ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଏମଏଚଆରଡି ଏଆଇସିଟିଇ କୋଭିଡ - 19 ଷ୍ଟୁଡେଣ୍ଟ ହେଲ୍ପଲାଇନ ପୋର୍ଟାଲ
ସେଆର କରନ୍ତୁ

ଏମଏଚଆରଡି ଏଆଇସିଟିଇ କୋଭିଡ - 19 ଷ୍ଟୁଡେଣ୍ଟ ହେଲ୍ପଲାଇନ ପୋର୍ଟାଲ

ଏମଏଚଆରଡି ଏଆଇସିଟିଇ କୋଭିଡ-19 ଷ୍ଟୁଡେଣ୍ଟ ହେଲ୍ପଲାଇନ ପୋର୍ଟାଲ ଶୁଭାରମ୍ଭ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ।

ଏଆଇସିଟିଇ ଦ୍ୱାରା ବିକଶିତ ପୋର୍ଟାଲ

କୋଭିଡ-19 ସଂକ୍ରମଣ ଓ 25 ମାର୍ଚ୍ଚରୁ ଦେଶବ୍ୟାପୀ ଲକଡାଉନ ଯୋଗୁଁ କଲେଜ ତଥା ଛାତ୍ରାବାସବନ୍ଦ ଯୋଗୁଁ କିଛି ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଏହି ଛାତ୍ରଛାତ୍ରୀଙ୍କୁ  ସାହାଯ୍ୟ  ଓ  ସହାୟତା  ପ୍ରଦାନ  କରିବା  ପାଇଁ  ଏଆଇସିଟିଇ  (ଅଖିଳ ଭାରତୀୟ  ବୈଷୟିକ  ଶିକ୍ଷା  ପରିଷଦ)  ପକ୍ଷରୁ  ଏକ  ନିଆରା  ଏମଏଚଆରଡି  ଏଆଇସିଟିଇ  କୋଭିଡ-19  ଷ୍ଟୁଡେଣ୍ଟ  ହେଲ୍ପଲାଇନ  ପୋର୍ଟାଲ ଲଞ୍ଚ୍ କରାଯାଇଛି । ଏହା  ମାଧ୍ୟମରେ  ସେମାନଙ୍କ  ସମସ୍ୟାର  ନିରାକରଣ  କରାଯିବ ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଦ୍ୱାରା ଏହି ୱେବସାଇଟ୍ ଯାହାର ୟୁଆରଏଲ ହେଲ୍ପଲାଇନ ପୋର୍ଟାଲଲଞ୍ଚ୍ ହୋଇଛି । ଏହି  ଲଞ୍ଚିଙ୍ଗ୍  ଏଆଇସିଟିଇ  ଅଧ୍ୟକ୍ଷ  ପ୍ରଫେସର  ଅନିଲ  ସହ ସ୍ରବୁଦ୍ଧେ,  ଏଆଇସିଟିଇ  ଉପାଧ୍ୟକ୍ଷ  ଶ୍ରୀ  ଏମପି  ପୁନିଆ,  ଏଆଇସିଟିଇ  ମୁଖ୍ୟ  ସମନ୍ୱୟ  ଅଧିକାରୀ  ଶ୍ରୀବୁଦ୍ଧ  ଚନ୍ଦ୍ରଶେଖର  ଓ  ରେକର୍ଡ  ସମୟ  ଦିନକ  ମଧ୍ୟରେ  ପୋର୍ଟାଲ  ବିକାଶ  କରିଥିବା  ଗ୍ରାଫିକ  ଏରା ବିଶ୍ୱବିଦ୍ୟାଳୟର ଇଣ୍ଟର୍ଣ୍ଣ ଶିବାଂଶୁ ଓ ଆକାଶଙ୍କ ଉପସ୍ଥିତିରେ ହୋଇଥିଲା ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଏହି ପୋର୍ଟାଲ ନିଶ୍ଚିତ ଭାବେ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିବ । ଏହା  ମାଧ୍ୟମରେ  ଆବାସ,  ଖାଦ୍ୟ, ଅନଲାଇନ  କ୍ଲାସରୁମ୍, ଉପସ୍ଥିତି,  ପରୀକ୍ଷା,  ଛାତ୍ରବୃତ୍ତି,  ସ୍ୱାସ୍ଥ୍ୟ,  ପରିବହନ, ଉତ୍ପୀଡ଼ନରୁ  ମୁକ୍ତି  ଭଳି  ସାହାଯ୍ୟ  ମିଳିପାରିବ ।

