অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆର୍ଥିକ କାରବାର ନିମନ୍ତେ ଆଧାର ପ୍ରମାଣୀକରଣ

ଆଧାରର ପ୍ରମାଣୀକରଣର ବିଶେଷତ୍ୱ

ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ଅନେକଗୁଡ଼ିଏ ସମସ୍ୟା ମଧ୍ୟରୁ ନିଜର ପରିଚୟ ପ୍ରତିଷ୍ଠା କରିବାର ସମସ୍ୟା ସେମାନେ ବାରମ୍ବାର ସମ୍ମୁଖୀନ ହୋଇଥାନ୍ତି । ସମସ୍ୟା ଅଧିକ ଜଟିଳ ହୋଇପଡ଼ିଛି କାରଣ ଦେଶରେ ନକଲି ପ୍ରମାଣପତ୍ରର ବ୍ୟବହାର ଏବଂ ବିତରଣ ହେଉଛି, ଯାହା ସେବା ପ୍ରଦାନକାରୀ ଏବଂ ବାସିନ୍ଦାଙ୍କ ମଧ୍ୟରେ ଅବିଶ୍ୱସନୀୟତା ସୃଷ୍ଟି କରୁଛି । ତେବେ, ଆଧାରର ପ୍ରମାଣୀକରଣର ବିଶେଷତ୍ୱ ଆଧାରଧାରୀଙ୍କୁ ନିଜର ପରିଚୟ ପ୍ରମାଣ କରିବା ପାଇଁ ଯେକୌଣସି ସମୟରେ ଦେଶର ଯେକୌଣସି ସ୍ଥାନରେ ଜଣେ ସେବା ପ୍ରଦାନକାରୀଙ୍କ ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ସମର୍ଥ କରାଏ ।

UIDAI ପ୍ରମାଣୀକରଣ କାହିଁକି କରାଯାଉଥିଲା ଏହା ପ୍ରତି ନାସ୍ତିବାଦୀ ହୋଇଥିବାରୁ, ଏହାକୁ ସୁବିଧାରେ କରିବା ପାଇଁ, ତଥ୍ୟର ଗୋପନୀୟତା ଏବଂ ପ୍ରମାଣୀକରଣ ର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ UIDAI ବିଶ୍ୱସ୍ତରୀୟ କାର୍ଯ୍ୟଧାରା ଉପରେ ଆଧାରିତ ଏକ ପରସ୍ପର ସହ ସଂଶ୍ଲିଷ୍ଟ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିଛି।

ବିଭିନ୍ନ ପ୍ରକାର ମାଧ୍ୟମରେ (ବାୟୋମେଟ୍ରିକ୍-ଆଙ୍ଗୁଠିଚିହ୍ନ ଏବଂ ଆଇରିସ୍, ଜନସାଂଖିକୀୟ ଏବଂ ପଞ୍ଜୀକୃତ ମୋବାଇଲ୍ ଫୋନ୍ କିମ୍ବା ଇମେଲ୍ IDକୁ ୱନ୍ ଟାଇମ୍ ପାସୱର୍ଡ ) UIDAI ଜଣେ ବ୍ୟକ୍ତିଙ୍କର ପରିଚୟର ଅନ୍-ଲାଇନ୍ ଯାଞ୍ଚ (ପ୍ରମାଣୀକରଣ ) ପାଇଁ ସୁବିଧା ଯୋଗାଇଦେଇଛି । ଆର୍ଥିକ କ୍ଷେତ୍ର ଦୃଷ୍ଟିରୁ ବିଭିନ୍ନ ଅଂଶୀଦାରଙ୍କ ପାଇଁ UIDAI

ପ୍ରମାଣୀକରଣର କେତେକ ପ୍ରମୁଖ ସୁବିଧା

ପ୍ରମାଣୀକରଣର କେତେକ ପ୍ରମୁଖ ସୁବିଧା ନିମ୍ନରେ ତାଲିକା କରାଯାଇଛି:

ବାସିନ୍ଦା

  • ଆର୍ଥିକ କାରବାର କରିବା ପାଇଁ ସୁବିଧାଜନକ ଆକ୍ସେସ୍ ।
  • ମାଇକ୍ରୋATM ଆଧାରିତ AEPS ସକ୍ରିୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ବୃଦ୍ଧି ସୁନିଶ୍ଚିତ କରିବ ଏବଂ ଏହାଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିରେ ସହାୟତା ହେବ ।
  • ଗ୍ରାମାଞ୍ଚଳରେ ମାଇକ୍ରୋATM ଗୁଡ଼ିକର ଉପଲବ୍ଧତା ଯୋଗୁଁ ବାସିନ୍ଦାମାନେ ବ୍ୟାଙ୍କ ଶାଖାକୁ ଯିବା ଆସିବା କମ୍ ହେବ ଏବଂ ଏହାଦ୍ୱାରା ସେମାନଙ୍କ ଯାତ୍ରା ଖର୍ଚ୍ଚ ଏବଂ ସୁଯୋଗ ଖର୍ଚ୍ଚ କମ୍ ହେବ ।
  • ମାଇକ୍ରୋATMଗୁଡ଼ିକ କେବଳ ଗାଁରୁ ନୁହେଁ, ବରଂ ବାହାର ସ୍ଥାନରୁ ମଧ୍ୟ ବାସିନ୍ଦାଙ୍କୁ ଆକ୍ସେସ୍ ଯୋଗାଇଦେଉଛି ।
  • ସରକାରୀ ଦେୟ ପାଇଁ ସମୟରେ ଆଖିଦୃଶିଆ ଭାବରେ ବିଳମ୍ବ ହ୍ରାସର ସମ୍ଭାବନା ରହିଛି ।
  • ସେମାନଙ୍କ ସାମାଜିକ କଲ୍ୟାଣ ଅନୁଦାନ ଗ୍ରହଣ କରିବାରେ ମଧ୍ୟସ୍ଥଙ୍କର ଅନ୍ତର୍ଭୁକ୍ତି କମ୍ କରେ  ।

