୭୩ ତମ ସମ୍ବିଧାନ ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଆଇନ ଦ୍ଵାରା ତୃଣମଳ ଗଣତନ୍ତ୍ର କୁ ଅଧିକ ମାନ୍ୟତା ମିଳିବାସହ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ସ୍ଵାଧୀନତା ପରବର୍ତୀ ପରଜ୍ୟାୟରୁ ପଞ୍ଚାୟତିରାଜ ବ୍ୟବସ୍ଥାର ଉତଥାନପତନର ଯେଉଁ ସମସ୍ଯା ଲାଗି ରହିଥିଲା, ସେଥିରେ ଏକ ଗୁଣାତ୍ମକ ପୂର୍ଣଚ୍ଛେଦ ପଡିଲା ବୋଲି ପଞ୍ଚାୟତ ବିଶେଷଜ୍ଞ ମାନେ ମତ ଦେଲେ । ଭାରତ ବର୍ଷରେ ଥିବା ବିଭିନ୍ନ ରାଜ୍ୟ ନିଜ ନିଜ ଢଙ୍ଗରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି ଆସୁଥିଲେ । ଅନେକ ରାଜ୍ୟରେ ବର୍ଷ ବର୍ଷ ଧରି ପଞ୍ଚାୟତ ନିର୍ବାଚନ ମଧ୍ୟ ହେଉ ନ ଥିଲା । ୧୯୪୮ରୁ ୧୯୯୨ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଉତଥାନ ପତନ ଦେଇ ଚାଲି ଆସୁଥିଲା । ୭୩ତମ ସମ୍ବିଧାନ ସନ୍ନଶୋଧନ ଫଳରେ ଏହାର ପୂର୍ଣଚ୍ଛେଦ ପଡିଲା । ୧୯୯୧ ମସିହାରେ ଲୋକସଭା ଓ ରାଜ୍ୟସଭାରେ ଆଗତ ହୋଇଥିବା ୭୨ତମ ଓ ୭୩ତମ ବିଲ ୧୯୯୨ ମସିହା ଡିସେମ୍ବର ୨୨ ତାରିଖରେ ଲୋକସଭାରେ ଓ ୨୩ ତାରିଖରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଥିଲା । ୧୯୯୩ ମସିହା ଏପ୍ରିଲ ୨୪ ତାରିଖ ଦିନ ଉକ୍ତ ଆଇନ ରସ୍ତ୍ରପତିଙ୍କ ଅନୁମୋଦନ ଲାଭକରି ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରାଗଲା ।
୭୩ତମ ସମ୍ବିଧାନ ସଂଶୋଧନ ଅନୁଯାଇ ଆମ ରାଜ୍ୟରେ ପ୍ରଥମ ନିର୍ବାଚନ ୧୯୯୭ ମସିହା ଜାନୁୟାରୀ ମାସରେ ଅନୁଷ୍ଠିତ ହୋଇଥିଲା ଉକ୍ତ ନିର୍ବାଚନ ର ୫ ବର୍ଷ ଅବଧି ପରେ ଅର୍ଥାତ ୨୦୦୨ ମସିହାରେ ଦ୍ଵିତୀୟ ଥର ନିର୍ବାଚନ ହେଲା । ଏହା ପରେ ୨୦୦୭ ମସିହାରେ ଦ୍ଵିତୀୟ ଥର ନିର୍ବାଚନ କରାଗଲା । ଏହି ସମୟକାଳ ୨୦୧୨ ମସିହା ପର୍ଯ୍ୟନ୍ତ ରହିବ । ଏହି କ୍ରମରେ ବର୍ତମାନ ସାରା ଓଡିଶାରେ ଏକ ଲକ୍ଷରୁ ଉର୍ଦ୍ଧ ପଞ୍ଚାଯତ ପ୍ରତିନିଧି ଗ୍ରାମସପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୩୫ହଜାର ରୁ ଉର୍ଦ୍ଧ ହେଉଛନ୍ତି ମହିଳା ପ୍ରତିନିଧି ତେଣୁ ଏହି ଯୁଗାନ୍ତକରି ପଦକ୍ଷେପ ରୁ ଆମେ ସୁଫଳ ନେଲେ ତୃଣମୂଳ ସ୍ତରରେ ବିକାଶଗତି ତୀବ୍ର ହେବ ସହ ଗଣତନ୍ତ୍ର ସୁଧୃଢ ହେବ ।
ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକୁ ଅଧିକ ବ୍ୟାପକ ଓ ଲୋକାଭିମୁଖୀ କରିବା ପାଇଁ ସମ୍ବିଧାନର ଏକାଦଶ ଅନୁସୂଚିରେ ନିମ୍ନ ଲିଖିତ ୨୯ ଟି ବିଷୟ ପଂଚାୟତ ଅନୁଷ୍ଠାନ ମାନଙ୍କୁ ହସ୍ତାନ୍ତରିତ କରାଯାଇଅଛି । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିମ୍ନଲିଖିତ ବିଷୟକୁ ନିଜ କାର୍ଯ୍ୟ ପରିସରଭୁକ୍ତ କରିପାରିବେ ।
୧. କୃଷି ଓ କୃଷିର ସଂପ୍ରସାରଣ |
୧୬. ଦାରିଦ୍ର୍ୟ ଦୂରୀକରଣ ଯୋଜନା |
୨. ଭୂ ଉନ୍ନୟନ, ଭୂ ସଂସ୍କାର, ଚକବନ୍ଦୀ ଓ ମୃତ୍ତିକା ସଂରକ୍ଷଣ କୁ କାର୍ଯ୍ୟକାରୀ କରିବା |
୧୭. ପ୍ରଥିମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା |
3. କ୍ଷୁଦ୍ର ଜଳସେଚନ, ଜଳଯୋଗାଣ ଓ ଅବବାହିକର ଉନ୍ନୟନ |
୧୮. ବୈଷୟିକ ପ୍ରଶିକ୍ଷଣ ଓ ବୃତ୍ତିଗତ ଶିକ୍ଷା |
୪. ପଶୁ ପାଳନ |
୧୯. ଜନଶିକ୍ଷା ଓ ଅଣ ଆନୁଷ୍ଠାନିକ ଶିକ୍ଷା |
୫. ମାଛ ଚାଷ |
୨୦. ପାଠାଗାର |
୬. ସାମାଜିକ ବନୀକରଣ ଓ କୃଷି କ୍ଷେତ୍ର ବନୀକରଣ |
୨୧. ସଂସ୍କୃତିକ କାର୍ଯ୍ୟକ୍ରମ |
୭. ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ |
୨୨. ବଜାର ଓ ମେଳା |
୮. ଖାଦ୍ୟ ପ୍ରକ୍ରିୟାକରଣ , ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ |
୨୩. ଡାକ୍ତରଖାନା, ପ୍ରଥିମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡ଼ିସପେନସରି ସମେତ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ |
୯. ଖଦି, ଗ୍ରାମ୍ୟ ଓ କୁଟୀର ଶିଳ୍ପ |
୨୪. ପରିବାର କଲ୍ୟାଣ |
୧୦. ଗ୍ରାମ୍ୟ ବାସଗୃହ |
୨୫. ମହିଳା ଓ ଶିଶୁ ବିକାଶ |
୧୧. ପାନୀୟ ଜଳ |
୨୬. ଶାରୀରିକ ଅକ୍ଷମ ଏବଂ ମାନସିକ ଦୁର୍ବଳ ବ୍ୟକ୍ତିଙ୍କର କଲ୍ୟାଣ ସମେତ ସାମାଜିକ ମଙ୍ଗଲ |
୧୨. ଜାଳେଣୀ, ଘାସପତ୍ର ଆଦି ପଶୁ ଖାଦ୍ୟ ଚାଷ |
୨୭. ଦୁର୍ବଳ ଶ୍ରେଣୀ ବିଶାଶତଃ ଅନୁସୂଚିତ ଓ ଉପଜାତିର କଲ୍ୟାଣ |
୧୩. ରାସ୍ତା,ନାଳ, ପୋଲ, ଘାଟ, ଜଳ ପଥ ଓ ଗମନାଗମନ ର ଅନ୍ୟାନ୍ୟ ଉପାୟ |
୨୮. ସାଧାରଣ ବଣ୍ଟନ ବ୍ୟବସ୍ଥା |
୧୪. ବିଦ୍ୟୁତ ବଣ୍ଟନ ସମେତ ଗ୍ରାମ୍ୟ ବିଦ୍ୟୁତ କରଣ |
୨୯. ସାମୁହିକ ସମ୍ପତିର ରକ୍ଷଣା ବେକ୍ଷଣ |
୧୫. ଅଣ ପାରମ୍ପାରିକ ଶକ୍ତି ଉତ୍ସ |
ଓଡିଶା ସରକାର
Last Modified : 1/26/2020