অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ

ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ

ସ୍ମାର୍ଟ ଫୋନ୍ ବ୍ୟବହାର

ସ୍ମାର୍ଟ ଫୋନ୍ ବ୍ୟବହାର କଲେ ତାହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ବୋଲି ଅନେକେ କହନ୍ତି, ହେଲେ ତାହା ଏ ପର୍ଯ୍ୟନ୍ତ ବିଜ୍ଞାନିକ ଦୃଷ୍ଟିକୋଣରୁ ପ୍ରମାଣ ହୋଇପାରି ନାହିଁ । କିନ୍ତୁ କାନରେ ବାରମ୍ବାର ଇଲେକ୍ଟ୍ରୋନିକ୍ ଜିନିଷ ଲଗାଇ ଶୁଣିଲେ ତାହାର ପ୍ରଭାବ ହୁଏତ କିଛି ପଡିପାରେ ।  କିନ୍ତୁ ସବୁଠାରୁ ବଡ କଥା ହେଲା ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡି ଚଳାଇଲେ କିଭଳି ଦୁର୍ଘଟଣା ଘଟୁଛି ତାହାର ନିଜର ଅନେକ ରହିଛି । କାରଣ ଗାଡି ଚଳାଇବା ସମୟରେ ମୋବାଇଲ୍ ରେ କଥା  ହେଲେ କିମ୍ବା ଗୀତ ଶୁଣିଲେ ଅନ୍ୟମନସ୍କ ହେବା ଦ୍ଵାରା ଦୁର୍ଘଟଣା ଘଟିଥାଏ । ତେଣୁ ଏହି ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ ।

ସାବଧାନତା

ମୋବାଇଲ୍ ଫୋନ୍ ବ୍ୟବହାର ଦ୍ଵାରା ସ୍ନାୟୁ ଉପରେ ପ୍ରଭାବ ପଡୁଛି, ବ୍ରେନ୍ ଟ୍ୟୁମର ହେଉଛି ବୋଲି ଅନେକ କହନ୍ତି । ହେଲେ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । ତେଣୁ ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ । ଏଥିପାଇଁ ଇୟର ଫୋନ୍ ବ୍ୟବହାର କଲେ ତାହାର ପ୍ରଭାବ କେତେକାଂଶରେ କମ୍ ପଡିଥାଏ । ଲାପଟପ୍ କୁ କେବେ କୋଳରେ ରଖନ୍ତୁ ନାହିଁ । ଯଦି ଆପଣ ଅନେକ ସମୟ କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରୁଛନ୍ତି, ତେବେ ସେହି ଅନୁସାରେ ଚଷମା ଲେନ୍ସ ଅଲଗା କରନ୍ତୁ ।  କାରଣ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଆଜିକାଲି ତ ଇଲେକ୍ଟ୍ରୋନିକ ଗେଜେଟ୍ ବ୍ୟବହାର ବହୁଳ ପରିମାଣରେ ହେଉଛି । ଏହାର ଶରୀର ଉପରେ କେତେ ପ୍ରଭାବ ପଡୁଛି ତାହା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ । କିନ୍ତୁ ସତର୍କ ରହିବା ଦରକାର ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate