ସଫଳ ଟିମ୍ ଲିଡର ହେବେ କିପରି
ଉପକ୍ରମ
ଜଣେ ଟିମ୍ ଲିଡରଙ୍କ ନିକଟରେ ଆକର୍ଷଣୀୟ ବ୍ୟକ୍ତିତ୍ଵ ରହିଥାଏ । ନିଜର ବ୍ୟକ୍ତିତ୍ଵ , କାର୍ଯ୍ୟଦକ୍ଷତା ଏବଂ ଜ୍ଞାନ ବଳରେ ଟିମ୍ ର ସମସ୍ତ ସଦସ୍ୟଙ୍କୁ ସେ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ତେବେ ଜଣେ ସଫଳ ଟିମ୍ ଲିଡର ହେବା ସହଜ କଥା ନୁହେଁ । ସମସ୍ତେ ଟିମ୍ ଲିଡର ହୋଇପାରିବ ନାହିଁ । ସଫଳ ଟିମ୍ ଲିଡର କିପରି ହେବେ , କେଉଁ କେଉଁ ଗୁଣାବଳୀ ରହିବା ଦରାକାର ଏସବୁ ନେଇ ଅନେକ ଲେଖା , ବହି ଏବଂ ରସର୍ଚ୍ଚ ମାଟେରିଆଲ ରହିଛି । ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ହେବା ପାଇଁ ଚାହିଁଥାଉ । ନେତୃତ୍ୱ ନେଇ କାର୍ଯ୍ୟ କରିବାର ଜିଜ୍ଞାସା ସମସ୍ତଙ୍କର ଥାଏ । ଏଲ୍ କେଜିଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ମାତାପିତା , ଅଭିଭାବକ ନିଜ ପିଲାକୁ ସର୍ବଦା ଆଗରେ ରଖିବା ପାଇଁ ଚାହିଁଥାନ୍ତି । ପେସାଗତ ଜୀବନରେ ମଧ୍ୟ କର୍ତ୍ତୃପକ୍ଷଙ୍କ ନଜରରେ ଆମେ ନିଜକୁ ଲିଡର ଭାବେ ଉପସ୍ଥାପନ କରିବା ପାଇଁ ଇଚ୍ଛା ରଖିଥାଉ ।
ବିଶ୍ଵରେ ୨ଟି ବର୍ଗର ଲୋକ ଥାଆନ୍ତି । ଗୋଟିଏ ଶ୍ରେଣୀରେ ଥିବା ଲୋକମାନଙ୍କ ନିକଟରେ ନେତୃତ୍ୱ ନେବାର ଗୁଣାବଳୀ ଥାଏ । ଏମାନଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ରହିଥାଏ । ଦ୍ଵିତୀୟ ଶ୍ରେଣୀୟ ଲୋକମାନେ ଅନ୍ୟମାନଙ୍କ ଅଧୀନରେ ରହିବାକୁ ଚାହିନଥାନ୍ତି । ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣାବଳୀର ଅଭାବ ଥାଏ ସବୁ କାର୍ଯ୍ୟରେ ସେମାନେ ପ୍ରସ୍ତୁତ ଥାଆନ୍ତି । କେତେକଙ୍କ ନିକଟରେ ଜନ୍ମରୁ ଲିଡରଶିପ୍ କ୍ୱାଲିଟି ଥିବାବେଳେ କେତେକ ପରିସ୍ଥିତିରେ ପଡି ନେତୃତ୍ୱ ନେବା ପାଇଁ ଆଗେଇ ଆସନ୍ତି । ମହାତ୍ମା ଗାନ୍ଧୀ , ନେଲସନ୍ ମାଣ୍ଡେଲା ଏବଂ ଆଙ୍ଗ ସାଙ୍ଗ ସୁ କିଙ୍ଗ କଥା ଉଦାହରଣକୁ ନେଇପାରିବା । ଏମାନେ ସମସ୍ତେ ପରିସ୍ଥିତିର ସାମ୍ନା କରିବା ପରେ ଯାଇ ଏମାନେ ଜଣେ ଜଣେ ଲିଡର ହୋଇପାରିଥିଲେ । ଚ୍ୟାଲେଞ୍ଜକୁ ଗ୍ରହଣ କରି ଗ୍ରହଣ କରି ଏବଂ ନିଜ ବ୍ୟକ୍ତିଗତ ଖୁସିକୁ ଜଳାଞ୍ଜଳି ଦେଇ ଅନ୍ୟମାନଙ୍କୁ ଖୁସି ପ୍ରଦାନ କରି ଏମାନେ ଶହ ଶହ ଲୋକଙ୍କ ମନରେ ସ୍ଥାନ ପାଇଛନ୍ତି ।
ସଫଳ ଲିଡର ହେବା ପାଇଁ ଗୁଣାବଳୀ
ତେବେ କାର୍ଯ୍ୟାଳୟରେ ଜଣେ ସଫଳ ଲିଡର ହେବା ପାଇଁ କି ପ୍ରକାର ଗୁଣାବଳୀ ରହିବା ଦରକାର ତାହା ଆଜିର ବିଷୟବସ୍ତୁ ।
- ଖାଲି ଶିକ୍ଷାଗତ ଯୋଗ୍ୟତା ଥିଲେ ଯେ ଜଣେ ଟିମ୍ ଲିଡର ହୋଇଯିବେ ତାହା ନୁହେଁ । ଆମ ମଧ୍ୟରେ ଅନେକ ସକାରାତ୍ମକ ଗୁଣାବଳୀ ରହିଥିବା ଦରକାର । ଭଲ ହେଉ କିମ୍ବା ଖରାପ ପରିସ୍ଥିତି , ଜଣେ ଲିଡର ସର୍ବଦା ଆଗରେ ରହିବା ଦରକାର । କଠିନ ପରିସ୍ଥିତିରେ ସେ ପଛଘୁଞ୍ଚା ଦେବା ଆଦୌ ଉଚିତ ନୁହେଁ । ଦୃଢ ଆତ୍ମବିଶ୍ଵାସର ଶହ ସେ ପରିସ୍ଥିତିର ସାମ୍ନା କରିବା ଦରକାର ।
- ନିଜ ଭିତରେ ଅମବିଶ୍ଵାସ ରହିବା ସହ ସହକର୍ମୀଙ୍କ ବିଶ୍ଵାସ ଜିତିବା ମଧ୍ୟ ଦରକାର । ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ସେମାନଙ୍କ ମନ ଜିତିପାରିବେ । ସେମାନେ ମଧ୍ୟ ଆପଣଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଆପଣଙ୍କୁ ସମ୍ମାନ ଦେବେ । ଆପଣ କେବଳ ନିଜ ଅନୁସାରେ କାର୍ଯ୍ୟ କରିବା ମଧ୍ୟ ଠିକ୍ ନୁହେଁ । ଅନ୍ୟମାନଙ୍କ ମତ ବା ପରାମର୍ଶ ଉପରେ ମଧ୍ୟ ବିଚାର କରିବା ଦରକାର ।
- ଜଣେ ବ୍ୟକ୍ତିଙ୍କୁ ଆମେ ସେତେବେଳେ ସମ୍ମାନ ଦେଇଥାଉ ଯେତେବେଳେ ତାଙ୍କ ଭିତରେ ପ୍ରଖର ଜ୍ଞାନ ରହିଥିବ । ସବୁ ବିଷୟରେ ସେ ଅପ୍ ଡେଟ୍ ଥିବେ । ସଫଳ ଟିମ ଲିଡର ହେବା ପାଇଁ ଆପଣଙ୍କ ଜ୍ଞାନର ସ୍ଥିର ଅଧିକ ହୋଇଥିବା ଦରକାର । ବିଷୟବସ୍ତୁ , କରେଣ୍ଟ ଆଫେୟାର , ନିୟମ କାନୁନ ଉପରେ ଆପଣଙ୍କର ପ୍ରଖର ଜ୍ଞାନ ରହିଥିବା ଉଚିତ । ଏହାଦ୍ଵାରା ସହକର୍ମୀମାନେ ଆପଣଙ୍କୁ ଲିଡର ଭାବେ ଗ୍ରହଣ କରିବେ ଏବଂ ଦରକାର ବେଳେ ଆପଣଙ୍କ ପରାମର୍ଶ ନେବା ପାଇଁ ଆଗଭର ହେବେ ।
- ଜଣେ ଲିଡର ଜଣେ ଭଲ କମ୍ୟୁନିକେଟର ମଧ୍ୟ ହେବା ଦରକାର । ଉନ୍ନତ କମ୍ୟୁନିକେଶନ ଦକ୍ଷତା ନ ଥିଲେ ଆପଣ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ ନାହିଁ । ଏହାକୁ ବିକଶିତ କରି ଆପଣ ନିଜକୁ ଜଣେ ସଫଳ ଟିମ୍ ଲିଡର ଭାବେ ଗଢି ତୋଳିବେ । ଏହା ମାଧ୍ୟମରେ ଆପଣ ଭିଡ ମଧ୍ୟରେ ଭିନ୍ନ ଲାଗିବେ ।
- ଭଦ୍ରତା ମଧ୍ୟ ଟିମ୍ ଲିଡରଙ୍କ ନିକଟରେ ଏକ ପ୍ରଧାନ ଗୁଣାବଳୀ ଆପଣ ଯଦି ଭାଦ୍ର ହୋଇ ନ ଥିବେ କିମ୍ବା ସ୍ଵାର୍ଥପର ହୋଇଥିବେ ସହକର୍ମୀଙ୍କଠାରୁ ସମ୍ମାନ ଆଶା କରିବା ବୃଥା ।
- ପରିସ୍ଥିତିକୁ ଦେଖି ତଦନୁଯାୟୀ ତୁରନ୍ତ ଠିକ୍ ନିଷ୍ପତି ନେଇପାରୁଥିବା ଦରକାର । ଜଣେ ଲିଡର ଖାଲି ଯେ ଭଲ ପରିସ୍ଥିତି ଦେଇ ଗତି କରିବେ ତାହା ନୁହେଁ । ତାଙ୍କୁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । କଠିନ ପରିସ୍ଥିତିର ସାମ୍ନା କରିବା ପାଇଁ ମାନସିକ ଏବଂ ଶାରୀରିକ ଦୃଷ୍ଟିରୁ ସେ ଦୃଢ ହୋଇଥିବା ଦରକାର । ଏହାସହିତ ଅଧିକ ସମୟ ନଷ୍ଟ ନ କରି ଉପଯୁକ୍ତ ସମାଧାନ ବାହାର କରିପାରୁଥିବା ଦରକାର । ସେ ନିଜେ ସେତିକି ସକ୍ଷମ ହୋଇଥିବା ଦରକାର ଅନ୍ୟ କାହାର ସାହାଯ୍ୟ ବିନା ସମାଧାନ ବାହାର କରିପାରୁଥିବେ ।
- ଜଣେ ଲିଡର ଅନ୍ୟମାନଙ୍କୁ ସମ୍ମାନ ଦେବା ସହ କମ୍ପାନୀ ଦ୍ଵାରା ଧାର୍ଯ୍ୟ ହୋଇଥିବା ନୀତି ନିୟମର ଅନୁପାଳନ କରୁଥିବା ଦରକାର । କାରଣ ଟିମ୍ ଲିଡରଙ୍କୁ ଟିମ୍ ର ଅନ୍ୟ ସଦସ୍ୟମାନେ ଅନୁକରଣ କରିଥାନ୍ତି ।
ପ୍ରତିଶ୍ରୁତି ରକ୍ଷା କରିବାରେ ସେ ଦୃଢମନା ହୋଇଥିବା ଦରକାର । ପ୍ରତିଶ୍ରୁତି ଦେଇ ପର ମୁହୂର୍ତ୍ତରେ ଏଥିରୁ ଓହରିଯିବା ଜଣେ ସଫଳ ଟିମ୍ ଲିଡରଙ୍କ ପରିଚୟ ନୁହେଁ । ଏସବୁ ସହ ସମୟାନୁବର୍ତ୍ତିତା , ଅନ୍ୟ କର୍ମଚାରୀଙ୍କ ସହ ସୁବ୍ୟବହାର , ଭଦ୍ରତା ଆଦି ଗୁଣାବଳୀ ମଧ୍ୟ ଜଣେ ଟିମ୍ ଲିଡରଙ୍କ ନିକଟରେ ରହିଥିବା ଦରକାର । ଆପଣଙ୍କ ନିକଟରେ ଏସବୁ ଗୁଣାବଳୀ ଥିଲେ ଆପଣ ଜଣେ ଲିଡର ହୋଇପାରିବେ ।
ସଂଗୃହିତ : ପି . କେ . ପ୍ରାମାଣିକ
Last Modified : 12/10/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.