ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା
ଜାତୀୟ ଆୟ ଆଧାରିତ ମେଧା ଛାତ୍ର ବୃତ୍ତି ଯୋଜନା ଯେ ମାସ ୨୦୦୮ରେ ଆରମ୍ଭ କରାଗଲା । ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରି ସ୍କୁଲ ଡ୍ରପ ଆଉଟରୁ ରକ୍ଷା କରିବା ଏହି ଯୋଜନାର ଲକ୍ଷ୍ୟ ।
ମେଧାବୃତ୍ତିର ପରିମାଣ
ପ୍ରତ୍ୟେକ ଯୋଗ୍ୟଛାତ୍ରଙ୍କୁ ବର୍ଷକୁ ୬୦୦୦ ଟଙ୍କା (ମାସକୁ ୫୦୦) ଭାବରେ ୯ମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲକୁ ପ୍ରଦାନ କରାଯିବ।
ଯୋଗ୍ୟତା ଆଧାର
- ଯେଉଁ ଛାତ୍ର ଅଭିଭାବକଙ୍କର ବର୍ଷକୁ ୧,୫୦,୦୦୦ଟଙ୍କାରୁ ଅଧିକ ହୋଇନଥିବ ତାକୁ ଏହି ବୃତ୍ତି ମିଳିବ ।
- ଯେଉଁ ଛାତ୍ର ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଅତି କମରେ ୫୫% ପ୍ରତିଶତ ନିମ୍ନର ରଖିଥିବେ ସେମାନେ ଚୟନ ପରୀକ୍ଷା ଦେଇପାରିବେ । (SC/ST ଛାତ୍ରଙ୍କ ପାଇଁ ୫% ନମ୍ବର କମ କରାଯିବ)
- ଯେଉଁ ପିଲାମାନେ ସରକାରୀ ସ୍କୁଲ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଇତ୍ୟାଦିର ଛାତ୍ରମାନେ ଏହି ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ । ରାଜ୍ୟ ସରକାରଙ୍କ ଶିକ୍ଷା ଅନୁଷ୍ଠାନ ଯେଉଁ ଠାରେ ରହିବା, ଖାଇବାର ସୁବିଧା ଥିବା ସେଠାରେ ମଧ୍ୟ ଯୋଗ୍ୟଛାତ୍ରଙ୍କୁ ଏହି ବୃତ୍ତି ମିଳିବ । କିନ୍ତୁ କୌଣସି ଅଣସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଙ୍କୁ ଏହା ମିଳିବ ନାହିଁ ।
- ମେଧା ବୃତ୍ତି ପାଇଁ ଚୟନ ହେବା ସମୟରେ ଛାତ୍ର ୮ମ ଶ୍ରେଣୀରେ ୫୫% ନମ୍ବର ରଖିଥିବା ଆବଶ୍ୟକ ।
- ଭାରତରେ ଏହି ବୃତ୍ତି ଏକାଦଶ, ଦ୍ଵାଦଶ ଶ୍ରେଣୀରେ ପଢିବା ସମୟରେ ସର୍ବାଧିକ ୪ବର୍ଷ ପାଇଁ ଦିଆଯିବ ।
ଚୟନ ପ୍ରକ୍ରିୟା
ରାଜ୍ୟ ସରକାରଙ୍କ ଦ୍ଵାରା ଏକ ପରୀକ୍ଷା କରାଯାଇ ବୃତ୍ତି ପାଇଁ ଛାତ୍ର ଚୟନ କରାଯାଏ । ଜାତୀୟ ସ୍ତରରେ ମଧ୍ୟ ସମାନ ଭାବରେ ଚୟନ ପ୍ରକ୍ରିୟା ଗ୍ରହଣ କରାଯାଏ ।
ଆଧାର : ଦିପାର୍ଟମେଣ୍ଟ ଅଫ ସ୍କୁଲ ଏଜୁକେସନ ଆଣ୍ଡ ଲିଟରାସି
ଯୋଜନାର ସଂପୂର୍ଣ୍ଣ ସୂଚନା ପାଇଁ, କ୍ଲିକ କରନ୍ତୁ.
Last Modified : 1/6/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.