ଉପକ୍ରମ ସୋସିଆଲ କମ୍ୟୁନିକେଶନ୍ ସାଇଟ୍ସଗୁଡିକ ମଧ୍ୟରେ ବର୍ତ୍ତମାନ ହ୍ଵାଟ୍ସଆପ୍ ର ଡିମାଣ୍ଡ ଯେ, କେତେ ତାହା କହିବା ବାହୁଲ୍ୟ ମାତ୍ର । କାରଣ ସାରା ବିଶ୍ଵରେ କୋଟି କୋଟି ସଂଖ୍ୟାରେ ଯୁବପିଢି ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ଚାଟିଂ କରିବା ତଥା ଫଟୋ ଏବଂ ଭିଡିଓ ଶେୟାର କରିବାରେ ଏହାକୁ ବ୍ୟବହାର କରୁଛନ୍ତି । ହେଲେ ଏହା ସହିତ ଜଡିତ ଏପରି କିଛି ତଥ୍ୟ ରହିଛି, ଯାହା ଅନେକ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ଜ୍ଞାତସାରରୁ ଦୂରରେ । ତେବେ ଜାଣନ୍ତୁ ହ୍ଵାଟ୍ସଆପ୍ କେତେକ ଅଜଣା କଥା କେତେକ ଅଜଣା କଥା ପ୍ରତିଦିନ ହ୍ଵାଟ୍ସଆପ୍ ରେ ପ୍ରାୟ ୪୩୦୦ କୋଟି ସେମେଜ୍ ସେଣ୍ଡ କରାଯାଇଥାଏ । ଜଣେ ୟୁଜର ଦିନକୁ ପାଖାପାଖି ୭୦ ଏବଂ ମାସକୁ ୧୦୦୦ ରୁ ଅଧିକ ମେସେଜ୍ ସେଣ୍ଡ କରିଥାଏ । ୧୯ ଫେବୃୟାରୀ ୨୦୧୪ ମସିହାରେ ଫେସବୁକ୍ ହ୍ଵାଟ୍ସଆପକୁ ୧୯ ମିଳିୟନ୍ ଡଲାରରେ କିଣିଥିଲା । ସେହିବର୍ଷ ହ୍ଵାଟ୍ସଆପ୍ ଆୟ ପ୍ରାୟ ୨୦ ମିଳିୟନ୍ ଡଲାର ( ପ୍ରାୟ ୧୩୩ କୋଟି ଟଙ୍କା) ଥିବା ଆକଳନ କରଯାଇଥିଲା । ୨୦୧୬ ମସିହା ଫେବୃୟାରୀ ମାସର ଡାଟା ଅନୁଯାୟୀ, ହ୍ଵାଟ୍ସଆପ୍ ମାସକୁ ପ୍ରାୟ ୧୦୦ କୋଟି ଲୋକ ଆକ୍ଟିଭ୍ ରହିଥାନ୍ତି । ହ୍ଵାଟ୍ସଆପ୍ ସିଲିକନ୍ ଭ୍ୟାଲୀଠାରେ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହା କମ୍ପାନୀର ହେଡକ୍ଵାର୍ଟର କାଲିଫର୍ନିଆଠାରେ ଅବସ୍ଥିତ । ଏହାକୁ ୫୨ଟି ଭାଷାରେ ଅନୁବାଦ କରାଯାଇଛି । ୨୦୧୫ ମସିହାର ଡାଟା ଅନୁସାରେ, ୯୦୦ ମିଲିୟାନ୍ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏହି କମ୍ପାନୀରେ ମାତ୍ରା ୫୫ ଜଣ କର୍ମଚାରୀ ଉପଲବ୍ଧ ଅଛନ୍ତି । ସେମାନଙ୍କ ମାଧରୁ ୩୪ଜଣ ହେଉଛନ୍ତି ଇଞ୍ଜିନିୟର । ଅର୍ଥାତ ପ୍ରାୟ ୨୩ ମିଲିୟନ୍ ହ୍ଵାଟ୍ସଆପ୍ ୟୁଜରଙ୍କ ପାଇଁ ଜଣେ ମାତ୍ର ଇଞ୍ଜିନିୟର କାମ କରନ୍ତି । ଜଣେ ଆଭାରେଜ୍ ହ୍ଵାଟ୍ସଆପ୍ ୟୁଜର ପ୍ରତି ସପ୍ତାହରେ ପ୍ରାୟ ୧୯୫ ମିନିଟ୍ ଏଥିରେ ବ୍ୟୟ କରୁଥିବା ବେଳେ ଦିନକୁ ୨୩ଥର ହ୍ଵାଟ୍ସଆପ୍ ଚେକ୍ କରିଥାଏ । ଜିମେଲ୍, ଗୁଗଲ ମ୍ୟାପ୍ସ ଫେସବୁକ୍ ଏବଂ ଗୁଗଲ ହ୍ୟାଙ୍ଗଆଉଟ ପରେ ଏହା ହେଉଛି ବିଶ୍ଵର ପଞ୍ଚମ ସର୍ବାଧିକ ଡାଉନଲୋଡ କରାଯାଉଥିବା ଆପ୍ । ସାରା ବିଶ୍ଵରେ ଭାରତବାସୀ ସବୁଠାରୁ ଅଧିକ ହ୍ଵାଟ୍ସଆପ୍ ବ୍ୟବହାର କରିଥାନ୍ତି । ୨୦୧୬ର ଆକଳନ ମୁତାବକ, ଭାରତରେ ପ୍ରାୟ ୧୦୦ ମିଲିୟନ ହ୍ଵାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି । ଏହାର ଫାଉଣ୍ଡର୍ ବିନା କୌଣସି ବଧାରେ ତା’ର ଉପଭୋକ୍ତାଙ୍କୁ ଚାଟିଂର ମଜା ଦେବାକୁ ଚାହୁଁଥିଲେ । ତେଣୁ ହ୍ଵାଟ୍ସଆପ୍ ରେ ନୋ ଆଡ୍ ପଲିସି ନିୟମ ରହିଛି । ଯଦ୍ଦ୍ଵାରା ଚାଟିଂ ମଝିରେ ବିଜ୍ଞାପନର କୌଣସି ବାଧା ଉପୁଜିବ ନାହିଁ । ଆଧାର ଧରିତ୍ରୀ