অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରେଳ ଟିକେଟ୍ ଲାଗି ଆଧାର ବାଧ୍ୟକତାମୂଳକ

ରେଳ ଟିକେଟ୍ ଲାଗି ଆଧାର ବାଧ୍ୟକତାମୂଳକ

ଟିକେଟିଂ ବୁକିଂ

ରେଳ ଟିକେଟିଂ ବୁକିଂ କରିବା ସମୟରେ ଆପଣଙ୍କୁ ନିଜର ଆଧାର କାର୍ଡ଼ର ସିବିଶେଷ ବିବରଣୀ ଦାଖଲ କରିବାକୁ ହେବ । ମିଳିଥିବା ରିପୋର୍ଟ ଅନୁଯାୟୀ, ଟ୍ରେନ ଟିକେଟକୁ ଆଧାର କାର୍ଡ଼ ସହ ଲିଙ୍କ୍ କରିବାକୁ ରେଳ ମନ୍ତ୍ରଣାଳୟ ଦୀର୍ଘ ଦିନ ହେବ ଉଦ୍ୟମ ଜାରି ରଖିଛି ।

ଆଧାରକାର୍ଡ ଦାଖଲ  ବାଧ୍ୟତାମୂଳକ

୧୫ଦିନ ମଧ୍ୟରେ ଏ ନେଇ ଏକ ଚୁଡାନ୍ତ ନୀତି ପ୍ରକାଶିତ ହେବ । ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ରେଳ ଟିକେଟ୍ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବ । ଏହାଛଡା ଉଭୟ ଅନ୍ଲାଇନ୍ ଏବଂ କାଉଣ୍ଟର ଟିକେଟ୍ କ୍ଷେତ୍ରରେ ମଧ୍ୟ ଆଧାରକାର୍ଡ ଦାଖଲ  ବାଧ୍ୟତାମୂଳକ କରାଯିବ ।

ରେଳ ଟିକେଟ  ବୁକିଂରେ ଦେଖାଦେଉଥିବା  ଅନିୟମିତତାକୁ ଏଡାଇବା ଲାଗି ରେଳବାଇ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଦଲାଲମାନେ ଆଗୁଆ ଟିକେଟ୍ ସଂଗ୍ରହ କରିନେଉଥିବା ଯୋଗୁଁ ଅଧିକାଂଶ ସମୟରେ ଯାତ୍ରୀମାନେ  ଏ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଛଡା ଆଧାରଭିତ୍ତିକ ଟିକେଟ୍ ବ୍ୟବସ୍ଥା ଦ୍ଵାରା ବିଭିନ୍ନ କୋଟାରେ ସିଧାସଳଖ ଅର୍ଥ ସ୍ଥାନାନ୍ତର ସୁବିଧା ହାସଲ କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧାଜନକ ହେବ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୫.୧୫ କୋଟି ଆଧାର ନମ୍ବର ସୃଷ୍ଟି କରାଯାଇଛି ।

ଆଧାର – ଦୈନିକ ସମାଜ

 

Last Modified : 4/19/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate