অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିମାନରେ ଇଣ୍ଟରନେଟ ଖୁବଶୀଘ୍ର

ବିମାନ ଚଳାଚଳ ମଧ୍ୟରେ ୱାଇ-ଫାଇ

ବିମାନଯାତ୍ରୀଙ୍କ ଲାଗି ଖୁସି ଖବର । ଆଗକୁ ହୁଏତ ବିମାନ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ବ୍ୟବହାର କରିବା ଲାଗି ଅନୁମତି ମିଳିପାରେ   । ଆସନ୍ତା ମାସ ପ୍ରାରମ୍ଭରେ ଏ ନେଇ ଏକ ନିଷ୍ପତ୍ତି ନିଆଯିବ  । ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ମଧ୍ୟରେ ୱାଇ-ଫାଇ ବ୍ୟବହାର ଲାଗି ନିରାପତ୍ତା ଜନିତ ସମସ୍ୟାଗୁଡିକର ସମାଧାନ କରାଯାଉଥିବାବେଳେ ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଏ ନେଇ ଏକ ଖୁସି ଖବର ଦେଇପାରନ୍ତି   ।

ଯଦି ଉପରୋକ୍ତ ନିଷ୍ପତ୍ତି ନିଆଯାଏ ତାହେଲେ ଭାରତୀୟ ଆକାଶରେ ଉଡୁଥିବା ଉଭୟ ଘରୋଇ ଏବଂ ବିଦେଶୀ ବିମାନ କମ୍ପାନୀ ଗୁଡିକ ସେମାନଙ୍କ ଯାତ୍ରଙ୍କୁ ଏହି ସୁବିଧା ଦେବା ଲାଗି ସକ୍ଷମ ହୋଇପାରିବେ   । ଏହି ପ୍ରସଙ୍ଗ ଉପରେ ବୈଷୟିକ ଏବଂ ପରିଚାଳନାଗତ କ୍ରିୟାବିଧି ଚୁଡାନ୍ତ ସ୍ତରରେ ଥିବା ସରକାରୀ ସୂତ୍ରରୁ ଜଣାଯାଇଛି   ।

ୱାଇ- ଫାଇ ସୁବିଧା

ସୂଚନା ଯୋଗ୍ୟ ,ଅନେକ ବିଶ୍ଵସ୍ତ ରାୟ ଏୟାରଲାଇନ୍ସ ସେମାନଙ୍କ ଯାତ୍ରୀଙ୍କ ପାଇଁ ୱାଇ- ଫାଇ ସୁବିଧା ପ୍ରଦାନ କରୁଛନ୍ତି କିନ୍ତୁ ଭାରତୀୟ ଆକାଶରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ୱାଇ-ଫାଇ ସୁବିଧାକୁ ବନ୍ଧ କରିବାକୁ ପଡୁଛି   । ଯୋଜନା ଅନୁଯାୟୀ ବିମାନ କମ୍ପାନୀଗୁଡିକ ନିକଟରେ ଏହି ସେବା ନିମନ୍ତେ ଯାତ୍ରୀଏନକେଠାରୁ ଦେୟ ସଂଗ୍ରହ କରିବାର ବିକଳ୍ପ ରହିବ   । ତେବେ ଅଧିକାଂଶ ବିମାନ କମ୍ପାନୀ ଯଦି ଚାହିଁବେ ତା ହେଲେ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ମାଗଣାରେ ୱାଇ-ଫାଇ ସୁବିଧା ଉପଲ୍ଲବ୍ଧ କରାଗଲେ ଘରୋଇ ବିମାନ କମ୍ପାନୀଗୁଡିକ ଲାଭବାନ ହୋଇପାରିବେ   ।  ପ୍ରତିଯୋଗୀତାମୂଳକ ବିମାନ ଚଳାଚଳ ଶକ୍ତି ମଧ୍ୟରେ ସେମାନଙ୍କୁ କିଛି ଅତିରିକ୍ତ ରାଜସ୍ୱ ମଧ୍ୟ ମିଳିବ  । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନରେ ୱାଇ-ଫାଇ ସୁବିଧା ଉପଲବ୍ଧ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅନୁଶୀଳନ କରିଆସୁଛି   । କେତେକ ନିରାପତ୍ତାଜନିତ ସମସ୍ୟା ଯୋଗୁଁ ଏହା ଉପରେ ଅଧିକ ବିଚାର କରାଯାଉଥିଲା   । ତେବେ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ସଚିବ ଆର ଏନ ଚୌବେଙ୍କ ଏକ ଉତ୍ତରକୁ ଦ୍ରୁଷ୍ଟିରେ ରଖି ଖୁବଶୀଘ୍ର ଏହି ସୁବିଧା ବିମାନରେ ଉପଲ୍ଲବ୍ଧ କରାଯିବ ବୋଲି ସଂକେତ ମିଳିଛି   । ଏ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତରରେ ଚୌବେ କହିଥିଲେ ଯେ ୧୦ ଦିନ ମଧ୍ୟ ଏକ ଖୁସି ଖବର ଦିଆଯାଇପାରେ   । ତେବେ ସଚିବଙ୍କ ଏଭଳି ଉତ୍ତରକୁ ବିମାନରେ ୱାଇ-ଫାଇ ସୁବିଧା ଲାଗି ଅନୁମତି ଦିଆଯିବା ନେଇ ଆସା କରାଯାଉଛି   । ସମ୍ପ୍ରତି ଭାରତୀୟ ବିମାନ –ଚଳାଚଳ କ୍ଷେତ୍ର ପରିସରରେ ଯାତ୍ରୀମାନଙ୍କ ଲାଗି ମୋବାଇଲ ଫୋନ ଏବଂ ଇଣ୍ଟରନେଟ ବ୍ୟବହାର ଉପରେ କଟକଣା ରହିଛି   । ତେବେ ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁରୀର ଆବଶ୍ୟକତା ପଡି ପାରେ ବୋଲି ଚୌବେ କହିଥିଲେ  । ଯାତ୍ରୀମାନେ ବିମାନରେ ଥିବାବେଳେ କଲ କରିପାରିବେ କି ପ୍ରଶ୍ନରେ ସେ କହିଥିଲେ ଯେ ଯଦି ଡାଟା ବ୍ୟବହାର ପାଇଁ ଅନୁମତି ମିଳିବ ତାହେଲେ ଫୋନ କଲ ପାଇଁ କାହିଁକି ନୁହେଁ   ।

