ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା । ଏହି ଯୋଜନା ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ପ୍ରଣୟନ ।
ବିଭିନ୍ନ ସ୍ତରରେ କ୍ରୀଡା ପ୍ରତିଭାଙ୍କୁ ଠାବ କରି ବିଭିନ୍ନ କ୍ରୀଡା ବିଦ୍ୟାଳୟ ଦ୍ଵାରା ସେମାନଙ୍କୁ ପ୍ରସ୍ତୁତ କରାଯାଇ ଦେଶରେ କ୍ରୀଡାବିତ ସୃଷ୍ଟି କରାଯାଏ । ଏହି ଯୋଜନା ଦ୍ଵାରା ବିଶେଷ କରି ଗ୍ରାମାଞ୍ଚଳରେ ଯୁବ କ୍ରୀଡାବିତ ସୃଷ୍ଟି ହୁଅନ୍ତି । କ୍ରୀଡାବିତଙ୍କ ସଫଳତା ଦେଶକୁ ଗର୍ବିତ କରିବା ସହ ସେ ପ୍ରତିନିଧିତ୍ଵ କରୁଥିବା ରାଜ୍ୟ ବି ଗର୍ବ ଅନୁଭବ କରେ ।
ପାଞ୍ଚବର୍ଷ ପାଇଁ ୨୦୧୫ – ୧୬ ରୁ ୨୦୧୯ – ୨୦ ପର୍ଯ୍ୟନ୍ତ ଏହି ଯୋଜନାରେ ସହର /ଗ୍ରାମର ସମସ୍ତ ସ୍କୁଲ ଅନ୍ତର୍ଭୁକ୍ତ ।
ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ।
ଆଧାର -ଜାତୀୟ କ୍ରୀଡା ପ୍ରତିଭା ଯୋଜନା
ଦେଶରେ ଉତ୍ତମକକ୍ରୀଡା ପ୍ରତିଭା ବାଛିବା ପାଇଁ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା
କ୍ରୀଡା ପ୍ରତିଭା ସନ୍ଧାନ ପୋର୍ଟାଲଆରମ୍ଭ କରାଯାଇଛି ।
ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆ ( SAI ) ଅନ୍ତର୍ଗତ ସମସ୍ତ ଯୋଜନାରେ ଭାରତର ଆଗ୍ରହୀ ନାଗରିକ ଏହି ଅନ୍ଲାଇନ ବ୍ୟବହାର କରି ଆବେଦନ କରିପାରିବେ ।
ଆପଣ ତିନୋଟି ଷ୍ଟେପ ମାଧ୍ୟମରେ ଆବେଦନ କରିପାରିବେ ।
Last Modified : 2/17/2020