ମିଡିଆରେ ପୋଷ୍ଟ ପଡିପାରେ ମହଙ୍ଗା
ଆପଣଙ୍କୁ ନିଜ କମ୍ପାନୀ ଯେତେ ଖରାପ ଲାଗିଲେ ମଧ୍ୟ ସର୍ବସାଧାରଣରେ ଏହା ବିରୋଧରେ ଆଲୋଚନା କରିବା ଅତ୍ୟନ୍ତ ଖରାପ ଅଭ୍ୟାସ । ଏହା ଦ୍ଵାରା କିଛି ହାସଲ ହେବ ନାହିଁ ବରଂ ଆପଣଙ୍କ ଧାରଣା କମ୍ପାନୀ ତଥା ସର୍ବସାଧାରଣରେ ଖରାପ ହେବ । ସୋସିଆଲ ମିଡିଆରେ ନିଜ କମ୍ପାନୀ ବିରୋଧରେ ଆପଣ କୌଣସି ବିଷୟ ପୋଷ୍ଟ କଲେ କିଛି ସେକେଣ୍ଡ ମଧ୍ୟରେ ଏହା ହଜାର ହଜାର ଲୋକଙ୍କ ନିକଟରେ ପହଞ୍ଚିଯାଇପାରେ । ଏହା ଆପଣଙ୍କର କ୍ୟାରିୟର ବିଲଡିଙ୍ଗ ରେ ବିପରୀତ ପ୍ରଭାବ ପକାଇଥାଏ ।
ଗୁରୁତ୍ଵପୂର୍ଣ୍ଣ କଥା
- କମ୍ପାନୀର କୌଣସି ନୀତିରେ ଯଦି ଆପଣ ଖୁସି ନାହାନ୍ତି। ଏହାକୁ ନେଇ ମ୍ୟାନେଜମେଣ୍ଟ ସହ କଥା ହୁଅନ୍ତୁ । ବାହାରେ ଅଫିସ୍ ବିରୋଧରେ ମନ୍ତବ୍ୟ ଦେଇ ଆପଣ ନିଜ କ୍ୟାରିୟରକୁ ବିଭାଗଡିଦେବେ। ବାହାରେ ଅନ୍ୟ କୌଣସି ନିଯୁକ୍ତିଦାତା ଆପଣଙ୍କୁ ନେବା ପାଇଁ ୫ ଥର ଚିନ୍ତା କରିବେ । କାରଣ କୌଣସି କମ୍ପାନୀ ଏଭଳି କର୍ମଚାରୀ ଚାହିଁବେ ନାହିଁ ଯାହାଙ୍କର କମ୍ପାନୀ ପ୍ରତି କର୍ତ୍ତାବ୍ୟନିଷ୍ଠ ମନୋଭାବ ନାହିଁ।
- ଏଭଳି କର୍ମଚାରୀ କମ୍ପାନୀ ପାଇଁ ଆଦୌ ଠିକ୍ ନୁହନ୍ତି ବୋଲି ଅନେକ ସଂସ୍ଥା ବିଚାର କରିଥାନ୍ତି । ତେଣୁ ସୋସିଆଲ ମିଡିଆକୁ ସମାଧାନର ପନ୍ଥା ଭାବେ ଆଦୌ ଗ୍ରହଣ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ଆପଣଙ୍କ ସମସ୍ୟାକୁ ପୋଷ୍ଟ କରିଦେଲେ ଯେ ସବୁକିଛି ଠିକ୍ ହୋଇଯିବ ତାହା ଭାବନ୍ତୁ ନାହିଁ ।
- ସୋସିଆଲ ମିଡିଆରେ ଆପଣଙ୍କର କମ୍ପାନୀ ବିରୋଧରେ କୌଣସି ଏକ ମନ୍ତବ୍ୟ କମ୍ପାନୀର ଭାବମୂର୍ତ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଯେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଉକ୍ତ କମ୍ପାନୀର ଗୁମର ବାହାରେ ଖୋଲିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।
- କମ୍ପାନୀର ଅନ୍ୟ କୌଣସି ଅଧୁକାରୀ, ପଡ଼ିପାରେ ମହଙ୍ଗୀ ସହିତ ଆପଣଙ୍କର କୌଣସି ବିଷୟକୁ ନେଇ ମତାନ୍ତର ଥିଲେ ଏହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। କମ୍ପାନୀର ପଲିସିରେ ଆପଣ ସନ୍ତୁଷ୍ଟ ନ ଥିଲେ। ଏହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ । ଏ କ୍ଷେତ୍ରରେ ସପୁର ବସ୍ଙ୍କ ସହଯୋଗ ଲୋଡିପାରନ୍ତି ।
