ଟେକ୍ନୋଲଜୀର ବ୍ୟବହାରଲ କରି ଭାରତୀୟ ନ୍ୟାୟପାଲିକାର ରୂପାନ୍ତରଣର ଭିଜନ ନେଇ ଇ- କୋର୍ଟ ମିଶନ ମୋଡ ପ୍ରକଳ୍ପର (ଏମଏମପି)ପରିକଳ୍ପନା କରାଯ଼ାଇଥିଲା. ଭାରତୀୟ ନ୍ୟାୟପାଳିକାରେ ସୂଚନା ସଂଚାର ଉପକରଣର କାର୍ଯ୍ୟକାରିତା କୁ ନେଇ ନ୍ୟlସନାଲ ପଲିସି ଏଣ୍ଡ ଆକ୍ସନ ପ୍ଲାନ ପାଇଁ ସୁପ୍ରିମ କୋର୍ଟର ଇ କମିଟି ଦ୍ବାରା ରିପୋର୍ଟ ପ୍ରଦାନ ପରେ ଏହି ପ୍ରକଳ୍ପ ବିକଶିତ ହୋଇଥିଲା . ପାଞ୍ଚ ବର୍ଷରେ ତିନୋଟି ପର୍ଯ଼ାଯରେ ଆଇସିଟିକୁ କାର୍ଯ୍ୟକାରୀ କରିବାକୁ ଇ କୋର୍ଟ ଏମଏମପିରେ ପ୍ରସ୍ତାବ ରଖାଯ଼ାଇଥିଲା. ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇର 7 ଶହ କୋର୍ଟ ,29ଟି ରାଜ୍ଯ, କେନ୍ଦ୍ର ଶାସିତ ପ୍ରଦେଶର 900 କୋର୍ଟରେ ତଥା 13 ହଜାରରୁ ଉର୍ଧ ଜିଲ୍ଲ ଜଜ ଓ ତଳ କୋର୍ଟରେ ଅଟୋମେଟେଡ ଡିସିସନ ମେକିଂ ଓ ଡିସିସନ ସପର୍ଟ ସିଷ୍ଟମ ବିକଶିତ କରିବା, ପ୍ରଦାନ କରିବା, ଲଗାଇବା ଓ କାର୍ଯ୍ୟକାରୀ କରିବା ଏମଏମପିର ଉଦ୍ଦେଶ୍ୟ .
ଉଦ୍ଦେଶ୍ୟଇ କୋର୍ଟ ଏକ ସମନ୍ବିତ ଏମଏମପି ଯ଼ାହାର ଏକ ସ୍ପଷ୍ଟ ଉଦ୍ଦେଶ୍ୟ ରହିଛି. ଏହାର ଉଦ୍ଦେଶ୍ୟ ହେଲା ଯ଼େ ପୁନଃ ଇଂଜିନିୟର ପ୍ରକ୍ରିୟl କରିବା ତଥା ନ୍ୟାୟୀକ ଉତ୍ପାଦତକତାକୁ ବଢାଇ ଉଭୟ ଗୁଣାତ୍ମକ ଓ ସଂଖ୍ଯାତ୍ମକ ଦୃଷ୍ଟିରୁ କରି ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ପାରଦର୍ଶୀ କରିବା,ଲୋକଙ୍କ ପାହନ୍ତାରେ ପହଞ୍ଚାଇବା, ସୁଲଭ କରିବା. ଅଟୋମେଟେଡ ଡିସିସନ ମେକିଂ ଓ ଡିସିସନ ସପର୍ଟ ସିଷ୍ଟମ ବିକଶିତ କରିବା, ପ୍ରଦାନ କରିବା, ଲଗାଇବା ଓକାର୍ଯ୍ୟକାରୀ କରିବା ଏହି ପ୍ରକଲ୍ପର ସମ୍ଭାବନା. ଇ କୋର୍ଟ ପ୍ରକଳ୍ପ ସମସ୍ତ କାର୍ଟ ତାଲୁକା ସ୍ତରରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଡିଜିଟାଲ କନେକ୍ଟିଭିଟିକୁଲ ସୁନିଶ୍ଚିତ କରେ
ଇ କୋର୍ଟ ଦ୍ବାରା ପ୍ରଦାନ କରାଯ଼ାଉଥିବା ସେବା :
କ୍ରମାଙ୍କ. |
ସେବା |
ବିବରଣୀ |
1. |
ସ୍ବଚାଳିତ ମାମଲା ପରିଚାଳନା ପ୍ରକ୍ରିୟl |
ମାମଲା ରୁଜୁ କରିବା, ଜାଂଚ, ପଂଜୀକରଣ, ମାମଲା ଆବଣ୍ଟନ, ମାମଲା ଡିସପୋଜାଲ ଏବଂ ରେଷ୍ଟୋରେସନ,ମାମଲାର ସ୍ଥାନାନ୍ତରଣ ଆଦି |
2. |
ଅନଲାଇନ ସେବାର ବ୍ୟବସ୍ଥା |
ଆଦେଶ ଓ ଜଜମେଣ୍ଟର ସାର୍ଚିଫାଏଡ କପି,ମାମଲା ଷ୍ଟାଟସ କୋର୍ଟ ଫିର ହିସାବ, କଜ ତାଲିକା, ଇନଷ୍ଟିଚ୍ଯୁସନ ରେଜିଷ୍ଟର ଏବଂ କୋର୍ଟ ଡାଏରୀ |
3. |
କୋର୍ଟ ଓ ସରକାରଙ୍କ ମଧ୍ୟରେ ସୂଚନା ଗେଟ ବେ ସ୍ଥାପନା |
ପୋଲିସ, କାରା, ଲ୍ଯାଣ୍ଡ ରେକର୍ଡ ବିଭାଗ, ପଂଜିକରଣ ବିଚାରାଧୀନ ମIନଙ୍କୁ ଭିଡିଓ କନଫ୍ରନ୍ସିଂ ଜରିଆରେ ହାଜର କରିବାରେ ସୂଚନାର ଆଦାନ ପ୍ରଦାନ |
4. |
ନ୍ୟlସନାଲ ଜୁଡିସିଆଲ ଡାଟା ଗ୍ରିଡ ଏଜେନ୍ସି |
କୋର୍ଟରେ ପଡି ରହିଥିବା ମାମଲାର ତଦାରଖ |
ସ୍ରୋତ : ଇ କୋର୍ଟର ବେବସାଇଟ
Last Modified : 5/2/2020