ଆଧାର ଜେନେରେଶନ୍ ରେ, ଉତ୍କର୍ଷତା ଯାଞ୍ଚ, ପ୍ୟାକେଟ୍ ମାନ୍ୟତା, ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ପୁନଃ-ପ୍ରତିଲିପିକରଣ ଆଦି ଅନ୍ତର୍ଭୁକ୍ତ ଅଛି ।
ଆଧାର ସଫଳତାର ସହ ଉତ୍ପାଦିତ ହୁଏ, କେବଳ ଯଦି::
ଯଦି ଉପରୋକ୍ତ ପରିସ୍ଥିତି ମଧ୍ୟରୁ କୌଣସି ଗୋଟିଏ ପୂରଣ ହୋଇ ନଥାଏ, ତେବେ ନାଗରିକଙ୍କର ଆଧାର ଉତ୍ପାଦନ ସ୍ଥଗିତ ରଖାଯାଏ ଏବଂ ଆଧାର ଉତ୍ପାଦନ/ପ୍ରତ୍ୟାଖ୍ୟାନ ପାଇଁ ଅଧିକ ସମୟ ଲାଗିପାରେ ।
କୌଣସି ପ୍ରକ୍ରିୟା ନିର୍ଭୁଲ୍ କରିବା ପାଇଁ, ପ୍ରତିକାରମୂଳକ ପଦକ୍ଷେପ ଭାବରେ ତାଲିମପ୍ରାପ୍ତ ଅପରେଟରମାନଙ୍କ ଦ୍ୱାରା ୧୦୦% ଗୁଣାତ୍ମକ ମାନ ଯାଞ୍ଚ କରାଯାଏ ।
ଉପରୋକ୍ତ ଅବସ୍ଥା ଯଦି ସନ୍ତୁଷ୍ଟ ନହୁଏ, ତେବେ ଆଧାର ସଂଖ୍ୟା ଜାରି ହେବନାହିଁ ଏବଂ ପଞ୍ଜୀକରଣ ପ୍ରତ୍ୟାଖ୍ୟାନ ହେବ । ଆଧାର ଉତ୍ପାଦନର ପ୍ରକ୍ରିୟା ନିମ୍ନରେ ବୁଝାଇ ଦିଆଯାଇଛି ।
ପ୍ରତ୍ୟେକ ବାସିନ୍ଦାଙ୍କର ପଞ୍ଜୀକରଣ ଏକ ସଫ୍ଟୱେର୍ ପ୍ୟାକେଟ୍ ରୂପରେ ରୁହେ, ଯାହା କ୍ଲାଏଣ୍ଟରେ ହିଁ ପଞ୍ଜୀକରଣର ସମାପ୍ତି ପରେ ଏନକ୍ରିପ୍ଟ ହୁଏ ଏବଂ UIDAI ଦ୍ୱାରା ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ ପ୍ରଦାନ କରାଯାଇଥିବା ଅପଲୋଡ୍ କ୍ଲାଏଣ୍ଟ ବ୍ୟବହାର କରି କେନ୍ଦ୍ରୀୟ ପରିଚୟ କୋଷ (CIDR)ରେ ଅପଲୋଡ୍ କରାଯାଏ । କ୍ଲାଏଣ୍ଟ ସଫ୍ଟୱେର୍ ରେ ଅପଲୋଡ୍ କରାଯାଇଥିବା ପ୍ୟାକେଟ୍ ରେକର୍ଡ, ସର୍ଭର୍ ରେ ଡୁପ୍ଲିକେଟ୍ ପ୍ୟାକେଟ୍ ଅପଲୋଡ୍ ହେବାରୁ ପ୍ରତିରୋଧ କରିବା ପାଇଁ ମେଣ୍ଟେନ୍ କରାଯାଏ, ଯେଉଁଥ୍ରୁ ପ୍ୟାକେଟ୍ ପ୍ରତ୍ୟାଖ୍ୟାନ ସମେତ ପ୍ରୋସେସିଙ୍ଗ୍ ସମୟ ବଞ୍ଚେ । ସର୍ଭରକୁ ସମସ୍ତ ଡାଟା ସୁରକ୍ଷିତ ଫାଇଲ୍ ଟ୍ରାନସଫର୍ ପ୍ରୋଟୋକଲ୍ ବ୍ୟବହାର କରି ପଠାଯାଏ ଏବଂ ତେଣୁ, କୌଣସି ସଂସ୍ଥାକୁ ଡାଟା ଲିକ୍ ହୋଇ ଯିବାର ସମ୍ଭାବନା ନଥାଏ । ବାସିନ୍ଦାଙ୍କଠାରୁ ଗ୍ରହଣ କରାଯାଇଥିବା ଦସ୍ତାବିଜଗୁଡ଼ିକୁ ମଧ୍ୟ ସ୍କାନ୍ କରାଯାଏ ଏବଂ ପଞ୍ଜୀକରଣ ପ୍ୟାକେଟ୍ ର ଅଂଶ ହୁଏ, ଯାହାକୁ CIDRରେ ଅପଲୋଡ୍ କରାଯାଏ ।
CIDR ସାଧାରଣ ଯାଞ୍ଚ: ପ୍ରତ୍ୟେକ ପଞ୍ଜୀକରଣ ପ୍ୟାକେଟ୍ ତନ୍ନତନ୍ନ କରି ବୈଧତା, ପ୍ୟାକେଟ୍ ମେଟା ଡାଟା,ଆଦି ପାଇଁ ଯାଞ୍ଚ କରାଯାଏ- ପ୍ରୋସେସିଂ ପାଇଁ CIDR ର ଉତ୍ପାଦନ କ୍ଷେତ୍ରକୁ ପଠାଯିବା ପୂର୍ବରୁ ସ୍ୱୟଂଚାଳିତ ପ୍ରକ୍ରିୟା ବ୍ୟବହାର କରି ଚେକସମ୍, ପ୍ୟାକେଟ୍ ଦସ୍ତଖତ, ଏବଂ ଆଣ୍ଟିଭାଇରସ୍ ସଫ୍ଟୱେର ଇତ୍ୟାଦି ସହ ଯାଞ୍ଚ କରାଯାଏ ।
ଡାଟା ଆର୍କାଇଭାଲ୍:CIDRରେ, ପ୍ୟାକେଟ୍ ରେ ଥିବା ବିଷୟବସ୍ତୁ ପଢ଼ାଯାଏ ଏବଂ ଡାଟା, ସୁରକ୍ଷିତ ଭାବରେ ରହିଛି ବୋଲି ସୁନିଶ୍ଚିତ କରିବା ପାଇଁ ଆର୍କାଇଭିଙ୍ଗ୍ ପୂର୍ବରୁ ଏକ ସାରଣୀରେ ଷ୍ଟୋର୍ କରାଯାଏ । ଆର୍କାଇଭ୍ କରିବା ବ୍ୟବସ୍ଥାର ନିମ୍ନୋକ୍ତ ଆବଶ୍ୟକତାଗୁଡ଼ିକ ଥାଏ:
ସାଧାରଣ ଯାଞ୍ଚ ଅତିକ୍ରମ ହେବା ପରେ, ପଞ୍ଜୀକରଣ ପ୍ୟାକେଟକୁ ମୁଖ୍ୟ ପ୍ରକ୍ରିୟାକରଣ ପାଇପଲାଇନକୁ ପଠାଯାଏ । ଏକ ଉଚ୍ଚସ୍ତରରେ, ଏଥିରେ ନିମ୍ନ ସ୍ତରଗୁଡ଼ିକ ରହିଛି:
ସ୍ୱୟଂଚାଳିତ ତଥ୍ୟ ବୈଧକରଣ :ଜନସାଂଖିକୀୟ ଡାଟା ପାଇଁ CIDRରେ ନିମ୍ନଲିକିତ ମାନ୍ୟତା ଯାଞ୍ଚ କରାଯାଏ:
ଜନସାଂଖିକୀୟ ତଥ୍ୟ ପୁନଃପ୍ରତିଲିପିକରଣ:ଜନସାଂଖିକୀୟ ତଥ୍ୟ ପୁନଃପ୍ରତିଲିପିକରଣ ପ୍ରାଥମିକତାସ୍ୱରୂପ ନଗଣ୍ୟ ନକଲ (କୌଣସି ପ୍ରତାରଣା ନଥିବା ପରିସ୍ଥିତି ଯେଉଁଠାରେ ସମସ୍ତ ଜନସାଂଖିକୀୟ ତଥ୍ୟ ସମାନ ଥାଏ) ଧରିବା ପାଇଁ ବ୍ୟବହାର କରାଯାଏ ଯେଉଁଗୁଡ଼ିକ ଅସାବଧାନତାର ସହ ସିଷ୍ଟମରେ ଦାଖଲ କରାଯାଇଥାଏ, ଉଦାହରଣସ୍ୱରୂପ, ଯେତେବେଳେ ଜଣେ ନାଗରିକ ଅଳ୍ପ ଦିନ ମଧ୍ୟରେ ଆଧାର ନମ୍ବର ପାଇ ନାହାଁନ୍ତି ଏବଂ ପୁଣିଥରେ ଏକ ପଞ୍ଜୀକରଣ କେନ୍ଦ୍ରରେ ପୁନଃପଞ୍ଜୀକରଣ କରିବା ପାଇଁ ନିଷ୍ପତ୍ତି ନିଅନ୍ତି । ୫ ବର୍ଷରୁ କମ୍ ପିଲାମାନଙ୍କର ମଧ୍ୟ ବାୟୋମେଟ୍ରିକ୍ସ ଡାଟା ସଂଗ୍ରହ କରାଯାଏ ନାହିଁ, UIDAI ନିୟମ ଅନୁସାରେ । ଜନସାଂଖିକୀୟ ପୁନଃ-ପ୍ରତିଲିପିକରଣର ଲକ୍ଷ୍ୟ ହେଉଛି, ଏହିସବୁ ମାମଲାକୁ ଅଲଗା କରିଦେବା, ଯେଉଁଥିରୁ ବାୟୋମେଟ୍ରିକ୍ ପୁନଃ-ପ୍ରତିଲିପିକରଣ ପାଇଁ ଯାଉଥିବା ଡୁପ୍ଲିକେଟ୍ ର ସଂଖ୍ୟା ହ୍ରାସ କରିବା ।
ମାନୁଆଲ୍ କ୍ୱାଲିଟି ଚେକ୍ ବା ହସ୍ତକୃତ ଗୁଣବତ୍ତା ଯାଞ୍ଚ:ପଞ୍ଜୀକରଣ ପ୍ୟାକେଟଗୁଡ଼ିକ ମ୍ୟାନ୍ୟୁଆଲ୍ କ୍ୱାଲିଟି ଚେକ୍ ପାଇଁ ପଠାଯାଏ, ଯେଉଁଠାରେ ବହୁସଂଖ୍ୟକ କ୍ୱାଲିଟି ଚେକ୍ ଅପରେଟର୍ ଡେମୋଗ୍ରାଫିକ୍ ଏବଂ ଫୋଟୋର ଗୁଣବତ୍ତା ସମ୍ପର୍କିତ ସମସ୍ୟା ପାଇଁ ଡାଟା ଯାଞ୍ଚ କରିଥାନ୍ତି । ନାଗରିକଙ୍କର ପ୍ରତିଛବି ବିପକ୍ଷରେ ସାଧାରଣ ଯାଞ୍ଚ ଏହାର ଅନ୍ତର୍ଭୁକ୍ତ – ବ୍ୟକ୍ତିଙ୍କର ଛବି ଅଛି ନା ନାହିଁ, ଲିଙ୍ଗ ଏବଂ ବୟସରେ ମୋଟାମୋଟିଭାବରେ କୌଣସି ତ୍ରୁଟି ଏବଂ ଆକ୍ଷରିକ ତଥ୍ୟରେ କୌଣସି ତ୍ରୁଟି (ଆକ୍ଷରିକ ଅନୁବାଦଜନିତ ତ୍ରୁଟି) ।
ବାୟୋମେଟ୍ରିକ୍ ପୁନଃପ୍ରତିଲିପିକରଣ: ପ୍ୟାକେଟ୍ ସମସ୍ତ ବୈଧକରଣ ପ୍ରକ୍ରିୟା ଏବଂ ଜନସାଂଖିକୀୟ ଯାଞ୍ଚ ସଫଳତାର ସହ ଅତିକ୍ରମ କଲାପରେ ଏହାକୁ ବାୟୋମେଟ୍ରିକ୍ ପୁନଃପ୍ରତିଲିପିକରଣ ପାଇଁ ବାୟୋମେଟ୍ରିକ୍ ସବସିଷ୍ଟମକୁ ପଠାଯାଏ । ଉଚ୍ଚ ସ୍ତରର ସଠିକତା ଏବଂ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ 3 ଜଣ ଭିନ୍ନ ଭିନ୍ନ ଭେଣ୍ଡରଙ୍କଠାରୁ ଅଟୋମେଟେଡ୍ ବାୟୋମେଟ୍ରିକ୍ ଆଇଡେଣ୍ଟିଫିକେଶନ୍ ସିଷ୍ଟମ୍ (ABIS)ବ୍ୟବହାର କରାଯାଏ । ଭେଣ୍ଡରମାନେ ସେମାନଙ୍କ ସିଷ୍ଟମର ପ୍ରଦର୍ଶନ ଉନ୍ନତ କରିବା ଜାରି ରଖିବା