অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମିସଡ୍ କଲ୍ କରି ମୋବାଇଲ୍ ରିଚାର୍ଜ କରନ୍ତୁ

ମୋବାଇଲ୍ ରିଚାର୍ଜ ସେବା

ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ କିଛିଦିନ ତଳେ ବୈପ୍ଳବିକ ମିସଡ୍ କଲ୍ ମୋବାଇଲ୍ ରିଚାର୍ଜ ସେବା ବିଷୟରେ ଘୋଷଣା କରାଯାଇଛି । ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ କୌଣସି ଦୋକାନ ନ ଯାଇ, ଆପ୍ ନ ଖୋଲି ଓ ୱେବସାଇଟ୍ ପରିଦର୍ଶନ ନ କରି ମିସ୍ଡ୍ କଲ୍ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରିବେ । ପୁନଶ୍ଚ, ଗ୍ରାହକମାନେ ଏହି ସେବା ପାଇଁ ନିଜର ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ସାମିଲ କରିପାରିବେ ।

ଏହି ସେବା ଜରିଆରେ ଏଚ୍ଡିଏଫସି ବ୍ୟାଙ୍କ ୯୦ କୋଟି ପ୍ରିପେଡ୍ ମୋବାଇଲ୍ ଗ୍ରାହକମାନଙ୍କ ପାଖରେ ପହଂଚିପାରିବ, ଯେଉଁମାନଙ୍କ ମଧ୍ୟରୁ ୮୪% ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୯୨% ଫିଚର୍ ଫୋନ୍ ବ୍ୟବହାର କରୁଛନ୍ତି । ଭାରତରେ ୧୦୦ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ରହିଛନ୍ତି । ଏହି ସେବା ହାସଲ କରିବା ପାଇଁ ଡାଟା ପ୍ଲାନ୍ ଦରକାର ନାହିଁ ।

୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍

ଏହି ସେବାକୁ ଆକ୍ଟିଭେଟ୍ କରିବାକୁ ହେଲେ ଗ୍ରାହକଙ୍କୁ ୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ କରି ନିଜର ମୋବାଇଲ୍ କୁ ପଞ୍ଜିକୃତ କରିବାକୁ ପଡ଼ିବ । ସାଧାରଣତଃ ରିଚାର୍ଜ ପାଇଁ ୫୦ ଟଙ୍କା ରଖାଯାଉଛି । ଗ୍ରାହକମାନେ କିନ୍ତୁ ନିଜ ଆବଶ୍ୟକତା ଅନୁସାରେ ତାହାକୁ ୧୦ ଟଙ୍କାରୁ ୨୫୦ ଟଙ୍କା ମଧ୍ୟରେ ରଖିପାରିବେ । ମୋବାଇଲ୍ ଫୋନ୍ ପଞ୍ଜିକୃତ ହୋଇଯିବା ପରେ ଗ୍ରାହକଙ୍କୁ ୭୩୦୮୦୮୦୮୦୮କୁ ମିସ୍ଡ୍ କଲ୍ ମାରିବାକୁ ପଡ଼ିବ । ଯେତିକି ପରିମାଣ ଅର୍ଥ କ୍ରେଡିଟ୍ ହୋଇ ରହିଥିବ ତାହା ସଙ୍ଗେ ସଙ୍ଗେ ମୋବାଇଲ୍ ନମ୍ବରରେ ରିଚାର୍ଜ ହୋଇଯିବ । ସେହି ଅର୍ଥ ଏଚଡିଏଫ୍ସି ବ୍ୟାଙ୍କର ଗ୍ରାହକଙ୍କୁ ଖାତାରୁ କଟିଯିବ । ଏହି ସେବା ଥରେ ଆକ୍ଟିଭେଟ୍ ହୋଇଗଲେ ଦେଶର ଯେ କୌଣସି କଂପାନିର ମୋବାଇଲ୍ ରୁ ଏହି ସେବାକୁ ହାସଲ କରାଯାଇପାରିବ ।

ପଞ୍ଜିକୃତ ଗ୍ରାହକମାନେ ଚାହିଁଲେ ନିଜ ପ୍ରିୟଜନଙ୍କୁ ଏହି ସେବା ସହ ଯୋଡ଼ିପାରିବେ । କିନ୍ତୁ ସେମାନେ ଯେଉଁ ରିଚାର୍ଜ କରିବେ ତାହା ଗ୍ରାହକଙ୍କ ଖାତାରୁ କଟିବ ।

ଏ ସଂପର୍କରେ ଏଚ୍ଡିଏଫସି ବ୍ୟାଙ୍କର ଦେଶର ମୁଖ୍ୟ, ଡିଜିଟାଲ୍ ବ୍ୟାଙ୍କିଙ୍ଗ, ନୀତିନ୍ ଛୁଗ୍ କହିଛନ୍ତି ଯେ,

“ମିସଡ୍ କଲ୍ ମୋବାଇଲ୍ ରିଚାର୍ଜ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିବା ଆହୁରି ସହଜ ହୋଇଯିବ । ଏଥିରେ ଗ୍ରାହକ କୌଣସି ରାସ୍ତା କଡ଼ରେ ଠିଆ ହୋଇ କିମ୍ବା ଦୁର୍ଗମ ଅଂଚଳରେ ଥିଲେ ମଧ୍ୟ ମିସଡ୍ କଲ୍ ମାରି ନିଜର ମୋବାଇଲ୍ ରିଚାର୍ଜ କରିପାରିବେ । ପୁନଶ୍ଚ, ଏହି ସେବା ଗ୍ରାହକଙ୍କୁ ନିଜର ପ୍ରିୟଜନ ଓ ପରିବାର ସଦସ୍ୟଙ୍କୁ ଯୋଡ଼ିବାର ବିକଳ୍ପ ପ୍ରଦାନ କରୁଛି । ଭାରତରେ ମୋବାଇଲ୍ ଫୋନ୍ ବଜାରର ଏକ ବଡ଼ ଭାଗ ପ୍ରିପେଡ୍ ଗ୍ରାହକ ହୋଇଥିବାରୁ ଆମେ ଏହାକୁ ଏକ ସ୍ୱତନ୍ତ୍ର ସେବା ଭାବେ ବିଚାର କରୁଛୁ ।’’

ତିନିଟି ସହଜ ଉପାୟ

୧-୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ ପଠାଇ ଥରେ ମୋବାଇଲ୍ ନମ୍ବର ପଞ୍ଜିକରଣ କରିବାକୁ ପଡ଼ିବ । ପଞ୍ଜିକୃତ ହୋଇଯିବା ପରେ ଆକାଉଂଟ୍ ରେ ୫୦ ଟଙ୍କା ରହିବ ।

୨-ଗ୍ରାହକ ନିଜ ଚାହିଦା ଅନୁସାରେ ୭୩୦୮୦୮୦୮୦୮କୁ ଏସ୍ଏମ୍ଏସ୍ କରି ଆକାଉଂଟ୍ ର ମୂଲ୍ୟ ବଦଳାଇପାରିବେ । ଅର୍ଥାତ ୫୦ ଟଙ୍କାକୁ କମ କିମ୍ବା ଅଧିକ କରିପାରିବେ ।

୩-ପଞ୍ଜିକୃତ ଗ୍ରାହକମାନେ ମୋବାଇଲ୍ ଫୋନ୍ ରୁ ମିସଡ୍ କଲ୍ କଲେ ମୋବାଇଲ୍ ରିଚାର୍ଜ ହୋଇଯିବ .

ଆଧାର : ଖବର କାଗଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate