ଉପକ୍ରମ ୭୩ ତମ ସମ୍ବିଧାନ ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଆଇନ ଦ୍ଵାରା ତୃଣମଳ ଗଣତନ୍ତ୍ର କୁ ଅଧିକ ମାନ୍ୟତା ମିଳିବାସହ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ସ୍ଵାଧୀନତା ପରବର୍ତୀ ପରଜ୍ୟାୟରୁ ପଞ୍ଚାୟତିରାଜ ବ୍ୟବସ୍ଥାର ଉତଥାନପତନର ଯେଉଁ ସମସ୍ଯା ଲାଗି ରହିଥିଲା, ସେଥିରେ ଏକ ଗୁଣାତ୍ମକ ପୂର୍ଣଚ୍ଛେଦ ପଡିଲା ବୋଲି ପଞ୍ଚାୟତ ବିଶେଷଜ୍ଞ ମାନେ ମତ ଦେଲେ । ଭାରତ ବର୍ଷରେ ଥିବା ବିଭିନ୍ନ ରାଜ୍ୟ ନିଜ ନିଜ ଢଙ୍ଗରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି ଆସୁଥିଲେ । ଅନେକ ରାଜ୍ୟରେ ବର୍ଷ ବର୍ଷ ଧରି ପଞ୍ଚାୟତ ନିର୍ବାଚନ ମଧ୍ୟ ହେଉ ନ ଥିଲା । ୧୯୪୮ରୁ ୧୯୯୨ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଉତଥାନ ପତନ ଦେଇ ଚାଲି ଆସୁଥିଲା । ୭୩ତମ ସମ୍ବିଧାନ ସନ୍ନଶୋଧନ ଫଳରେ ଏହାର ପୂର୍ଣଚ୍ଛେଦ ପଡିଲା । ୧୯୯୧ ମସିହାରେ ଲୋକସଭା ଓ ରାଜ୍ୟସଭାରେ ଆଗତ ହୋଇଥିବା ୭୨ତମ ଓ ୭୩ତମ ବିଲ ୧୯୯୨ ମସିହା ଡିସେମ୍ବର ୨୨ ତାରିଖରେ ଲୋକସଭାରେ ଓ ୨୩ ତାରିଖରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଥିଲା । ୧୯୯୩ ମସିହା ଏପ୍ରିଲ ୨୪ ତାରିଖ ଦିନ ଉକ୍ତ ଆଇନ ରସ୍ତ୍ରପତିଙ୍କ ଅନୁମୋଦନ ଲାଭକରି ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରାଗଲା । ୭୩ତମ ସମ୍ବିଧାନ ୭୩ତମ ସମ୍ବିଧାନ ସଂଶୋଧନ ଅନୁଯାଇ ଆମ ରାଜ୍ୟରେ ପ୍ରଥମ ନିର୍ବାଚନ ୧୯୯୭ ମସିହା ଜାନୁୟାରୀ ମାସରେ ଅନୁଷ୍ଠିତ ହୋଇଥିଲା ଉକ୍ତ ନିର୍ବାଚନ ର ୫ ବର୍ଷ ଅବଧି ପରେ ଅର୍ଥାତ ୨୦୦୨ ମସିହାରେ ଦ୍ଵିତୀୟ ଥର ନିର୍ବାଚନ ହେଲା । ଏହା ପରେ ୨୦୦୭ ମସିହାରେ ଦ୍ଵିତୀୟ ଥର ନିର୍ବାଚନ କରାଗଲା । ଏହି ସମୟକାଳ ୨୦୧୨ ମସିହା ପର୍ଯ୍ୟନ୍ତ ରହିବ । ଏହି କ୍ରମରେ ବର୍ତମାନ ସାରା ଓଡିଶାରେ ଏକ ଲକ୍ଷରୁ ଉର୍ଦ୍ଧ ପଞ୍ଚାଯତ ପ୍ରତିନିଧି ଗ୍ରାମସପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୩୫ହଜାର ରୁ ଉର୍ଦ୍ଧ ହେଉଛନ୍ତି ମହିଳା ପ୍ରତିନିଧି ତେଣୁ ଏହି ଯୁଗାନ୍ତକରି ପଦକ୍ଷେପ ରୁ ଆମେ ସୁଫଳ ନେଲେ ତୃଣମୂଳ ସ୍ତରରେ ବିକାଶଗତି ତୀବ୍ର ହେବ ସହ ଗଣତନ୍ତ୍ର ସୁଧୃଢ ହେବ । ୭୩ତମ ସମ୍ବିଧାନ ସଂଶୋଧନର ବୈଶିଷ୍ଠ୍ୟ : ତ୍ରି ସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କ କାର୍ଯ୍ୟ ସମୟ ୫ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ସେହି ସମୟକାଳ ପୂର୍ବରୁ ଭାଙ୍ଗିଗଲେ ବାଧ୍ୟତାମୂଳକ ଭାବରେ ୬ ମାସ ମଧ୍ୟରେ ନିର୍ବାଚନ ହେବ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲୂକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲଲ ସ୍ତରରେ ଜିଲ୍ଲା ପରିଷଦ ରହିବ । ସମ୍ବିଧାନର ୧୧ ତମ ସୁଚିଆନୁଯାଇ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ୨୯ଟି ବିଷୟ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦିଅ ଯାଇଛି । ପ୍ରତି ଗ୍ରାମ ଶାସନ ସ୍ତରରେ ସମସ୍ତ ଭୋଟରଙ୍କୁ ନେଇ ଏକ ଗ୍ରାମ ସଭା ଗଢାଯିବ । ସେମାନେ ଆର୍ଥିକ ବିକାଶ, ସାମାଜିକ ନ୍ୟାୟ ଓ ଯୋଜନଗୁଡିକ ସମ୍ବନ୍ଧରେ ନିସ୍ପତି ନେବେ । ଗ୍ରାମସଭାର ନିଷ୍ପତିକୁ ପରିବର୍ତନ କରାଯାଇପାରିବ ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିନିଧିମାନେ ସିଧା ସଳଖ ଭାବେ ଭୋଟର ମାନଙ୍କ ଦ୍ଵାରା ନିର୍ବାଚିତ ହେବେ । କିନ୍ତୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଗ୍ରାମ ପଞ୍ଚାଯତର ନାଏବ ସରପଞ୍ଚ ତାଙ୍କ ସ୍ତରରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି । ( ଆମ ରାଜ୍ୟର ସରପଞ୍ଚମାନେ ସିଧା ସଳଖ ଭୋଟରମାନଙ୍କ ଦ୍ଵାରା ନିର୍ବାଚିତ ହେଉଛନ୍ତି । ) ତିନିଟି ଯାକ ସ୍ତରରେ ମହିଳା ପ୍ରତିନିଧିମାନଙ୍କ ପାଇଁ ଅତିକମରେ ଶତକଡା ୩୩ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି । ତଫସିଲ ଭୁକ୍ତ ଜାତି, ଉପଜାତି ମାନଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷିତ ହୋଇ ରହିବ । ପ୍ରତ୍ଯେକ ରାଜ୍ୟରେ ପଞ୍ଚାୟତିରାଜ ପାଇଁ ଏକ ସ୍ଵାନ୍ତର ଅର୍ଥ କମିଶସନ ଗଠନ କରାଯିବ । ରାଜ୍ୟର ମୋଟ ଆୟରୁ କେତେ ଭାଗ ଅନୁଦାନ ପଂଚାୟତ ଅନୁଷ୍ଠାନ ମାନେ ପାଇବେ, ତାହା ଅର୍ଥ କମିଶନ ନିସ୍ପତି କରିବ । ତ୍ରୀ-ସ୍ତରୀୟ ପଂଚାୟତ ବ୍ୟବସ୍ଥାର ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଗଠନ କରାଯିବ । ରାଜ୍ୟ ନିର୍ବାଚନ କମିଶନ ଏହି ତ୍ରି-ସ୍ତରୀୟ ଅନୁଷ୍ଠାନ ଗୁଡିକର ନିର୍ବାଚନ ପରିଚାଳନା, ତଦାରଖ ଏବଂ ନିୟନ୍ତ୍ରଣ ଦାଇତ୍ଵରେ ରହିବେ । ଏକାଦଶ ଅନୁସୂଚିରେ ପ୍ରଦତ୍ତ ବିଷୟ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକୁ ଅଧିକ ବ୍ୟାପକ ଓ ଲୋକାଭିମୁଖୀ କରିବା ପାଇଁ ସମ୍ବିଧାନର ଏକାଦଶ ଅନୁସୂଚିରେ ନିମ୍ନ ଲିଖିତ ୨୯ ଟି ବିଷୟ ପଂଚାୟତ ଅନୁଷ୍ଠାନ ମାନଙ୍କୁ ହସ୍ତାନ୍ତରିତ କରାଯାଇଅଛି । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିମ୍ନଲିଖିତ ବିଷୟକୁ ନିଜ କାର୍ଯ୍ୟ ପରିସରଭୁକ୍ତ କରିପାରିବେ । ୧. କୃଷି ଓ କୃଷିର ସଂପ୍ରସାରଣ ୧୬. ଦାରିଦ୍ର୍ୟ ଦୂରୀକରଣ ଯୋଜନା ୨. ଭୂ ଉନ୍ନୟନ, ଭୂ ସଂସ୍କାର, ଚକବନ୍ଦୀ ଓ ମୃତ୍ତିକା ସଂରକ୍ଷଣ କୁ କାର୍ଯ୍ୟକାରୀ କରିବା ୧୭. ପ୍ରଥିମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା 3. କ୍ଷୁଦ୍ର ଜଳସେଚନ, ଜଳଯୋଗାଣ ଓ ଅବବାହିକର ଉନ୍ନୟନ ୧୮. ବୈଷୟିକ ପ୍ରଶିକ୍ଷଣ ଓ ବୃତ୍ତିଗତ ଶିକ୍ଷା ୪. ପଶୁ ପାଳନ ୧୯. ଜନଶିକ୍ଷା ଓ ଅଣ ଆନୁଷ୍ଠାନିକ ଶିକ୍ଷା ୫. ମାଛ ଚାଷ ୨୦. ପାଠାଗାର ୬. ସାମାଜିକ ବନୀକରଣ ଓ କୃଷି କ୍ଷେତ୍ର ବନୀକରଣ ୨୧. ସଂସ୍କୃତିକ କାର୍ଯ୍ୟକ୍ରମ ୭. ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ୨୨. ବଜାର ଓ ମେଳା ୮. ଖାଦ୍ୟ ପ୍ରକ୍ରିୟାକରଣ , ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ୨୩. ଡାକ୍ତରଖାନା, ପ୍ରଥିମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡ଼ିସପେନସରି ସମେତ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ ୯. ଖଦି, ଗ୍ରାମ୍ୟ ଓ କୁଟୀର ଶିଳ୍ପ ୨୪. ପରିବାର କଲ୍ୟାଣ ୧୦. ଗ୍ରାମ୍ୟ ବାସଗୃହ ୨୫. ମହିଳା ଓ ଶିଶୁ ବିକାଶ ୧୧. ପାନୀୟ ଜଳ ୨୬. ଶାରୀରିକ ଅକ୍ଷମ ଏବଂ ମାନସିକ ଦୁର୍ବଳ ବ୍ୟକ୍ତିଙ୍କର କଲ୍ୟାଣ ସମେତ ସାମାଜିକ ମଙ୍ଗଲ ୧୨. ଜାଳେଣୀ, ଘାସପତ୍ର ଆଦି ପଶୁ ଖାଦ୍ୟ ଚାଷ ୨୭. ଦୁର୍ବଳ ଶ୍ରେଣୀ ବିଶାଶତଃ ଅନୁସୂଚିତ ଓ ଉପଜାତିର କଲ୍ୟାଣ ୧୩. ରାସ୍ତା,ନାଳ, ପୋଲ, ଘାଟ, ଜଳ ପଥ ଓ ଗମନାଗମନ ର ଅନ୍ୟାନ୍ୟ ଉପାୟ ୨୮. ସାଧାରଣ ବଣ୍ଟନ ବ୍ୟବସ୍ଥା ୧୪. ବିଦ୍ୟୁତ ବଣ୍ଟନ ସମେତ ଗ୍ରାମ୍ୟ ବିଦ୍ୟୁତ କରଣ ୨୯. ସାମୁହିକ ସମ୍ପତିର ରକ୍ଷଣା ବେକ୍ଷଣ ୧୫. ଅଣ ପାରମ୍ପାରିକ ଶକ୍ତି ଉତ୍ସ ଆଧାର ଓଡିଶା ସରକାର