ନିରାପତ୍ତାଜନିତ ସମସ୍ୟା ନିଶ୍ଚିତ ଭାବେ ରହିଛି   । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଟେଲି ଯୋଗାଯୋଗ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଏହା ଉପରେ କାର୍ଯ୍ୟ କରୁଛନ୍ତି । ୧୦ ଦିନ ପରେ ଚୁଡାନ୍ତ ନିଷ୍ପତ୍ତି ନେଇ ଘୋଷଣା କରିବା ସମ୍ଭବ ହେବ   ।

ସରକାର ଅନୁମତି ଦେବା ପରେ ୱାଇ –ଫାଇ ସେବା ପ୍ରଦାନ କରିବା ନିଷ୍ପତ୍ତି ଏୟାରଲାଇନ୍ସଗୁଡିକ ନିକଟରେ ରହିବ   ।ଯେଉଁ ଏୟାରଲାଇନ୍ସ ଚାହିଁବେ ସେମାନଙ୍କ ଯାତ୍ରୀଙ୍କୁ ଏହି ସୁବିଧା ଦେଇପାରିବେ   । ସାଧାରଣତଃ ୱାଇ –ଫାଇ ସେବା ଯାତ୍ରୀମାନଙ୍କୁ ଏୟାର –ଟୁ- ଗ୍ରାଉଣ୍ଡ ଟେକ୍ନୋଲୋଜି କିମ୍ବା ସଟେଲାଇଟ କନେକ୍ଟିଭିଟି ମାଧ୍ୟମରେ ପ୍ରଦାନ କରାଯାଇଥାଏ   । ସାଟେଲାଇଟ କନେକ୍ଟିଭିଟି ମାଧ୍ୟମରେ ଏହି ସୁବିଧା ଅଧିକ ବ୍ୟୟ ବହୁଳ ହୋଇଥାଏ   ।

ସାଧାରଣତଃ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଏୟାରଲାଇନ୍ସ ସୀମିତ ସମୟ ଲାଗି ଯାତ୍ରୀଙ୍କୁ ବିମାନରେ ୱାଇ-ଫାଇ ସେବା ମାଗଣାରେ ପ୍ରଦାନ କରିଥାନ୍ତି   । ଏହା ପରେ ଯାତ୍ରୀଙ୍କ ବ୍ୟବହାରକୁ ଦ୍ରୁଷ୍ଟିରେ ରଖି ସେମାନଙ୍କଠାରୁ ଦେୟ ନିଆଯିବ   ।

ଆଧାର – ଧରିତ୍ରୀ

Last Modified : 12/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate