ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା
ପ୍ରମୁଖ ବୈଶିଷ୍ଟ୍ୟ
- ମାନବ ପାଇଁ ପୁଞ୍ଜି ଉପଯୋଗ ଦେଶର ଉତ୍ପାଦନ ଓ ସମୃଦ୍ଧି ପାଇଁ ବିନିଯୋଗ
- “ଗୋଟିଏ ଦେଶ, ଗୋଟିଏ ସାଂକ୍ଷିକ ପ୍ଲାଟଫର୍ମ ଏବଂ ଗୋଟିଏ ଶ୍ରେଣୀ ଗୋଟିଏ ଚାନେଲ” ଦେଶର ଦୂରଦୂରାନ୍ତରେ ପହଞ୍ଚିପାରିବ ଗୁଣାତ୍ମକ ଶିକ୍ଷା
ପଦକ୍ଷେପ
ଦେଶରେ ଗୁଣାତ୍ମକ ଶିକ୍ଷାରେ ବିକାଶ ସହ ଉପସ୍ଥାନର ମାନ ମଧ୍ୟ ବୃଦ୍ଧି ପାଇବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ପ୍ରୋତ୍ସାହନ ଯୋଗୁଁ ଏକ ନବ ଭାରତ ଗଠନରେ ବିଶେଷ ସହାୟକ ହେବ । ଏ ଦିଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଘୋଷଣା କରିଥିବା ପଦକ୍ଷେପ ମଧ୍ୟରେ ରହିଛି -
- ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ, ଯାହାକି ଅନଲାଇନ ଶିକ୍ଷା ଦ୍ଵାରା ସମସ୍ତଙ୍କୁ ଏକତ୍ର କରିବ । ଏହା ଦୀକ୍ଷା ବା ଗୋଟିଏ ଦେଶ, ଗୋଟିଏ ସାଂକ୍ଷିକ ପ୍ଲାଟଫାର୍ମ ଯୋଗୁଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନଲାଇନ ବା ଇ-ଶିକ୍ଷାର ଏକ ସୁଦୃଢ ଭିତ୍ତିଭୂମି ସ୍ଥାପନ କରିବ । ଟିଭି – ଗୋଟିଏ ଶ୍ରେଣୀ, ଗୋଟିଏ ଚାନେଲ ଭଳି କାର୍ଯ୍ୟକ୍ରମ ଟେଲିଭିଜନ ଭଳି ଏକ ଉତ୍ସର୍ଗୀକୃତ ଚାନେଲ ଯୋଗୁଁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ପାଠ୍ୟ ବିଷୟବସ୍ତୁ ଯୋଗାଇପାରି । ଉଚ୍ଚ ଶିକ୍ଷା ପାଇଁ ସ୍ଵୟଂ ଅନଲାଇନ ପାଠ୍ୟକ୍ରମ, ଆଇଆଇଟିଜେଇଇ / ଏନଇଇଟି ପ୍ରବେଶିକ ପରୀକ୍ଷା ନିମନ୍ତେ ଆଇଆଇଟିପିଏଏଲ, ଗୋଷ୍ଠୀ ରେଡିଓ ପାଇଁ ଆକାଶବାଣୀ ଏବଂ ସିବିଏସସି ଶିକ୍ଷା ବାଣୀ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପାଠ୍ୟ ପୁସ୍ତିକା ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ । ବିଦ୍ୟାଳୟକୁ ଯାଉଥିବା ଦେଶର ପ୍ରାୟ 25 ଲକ୍ଷ ବିଦ୍ୟାର୍ଥୀଙ୍କୁ ଏହା ଉପଯୋଗ ହୋଇପାରିବ ।
- ବୈଶ୍ଵିକ ମହାମାରୀ ସମୟରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ମନସ୍ତାତ୍ଵିକ ସହାୟତାର ଏକ ବିଶେଷ ଗୁରୁତ୍ଵ ରହିଛି । ମାନସିକସ୍ତରରେ ସମସ୍ତଙ୍କୁ ସୁସ୍ଥ ରଖିବା ଉଦ୍ଦେଶକୁ ନେଇ ମନଦର୍ପଣ ୱେବସାଇଟ ଆରମ୍ଭ କରାଯାଇଛି, ଯାହାକି ଦେୟମୁକ୍ତ ଏବଂ ଶିକ୍ଷାଗତ ପରାମର୍ଶ ଓ ପାରସପାରିକ ମତ ବିନିମୟରେ ବେଶ ସହାୟକ ହେବ । ସ୍କୁଲ ଯାଉଥିବା ଦେଶର ସବୁ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ଏଥିରୁ ସୁଫଳ ମିଳିବ ।
- ମୁକ୍ତ, ନିରନ୍ତର ଏବଂ ଅନଲାଇନ ଶିକ୍ଷା ଯୋଗୁଁ ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଇ-ଶିକ୍ଷାର ପରିସରକୁ ଅଧିକ ବ୍ୟାପକ କରିଛନ୍ତି । ସେ ଦୃଷ୍ଟିରୁ ଦେଶରେ ଆଗୁଆ ରହିଥିବା 100ଟି ବିଶ୍ଵବିଦ୍ୟାଳୟ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବେ । ଆନୁଷ୍ଠାନିକ ବିଶ୍ଵବିଦ୍ୟାଳୟଗୁଡିକରେ ମଧ୍ୟ ଅନଲାଇନ ଶିକ୍ଷାଦାନ ପଦ୍ଧତିକୁ ଶତକଡା 20 ରୁ 40 ଭାଗକୁ ବୃଦ୍ଧି କରାଯିବ । ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ 7 କୋଟି ବିଦ୍ୟାର୍ଥୀଙ୍କୁ ଏହା ଅଧିକ ଶିକ୍ଷାର ସୁଯୋଗ ଦେବ ।
- ଛାତ୍ରଛାତ୍ରୀମାନକୁ ସୁଜନାତ୍ମକ ଓ ଯୋଗାଯୋଗ କୌଶଳ ଶିକ୍ଷାର ଆବଶ୍ୟକତା ଦୃଷ୍ଟିରୁ ଏକ ଜାତୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ନୂତନ ନ୍ୟାସନାଲ କରିକୁଲମ ଏବଂ ପେଡାଗୋଜିକାଲ ଫ୍ରେମୱାର୍କ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵସ୍ତରୀୟ ଶୈକ୍ଷିକ ଆବଶ୍ୟକତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବ ।
- ଜାତୀୟ ଫାଉଣ୍ଡେସନ ଲିଟେରାସୀ ଏଣ୍ଡ ନ୍ୟୁମେରାସୀ ମିଶନର ପ୍ରତିଷ୍ଠା ଯୋଗୁଁ ଦେଶର ପ୍ରତ୍ୟେକ ଶିଶୁ ନ୍ୟୁନତମ ସ୍ଵାକ୍ଷରତା ଓ ଗ୍ରେଡ-3 ପର୍ଯ୍ୟନ୍ତ ସାଂକ୍ଷିକ ଯୋଗ୍ୟତା ଆରମ୍ଭ ହେବ । ତିନି ବର୍ଷରୁ ଏଗାର ବର୍ଷ ମଧ୍ୟରେ ଦେଶର ପ୍ରାୟ 4 କୋଟି ଶିଶୁଙ୍କ ଶୈକ୍ଷିକ ଆବଶ୍ୟକତା ଏହି ମିଶନ ଯୋଗୁଁ ସାକାର ହୋଇପାରିବ ।
ଆଧାର - ପିଆଇବି
Last Modified : 6/23/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.