অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୦୨୦ ସୁଦ୍ଧା ଅନ୍ଲାଇନ୍ ରେ ରହିବେ ଭାରତର ୫୦କୋଟି ଲୋକ

୨୦୨୦ ସୁଦ୍ଧା ଅନ୍ଲାଇନ୍ ରେ ରହିବେ ଭାରତର ୫୦କୋଟି ଲୋକ

ଅନ୍ଲାଇନ୍

ଦେଶରେ ସ୍ମାର୍ଟଫୋନ୍ ର ବହୁଳ ବ୍ୟବହାର ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଧାରା ଅବ୍ୟାହତ ରହିଥିବାରୁ ୨୦୨୦ ସୁଦ୍ଧା ଭାରତର ୫୦ କୋଟି ଲୋକ ଅନ୍ଲାଇନ୍ ରେ ରହିବେ ବୋଲି ଗୁଗୁଲର ଏସିଆ ପ୍ୟାସିଫିକ୍ ଲାଙ୍ଗଏଜ୍ ହେଡ୍ ରିଚାସିଂ ଚିତ୍ରାଂଶୀ ପ୍ରକାଶ କରିଛନ୍ତି । ଭୋପାଳଠାରେ  ରାଜୀବ ଗାନ୍ଧୀ ପ୍ରୟୋଗିକୀ ବିଶ୍ଵବିଦ୍ୟାଳୟରେ ଆଇଟି ଛାତ୍ରମାନଙ୍କୁ ଉଦବୋଧନ ଦେଇ ଚିତ୍ରାଂଶୀ କହିଲେ, ୨୦୨୦ ସୁଦ୍ଧା ଭାରତର ୫୦କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବେ । ତନ୍ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏଥିରେ ସେମାନଙ୍କ ସ୍ଥାନୀୟ ଭାଷା ବ୍ୟବହାର କରୁଥିବେ । ଇଣ୍ଟରନେଟ ର ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ ଚିତ୍ରାଂଶୀ କହିଲେ, ମୁଖ୍ୟତଃ କମ୍ ମୂଲ୍ୟରେ ସ୍ମାର୍ଟଫୋନ୍ ଏବଂ ଡାଟା ପ୍ୟାକ୍ ଉପଲବ୍ଧ ହେବା ଯୋଗୁ ଦେଶର ଲକ୍ଷ ଲକ୍ଷ ଲୋକ ଅନ୍ଲାଇନ ବ୍ୟବହାର କରିବାକୁ ସକ୍ଷମ ହେଉଛନ୍ତି ।

ଉପଲବ୍ଧ

ଦେଶବାସୀଙ୍କ ପାଖରେ ଇଣ୍ଟରନେଟ୍ ସେବା ବୃଦ୍ଧିପାଇବାରେ ଲାଗିଛି । ବର୍ତ୍ତମାନ ନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୩ ପ୍ରତିଶତ ଥିବାବେଳେ ୨୦୨୦ ସୁଦ୍ଧା ଏହା ୬୨ ପ୍ରତିଶତକୁ ବୃଦ୍ଧିପାଇବ ବୋଲି ସେ କହିଛନ୍ତି । ଗତ ଦେଢବର୍ଷ ମଧ୍ୟରେ ଗୁଗୁଲ ସ୍ଥାନୀୟ ଭାଷାରେ ନେଟ୍ ବ୍ୟବହାର କ୍ଷେତ୍ରରେ ୧୦ଗୁଣ ଅଭିବୃଦ୍ଧି ହାସଲ କରିଛି । ତନ୍ମଧ୍ୟରୁ ହିନ୍ଦୀ ଭାଷାରେ ନେଟ ସୂଚନା ଉପଲବ୍ଧ ହେବା ୫ଗୁଣ ବୃଦ୍ଧିପାଇଛି । ନେଟ ବିଷୟସୂଚୀ, ଏହାର ବେଗ ଏବଂ ଉତ୍ପାଦ ଉପରେ କମ୍ପାନୀ ଅଧିକ ଗୁରୁତ୍ଵ ଦେଉଥିବା ସେ ପ୍ରକାଶ କରିଥିଲେ । ଆଣ୍ଡ୍ରଏଡ୍ ଭିତ୍ତିକ ଗୁଗୁଲ ଇଣ୍ଡିଆ କି-ବୋର୍ଡ଼ ଯୋଗେ ୧୦ ନିୟୁତ ଥର ଡାଉନଲୋଡ କରାଯାଇସାରିଲାଣି । ଭାରତରେ ୨୨ଟି ସରକାରୀ ଭାଷା ଥିବାବେଳେ ଗୁଗୁଲ ତନ୍ମଧ୍ୟରୁ ହିନ୍ଦୀ, ବଙ୍ଗଳା, ତାମିଲ,କନ୍ନଡ ସମେତ ୧୧ଟି ଭାଷାକୁ ଉପଯୋଗ କରିପାରୁଛି ।

ଏହି କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ଏବଂ ଏକ ଅନ୍ଲାଇନ୍ ପୋର୍ଟାଲ୍ ଏମପିପିଓଏସ୍ ଟି ଦ୍ଵାରା ମିଳିତ ଭାବେ କରାଯାଇଥିଲା ।

ଆଧାର – ଦୈନିକ ଧରିତ୍ରୀ

 

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate