অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ-ଗଭର୍ଣ୍ଣ।ନ୍ସ

  • ଜନସେବା କେନ୍ଦ୍ର ସ୍ଥାପନ

    ଜନସେବା କେନ୍ଦ୍ର ସ୍ଥାପନ

    ଗାଁ ଗହଳି,ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ ସେବା କେନ୍ଦ୍ରର ଆଦୃତ ବଢିଯାଇଛି । ତେଣୁ ଅଧିକରୁ ଅଧିକ ଜନସେବା କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ ଘାଟନ କରାଯାଇଛି ।

  • ଇ ପ୍ରଶାସନ ଦ୍ଵାରା ନିଯୁକ୍ତି

    ଇ ପ୍ରଶାସନ ଦ୍ଵାରା ନିଯୁକ୍ତି

    ଓଡିଶାରେ ବର୍ତ୍ତମାନ ‘ଇ ପ୍ରଶାସନ କୁ’ ଗୁରୁତ୍ଵ ଦିଆଯାଉଛି । ସାଧାରଣ ବ୍ୟକ୍ତିଟି ସରକାରୀ କାର୍ଯ୍ୟ କିପରି ସୁରୁଖୁରୁରେ କରିପାରିବ ସେଥି ପାଇଁ ବେକାରୀ ଯୁବକ,ଯୁବତୀକୁ ତାଲିମ ପ୍ରଦାନ କରାଯାଇ ଜନ ସେବା କେନ୍ଦ୍ରରେ ଅବସ୍ଥାପିତ କରାଯାଉଛି ।

  • ସାଧାରଣ ଲୋକଙ୍କ ସୁବିଧା

    ସାଧାରଣ ଲୋକଙ୍କ ସୁବିଧା

    ଜନସେବା କେନ୍ଦ୍ର ଗୁଡିକରେ ସାଧାରଣ ଲୋକଟିଏ ଆସି ସେଠାରେ ଥିବା କର୍ମଚାରୀ ଙ୍କ ସାହାଯ୍ୟରେ ନିଜର ଇଲେକଟ୍ରିକ ବିଲ, ବ୍ୟାଙ୍କ ପାଶ ବୁକ, ମୋବାଇଲ ରିଚାର୍ଜ ଇତ୍ୟାଦି କାର୍ଯ୍ୟ କରିପାରୁଛି ।

ସେବା ପ୍ରଦାନକାରୀ ପ୍ରଣାଳୀର ରୂପାନ୍ତରଣ

ଭାରତରେ ଇ-ପ୍ରଶାସନ ଏକ ଯୋଗାଯୋଗ ମାଧ୍ୟମ ପର୍ଯ଼ାୟରେ ପ୍ରବେଶ କରିଛି ଏବଂ କେନ୍ଦ୍ର ସରକାରଙ୍କ ଏଜେନ୍ସୀ ଓ ରାଜ୍ୟ ସରକାରଙ୍କ ବିଭାଗ ମାନଙ୍କ ଦ୍ଵାରା ସାଧାରଣ ଲୋକ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରାଯ଼ାଉଛି l ଜାତୀୟ ଇ-ପ୍ରଶାସନ ପରିକଳ୍ପନା ଯାହାକି ୨୦୦୬ ମସିହାରେ ଆରମ୍ଭ କରାଯ଼ାଇଥିଲା ଲୋକ ମାନଙ୍କୁ ତାଙ୍କ ନିଜ ଅଞ୍ଚଳରେ ସମସ୍ତ ସରକାରୀ ସେବାକୁ ପ୍ରଦାନ କରିବାକୁ, ସେ ସୁବିଧା ପ୍ରଦାନ ପାଇଁ ଭାରତରେ ସାଧାରଣ ସେବା କେନ୍ଦ୍ର ତିଆରି କରାଯ଼ାଉଛି l ୩୧ ମାର୍ଚ ୨୦୧୪ ସୁଦ୍ଧା ୧, ୩୩,୮୪୭ ଟି ସାଧାରଣ ସେବା କେନ୍ଦ୍ର ବିଭିନ୍ନ ବ୍ରାଣ୍ଡ ନାମରେ କାମ କରୁଛି ଓ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ସେବା ପ୍ରଦାନ କରୁଛି l ବିଭିନ୍ନ ସଂସ୍ଥା ମାନଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଅଭିନବ ସୂଚନା ଏବଂ ପ୍ରଯୁକ୍ତି ସେବା ଏବଂ ବିଶେଷ ଭାବରେ ସାଧାରଣ ସେବା କେନ୍ଦ୍ର ର ଲାଭ ନେବା ପାଇଁ ଭାରତ ପ୍ରସ୍ତୁତ ରହିଛି l ଭାରତ ବିକାଶ ପ୍ରବେଶ।ଗାର ଆବଶ୍ୟକ ହେଉଥିବା ସାମଗ୍ରୀ ଓ ସେବାକୁ ସ୍ଥାନୀୟ ଭାଷାରେ ପ୍ରଦାନ କରିଥାଏ ଯାହା ଦ୍ଵାରା ସମାଜରେ ବଂଚିତ ବର୍ଗର ଲୋକ ମାନଙ୍କର ଜୀବନରେ ଏହାର ପ୍ରଭେଦ ଦେଖିବାକୁ ମିଳେ l

ଏହି ପୋର୍ଟାଲର ଇ-ପ୍ରଶାସନ ସ୍ତମ୍ବ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ରେ ଚାଲୁରହିଥିବା ଇ-ପ୍ରଶାସନ ଆନ୍ଦୋଳନକୁ ସହଯୋଗ ଦେବା ଯେମିତିକି, ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ଅନଲାଇନ ମାଧ୍ୟମ ରେ ନାଗରିକ ସେବା ଉପଲବ୍ଧ କରାଇବା, ରାଜ୍ୟ ପ୍ରଯୋଜିତ ଇ-ପ୍ରଶାସନ ସେବା, ଅନଲାଇନ ମାଧ୍ୟମ ରେ ଆଇନଗତ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ମୋବାଇଲ ପ୍ରଶାସନ, ନାଗରିକ ସୂଚନା ଅଧିକାର ଇତ୍ୟାଦି l ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କର ସଶକ୍ତିକରଣ କରିବାର ଗୁରୁତ୍ଵକୁ ଆଖି ଆଗରେ ରଖି ଏହି ପୋର୍ଟାଲରେ ସ୍ଵତନ୍ତ୍ର ଭାବେ ଏକ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ କୋଣ ନାମରେ ଏକ ବିଭାଗ ରଖାଯ଼ାଇଛି, ଯ଼ାହା ସେମାନଙ୍କୁ ସମସ୍ତ ଉଚ୍ଚମାନର ସମ୍ବଳ ସାମଗ୍ରୀ ଯ଼ୋଗାଇବ ଓ ସେମାନଙ୍କୁ ନିଜ ଭାଷାରେ ଅଭିଜ୍ଞତାର ଆଦାନ ପ୍ରଦାନ ପାଇଁ ମଞ୍ଚ ପ୍ରଦାନ କରିବ l

ଭାରତରେ ଇ-ପ୍ରଶାସନ

ଏହି ବିଭାଗରେ ଜାତୀୟ ଇ-ପ୍ରଶାସନ ପରିକଳ୍ପନା, କାର୍ଯ୍ୟାରମ୍ଭ, ସମ୍ବଳ ଓ ରାଜ୍ୟ ସ୍ତରରେ ବିଭିନ୍ନ ଇ-ପ୍ରଶାସନ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦିଆଯ଼ାଇଛି l

ନାଗରିକ ସୂଚନା ଅଧିକାର ଆକ୍ଟ ୨୦୦୫ ସମ୍ପର୍କରେ

ସୂଚନା ଅଧିକାର ଆଇନ ୨୦୦୫ ଭାରତୀୟ ସଂସଦର ଏକ ଆଇନ ଯ଼ାହା ନାଗରିକ ମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ବ୍ୟବହାରିକ ବ୍ୟବସ୍ଥା ସ୍ଥାପନ କରିଥାଏ । ଏହା ଜାମ୍ମୁ କାଶ୍ମୀର ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲାଗୁ ହୋଇଛି l

ଇ- ପ୍ରଶାସନ ସେବା ଅନଲାଇନ

ଏହି ବିଭାଗ ଅନଲାଇନ ନାଗରିକ ସେବା ସମନ୍ଧୀୟ ବିସ୍ତ୍ରୁତ ଓ ଏହା ସହିତ ସମ୍ପର୍କିତ ଅନ୍ୟ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ), ସୂଚନା ଓ ସଂକ୍ଷିପ୍ତ ପରିଚୟ ପ୍ରଦାନ କରେ l

ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଇଂରାଜୀରେ ଭିଏଲଇ) ମାନଙ୍କ ପାଇଁ ସମ୍ବଳ

ଏହି ବିଭାଗରେ ସାଧାରଣ ସେବା କେନ୍ଦ୍ର ମାନଙ୍କର ବିସ୍ତୃତ ବିବରଣୀ, ଅନ୍ୟ ଆବଶ୍ୟକୀୟ ସଂଯୋଗ ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

ମୋବାଇଲ ଶାସନକାର୍ଯ୍ୟ

ଏହି ବିଭାଗରେ ଭାରତରେ ବଢୁଥିବା ମୋବାଇଲ ଶାସନକାର୍ଯ୍ୟ ବା ଶାସନରୀତି ସମ୍ପର୍କରେ ବିବରଣୀ ଓ ଅନ୍ୟ ଆବଶ୍ୟକୟ ସଂଯୋଗ ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

ଭାରତରେ ନ୍ୟାୟିକ ସେବା

ଏହି ବିଭାଗରେ ଅନଲାଇନ ଆଇନ ସେବା ବା ବିଚାର ବିଭାଗୀୟ ସେବା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଓ ଅନ୍ୟ ଉପଯୁକ୍ତ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ) ଓ ସେବା ସମ୍ପର୍କରେ ସୂଚନା ଦିଆଯ଼ାଇଥାଏ l

Last Modified : 12/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate