অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ମୁକ୍ତିକାରଣ :ପ୍ରାରମ୍ଭିକ ବିଦ୍ୟାଳୟର ନେତୃତ୍ଵ ଏକ ସାମର୍ଥ୍ୟକାରୀ

ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ)କାର୍ଯ୍ୟକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ)କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ମୁକ୍ତ ଶୈକ୍ଷିକ ସମ୍ବଳ’ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ,ସହଭାଗୀ ଶିକ୍ଷାପଦ୍ଧତିଗୁଡିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରରେ ଥିବା ପ୍ରାରମ୍ଭିକ ଓ ମାଧ୍ଯମିକ ଶିକ୍ଷକମାନଙ୍କ ଶ୍ରେଣୀଗୃହ ରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ ରହିଛି । ଟେସ-ଇଣ୍ଡିଆ ର ଏହି ‘ମୁକ୍ତ ଶୈକ୍ଷିକ ସଂବଳ’ ଶିକ୍ଷକଲା ମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ ।ଏଗୁଡିକ ,ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନ ର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ-ଇଣ୍ଡିଆ ର ‘ମୁକ୍ତ ଶୈକ୍ଷିକ ସମ୍ବଳ ‘ଗୁଡିକ ଭାରତୀୟ ପାଠ୍ୟ ଖସଡା ଓ ପରିପେଖି ଅନୁଯାୟୀ ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଲେଖକମନଙ୍କ ସହଭାଗିତାରେ ପ୍ରସ୍ତୁତ ।।‘ମୁକ୍ତ ଶୈକ୍ଷିକ ସମ୍ବଳ ‘ଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ-ଇଣ୍ଡିଆ ର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡିକ ପାଇଁ ଉପଯୁକ୍ତ ଅଟେ।ଏହାର

ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତା କୁ ଭରଣ କରିବା ନିମିତ୍ତ ସ୍ଥନୀୟକାରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାର ଙ୍କ ଅଂଶ ଓ ଯୁକ୍ତରାଜ୍ୟ ର ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକ କେତେକ କରଜ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆ ‘ଭିଡେଇଓ ସମ୍ବଳ ସମୂହ’ ଶିକ୍ଷା ତତ୍ଵ ଆଧାରିତ ।ଏଥିରେ ଥିବା ଭିଡିଓଗୁଡିକ ନିର୍ଦ୍ଧିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପେଖିରେ ପଢାଇବାର କୌଶଳଗୁଡିକୁ ସୁଚିତା ବର୍ଣ୍ଣନା କରିଛି । ଆମେ ଅଶାକରୁ ଯେ ଏଗୁଡିକ ଆପଣଙ୍କୁ ଅନୁରୂପ କାର୍ଯ୍ୟଧାରା ଗୁଡିକ ର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବା ।ଏହି ସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କରଜ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।\

ଓଡିଆ ସଂକଳନ 1.0 ବିଦ୍ୟାଳୟ ନେତୃତ୍ଵ 01 Odisha

ଏହି ସଂକରାଣ ଟି ‘ଠେସ ଇଣ୍ଡିଆ ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନ ର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡାକ୍ତର ମମତା ସ୍ଵାଇଁ ଓଡିଆ ଭାଷାରେ ଭାଷାନ୍ତର କରିଛନ୍ତି ।ଏହି ସଂକଳନ ରେ ବ୍ଯବହ୍ରୁତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ/ଲେଖ http:// creativecommons.org/ licenses/by-sa/3.0/ରେ ମୁକ୍ତ ବ୍ୟବହାରପାଇଁ ଉପଲବ୍ଧ ଅଟେ ।

ଏହି ଏକକ ରେ କ’ଣ ଅଛି

ବର୍ତ୍ତମାନ ଭାରତର ଶିକ୍ଷାନୀତିରେ ଅନେକ ପରିବର୍ତ୍ତନ ହୋଇଛି କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ ହେଉଛି ଯେ ବର୍ତ୍ତମାନ ବିଦ୍ୟାଲୟଠୁ ଅନେକ ଆଶା କରାଯାଉଛି ।ଏହି ଉଚ୍ଚାକାଂକ୍ଷ। ରଖାଯାଉଛି ଯେ ବିଦ୍ୟାଳୟଗୁଡିକ ସ୍ବୟନଚଳିତ ହେବା ଉଚିତ ।ସେମାନଙ୍କର ଗୋଷ୍ଠୀ ପାଖରେ ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ ଅଟେ।ଏହି ଉଚ୍ଚାକାଂକ୍ଷ। ବିଦ୍ୟାଳୟଠୁ ଆଶା କରାଯାଇଛି । ବିଦ୍ୟାଳୟର ମୁଖ୍ୟମନେ ସେମାନଙ୍କ ବିଦ୍ୟାଳୟ ପାଇଁ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣର ଅଧିକତ୍ଵର ଦାୟିତ୍ଵ ନେବା ଉଚିତ (ତ୍ୟାଗୀ,୨୦୧୧)

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷାର ମୁକ୍ତ ଶୈକ୍ଷିକ ସମ୍ବଳର  ଲକ୍ଷ ହେଉଛି ବିଦ୍ୟାଳୟ ର ମୁଖ୍ୟମନଙ୍କୁ ସହାୟତା ପ୍ରଦାନ କରିବା ।ବିଦ୍ୟାଳୟର ମୁଖ୍ୟମନଙ୍କୁ ବିଦ୍ୟାଳୟଗୁଡ଼ିକରେ ସକ୍ରିୟ ଶିକ୍ଷାର୍ଥୀ ଓ କ୍ରିୟାଶୀଳ ଶିକ୍ଷକ ସହ ଏକ ଗତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିବାକୁ ସମର୍ଥ କରେଇବା ।ଟେସ-ଇଣ୍ଡିଆ ସମ୍ବଳ ଏହି କାମ କରିବା ପାଇଁ ସମର୍ଥ କରାଇବ।  ଯେଉଁଠାରେ ଗତିଶୀଳ ଶିକ୍ଷଣ ପରିବେଶ ନାହିଁ,ସେଠାରେ ଏଭଳି ପରିବେଶ ତିଆରି କରିବାକୁ ହେଲେ ଅନେକ ଆହ୍ଵାନମୂଳକ କାର୍ଯ୍ୟଗ୍ରହଣ କରାଯାଇପାରେ ଯଦିଓ’ ବିଦ୍ୟାଳୟ ମୁକ୍ଷଙ୍କ ପାଖରେ ଅଧିକ କର୍ତ୍ତୁତ୍ଵ ବିଦ୍ୟାଳୟ ଭିତରେ ଥାଏ।ଏହି ଏକକରେ ବିଦ୍ୟାଳୟର ମୁଖ୍ୟମନେ ଜେନ ଲେଖାଏ ସମର୍ଥକରି ଅଟନ୍ତି ।ସେମାନଙ୍କର ଭୂମିକା କୁ ବ୍ୟବହାର କରି କେହି ଜେନ ବ୍ୟକ୍ତି ବିଦ୍ୟାଳୟରେ କିଛି ପରିବର୍ତ୍ତନ କରିପାରନ୍ତି ।ଟେସ-ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳଗୁଡିକ ଆପଣଙ୍କଭୂମିକକୁ ସହାୟତା ଯୋଗାଇବା ପାଇଁ ଏକ ହାତୀଆର ଭାବେ କାମ କରିପାରିବେ ।

ଏହି ଏକକର ଲକ୍ଷ୍ୟ ହେଉଛି,ଆପଣଙ୍କ ପରିଚିତ କରାହେବ ଯେ ଟେସ-ଇଣ୍ଡିଆ ର ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକୁ ନିଜର ବ୍ୟକ୍ତିଗତ ବିକାଶ ପାଇଁ କିପରି ବ୍ୟବହାର କରିବେ ।ଏହି ସମ୍ବଳଗୁଡିକର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଶିକ୍ଷଣ ଏକ ନିରନ୍ତର ଜୀବନବ୍ୟାପୀ ପ୍ରକ୍ରିୟା ଅଟେ ।ତେଣୁ ଶିକ୍ଷକମାନେ ଫଳପ୍ରଦଭାବେ ସେମାନଙ୍କ ବିଦ୍ୟାଳୟର ମୁଖ୍ୟ ମଧ୍ୟ ଶିକ୍ଷାର୍ଥୀ ହେବା ଆବଶ୍ୟକ ।

ଶିକ୍ଷଣ ଡଏରୀ

ଏହି ଏକକରେ,କାର୍ଯ୍ୟ କରିବା ସମୟରେ ଆପଣ କୌଣସି ପୁସ୍ତକ କିମ୍ବା ଅନ୍ୟ ଯେକୌଣସି ସ୍ଥାନରୁ ସଂଗ୍ରହ କରିଥିବା ଆପଣଙ୍କର ଚିନ୍ତାଧାରା ଓ ଯୋଜନାକୁ  ଆପଣଙ୍କର ଚିନ୍ତାଧାରା ଓ ଯୋଜନାକୁ ଆପଣଙ୍କ ଶିକ୍ଷକ  ପୁସ୍ତିକାରେ ଗୋଟିଏ ସ୍ଥାନରେ ଲିପିବଦ୍ଧ କରି ରଖନ୍ତୁ ।ବୋଧହୁଏ ,ଆପଣ ଏହି କାର୍ଯ୍ୟ ଆଗରୁ ଆରମ୍ଭ କରିସାରିଥିବେ ।

ହୁଏତ ଆପଣ ଏହି କାର୍ଯ୍ୟଟିକୁ ଏକ କରୁଛନ୍ତି,ମାତ୍ର ଆପଣଙ୍କ ଶିକ୍ଷାର ଅଭିବୃଦ୍ଧି ସେତେବେଳେ ଘଟିବ ଯେତେବେଳେ ଆପଣଙ୍କ ର ଶିକ୍ଷଣ ପରିସ୍ଥିତି କିମ୍ବା ଉପଲବ୍ଧ ଶିକ୍ଷା କୁ ଅନ୍ୟ ବିଦ୍ୟାଳୟର ମୁକ୍ଷଙ୍କ ସହିତ ଆଲୋଚନା କରିବେ ।ସେହି ବିଦ୍ୟାଳୟର ମୁଖ୍ୟ ଆପଣଙ୍କର ଜଣେ ପୁରୁଣା ସହକର୍ମୀ ହୋଇପାରନ୍ତି କିମ୍ବା ନୂତନ ଭାବେ ସମ୍ପର୍କିତ ସହକର୍ମୀ ହୋଇପାରନ୍ତି ।ଏହାକୁ ସଂଗଠିତ ଉପାୟରେ ବା ଅଣଆନୁଷ୍ଠାନିକ ଭାବରେ କରାଯାଇପାରେ ।ଏହି ଧରଣର ସଭା ପାଇଁ ,ପୁନଶ୍ଚ ଆପଣଙ୍କର ଦୀର୍ଘ ମିଆଦି ଶିକ୍ଷଣ ଯୋଜନା ପାଇଁ ପ୍ରତୟ ବିଶ୍ଳେଷଣ ଏବନ ବିକାଶ ସାଧନ ପାଇଁ ଆପଣଙ୍କ ର ଶିକ୍ଷଣ ପୁସ୍ତିକା ସାହାଜ୍ଯ କରିବ ।

ଏହି ଏକକରୁ ଆପଣ କ’ଣ ଶିଖିବେ

  • ବିଦ୍ୟାଳୟ କୁ ନେତୃତ୍ଵ ଦେଉଥିବା କୌଶଳଗୁଡିକୁ ସମୀକ୍ଷା କରିବା ଓ ଉନ୍ନତି ଅଣାଯାଇପାରିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା
  • ବ୍ୟବହାର କରି ଶିକ୍ଷଣ ର ରାସ୍ତା ଗୁଡିକର ନକ୍ସା ତିଆରି କରିବା ଯାହା ଆପଣଙ୍କର ବିଦ୍ୟାଳୟ ନେତୃତ୍ଵ କୌଶଳର ଅଭିବୃଦ୍ଧି ହେବ ।
  • ଆପଣଙ୍କ ବିଦ୍ୟାଳୟ ରେ ପଢିବା ବା ପାଇଁ ନେତୃତ୍ଵ ନେବାର ଆବଶ୍ୟକତା

ଭାରତର ବିଦ୍ୟାଳୟ ମୁଖ୍ୟ ଙ୍କ ସ୍ଥିତ

ଭାରତର ଶିକ୍ଷା ଅଧିନିୟମ ୨୦୦୯ ରେ ବିଦ୍ୟାଳୟମାନଙ୍କୁ ସ୍ଵୟଂ ଭାବେ ପରିଚାଳିତ ହେବାର ଅଧିକାର ଦେଇଛି,ଯାହା ଅତୀତରେ ମିଳି ଣ ଥିଲା ।ଦେଖାଦେଇଛି ଯେ ଅନ୍ୟାନ୍ୟ ଦେଶରେ ବିଦ୍ୟାଳୟର ମୁଖ୍ୟମନେ ପାନଥିର ଦାୟିତ୍ଵ ନେଇଥାନ୍ତି ଏବନ ସେମାନେ ଶିକ୍ଷକ ମାନଙ୍କୁ ନିଯୁକ୍ତ କରିଥାନ୍ତି ଓ ତା’ ସହିତ ପାଠ୍ୟକ୍ରମ ନିର୍ଦ୍ଧାରଣ କରିବାରେ ସମର୍ଥ ଅଟନ୍ତି ।ଏହି ପରିବର୍ତ୍ତନଗୁଡିକ ଆଣିବା ପାଇଁ ସହାୟତା ଯୋଗାଇ ଦେବ ।

ମୁକ୍ତ ଶୈକ୍ଷିକ ସମ୍ବଳ ଭିତରୁ ଆପଣଙ୍କ ର ବୃତ୍ତିଗତ ଶିକ୍ଷଣର ଅବଶ୍ୟକତାକୁ ମେଣ୍ଟଉଥିବା ଏକକ କୁ ବାଛନ୍ତୁ ।ଏହି ଏକକଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସଜଡାଯାଇଛି ଯାହା ବିଦ୍ୟାଳୟ ନେତୃତ୍ଵ ପାଇଁ ରାଷ୍ଟ୍ରୀୟ ବିଦ୍ୟାଳୟ ନେତୃତ୍ଵ କେନ୍ଦ୍ର ଚିହ୍ନଟ କରିଛି।କିନ୍ତୁ ସେଗୁଡିକ  ମାର୍ଗ ନୁହେଁ-ଏହି ଏକକ ମାଧ୍ୟମରେ ଆପଣ ନିଜର ରାସ୍ତା ତିଆରି  କରିବା ପାଇଁ ପ୍ରେରଣା ପାଇବେ।ପ୍ରତି ଏକକ ରେ କାର୍ଯ୍ୟବିଧି ଓ ଘଟଣା ଅଧ୍ୟୟନ ଅଛି।

ଏଥିରୁ କେତେକ କାମକୁ ଆପଣ ନିଜର ସହକର୍ମୀମାନଙ୍କ ସହ ମିଶି କରିବେ ଓ ଅନ୍ୟ କେତେକ କାମ ଆପଣ ନିଜେ କରିବେ ।ଅଧିକ କାମର ନକ୍ସା ତିଆରି କରିବା ଅପେକ୍ଷା ଆପଣ ନିଜେ ଯେଉଁ କାମ ଯେ କୌଣସି ଭାବରେ କରିବାକୁ ଭାବୁଛନ୍ତି ବା ଯେଉଁ କାମଗୁଡିକୁ କରୁଛନ୍ତି ସେହି କାମଗୁଡକ ଚିନ୍ତନ ଓ ଉତ୍ତମ ଭଲ ବୁଝାମଣା କରିବାରେ ସାହାଯ୍ୟ କରିବେ ।ପ୍ରତି ଏକକ ର ସମ୍ପର୍କ ଅନ୍ୟ ଏକକ ସହିତ ଅଛି।ତଥାପି ଆପଣ ସମଗ୍ର ଏକକର କାମ ଅପେକ୍ଷା ଯେକୌଣସି ଗୋଟିଏ କାମକୁ ମଧ୍ୟ ବାଛିପରିବେ।ଆପଣ କାମ କରିବା ବେଳେ ଯେଉଁ ଜ୍ଞାନ ଓ ଅଭିଜ୍ଞତା ପାଇଛନ୍ତି ,ମୁକ୍ତ ଶୈକ୍ଷିକ ସମ୍ବଳ ସେସବୁକୁ ସମ୍ମ୍ନନ ଦିଏ ଓ ଏକାଠି ମିଶି କାମ କରିବା ପାଇଁ ପ୍ରେରଣା ଦେଇଥାଏ ।

ଏହି ଏକକର ପ୍ରାରମ୍ଭରେ ଆପଣ ବୃତ୍ତିଗତ ବିକାଶ ବାବଦରେ ଭାବିବାକୁ ଆରମ୍ଭ କରିଥିବେ,ଆପଣଙ୍କ ପାଖରେ ଥିବା ଜ୍ଞାନ ଓ କୌଶଳ ସମ୍ପର୍କରେ ଚିନ୍ତା କରନ୍ତୁ ଓ ଜଣେ ବିଦ୍ୟାଳୟ ର ମୁଖ୍ୟ ଭାବେ ଆପଣଙ୍କ କାର୍ଯ୍ୟଧାରାରେ କିପରି ଉନ୍ନତି ଆଣିବେ ,ସେ ବିଷୟରେ ମଧ୍ୟ ଚିନ୍ତା କରନ୍ତୁ ।

ଟେସ ଇଣ୍ଡିଆ ସମସ୍ତ ଶିକ୍ଷକଙ୍କୁ ମୁକ୍ତ ଶୈକ୍ଷିକ  ସମ୍ବଳଗୁଡିକ ଯୋଗାଇ ଦେବ ।ଏହି ସମ୍ବଳଗୁଡିକ ଯୋଗାଇ ଦେବା ।ଏହି ସମ୍ବଳଗୁଡିକ ଶିକ୍ଷକକୁ ସାମାଜିକ ଦୃଷ୍ଟିରୁ ଦେଖେ ଯେଉଁଠାରେ ସହକର୍ମୀ ଓ ବିଦ୍ୟାଳୟ ପିଲାଙ୍କ ସହ କାମ କରିବା ମାଧ୍ୟମରେ ଶିକ୍ଷଣ ଘଟିଥାଏ ।ବରଂ ଏହା ଆପଣାକୁ ଏବନ ଆପଣଙ୍କ ର ସହଯୋଗୀଙ୍କୁ ନିଜର କାମ ଓ ଭୂମିକାରୁ ଓହରି ଯାଉଛନ୍ତି କି ସେ ସମ୍ପର୍କରେ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇଥାଏ ।ଏହାର ମୂଳ ଲକ୍ଷ୍ୟ ହେଉଛି ଆପଣ ନିଜ ପରିବେଶରେ ହେଉ ବା ବିଦ୍ୟାଳୟରେ ହେଉ ବା ଶ୍ରେଣୀ କୋଠରୀରେ ହେଉ ଦେଖାଯାଉଥିବା ସମସ୍ୟାଗୁଡ଼ିକର ସମ୍ଭାବ୍ୟ ସମାଧାନ ପାଇଁ ଖୋଲା ଭାବରେ ଅନୁସନ୍ଧାନ କରିବା ।(ଲେଭ,ୱେନଗର,୧୯୯୧:ବନର ୧୯୯୬,ୱେନଗର ୧୯୯୮)

ଟିକିଏ ଚିନ୍ତା କରନ୍ତୁ

  • ଜଣେ ବିଦ୍ୟାଳୟର ମୁଖ୍ୟ ଭାବରେ ଆଜିଯାଏଁ ଆପଣ କ’ଣ ସବୁ ଶିଖିଛନ୍ତି ।
  • ଆପଣ କିପରି ଭାବରେ ଶିଖିଛନ୍ତି ?
  • ବୃତ୍ତିଗତ ଶିକ୍ଷଣ ପାଇଁ ଆପଣଙ୍କ ପାଖରେ କ’ଣ ସବୁ ସୁଯୋଗ ଅଛି?

ବିଦ୍ୟାଳୟର ମୁଖ୍ୟ ଭାବେ ଆପଣଙ୍କ ଶିକ୍ଷଣ ସମ୍ବନ୍ଧରେ ଭାବନ୍ତୁ

ନୂତନ ସୁଯୋଗଗୁଡିକର ସଫଳ ରୂପାଯନ ନିମନ୍ତେ ବିଦ୍ୟାଳୟର ମୁଖ୍ୟମାନଙ୍କୁ ନିଜ କୌଶଳର ପରିସରକୁ ବ୍ୟାପକ କରିବାକୁ ହେବ,ଆପଣଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବାରୁ ଏବନ ଭଲ ଶିକ୍ଷକ ହୋଇଥିବା ହେତୁ,ଆପଣ ବିଦ୍ୟାଳୟର ମୁଖ୍ୟ ହେବାକୁ ସକ୍ଷମ ହୋଇଥାଇ ପାରନ୍ତି ।ଯାହା ବି ହେଉ ଆପଣଙ୍କ ଭୂମିକା ହେଉଛି,ଏହାକୁ ନିଶ୍ଚିତ କରିବା ଅଟେ,ଏହି ଏକକରେ ଆପଣମାନେ କେତେଗୁଡିଏ  କୌଶଳ ଏବଂ ଦକ୍ଷତା ବିଷୟରେ ଅବଗତ ହେବେ ।ଯେଉଁଗୁଡିକ ଜଣେ ଦକ୍ଷ ବିଦ୍ୟାଳୟ ମୁଖ୍ୟଙ୍କୁ ପାଖରେ ରହିବା ଆବଶ୍ୟକ ।ଏହା ଆପଣଙ୍କ  ନିଜ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଫଳପ୍ରଦ ହେବାରେ ସାହାଯ୍ୟ କରିବ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଟିକିଏ ଭାବନ୍ତୁ ,ଯେତେବେଳେ ଆପଣ ବିଦ୍ୟାଳୟରେ ଥିଲେ କିମ୍ବା ଯେତେବେଳେ ନିଜର ଶିକ୍ଷକତା ବୃତ୍ତି ଆରମ୍ଭ କରିଥିଲେ ,ବର୍ତ୍ତମାନ ଆଗକୁ ଦଶବର୍ଷ ପାଇଁ ଟିକିଏ ଭାବବନ୍ତୁ ।ଆପଣ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ସମୟ ଏବଂ ଭବିଷ୍ୟତର ଦଶବର୍ଷ ସମୟ ମଧ୍ୟରେ ବିଦ୍ୟାଳୟ ରେ କେଉଁ ମୁଖ୍ୟା ପରିବର୍ତ୍ତନଗୁଡିକ ଦେଖିବେ ବୋଲି ଭାବୁଛନ୍ତି ?

ଶିକ୍ଷଣ କାର୍ଯ୍ୟ ୧ ଜଣେ ମୁଖ୍ୟ ଭାବେ ଆପଣଙ୍କ ବୃତ୍ତିଗତ ବିକାଶ ।

ଚିତ୍ର ୧: ଜଣେ ମୁଖ୍ୟ ଭାବେ ବୃତ୍ତିଗତ ବିକାଶ ବିଷୟରେ ଚିନ୍ତା କରନ୍ତୁ ।

 

  • . ଆପଣଙ୍କ ଦୈନନ୍ଦିନ କାର୍ଯ୍ୟପୁସ୍ତିକାକୁ ବ୍ୟବହାର କରି ସେଥିରେ ଆପଣ ପାଞ୍ଚଟି ଶବ୍ଦ ଲେଖନ୍ତୁ ଯେଉଁ ଲକ୍ଷଣଗୁଡିକ ଦେଖି ଆପଣ କହିବେ ଯେ ଆପଣ ଜଣେ ମୁଖ୍ୟ ।
  • ସେମାନେ କ’ଣ ଆପଣଙ୍କୁ ପସନ୍ଦ କରନ୍ତି? ସେମାନେ କ’ଣ ଆପଣଙ୍କ ପଦବୀ ବ୍ଯତୀତ ଅପନକ ଜ୍ଞାନ ଓ ଦକ୍ଷତା କୁ ସମ୍ମାନ ପ୍ରଦର୍ଶନ କରନ୍ତି?ପ୍ରକୃତ ଅବସ୍ଥା ଏୟା ବୋଲି ଆପଣ କାହିଁକି ଭାବୁଛନ୍ତି।ଉଦାହରଣ ସ୍ୱରୂପ,ସେମାନେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତି ଭାବେ ଦେଖନ୍ତି କି?ଯିଏ ନୂଆ ନୂଆ ଉପାୟକୁ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତି ସେଗୁଡିକ ର ପ୍ରଭାବ ସମ୍ବନ୍ଧରେ ଚିନ୍ତା କରନ୍ତୁ ।
  • ନିଜେ ଲେଖିଥିବା ପ୍ରଶ୍ନ ୧ ଓ ୨ ର ଉତ୍ତର ବିଷୟରେ ଚିନ୍ତା କରନ୍ତୁ ।ଜଣେ ମୁଖ୍ୟ ଭାବେ ଆପଣଙ୍କ ବୃତ୍ତିଗତ ବିକାଶର ରାସ୍ତାରେ କେଉଁଗୁଡିକୁ ଆପଣ ମୁଖ୍ୟ ବାଧା ରୂପେ ଦେଖୁଛନ୍ତି ?

