ଷ୍ଟ୍ରିମ୍ ଚୟନ ଦଶମ ବୋର୍ଡ ପରୀକ୍ଷା ଶେଷ ନେଇ ଉତ୍ସାହିତ । ଏବେଠାରୁ ହୋଇଛି । ଅଧିକାଂଶ ପରୀକ୍ଷାଫଳକୁ ପିଲାମାନେ କଲେଜ ପାଇଁ ପାଠପଢା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଗଲେଣି । କିନ୍ତୁ ଷ୍ଟ୍ରିମ୍ ଚୟନକୁ ନେଇ ସେମାନେ ଦ୍ଵନ୍ଦରେ । ଏକ ଉପଯୁକ୍ତ ଷ୍ଟ୍ରିମ୍ ଚୟନ ଜଣେ ପିଲାର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଟିପ୍ସ ଏ କ୍ଷେତ୍ରରେ କେତୋଟି ଟିପ୍ସ ପ୍ରତି ଧ୍ୟାନ ଦେବାକୁ ହେବ । ଆପଣ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛନ୍ତି ଭବିଷ୍ୟତରେ ଆପଣ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସେହି କ୍ଷେତ୍ର ଲାଗି ଆବଶ୍ୟକ ଯୋଗ୍ୟତା ଆପଣଙ୍କ ନିକଟରେ ରହିଛି କି ନାହିଁ ସେ ସମ୍ପର୍କରେ ଅବଗତ ହେବା ଜରୁରୀ । ପସନ୍ଦର କ୍ଷେତ୍ର ଚୟନ୍ତ କରନ୍ତୁ ଆପଣ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ । କଳା, ବାଣିଜ୍ୟ, ବିଜ୍ଞାନ ଷ୍ଟ୍ରିମ୍ ଆପଣାଇବେ ନା ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାକୁ ବାଛିବେ । ପ୍ରତ୍ୟେକ ବିଷୟରେ ରଖିଥିବା ନମ୍ବର ପ୍ରତି ଧ୍ୟାନ ଦିଅନ୍ତୁ ଷ୍ଟ୍ରିମ୍ ଚୟନ ସମୟରେ ପ୍ରତି ବିଷୟରେ ରଖିଥିବା ନମ୍ବର ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ମାତାପିତା, ଶିକ୍ଷକଙ୍କ ସହ ପରାମର୍ଶ କରନ୍ତୁ ଷ୍ଟ୍ରିମ୍ ଚୟନ ସମୟରେ ଆପଣ ମାତାପିତା ଓ ଶିକ୍ଷକଙ୍କ ସହ ପରାମର୍ଶ କରିବା ଜରୁରୀ । କାହାର ଚାପରେ ଆପଣଙ୍କର ଆଗ୍ରହ ନ ଥିବା କ୍ଷେତ୍ରକୁ ଦେଖି ଷ୍ଟ୍ରିମ୍ ଚୟନ କରନ୍ତୁ ନାହିଁ । ଆଧାର – ଦୈନିକ ଧରିତ୍ରୀ