ତା . ୨୬.୧୦.୨୦୧୨

ବିଷୟ : ପିଲାମାନଙ୍କ ପାଇଁ ନିଃଶୁକ୍ଳ ତଥା ବାଧ୍ୟତା ମୂଳକ ଶିକ୍ଷା (RTE ) ଆଇନ -୨୦୦୯ର ଧାରା -୮ ଓ ୯ ର ଉପଧାରା (ଗ) ର କାର୍ଯ୍ୟକାରିତା ବିଷୟକ ଧାରା –୨୫ (୧) ଅଧୀନରେ ଦିଶା – ନିର୍ଦ୍ଦେଶକ ନିୟମାବଳୀ ।

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନର ଅଧିକାର ଆଇନ -୨୦୦୯ର ଧାରା ୮ ଓ ୯ ଅଧିନସ୍ଥ ଉପଧାରା (ଗ) ରେ ସମ୍ପୃକ୍ତ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷ ଙ୍କ ଉପରେ ଯେଉଁ ଦାୟିତ୍ଵ ନ୍ୟସ୍ତ କରାଯାଇଛି ତଦନୁଯାୟୀ ସେମାନେ ନିଶ୍ଚିତ କରିବେ ଯେ ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧାଜନକ ପରିସ୍ଥିତି ରେ ବାସ କରୁଥିବା ଗୋଷ୍ଠୀର ପିଲାମାନଙ୍କ ପ୍ରତି କୌଣସି ଅନ୍ୟାୟ ବାଛବିଚାର କରାଯିବ ନହିଁ ଏବଂ କୌଣସି ଆଳ ଦେଖାଇ ପ୍ରାଥମିକ ଶିକ୍ଷା ଲାଭ ତଥା ସମାପନ କ୍ଷେତ୍ରରେ ସେମାନଙ୍କ ପ୍ରତି ବାଧା ସୃଷ୍ଟି କରାଯିବ ନାହିଁ । ସ୍କୁଲରେ ତଥା ବାଛବିଚାର ବିହୀନ ବାତାବରଣ ସୃଷ୍ଟିର ଲକ୍ଷ୍ୟ ପୂରଣ କରି ନିଜ ନିଜର ଦାୟିତ୍ଵ ନିର୍ବାହ କରିବା ନିମନ୍ତେ ରାଜ୍ୟ ସରକାର ତଥା ସ୍କୁଲ ପରିଚାଳନା କମିଟିମାନଙ୍କ ପ୍ରତି ନିମ୍ନୋକ୍ତ ନିୟମାବଳି ଜାରି କରାଯାଇଛି ଯାହାଦ୍ଵାରା ଶିକ୍ଷା ଅଧିକାର ଆଇନର ଧାରା ୮ ଏବଂ ୯ ଅଧିନସ୍ଥ ଉପଧାରା (ଗ) କାର୍ଯ୍ୟକାରୀ ହୋଇ ପାରିବ ।

ଶିକ୍ଷା ଅଧିକାର ଆଇନର ଧାରା -୨

ଶିକ୍ଷା ଅଧିକାର ଆଇନର ଧାରା -୨ ଅଧିନସ୍ଥ ଉପଧାରା (୩) ରେ ବର୍ଣ୍ଣିତ ପ୍ରତ୍ୟେକ ସ୍କୁଲ ନିମ୍ନୋକ୍ତ ବିଷୟ ପାଇଁ ଯଥାବିଧି କାର୍ଯ୍ୟକ୍ରମ ଗ୍ରହଣ କରିବେ ।

(କ) ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ସ୍ଵାର୍ଥ ରକ୍ଷା ।

(ଖ) ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲା ଏବଂ ଦୁର୍ବଳ ଶ୍ରେଣୀର ପିଲାଙ୍କ ପ୍ରତି ସ୍କୁଲରେ କରାଯାଉଥିବା ବାଛବିଚାର କିମ୍ବା ହଇରାଣ ହରକତ ମୂଳପୋଛ କରିବା ସକାଶେ ସ୍କୁଲ ରେ ସେଭଳି କାର୍ଯ୍ୟକୁ ବାରଣ କରିବା ଏବଂ ସେଭଳି କାର୍ଯ୍ୟ ନ ହେବା ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ।

(ଗ) ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ସମତା ନିମନ୍ତେ ପୃଷ୍ଟପୋଷକତା କରିବା ।

ଦୁର୍ବଳ ଶ୍ରେଣୀର ପିଲାଙ୍କ ନିମନ୍ତେ କାର୍ଯ୍ୟପନ୍ଥା

ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ପିଲା ପ୍ରତି ସ୍କୁଲ କୌଣସି ପ୍ରକାର ବାଛବିଚାର ଜନିତ ଅବିଚାର କରିବ ନାହିଁ , ଉକ୍ତ ସ୍କୁଲ ନିୟନ୍ତ୍ରଣାଧୀନ ଅନ୍ୟ କୌଣସି ଅନୁଷ୍ଠାନରେ ସେହି ପ୍ରକାର କାର୍ଯ୍ୟକୁ ଅନୁମତି ହେବ ନାହିଁ କିମ୍ବା ଘୋଡାଇବ ନାହିଁ , ନିମ୍ନମତେ କାର୍ଯ୍ୟପନ୍ଥା ଗ୍ରହଣ କରିବ ଯଥା : -

(କ) ନାମଲେଖା କାର୍ଯ୍ୟରେ ସ୍କୁଲ ତରଫରୁ ଦୁର୍ବଳ ବର୍ଗର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ପ୍ରତି ବାଛବିଚାର ଜନିତ କୌଣସି ଅବିଚାର କରାଯିବ ନାହିଁ । କିମ୍ବା

i. ନାମଲେଖା କ୍ଷେତ୍ରରେ ଥା ପ୍ରଯୁଜ୍ୟ ସଂରକ୍ଷଣ ନିୟମର କୌଣସି ପ୍ରକାର ଉଲ୍ଲଘଂନ ହେବ ନାହିଁ ।

ii. ଆବେଦନ ପ୍ରକ୍ରିୟାରେ ;

iii. ନାମଲେଖା ନିମନ୍ତେ ସ୍କୁଲ ଦ୍ଵାରା ଉପଲ୍ଲବ୍ଧ କୌଣସି ସୁବିଧା ସୁଯୋଗ ଅଥବା ସାନିଧ୍ୟରୁ ବଞ୍ଚିତ କରାଯିବ ନାହିଁ ।

iv. କୌଣସି ଏକ ନିର୍ଦ୍ଧିଷ୍ଟ ଶ୍ରେଣୀରେ ଅଥବା ଶିକ୍ଷା ବିଷୟରେ ଅଥବା ପ୍ରଶିକ୍ଷଣ କ୍ଷେତ୍ରରେ ପିଲାର ନାମ ଲେଖା ପ୍ରସଙ୍ଗକୁ ନେଇ ତା ପ୍ରତି କୌଣସି ପ୍ରକାରର କୂଳ ମନୋଭାବ ପୋଷଣ କରାଯିବ ନାହିଁ ।

(ଖ) ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର କୌଣସି ପିଲାଙ୍କ ପ୍ରତି ସ୍କୁଲ ସମସ୍ତ ବ୍ୟକ୍ତି ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ହତାଶ କରାଯିବ ଓ ଉଦ୍ଦେଶ୍ୟମୂଳକ ଭାବେ କ୍ଷତି ପହଞ୍ଚାଇବା କାର୍ଯ୍ୟକୁ ସ୍କୁଲ ତରଫରୁ ନିଷେଧ କରାଯିବ :

i. ପିଲାର ଜାତି ଅଥବା ଗୋଷ୍ଠୀ ଅଥବା ସମ୍ପ୍ରଦାୟର ନାମ ଶ୍ରେଣୀ କକ୍ଷରେ ମୌଖିକ ଭାବେ ଅଥବା ଅନ୍ୟ ଉପାୟରେ ଘୋଷଣା କରାଯିବ ନାହିଁ ;

ii. ଶ୍ରେଣୀକକ୍ଷରେ ସେହିଭଳି ପିଲାଙ୍କୁ ସଂରକ୍ଷିତ ଗୋଷ୍ଠୀର ପିଲା ଚିହ୍ନିତ କରାଯିବ ନାହିଁ ।

iii. ଶ୍ରେଣୀରେ ପଢାପଢିରେ ପଛୁଆ ରହିଲେ ତହିଁର କାରଣ ତାଙ୍କ ‘ ସାମାଜିକ, ଆର୍ଥିକ, ଅନ୍ୟ ପୃଷ୍ଠଭୂମି ଜନିତ ‘ ଭଳି ସମ୍ମାନହୀନକର ମନ୍ତବ୍ୟ ଦିଆଯିବ ନାହିଁ ;

iv. ଶିକ୍ଷକଙ୍କୁ ଭେଟିବାକୁ ଅନ୍ୟାନ୍ୟ ପିଲାମାନଙ୍କୁ ଯେପରି ସୁଯୋଗ ଦିଆଯିଏ ସେପରି ନକରି ସେମାନଙ୍କ ପାଇଁ ଅନ୍ୟ ସମୟର ବ୍ୟବସ୍ଥା ଯଦି ରକ୍ଷା ଯାଉଥାଏ ତେବେ ସେଭଳି ଅବିଚାର କରାଯିବ ନାହିଁ ।

v. ଖେଳକୁଦ ଅଥବା ଅନ୍ୟାନ୍ୟ ସୁଯୋଗର ଉପଯୋଗ କଲାବେଳେ ସେମାନଙ୍କ ପ୍ରତି ଅଲଗା ଭାବେ ବ୍ୟବସ୍ଥା ରଖାଯିବ ନାହିଁ ।

(ଗ) ସ୍କୁଲ ଏହା ସୁନିଶ୍ଚିତ କରିବ ଯେ ଦୁର୍ବଳ ଶ୍ରେଣୀର ପିଲା ଅଥବା ଅସୁବିଧାଜନକ ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ପ୍ରତି ନିମ୍ନୋକ୍ତ ବିଷୟମାନଙ୍କରେ କୌଣସି ପ୍ରକାର ବାଛବିଚାର କରି ଅବିଚାର କରିବ ନାହିଁ ଯଥା : ଖେଳପଡିଆ, କ୍ୟାଣ୍ଟିନ, ମଧ୍ୟାହ୍ନଭୋଜନ ଅଥବା ସ୍କୁଲ ଦ୍ଵାରା ପ୍ରଦତ୍ତ ପିଇବା ପାଣି , ପାଇଖାନା ବ୍ୟବହାର ଭଳି ସୁବିଧା ସୁଯୋଗ ବ୍ୟବହାର କ୍ଷେତ୍ରରେ । ସ୍କୁଲ ମଧ୍ୟ ନିମ୍ନୋକ୍ତ ବିଷୟଗୁଡିକ ସୁନିଶ୍ଚିତ କରିବ ;

i. ସ୍କୁଲର କୌଣସି ନିଷ୍ପତି ବଳରେ ଏହି ପ୍ରକାର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ନିୟମିତ କାର୍ଯ୍ୟକ୍ରମ ବନ୍ଦ କରାଯିବ ନାହିଁ କିମ୍ବା ସେଥିପାଇଁ ବ୍ୟାଘାତ ସୃଷ୍ଟି କରାଯିବ ନାହିଁ ।

ii. ଏହି ପ୍ରକାର ପିଲାମାନଠାରୁ ବଳପୂର୍ବକ ଅର୍ଥ ଗ୍ରହଣ କରାଯିବ ନାହିଁ କିମ୍ବା ଅଯଥାରେ ଖର୍ଚ୍ଚାନ୍ତ ହେବାର ଅନୁଭବ କରିବାକୁ ସେମାନଙ୍କୁ ଦିଆଯିବ ନାହିଁ ।

iii. ସ୍କୁଲ ଦ୍ଵାରା ଆୟୋଜିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା କସରତ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହି ଶ୍ରେଣୀର ସମସ୍ତ ପିଲାଙ୍କୁ ଭାବ ନେବାର ସୁଯୋଗ ଦିଆଯିବ ।

ଦୁର୍ବଳ ଶ୍ରେଣୀର ପିଲାଙ୍କ ଅଭିଯୋଗ

ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା କୌଣସି ପିଲାଯଦି ସେମାନଙ୍କର ପ୍ରତି ବାଛବିଚାର କରାଯାଉଥିବାର ଅଭିଯୋଗ ଆଣନ୍ତି ତେବେ ସେ ସବୁ ପ୍ରତି କଣ ଦୃଷ୍ଟି ଦିଆଯାଇ ସମାଧାନ କରାଯିବ , ସ୍କୁଲ ତହିଁର ପଦ୍ଧତି ସ୍ଥିର କରିବେ । ସ୍କୁଲ ପାଇଁ ଆଇନରେ ବାଧ୍ୟତାମୂଳକ କରାଯାଇଛି ଯେ ଏହି ପ୍ରକାର ଅଭିଯୋଗଗୁଡିକ ପାଞ୍ଜିକୃତ ହେବା ଠାରୁ ଅତି ବେଶୀରେ ୬୦ ଦିନର ସମୟ ସୀମା ମଧ୍ୟରେ ସମାଧାନ କରାଯିବ ।

ଶିକ୍ଷା ସହ ସମ୍ବନ୍ଧିତ ବ୍ୟକ୍ତି

ଶିକ୍ଷା ସହ ସମ୍ବନ୍ଧିତ ବ୍ୟକ୍ତି , ବିଭିନ୍ନ ଗୋଷ୍ଠୀ ଏବଂ ସର୍ବସାଧାରଣଙ୍କ ସହ ଯୋଗସୂତ୍ର ରକ୍ଷା କରି ଦୁର୍ବଳ ଶ୍ରେଣୀର ପିଲା ଓ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ପ୍ରତି ସ୍କୁଲରେ ବାଛବିଚାର ଓ ଉତ୍ପୀଡନକୁ କିପରି ପ୍ରତିହତ କରାଯାଇ ପରାଇବ ସେ ବିଷୟରେ ସଚେତନ ସୃଷ୍ଟି କରିବା ନିମନ୍ତେ ସ୍କୁଲ ପଦକ୍ଷେପ ଗ୍ରହଣ କରିବ । ଏ ବିବଦରେ ସ୍କୁଲ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ସବିଶେଷ ବିବରଣୀ ସ୍କୁଲ ଦ୍ଵାରା ସର୍ବସାଧାରଣ ଗୋଚରାର୍ଥେ ପ୍ରକାଶିତ ହେବ ।

ଦିଶା ନିର୍ଦ୍ଦେଶକ ନିୟମାବଳୀ

ଏହାଦ୍ଵାରା ରାଜ୍ୟ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ଅନୁରୋଧ କରାଯାଉଛି ଯେ ଉପରୋକ୍ତ ଦିଶା ନିର୍ଦ୍ଦେଶକ ନିୟମାବଳୀ ପ୍ରତ୍ୟେକ ସ୍କୁଲ ପାଳନ କରି ଦୁର୍ବଳ ଶ୍ରେଣୀର ପିଲା ଓ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ପ୍ରତି ବାଛବିଚାର ଜନିତ ଅବିଚାରକୁ ସ୍କୁଲମାନେ ନିଶ୍ଚିତରୂପେ ଯେପରି ରୋକି ପାରିବେ ସେ ଦିଗରେ ସେମାନେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

ଆଧାର – ଶିଶୁର ନିଃଶୁକ୍ଳ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୦୯