ସରକାରୀ ବିଭାଗ

  • ଆଧାର ପ୍ରମାଣୀକରଣ ସୁନିଶ୍ଚିତ କରେ ଯେ, ପାଣ୍ଠି କେବଳ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ହିତାଧିକାରୀଙ୍କ ପାଖରେ ଯେପରି ପହଞ୍ଚିବ ଏବଂ ପ୍ରକାରାନ୍ତରେ ଉତ୍ତମ ଲକ୍ଷ୍ୟଧାର୍ଯ୍ୟ କରିବାରେ ସାହାଯ୍ୟ କରିବ ।
  • ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କଗୁଡ଼ିକ ।
  • କାରବାର ଖର୍ଚ୍ଚ ଏବଂ ବ୍ୟାଙ୍କ ପାଇଁ ଅଣବ୍ୟାଙ୍କ କ୍ଷେତ୍ରଗୁଡ଼ିକୁ ସେବା ସଂପ୍ରସାରଣର ଖର୍ଚ୍ଚ ହ୍ରାସ କରେ ।
  • ମାଇକ୍ରୋATM ଉପକରଣଗୁଡ଼ିକରେ ପୂର୍ଣ୍ଣାଙ୍ଗ ପ୍ରମାଣୀକରଣ ବା ଇଣ୍ଟିଗ୍ରେଟେଡ୍ ଅଥେଣ୍ଟିକେସନ୍ ଅଣବ୍ୟାଙ୍କ କ୍ଷେତ୍ରରେ ପହଞ୍ଚିବାରେ ବ୍ୟାବସାୟିକ ପ୍ରତିନିଧିମାନଙ୍କୁ(BC) ନିର୍ଭର କରିବାକୁ ଦିଏ, ଦୂରଦୂରାନ୍ତର ଅଞ୍ଚଳରେ ଏକ ଭୌତିକ ବ୍ୟାଙ୍କ କିମ୍ବା ATMର ଆବଶ୍ୟକତାକୁ ଦୂର କରେ ।
  • ବୈଦ୍ୟୁତିକ ଦେୟ ପ୍ରଦାନକୁ ଏକ ସଂବେଗ ଯୋଗାଇଦେବ ଏବଂ ଏହା ବ୍ୟାଙ୍କର ନଗଦ ଅର୍ଥ ପରିଚାଳନା ଖର୍ଚ୍ଚ ହ୍ରାସ କରେ ।
  • ବର୍ଦ୍ଧିତ ସଂଖ୍ୟକ ଆଧାର ଲିଙ୍କ ହୋଇଥିବା ମାଇକ୍ରୋପେମେଣ୍ଟ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରସ୍ତାବକୁ ଅଧିକ ଲାଭଦାୟକ କରିବ ।

UIDAI

  • ଆଧାର ଏନାବଲ୍ଡ ପେମେଣ୍ଟ ସିଷ୍ଟମର ବ୍ୟବହାର ସାମାଜିକ ମଙ୍ଗଳ ସେବାଗୁଡ଼ିକ ଉନ୍ନତ କରିବାର ଉଲ୍ଲେଖ ହୋଇଥିବା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।

ଭିତ୍ତିଭୂମି, ବ୍ୟବସ୍ଥାର ଆବଶ୍ୟକତା, ଗୋପନୀୟତା ସର୍ତ୍ତାବଳୀ ଏବଂ ସେବାଗୁଡ଼ିକର ଗୁଣବତ୍ତା ମାନକୀକୃତ କରିବା ପାଇଁ UIDAI ମାଇକ୍ରୋATM ଷ୍ଟାଣ୍ଡାର୍ଡ ପ୍ରକାଶ କରିଛି, ଯାହା ଇଣ୍ଡିଆନ୍ ବ୍ୟାଙ୍କର ଆସୋସିଏସନ୍ (IBA) ଦ୍ୱାରା ଗୃହୀତ ହୋଇଛି । ମାଇକ୍ରୋATMଗୁଡ଼ିକର ସର୍ବାଧୁନିକ ମାନ ଏହି ପୃଷ୍ଠାର ରେଫରେନ୍ସ ଭାଗରେ ମିଳିବ । ମାଇକ୍ରୋATMର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ UIDAI ମାଇକ୍ରୋATM ପାଣ୍ଠି ଯୋଜନା ଆରମ୍ଭ କରିଛି । ରେଫରେନ୍ସ ଭାଗରେ ଯୋଜନାର ବିସ୍ତୃତ ବିବରଣୀ ଉପଲବ୍ଧ ।

ଆଧାର -" UIDAI, ଭାରତ ସରକାର"

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate