অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନାଥଙ୍କ ପାଇଁ ‘ସବୁଜ ପଥ’ ଯୋଜନା

ଉପକ୍ରମ

ଅନାଥ ପିଲାମାନେ ଏଣିକି ଉଚ୍ଚ ଶିକ୍ଷ୍ୟାରୁ ବଞ୍ଚିତ ହେବେ ନାହିଁ । ସରକାର ସେମାନଙ୍କର ପାଠପଢା ଖର୍ଚ୍ଚ ବହନ କରିବେ । ଏଥି ପାଇଁ ସରକାର ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଥିବା ଅନାଥ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରୀନ ପ୍ୟାସେଜ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ।

ଯୋଜନା ସମ୍ପର୍କରେ

ଏହି ଯୋଜନା ଅନୁଯାୟୀ ରାଜ୍ୟର ସବୁ ଅନାଥ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ ।

  • ନାମଲେଖା ଫି
  • ପରୀକ୍ଷା ଫି
  • ଟିଉସନ ଫି
  • ପରୀକ୍ଷାଗାର ଫି
  • ଏପରିକି ହଷ୍ଟେଲରେ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ

ସେମାନଙ୍କୁ ଦେବାକୁ ପଡିବ ନାହିଁ । ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଉପାଧ୍ୟୁତର ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଫି ସେମାନଙ୍କ ପାଇଁ ଛାଡ କରାଯାଇଛି । ଉଭୟ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ, ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ଏ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଅନାଥ ପିଲା ମାନଙ୍କ ସଶକ୍ତୀକରଣ

ଅନାଥ ପିଲା ମାନଙ୍କ ସଶକ୍ତୀକରଣ ନିମନ୍ତେ ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ । ଏହା ସେମାନଙ୍କ ପାଇଁ ଉଚ୍ଚଶିକ୍ଷାର  ସୁବିଧା ସହିତ ଏକ ଉଜ୍ଵଳ ଭବିଷ୍ୟତର ମାର୍ଗ ଉନ୍ମୁକ୍ତ କରିବ । ଗ୍ରୀନ ପ୍ୟାସେଜ ସମାଜ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଏବେ ରାଜ୍ୟରେ ୨୭୨ ଅନୁଷ୍ଠାନରେ ୧୬,୩୮୨ ଜଣ ଅନାଥ ପିଲା ରହୁଛନ୍ତି । ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ସେମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

ଆଧାର - ଶିକ୍ଷା ବ୍ୟୁରୋ

Last Modified : 3/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate