ଶିକ୍ଷା ଅଧିକାର ନିୟମ ଅନୁଯାୟୀ ଓଡ଼ିଶାର ୬ରୁ ୧୪ ବର୍ଷ ମଧ୍ୟରେ ଅବା ସବୁ ପିଲାମାନଙ୍କୁ ମାଗଣା ଏବଂ ଚାଧ୍ୟତାମୁଳକ ଶିକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍ଗ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରୟାସ ଜାରି ରହିଛି । ଏହି ପର୍ଯ୍ୟାୟରେ ସରକାରଙ୍ଗ ଅନୁମୋଦିତ ନିୟମ ଅନୁଯାୟୀ ପ୍ରତ୍ୟେକ ଜନବସତିରେ ଆବଶ୍ୟକତା ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ କରାଯାଇ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି I ଏହି କ୍ରମରେ ସବୁ ପିଲାମାନଙ୍କୁ ଦୁଷ୍ପୀନତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବର୍ତ୍ତମାନ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ।
ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ବିଭାଗ ତରଫରୁ ଏକ ନୁତନ କାର୍ଯ୍ୟକ୍ରମ “ଉଜ୍ଜ୍ଵଳ' ନାମରେ ଏକ ସାମୁଡିକ ପ୍ରୟାସ ଆରମ୍ଭ କରାଯାଇଛି ଯାହାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା ୬ ଅପ୍ରେଲ ୨୦୧୬ରିଖରେ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ପାଞ୍ଚଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି ତାହା ହେଲା :
ଏହି କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ଆସନ୍ତା ତିନି ମାସ ରୁ ଛଅ ମାସ ମଧ୍ୟରେ ରାଜ୍ୟର ସବୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ପିଲାମାନେ ଯେପରି ନିମ୍ନଲିଖିତ ସର୍ବନିମ୍ନ ଦକ୍ଷତା ହାସଲ କରିବେ ଯଥା :
ତାହାର ଏକ ବିସ୍ତୃତ ବିବରଣୀ ଏହି ମାର୍ଗଦର୍ଶିକାରେ ଦିଆଯାଇଛି। ଏହା ଏକ ସାମୁଡିକ ପ୍ରୟାସ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ ସଭ୍ୟ, ସମସ୍ତ ଶିକ୍ଷକ/ଶିକ୍ଷାଯିତ୍ରା, ବିଭାଗୀୟ ସହକର୍ମୀତଥା ସଚେତନ ଜନସାଧାରଣ ସହଯୋଗ କରିବାପାଇଁ ଚିନମ୍ର ନିବେଦନ।
ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଗୁଣା ମୁଜ ମାନବୃଦ୍ଧି ପାଇଁ ଅନେକ ପ୍ରକାରର ଚେଷ୍ଟା କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପିଲା ନିଜ ନିଜ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ଶିକ୍ଷଣ ସ୍ତର ହାସଲ କରିବେ । ଏଣୁ ପ୍ରତ୍ୟେକ ଶ୍ରେଣୀରେ ପଢୁଥଟା ପିଲାଙ୍ଗ ଶିକ୍ଷଣ ସ୍ତର ଓ ଶିକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ତଥା ଗୁଣାମୁଜ ଶିକ୍ଷଣ ବ୍ୟବସ୍ଥାରେ ଉନ୍ନତି ଓ ସୁଧାର ଆଣିବା ପାଇଁ ଏକ ବିଧୁବନ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଯାହାକୁ ‘ଉଜ୍ଜ୍ଵଳ' ନାମରେ ନାମିତ କରାଯାଇଛି । ପିଲାମାନଙ୍କର ସର୍ବାଙ୍ଗାଜ ବିଜାଣ କରିବା ହେଉଛି ‘ଉଜ୍ଜ୍ଵଳ' କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ।
ଏହି କାର୍ଯ୍ୟକ୍ରମର ପାଞ୍ଚଟି ମୁଖ୍ୟ ଲକ୍ଷ୍ୟ ରହିଛି । ତାହା ହେଲା :
ଯଦି ଆମେମାନେ ଏଜି ପାଞ୍ଚଟି ଲକ୍ଷ୍ୟ ହାସଲ ପାଇଁ ଗୁରୁତ୍ଵ ଦେବା, ତେବେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଘ ହେଲା ବେଳକୁ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟର ପିଲାମାନେ ନିଶ୍ଚିତ ଭାବରେ ଦୁଷ୍ପୀନତମ ଗୁଣାମ୍ଳଜ ଶିକ୍ଷା ହାସଲ କରିବା ସଙ୍ଗେ ସଙ୍ଗେ ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ ।
ଏହା ଏକ ସାମୁଡିକ ପ୍ରୟାସ । ଏହି ‘ ଉଜ୍ଜଳ' କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବାପାଇଁ ସମସ୍ତ ଶିକ୍ଷକ/ଶିକ୍ଷଯିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ ସଭ୍ୟi, ବିଭାଗiq। ଅଧୁକାରୀ ତଥା ଶିକ୍ଷା ପ୍ରେମୀ ଜନ ସାଧାରଣଙ୍ଗର ସହଯୋଗ ଆବଶ୍ୟକ ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିମ୍ନରେ ଦିଆଗଲା ।
ଟେବୁଲ
ଓଡ଼ିଆ |
ଇଂରାଜୀ |
ଗଣିତ |
ମୌଳିକ ମୂଲ୍ୟବୋଧ ଓ ଉନ୍ନମ ସ୍ଵଭାବ |
ଓଡ଼ିଆ ଅକ୍ଷର ଚିହ୍ନଟ (ବର୍ଣ୍ଣ ପରିଚୟ ଓ ଫଳା, ମାତ୍ରା, ଯୁକ୍ତାଅକ୍ଷର ବ୍ୟବହାର) |
୨୬ଟି ଅକ୍ଷର ଚିହ୍ନଟ ଓ ଲିଖନ Recognizing and writing 26 Alphabets from A to Z |
ଗାଣିତିକ ସୂଚକ ଚିହ୍ନଟ ଓ ଲିଖନ |
ଉତ୍ତମ ମୂଲ୍ୟବୋଧର ସୁଚନା ସତ୍ୟତା, ସମ୍ମାଳ ପ୍ରଦର୍ଶଳ, ନମ୍ରତା, ଦୟା, କ୍ଷମା, ଆଳନ୍ଦରାଳ ଇତ୍ୟାଦି। |
ଅକ୍ଷର, ବାକ୍ୟ ଓ ଅନୁଚ୍ଛେଦନ ପଠନ ଇତ୍ୟାଦି |
ଶବ୍ଦ, ବାକ୍ୟ, ଅନୁଚ୍ଛେଦ ପଠନ ଇତ୍ୟାଦି । Reading words, sentence, paragraphs etc fluently |
ଗାଣିତିକ ଚାରିସୂତ୍ର (ମିଶାଣ, ଫେଡାଣ,ଗୁଣନ ଓ ହରଣ )ର ବ୍ୟବହାର |
ଉତ୍ତମ ଶୋଭାବର ସୁଚନା ସମୟାନୁନର୍ଜିତା, ନିଷ୍କାପରତା,ସାଧୁତା, ସ୍ଵଚ୍ଛତା, ଅନ୍ୟମାନଙ୍କ ସହ ଭାଗୀଦାରିତା, ଅନ୍ୟପ୍ରତି ଯତ୍ନବାନ, ବିଶ୍ଵସ୍ତତା, ସାହାଯ୍ୟ ମନୋଭାବ ଇତ୍ୟାଦି |
“ଉଜ୍ଜ୍ଵଳ' କାର୍ଯ୍ୟକ୍ରମର ଏକ ମୁଖ୍ୟ ଅଂଶ ରୂପେ ଆସକ୍ତା। ତିନି ମାସରୁ ଛଅ ମାସ ମଧ୍ୟରେ ରାଜ୍ୟରେ ସବୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ପିଲାମାନେ ଯେପରି ଉପରଲିଖିତ ସର୍ବନିମ୍ନ ଦକ୍ଷତା ହାସଲ କରିବେ । ସେଥପାଇଁ ସମସ୍ତେ ଯନ୍ତ୍ରବାନ ହେବା ଉଚିତ ।
ଛାତ୍ରଛାତ୍ରୀମାନଙ୍କ ନିମତେ ଉଦ୍ଦିଷ୍ଟ ଶିକ୍ଷଣ ସୂଚକକୁ ଇଂରାଜୀରେ ପରିଷଦ ଓ ରାଜ୍ୟ ସାଧନ ଗୋଷ୍ଠୀର ବିଶେଷଜ୍ଞମାନଙ୍କ ଦ୍ଵାରା ଶ୍ରେଣୀ ଭିଶିଜ ଭାଷା, ଗଣିତ ଓ ଇଂରାଜୀରେ ଶିକ୍ଷଣ ସୂଚକ ସ୍ଥିର କରାଯାଇଛି । ଏହି ଶିକ୍ଷଣ ସୁଚକ ଗୁଡିକୁ ଶ୍ରେଣୀ ଉପଯୋଗୀ। ସର୍ବନିମ୍ନ ଦକ୍ଷତା ହିସାବରେ ଗ୍ରହଣ କରାଯାଉଛି । ପ୍ରତି ପିଲା ଲିଣ୍ଡିକ୍ସରେ ଦର୍ଶାଯାଇଥବା ଶିକ୍ଷଣ ସୂଚକ ଗୁଡ଼ିକୁ ନିଶ୍ଚିତ ଭାବରେ ହାସଲ କରିବା ଆବଶ୍ୟକ । ଏହି ଲିଣ୍ଡିକ୍ସରେ ଶିକ୍ଷଣ ସୁଚଳ ଗୁଡ଼ିକୁ ଶ୍ରେଣୀରେ ପ୍ରଚଳିତ ପାଠ୍ୟ ପୁସ୍ତକ ଅନୁସାରେ ସଜାଯାଇଛି । ଏ ବାବଦରେ ଏକ ବିସ୍ତୁତ ମାର୍ଗଦର୍ଶଜା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି ।
ଶିକ୍ଷକ/ଶିକ୍ଷଯିତ୍ରୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ଜାଣିବା ଏବଂ ତହିଁର ପ୍ରତିକାର କରିବା ପାଇଁ ଜାତୀୟ ଶିକ୍ଷଣ ଓ ଗବେଷଣା ପରିଷଦ, (NCERT) ଡୁଆ ଦିଲ୍ଲାଙ୍କ ତରଫରୁ ଏକ ଦକ୍ଷତା ସୂଚକ ବ୍ୟବସ୍ଥା ସ୍ଥିର କରାଯାଇଛି । ଏହାକୁ PINDICS ନାମରେ ବର୍ଣ୍ଣନା କରାଯାଇଛି । ଏହି ପିଣି କୁକୁ ବ୍ୟବହାର କରିବା ପାଇଁ ପର୍ଯ୍ୟାୟରେ ପ୍ରତି ବ୍ଲକରେ ୧୦ଟି କରି ବିଦ୍ୟାଳୟରେ ପରୀକ୍ଷାମୁଳକ ଭାବେ ପ୍ରୟୋଗ କରାଯାଇଥଲା । ଏବେ ଏଡା ଓଡ଼ିଶାର ସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷଯିତ୍ରୀଙ୍କ ପାଇଁ ବ୍ୟବହାର ଜରାଯିଟ । ଏହା ଶିକ୍ଷକ ଶିକ୍ଷଯିତ୍ରୀମାନଙ୍କର ଦୋଷ ହୁଟି ଧରି ଦଣ୍ଡ ବିଧାନ କରିବା ଦୁହେଁ ବରଂ ପ୍ରତିଜାରାତ୍ମକ ବ୍ୟବସ୍ଥା ଦେଇ ଶିକ୍ଷକ ଶିକ୍ଷଯିତ୍ରୀମାନଙ୍କର ଦକ୍ଷତାର ମାନଦଣ୍ଡ ଉନ୍ନତ କରିବା ଏହା ମୁଖ୍ୟ ଉଦ୍ଦେଶ୍ୟ । ଏ ବିଷୟରେ ଏକ ସଂକ୍ଷିପ୍ତ ମାର୍ଗଦର୍ଶକା ପ୍ରସ୍ତୁତ କରାଯାଇଛି ଯାହା ଏହି ପୁସ୍ତିକା ସହ ସଂଲଗ୍ନ କରାଯାଇଛି ।
ଆମେ ସମସ୍ତେ ଜାଣିଛେ ଯେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଗତ ଦୁଇ ବର୍ଷ ଢେଲା “ସହଜ' କାର୍ଯ୍ୟକ୍ରମ ଆମ ରାଜ୍ୟରେ ପ୍ରଚଳନ ହୋଇ ଆସୁଛି । ଏହା ଆମ ରାଜ୍ୟର ଏଜ ଅଭିନବ ପଦକ୍ଷେପ । ଦୁର୍ବଳ ବର୍ଗର ପିଲାଙ୍କୁ ଚିହ୍ନଟ କରିବା ସହ ପ୍ରତିଜାରାତ୍ମକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଶ୍ରେଣୀ ଅନୁଯାୟୀ ଶିକ୍ଷଣ ସାମର୍ଥ୍ୟ ବୃଦ୍ଧି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏ ବାବଦରେ ମଧ୍ୟ ଏକ ମାର୍ଗଦର୍ଶକା ପ୍ରତି ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି । ଏହାଛଡା ଶ୍ରେଣୀ ଅନୁଯାୟୀ ସହଜ ସୁଚକଗୁଡିକ ମଧ୍ୟ ଏଥସହ ସଂଲଗ୍ନ କରାଯାଇଛି । ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ ନିର୍ଦ୍ଦିଷ୍ଟ ପିରିୟତ୍ନରେ ଦୁର୍ବଳ ପିଲାମାନଙ୍କୁ ସହଜ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଶ୍ରେଣୀ ଅନୁଯାୟୀ ଶିକ୍ଷଣ ସାମର୍ଥ୍ୟ ବୃଦ୍ଧି ଜଗିବା ପାଇଁ ନିର୍ଦ୍ଦେଶ ରହିଛି ।
ସମଗ୍ର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଚାଟ୍ୟବସ୍ମାର ଗୁଣାମୁଜ ବିକାଶ ପାଇଁ ଶିକ୍ଷା ବ୍ୟବସ୍ଥା ସର୍କିତ ସମସ୍ତ ପଦାଧିକାରୀ । ଅଫିସରମାନେ ପ୍ରତ୍ୟେକ ଅତି କମରେ ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବେ । ଏମାନେ ତାଙ୍କର ପୋଷ୍ୟ ବିଦ୍ୟାଳୟକୁ ନିୟମିତ ତଦାରଖ କରିବା ସହ ଉକ୍ତ ବିଦ୍ୟାଳୟର ପ୍ରତ୍ୟେକ ପିଲା ଯେପରି ପାଠପଢ଼ାରେ ଜଳ, କରନ୍ତି ସେ ଦିଗରେ ପାଟଶାସ୍ୟଜୀୟ ସହଯୋଗ କରିବା ସଙ୍ଗେ ସଙ୍ଗେ ମାର୍ଗଦର୍ଶନ କରିବେ । ଦୁର୍ବଳ ପିଲାମାନଙ୍କୁ ଉପଯୁକ୍ତ ସହାୟତା ଦେବା ସଜ ବିଦ୍ୟାଳୟର ସାମଗ୍ରିକ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।
ଉଜ୍ଜ୍ଵଳ କାର୍ଯ୍ୟକ୍ରମର ପାଞ୍ଚାଟି ବୈଶିଷ୍ଠ୍ୟ ଯଥା :
ଚୟନ କରାଯାଇଥବା ପିଲାମାନଙ୍କର ଅଗ୍ରଗତି ଧାରାକୁ ପ୍ରତିଦିନ ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରୀ ତଦାରଖ କରିବେ । ପିଲାମାନଙ୍କର ଶିକ୍ଷଣ ସ୍ତରକୁ ଏହାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ପଦକ୍ଷେପ ନେବେ ।
ପ୍ରତି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ଓ ଦାୟିତ୍ଵ ବିଷୟରେ ପ୍ରସ୍ତୁତ କରାଯାଇଥବା ମାର୍ଗଦର୍ଶିକାରେ ସ୍ପଷ୍ଟ ସୂଚନା ଦିଆଯାଇଛି । ଏହା ବିଷୟରେ ସବୁ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ/ ସଭ୍ୟ ବିଶ୍ଚିତ ଭାବରେ ଅବଗତ ହୋଇଥିବେ । ତଥାପି ପ୍ରତି ବିଦ୍ୟାଳୟ ପରିଚାଳନା କମିଟି ମାସକୁ ଅନ୍ତତଃ ଥରେ ବସିବା ସହ ପିଲାମାନଙ୍କର ଶିକ୍ଷଣ ଉପଲଟଧୁ ଓ ଶ୍ରେଣୀରେ ସଫଳତା । ବିଫଳତା ବିଷୟରେ ଆଲୋଚନା କରିବା ଉଚିତ । ଆଲୋଚନା କରିବା ସହିତ ମଜୁର ବେଗରେ ଶିଖୁଥବା ପିଲାମାନଙ୍କ ପାଇଁ କି କି ପ୍ରକାରର ପଦକ୍ଷେପ ନିଆଯାଇପାରିଛ ସେ ବିଷୟରେ ପ୍ରଧାନ ଶିକ୍ଷକ/ଶିକ୍ଷଯିତ୍ରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପରାମର୍ଶ ଦେବେ।
ଅଭିଭାବକ ଶିକ୍ଷକ ମଣ୍ଡଳୀ ମାର୍ଗଦର୍ଶିକା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରେରଣ କରାଯାଇଛି । ତଥାପି ଅଭିଭାବକ ଶିକ୍ଷକ ମଣ୍ଡଳୀ ମାସକୁ ଅନ୍ତତଃ ଥରେ ବୈଠକ ଡକାଇ ପିଲାମାନଙ୍କର ଉପଲବଧୁ ସ୍ତର ତଥା ସଫଳତା ବିଷୟରେ ଆଲୋଚନା କରିବେ ଓ ତଦନୁଯାୟୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପରାମର୍ଶ ଦେବେ।
ଶିକ୍ଷା ବିଭାଗର ସବୁ ଅଧିକାରୀ ଓ ପରିଦର୍ଶନକାରୀ ସେମାନଙ୍କର ନିଜ ନିଜ ଦାୟିତ୍ଵ ସଜ ଅତି କମରେ ଦୁଇଟି ପ୍ରାଥମିକ / ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଷଣ ବିଦ୍ୟାଳୟ ଭାବେ ଗ୍ରହଣ କରିବେ । ସେମାନେ ପୋଷ୍ୟ ବିଦ୍ୟାଳୟ, ଦୁଇଟିକୁ ନିୟମିତ ତଦାରଖ ଓ ପରିଦର୍ଶନ କରିବା ସନ୍ଥ ସେହି ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ । ପୋଷ୍ୟ ଭାବେ ଗ୍ରହଣ କରିଥବା ବିଦ୍ୟାଳୟକୁ ମାସରେ ଅତି କମରେ ଦୁଇଥର ପରିଦର୍ଶନ କରିବା ସହ ଆବଶ୍ୟକ ସ୍ଥଳେ ଅଧିକାଥର ମଧ୍ୟ ପରିଦର୍ଶନ କରିପାରିବେ ।
ଶିକ୍ଷକମାନଙ୍କ ପାଇଁ ସୂଚନା
PINDICS (Performance Indicators for Teachers) ଅର୍ଥାତ୍ ଦକ୍ଷତା ପରିମାପକ ଶିକ୍ଷକମାନଙ୍କର ଶୈକ୍ଷିକ ଦକ୍ଷତାର ନିର୍ବାରଣ ତଥା ଉନ୍ନତି ପାଇଁ ଉର୍ଦ୍ଦିଷ୍ଟ । ଏହା ମଧ୍ୟରେ କାର୍ଯ୍ୟ ଦକ୍ଷତାର ମାଜ, ନିର୍ଦ୍ଦିଷ୍ଟ ଶିକ୍ଷଣ ଦକ୍ଷତା ଓ ଦକ୍ଷତା ପରିମାପକ ଆଦି କର୍ମ ପରିସର ଅନ୍ତର୍ଭୁକ୍ତ । ଏହି ପରିସର ମଧ୍ୟରେ ଶିକ୍ଷକମାନେ ତାଙ୍କର ଦାୟିତ୍ଵ ନିର୍ବାହ କରନ୍ତି । ଶିକ୍ଷା ଅଧିକାର ନିୟମ, ୨୦୦୯ର ଧାରା ୨୪ ଓ ୨୯, National Curriculum Framework 2005 ଓ Sarva Sikshya Abhijan Framework 2011 ଅନୁଯାୟୀ ଏହି ଦକ୍ଷତା ପରିମାପକ ନିର୍ଦ୍ଦିଷ୍ଟ କରାଯାଇଛି । ଏଥିରେ ନିର୍ଦ୍ଦିଷ୍ଟ କରାଯାଇଥବା କାର୍ଯ୍ୟ ଦକ୍ଷତାରମାନ ଗୁଡିକ ହେଲା :
PINDICS ଶିକ୍ଷକମାନଙ୍କ ଦ୍ଵାରା ବ୍ୟବହାର କରାଯାଇ ପାରୁଥିବା ଏକ ନିଜସ୍ର ମାପଦଣ୍ଡ । ଏହାଦ୍ଵାରା ଶିକ୍ଷକମାନେ ନିଜର ଦକ୍ଷତାର ମାପ କରିପାରିବେ ଏବଂ ଏହାର ଉନ୍ନତି ପାଇଁ ଅଧିକରୁ ଅଧିକ ଚେଷ୍ଟା କରି ପାରିବେ । ଏହି ପରିମାପକ ଫର୍ମରେ ଦକ୍ଷତାର ୪ଟି ସ୍ତରକୁ ବର୍ଣ୍ଣନା କରାଯାଇଛି । ସେଗୁଡିକ ହେଲା :
ଆପଣଙ୍କର ହୃଦବୋଧ ହେଉଥିବା ସ୍ତରରେ ଆପଣ ନିଜର ମତାମତକୁ ଠିକ ଚିହ୍ନରେ ଚିହ୍ନିତ କରନ୍ତୁ । ଏହି ନିଜସ୍ର ମୁଲ୍ୟାୟନ ଫର୍ମାଟକୁ ଶିକ୍ଷା ବର୍ଷରେ ଅନ୍ତତଃ ଦୁଇଥର ଯଥା (ସେପ୍ଟେମ୍ବର ଓ ମାର୍ଚ୍ଚ ମାସରେ) ପୂରଣ କରାଯିବ । ଏହି ଫର୍ମ ପୂରଣ ସମୟରେ ନିମ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଦରକାର I
ପ୍ରଧାନଶିକ୍ଷକ / କେନ୍ଦ୍ର ସାଧନ ସଂଯୋଜକମାନଙ୍କ ପାଇଁ ମାର୍ଗଦର୍ଶନ :
ପ୍ରଧାନ ଶିକ୍ଷକ / କେନ୍ଦ୍ର ସାଧନ ସଂଯୋଜକମାନେ ନିମ୍ନ ଲିଖିତ ଦିଗ ପ୍ରତି ଦୃଷ୍ଟି ଦେଇ ବର୍ଷରେ ଦୁଇଥର ଏହି ତଥ୍ୟ ସଂଗ୍ରହ କରିବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୁନରେ ପ୍ରାୟ ୫୩ ହକାର ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁଥିରେ ଦୁଇ ଲକ୍ଷରୁ ଅଧକ ଶିକ୍ଷକ । ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି । ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଜଣା ଜିଲ୍ଲା ଅଧିକାରୀ ବା DE୦, ୩୧୪ ଗ୍ଲକରେ ୩୧୪ଜଣ ବ୍ଲକ ଶିକ୍ଷା ଅଧିକାରୀ ବା BEO କାର୍ଯ୍ୟରତ ଅଛନ୍ତି । ଏତଦ୍ ବ୍ୟତୀତ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମକୁ ଆବଶ୍ୟକୀୟ ସହଯୋଗ ଦେବାପାଇଁ ପ୍ରତ୍ୟେକ ବ୍ଲକରେ ଜଣେ ଜଣେ ବ୍ଲକ ସମ୍ବଳ ସାଧନ ସଂଯୋଜକ (BRCC) ଏବଂ ପ୍ରତ୍ୟେକ ବ୍ଲକରେ ୧୦ରୁ ୧୫ ଜଣ ଆଞ୍ଚଳିକ ସାଧନ ସଂଯୋଜକ (CRCC) କାର୍ଯ୍ୟରତ ଅଛନ୍ତି । ଏହା ବାଦ୍ ୩୦ଟି ଜିଲ୍ଲାରେ ୩୦ଜଣ ସର୍ବଶିକ୍ଷା ଅଭିଯାନ ପ୍ରକଚ୍ଛ ସଂଯୋଜକ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ଆବଶ୍ୟକୀୟ ସହଯୋଗ ଦେବାପାଇଁ କାର୍ଯ୍ୟରତ ଅଛନ୍ତି ।
ରାଜ୍ୟସ୍ତରରେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦାଧିକାରୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପଦାଧିକାରୀ, ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଚ୍ଛ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଦାୟିତ୍ଵରତ ଅଛନ୍ତି ।
ତେଣୁ ଉଜ୍ଜ୍ଵଳ କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ରାଜ୍ୟସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟ କରୁଥବା ପଦାଧୁକାରୀମାନେ ନିଜ ନିଜ କ୍ଷେତ୍ରୀୟ ପରିସର ମଧରେ ଅନ୍ତତଃ ଦୁଇଟି ବିଦ୍ୟାଳୟକୁ ପରିଗ୍ରହଣ କରିବେ ବା ପୋଷ୍ୟ ବିଦ୍ୟାଳୟ ରୁପେ ଗ୍ରହଣ କରିବେ ଏବଂ ପ୍ରତିମାସରେ ନିୟମିତ ତଦାରଖା କରିବେ । ପ୍ରତ୍ୟେକ ପିଲାର ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନେବେ ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ଆବଶ୍ୟକୀୟ ସହାୟତା ଯୋଗାଇଦେବେ ।
ଆଧାର - "ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୁକରଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ଶା ସରକାର"
Last Modified : 12/10/2019