ଜଗତୀକରଣ ଫଳରେ ବର୍ତ୍ତମାନ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଛି । ଏହି କ୍ଷେତ୍ରରେ ହୋଟେଲ ଶିଳ୍ପ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଆଗାମୀ ଦିନରେ ହୋଟେଲ ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଘଟିବା ବୋଲ ଆକଳନ କରାଯାଉଛି । ଶିଳ୍ପ ଲାଗି ଦକ୍ଷ ଶ୍ରମ ଶକ୍ତିର ଆବଶ୍ୟକତା ରହିଛି । ଦିନକୁ ଦିନ ହୋଟେଲ ସଂଖ୍ୟା ବୃଦ୍ଧି ଘଟୁଥିବା ଯୋଗୁ ହୋଟେଲ ମ୍ୟାନେଜମେଣ୍ଟ ପ୍ରଫେସନାଲଙ୍କର ଚାହିଦାରେ ବୃଦ୍ଧି ଘଟୁଛି।
ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଲାଭ କରିବା ଲାଗି ଛାତ୍ରୀ ଛାତ୍ର ଅନ୍ୟୂନ ଯୁକ୍ତ ୨ ପାସ୍ କରିଥିବା ଆବଶ୍ୟକ । ଜଣେ ଚାହିଁଲେ ସାର୍ଟିଫିକେଟ୍, ଡିପ୍ଲୋମା ଏବଂ ଡିଗ୍ରୀ ଭଳି କୌଣସି ପାଠ୍ୟକ୍ରମ ଚୟନ କରିପାରିବେ । ସାର୍ଟିଫିକେଟ୍ ପାଠ୍ୟକ୍ରମ ୬ ମାସରୁ ୧ବର୍ଷ ହୋଇଥିବା ବେଳେ ଡିପ୍ଲୋମାର ଅବଧୂ ୨ ବର୍ଷ ଏବଂ ଡିଗ୍ରୀ ପାଠ୍ୟକ୍ରମର ଅବଧୂ ୩ ବର୍ଷ ରହିଥାଏ । ଶିକ୍ଷାନୁଷ୍ଠାନ ଚୟନ କରିବା ଲାଗି ପ୍ରତିବର୍ଷ ଏପ୍ରିଲରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।
ଏହି ପ୍ରବେଶିକାରେ ମଲ୍ଟିପୁଲ ଚଏସ୍ ପ୍ରଶ୍ନର ଉତ୍ତର ଦେବାକୁ ପଡେ । ଇଂଲିଶ, ସାଧାରଣ ଜ୍ଞାନ, ମାନସିକ ଦକ୍ଷତା ବିଭାଗ ଭଳି ବିଭାଗରୁ ପ୍ରଶ୍ନ ଆସିଥାଏ । ଏହା ସହ ଗୁପ ଡିସ୍କଶନ ଏବଂ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ଦେବାକୁ ପଡେ । ଏହି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ବ୍ୟକ୍ତିଙ୍କୁ ଉନ୍ନତ ଯୋଗାଯୋଗ ଦକ୍ଷତା ରଖିବା ଦରକାର ।
ହୋଟେଲ ଶିଳ୍ପରେ ପ୍ରତିଯୋଗିତା ବୃଦ୍ଧି ହେବା ଫଳରେ ହୋଟେଲ ମ୍ୟାନେଜମେଣ୍ଟ ଗ୍ରାଜୁଏଟଙ୍କ ଲାଗି ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସମ୍ଭାବନା ରହିଛି। ହୋଟେଲରେ ଅନେକ ବିଭାଗ ଯଥା-ଅପରେଶନ, ଫ୍ରଣ୍ଟ ଅଫିସ୍, ଫୁଡ୍ ଆଣ୍ଡ ବେଭରେଜ୍, ଆକାଉଣ୍ଟିଂ, ସେଲସ୍ ଆଣ୍ଡ ମାର୍କେଟିଂ, ଇଞ୍ଜିନିୟରିଂ ମେଣ୍ଟେନାନ୍ସ, ସିକ୍ୟୁରିଟି ଆଦି ରହିଛି। ଉକ୍ତ ବିଭାଗ ମଧ୍ୟରୁ ପସନ୍ଦ ମୁତାବକ କାର୍ଯ୍ୟ ବାଛି ପାରିବେ । ହୋଟେଲ, ରେଷ୍ଟୁରାଣ୍ଟରେ କାର୍ଯ୍ୟ ବାଦ୍ ହୋଟେଲ ମ୍ୟାନେଜମେଣ୍ଟ ଢଗ୍ରୀଧାରୀ ଏୟାରଲାଇନ୍ସ କ୍ୟାଟରିଂ, କ୍ୟାବିନ ସର୍ଭିସ, କ୍ଲବ ମ୍ୟାନେଜମେଣ୍ଟ, କ୍ରୂଜ୍ ଶିପ୍ ହୋଟେଲ ମ୍ୟାନେଜମେଣ୍ଟ, ହସ୍ପିଟାଲ ଆଡମିନିଷ୍ଟ୍ରେଶନ ଆଣ୍ଡ୍ କ୍ୟାଟରିଂ, ହୋଟେଲ ଆଣ୍ଡ ଟୁରିଜମ୍ ଆସୋସିଏଶନ, ନୌସେନା ହସ୍ପିଟାଲିଟି ସର୍ଭିସ, ବିଭିନ୍ନ ବହୁରାଷ୍ଟ୍ରୀୟ ହସ୍ପିଟାଲିଟି ସର୍ଭିସ, ଫରେଷ୍ଟ ଲଜ୍, ଗେଷ୍ଟ ହାଉସ୍, ରିସୋର୍ଟ, କିଟେନ ମ୍ୟାନେଜମେଣ୍ଟ ଭଳି କ୍ଷେତ୍ରରେ କାର୍ଯ୍ୟ କରିପାରିବେ । ସେହିଭଳି ରେଳ, ବ୍ୟାଙ୍କ, ନୌସେନା, ଶଫି କମ୍ପାନୀଗୁଡିକରେ ଥିବା କ୍ୟାଟରିଂ ବିଭାଗଗୁଡିକରେ କାର୍ଯ୍ୟ କରିବା ସହ ହୋଟେଲ ତଥା କ୍ୟାଟରିଂ ପ୍ରତିଷ୍ଠାନଗୁଡିକରେ କାର୍ଯ୍ୟ କରିବାର ଅବସର ପାଇପାରିବେ । ଏହା ବାଦ୍ ନିଜେ ଜଣେ ଉଦେଶ୍ୟାଗୀ ମଧ୍ୟ ହୋଇ ପାରିବେ ।
ଆଧାର – କ୍ୟାରିୟର ବ୍ୟୁରୋ
Last Modified : 1/26/2020