অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅକ୍ଟୋବରରେ ଭାରତରେ ଆଇଫୋନ ୭

ଅକ୍ଟୋବରରେ ଭାରତରେ ଆଇଫୋନ ୭

ବହୁ ଅପେକ୍ଷାର ଅନ୍ତ

ବହୁ ଅପେକ୍ଷାର ଅନ୍ତ ଘଟାଇ ହ୍ୟାଣ୍ଡସେଟ ନିର୍ମାତା ଆପଲ ଏହାର ବହୁ ପ୍ରତୀକ୍ଷିତ ହ୍ୟାଣ୍ଡସେଟ ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସର ବଜାର ପ୍ରବେଶ କରାଇଛି   । ବୁଧବାର ସାନ ଫ୍ରାନସିସକୋଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି   ।

ତେବେ ଭାରତୀୟ ଗ୍ରାହକମାନେ ଆଇଫୋନ ୭ ହ୍ୟାଣ୍ଡସେଟକୁ ଅକ୍ଟୋବର ୭ରୁ ପାଇବେ   । ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ ୬୦,୦୦୦ ଟଙ୍କା ରହିବ   । ଯୁକ୍ତରାଷ୍ଟ୍ର ଆମେରିକା , ଅଷ୍ଟ୍ରେଲିଆ , ବ୍ରିଟେନ ଏବଂ ଚାଇନାରେ ଗ୍ରାହକମାନେ ସେପ୍ଟେମ୍ବର ୧୬ ରୁ ଏହାକୁ ପାଇବା ପାଇଁ ସକ୍ଷମ ହେଉଥିବାବେଳେ ଭାରତୀୟମାନଙ୍କୁ ଏହାକୁ ପାଇବା ପାଇଁ ଆଉ କେତେକ ସମୟ ଅପେକ୍ଷା କରିବାକୁ ପଡିବ   ।

ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସ ୩୨ ଜୀବି ୧୨୮ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟରେ ଉପଲ୍ଲବ୍ଧ ହେବ  । ସିଲଭର, ଗୋଲଡ ଏବଂ ରୋଜ ଗୋଲଡ ୩ ଟି ରଙ୍ଗରେ ଏହା ଉପଲ୍ଲବ୍ଧ ହେବ   , ନୂଆ ଜେଟ ବ୍ଲାକ କର ଭାରିଆଣ୍ଟ କେବଳ ୧୨୮ ଜିବି ଏବଂ ୨୫୬ ଜିବି ହ୍ୟାଣ୍ଡସେଟରେ ଉପଲ୍ଲବ୍ଧ ହେବ   । ୩୨ ଜିବି ଫୋନର ମୂଲ୍ୟ ୬୦.୦୦୦ ଟଙ୍କା ରହିବ ବୋଲି ସୂଚନା ଦିଆଯାଇଥିବାବେଳେ ଅନ୍ୟ ମଡେଲଗୁଡିକ ମୂଲ୍ୟ କେତେ ରହିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ   ।  ଆଇ ଫୋନ ୭ ରେ ୩ ଡି ଟଚ ଏକ ୪.୭ ଇଞ୍ଚ ଡିସପ୍ଲେ ଏବଂ ଆଇଫୋନ ୭ ପ୍ଲସରେ ୩ ଡି ଟଚ ସହ ୫.୫ ଇଞ୍ଚ ରେଟିନା ଏଚଡ଼ି ଡିସପ୍ଲେ ରହିଛି   । ଉଭୟ ସ୍ମାର୍ଟଫୋନ ଏକ ନୂଆ କ୍ଵାଡ –କୋର ଆପଲ ଏ ୧୦ ପ୍ୟୁଜନ ପ୍ରୋସେସାନ ଦ୍ଵାରା ଚଳିତ   । ପୂର୍ବ ଜେନେରେସନ ଆଇଫୋନ ତୁଳନାରେ ଏହା ୪୦% ଅଧିକ ଦ୍ରୁତ ବୋଲି କମ୍ପାନୀ ଦାବି କରିଛି   ।

ଆଇଓଏସ ୧୦

ଆଇଓଏସ ୧୦ ଦ୍ଵାରା ଚାଳିତ ଆଇଫୋନ ୭ ରେ ଏକ ୧୨ ମେଗାପିକ୍ସେଲ ଆଇସାଇଡ କ୍ୟାମେରା ଏବଂ ୪ ରେ ଭିଡିଓ ସୁବିଧା ରହିଛି   । ଆଇଫୋନ ୭ ପ୍ଲସରେ ଡୁଆଲ ୧୨ ମେଗାପିକ୍ସେଲ ରିୟର କ୍ୟାମେରା ରହିଛି  । ଗୋଟିଏ ହେଉଛି ୱାଇଡ ଆଙ୍ଗେଲ ଏବଂ ଅନ୍ୟଟି ହେଉଛି ତେଲଫତୋ ଲେନ୍ସ  । ଉଭୟ ଆଇଫୋନରେ ଏକପ୍ରକାର ୭ ମେଗାପିକ୍ସେଲ ଫେସଟାଇମ କ୍ୟାମେରା ରହିଛି   । ଆଇଫୋନ ୭ ଏସରେ ଏହା ୫ ମେଗାପିକ୍ସେଲ ରହିଥିଲା    । ଏହି  ହ୍ୟାଣ୍ଡସେଟ ଆଇପି ୬୭ ରେଟିଂ ସହ ଆସୁଛି   , ଯାହାକି ଏହାକୁ ୱାଟର ଏବଂ ଡଷ୍ଟ ରେଜିଷ୍ଟାଣ୍ଟ ଫୋନ ଭାବେ ପ୍ରତିପାଦିତ କରୁଛି  । ଆପଲ ସ୍ମାର୍ଟ ଫୋନ କ୍ଷେତ୍ରରେ ଏହା ବୈଶିଷ୍ଟ୍ୟ ପ୍ରଥମ   ।

ଆପଲ ସିଇଓ ଟିମ କୁକ ବୁଧବାର ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସକୁ ଉନ୍ମୋଚନ କରିଥିଲେ   । ଏହା ସବୁଠାରୁ ସର୍ବୋତ୍ତମ ଆଇଫୋନ ହୋଇଥିବାବେଳେ ଏଥିରେ ସର୍ବାଧିକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଥିବା କୁକ କହିଥିଲେ । ଏହି ଅବସରରେ କମ୍ପାନୀ ପକ୍ଷରୁ ଆପଲ ୱାଚ ସିରିଜ ୨ ର ମଧ୍ୟ ବଜାର ପ୍ରବେଶ କରାଯାଇଥିଲା   ।

ଆଧାର – ଧରିତ୍ରୀ

Last Modified : 12/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate