অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫ୍ରି ୱାଇ–ଫାଇ ଜୋନରେ ସତର୍କତା

ମାଗଣା ଇଣ୍ଟର୍ନେଟ ସୁବିଧା

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାଧାରଣ ନାଗରିକଙ୍କୁ ମାଗଣା ଇଣ୍ଟର୍ନେଟ ସୁବିଧା ଯୋଗାଇ ଦେବା ପାଇଁ ରେଳ ଷ୍ଟେସନ, ବିମାନ ବନ୍ଦର, ବସଷ୍ଟାଣ୍ଡ, ପାଇଁ ଆଜି ବିଭିନ୍ନ ଅଞ୍ଚଳକୁ  ଫ୍ରି ୱାଇ–ଫାଇ ଜୋନ ଭାବେ ଘୋଷଣା କରୁଛନ୍ତି । ବେସରକାରୀ ଅନୁଷ୍ଠାନ ମଧ୍ୟ ନିଜ କାର୍ଯ୍ୟ।ଳୟ ପରିସରକୁ ଫ୍ରି ୱାଇ–ଫାଇ ଜୋନରେ ପରିଣତ କରି କର୍ମଚାରୀଙ୍କୁ ମାଗଣା ଇଣ୍ଟର୍ନେଟ ସୁବିଧା ଯୋଗାଇ ଦେଇଛନ୍ତି । ତେବେ ସରକାରଙ୍କ ଦ୍ଵାରା ଯେଉଁସବୁ ସର୍ବସାଧାରଣ ସ୍ଥାନଙ୍କୁ ଫ୍ରି ୱାଇ–ଫାଇ ଜୋନରେ ଘୋଷଣା କରାଯାଇଛି ସେଠାରେ ଇଣ୍ଟର୍ନେଟ ବ୍ୟବହାର କରିବା ସମୟରେ ଆମେ କେତେକ ସତର୍କତା ଅବଲମ୍ବନ କରିବା ଦରକାର । ପ୍ରଥମେ ଜାଣି ରଖିବା ଦରକାର ଯେ ସରକାର ଯେଉଁ ମାଗଣା  ୱାଇ–ଫାଇ ସୁବିଧା ଦେଇଛନ୍ତି ତାହା କେବଳ ଜରୁରୀ ଆବଶ୍ୟତା ପାଇଁ ଉଦ୍ଧିଷ୍ଟ । ଏହା ଆମୋଦ ପ୍ରମୋଦ ପାଇଁ ନୁହେଁ । ତେଣୁ ୱାଇ–ଫାଇ ଜୋନରେ ଅନଧିକୃତ ନେଟୱର୍କକୁ ଲଗ୍ ଇନ କରିବା ବେଳେ ସତର୍କ ରହିବା ଦରକାର । ଏହି ନେଟୱର୍କର ସେବା ପ୍ରଦାନକାରୀ କମ୍ପାନୀ କିଏ ତାହା ଜାଣିବା ଦରକାର । ଅନ୍ୟଥା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରିନେବେ । ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ, ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଡିକୁ ହ୍ୟାକର୍ସମାନେ ଚୋରାଇ ନେବେ । କଲକାତା ପୁଲିସର ସାଇବର କ୍ରାଇମ ବିଭାଗର ଜେନ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାୟୀ ୱାଇ–ଫାଇ ବ୍ୟବହାର ପରେ ଏହି ଅନଧିକୃତ ନେଟୱର୍କ ଆପେ ଆପେ  ଆପଣଙ୍କ ମୋବାଇଲ କିମ୍ବା ଲାପଟପରେ ଲଗଇନ ହେଉଛି କି ନାହିଁ ସେ ବାବଦରେ ନିଶ୍ଚିତ ହେବା ଦରକାର ।

ୱାଇ–ଫାଇ ଜୋନରେ କ’ଣ କରିବା ଉଚିତ ନୁହେଁ

  1. ୱାଇ–ଫାଇ ଜୋନରେ କୌଣସି ପ୍ରକାର ବ୍ୟାଙ୍କ ନେଣ ଦେଣ କରିବାକୁ ଦୂରେଇ ରୁହନ୍ତୁ । ଅନଧିକୃତ ନେଟୱର୍କ ମାଧ୍ୟମରେ କୌଣସି ପ୍ରକାର ନେଣ ଦେଣ ଦ୍ଵାରା ଗୁପ୍ତ ସୂଚନା ଚୋରି  ହେବାର ଆଶଙ୍କା ରହିଛି । ହାକର୍ସମାନେ କେତେବେଳେ ନିଜସ୍ଵ ୱାଇ–ଫାଇ  ନେଟୱର୍କ ଛଦ୍ମ ନାମରେ ଛାଡିଥାନ୍ତି । ତେଣୁ ଆପଣଙ୍କ ପକ୍ଷରୁ କୌଣସି ପ୍ରକାର ଭୁଲ ହେଲେ ସମସ୍ତ ବ୍ରାଉଜିଂ ଡାଟା ସେମାନଙ୍କ ନିକଟକୁ ଚାଲିଯାଇଥାଏ ।
  2. ଯେଉଁ ସାଇଟ ଗୁଡିକ ଏଚଟିଟିପିଏସରୁ ଆରମ୍ଭ ହୋଇନଥିବେ ସେଥିପ୍ରତି ସତର୍କ ରୁହନ୍ତୁ ।  ଏଚଟିଟିପିଏସରୁ ‘ଏସ’ ର ଅର୍ଥ ହେଉଛି ସିକ୍ୟୁରିଟି ସକେଟ ଲେୟାର । ଯାହା ସୁଚିତ କରିଥାଏ ଯେ ସିକ୍ୟୁରିଟି ଲେୟାର ସକ୍ରିୟ ରହିଛି ।
  3. ୱାଇ ଫାଇ ଜୋନରେ କୌଣସି ପ୍ରକାର ଅଶ୍ଳୀଳ କିମ୍ବା ପ୍ରାପ୍ତ ବୟସ୍କ ୱେବସାଇଡକୁ ଦେଖନ୍ତୁ ନାହିଁ । କାରଣ ଏହା ସର୍ବସାଧାରଣଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି କରିବ ।
  4. ୱାଇ ଫାଇ ଜୋନରେ ଫାଇଲ ସେୟାରିଂ ବନ୍ଦ କରି ଦିଅନ୍ତୁ ।

ୱାଇ ଫାଇ ଜୋନରେ କ’ଣ କରିବେ

  1. ୱାଇ ଫାଇ ଜୋନରେ ଉର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ୍) ଆପଣନ୍ତୁ । ଏହା ଦ୍ଵାରା ଆପଣଙ୍କ ତଥ୍ୟ ଚୋରି ସମ୍ଭାବନା କଷ୍ଟକର ହୋଇଥାଏ ।
  2. କୌଣସି ତଥ୍ୟ ଅପରେଟ କରିବାର ଥିଲେ ଘରେ କିମ୍ବା କାର୍ଯ୍ୟ।ଳୟରେ ୱାଇ ଫାଇ ବ୍ୟବହାର କରନ୍ତୁ ।

ସଂଗୃହିତ - ଧରିତ୍ରୀ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate