ଦୁର୍ବଳ ଶ୍ରେଣୀର ଏବଂ କମ ଆୟ ବର୍ଗର ଲୋକ ମାନଙ୍କ ପରି ବଂଚିଚ ବର୍ଗର ଲୋକ ମାନଙ୍କୁ ସଠିକ ମୁଲ୍ୟରେ ବିତ୍ତୀଯ ସେବା ସମୟରେ ପ୍ରଦାନ କରିବା ଓ ପର୍ଯ଼ାପ୍ତ ଋଣ ପ୍ରଦାନ ସୁନିଶ୍ଚିତ କରିବାକୁ ବିତ୍ତୀୟ ସମାଯ଼ୋଜନ ବୋଲି ରିଜର୍ଭ ବ୍ୟlଙ୍କ ଇଣ୍ଡିଆ ତାର ସଂଜ୍ଞାରେ କହିଛି . ବିତ୍ତୀୟ ସମାଯ଼ୋଜନର ଏହି ଭାବରେ କିଓସ୍କ ବ୍ୟlଙ୍କିଙ୍ଗ ହେଉଛି ଏକ ଗୁରୁତ୍ବପୂର୍ଣ ପରିକଳ୍ପନା ଯ଼ାହା ବିଶେଷ ଭାବେ ଗ୍ରାମୀଣ ଅଞ୍ଚଳ ପାଇଁ ବିକଶିତ ହୋଇଛି, ଯ଼େଉଁ ଠାରେ କମ ସଂଖ୍ୟlରେ ବ୍ୟlଙ୍କ ରହିଛି ଓ ଲୋକ ମାନେ ବ୍ୟlଙ୍କିଂ ସେବାର ଲାଭ ନେଇ ପାରନ୍ତି ନାହିଁ. ଅଗ୍ରଣୀ ବ୍ୟlଙ୍କ ଗୁଡିକର ସହଯ଼ୋଗରେ କିଓସ୍କ ସେବା ଘରୋଇ, ସାର୍ବଜନିକ ଓ ସମବାୟ କ୍ଷେତ୍ରରେ କାମ କରିବ ଓ ଦୋକାନ ଗୁଡିକର ବ୍ୟବହାର କରି ଏହାକୁ ମୌଳିକ ବ୍ୟlଙ୍କିଙ୍ଗ ସୁବିଧା ଯ଼େପରି କ୍ୟାସ୍ ଡିପୋଜିଟ, ଟଙ୍କା ଉଠାଣ, ମାଇକ୍ରୋ କ୍ରେଡିଟ ଓ ବୀମା ପାଇଁ ଟଚ ପଏଣ୍ଟ ଭଳି କାମ କରିବ ବୋଲି କଳ୍ପନା କରାଯ଼ାଇଛି. ସାଧାରଣ ବ୍ୟlଙ୍କ ଶାଖା ପରି କିଓସ୍କ ଗୁଡିକ ବ୍ୟlଙ୍କିଙ୍ଗର ସମସ୍ତ ସେବା ପ୍ରଦାନ କରିବେ.
କୌଣସି ଜଣେ ରିଟେଲର କୌଣସି ଗ୍ରାହକର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରି ନୋ ଫ୍ରିଲ ବ୍ୟlଙ୍କ ଖାତା ଖୋଲି ପାରିବ. ଅନ୍ୟ. କାଗଜପତ୍ର ଗୁଡିକ ଅନୁବନ୍ଧିତ ବ୍ୟlଙ୍କକୁ ପଠାଯ଼ିବ ଓ ଗ୍ରାହକର କେବାଯସି ପ୍ରକ୍ରିୟlକୁ ପୂରା କରାଯ଼ିବ . ଥରେ ଖାତା ଖୋଲିଗଲା ପରେ ସେ ଇଣ୍ଟରନେଟ ଥିବା କିଓସ୍କ ଶାଖାରୁ ପ୍ରତିନିନସର୍ବାଧିକ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜମା, ଉଠାଇବା ବା ପଠାଇବା ଆଦି କାମ କରି ପାରିବେ.
ଦେଶରେ ସର୍ବାଧିକ ଶାଖା ନେଟବାର୍କ ଥିବା ଷ୍ଟେଟ ବ୍ୟlଙ୍କ ଅଫ ଇଣ୍ଡିଆ ଯୋଗ୍ୟ ବ୍ୟକ୍ତି /ଏନଜିଓ/ କମ୍ପାନୀ (ଏନବିଏଫସି ବ୍ୟତୀତ ଅନ୍ୟ) ମାନଙ୍କୁ ବ୍ୟlଙ୍କିଙ୍ଗକୁ ସମସ୍ତଙ୍କ ପାଇଁ ନେବାକୁ ସହଯ଼ୋଗର ହାତ ବଢାଇବାକୁ ଆହ୍ବାନ କରିଛି.
ଏସବିଆଇ କିଓସ୍କ ନେଣଦେଣ ଗୁଡିକ ବାଯୋମେଟ୍ରିକାଲ ଆକାରରେ ସୁରକ୍ଷିତ, ପ୍ରତ୍ୟେକ ଦେଣ ନେଣ ପାଇଁ ମୁଦ୍ରିତ ପ୍ରାପ୍ତିସ୍ବୀକାର ଗ୍ରାହକଙ୍କୁ ମିଳେ. ଖାତା ଖୋଲିବା ଓ ଦେଣନେଣର ସମସ୍ତ ପ୍ରକ୍ରିୟl ଅନଲାଇନ ହୁଏ. ମାଇକ୍ରୋ ସେଭିଂ ଓ ମାଇକ୍ରୋ ରିମିଟାନ୍ସ ନୋ ଫ୍ରିଲ ସଂଚୟ ବ୍ୟlଙ୍କ ଖାତା ଜରିଆରେ କରାଯ଼ାଏ.
ପ୍ରଶ୍ନ 1 ଏସବିଆଇ କିଓସ୍କ ବ୍ୟlଙ୍କିଙ୍ଗ କେଉଁ ସେବା ଉପଲବ୍ଧ କରାଏ ?
ପ୍ରାରମ୍ଭରେ ଏସବିଆଇ କିଓସ୍କ ବ୍ଯାଙ୍କିଙ୍ଗ ନିମ୍ନଲିଖିତ ସେବା ପ୍ରଦାନ କରାଇବ
ପ୍ରଶ୍ନୃ 2 ଏସବିଆଇ କିଓସ୍କ ବ୍ୟlଙ୍କିଙ୍ଗରେ ପାର୍ଟନର କିପରି ହେବୁ. ?
ଏହି ସୁବିଧା ପାଇଁ ଏସବିଆଇ ସହିତ ହୋଇଥିବା ଚୁକ୍ତି ଅନୁସାରେ ଆସିଏସସି ଏସପିସି ଏସସିଏକୁ ସବ ବିସି ଭାବେ ନାମାଙ୍କନ କରିବେ ଏବଂ ଭିଏଲଇ ମାନେ ଗ୍ରାହତ ସେବା ପଏଣ୍ଚ ହେବ . ବେବ ସଂଯ଼ୋଗ ଥିବା ସମସ୍ତ ସିଏସସି ରିଟେଲ କାର୍ଯ଼ାଳଯ ପାଇଁ ଏହି ସୁବିଧା ଭାଗିଦାରୀ ଉପଲବ୍ଧ ରହିବ. ଏସସିଏ ଜରିଆରେ ଭିଏଲଇ ଏହି ସୁବିଧା ଏନରୋଲ କରି ପାରିବେ.
କିଛି ରାଜ୍ୟରେ କିଛି ନିର୍ଦିଷ୍ଟ ଅଞ୍ଚଳରେ ଏଜେନ୍ସିଙ୍କୁ ମଧ୍ୟ କିଓସ୍କ ବ୍ୟlଙ୍କିଙ୍ଗ କାର୍ଯ୍ୟକାରିତାରେ ସାମିଲ କରାଯ଼ାଇଛି ଏବଂ ଏଗୁଡିକ ମଧ୍ୟରୁ ମାଇଁ ଅକ୍ସିଜେନ ଅନ୍ୟତମ ଓ ଏହାକୁ ମଧ୍ୟପ୍ରଦେଶ ରାଜ୍ୟରେ କିଓସ୍କ ବ୍ୟlଙ୍କିଙ୍ଗ ସେବା ପାଇଁ ଦାୟୀତ୍ବ ଦିଆ ଯ଼ାଇଛି.
ପ୍ରଶ୍ନ 3 ଗ୍ରାହକ ମାନଙ୍କର କଣ ଲାଭ ରହିଛି
ପ୍ରଶ୍ନ 4 ଗ୍ରାହକ କେଉଁ ପ୍ରକାରର ଦେଣ ନେଣ କରି ପାରିବ ?
ପ୍ରଶ୍ନ 5 ସିଏସପି କିଓଏସ୍କ ବ୍ୟlଙ୍କିଙ୍ଗରୁ ଆୟ ହେବା
ନୂଆ ଏକାଉଣ୍ଟ ଖୋଲିବାରେ ଆୟ କରନ୍ତୁ , ପ୍ରତ୍ୟେକ କ୍ୟାସ୍ ଡିପୋଜିଟ/ କ୍ୟାସ୍ ଟ୍ରାନ୍ସଫର/ କ୍ୟାସ୍ବି ଦଡ୍ରଯାଲ /ଋଣ ଓ ଟଙ୍କା ଟ୍ରାନସଫର ବା ଅନ୍ୟ ସେବାରେ ଆୟ. କରନ୍ତୁ .
କିଓସ୍କ ବ୍ୟlଙ୍କି ସଂମ୍ପର୍କରେ ଅଧିକ ସୂଚନା ପାଇଁ ଏସବିଆଇର ନିକଟସ୍ଥ ଶାଖା କିମ୍ବା ନିଜ ଅଞ୍ଚଳର ସେବା କେନ୍ଦ୍ର ଏଜେନ୍ସୀ (ଏସସିଏ) ସହିତ ଯ଼ୋଗାଯ଼ୋଗ କରନ୍ତୁ .
ସ୍ରୋତ : ଏପିଏନଏସିଏସସି
Last Modified : 6/14/2020