ସରକାରୀ ଏବଂ ଘରୋଇ ଚାକିରି ମଧ୍ୟରେ ପ୍ରଭେଦ

ଆଜିକାଲି ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଏବଂ ଘରୋଇ ଚାକିରି ମଧ୍ୟରେ ଯଦି ଚୟନ କରିବାକୁ କୁହାଯାଏ ତା’ ହେଲେ ସେମାନେ ସରକାରୀ ଚାକିରିକୁ ହିଁ ବାଛିବେ । ଏହା ହେବା ସ୍ଵାଭାବିକ । କାରଣ ଏଠାରେ ଚାକିରିର ସ୍ଥାୟିତ୍ଵ ସହ ମୋଟା ଅଙ୍କର ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଢେର ରହିଛି । ୟୁପିଏସସି , ଏସଏସସି ଏବଂ ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଆୟୋଜିତ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବା ଲାଗି ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ଉଦ୍ୟମ ଲଗାଉଛନ୍ତି । ଏଥିରେ ସଫଳ ହୋଇଗଲେ କ୍ୟାରିୟର ବନିଗଲା ବୋଲି ଜାଣୁଛନ୍ତି । ତେବେ ସରକାରୀ ବିଭାଗ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ୟତୀତ ଆଜିକାଲି ବ୍ୟାଙ୍କ ଏବଂ ଇନସ୍ୟୁରାନ୍ସ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ଏଠାରେ ସମ୍ମାନ ସହ ଚାକିରିଆ ସ୍ଥାୟିତ୍ଵ ମଧ୍ୟ ରହିଛି । ସିଭିଲ ସର୍ଭିସ କିମ୍ବା ଷ୍ଟେଟ ପ୍ଲବିକ ସର୍ଭିସ କମିଶନ ପକ୍ଷରୁ ଆୟୋଜିତ ପରୀକ୍ଷା ଗୁଡିକରେ ପ୍ରଶ୍ନ ପ୍ୟାଟର୍ନଗୁଡିକ କଷ୍ଟକର ରହୁଥିବାରୁ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରତି ମନ ବଳାଉଛନ୍ତି ଆଜିର ଯୁବପିଢି । ଯୁବପିଢି ବିଶେଷକରି ମହିଳାମାନଙ୍କ ପାଇଁ ଏହା ଏକ ଆକର୍ଷଣୀୟ କ୍ୟାରିୟର ମାନ୍ୟତା ପାଇଛି ଶିକ୍ଷକତା ପରେ ମହିଳାମାନଙ୍କ ଦ୍ଵିତୀୟ ପସନ୍ଦ ହେଉଛି ବ୍ୟାଙ୍କିଙ୍ଗ ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଙ୍କଗୁଡିକର ସମ୍ପ୍ରସାରଣ ଯୋଜନା ମାଧ୍ୟମରେ ଯୁବପିଢିଙ୍କ ପାଇଁ ବିପୁଳ ମାତ୍ରାରେ ସୁଯୋଗ ସୃଷ୍ଟି ହୋଇଛି । ବ୍ୟାଙ୍କିଙ୍ଗ କ୍ଷେତ୍ର ଆଗରୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ କ୍ଳଋକାର୍ଲ ଓ ମାନବସମ୍ବଳର ଆବଶ୍ୟକ ପଡୁଛି । କେବଳ ଗ୍ରାଜୁଏଟ ଡିଗ୍ରୀ ଥାଇ ଜେନ ବ୍ୟାଙ୍କରେ ଅଫିସର ପଦବୀ ପାଇଁ ଆବେଦନ କରିପାରୁଛନ୍ତି ଏବଂ ଯୁକ୍ତ ୨ ପାସ କରି ଜଣେ କ୍ଳରିକାଳ କ୍ୟାଡରରେ ସୁଯୋଗ ନେଇପାରୁଛନ୍ତି ।

ସମ୍ପ୍ରତି ଆରବିଆଇ ପକ୍ଷରୁ ପେମେଣ୍ଟ ବ୍ୟାଙ୍କ, ସ୍କୁଲ ଫାଇନାନ୍ସ ବ୍ୟାଙ୍କ ଆଦି ବିଭିନ୍ନ ପ୍ରକାର ବ୍ୟାଙ୍କ ସ୍ଥାପନ କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି । ଏଥି ସହିତ ଯୁବପିଢିଙ୍କ ଲାଗି ସୁଯୋଗ ବହୁଗୁଣିତ ହୋଇଛି । ବ୍ୟାଙ୍କିଙ୍ଗ ଶିଳ୍ପ କ୍ଷେତ୍ରରେ କ୍ଳରିକାଳ ଏବଂ ପ୍ରୋବେସନାରୀ ଅଫିସର ନିଯୁକ୍ତି ପାଇଁ ସିଡବ୍ଲ୍ୟୁଇ ଏବଂ ଆଇବିପିଏସ ଭଳି ନୋଡାଲ ଏଜେନ୍ସିଗୁଡିକ ଦ୍ଵାରା ପରୀକ୍ଷାର ଆୟୋଜିତ କରାଯାଇଥିଲା । ଏସବିଆଇ ଏବଂ ଏହାର ସହଯୋଗ ବ୍ୟାଙ୍କଗୁଡିକ ନିଜର ରିକ୍ୟୁଟମେଣ୍ଟ ଟେଷ୍ଟର ଆୟୋଜନ କରିଥାନ୍ତି ।

ଏଠାରେ ପିଓ ପଦବୀ ଲାଗି ପରୀକ୍ଷା ପ୍ୟାଟର୍ନ ଆଇବିପିଏସଠାରୁ ଭିନ୍ନ ହୋଇଥିବାବେଳେ କ୍ଳରିକାଲ ପାଇଁ ପାଖାପାଖି ସମାନ ଥାଏ ।

ପ୍ରତି ବର୍ଷ ଅଗଷ୍ଟରୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହା ଜାନୁଆରୀ – ଫେବୃୟାରି ପର୍ଯ୍ୟନ୍ତ ଚାଲିଥାଏ । ଉକ୍ତ ସମୟରେ ପରୀକ୍ଷା ଫଳ ବାହାରିଥାଏ ଏବଂ ସଫଳ ଛାତ୍ରଛାତ୍ରୀମାନେ ଏପ୍ରିଲ ପରେ କାର୍ଯ୍ୟରେ ଯୋଗ ଦେଇଥାନ୍ତି । ତେଣୁ କ୍ଳରିକାଲ ଏବଂ ପିଓ ପରୀକ୍ଷା ନିମନ୍ତେ ପଞ୍ଜିକାରଣ କରିଥିବା ନିଯୁକ୍ତି ଆଶାୟୀଙ୍କ ଲାଗି ପ୍ରସ୍ତୁତ ହେବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ।

ସିଡବ୍ଲ୍ୟୁଇ (କମନ ରିଟିନ ଏକଜାମ ) କ୍ଳରିକାଲ କ୍ୟାଡର ପାଇଁ ପଞ୍ଜିକରଣ ଶେଷ ତାରିଖ ୨୦୧୬ ସେପ୍ଟେମ୍ବର ୧୨ ରହିଛି । ପିଓ ପରୀକ୍ଷା ପାଇଁ ଭିନ୍ନ ସ୍ଥାନରେ ପଞ୍ଜିକରଣର ଶେଷ ତାରିଖ ଯଥାକ୍ରମେ ୧୬ ସେପ୍ଟେମ୍ବର ୨୨ ସେପ୍ଟେମ୍ବର ,ଏବଂ ୨୩ ଅକ୍ଟୋବର ୨୦୧୬ ରହିଛି ।

ଏହାର ଅର୍ଥ ଏସବିଆଇ ପିଓ ପରୀକ୍ଷା ଆଇବିପିଏସ ପିଓ ପରୀକ୍ଷାଠାରୁ ସାମାନ୍ୟ କଷ୍ଟକର ବୋଲି ଜଣାଯିବ । କାରଣ ଏସବିଆଇ ପିଓ ପରୀକ୍ଷା ନିମନ୍ତେ ଆବେଦନକାରୀ ଅଧିକ ଥାନ୍ତି । ପଦବୀ ସଂଖ୍ୟା କମ ଥାଏ । ଜିଡି ଏକ ଅତିରିକ୍ତ ଇଣ୍ଟରଭ୍ୟୁ ପ୍ରକ୍ରିୟା ରହିଛି । ଆଇବିପିଏସ ପିଓ ତୁଳନାରେ ଏଠାରେ ପ୍ରଶ୍ନପତ୍ର କଠିନ ।

ସିଡବ୍ଲ୍ୟୁଇ କ୍ଳରିକାଲ ଗ୍ରେଡ ଲାଗି ପଞ୍ଜୀକାରଣର ଶେଷ ତାରିଖ ୧୨ ସେପ୍ଟେମ୍ବର ଥିବାବେଳେ ଏହାର ପ୍ରିଲିମ ପରୀକ୍ଷା ୨୦୧୬ ଅକ୍ଟୋବର ୨୬ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ରହିଛି । ଏଥିରେ ସଫଳ ଛାତ୍ରଛାତ୍ରୀମାନେ ଚୁଡାନ୍ତ ଲିଖିତ ପରୀକ୍ଷା (ମେନ ) କୁ ୩୧ ଡିସେମ୍ବର ୨୦୧୬ କିମ୍ବା ୧ ଜାନୁଆରୀ ୨୦୧୭ ର ଦେବେ ।

କ୍ଳରିକାଲ କ୍ୟାଡର ପ୍ରିଲିମ ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିଥାଏ ଏବଂ ଏଥିରେ ୩ ଟି ପ୍ରମୁଖ ବିଷୟ ଥାଏ , ଯାହାକୁ ଶେଷ କରିବା ଲାଗି ଘଣ୍ଟାଏ ସମୟ ଦିଆଯାଇଥାଏ ।

ଆଇବିପିଏସ ସିଡବ୍ଲ୍ୟୁଇ ପ୍ରିଲିମ (କ୍ଳରିକାଲ) ଟେଷ୍ଟ ଭଳି ଆଇବିପିଏସ ପିଓରେ ୩ ଟି ପ୍ରମୁଖ ବିଷୟ ଥାଏ । ମୋଟ ୧୦୦ ମାର୍କର ପ୍ରଶ୍ନ ଆସିଥାଏ ।

କ୍ଳରିକାଲ ଏବଂ ପ୍ରୋବେଶନାରୀ ଅଫିସର ଚୟନ ଲାଗି ଆଇବିପିଏସ ନୋଡାଲ ସିଲେକ୍ସନ ବୋର୍ଡ ହୋଇଥିବାବେଳେ ଏସବିଆଇ ସ୍ଵତନ୍ତ୍ର ଭାବେ ଏହାର ପରୀକ୍ଷାର ଆୟୋଜନ କରିଥାଏ । ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର ଅଭିବୃଦ୍ଧି ଏବଂ ବେତନକୁ ନେଇ ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି ।

ଉଭୟ ଏସବିଆଇ ଏବଂ ଆଇବିପିଏସ ଅଫିସରମାନଙ୍କର କ୍ୟାରିୟର ଅଭିବୃଦ୍ଧି ପ୍ରାୟ ସମାନ ଥାଏ ।

ଜଣେ ନୂଆ ପିଓ ନିମ୍ନଲିଖିତ ଗ୍ରେଡ ଅନୁଯାୟୀ ଆଗକୁ ବଢିବେ

ସ୍କେଲ-୧ ପିଓଙ୍କର ପ୍ରାରମ୍ଭିକ ମାସିକ ବେତନ ୩୯,୨୦୦ ଟଙ୍କା ରହିଛି । ଏଥିରେ ମୂଳ ଦରମା ଡିଏ (ମୂଳ ଦରମାର ୪୦% ) ଏଚଆଇଏ(ମୂଳ ଦରମାର ୭ ର ୯ %) ସ୍ଵତନ୍ତ୍ର ଭତ୍ତା ୭.୭୫% ସିସିଏ ( ସିଟି କମ୍ଫେନସ୍ୟାଟୋରି ପ୍ରୋତ୍ସାହନ , ମୂଳ ଦରମାର ୩ ରୁ ୪% ) ସହିତ ଅନ୍ୟାନ୍ୟ ମେଡିକାଲ ସୁବିଧା ଏଲଟିଏ/ଏଲଟିସି ଆଦି ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ ।

ଏସବିଆଇ ଏବଂ ଏହାର ସହଯୋଗୀ ବ୍ୟାଙ୍କ ପିଓ ଆଇବିପିଏସ ପିଓଙ୍କ ଠାରୁ ୯୮୦ ରୁ ୧୦୦୦ ଟଙ୍କା ଅଧିକ ଦରମା ପାଇଥାନ୍ତି ।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପଦବୀଗୁଡିକ ମଧ୍ୟରେ ମ୍ୟାନେଜରର ସ୍କେଲ- ୨ , ସିନିୟର ମ୍ୟାନେଜର ଗ୍ରେଡ-୩,ଚିଫ ମ୍ୟାନେଜର ଗ୍ରେଡ- ୪ ଏଜିଏମ ଗ୍ରେଡ-୫ ଡେପୁଟି ଜିଏମ ଗ୍ରେଡ-୬ ଜିଏମ ଗ୍ରେଡ- ୭ ରହିଛି ।

ଆକର୍ଷଣୀୟ ଟ୍ରାକ ରେକର୍ଡ ଥିବା ଅଧିକାରୀମାନେ ବ୍ୟାଙ୍କର ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇପାରିବେ ।

ପ୍ରତି ବର୍ଷ ୨୦ ହଜାର ରୁ ଊର୍ଦ୍ଦ୍ଵ ଅଧିକାରୀ ଆଇବିପିଏସ ମାଧ୍ୟମରେ ପିଓ ଭାବେ ନିଯୁକ୍ତି ପାଉଛନ୍ତି । ଏସବିଆଇ ମାଧ୍ୟମରେ ବାର୍ଷିକ ପାଖାପାଖି ୧୪ ରୁ ୧୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଛି ।

ଏହା ଛଡା ଏହି ବ୍ୟାଙ୍କଗୁଡିକ ଅନେକ ମାତ୍ରାରେ ଟେକ୍ନିକାଲ ଏବଂ ନନ-ଟେକ୍ନିକାଲ ଷ୍ଟାଫମାନଙ୍କୁ ନିଯୁକ୍ତି ଦେଇଥାନ୍ତି । ଏଗୁଡିକ ମଧ୍ୟରେ କୃଷି ଅଧିକାରୀ, ଆଇଟି ପ୍ରଫେଶନାଳ ଗ୍ରାହକ ସେବା କର୍ମଚାରୀ , ଏଚଆର ପ୍ରଫେସନାଳ ଏବଂ ବିଜନେସ ଆନାଲିଷ୍ଟ ଓ ଆହୁରି ଅନେକ ପଦବୀ ରହିଛି ।

ଦେଶର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାଙ୍କଗୁଡିକ ପ୍ରମୁଖ ଅଙ୍ଗ ହୋଇଥିବାବେଳେ ଏହି କ୍ଷେତ୍ରରେ କ୍ୟାରିୟରର ବିପୁଳ ସୁଯୋଗ ରହିଛି । ସମୟ ବ୍ୟବଧାନରେ ପଦୋନ୍ନତି , ଆକର୍ଷଣୀୟ ଦରମା, ଚାକିରିର ସ୍ଥିରତା ଏବଂ ଅନ୍ୟାନ୍ୟ ସୁବିଧା ଏହି କ୍ଷେତ୍ର ପ୍ରତି ଯୁବପିଢିଙ୍କୁ ଆକର୍ଷିତ କରୁଛି । ଭଲ ଗାଇଡବୁକ ଏବଂ କୋଚିଂ ସଂସ୍ଥାରୁ କୋଚିଂ ନେଇ ପିଲାମାନେ ଏ କ୍ଷେତ୍ରରେ ଏକ ଆକର୍ଷଣୀୟ କ୍ୟାରିୟରର କଳ୍ପନା କରିପାରିବେ ।

ଆଧାର – ଧରିତ୍ରୀ