- କମ୍ପାନୀରେ କୌଣସି ପ୍ରକାର ରାଜନୈତିକ ବାତାବରଣର ସାମ୍ନା କରୁଥିଲେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ମନେରଖନ୍ତୁ ଉଭେଜିତ ହୋଇ ତରବରିଆ ଭାବେ କୌଣସି ନିଷ୍ପଭି ନେଲେ ଏହା ଭଲ କମ୍ ଖରାପ ଅଧିକ ସାବ୍ୟସ୍ତ ହୋଇଥାଏ । ପରିସ୍ଥିତି ଆପଣଙ୍କ ନିୟନ୍ତ୍ରଣକୁ ଆସେନାହିଁ। ତେଣୁ ସୁଯୋଗକୁ ଅପେକ୍ଷା କରନ୍ତୁ । ଯଦି ସହିବାର ସୀମା ଟପିଯାଏ ତା'ହେଲେ ସୁପର୍ ବସ୍ଙ୍କ ମାଧ୍ୟମରେ ପରିସ୍ଥିତିକୁ ସଜାଡିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ସୋସିଆଲ ମିଡିଆରେ ଆପଣ ନିଜ କମ୍ପାନୀକୁ ନେଇ ନକାରାତ୍ମକ ପୋଷ୍ଟ କରିବା ଦ୍ଵାରା ନିଜକୁ ଅନ୍ୟମାନଙ୍କ ପାଖରେ ସମ୍ପୁର୍ଣ୍ଣ ଅନ୍-ପ୍ରଫେସନାଲ କରିଦେବେ । ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଧାରଣା ଅତ୍ୟନ୍ତ କରାପ ହୋଇଯିବ । ଫଳରେ ସମାଧାନ ହେବନାହିଁ ତା’ସହିତ ଆପଣଙ୍କର ଭାବମୂର୍ତ୍ତି ଅନ୍ୟମାନଙ୍କ ପାଖରେ ଖରାପ ହୋଇଯିବ ।
- ଯେଉଁମାନଙ୍କ ସହ ଆପଣଙ୍କର ମତାନ୍ତର ରହିଛି ହୁଏତ ସେମାନଙ୍କର ସମ୍ପର୍କ ମ୍ୟାନେଜମେଣ୍ଟ ସହ ଭଲ ରହିଥାଇପାରେ । ଯଦି ଆପଣ କମ୍ପାନୀରେ ସାମ୍ନା କରୁଥୁବା ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ ଅନ୍ୟମାନେ ଆପଣଙ୍କ ଏହି କାର୍ଯ୍ୟକଳାପ ସମ୍ପକରେ ମ୍ୟାନେଜମେଣ୍ଟକୁ ଜଣାଇ ଦେଇପାରନ୍ତି । ଏହାପରେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନୀ ଆପଣଙ୍କୁ ଚାକିରିରୁ ବହିଷ୍କାର କରିପାରେ । ଏହାଦ୍ଵାରା ଆପଣଙ୍କର କୌଣସି ପ୍ରକାର ଲାଭ ହେବନାହିଁ ବରଂ ଏହାର ଫାଇଦା ଅନ୍ୟମାନେ ନେବେ ।
ଉପରୋକ୍ତ ପଏଣ୍ଟଗୁଡିକୁ ଧ୍ୟାନରେ ଦେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ପୋଷ୍ଟ କରିବା ପୂର୍ବରୁ ସଚେତନ ରାହୁଇବା ଜରୁରୀ ।
ସଂଗୃହିତ : ପ. କ୍ ପ୍ରମାନିକ
Last Modified : 12/10/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.