অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆପ୍ ରେ ବୁକ୍ ହେବ ବ୍ୟାଟେରି କାର

ବ୍ୟାଟରିଚାଳିତ କାର

ଷ୍ଟେଶନ ପ୍ରାଙ୍ଗଣ ନିମନ୍ତେ ବ୍ୟାଟରିଚାଳିତ କାର ବୁକିଙ୍ଗ ଲାଗି ରେଳ ମନ୍ତ୍ରଣାଳୟ ଖୁବଶୀଘ୍ର ଏକ ମୋବାଇଲ ଆପ୍ଲିକେଶନ ପ୍ରଚଳନ କରିବ । ବୃଦ୍ଧ ତଥା ଶାରୀରିକ ଅକ୍ଷମ ଯାତ୍ରୀମାନଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବ । ଆଇଆର୍ସିଟିସି ଇ-ଟିକେଟିଂ ୱେବ୍ସାଇଟ୍ ଏବଂ 139ରେ ବୁକିଙ୍ଗ୍ ସୁବିଧା ଉପଲବ୍ଧ ହେବ ।  ମନ୍ତ୍ରଣାଳୟ ପକ୍ଷରୁ ଆଞ୍ଚଳିକ ରେଳପଥଗୁଡିକୁ ଉକ୍ତ ବ୍ୟବସ୍ଥା ନିମନ୍ତେ ଟେଣ୍ଡର ଆହ୍ଵାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଷ୍ଟେସନଗୁଡ଼ିକରେ ବ୍ୟାଟେରିଚାଳିତ କର ବ୍ୟବସ୍ଥା ଏବଂ ଏହାର ପରିଚାଳନା ନେଇ ଟେଣ୍ଡର ଡାକିବା ପାଇଁ ଜୋନ୍ ଗୁଡ଼ିକୁ କୁହାଯାଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ରେଳ ଷ୍ଟେଶନକୁ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଦିଆଯିବ, ଯାହାକି ଆଇଆର୍ସିଟିସି ଇ-ଟିକେଟିଂ ୱେବ୍ସାଇଟ୍ରେ ପ୍ରଦର୍ଶିତ ହେବ । ଯେଉଁ ଷ୍ଟେଶନ ପାଇଁ ଏହି ସୁବିଧାକୁ ବୁକ୍  କରାଯାଇଥିବ ତାହାକୁ ନେଇ ବୁକିଂ ଡିଟେଲ ଉଭୟ ଯାତ୍ରୀ ଏବଂ ସେବା ପ୍ରଦନକାରୀଙ୍କୁ ଏସ୍ଏମ୍ଏସ୍ କରାଯିବ । କେତେ ଦେୟ ଦେବାକୁ ପଡିବ ସେ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଏହି ଏସ୍ଏମ୍ଏସ୍ ରେ ରହିବ ।

‘ଫାଷ୍ଟ କମ୍ ଫାଷ୍ଟ ସର୍ଭଡ୍’ ସେବା

ସେବା ପ୍ରଦାନକାରୀଙ୍କୁ ନିଶ୍ଚିତ ହେବାକୁ ପଡିବ ଯେ, ବ୍ୟାଟେରିଚାଳିତ କାରକୁ ଯାତ୍ରୀ କେଉଁ ସ୍ଥାନରେ ଚାହୁଁଛନ୍ତି । ଯାତ୍ରୀ ଓହ୍ଲାଉଥିବା କୋଚ୍ ନିକଟରେ କିମ୍ବା ଷ୍ଟେଶନ ବିଲଡିଂର ପ୍ରବେଶ ଦ୍ଵାର ନିକଟରେ କାର୍ ଅପେକ୍ଷା କରିବ ସେ ନେଇ ସେବା ପ୍ରଦାନକାରୀଙ୍କୁ ଆଗୁଆ ଜାଣିବାକୁ ହେବ । ସେବା ପ୍ରଦାନକାରୀ ଯାତ୍ରୀଙ୍କଠାରୁ ସିଧାସଳଖ ଦେୟ ସଂଗ୍ରହ କରିବେ । ଆଗୁଆ ସେବାକୁ ବୁକ୍ କରିଥିବା ଯାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । ପୂର୍ବରୁ ବୁକ୍ କରିନଥିବା ଯାତ୍ରୀଙ୍କୁ ଏହି ସେବା ‘ଫାଷ୍ଟ କମ୍ ଫାଷ୍ଟ ସର୍ଭଡ୍’ ଭିତ୍ତିରେ ଯୋଗାଇ ଦିଆଯିବ । ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ରୋଗରେ ପୀଡିତ ଯାତ୍ରୀମାନଙ୍କୁ ଏହି ସେବା ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ।

କେତେ ସଂଖ୍ୟାରେ ଏଭଳି ଯାନ ଉପଲବ୍ଧ କରାଯିବ ତାହା ଷ୍ଟେଶନର ପ୍ଲାଟଫର୍ମ ସଂଖ୍ୟା, ଦୈନିକ ଯାତ୍ରୀ ପରିବହନ ଏବଂ ପାର୍କିଂ ନିମନ୍ତେ ସ୍ଥାନ ଉପଲବ୍ଧତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଏହି କାରଣଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ସେବା ପ୍ରଦାନକାରୀ ଏକାକୀ ଉତ୍ତରଦାୟୀ ରହିବେ । ରେଳପଥ ପକ୍ଷରୁ ବ୍ୟାଟେରୀ ପରିଚାଳିତ କାର ନିମନ୍ତେ ଇଲେକ୍ଟ୍ରିକାଲ ଚାର୍ଜିଂ  ପଏଣ୍ଟ ଯୋଗାଇ ଦିଆଯିବ । ଏହା ସହିତ ରେଳପଥ ମାଗଣା ପାର୍କିଂ ସ୍ଥାନ ଯୋଗାଇ ଦେବ । ପ୍ରାଥମିକ ଭାବେ ଏହି ସେବା 75 ଏ-1 ରେଳ ଷ୍ଟେଶନରେ ଉପଲବ୍ଧ ହେବ । ଉକ୍ତ ସେବା ସମ୍ପ୍ରତି କୋଙ୍କଣ ରେଳପଥ ଅଧୀନରେ ଆସୁଥିବା ଷ୍ଟେଶନଗୁଡ଼ିକରେ ଉପଲବ୍ଧ ଅଛି । ନୂଆଦିଲ୍ଲୀ ରେଳପଥ ମଧ୍ୟ ମନ୍ତ୍ରଣାଳୟର ସାରଥି ସେବା  ସ୍କିମ୍ ଅଧୀନରେ ଏହି ସେବା ପ୍ରଦାନ କରୁଛି ।

ଆଧାର – ଦୈନିକ ଧରିତ୍ରୀ

 

Last Modified : 7/6/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate