ଜୀବନର ଲକ୍ଷ୍ୟ
ଅନେକ ସମୟରେ ଦେଖାଯାଏ ଆମ ଜୀବନର ଲକ୍ଷ୍ୟ ଗୋଟିଏ ଥାଏ । କିନ୍ତୁ ଆମେ ଆଉ ଏକ ଦିଶା ଅଭିମୁଖେ ଅଗ୍ରସର ହୋଇ ଲକ୍ଷ୍ୟ ହାସଲରେ ବିଫଳ ହେଉ । ଏହାର କାରଣ ହେଉଛି ଆମେ ନିଜର ପସନ୍ଦ ତଥା ଇଚ୍ଛା ମୁତାବକ କ୍ୟାରିୟର ଚୟନ କରିପାରିନାହୁଁ ଯାହାର ଫଳସ୍ଵରୂପେ କ୍ୟାରିୟର ଗଠନରେ ବିଫଳ ହେବାକୁ ବାଧ୍ୟ ହେଉ ।
ଯଦି ଘରର ମୂଳଦୁଆ ଦୃଢ଼ ଥର୍ବ ତା'ହେଲେ ଏହାକୁ କୌଣସି ପ୍ରକାର ଝଡ଼ ଦୋହଲାଇପାରିବ ନାହିଁ । କ୍ୟାରିୟର କ୍ଷେତ୍ରରେ ମଧ୍ୟ ସମାନ ଉକ୍ତି କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ କ୍ୟାରିୟରର ମୂଳଦୁଆ ଠିକ୍ ଅବ ଆପଣ ନିଜକୁ ଜଣେ ସଫଳ ପ୍ରଫେସନାଲ ଭାବେ ପ୍ରମାଣିତ କରିପାରିବେ । କ୍ୟାରିୟରରେ ଆଗକୁ ବଢ଼ିବାରେ କିଏ ଆପଣଙ୍କୁ ଅଟକାଇ ପାରିବେ ନାହିଁ ।
ଆମକୁ ଏହା ମାନିବାକୁ ପଡିବ ଯେ, ଜନ୍ମରୁ ଆମ ସମସ୍ତଙ୍କୁ କିଛି ନା କିଛି ଦକ୍ଷତା ମିଳିଥାଏ । ସମସ୍ତଙ୍କ ନିକଟରେ କିଛିନା କିଛି ପ୍ରତିଭା ରହିଥାଏ । ଏହାକୁ କେବଳ ବିକଶିତ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ସେମାନଙ୍କ ଦୃଢ଼ ଇଚ୍ଛା ଏବଂ ଜୋସ୍ କାର୍ଯ୍ୟ କରିଥାଏ । ସେମାନଙ୍କ ଆଗ୍ରହ ତଥା ଗୁଟିକୁ ବିକଶିତ କରି ସେମାନେ ବିଶ୍ଵ ଦରବାରରେ ନିଜକୁ ପରିଚିତ କରାଇପାରିଛନ୍ତି । ଏ କ୍ଷେତ୍ରରେ ଆଲ୍ବର୍ଟ ଆଇନ୍ଷ୍ଟାଇନ, ରବୀନ୍ଦ୍ରନାଥ ଗଗୋର, ଏମ୍.ଏଫ୍. ହୁସେନ୍ ଏବଂ ସଚିନ ତେନ୍ଦୁଲକରଙ୍କ ଉଦାହରଣ ନିଆଯାଇପାରେ। ଏମାନେ ନିଜ ନିଜର ଗୁଟିକୁ କ୍ୟାରିୟର ଭବେ ଗଠନ କରି ନିଜକୁ ବିଶ୍ଵ ଦରକାରରେ ପରିଚିତ କରାଇପାରିଛନ୍ତି ।
ଆଜିକାଲ ମାତାପିତା ଏବଂ ଅଭିଭାବକମାନେ ପିଲାମାନଙ୍କ ରୁଚିକୁ ଅଗ୍ରାଧକାର ଦେଇ ସେମାନଙ୍କୁ କ୍ୟାରିୟର ଦିଗରେ ଅଗ୍ରସର କରାଉଛନ୍ତି । ସେମାନଙ୍କୁ ନିଜ ପସନ୍ଦର କ୍ୟାରିୟର ବାଛିବା ପାଇଁ ପ୍ରୋସାହିତ କରୁଛନ୍ତି । ଯେଉଁଠି ପିଲାମାନଙ୍କୁ ସବୁପ୍ରକାର ସହଯୋଗ ମିଳୁଛି। ସେଠାରେ ପିଲାମାନଙ୍କୁ ନିଜ କ୍ୟାରିୟରକୁ ଠିକ୍ ଦିଗରେ ନେବାର ଆବଶ୍ୟକତା ରହିଛି । ଭାରତ ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିଭିନ୍ନ ଅଭିଯାନ ଆରମ୍ଭ କରୁଛନ୍ତି, ଯାହା ମାଧ୍ୟମରେ ପିଲାମାନଙ୍କ ରୁଚି ଅନୁସାରେ ସେମାନଙ୍କୁ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ରୁଚିକୁ କ୍ୟାରିୟର ଭାବେ ଗଢ଼ି ତୋଳିବା
ତେବେ ନିଜ ରୁଚିକୁ କ୍ୟାରିୟର ଭାବେ ଗଢ଼ି ତୋଳିବା ପାଇଁ କ'ଣ କରିବାକୁ ହେବ ।
- ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଭଗବାନଙ୍କ ଦ୍ଵାରା ପ୍ରଦତ୍ତ ଭିନ୍ନ ଭିନ୍ନ ପ୍ରତିଭା ରହିଥାଏ । ସେମାନଙ୍କର ଆଇଜ୍ମା ଭିନ୍ନ ଭିନ୍ନ ହୋଇଥାଇପାରେ । ମାତାପିତାଙ୍କୁ କେବଳ ଉକ୍ତ ପ୍ରତିଭାକୁ ଚିହ୍ନଟ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇଥିବା ଗୁଣାବଳୀକୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯିବା ଆବଶ୍ୟକତା ରହିଛି । ଏହା ଠିକ୍ ଭାବେ ହୋଇପାରିଲେ ସେମାନଙ୍କୁ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହିଁ । ପିଲାଙ୍କ ପ୍ରୋଫାଇଲ୍କୁ ଭଲ ଭାବେ ସମୀକ୍ଷା କରିବା ପରେ ମାତାପିତା ସେମାନଙ୍କ ପାଇଁ ସର୍ବୋକୃଷ୍ଟ କ୍ୟାରିୟର ବାଛିବା ଦରକାର । ପିଲା ଯଦି କ୍ରୀଡ଼ାରେ ପାରଙ୍ଗମ ଥର୍ବେ ତାଙ୍କୁ ଉକ୍ତ ଦିଗରେ ଅଗ୍ରସର କରାଇବା ଉଚିତ । ସେହିଭଳି ପିଲାର ଯଦି ମୁଜିକ୍ରେ ରୁଚି ରହିଛି ତାଙ୍କୁ ଉକ୍ତ ଦିଗରେ ବଢ଼ାଇବା ଦରକାର । ମୋଟାମୋଟି କହିବାକୁ ଗଲେ ପିଲାର ରୁଚି ଅନୁଯାୟୀ କ୍ୟାରିୟର ଗଠନ କରାଯିବା ଉଚିତ । ପିଲାକୁ ନିଜ କ୍ୟାରିୟର ବାଛିବାର ସ୍ଵାଧୀନତା ଦେବା ଦରକାର । ସଫଳତା ଆପଣା ଛାଏଁ ଆସେନାହିଁ । ଖାଲି କ୍ୟାରିୟର ବାଛି ଦେଲେ ହେବ ନାହିଁ। ଏଥିରେ ନିଜର ଶତ ପ୍ରତିଶତ ଉଦ୍ୟମ ମଧ୍ୟ ଲଗାଇବାକୁ ପଡିବ ।
- ପିଲାର ସ୍ଵତନ୍ତ୍ରତାକୁ ଯେତେ ଶୀଘ୍ର ଚିହ୍ନଟ କରିବେ ତାହା ପିଲାପାଇଁ ଶ୍ରେୟସ୍କାର ହେବ । ମାତାପିତା ପିଲାର ପ୍ରତିଭାକୁ ଚିହ୍ନଟ କରି ତାକୁ ପ୍ରୋସାହିତ କରିବା ଦରକାର । ଏହାପରେ ପିଲାକୁ ଉପଯୁକ୍ତ ତାଲିମ ଏବଂ ତତ୍ତ୍ଵାବଧାନର ଆବଶ୍ୟକତା ରହିଛି । ମାତାପିତା, ଅଭିଭାବକ, ଶିକ୍ଷକ ତଥା ମେଣ୍ଟରମାନଙ୍କ ସହଯୋଗ ପିଲାର ମନୋବଳ ବଢ଼ାଇଥାଏ ।
- ପ୍ରତ୍ୟେକ ପିଲା ଭିନ୍ନ । ସେମାନଙ୍କୁ ରୁଚି ବି ଭିନ୍ନ । ଯଦି ଆମେ ସେମାନଙ୍କ ରୁଚିକୁ ଚିହ୍ନଟ କରିପାରି ଉକ୍ତ ଦିଗରେ ସେମାନଙ୍କୁ ପ୍ରୋସାହିତ କରିବା ତା'ହେଲେ ପ୍ରତ୍ୟେକେ ଜଣେ ଜଣେ ସ୍କଲାର ହୋଇ ବାହାରିବେ ।
- ସବୁପ୍ରକାର ଆସେସ୍ମେଣ୍ଟ ପରେ ଏବେ ଗୁରୁଦାୟିତ୍ୱ ହେଉଛି ପିଲାର ଯେ, କିପରି ସେ ନିଜ ରୁଚିକୁ ପେସାରେ ପରିଣତ କରିବ । କ୍ୟାରିୟର ପ୍ଲାନି ଲାଗି ନିଜକୁ ପ୍ରସ୍ତୁତ କରିବାକୁ ପଡିବ ।
- ପିଲାର ଅଭିବୃଦ୍ଧି ଲାଗି ଜଣେ ଉପଯୁକ୍ତ ମେଣ୍ଟରଙ୍କ ଆବଶ୍ୟକତା ରହିଛି । ଜଣେ ଉପଯୁକ୍ତ ମେଣ୍ଟର ବା ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ସେ ଠିକ୍ ଦିଗରେ ଅଗ୍ରସର ହେବ ।
- ସମ୍ଭାବନାକୁ ସୁଯୋଗ ବନାଇବାର ଗୁଣାବଳୀ ଜଣେ ପିଲା ନିକଟରେ ରହିଥିବା ଦରକାର । ଏହାସହିତ କଠିନ ପରିଶ୍ରମର ଫଳ ନିଶ୍ଚିତ ସପକ୍ଷରେ ରହିଥାଏ ।
- ଦକ୍ଷତା ବିକାଶ କ୍ୟାରିୟର ଅଭିବୃଦ୍ଧିରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରିବା ସହ ଜ୍ଞାନ ଆହରଣ ପ୍ରକ୍ରିୟାକୁ ସର୍ବଦା ଜାରି ରଖବା ଦରକାର ।
ଶେଷରେ କୁହାଯାଇପାରିବ ଯେ, ନିଜର ଅନ୍ତର୍ନିହାତ ଗୁଣାବଳୀକୁ ପ୍ରସ୍ଫୁଟିତ କରି ଜଣେ ଏକ ଉନ୍ନତ କ୍ୟାରିୟରର କାମନା କରିପାରିବେ ।
ଆଧାର – ପି.କେ ପ୍ରାମାଣିକ