ଯୋଜନାର ତାଲିକା ବି.ଡି କର୍ମଚାରୀ ପିଲାଙ୍କ ପାଇଁ ବୃତ୍ତି । ଖଣି କର୍ମଚାରୀ ପିଲାଙ୍କ ପାଇଁ ବୃତ୍ତି । ଚୂନପଥର ଖଣି କର୍ମଚାରୀଙ୍କ ପିଲା । ଚଳଚିତ୍ର ଶିଳ୍ପର କର୍ମଚାରୀଙ୍କ ପିଲାଙ୍କ ବୃତ୍ତି । ଯୋଗ୍ୟତା ପିତା / ମାତାଙ୍କ ମଧ୍ୟରୁ ଯିଏ ଜଣେ, ବି.ଡି, ଖଣି, ଚୂନପଥର ଖଣି, ଚଳଚିତ୍ର ଶିଳ୍ପ ଅତିକମରେ ୬ ମାସ ଚାକିରୀ କରୁଥିବେ । ସାରା ମାସର ଆୟ କର୍ମଚାରୀଙ୍କ ନିମ୍ନଲିଖିତ ଭାବରେ ଧରାଯିବ । ବି.ଡି କର୍ମଚାରୀ – ୧୦,୦୦୦ ଖଣି କର୍ମଚାରୀ – ଖଣି କର୍ମଚାରୀ ହାତରେ, ଅଣ କୁଶଳୀ, ଉଚ୍ଚ ଦକ୍ଷତା ସମ୍ପନ୍ନ ଏବଂ କିରାଣୀ କାମ କରୁଥିବା କର୍ମଚାରୀଙ୍କୁ ଶ୍ରମ ମଙ୍ଗଳ ଅନୁଷ୍ଠାନ ଦ୍ଵାରା ବୃତ୍ତି ପ୍ରଦାନ କରାଯାଏ । ସୁପରଭାଇଜର ଏବଂ ପରିଚାଳନା କ ଦକ୍ଷତା ଥିବା ଲୋକଙ୍କ ପିଲାଙ୍କୁ ବୃତ୍ତି ମିଳିବ କିନ୍ତୁ ଦରମା ୧୦,୦୦୦ରୁ ଅଧିକ ହୋଇନଥିବ । ଚଳଚିତ୍ର କର୍ମଚାରୀ – ଚଳଚିତ୍ର ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ମାସିକ ଦରମା ମାସକୁ ୧୦,୦୦୦ରୁ ଅଧିକା ହୋଇନଥିବ କିମ୍ବା ବର୍ଷକୁ ୧,୦୦,୦୦୦ରୁ ଅଧିକା ହୋଇନଥିବା । ଆବେଦନକାରୀ ନିଶ୍ଚିତ ଭାବରେ ପୂର୍ବ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ । ଯେଉଁ ଛାତ୍ରମାନେ ପତ୍ରବିନିୟମ ମାଧ୍ୟମରେ ପଢୁଥିବେ ସେମାନଙ୍କୁ ବୃତ୍ତି ମିଳିବ ନାହିଁ । ବୃତ୍ତି ନିୟମିତ ଭାରତର ଯେ କୌଣସି ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଙ୍କୁ ମିଳିବ । କେଉଁ ଛାତ୍ର ମାନଙ୍କୁ ବୃତ୍ତି ମିଳିବ ନାହିଁ ସେ ସମ୍ପର୍କରେ ନିମ୍ନରେ ପ୍ରଦାନ କରାଗଲା । ଯେଉଁ ଛାତ୍ର ଏପ୍ରକାର ପାଠ ପଢି ପୁଣି ସେହି ପାଠକୁ ପଢିବେ ଉଦାହରଣ ସ୍ୱରୂପ ବି.ଏସି ( B.EC) ପରେ ବି.