ଆଧାରର ପ୍ରମାଣୀକରଣର ବିଶେଷତ୍ୱ ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ଅନେକଗୁଡ଼ିଏ ସମସ୍ୟା ମଧ୍ୟରୁ ନିଜର ପରିଚୟ ପ୍ରତିଷ୍ଠା କରିବାର ସମସ୍ୟା ସେମାନେ ବାରମ୍ବାର ସମ୍ମୁଖୀନ ହୋଇଥାନ୍ତି । ସମସ୍ୟା ଅଧିକ ଜଟିଳ ହୋଇପଡ଼ିଛି କାରଣ ଦେଶରେ ନକଲି ପ୍ରମାଣପତ୍ରର ବ୍ୟବହାର ଏବଂ ବିତରଣ ହେଉଛି, ଯାହା ସେବା ପ୍ରଦାନକାରୀ ଏବଂ ବାସିନ୍ଦାଙ୍କ ମଧ୍ୟରେ ଅବିଶ୍ୱସନୀୟତା ସୃଷ୍ଟି କରୁଛି । ତେବେ, ଆଧାରର ପ୍ରମାଣୀକରଣର ବିଶେଷତ୍ୱ ଆଧାରଧାରୀଙ୍କୁ ନିଜର ପରିଚୟ ପ୍ରମାଣ କରିବା ପାଇଁ ଯେକୌଣସି ସମୟରେ ଦେଶର ଯେକୌଣସି ସ୍ଥାନରେ ଜଣେ ସେବା ପ୍ରଦାନକାରୀଙ୍କ ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ସମର୍ଥ କରାଏ । UIDAI ପ୍ରମାଣୀକରଣ କାହିଁକି କରାଯାଉଥିଲା ଏହା ପ୍ରତି ନାସ୍ତିବାଦୀ ହୋଇଥିବାରୁ, ଏହାକୁ ସୁବିଧାରେ କରିବା ପାଇଁ, ତଥ୍ୟର ଗୋପନୀୟତା ଏବଂ ପ୍ରମାଣୀକରଣ ର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ UIDAI ବିଶ୍ୱସ୍ତରୀୟ କାର୍ଯ୍ୟଧାରା ଉପରେ ଆଧାରିତ ଏକ ପରସ୍ପର ସହ ସଂଶ୍ଲିଷ୍ଟ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିଛି। ବିଭିନ୍ନ ପ୍ରକାର ମାଧ୍ୟମରେ (ବାୟୋମେଟ୍ରିକ୍-ଆଙ୍ଗୁଠିଚିହ୍ନ ଏବଂ ଆଇରିସ୍, ଜନସାଂଖିକୀୟ ଏବଂ ପଞ୍ଜୀକୃତ ମୋବାଇଲ୍ ଫୋନ୍ କିମ୍ବା ଇମେଲ୍ IDକୁ ୱନ୍ ଟାଇମ୍ ପାସୱର୍ଡ ) UIDAI ଜଣେ ବ୍ୟକ୍ତିଙ୍କର ପରିଚୟର ଅନ୍-ଲାଇନ୍ ଯାଞ୍ଚ (ପ୍ରମାଣୀକରଣ ) ପାଇଁ ସୁବିଧା ଯୋଗାଇଦେଇଛି । ଆର୍ଥିକ କ୍ଷେତ୍ର ଦୃଷ୍ଟିରୁ ବିଭିନ୍ନ ଅଂଶୀଦାରଙ୍କ ପାଇଁ UIDAI ପ୍ରମାଣୀକରଣର କେତେକ ପ୍ରମୁଖ ସୁବିଧା ପ୍ରମାଣୀକରଣର କେତେକ ପ୍ରମୁଖ ସୁବିଧା ନିମ୍ନରେ ତାଲିକା କରାଯାଇଛି: ବାସିନ୍ଦା ଆର୍ଥିକ କାରବାର କରିବା ପାଇଁ ସୁବିଧାଜନକ ଆକ୍ସେସ୍ । ମାଇକ୍ରୋATM ଆଧାରିତ AEPS ସକ୍ରିୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ବୃଦ୍ଧି ସୁନିଶ୍ଚିତ କରିବ ଏବଂ ଏହାଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିରେ ସହାୟତା ହେବ । ଗ୍ରାମାଞ୍ଚଳରେ ମାଇକ୍ରୋATM ଗୁଡ଼ିକର ଉପଲବ୍ଧତା ଯୋଗୁଁ ବାସିନ୍ଦାମାନେ ବ୍ୟାଙ୍କ ଶାଖାକୁ ଯିବା ଆସିବା କମ୍ ହେବ ଏବଂ ଏହାଦ୍ୱାରା ସେମାନଙ୍କ ଯାତ୍ରା ଖର୍ଚ୍ଚ ଏବଂ ସୁଯୋଗ ଖର୍ଚ୍ଚ କମ୍ ହେବ । ମାଇକ୍ରୋATMଗୁଡ଼ିକ କେବଳ ଗାଁରୁ ନୁହେଁ, ବରଂ ବାହାର ସ୍ଥାନରୁ ମଧ୍ୟ ବାସିନ୍ଦାଙ୍କୁ ଆକ୍ସେସ୍ ଯୋଗାଇଦେଉଛି । ସରକାରୀ ଦେୟ ପାଇଁ ସମୟରେ ଆଖିଦୃଶିଆ ଭାବରେ ବିଳମ୍ବ ହ୍ରାସର ସମ୍ଭାବନା ରହିଛି । ସେମାନଙ୍କ ସାମାଜିକ କଲ୍ୟାଣ ଅନୁଦାନ ଗ୍ରହଣ କରିବାରେ ମଧ୍ୟସ୍ଥଙ୍କର ଅନ୍ତର୍ଭୁକ୍ତି କମ୍ କରେ । ସରକାରୀ ବିଭାଗ ଆଧାର ପ୍ରମାଣୀକରଣ ସୁନିଶ୍ଚିତ କରେ ଯେ, ପାଣ୍ଠି କେବଳ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ହିତାଧିକାରୀଙ୍କ ପାଖରେ ଯେପରି ପହଞ୍ଚିବ ଏବଂ ପ୍ରକାରାନ୍ତରେ ଉତ୍ତମ ଲକ୍ଷ୍ୟଧାର୍ଯ୍ୟ କରିବାରେ ସାହାଯ୍ୟ କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କଗୁଡ଼ିକ । କାରବାର ଖର୍ଚ୍ଚ ଏବଂ ବ୍ୟାଙ୍କ ପାଇଁ ଅଣବ୍ୟାଙ୍କ କ୍ଷେତ୍ରଗୁଡ଼ିକୁ ସେବା ସଂପ୍ରସାରଣର ଖର୍ଚ୍ଚ ହ୍ରାସ କରେ । ମାଇକ୍ରୋATM ଉପକରଣଗୁଡ଼ିକରେ ପୂର୍ଣ୍ଣାଙ୍ଗ ପ୍ରମାଣୀକରଣ ବା ଇଣ୍ଟିଗ୍ରେଟେଡ୍ ଅଥେଣ୍ଟିକେସନ୍ ଅଣବ୍ୟାଙ୍କ କ୍ଷେତ୍ରରେ ପହଞ୍ଚିବାରେ ବ୍ୟାବସାୟିକ ପ୍ରତିନିଧିମାନଙ୍କୁ(BC) ନିର୍ଭର କରିବାକୁ ଦିଏ, ଦୂରଦୂରାନ୍ତର ଅଞ୍ଚଳରେ ଏକ ଭୌତିକ ବ୍ୟାଙ୍କ କିମ୍ବା ATMର ଆବଶ୍ୟକତାକୁ ଦୂର କରେ । ବୈଦ୍ୟୁତିକ ଦେୟ ପ୍ରଦାନକୁ ଏକ ସଂବେଗ ଯୋଗାଇଦେବ ଏବଂ ଏହା ବ୍ୟାଙ୍କର ନଗଦ ଅର୍ଥ ପରିଚାଳନା ଖର୍ଚ୍ଚ ହ୍ରାସ କରେ । ବର୍ଦ୍ଧିତ ସଂଖ୍ୟକ ଆଧାର ଲିଙ୍କ ହୋଇଥିବା ମାଇକ୍ରୋପେମେଣ୍ଟ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରସ୍ତାବକୁ ଅଧିକ ଲାଭଦାୟକ କରିବ । UIDAI ଆଧାର ଏନାବଲ୍ଡ ପେମେଣ୍ଟ ସିଷ୍ଟମର ବ୍ୟବହାର ସାମାଜିକ ମଙ୍ଗଳ ସେବାଗୁଡ଼ିକ ଉନ୍ନତ କରିବାର ଉଲ୍ଲେଖ ହୋଇଥିବା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ଭିତ୍ତିଭୂମି, ବ୍ୟବସ୍ଥାର ଆବଶ୍ୟକତା, ଗୋପନୀୟତା ସର୍ତ୍ତାବଳୀ ଏବଂ ସେବାଗୁଡ଼ିକର ଗୁଣବତ୍ତା ମାନକୀକୃତ କରିବା ପାଇଁ UIDAI ମାଇକ୍ରୋATM ଷ୍ଟାଣ୍ଡାର୍ଡ ପ୍ରକାଶ କରିଛି, ଯାହା ଇଣ୍ଡିଆନ୍ ବ୍ୟାଙ୍କର ଆସୋସିଏସନ୍ (IBA) ଦ୍ୱାରା ଗୃହୀତ ହୋଇଛି । ମାଇକ୍ରୋATMଗୁଡ଼ିକର ସର୍ବାଧୁନିକ ମାନ ଏହି ପୃଷ୍ଠାର ରେଫରେନ୍ସ ଭାଗରେ ମିଳିବ । ମାଇକ୍ରୋATMର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ UIDAI ମାଇକ୍ରୋATM ପାଣ୍ଠି ଯୋଜନା ଆରମ୍ଭ କରିଛି । ରେଫରେନ୍ସ ଭାଗରେ ଯୋଜନାର ବିସ୍ତୃତ ବିବରଣୀ ଉପଲବ୍ଧ । ଆଧାର -" UIDAI, ଭାରତ ସରକାର"