୧୯୭୯ ରେ ଜାତୀୟ ଶିଶୁ ପାଣ୍ଠି ଗଠନ କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ଯେ ବ୍ୟକ୍ତି । ଅନୁଷ୍ଠାନ, କର୍ପୋରେଟ ଅଫିସ ଇତ୍ୟାଦିଙ୍କ ଠାରୁ ଶିଶୁ କଲ୍ୟାଣ ଓ ବିକାଶ ପାଇଁ ପାଣ୍ଠି ସଂଗ୍ରହ କରାଯିବ ।
ଯେଉଁ ପିଲାମାନେ ଆର୍ଥିକ ଅଭାବରୁ ପାଠ ପଢା ମଝିରୁ ଛାଡି ଦିଅନ୍ତି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ହେଉଛି ଜାତୀୟ ଶିଶୁ ପାଣ୍ଠି ର ଲକ୍ଷ୍ୟ ।
ଶିଶୁଯତ୍ନ ଗୃହ ଗୁଡିକ ସେ ସରକାରୀ ହେଉ କିମ୍ବା ବେସରକାରୀ ଯେଉଁଠାରେ ଅନାଥ,ପରିତ୍ୟାଗ ହୋଇଥିବା ଶିଶୁ ରୁହନ୍ତି ସେଠାରେ ଏହିପରି ଶିଶୁଙ୍କ ମଧ୍ୟରେ ଉତ୍ତମ ଛାତ୍ର ଯିଏ ଭଲ ପାଠ ପଢୁଥିବେ ସେମାନଙ୍କୁ ବୃତ୍ତି ଯୋଗାଇ ଦିଆଯାଏ ।
ସାରା ଦେଶରେ ୨୩୦୦ ରେଜିଷ୍ଟ୍ରି ଭୁକ୍ତ ଶିଶୁ ଗୃହ ରହିଛି ।ଯେଉଁଠାରେ ୮୦,୦୦୦ ରୁ ଅଧିକ ଶିଶୁ ରହୁଛନ୍ତି । ଏହି ପିଲାମାନେ ସରକାରୀ,ବେସରକାରୀ ସ୍କୁଲରେ ପାଠ ପଢୁଛନ୍ତି । ଉନ୍ନତି ବୃତ୍ତି ୯ ମ ଶ୍ରେଣୀ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଦିଆଯାଏ ,ଅନ୍ୟ ଏକ ବୃତ୍ତି ହେଉଛି ୧୮ ବର୍ଷ ବୟସ ମଧ୍ୟରେ ଶିଶୁକୁ ଦିଆଯିବ । ଗୋଟିଏ ଶ୍ରେଣୀ ରେ ମେଧାବୀ ୧୦୦ ଛାତ୍ର ଙ୍କୁ ଏହା ପ୍ରଦାନ କରାଯାଏ ପ୍ରତ୍ୟେକ ବର୍ଷ ୪୦୦ ଛାତ୍ର ବୃତ୍ତି ପ୍ରଦାନ କରାଯାଏ ।
ଯେଉଁ ହିତାଧିକାରୀଙ୍କୁ ଦିଗତ ବର୍ଷ ରାଶି ମିଳିଥିବା, ସେମାନଙ୍କୁ ପରବର୍ତ୍ତୀ ବର୍ଷ ମଧ୍ୟ ମିଳିବ ।
ଶ୍ରେଣୀ / ବିଷୟ |
ରାଶି (Rs.) |
ଶ୍ରେଣୀ ନବମ ରୁ ଦଶମ |
ଟଙ୍କା – ୭୦୦/- ଜଣେ ପିଲା ପିଛା (ଦଶମ ଶ୍ରେଣୀ ଶେଷ ସୁଧା ଟଙ୍କା - ୧୬,୮୦୦ ମିଳିବ) |
ଶ୍ରେଣୀ ରୁ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ |
ଟଙ୍କା – ୮୦୦/- ଜଣେ ପିଲା ପିଛା (ଦ୍ଵାଦଶ ଶ୍ରେଣୀ ଶେଷ ସୁଧା ଟଙ୍କା - ୧୯,୨୦୦ ମିଳିବ) |
ସଂପୂର୍ଣ୍ଣ ସୂଚନା ଏବଂ ଫର୍ମ ବିଷୟରେ ଜାଣିବା ପାଇଁ କ୍ଲିକ କରନ୍ତୁ
ଆଧାର - ନ୍ୟାସନାଲ ଇଷ୍ଟିଚ୍ୟୁଟସନ ଅଫ ପବ୍ଲିକ କୋପ୍ରେସନ ଆଣ୍ଡ ଚାଇଲ୍ଡ ଡ଼େଭ୍ଲପମେଣ୍ଟ
Last Modified : 3/4/2020