କ ସହ ନିୟୋଜିତ , ସେହି ବିଷୟକ ଅଧିକ ବିବରଣୀ ଆଧାର ପ୍ରମାଣୀକରଣ କାର୍ଯ୍ୟ ମଡେଲ୍ ରେ ଉପଲବ୍ଧ ଅଛି ।

ଆଧାର ପ୍ରମାଣୀକରଣ ସେବାର ସଂଘବଦ୍ଧ ମଡେଲ୍

UIDAI ଏପରି ଆଧାର ପ୍ରମାଣୀକରଣ ପ୍ରଦାନ କରେ, ଯାହାକୁ ଏକକ ଭାବରେ କିମ୍ୱା AUAଗୁଡ଼ିକର ଡୋମେନ/ଆପ୍ଲିକେଶନ ନିର୍ଦ୍ଦିଷ୍ଟ ପ୍ରମାଣୀକରଣ ଯୋଜନା (ଯାହାକୁ ଫେଡେରେଟେଡ୍ ଅଥେଣ୍ଟିକେଶନ୍ କୁହନ୍ତି) ସହିତ ସାମୂହିକ ଭାବେ ବ୍ୟବହାର କରାଯାଇପାରେ । ଉଦାହରଣସ୍ୱରୂପ, ସଂଘବଦ୍ଧ ପ୍ରମାଣୀକରଣରେ, ଗୋଟିଏ ବ୍ୟାଙ୍କ, ଏକ ATM କାର୍ଡ ଓ ଟିପଚିହ୍ନକୁ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ଚାହିଁପାରେ । ସେହିପରି ‍କ୍ଷେତ୍ରରେ ATM କାର୍ଡର ପ୍ରମାଣୀକରଣ ବ୍ୟାଙ୍କର ନିଜସ୍ୱ ଆପ୍ଲିକେଶନରେ ହେଉଥିବାବେଳେ ଟିପଚିହ୍ନକୁ ଆଧାର ପ୍ରମାଣୀକରଣ ବ୍ୟବହାର କରି CIDRରେ ଥିବା ତଥ୍ୟ ଭିତ୍ତିରେ ପ୍ରମାଣିତ କରାଯାଇଥାଏ ।

ସାମ୍ପ୍ରତିକ ପ୍ରଚଳିତ ଅଧିକାଂଶ ପ୍ରମାଣୀକରଣ ବ୍ୟବସ୍ଥାକୁ ‘ଲୋକାଲ’ ବା ସ୍ଥାନୀୟ ବ୍ୟବସ୍ଥା (ଯାହା କେବଳ କିଛି ସୀମିତ ସେବା, ସ୍ଥିତି ଓ ସଂସ୍ଥାରେ ବୈଧ ଥାଏ) ଏବଂ ‘ରିଭୋକେବଲ’ ବା ପରିବର୍ତ୍ତନୀୟ (ଯେଉଁଠି ସମାପ୍ତି କାରଣରୁ, ତ୍ରୃଟି ବିଚ୍ୟୁତି କାରଣରୁ କିମ୍ୱା ଅନ୍ୟ କୌଣସି ବୈଧ କାରଣରୁ ପୂର୍ବରୁ ଥିବା ଏକ ପରିଚୟ କାରକକୁ ବଦଳାଯାଇ ପୁନର୍ବାର ଜାରି କରାଯାଇପାରେ) ବୋଲି କୁହାଯାଇପାରେ । କିନ୍ତୁ, ଅନ୍ୟପକ୍ଷରେ ଆଧାର ପ୍ରମାଣୀକରଣ ପ୍ରଣାଳୀକୁ ‘ଗ୍ଲୋବଲ’ (ସମଗ୍ର AUA ଓ ସେବାରେ ଏହାର ପ୍ରଯୁଜ୍ୟତା କାରଣରୁ) ଏବଂ ‘ନନ୍-ରିଭୋକେବଲ’ (କାରଣ, ଆଧାର ପରିଚୟ କାରକ, ଯେପରି ଟିପଚିହ୍ନ ଓ ଆଇରିସ ସ୍କାନ୍ସକୁ ଅପସାରଣ କରାଯାଇ ପାରିବନାହିଁ କି ବଦଳାଯାଇ ପାରିବନାହିଁ) ବୋଲି କୁହାଯାଇପାରେ ।

ସଂଘବଦ୍ଧ ପ୍ରମାଣୀକରଣ ମଡେଲରେ, ଗ୍ଲୋବାଲ-ଇରେଭୋକେବଲ୍ ଆଧାର ପ୍ରମାଣୀକରଣ, AUAର ସ୍ଥାନୀୟ-ପରିବର୍ତ୍ତନୀୟ ପ୍ରମାଣୀକରଣ ବ୍ୟବସ୍ଥା ସହିତ ସହ-ବିଦ୍ୟମାନ ଥାଏ ଓ ତାହାକୁ ଶକ୍ରିଶାଳୀ କରିଥାଏ । ଏହିପରି ସଂଘବଦ୍ଧ କାର୍ଯ୍ୟର ପରିଣାମସ୍ୱରୂପ, ଏପରି ଏକ ପ୍ରମାଣୀକରଣ ପ୍ରଣାଳୀ ହୋଇପାରେ, ଯାହା କେବଳ ଗ୍ଲୋବଲ୍-ଇରେଭୋକେବଲ୍ ମଡେଲ୍ କିମ୍ୱା କେବଳ ଲୋକଲ୍-ରିଭୋକେବଲ୍ ମଡେଲ୍ ପର୍ଯ୍ୟବେଶିତଠାରୁ ଅଧିକ ଶକ୍ତିଶାଳୀ ଓ ବିଶ୍ୱସ୍ତ ହେବ ।

ସଂଘବଦ୍ଧ ମଡେଲରେ, AUAର ନିଜସ୍ୱ ପ୍ରମାଣୀକରଣର ବିଦ୍ୟମାନତା କିମ୍ୱା ବ୍ୟବହାର ବାଧ୍ୟତାମୂଳକ ନଥିବାବେଳେ (ଯଦି ଗୋଟିଏ AUA/Sub-AUA ଏହିପରି ଚାହାଁନ୍ତି, ତେବେ ସେମାନେ ନିଜେ କେବଳ ଆଧାର ପ୍ରମାଣୀକରଣକୁ ବ୍ୟବହାର କରିପାରିବେ) AUA/Sub-AUAମାନଙ୍କୁ, ଆଧାର ପ୍ରମାଣୀକରଣ ସହିତ ସେମାନଙ୍କର ନିଜସ୍ୱ ବିଦ୍ୟମାନ ପ୍ରମାଣୀକରଣ ପ୍ରଣାଳୀକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ, ଏଥିରୁ ସାମଗ୍ରିକ ପ୍ରମାଣୀକରଣ ପ୍ରଣାଳୀ ଅଧିକ ଶକ୍ତିଶାଳୀ ଓ ଅଧିକ ବିଶ୍ୱସନୀୟ ହୋଇପାରିବ ।

ନେଟୱର୍କ ବ୍ୟତିକ୍ରମ ସମ୍ଭାଳିବା ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଆଧାର ପ୍ରମାଣୀକରଣ କାର୍ଯ୍ୟ ମଡେଲ୍ ଉପରେ ଥିବା "ବଫର୍ ଅଥେଣ୍ଟିକେଶନ୍" ବିଭାଗକୁ ଦେଖନ୍ତୁ । ବାୟୋମେଟ୍ରିକ୍ ବ୍ୟତିକ୍ରମ ସମ୍ଭାଳିବା ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଆଧାର ପ୍ରମାଣୀକରଣ ଢାଞ୍ଚା ଉପରେ ଥିବା "ବାୟୋମେଟ୍ରିକ୍ ଏକ୍ସେପ୍ସନ୍ ହ୍ୟାଣ୍ଡଲିଙ୍ଗ୍" ବିଭାଗକୁ ଦେଖନ୍ତୁ ।

ଆଧାର ପ୍ରମାଣୀକରଣ ବ୍ୟବସ୍ଥା

ନିମ୍ନ ଡାୟଗ୍ରାମ୍, UIDAIର ବିଭିନ୍ନ ଆଧାର ପ୍ରମାଣୀକରଣ ବ୍ୟବସ୍ଥାକୁ ବର୍ଣ୍ଣନା କରେ:

ଟାଇପ୍ 1 ପ୍ରମାଣୀକରଣ: ଏହି ବ୍ୟବସ୍ଥା ମାଧ୍ୟମରେ, ସେବା ପ୍ରଦାନକାରୀ ସଂସ୍ଥାମାନେ, ଜଣେ ଆଧାର ସଂଖ୍ୟାଧାରକଙ୍କ ପରିଚୟ ‍ସ୍ଥାପନା ପାଇଁ, ତାଙ୍କର ଆଧାର ସଂଖ୍ୟା ଓ ଜନସାଂଖିକୀୟ ବିବାରଣୀ (ନାମ, ଲିଙ୍ଗ, ଜନ୍ମ ତାରିଖ ଆଦି) ମେଲ କରାଇବା ପାଇଁ ବ୍ୟବହାର କରିପାରିବେ ।

ଟାଇପ୍ 2 ପ୍ରମାଣୀକରଣ: ଏହି ବ୍ୟବସ୍ଥାରେ, ସେବା ପ୍ରଦାନକାରୀମାନେ, UIDAIରେ ପଞ୍ଜିକୃତ ଓ CIDRରେ ଉପଲବ୍ଧ ଆଧାର ସଂଖ୍ୟାଧାରକଙ୍କ ମୋବାଇଲ୍ ନମ୍ୱର୍ ଓ/ବା ଇମେଲ୍ ଠିକଣାକୁ ପଠାଯାଇଥିବା ୱନ୍ ଟାଇମ୍ ପାସୱର୍ଡ (OTP) ମାଧ୍ୟମରେ ପ୍ରମାଣୀକରଣ କରିପାରିବେ ।

ଟାଇପ୍ 3 ପ୍ରମାଣୀକରଣ: ଏହି ବ୍ୟବସ୍ଥା ଜରିଆରେ, ସେବା ପ୍ରଦାନକାରୀ ସଂସ୍ଥାମାନେ, ଆଧାର ସଂଖ୍ୟାଧାରକଙ୍କୁ ଯେକୌଣସି ଗୋଟିଏ ବାୟୋମେଟ୍ରିକ ସାଧନ, ଯେପରି ଅବା ଟିପଚିହ୍ନ କିମ୍ୱା ଆଇରିସ ମାଧ୍ୟମରେ ପ୍ରମାଣୀକରଣ କରିପାରିବେ ।

ଟାଇପ୍ 4 ପ୍ରମାଣୀକରଣ: ଏହି ବ୍ୟବସ୍ଥାରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବ୍ୟବସ୍ଥା ରହିଛି । ପ୍ରଥମେ OTP ଓ ପରେ ବାୟୋମେଟ୍ରିକ (ଆଇରିସ କିମ୍ୱା ଟିପଚିହ୍ନ) ସଂକେତ ବ୍ୟବହାର କରି ବାସିନ୍ଦାଙ୍କ ଚିହ୍ନଟ କରାଯାଇପାରିବ ।

ଟାଇପ୍ 5 ପ୍ରମାଣୀକରଣ: ଏହି ବ୍ୟବସ୍ଥାରେ ସେବା ଯୋଗାଣକାରୀ ସଂସ୍ଥା ବାସିନ୍ଦାଙ୍କୁ ପ୍ରମାଣୀକରଣ କରିବା ପାଇଁ ଏକାସଙ୍ଗରେ OTP ଓ ବାୟୋମେଟ୍ରିକ (ଆଇରିସ କିମ୍ୱା ଟିପଚିହ୍ନ) ବ୍ୟବହାର କରିପାରିବେ ।

ପ୍ରମାଣୀକରଣର ସମସ୍ତ ବ୍ୟବସ୍ଥାରେ ଆଧାର ସଂଖ୍ୟାକୁ ଦାଖଲ କରିବାକୁ ହେବ, ଯେପରି ଏହି ବ୍ୟବସ୍ଥା ୧:୧ ମେଳକୁ ହ୍ରାସ ହୋଇଯିବ । ଆଧାର ସଂଖ୍ୟା ନିଜେ ଏକ ପ୍ରମାଣୀକରଣ କାରକ ନୁହେଁ । ଟାଇପ-୧ ପ୍ରମାଣୀକରଣକୁ, ଅନ୍ୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥା ସହିତ ମଧ୍ୟ ଯୋଡାଯାଇପାରିବ ।

ସେବା ଯୋଗାଣକାରୀ ସଂସ୍ଥାମାନେ, ନିଜ ନିଜର ବ୍ୟବସାୟ ଆବଶ୍ୟକତା ଅନୁସାରେ, ଉପଯୁକ୍ତ ପ୍ରମାଣୀକରଣ ବ୍ୟବସ୍ଥା ଚୟନ କରିବା ଉଚିତ । ପ୍ରମାଣୀକରଣ ବ୍ୟବସ୍ଥା ଚୟନ କରିବାବେଳେ, ସେବା ଯୋଗାଣକାରୀମାନେ ବାସିନ୍ଦାଙ୍କ ସୁବିଧା ଓ ସେବା ପ୍ରଦାନ ବିପଦ ମଧ୍ୟରେ ସନ୍ତୁଳନ ରଖିବା ଦରକାର ।

ଆଧାର -"UIDAI, ଭାରତ ସରକାର"

Last Modified : 7/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate