ଯୋଜନାର ପ୍ରକୃତପଟ ୧୯୬୩ ରୁ ଆରମ୍ଭ ହୋଇଥିବା NCERT ର ଜାତୀୟ ପ୍ରତିଭା ସନ୍ଧାନ ଯୋଜନା ଏକ ନୂଆରୂପ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ପ୍ରତିଭା ସନ୍ଧାନ । ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ । ପ୍ରତ୍ୟେକ ମାସରେ ପ୍ରତିଭା ମାନଙ୍କୁ ବୃତ୍ତି ବାବଦରେ ଅର୍ଥ ପ୍ରଦାନ କରାଯାଏ । ବେସିକ ସାଇନ୍ସ, ସାମାଜିକ ବିଜ୍ଞାନ ଏବଂ ବାଣିଜ୍ୟରେ ଏହି ସହାୟତା ପିଏଚଡି ପର୍ଯ୍ୟନ୍ତ ମିଳେ । ବୃତ୍ତିଗତ ପାଠ୍ୟକ୍ରମ ଯେପରି ଇଞ୍ଜିନୟରିଙ୍ଗ ମ୍ୟାନେଜମେଣ୍ଟ, ମେଡ଼ିସିନ ଏବଂ ଲ ରେ ଏହା ସ୍ମାକତ୍ତୋର ପର୍ଯ୍ୟନ୍ତ ମିଳେ । ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ପାଇଁ NCERT ଜାତୀୟ ପ୍ରତିଭା ସନ୍ଧାନ ପରୀକ୍ଷା କରାଇଥାଏ । ଯୋଜନାର ଅବଧି ଏବଂ ବୃତ୍ତି ରାଶି ପରୀକ୍ଷାରେ ସଫଳ ହୋଇଥିବା ୧୦୦୦ଜଣ ଛାତ୍ରଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ବୃତ୍ତି ମିଳେ । ଦଶମ ରୁ ଦ୍ଵାଦଶ ପର୍ଯ୍ୟନ୍ତ ମାସକୁ ୧୨୫୦ /- UG ଏବଂ PG ରେ ଏହା ମାସକୁ ୨୦୦୦ / - PhD ରେ ଏହା UGC ଅନୁଯାୟୀ ସ୍ଥିର କରାଯାଏ । ସାଧାରଣ ଯୋଗ୍ୟତା ଦଶମ ଶ୍ରେଣୀର ଛାତ୍ର ମାନେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵାରା ଆୟୋଜନ କରାଯାଉଥିବା ପରୀକ୍ଷା ଦେଇପାରିବେ । ଚୟନର ଆଧାର ବୃତ୍ତି ପାଇଁ ୨ଟି ସ୍ତରରେ ଚୟନ କରାଯାଏ । ପ୍ରଥମସ୍ତରରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଲିଖିତ ପରୀକ୍ଷା କରାଯାଇ ଦଶମ ଶ୍ରେଣୀରୁ ଚୟନ କରାଯାଏ । ଦ୍ଵିତୀୟ ସ୍ତରରେ NCERT ପ୍ରଥମେ ଲିଖିତ ପରୀକ୍ଷା କରାଯାଇ ପାରେ ମୌଖିକ ପରୀକ୍ଷା କରାଯାଏ । ଶେଷରେ MAT ଏବଂ SAT ପରୀକ୍ଷା କରାଯାଏ । ସମୁଦାୟ ବୃତ୍ତି ସଂଖ୍ୟା ପ୍ରତ୍ୟେକ ବର୍ଷ ୧୦୦୦ ଛାତ୍ର ଚୟନ କରାଯାଏ । ସଂରକ୍ଷିତ : ୧୫% ବୃତ୍ତି ହରିଜନ ଛାତ୍ରଙ୍କ ପାଇଁ ୭.୫% ବୃତ୍ତି ଆଦିବାସୀ ଛାତ୍ରଙ୍କ ପାଇଁ । ଗୁରୁତ୍ଵପୂର୍ଣ୍ଣ ତାରିଖ NCERTୱେବସାଇଟରେ ବିଭିନ୍ନ ତାରିଖ ଦିଆଯାଏ । ଫର୍ମ ଆବେଦନ NCERT ୱେବସାଇଟକୁ ଯାଇକି ସାଧାରଣ ଫର୍ମ ଓ ଆଡମିଟ କାର୍ଡ ଇତ୍ୟାଦି ସୂଚନା ପାଇବେ । ଅନ୍ୟ ସୂଚନା ପାଇଁ ଜାତୀୟ ସ୍ତରୀୟ ବୃତ୍ତିର ସୂଚନା ପାଇଁ : ଫୋନ ନମ୍ବର : ୦୧୧ – ୨୬୫୬୦୪୬୪; ଇ ମେଲ : ntse.ncert@yahoo.in ରାଜ୍ୟ ସ୍ତରୀୟ NTS ବୃତ୍ତିର ସୂଚନା ପାଇଁ : ଯୋଗାଯୋଗ ସମ୍ପର୍କ ଅଧିକାରୀ (Liaison Officer ) NTS ବୃତ୍ତି ବିଷୟରେ ଜାଣିବା ପାଇଁ : ଫୋନ ନମ୍ବର : ୦୧୧ – ୨୬୫୬୨୭୦୪ (ସମୟ ୨.୩୦ PM ରୁ ୪.୩୦ PM ପର୍ଯ୍ୟନ୍ତ ); ଇ ମେଲ: ntse2@yahoo.co.in, ଅଧିକ ତଥ୍ୟ ପାଇଁ କ୍ଲିକ କରନ୍ତୁ । ଆଧାର - ଜାତୀୟ ପ୍ରତିଭା ସନ୍ଧାନ ଯୋଜନା (NTSS )