অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍

ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍

ଉପକ୍ରମ

ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ମାର୍ଟ ସିଟି ମିଶନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆର.ଭିନିଲ୍ କ୍ରିଷ୍ଣା ପ୍ରକଳ୍ପ ଗୁଡିକ ବିଷୟରେ ସଦ୍ୟତଥ୍ୟ ଓ ତତ୍ ସମ୍ୱନ୍ଧିତ ବିଷୟ ବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରତି ପ୍ରକଳ୍ପକୁ ବିଭିନ୍ନ ପର୍ଯ୍ୟାୟରେବିଭାଜିତ କରି ପ୍ରତି ପର୍ଯ୍ୟାୟଓ୍ୱାରୀ କାମ ଶେଷ ନିମନ୍ତେ ନିର୍ଦ୍ଧିଷ୍ଟ ସମୟ ସାରଣୀ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ‘‘ବିଭିନ୍ନ ସେବା ସମନ୍ୱିତ ଜି. ପି.ଏସ୍ ମୋବାଇଲ୍ ଆପ୍ଦଦ ଓ ଉପଯୁକ୍ତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ତ୍ୱ ଆରୋପ କରିଥିଲେ।

ବିଭିନ୍ନ ପ୍ରକଳ୍ପ

ବୈଠକରେ ମୁଖ୍ୟତଃ ସ୍ୱୟଂକ୍ରିୟ ଟ୍ରାଫିକ୍ ସିଗ୍ନାଲ୍, ବହୁ ମୁଖୀ ରେଳବାଇ ହବ୍, ‘ଭୁବନେଶ୍ୱର ଓ୍ୱାନ୍ଦ, ଶାନ୍ତିନଗର ଆବାସ ଯୋଜନା, ସତ୍ୟନଗର ଆନୁଷ୍ଠାନିକ ଅଂଚଳର ବିକାଶ ଆଦି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣା ପଡିଛି, ଭୁବନେଶ୍ୱରରେ ୬୪ ଟି ସ୍ଥାନରେ ସ୍ୱୟଂକ୍ରିୟ ଟ୍ରାଫିକ ବ୍ୟବସ୍ଥା କରାଯିବ। ଏଥି ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଏବଂ ୯ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେହି ପରି ‘ସେବା ସମନ୍ୱିତ ଅନ୍ଲାଇନ୍ ଜି.ଆଇ.ଏସ୍. ପ୍ଲାଟ୍ଫର୍ମଦ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିମନ୍ତେ ୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଏକ ମୋବାଇଲ୍ ଆପ୍ ରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏହି ଜି.ଆଇ.ଏସ୍. ପ୍ଲାଟ୍ ଫର୍ମ ମାଧ୍ୟମରେ ବିଭିନ୍ନ ସୂଚନା ଯଥା ସହର ସମ୍ୱନ୍ଧୀୟ ମୌଳିକ ତଥ୍ୟାବଳୀ, ମାଷ୍ଟର ପ୍ଲାନ୍, ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ, ରାସ୍ତା ବ୍ୟବସ୍ଥା,ବସ୍ ସେବା, ପାର୍କିଂ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଆଦିର ସଠିକ୍ ଅବସ୍ଥାନ ଜଣା ପଡିବ। ଏହା ମାଧ୍ୟମରେ ଲୋକମାନେ ମଧ୍ୟ ନିଜ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଆଦିକୁ ମ୍ୟାପ୍ ରେ ଦେଖି ସେ ସଂପତ୍ତି ବିଷୟରେ ବିଶଦ ବିବରଣୀ ଏବଂ ଟିକସ ପୈଠ ଆଦି ବିଷୟରେ ଜାଣି ପାରିବେ।

ରେଳବାଇ ବହୁମୁଖୀ ହବ୍ ପ୍ରକଳ୍ପ

ରେଳବାଇ ବହୁମୁଖୀ ହବ୍ ପ୍ରକଳ୍ପ ପାଇଁ ପ୍ରାୟ ୩୪୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ରେଲେୱେ ଟର୍ମିନାଲ, ବସ୍ ଷ୍ଟାଣ୍ଡ, ଭୂମୀତଳ ପାର୍କିଂ ବ୍ୟବସ୍ଥା ଏବଂ ପାର୍କ ଆଦି ରହିବ। ଏଥିନିମନ୍ତେ ନିଲାମ କାଗଜାତ୍ ଆସନ୍ତା ସପ୍ତାହ ମଧ୍ୟରେ ଚୁଡାନ୍ତ କରାଯିବ ବୋଲି ସ୍ମାର୍ଟ ସିଟି ମିଶନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ କ୍ରିଷ୍ଣା ଗଣ ମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଥିଲେ।

ଅଂଚଳ ବିକାଶ ପ୍ରକଳ୍ପ

ସତ୍ୟନଗର ଆନୁଷ୍ଠାନିକ ଅଂଚଳ ବିକାଶ ପ୍ରକଳ୍ପକୁ ୪୦ ଏକର ଜମି ଉପରେ ପରିକଳ୍ପନା କରାଯାଇଛି। ଏଥି ପାଇଁ ବି.ଏମ୍.ସି. ଏବଂ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ପ୍ରାଥମିକ ସର୍ଭେ କାମ ସରିଛି। ଶାନ୍ତି ନଗର ଆବାସ ଯୋଜନା ପାଇଁ ଯୁଗ୍ମ ସର୍ଭେ କାମ ତ୍ୱରାନ୍ୱିତ କରାଯାଇଛି। ସ୍ମାର୍ଟ ସିଟି ମିଶନ କମ୍ପାନୀର ଅର୍ଥ ପରିଚାଳନା, ଏଥି ପାଇଁ ଅଧିକାରୀମାନଙ୍କ ନିୟୋଜନ ପ୍ରକଳ୍ପ ପରିଚାଳନା ପରାମର୍ଶ ଦାତା ଚୟନ ଆଦି ବିଷୟ ମଧ୍ୟ ବୈଠକରେ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତ୍ତି ନିଆଯାଇଥିଲା।

ଶେଷ କଥା

ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍ ଏବଂ ଉପଯୁକ୍ତ ବର୍ଜ୍ୟ ପରିଚାଳନାବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ନଗର ଓ ଗୃହ ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନାନ୍, ସାଧାରଣ ପ୍ରଶାସନ ବିଭାଗ ସତନ୍ତ୍ର ସଚିବ ଶ୍ରୀ ଅଶୋକ ମୀନା, ବି.ଏମ୍.ସି. କମିଶନର ଶ୍ରୀ କିଶନ୍ କୁମାର , ଡ଼ି.ସି. ପି. ଶ୍ରୀମତୀ ଅମ୍ରିତା ଦାସ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସତନ୍ତ୍ର ସଚିବ ଶ୍ରୀ ରୁଦ୍ର ନାରାୟଣ ପଲେଇଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଧାର: ଓଡ଼ିଆ ପୁଅ

Last Modified : 8/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate