ସଂଖ୍ୟାଲଘୁ ପିଲାଙ୍କ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ଯୋଜନା ର ଲକ୍ଷ ହେଉଛି ସେମାନେ ଉପଯୁକ୍ତ ବୟସ ହେଲେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠେଇବେ । ଏବଂ ଅଭିଭାବକ ଙ୍କ ଉପରେ ଥିବା ବୋଝ କମିଯିବା। ଶିକ୍ଷା ଦ୍ଵାରା ସଂଖ୍ୟାଲଘୁ ପିଲା ମାନେ ସାସକ୍ତ ହୋଇ ସେମାନଙ୍କର ସାମାଜିକ/ଆର୍ଥିକ ଅବସ୍ଥା ର ଉନ୍ନତି କରିପାରିବେ । ଯୋଜନାର ହିତାଧିକାରୀ ସରକାରୀ, ଅନୁଦାନପ୍ରାପ୍ତ ,ପ୍ରାଇଭେଟ ସ୍କୁଲ ରେ ପଢୁଥିବା ସଂଖ୍ୟାଲଘୁ ପିଲାମାନେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ବଣ୍ଟନ ମୁସଲିମ,ଶିଖ ,ଖ୍ରୀଷ୍ଟିୟାନ,ବୁଦ୍ଧିଷ୍ଟ ,ଜୈନ ଏବଂ ପାର୍ସି ଙ୍କୁ ସଂଖ୍ୟା ଲଘୁ ସଂପ୍ରଦାଯ ର ବୋଲି ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ଦ୍ଵାରା 1992 ଆକ୍ଟ ବଳରେ ଚିହ୍ନଟ କରାଯାଇଛି । 30 ଲକ୍ଷ ବୃତ୍ତି ନୂତନ ପିଲାକୁ ଦିଆଯିବାକୁ ସ୍ଥିର କରାଗଲାବେଳେ,ପୂର୍ବରୁ ପାଉଥିବା ବୃତ୍ତିର ପୁନରାବୃତ୍ତି କରାଯିବ । 2001 ର ଜନଗଣନା କୁ ଆଧାର କରି 2018-19 ,2019-20 ର ବୃତ୍ତିର ପରିମାଣ ସ୍ଥିର କରାଯିବ । ଛାତ୍ରୀଙ୍କ ନିମନ୍ତେ ୩୦ ପ୍ରତିଶତ ବୃତ୍ତି ଛାତ୍ରଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ଯଦି ୩୦ ପ୍ରତିଶତ ଛାତ୍ରୀ ମିଳନ୍ତି ନାହିଁ ତେବେ ବଳିଥିବା ବୃତ୍ତି ଛାତ୍ରଙ୍କ ମଧ୍ୟରେ ବଣ୍ଟାଯିବ । ଯୋଗ୍ୟତା ଯେଉଁ ଛାତ୍ରମାନେ ୫୦% ନମ୍ବର ରଖି ଥିବୀ ଏବଂ ସେମାନଙ୍କ ଅଭିଭାବକଙ୍କ ର ବାର୍ଷିକ ଆଯ ଏକ ଲକ୍ଷରୁ ଅଧିକ ହୋଇନଥିବା ସେମାନେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ବୃତ୍ତିର ସର୍ତ୍ତ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ର ଙ୍କୁ ପ୍ରଥମ ଶ୍ରେଣୀରୁ ୧୦ ମ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯିବ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ଵାରା ଏକ ଆଯ ପ୍ରମାଣପତ୍ର ପ୍ରଦାନ କରାଯାଇଥିବ । ଯେଉଁ ଛାତ୍ର ଙ୍କୁ ୧୮ ବର୍ଷ ହୋଇଥିବ ସେମାନଙ୍କ ଅଭିଭାବକ ଙ୍କ ଦ୍ଵାରା କିମ୍ବା ଗୋଷ୍ଠୀ ଠାରୁ ପ୍ରମାଣ ପତ୍ର ଆଣିବାକୁ ପଡିବ । ବୃତ୍ତି ଜାରି ରଖିବା ପାଇଁ ଛାତ୍ର ଜଣଙ୍କ ପୁଣି ପରୀକ୍ଷାରେ ଅତିକମରେ ୫୦% ନମ୍ବର ରଖିଥିବେ । ପରିଚାଳନା ଖର୍ଚ୍ଚ ହଷ୍ଟେଲବାସୀ ସହ ହଷ୍ଟେଲ ରେ ରହୁ ନଥିବା ଛାତ୍ରଙ୍କୁ ଯୋଗାଇ ଦିଆଯିବ । ଗୋଟିଏ ପରିବାର ର ୨ ଟି ପିଲାଙ୍କୁ ବୃତ୍ତି ଦିଆଯିବ । ଛାତ୍ର ଟି ଅତି କମରେ କେତେ ଉପସ୍ଥାନ ହେଲେ ବୃତ୍ତି ଦିଆଯିବ ତାହା ସ୍କୁଲ ଅଧିକାରୀ ଙ୍କ ଦ୍ଵାରା ସ୍ଥିର କରାଯିବ । ହଷ୍ଟେଲ ର ବାହାରେ ରହୁଥିବା ଛାତ୍ର ର ସ୍ଥାୟୀ ଠିକଣା ,ଅଭିଭାବକ ଙ୍କ ତଥ୍ୟ ସବୁ ସ୍କୁଲ /ଅନୁଷ୍ଠାନ ରଖିବା ଆବଶ୍ୟକ । ଯଦି ଛାତ୍ର ଜଣଙ୍କ ବୃତ୍ତି ପାଇଁ ଥିବା ନୀତି ନିୟମ କୁ ନ ମାନନ୍ତି ତେବେ ବୃତ୍ତି ଅଧାରୁ ବନ୍ଦ କରିଦିଆଯିବ ,କିମ୍ବା ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇପାରେ । ବୃତ୍ତି ପାଇଁ ଯଦି ଛାତ୍ର ଟି ମିଛ ପ୍ରମାଣପତ୍ର ଦେଇଥାନ୍ତି ତାହାଲେ ତାଙ୍କ ବୃତ୍ତି ରଦ୍ଧ କରି ଦିଆଯିବ । ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଛାତ୍ର ର ବୃତ୍ତି ପଇସା ଦେଇ ଦିଆଯାଏ । ବୃତ୍ତି ପାଉଥିବା ଛାତ୍ର ଟି ଅନ୍ୟ କୌଣସି ସରକାରୀ ସାହାଯ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ବୃତ୍ତି ଆବେଦନ ସମୟରେ ନିଜର ଆଧାର ନମ୍ବର ଦେବା ବାଧ୍ୟତାମୂଳକ ।ଯଦି ଆଧାର ନମ୍ବର ନ ଥିବ ତେବେ ରାଜ୍ୟ ସରକାର ଙ୍କ ବିଜ୍ଞପ୍ତି S.O. No 1284 No 1137 dated 21.04.2007 ଅନୁଯାୟୀ ତଥ୍ୟ ପ୍ରଦାନ କରିବେ। ବୃତ୍ତି କାର୍ଯ୍ୟକ୍ରମ କୁ ସମୟ ଅନ୍ତରରେ ତଦାରଖ କରାଯିବ। ତଦାରଖ କାର୍ଯ୍ୟ ପାଇଁ ହୋଇଥିବା ଖର୍ଚ୍ଚ ପଛୁଆବର୍ଗ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ବହନ କରାଯିବ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ୱେବସାଇଟରେ ତଥ୍ୟ ପ୍ରଦାନ କରିବେ । ଭାରତ ସରକାର ଙ୍କ ଦ୍ଵାରା ଯେକୌଣସି ମୁହୂର୍ତ୍ତରେ ଏହି ନିୟମ ପରିବର୍ତ୍ତନ କରାଯାଇପାରେ । ବୃତ୍ତି ପରବର୍ତ୍ତୀ ବର୍ଷ ଯେଉଁ ଛାତ୍ର ୫୦% ଅଧିକ ନମ୍ବର ରଖିଥିବା ତାର ପୁନରାବୃତ୍ତି ହେବ । ଫର୍ମ ଅନ୍ଲାଇନ ଆବେଦନ ଫର୍ମ FAQ (ଏଫେକ୍ୟୁ) ବିଷୟରେ ଜାଣିବା ପାଇଁ ଆଧାର - ସଂଖ୍ୟା ଲଘୁଙ୍କ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ବିଷୟରେ ଜାଣିବା ପାଇଁ କ୍ଲିକ କରନ୍ତୁ