କମ ( B.Com) କିମ୍ବା ଗୋଟିଏ ବିଷୟରେ ଏମ.ଏ (M.A) କରିବେ । ବୃତ୍ତିଗତ ଶିକ୍ଷା ପାଇଲା ପରେ ପୁନର୍ବାର ବୃତ୍ତିଗତ ଶିକ୍ଷା ପାଇଁ ମିଳିବ ନାହିଁ । ଶିକ୍ଷାନୁଷ୍ଠାନ ସରକାରୀ କିମ୍ବା ସରକାରୀ ସ୍ଵୀକୃତ୍ତି ପ୍ରାପ୍ତ ହୋଇଥିବା ଆବଶ୍ୟକ । ଯଦି ଛାତ୍ର ଅନ୍ୟକୌଣସି ସୂତ୍ରରୁ ବୃତ୍ତି ପାଉଥିବେ ତେବେ ସେ ଏହି ବୃତ୍ତି ପାଇବେ ନାହିଁ । ବୃତ୍ତି ପାଇବା ପରେ ଏହା ନିମ୍ନଲିଖିତ କାରଣ ଯୋଗୁ ରଦ୍ଦ ହୋଇପାରେ । ଯଦି ଛାତ୍ର ମିଛ ତଥ୍ୟ ପ୍ରମାଣପତ୍ର ଦେଇଥିବେ । ଯଦି ଛାତ୍ର ମଝିରେ ପାଠ ଛାଡିଦିଅନ୍ତି । ଉନ୍ନୟନ କମିଶନଙ୍କ ବିନା ନିର୍ଦ୍ଦେଶରେ ଛାତ୍ର ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ ପରିବର୍ତ୍ତନ କଲେ । ଯଦି ପାଠ ପଢିଲା ସମୟରେ ଛାତ୍ର ବହୁତ ଦିନ ଧରି ଅନୁପସ୍ଥିତ ରହୁଛି, ପାଠ ଠିକ ଭାବରେ ପଢନ୍ତି ନାହିଁ, କିମ୍ବା କୌଣସି ଅଣସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତାହେଲେ ବୃତ୍ତି ବଦ୍ଦ ହୋଇଯିବ । ଯଦି ଅଭିଭାବ ବି.ଡି/ଖଣି/ ଚଳଚିତ୍ର ଶିଳ୍ପରେ କାର୍ଯ୍ୟ କରିବା ଛାଡି ଦିଅନ୍ତି । ଛାତ୍ରଙ୍କର ଏକ ଅଲଗା ବ୍ଯାଙ୍କ ଆକାଉଣ୍ଟ ଥିବ, ଜଏଣ୍ଟ ଆକାଉଣ୍ଟ ଥିଲେ ପ୍ରଥମ ନାମ ଛାତ୍ରଙ୍କର ହୋଇଥିବ । ଏକ ରୁ ଅଧିକ ପିଲାଥିଲେ ତାଙ୍କର ଅଲଗା, ଅଲଗା ଆକାଉଣ୍ଟ ରହିବ । ପ୍ରତ୍ୟେକ ଛାତ୍ରଙ୍କର ଅଲଗା ମୋବାଇଲ ନମ୍ବର ରହିଥିବ । ଆବଶ୍ୟକ ଦସ୍ତାବେଜ ଫଟୋ ଅବିଭାବକଙ୍କ ପରିଚୟ ପତ୍ର ( ପଞ୍ଜୀକରଣ ନମ୍ବର ଖଣି କର୍ମଚାରୀଙ୍କ) ବ୍ୟାଙ୍କ ପାସବୁକର ଜେରକ୍ସ ପୂର୍ବବର୍ଷର ପାସ ସାର୍ଟିଫିକେଟ, ମାର୍କସିଟ । ରାଜସ୍ନ ଅଧିକାରୀଙ୍କ ଦ୍ଵାରା ଆୟ ପ୍ରମାଣପତ୍ର । ଫର୍ମ ଆବେଦନ ଅନ୍ଲାଇନ ଆବେଦନ ପାଇଁ "କ୍ଲିକ କରନ୍ତୁ" ଆଧାର - ଜାତୀୟ ବୃତ୍ତି ଯୋଜନା