ଯୋଗାଯୋଗ

ମନ୍ତ୍ରୀ କହିଛନ୍ତି ଏପରି ବିଷମ ପରିସ୍ଥିତିରେ ଆବଶ୍ୟକ ସହଯୋଗ ପ୍ରଦାନ କରିବା ପାଇଁ 6500ରୁ ଅଧିକ  କଲେଜ ଆଗେଇ ଆସିଛନ୍ତି  ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ  ଏହି  ପୋର୍ଟାଲ ମାଧ୍ୟମରେ  ଯୋଡି ହେବାକୁ  ପ୍ରୋତ୍ସାହିତ  କରାଯିବ । ଏହି  ନିଆରା  ପ୍ଲାଟଫର୍ମ  ବିକଶିତ  କରିଥିବା  ଦୁଇ  ଛାତ୍ରଙ୍କୁ  ଏହି  ଅବସରରେ ଶ୍ରୀ  ନିଶଙ୍କ  ପ୍ରଶଂସା କରିଥିଲେ ।

ବହୁ ଉଚ୍ଚ ଶିକ୍ଷା ସଂସ୍ଥାନ ମଧ୍ୟ ନିଜ ଗବେଷଣା ମାଧ୍ୟମରେ ସ୍ୱାସ୍ଥ୍ୟ ସେବାକୁ ସଶକ୍ତ କରି ସରକାରଙ୍କୁ ଆବଶ୍ୟକ  ସହଯୋଗ ଯୋଗାଇ  ଦେବାକୁ  ଆଗେଇ  ଆସିଥିବାରୁ ମନ୍ତ୍ରୀ ବେଶ ଖୁସି ବ୍ୟକ୍ତ କରିଥିଲେ। ଏଆଇସିଟିଇର  ଅଧ୍ୟକ୍ଷ  ପ୍ରଫେସର  ଅନିଲ ସହସ୍ରବୁଦ୍ଧେ  ମଧ୍ୟ  ସ୍ୱେଚ୍ଛାସେବୀ  ସଂଗଠନ,  ବେସରକାରୀ  ସଂଗଠନ, ସାମାଜିକ  ସଂଗଠନ  ଓ  ବଦାନ୍ୟ  ବ୍ୟକ୍ତି ମାନଙ୍କୁ ଅପିଲ  କରି କହିଛନ୍ତି  ଯେ  ସେମାନେ  ମଧ୍ୟ  6500  କଲେଜ ଭଳି  ଆଗେଇ  ଆସନ୍ତୁ  ଓ ନିଜ  ପକ୍ଷରୁ  ଯଥା ସମ୍ଭବ ସହଯୋଗ  ପ୍ରଦାନ  କରନ୍ତୁ । ଇଚ୍ଛୁକ  ସାମାଜିକ  ସଂଗଠନ,  ବେସରକାରୀ  ସଂଗଠନ,  ସାମାଜିକ  ସଂଗଠନ  ଓ  ବଦାନ୍ୟ ବ୍ୟକ୍ତି ମାନେ ଏଆଇସିଟିଇ ସହ ଏହି  ଲିଙ୍କ (cconeat@aicte-india.org)ରେ  ଯୋଗାଯୋଗ କରିପାରିବେ ।

ଆଧାର - ପିଆଇବିଭାରତ ସରକାର

3.03125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top