অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକ୍ଷା ବିକାଶ ସୁଯୋଗ

ଶିକ୍ଷା ବିକାଶ ସୁଯୋଗ

ସ୍କୁଲ ୟୁନିଫର୍ମ ଯୋଗାଣ

  • ସରକାରୀ ଅନୁଦାନ ପାଉଥିବା ସବୁ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବାଳକ ବାଳିକାମାନଙ୍କୁ ୪ହଳ ଲେଖାଏଁ ସ୍କୁଲ ୟୁନିଫର୍ମ ରାଜ୍ୟ ସରକାରଙ୍କ ଦ୍ଵାରା ମାଗଣାରେ ଯୋଗାଇ ଦିଆଯାଉଛି ।
  • ସ୍ଵତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସୁବିଧା ମିଳୁଛି ।
  • ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଜରିଆରେ ଏହି ସହାୟତା ମିଳିବ ।
  • ପିଲାମାନଙ୍କୁ ବିଦ୍ୟାଳୟକୁ ନିୟମିତ ଭାବରେ ଆସି ପାଠ ପଢିବା ପାଇଁ ଆଗ୍ରହୀ କରାଇବା ଏବଂ ଗରିବ ବାପାମାଙ୍କ ଉପରୁ ପିଲାଙ୍କ ଶିକ୍ଷା ଖର୍ଚ୍ଚର ବୋଝ କମାଇବା ପାଇଁ ଏହା ଓଡିଶା ସରକାରଙ୍କର ଏକ ଆନ୍ତରିକ ପ୍ରୟାସ ।

ପାଠ ପଢିବା ପାଇଁ ସାଇକେଲ

  • ବାଳିକାମାନଙ୍କ ସଶକ୍ତିକରଣର ଏକ ନୂତନ ଦିଗନ୍ତ । ଓଡିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ହାଇସ୍କୁଲ, ସଂସ୍କୃତ ଟୋଲ ଏବଂ ମଦ୍ରାସାରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଏବେ ସ୍କୁଲକୁ ଜୀବ ପାଇଁ ଯୋଗାଇ ଦେଇଛନ୍ତି ସାଇକେଲ ।
  • ଏଥି ସହିତ ଏହି ସବୁ ଅନୁଷ୍ଠାନରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି , ଜନଜାତି ଓ ବିପିଏଲ ପରିବାରର ଛାତ୍ରଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯାଉଛି ସ୍କୁଲକୁ ଯିବା ପାଇଁ ।
  • ସାଇକେଲ କିଣିବା ପାଇଁ ୨୬ସହ ଟଙ୍କାର ସହାୟତା ଆକାଉଣ୍ଟ ଜରିଆରେ ଉଠାଣ ଯୋଗ୍ୟ ଚେକ ମାଧ୍ୟମରେ ଦିଆଯାଉଛି ।

ବାଳିକା ଶିକ୍ଷା ପ୍ରୋତ୍ସାହନ

  • ନବମ ଏବଂ ଦଶମ ଶ୍ରେଣୀରେ ପାଠପଢୁଥିବା ସମସ୍ତ ତଫସିଲଭୁକ୍ତ ଜାତି ଏବଂ ଜନଜାତି ବର୍ଗର ବାଳିକାମାନଙ୍କୁ ନବମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଥପଢା ଜାରି ରଖିବା ପାଇଁ ଓଡିଶା ସରକାରଙ୍କ ଏହି ନୂତନ ବାଳିକା ଶିକ୍ଷା ପ୍ରୋତ୍ସାହନ କାର୍ଯ୍ୟକ୍ରମ ।
  • ବର୍ଷକୁ ସରକାର ଦେବେ ୩୨ସହ ଟଙ୍କାର ପ୍ରୋତ୍ସାହନମୁଳକ ସହାୟତା ।
  • ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହାୟତାରେ ଛାତ୍ରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାହେବ ସରକାରଙ୍କ ତରଫରୁ ଏହି ଟଙ୍କା ।

ଛାତ୍ରବୃତ୍ତି ଓ ମେଧାବୃତ୍ତି

  • ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ଆଗରୁ ମିଳୁଥିବା ପାଞ୍ଚ ହଜାର ପିଲାଙ୍କୁ ଛାତ୍ର ବୃତ୍ତି । ଏବେ ୧୦ହଜାର ପିଲା ପାଉଛନ୍ତି ଏହି ଛାତ୍ରବୃତ୍ତି ।
  • ଏ ବାବଦରେ ବରାଦ କରାଯାଉଥିବା ଅର୍ଥ ୧୨ଲକ୍ଷ ଟଙ୍କାରୁ ୯୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
  • ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଜରିଆରେ ବୃତି ପରୀକ୍ଷା କରାଯାଇ ମେଧାବୀ ଛାତ୍ର ମାନଙ୍କୁ ବଛାଯାଇ ଏହି ବୃତ୍ତି ଦିଆଯାଉଛି ।
  • ଗଣିତରେ ଉତ୍କର୍ଷ ହାସଲ କରୁଥିବା ମେଧାବୀ ଛାତ୍ର / ଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାର ପ୍ରଚଳନ କରିଛନ୍ତି ‘ପଠାଣି ସାମନ୍ତ ମେଧାବୃତି’।
  • ଓଡିଆ ମାଧ୍ୟମ ବିଦ୍ୟାଳୟର ଷଷ୍ଟ ଏବଂ ନବମ ଶ୍ରେଣୀ ଏବଂ ମହାବିଦ୍ୟାଳୟ ସ୍ତରରେ ଯୁକ୍ତ ୨ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତରେ ଉତ୍କର୍ଷ ପାଇଁ ଏଇ ମେଦ୍ଧା ପୁରସ୍କାର । ପ୍ରାୟ ୭ହଜାର ୫ଶହ ଛାତ୍ର ଛାତ୍ରୀ ଏହି ମେଧାବୃତ୍ତି ପାଇଁ ବଛା ଯିବେ । ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିବା ଅନୁଷ୍ଠାନର ମୁଖ୍ୟଙ୍କ ନିକଟରୁ ଏଥିପାଇଁ ଅବଶ୍ୟକ ଦରଖାସ୍ତ ଫର୍ମ , ଦରଖାସ୍ତ କରିବାର ସମୟ ସୀମା , ଯୋଗ୍ୟତା ଏବଂ ମେଧାବୃତ୍ତି ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିବେ ।
  • ୨୦୧୧-୨୦୧୨ ରୁ କନିଷ୍ଠ,ବରିଷ୍ଠ, ସ୍ନାତକୋତ୍ତର ଏବଂ ବୃତ୍ତିଗତ ଶିକ୍ଷାରେ ଛାତ୍ର ବୃତ୍ତି ୧୬୫୦୦ ରୁ ୨୪୫୦୦ କୁ ବୃଦ୍ଧି କରିଛନ୍ତି ଓଡିଶା ସରକାର ।
  • ଓବିସି /ଏସ॰ ଇ॰ ବିସି  ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୯୦ଟଙ୍କାର ମାସିକ ବୃତ୍ତି ଏବଂ ଦିବାଧ୍ୟାୟୀ ଙ୍କ ପାଇଁ ୧୯୦ ଟଙ୍କାର ବୃତ୍ତି ପ୍ରଦାନ କରିଛନ୍ତି ଆମ ରାଜ୍ୟସରକାର ।
  • ପ୍ରି-ମାଟ୍ରିକ ଏବଂ ପୋଷ୍ଟ ମାଟ୍ରିକ ସ୍କଲାରସିପ ରାଜ୍ୟର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନ ସମୟରେ ଏବଂ ଦଶମ ଶ୍ରେଣୀ ପାସ କରି ଉଚ୍ଚଶିକ୍ଷା ଲାଭ କରୁଥିବା ସମୟରେ ଦିଆଯିବା ବ୍ୟବସ୍ଥା ଓଡିଶା ସରକାରଙ୍କ ଦ୍ଵାରା କରାଯାଇଛି । ପ୍ରି ମାଟ୍ରିକ ସ୍କଲାରସିପ ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ମିଳୁଥିବା ବେଳେ ପୋଷ୍ଟ ମାଟ୍ରିକ ସ୍କଲାରସିପ ଅନଲାଇନ ବ୍ୟବସ୍ଥା ‘ପ୍ରେରଣା’ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ହସ୍ତନ୍ତରିତ ହେଉଛି ।

ଓଡିଶା କ୍ରୀଡା ପ୍ରତିଭା ବୃତ୍ତି

  • ଯେ କୌଣସି ରାଜ୍ୟସ୍ତରୀୟ ସ୍ଵିକୃତିପ୍ରାପ୍ତ କ୍ରୀଡା କିମ୍ବା ଜାତୀୟ ସ୍ତରରେ ଆନ୍ତଃ ବିଶ୍ୱବିଦ୍ୟାଳୟ /ଜୋନାଲ କ୍ରୀଡା ପ୍ରତିଯୋଗୀତା ପ୍ରଭୃତିରେ ଭାଗନେଇ ଉତ୍କର୍ଷ ହାସଲ କରିଥିବା ଖେଳାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କର ପକ୍ଷରୁ ‘ଓଡିଶା କ୍ରୀଡା ପ୍ରତିଭା ବୃତ୍ତି ‘ ପ୍ରଦାନ ବ୍ୟବସ୍ତା ।
  • କ୍ରୀଡା ଓ ଯୁବ ସେବା ବିଭାଗଙ୍କ ଦ୍ଵାରା ଗାଢାଯାଇଥିବା ଏକ କମିଟି ଦ୍ଵାରା ବ୍ୟକ୍ତିଗତ କିମ୍ବା ଦଳଗତ ଭାବରେ ବିଜୟୀ ହୋଇଥିବା ଖେଳାଳୀଙ୍କ ମଧ୍ୟରୁ ପ୍ରଦର୍ଶନ ଆଧାରରେ ଖେଳାଳିମାନଙ୍କୁ ଏହି ବୃତ୍ତି ପାଇଁ ବଛାଯିବ ।
  • ଯୁବ କ୍ରୀଡା ପ୍ରତିଭା ମାନଙ୍କୁ ଉପଯୁକ୍ତ ଖାଦ୍ୟ , କ୍ରୀଡା ଉପକରଣ କ୍ରୟ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ପାଇଁ ସୁଯୋଗ ଦେବା ନିମନ୍ତେ ଏକବର୍ଷ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଓଡିଶା କ୍ରୀଡା ପ୍ରତିଭା ବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ ।

ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସହାୟତା

  • ନିର୍ମାଣ ଶ୍ରମିକଙ୍କ ପରିବାରର ସର୍ବାଧିକ ୨ଜଣ ପିଲା ଶିକ୍ଷା ସହାୟତା ପାଇ ପାରିବେ ।
  • ଏକାଦଶ ,ଦ୍ଵାଦଶ ବା ତତୁଲ୍ୟ ଶ୍ରେଣୀର ଛାତ୍ରଙ୍କୁ ବାର୍ଷିକ ୩ହଜାର ଏବଂ ଛାତ୍ରୀଙ୍କୁ ବାର୍ଷିକ ୪ହଜାର ଟଙ୍କାର ଶିକ୍ଷା ସହାୟତା ।
  • ସେହିଭଳି ବିଭିନ୍ନ ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ପାଇଁ ଛାତ୍ରଙ୍କୁ ବର୍ଷକୁ ୪ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ୫ହଜାର ଟଙ୍କା ସହାୟତା ଆକାରରେ ଦିଆଯିବ ।
  • ଆଇ ॰ ଟି॰ ଆଇ , ବୈଷୟିକ ଶିକ୍ଷାରେ ଡିପ୍ଲୋମା ଏବଂ ପଲିଟେକନିକରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ପାଠପଢା ଖର୍ଚର ସମପରିମାଣ ଅର୍ଥ ନାମଲେଖା ରସିଦ ଦାଖଲ ପରେ ଦିଆଯିବ ।
  • ଇଂଜିନିଯରିଂ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହାରାରେ ଏହି ସହାୟତା ମିଳିବ ।
  • ମେଡିକାଲ ଶିକ୍ଷା ପାଇଁ ସରକାରୀ ମେଡିକାଲ କଲେଜ ନିମନ୍ତେ ସ୍ଥିରୀକୃତ ହାରରେ ଏହି ସହାୟତା ମିଳିପାରିବ ।
  • ନିର୍ମାଣ ଶ୍ରମିକମାନେ ନିଜ ପିଲାଙ୍କ ପାଇଁ ଏହିସବୁ ସହାୟତା ପାଇବା ନିମନ୍ତେ ଶ୍ରମିକ କଲ୍ୟାଣ ବୋର୍ଡ/ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।

ମତ୍ସ୍ୟଜୀବୀ ପରିବାରର ପିଲାଙ୍କ ପାଇଁ ଶିକ୍ଷା ସହାୟତା

  • ମାଟ୍ରିକ ପରୀକ୍ଷାରେ ୫୦ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଥିବା ମତ୍ସ୍ୟଜୀବୀ ପରିବାରର ପିଲାଙ୍କୁ ଉଚ୍ଚଶିକ୍ଷା ଲାଭ ନିମନ୍ତେ ୩ହଜାର ଟଙ୍କାରୁ ୭ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଅର୍ଥ ସହାୟତା ଦେଉଛନ୍ତି ରାଜ୍ୟସରକାର ।
  • ନିକଟସ୍ଥ ବ୍ଲକର ମତ୍ସ୍ୟ ସଂପ୍ରସାରଣ ଅଧିକାରୀ/ଜିଲ୍ଲା ମତ୍ସ୍ୟାଧିକାରୀଙ୍କ ସହିତ ଏ ବାବଦରେ ଯୋଗାଯୋଗ କରାଯାଇପାରିବ ।

ଉଚ୍ଚତର ଶିକ୍ଷା ସାଧନ : ମାଗଣା ଲ୍ୟାପଟପ ଯୋଗାଣ

  • ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ମାଧ୍ୟମରେ ଯୁକ୍ତ୨ ପରୀକ୍ଷାରେ ଉତ୍ତିର୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାଭିତ୍ତିରେ ଯୋଗାଇ ଦିଆଯାଉଛି ମାଗଣାରେ ଲ୍ୟାପଟପ ।
  • ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କର ଏହି ମେଧାଭିତ୍ତିକ ତାଲିକା ପ୍ରସ୍ତୁତ କରୁଛନ୍ତି ।
  • ଉଚ୍ଚତର ଶିକ୍ଷାଲାଭ ପାଇଁ ଏହି ଭଳି ସହାୟତା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରେ ଡିଜିଟାଲ ବ୍ୟବଧାନ କମାଇବାରେ ସହାୟକ ହେବ ଏବଂ ରାଜ୍ୟର ଛାତ୍ରଛାତ୍ରୀମାନେ ପ୍ରକୃଷ୍ଟ ବୈଷୟିକ ଶିକ୍ଷାଲାଭ କରିବାର ସୁଯୋଗରୁ ବଞ୍ଚିତ ହେବେ ନାହିଁ , ଏଇ ଦୁଇଟି ବିଷୟ ପ୍ରତି ସମୁଚିତ ଧ୍ୟାନ ଦେଇ ରାଜ୍ୟ ସରକାର ଏହିଭଳି ଏକ ଅଭିନବ ଛାତ୍ରହିତୈଷୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଯୁବବର୍ଗଙ୍କ ସଶକ୍ତିକରଣ

  • ଯୁବକ ଯୁବତୀ ମାନଙ୍କୁ ସେମାନଙ୍କର ଦକ୍ଷତାର ପୂର୍ଣ୍ଣ ବିକାଶର ସୁଯୋଗ ଦେବା ନିମନ୍ତେ ଏକ ପ୍ରକୃଷ୍ଟ ବାତାବରଣ ସୃଷ୍ଟି କରାଯାଇ ସେମାନଙ୍କୁ ସାମାଜିକ, ଅର୍ଥନୈତିକ, ସଂସ୍କୃତିକ ଏବଂ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ‘ରାଜ୍ୟ ଯୁବନୀତି-୨୦୧୩ ‘ପ୍ରଣୟନ କରାଯାଇଛି ।
  • ଗ୍ରାମାଞ୍ଚଳରେ ୧୦ହଜାର ଏବଂ ସହରାଞ୍ଚଳରେ ୪ହଜାର ଯୁବ ସଂଗଠନକୁ ଏକକାଳୀନ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି ।
  • ଯୁବକଯୁବତିମାନଙ୍କୁ ସରକାରଙ୍କର ବିଭିନ୍ନ କାର୍ଯ୍ୟ, ଅନୁଷ୍ଠାନ ଏବଂ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଅନ୍ତଃପ୍ରଶିକ୍ଷଣ କାର୍ଜ୍ୟକ୍ରମ ଆରମ୍ଭ କରାଯାଉଛି ।

ନିଯୁକ୍ତି ମିଶନ

  • ଆତ୍ମନିଯୁକ୍ତି ପାଇଁ ଇଚ୍ଛୁକ ଯୁବକଯୁବତୀ ମାନଙ୍କ ପାଇଁ ଅନଲାଇନ ମାଧ୍ୟମରେ ୨୪ ଘଣ୍ଟିଆ ରେଜିଷ୍ଟ୍ରେସନ ପାଇଁ ଏକ ଅନଲାଇନ ବ୍ୟବସ୍ଥା , ପ୍ରତି ଜିଲ୍ଲାରେ ସରକାରୀ ଆଇ॰ ଟି॰ ଆଇ ଏବଂ ପଲିଟେକ୍ନିକ ରେ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଉଗ୍ରବାଦ ଉପଦ୍ରବ ଅଞ୍ଚଳରେ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କ ପାଇଁ ଦୀର୍ଘସୂତ୍ରୀ ପ୍ରଶିକ୍ଷଣ ବି॰ ପି॰ ଏଲ ପରିବାରର ଝିଅ ମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ପାଇଁ ୪୦ହଜାର ଟଙ୍କାର ବାର୍ଷିକ ବୃତ୍ତି ଏବଂ କୋରାପୁଟ, ରାୟଗଡା, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ନିଯୋଜନ କର୍ଜ୍ୟାଳୟଗୁଡ଼ିକୁ ସରକାରୀ –ଘରୋଇ ଭାଗୀଦାରୀରେ କ୍ୟାରିଅର ଡେଭଲପମେଣ୍ଟ ସେଣ୍ଟରରେ ପରିଣତ କରିବା ପାଇଁ ନିଯୁକ୍ତି ମିଶନ କାର୍ଯ୍ୟ କରୁଅଛି ।

ଆଧାର: ଓଡିଶା ସରକାର

Last Modified : 5/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate