ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଉତ୍କଳ ବିଶ୍ୱବିଦ୍ୟାଳୟ
ସେଆର କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ସୂଚନା ।

ଭୁବନେଶ୍ଵରର ବାଣୀବିହାରରେ ଅବସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟ । ଯାହା ଓଡିଶାର ପୁରାତନ ତଥା ଭାରତର ୧୭ ତମ ବିଶ୍ଵବିଦ୍ୟାଳୟ  ଭାବେ ମାନ୍ୟତାପ୍ରାପ୍ତ, ଏହା ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ, ଯାହା ଅଧୀନରେ ସର୍ବାଧିକ ୩୫୭ଟି କଲେଜ ମଧ୍ୟରୁ ୨୪୯ ସାଧାରଣ କଲେଜ, ୮୯ ଟି ପ୍ରଫେସନାଳ କଲେଜ, ୧୫ଟି ଆଇନ କଲେଜ ଓ ୪ ଟି ମେଡିକାଲ ଓ ଫାର୍ମାସୀ କଲେଜ ରହିଛି ।

ଇତିହାସ

୨୭ ନଭେମ୍ବର,୧୯୪୩ ରେ ବିଧିବଦ୍ଧ ଭାବେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ଵବିଦ୍ୟାଳୟର ସମସ୍ତ କାର୍ଯ୍ୟ କଟକ ରେଭେନ୍ସା କଲେଜର ରୁମ ନମ୍ବର 15 ରୁ ପରିଚାଳିତ ହେଉଥିଲା । ପରେ  ୧ ଜାନୁୟାରୀ,୧୯୫୮ରେ ବର୍ତ୍ତମାନ କ୍ୟାମ୍ପସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପଟି ଡ. ରାଜେନ୍ଦ୍ର ପ୍ରସାଦ ଓ ୨ ଜାନୁୟାରୀ, ୧୯୬୩ ରେ ଏହାର ଶୁଭ ଉଦଘାଟନ କରିଥିଲେ  ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ।

ଭିତ୍ତିଭୂମି

ଏଠାରେ ପାରମ୍ପରିକ ଶିକ୍ଷା ସହ ବୈଷୟିକ ଶିକ୍ଷାକୁ ମଧ୍ୟ ସମଭାବରେ ଗୁରୁତ୍ଵ ଦିଆଯାଏ । ଏଥିସହିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ଅବୃଦ୍ଧି ପାଇଁ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଦିଆଯାଇଥାଏ। ଏଠାରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କ୍ୟାମ୍ପସ ଭୀତରେ ଲାଇବେରୀ, କମ୍ୟୁଟର ସେଣ୍ଟର, କ୍ୟାଣ୍ଟିନ, ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ଲେସମେଣ୍ଟ ସେଲ, ରିଚର୍ଚ୍ଚ ସେଣ୍ଟର,ଏନଏସଏସ ଓ ହଷ୍ଟେଲ ସୁବିଧା ରହିଛି ।

ପାଠ୍ୟକ୍ରମ

ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକୋତ୍ତର ବିଭାଗ ରହିଛି ।  କଳାରେ ଆନାଲିଟିକାଲ ଆଣ୍ଡ ଆପ୍ଳାଏଡ ଇକୋନୋମିକ୍ସ, ଆନସିଏଣ୍ଟ ଇଣ୍ଡିଆନ ହିଷ୍ଟ୍ରି, କଲଚର ଆଣ୍ଡ ଆକିଓଲୋଜି, ଆନଥ୍ରୋପୋଲୋଜି, ଇଂରାଜୀ ହିଷ୍ଟ୍ରି, ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ, ଓଡିଆ, ଫିଲୋସୋଫି, ପଲଟିକାଲ ସାଇନ୍ସ, ସାଇକୋଲୋଜି, ପବ୍ଲିକ ଆଡମିନିଷ୍ଟ୍ରେସନ, ସଂସ୍କୃତ, ସୋସିଓଲୋଜି ଓ ଓମେନ ଷ୍ଟଡିସ ଥିବା ବେଳେ ବିଜ୍ଞାନରେ ବାୟୋଟେକ୍ନୋଲୋଜି, ବଟାନି, କେମିଷ୍ଟ୍ରି, କମ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ, ଜିଓଗ୍ରାଫି, ଜୁଲୋଜି, ଫାର୍ମାସୀ, ଜିଓଲୋଜି ଓ ପରିସଂଖ୍ୟାନ ଆଦିରେ ସ୍ନାତକୋତ୍ତର କୋର୍ସ ରହିଛି । ସେହିପରି ବିଜନେସ ଷ୍ଟଡିସ ଆଣ୍ଡ ମ୍ୟାନେଜମେଣ୍ଟରେ ବିଜନେସ ଆଡମିନିଷ୍ଟ୍ରେସନ, କମର୍ସ, ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ ଆଦି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ଏହାଛଡା ଏଠାରେ ପିଏଚଡି, ଏମଫିଲ ସହ ୧୭ ଟି ସେଲ୍ପ ଫାଇନାନ୍ସି କୋର୍ସ ମଧ୍ୟ ରହିଛି ।

ଶିକ୍ଷା ଓ ବିକାଶର ପ୍ରତୀକ

ଉତ୍କଳ ବିଶ୍ଵବିଦ୍ୟାଳୟ ରାଜ୍ୟର ସବୁଠାରୁ ବଡ ଓ ପୁରୁଣା ବିଶ୍ଵବିଦ୍ୟାଳୟ । ଯାହା ରାଜ୍ୟର ଯୁବବର୍ଗଙ୍କୁ ସଶକ୍ତକରିବା ପାଇଁ ଖୁବ କମ ମୂଲ୍ୟରେ ଉଚ୍ଚମାନର ଶିକ୍ଷା ଦେଇଥାଏ । ଏଠାକାର ଗବେଷଣା ପଦ୍ଧତି ଓ ପୂର୍ବତନ କୃତି ଛାତ୍ରଙ୍କ ସଫଳତାକୁ ଆଧାର କରି ଏବେକର ଟ୍ୟାଲେଣ୍ଟେଡ ଛାତ୍ରଛାତ୍ରୀମାନେ ଏହି ବିଶ୍ଵବିଦ୍ୟାଳୟ ପ୍ରତି ଆକର୍ଷିକ ହେଉଛନ୍ତି । ତା ସହିତ ଆମ ବିଶ୍ଵ ବିଦ୍ୟାଳୟ “ନାକ” ଦ୍ଵାରା “ଏ ପ୍ଲସ“ ମାନ୍ୟତାପ୍ରାପ୍ତ । ଏଠାରେ ଶିକ୍ଷା ଲାଭକରିଥିବା ବହୁ ଛାତ୍ରଛାତ୍ରୀ ଆଦି ଦେଶର ବିଭିନ୍ନ ବଡ ବଡ ପଦପଦବୀରେ ଅବସ୍ଥାପିତ, ସେମାନଙ୍କ ମଧ୍ୟରୁ ୩୫ ଜଣ କୁଳପତି, ରାଷ୍ଟ୍ରଦୂତ, ରାଜନେତା, ବୈଜ୍ଞାନିକ, ଉଦ୍ୟୋଗପଟି ଓ ସାହିତ୍ୟକ ଭାବେ ବେସ ସୁନାମ ଅର୍ଜନ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ ହେଉଛି ରାଜ୍ୟରେ ଶିକ୍ଷା ଓ ବିକାଶର ପ୍ରତୀକ।

ସଂଗୃହିତ - ପ୍ରଫେସର ଅଶୋକ କୁମାର ଦାଶ ,କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top