ପାଇଁ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଏ । ବାସିନ୍ଦାଙ୍କର ପରିଚୟକୁ ପ୍ରଘଟ ନକରି, CIDRରେ ଜେନେରେଟ୍ ହୋଇଥିବା ଏକ ସନ୍ଦର୍ଭ ସଂଖ୍ୟା ସହିତ ବାସିନ୍ଦାଙ୍କର ଅନାମିକୃତ ବାୟୋମେଟ୍ରିକ୍ସ, ଏହି ଭେଣ୍ଡର୍ ମାନଙ୍କୁ ପ୍ରଦାନ କରାଯାଏ । ABIS ସିଷ୍ଟମ୍, ବାସିନ୍ଦାଙ୍କର ବାୟୋମେଟ୍ରିକ୍ସକୁ, ସେମାନଙ୍କର ଗ୍ୟାଲେରୀରେ ଥିବା ସମସ୍ତ ବାୟୋମେଟ୍ରିକ୍ସ ସହିତ ତୁଳନା କରେ, କିଛି ଡୁପ୍ଲିକେଟ୍ ଅଛି କି ନାହିଁ, ତାହା ଦେଖିବା ପାଇଁ ।
ମାନୁଆଲ୍ ଆଡଜ୍ୟୁଡିକେସନ୍(ମୀମାଂସା):ABIS ସିଷ୍ଟମ ଦ୍ୱାରା ଚିହ୍ନଟ କରାଯାଇଥିବା ସମସ୍ତ ନକଲଗୁଡ଼ିକ ଆଡଜ୍ୟୁଡିକେସନ୍ ମଡ୍ୟୁଲକୁ ପଠାଯାଏ । ABIS ସିଷ୍ଟମର ସମ୍ଭାବ୍ୟ ସାମୟିକ ତ୍ରୁଟି ଯୋଗୁଁ କୌଣସି ବାସିନ୍ଦା ପ୍ରତ୍ୟାଖ୍ୟାନ ହୋଇନଥିବା ସୁନିଶ୍ଚିତ କରିବା ଏହି ମଡ୍ୟୁଲର ଉଦ୍ଦେଶ୍ୟ ।
ବାସିନ୍ଦାଙ୍କର ସ୍ୱତନ୍ତ୍ରତା ନିର୍ଣ୍ଣୟ କରିବା ପାଇଁ ଆଧାର ନମ୍ବର ଦିଆଯାଏ । ବାସିନ୍ଦାଙ୍କର ଜନସାଂଖିକୀୟ ତଥ୍ୟ ଏଥିରେ ଥାଏ ଏବଂ ତେଣୁ, ଏହାକୁ ପରିଚୟ ଏବଂ ଠିକଣା ପ୍ରମାଣଭାବରେ ବ୍ୟବହାର କରାଯାଇପାରିବ । ଏହି ସୂଚନା ସତ୍ୟତା ପ୍ରତିପାଦନ ବ୍ୟବସ୍ଥାକୁ ମଧ୍ୟ ପଠାଯାଏ ଯାହାଦ୍ୱାରା ବାସିନ୍ଦାଙ୍କର ସତ୍ୟତା ସଫଳତାର ସହ ପ୍ରତିପାଦନ କରାଯାଇପାରିବ ।
ଆଧାର ଜେନେରେଶନ୍ ପରେ, ଡାଟାକୁ ପ୍ରିଣ୍ଟ ପାର୍ଟନର୍ ଙ୍କୁ ଦିଆଯାଏ । ଚିଠି ପ୍ରିଣ୍ଟ କରିବା ପାଇଁ (ଟ୍ରାକିଙ୍ଗ୍ ସୂଚନା ସହିତ) ଓ ଲଜିଷ୍ଟିକ୍ ପାର୍ଟନର୍ ଙ୍କୁ ବିତରଣ ପାଇଁ ପ୍ରଦାନ କରିବା ନିମନ୍ତେ ପ୍ରିଣ୍ଟ ପାର୍ଟନର୍ ଦାୟୀ ଅଟନ୍ତି । ଲଜିଷ୍ଟିକ୍ ପାର୍ଟନର୍ (ଭାରତୀୟ ଡାକ ବିଭାଗ) ତା’ପରେ, ବାସିନ୍ଦାଙ୍କୁ ଚିଠି ବିତରଣ ପାଇଁ ଦାୟୀ ଅଟେ ।
ଆଧାର - "UIDAI, ଭାରତ ସରକାର"