 

ଆଲୋଚନା

ଆପଣଙ୍କ ମତାମତ ଗୁଡିକ ଆପଣଙ୍କ ପାଇଁ ବ୍ୟକ୍ତିଗତ ଓ ପରିସ୍ଥିତି ସାପେକ୍ଷ ହେବା ଆବଶ୍ୟକ ।ଏତତ ବ୍ବ୍ୟତୀତ ତିନୋଟି ଭିନ୍ନ ଭିର୍ଣ୍ଣ ପ୍ରକାରର ଦଳପତି/ଦଳମୁକ୍ଷଙ୍କ ବିଷୟରେ ଆଲୋଚନା ଆପଣଙ୍କୁ ନିଜେ ସମୁଖୀନ ହେଉଥିବା ଆହ୍ଵାନଗୁଡିକ ବିଷୟରେ ଅଧିକ ଅନୁଶୀଳନ କରିବାରେ ସାହାଯ୍ୟ କରିପାରେ ।

  • ପ୍ରଥମ ପ୍ରକାରର ଏପରି ଜଣେ ବ୍ୟକ୍ତି ଯାହାଙ୍କ ପାଖରେ ବହୁ ବର୍ଷ ଧରି ବିଦ୍ୟାଳୟକୁ ନେତୃତ୍ଵ ଦେବାରେ ଅଭିଜ୍ଞତା ରହିଛି । ଏହାର କାରଣ ଏହା ମଧ୍ୟ ହୋଇପାରେ ଯେ ସେମାନେ ଆତ୍ମବିଶ୍ବାସୀ ଓ ନିଜର କାର୍ଯ୍ୟ ଉପରେ ସମ୍ପୂର୍ଣ କର୍ତ୍ତୁତ୍ଵ ଥିବା ଭଳି ପ୍ରତୀୟମାନ ହୋଇପାରନ୍ତି ସେମାନେ ବୃତ୍ତିଗତ ବିକାଶକୁ ଏକାନ୍ତ ବ୍ୟକ୍ତିଗତ ଓ ଲୁକ୍କାୟିତ କାର୍ଯ୍ୟ ବୋଲି ମନେ  କରନ୍ତି ।
  • ଦ୍ଵିତୀୟ ପ୍ରକାରର ଏପରି ଜଣେ ବ୍ୟକ୍ତି,ଯିଏ ତୁଳନାତ୍ମକ ଭାବେ ଅଧିକ ଯୁବଶ୍ରେଣୀୟ ,ମାତ୍ର ନିଜର ବ୍ୟକ୍ତିଗତ ବିକାଶର କ୍ଷେତ୍ରଗୁଡ଼ିକ ଉନ୍ମୁକ୍ତ ହୋଇଗଲେ ସେ ଅନ୍ୟମାନଙ୍କ ଉପରେ ନିଜର କର୍ତ୍ତୁତ୍ଵ ହରାଇ ବସିବା ନେଇ ସନ୍ଧିହାନ ଥାନ୍ତି ।ସେମାନେ ଅବଗତ ଥାଇପାରନ୍ତି ଯେ ଅନ୍ୟ ଅଭିଜ୍ଞ ଶିକ୍ଷକମାନଙ୍କ ତୁଳନାରେ ସେମାନଙ୍କ ଶ୍ରେଣୀଗୃହ ଅଭିଜ୍ଞାନତା କମ।ମାତ୍ର ଏହି ନେତୃତ୍ଵ ଦକ୍ଷତା ମଡେଲରେ ସେମାନେ ନିଜର ଉତ୍ସାହ ,ଦୂରଦୃଷ୍ଟି ଏବଂ ଅତ୍ୟାଧୁନିକ ଧାରଣା ଗୁଡିକ ବିଷୟରେ ନିଜର ବୋଧାଶକ୍ତି ଙ୍କୁ ଆୟୁଧ କରି ବହିକିଛି କରିବାର ସମ୍ଭାବନା ରଖନ୍ତୁ ତା ସାହିତ  ଅନ୍ୟ ଶିକ୍ଷକ ମାନଙ୍କ ଅଭିଜ୍ଞତାକୁ ସମ୍ମ୍ନନ ଦିଅନ୍ତୁ ।
  • ସର୍ବଶେଷରେ ଏପରି କିଛି ଦଳେମୁଖ୍ୟ ଥାଇପାରନ୍ତି ଯେଉଁମାନେ ନିଜର କାର୍ଯ୍ୟଶୈଳୀକୁ ଉନ୍ନତି କରିବା  ପାଇଁ ଇଛୁକ ଏବଂ ଏହାକୁ ସ୍ବଚ୍ଛ ଭାବରେ ଅନ୍ୟମାନଙ୍କ ସମ୍ମୁଖରେ କରିବା ପାଇଁ ଆଗ୍ରହୀ,ମାତ୍ର ସେମାନଙ୍କ ପାଖରେ ଏପରି କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ନ ଥାଏ।ଏମିତି ଦଳେମୂଖ୍ୟ ଅଛନ୍ତି ଯେଉଁମାନେ ଅବଚେତନ ଭାବରେ ବୃତ୍ତିଗତ ବିକାଶ ମନୋବୃତ୍ତିର ଉଦାହରଣ ଅଟନ୍ତି ଓ ସେମାନେ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତି ।

 

ସାରଣୀ-୧ରେ ଏଗୁଡିକ ଭାରତୀୟ ପରିସ୍ଥିତିରେ କିପରି ପ୍ରୟୋଗ କରାଯାଇପାରିବ ସେ ସମ୍ପର୍କରେ କିଛି ପରାମର୍ଶ ପ୍ରଦାନ କରାଯାଇଛି । ଆପଣନମାନେ ଶିକ୍ଷଣକାର୍ଯ୍ୟ -୩ ରେ ଏହାକୁ ପୁନଃ ବିଶ୍ଳେଷଣ କରିବେ ।

ସାରଣୀ ୧ : ଜଣେ ଉତ୍ତମ ନେତାର ଗୁଣାବଳି (ଗର୍ଡ଼ନର ୧୯୯୭ ଙ୍କ ଥୁ ଗ୍ରହଣ କରାଯାଇଛି )

ଜଣେ ଉତ୍ତମ ନେତାର ଗୁଣାବଳି

ଆପଣଙ୍କ ପରିସ୍ଥିତିରେ ଏହାର ଅର୍ଥ କ’ଣ ହୋଇପାରେ

କର୍ତ୍ତୁପକ୍ଷ ଙ୍କ ସହ ମୁକାବିଲା କରିବା

ଆପଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଶିକ୍ଷା ସମ୍ପର୍କିତ ବ୍ୟବସ୍ଥା ଯଥା ଆଞ୍ଚଳିକ ସାଧନ କେନ୍ଦ୍ର,ବ୍ଲକ ସାଧନ କେନ୍ଦ୍ର,ପଞ୍ଚାୟତ ଓ ବିଦ୍ୟାଳୟ ପରିଚାଳନା କମିଟି ସହ କାମ କରିବାର ଆବଶ୍ୟକତା ପଡିପାରେ ।ଏମାନେ ବହୁତ ସମ୍ବଳ ଯୋଗାଇଥାନ୍ତି  ଓ ଦେଶର ବିଭିନ୍ନ ପ୍ରାନ୍ତରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ଓ ଅନ୍ୟତ୍ର ପଢାଇବା ପାଇଁ ପଠାଇବାର ଦାୟିତ୍ଵ ନେଇଥାନ୍ତି ତେଣୁ ଅନୁଷ୍ଠାନ ଓ କର୍ମଚାରୀମାନଙ୍କ ସହ ସତର୍କତାର ସହ ସମ୍ପର୍କ ସ୍ଥାପନ କରି କାମଗୁଡିକୁ ପରିଚାଳନା କରିବା ଗୁରୁତ୍ବପୂର୍ଣ ଅଟେ।ମୁକବଲା କରିବା ସର୍ବଶ୍ରେଷ୍ଟ ପନ୍ଥା ନୁହେଁ ,ଆପଣ ନେଉଥିବା ପଦକ୍ଷେପଗୁଡିକ ହୁଏତ ଅତୀତ ପଦକ୍ଷେପ ଭଳି ସମାନ ହୋଇ ଣ ପାରେ କିନ୍ତୁ ଯଦି ଭାବୁଛନ୍ତି ସେ ତାହା ଆପଣଙ୍କ ବିଦ୍ୟାଳୟକୁ ସାହାଯ୍ୟ କରିବା ତା ହେଲେ ଆପଣ ଭିନ୍ନ ଭାବରେ କାମଟିକୁ କରିବା ପାଇଁ ଭୟ କରିବେ ନାହିଁ।

ବିପଦ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହେବେ

ଆମ ସଂସ୍କୃତିରେ ଏଭଳି କରିବା ଭାରି କଷ୍ଟକର,କାରଣ ଭାରତରେ ପଦାନୁକ୍ରମ ର ବ୍ୟବସ୍ଥା ଅଛି ।ତେଣୁ ଲୋକମାନେ କୌଣସି ପଦକ୍ଷେପ ନେବା ପୂର୍ବରୁ ବରିଷ୍ଟ ଲୋକମାନଙ୍କର ଅନୁମତିର ଆବଶ୍ୟକତା କୁ ଅନୁଭବ କରନ୍ତି ।ଯେତେବେଳେ ଯାଏଁ ଆପଣଙ୍କ ଜିଲ୍ଲାର ଅଗ୍ରାଧିକାର ଓ ବିଦ୍ୟାଳୟ ବିକାଶ ଯୋଜନା ସମ୍ପର୍କରେ ସଚେତନ ଅଛନ୍ତି ଆପଣଙ୍କ ପାଖରେ ଯଥେଷ୍ଟ ଭାବରେ ଯୁକ୍ତିଯୁକ୍ତ କାରଣ ଅଛି ଯେ ଆପଣ କାହିଁକି ନିର୍ଦ୍ଧିଷ୍ଟ ପରିବର୍ତ୍ତନଟିକୁ  ଚହୁଁଛନ୍ତି ତାହା ହେଲେ ଆପଣ ଚାହୁଁଥିବା ଉନ୍ନତିକୁ ହାସଲ କରିବା ପାଇଁ ବିଦ୍ୟାଳୟ ରେ ଦେଖାଯାଉଥିବା ବିପଦଗୁଡିକୁ ସମ୍ମୁଖୀନ ହେବା ଉଚିତ।

ଅସଫଳତାର ସମ୍ମୁଖରେ ନମନୀୟତା

ଆପଣ କରିଥିବା ଭୁଲ ବା ଭଲ ଣ ହୋଇ କିଛି ଖରାପ ହୋଇଗଲେ ତାକୁ ଗ୍ରହଣ କରିବା ଭାରି କଷ୍ଟ ।ସବୁବେଳେ ସବୁ କଥା ଯୋଜନା ମୁତବକ ହୁଏ ନାହିଁ।ଏହାକୁ ଶିକ୍ଷଣର ଏକ ସୁଯୋଗ ଭାବିବା ଉଚିତ ।ଆପଣ ନିଶ୍ଚିତ ହୁଅନ୍ତୁ ଯେ ଯୋଜନା ମୁତାବକ କାମଗୁଡିକ କାହିଁକି ହେଲା ନାହିଁ। ତାର କ।ରଣଗୁଡିକୁ ଚିହ୍ନଟ କରନ୍ତୁ ,କିନ୍ତୁ ଆପଣ କମଗୁଡିକ ଏକ ଭିନ୍ନ ଢଙ୍ଗରେ କରିପାରନ୍ତେ ଏ କଥା ସ୍ଵୀକାର କରିବା ପାଇଁ ଭୟ କରନ୍ତୁ ନାହିଁ ।

ଆଚରଣ ଓ ଅନ୍ତର୍ଜ୍ଞାନ ପ୍ରତି ବିଶ୍ଵାସ

ଆପଣ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଭାବରେ କାମ କରି ହୁଏତ ଅନେକ ଅଭିଜ୍ଞତା ହାସଲ କରିଥିବେ,ଏହି ଅଭିଜ୍ଞତା କୁ ଆଧାର ଓ ବ୍ୟବହାର କରି ଆପଣ ବିଦ୍ୟାଳୟର ନେତୃତ୍ଵ ନେବା ପାଇଁ ସମର୍ଥ ହେବେ ।ବିଦ୍ୟାଳୟଗୁଡିକୁ ସ୍ଵୟଂଚ।ଳିତ  କରିବା ଅର୍ଥ ହେଉଛି ।ଆପଣ ସୃଜନଶୀଳ ହେବାପାଇଁ ଅଧିକ ସ୍ଵାଧୀନତା ପାଇବେ ଓ ନୂଆନୂଆ କାମ କରିବାକୁ ଚେଷ୍ଟା କରିବେ

ମସ୍ତିସ୍କରେ ବୃହତ୍ତର ଛବି ଧରି ରଖିବା ପାଇଁ ସମର୍ଥ ହେବା

ଏହା ସମସ୍ତ ନେତାଙ୍କ ପାଖରେ ପ୍ରୟୋଗ କରାଯାଇପାରେ ।ଆପଣଙ୍କ ଭୂମିକା ହେଉଛି,ନିଜ ବିଦ୍ୟାଳୟ ପାଇଁ ସ୍ପଷ୍ଟ ଓ ବୁଝିହେଲା ଭଳି ପରିକଳ୍ପନା ପ୍ରସ୍ତୁତ କରିବା ।ପରିକଳ୍ପନା ସହିତ ସମସ୍ତ କାର୍ଯ୍ୟ ଓ ପଦକ୍ଷେପ ଗୁଡିକର ସମ୍ପର୍କ ରହିବା ଉଚିତ।ବିଦ୍ୟାଳୟ ନେତୃତ୍ବର ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକ ମଧ୍ୟରୁ ଗୋଟିକରେ ଆପଣ କିପରି ଅନ୍ୟମାନଙ୍କ ସହ ମିଶି ବିଦ୍ୟାଳୟ ପାଇଁ କିପରି ଭାବରେ ପରିକଳ୍ପନା କରିବେ ସେ ବାବଦରେ ପରାମର୍ଶ ଦିଆଯାଇଛି ।ଏହା ଆପଣଙ୍କୁ

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବା ।ଆପଣ ଏହି କାମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କ ସହ ମିଶି କରିପାରିବେ ।

ନୈତିକ ପ୍ରତିଶ୍ରୁତି

ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫,ଜାତୀୟ ପାଠ୍ୟକ୍ରମ ଶିକ୍ଷକ ପାଇଁ ୨୦୦୯ ଓ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ପାରମ୍ପରିକ ବିଶ୍ଵାସକୁ ଆହ୍ଵାନ କରିଥାଏ। ଏହି ଦଲିଲରେ ସରକାର ଚାହୁଁଥିବା ପ୍ରତ୍ୟାଶାଗୁଡିକୁ ପାଇବା ପାଇଁ ହେଲେ ଆପଣ ନୀତିନିୟମ କୁ ବୁଝିବାରେ ଆବଶ୍ୟକତା ଅଛି । ଆପଣଙ୍କ ବିଦ୍ୟାଳୟ ର ସ୍ଥାନୀୟ ପରିବେଶରେ ଓ ନିଜ ବିଦ୍ୟାଳୟରେ ଏହି ମୂଲ୍ଯବୋଧ ଓ ବିଶ୍ଵାସଗୁଡିକୁ ଆଦର୍ଶ ରୂପେ ପ୍ରତିଫଳିତ କରିପାରିବେ ।

ସମୟ ଜ୍ଞାନ ସହ ପଛକୁ ଫେରିବାର ସାମର୍ଥ୍ୟ ଓ ଅଭିଜ୍ଞତାରୁ ଶିଖିବା

ଆପଣ ଯେତେବେଳେ ନିଜ ବିଦ୍ୟାଳୟକୁ ମୂଲ୍ୟାୟନ କରିବା ଆରମ୍ଭ  କରିବେ ,

ଦେଖିବେ ଯେ ଆପଣ ଚାହିଁଥିବା ଅନେକଗୁଡିଏ ପରିବର୍ତ୍ତନ ହୋଇଛି।ଏହି ପରିବର୍ତ୍ତନଗୁଡିକୁ ଯଥା ସମ୍ଭବ ଚିହ୍ନଟ କରିପାରିବେ।ଏହା ଗୁରୁତ୍ୱପୂର୍ଣ୍ଣ ଅଟେ।ଯେ ଆପଣ କିଛି ବି ଚେଷ୍ଟା ନ କରି ଅତିଶୀଘ୍ର ଗୁଡାଏ ପରିବର୍ତ୍ତନ ହେବା ସମ୍ଭବ ନୁହେଁ ।ସେଥିପାଇଁ ଆପଣ ଅଗ୍ରାଧିକାର ଭିତ୍ତିରେ ସଜାଡିବେ ଓ ସମସ୍ତ ଶିକ୍ଷକଙ୍କୁ ସାଙ୍ଗରେ ଧରି ଧୀରେ ଧୀରେ ଆଗକୁ ଗତି କରିବେ ।

ଜଣେ ଉତ୍ତମ ନେତାର ଗୁଣାବଳୀ

ଆପଣଙ୍କ ପରିସ୍ଥିତି ରେ ଏହାର ଅର୍ଥ କ’ଣ ହୋଇପାରେ

କର୍ତ୍ତୁପକ୍ଷ ଙ୍କ ସହ ମୁକାବିଲା କରିବା

ଆପଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଶିକ୍ଷା ସମ୍ପର୍କିତ ବ୍ୟବସ୍ଥା ଯଥା ଆଞ୍ଚଳିକ ସାଧନ କେନ୍ଦ୍ର,ବ୍ଲକ ସାଧନ କେନ୍ଦ୍ର,ପଞ୍ଚାଯତ ଓ ବିଦ୍ୟାଳୟ ପରିଚାଳନା କମିଟି ସହ କାମ କରିବାର ଆବଶ୍ୟକତା ପଡିପାରେ ।ଏମାନେ ବହୁତ ସମ୍ବଳ ଯୋଗାଇଥାନ୍ତି ଓ ଦେଶର ବିଭିନ୍ନ ପ୍ରାନ୍ତରେ ଶିକ୍ଷକ ମାନଙ୍କୁ  ନିଯୁକ୍ତି ଓ ଅନ୍ୟତ୍ର ପଢାଇବା ପାଇଁ ପଠାଇବା ର ଦାୟିତ୍ଵ ନେଇଥାନ୍ତି ତେଣୁ ଅନୁଷ୍ଠାନ ଓ କର୍ମଚାରୀମାନଙ୍କ ସହ ସତର୍କତା ସହ ସମ୍ପର୍କ ସ୍ଥାପନ କରି କାମଗୁଡିକୁ  ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।ମୁକାବିଲା କରିବା ସର୍ବଶ୍ରେଷ୍ଟ ପନ୍ଥା ନୁହେଁ ,ଆପଣ ନେଉଥିବା ପଦକ୍ଷେପ ଗୁଡିକ ହୁଏତ ଅତୀତ ପଦକ୍ଷେପ ଭଳି ସମାନ ହୋଇ ଣ ପରେ କିନ୍ତୁ ଯଦି ଭାବୁଛନ୍ତି ସେ ତାହା ଆପଣଙ୍କ ବିଦ୍ୟାଳୟ କୁ ସାହାଯ୍ୟ କରିବା ତା ହେଲେ ଆପଣ ଭିନ୍ନ ଭାବରେ କାମଟିକୁ  କରିବା ପାଇଁ ଭୟ କରିବେ ନାହିଁ ।

 

ବିପଦ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହେବେ

ଆମ ସଂସ୍କୃତିରେ ଏଭଳି କରିବା ଭାରି କଷ୍ଟକର ,କାରାଣ ଭାରତରେ ପଦାନୁକୁମର ବ୍ୟବସ୍ଥା ଅଛି।ତେଣୁ ଲୋକମାନେ କୌଣସି ପଦକ୍ଷେପ ନେବା ପୂର୍ବରୁ ବାରିଷ୍ଟ ଲୋକମାନଙ୍କର ଅନୁମତିର ଅବଶ୍ୟକତାକୁ ଅନୁଭବ କରନ୍ତି। ଯେତେବେଳେ ଯାଏଁ ଆପଣଙ୍କ ଜିଲ୍ଲାର ଅଗ୍ରାଧିକାର ଓ ବିଦ୍ୟାଲୟ ବିକାଶ ଯୋଜନା ସମ୍ପର୍କରେ ସଚେତନ ଅଛନ୍ତି ଆପଣଙ୍କ ପାଖରେ ଯଥେଷ୍ଟ ଭାବରେ ଯୁକ୍ତିଯୁକ୍ତ କାରଣ ଅଛି ଯେ ଆପଣ କାହିଁକି ନିର୍ଦ୍ଧିଷ୍ଟ ପରିବର୍ତ୍ତନଟିକୁ ଚାହୁଛନ୍ତି ତାହା ହେଲେ ଆପଣ ଚାହୁଛନ୍ତି  ଉନ୍ନତିକୁ ହାସଲ କରିବା ପାଇଁ ବିଦ୍ୟାଳୟରେ ଦେଖାଯାଉଥିବା ବିପଦଗୁଡିକୁ ସମ୍ମୁଖୀନ ହେବା ଉଚିତ ।

ଶ୍ରୀମତୀ ଅପରିଜିତା ଶିକ୍ଷଣ ସମ୍ପର୍କରେ ତଦନ୍ତ

ଅପରାଜିତା ମହାଶୟ ଗ୍ରାମାଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରି ଅଟନ୍ତି । ସେହି ଆଞ୍ଚଳର ଜିଲ୍ଲା ଶିକ୍ଷା ଶିକ୍ଷା ଅଧିକାରୀ ତାଙ୍କୁ ଅଧିକ ନହେବା ପାଇଁ ପରାମର୍ଶ ଦେଇଥାନ୍ତି,କାରଣ ସେ ଅଞ୍ଚଳର ଶିକ୍ଷାର୍ଥୀମାନେ ଗ୍ରାମାଞ୍ଚଳର ପିଲା ହୋଇଥିବାରୁ ପଥପଢା ସେମାନଙ୍କ ପାଇଁ କଷ୍ଟ ସାଧ୍ୟ ବ୍ୟାପାର ।ଯେତେବେଳେ ସେ  ବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ କଲେ   ସେତେବେଳେ ସେ ବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ବିଦ୍ୟାଳୟର ଉପସ୍ଥାପନର ଉପସ୍ଥାପନରେ ପିଲାଙ୍କ  ସଂଖ୍ୟା ୬୯ ଥିଲା ।

ପ୍ରଥମ ଦିବସରେ ମୋର କାର୍ଯ୍ୟ ଆରମ୍ଭକୁ ନେଇ ମୁଁ ଖୁବ ଉତତ୍ସାହିତ ଥିଲି,କିନ୍ତୁ ଖେଳପଡିଆରେ ମାତ୍ର ୪୫ ଜଣ ଶିକ୍ଷାର୍ଥୀଙ୍କୁ ଏକତ୍ରିତ ହେବାର ଦେଖି ମୁଁ ନିରାଶ ହେଲି । ମୋର ସରକାରୀ ଶିକ୍ଷକ କହିଲେ ଏହି ସଂଖ୍ୟା ତ ଖୁବ ଭଲ,କାରଣ ସାଧାରଣ ଭାବେ ବିଦ୍ୟାଳୟ କୁ ୩୦  ଜଣ ଶିକ୍ଷାର୍ଥୀ ଆସନ୍ତି।କିନ୍ତୁ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦେଖିବା ପାଇଁ  ଆଜି ଏତେ ମାତ୍ରା ରେ ଶିକ୍ଷାର୍ଥୀ ଆସନ୍ତି।କିନ୍ତୁ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଦେଖିବା ପାଇଁ ଆଜି ଏତେ ମାତ୍ରାରେ ଶିକ୍ଷାର୍ଥୀ ଆସିଛନ୍ତି ।କିନ୍ତୁ ବିଦ୍ୟାଳୟ ର ନୂତନ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଖିବା ପାଇଁ ଆଜି ଏତେ ମାତ୍ରାରେ ଶିକ୍ଷାର୍ଥୀ ଏକତ୍ରିତ ହୋଇଛନ୍ତି ।ସେ ଠିକ କଥା କହୁଥିଲେ କାରଣ ଏହାର ପରବର୍ତ୍ତୀ ଦିନ ବିଦ୍ୟାଳୟକୁ ମାତ୍ର ୩୨ ଜଣ ଶିକ୍ଷାର୍ଥୀ ଆସିଥିଲେ ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ଥିବା ମାତ୍ର ୩୨ ଏବଂ ସେମାନଙ୍କ ମଧ୍ୟରୁ କିଛି ଶିକ୍ଷାର୍ଥୀ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ରୁ ଚାଲିଯାଇଥିଲେ ।

ବିଦ୍ୟାଳୟ କାର୍ଯ୍ୟର ପରିସମାପ୍ତି ପରେ ଗାଁ ଭିତରକୁ ମୁଁ ପାଦରେ ଚାଲି ଚାଲି ବୁଲିବାକୁ ଗାଳି ଏବଂ ଖେଳପଡିଆ ,ଦୋକାନ ଓ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ପିଲାମାନଙ୍କର ସଂଖ୍ଯାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଳି।ବଐସାଇକଲ ଟାୟାର ର ଛିଦ୍ର ଠିକ କରୁଥିବା ପାଖାପାଖି ୯ ବର୍ଷର ଜଣେ ପିଲା ସହ ମୁଁ କଥାବାର୍ତ୍ତା ଆରମ୍ଭ କଲି। ମୁଁ ତାକୁ ପଚାରିଲି ସେ କାହିଁକି ବିଦ୍ୟାଳୟକୁ ଆସୁନାହିଁ।ସେ ମୋତେ ଗର୍ବର ଜଣେ ପିଲା ସହ କଥାବାର୍ତ୍ତା ଆରମ୍ଭ କଲି ।ମୁଁ ତାକୁ ପଚାରିଲି ସେ କାହିଁକି ବିଦ୍ୟାଳୟକୁ ଆସୁନହିଁ ।ସେ ମୋତେ ଗର୍ବର ସହ କହିଲା ଯେ ସେ ଦୈନିକ ସାଇକେଲ ଟାୟାରର ଛିଦ୍ର ଠିକ କରି ୧୦୦ ଟଙ୍କା ରୋଜଗାର କରେ,ତେଣୁ ସେ ବିଦ୍ୟାଳୟ ଯିବାରେ କୌଣସି ଆବଶ୍ୟକତା ଅନୁଭବ କରେ ନାହିଁ।ବିଦ୍ୟାଳୟରେ ଶିଖା ଯାଉଥିବା କାର୍ଯ୍ୟ ତା’ର କାର୍ଯ୍ୟ ତା’ର କାର୍ଯ୍ୟ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।ମୁଁ ଅନ୍ୟ କିଛି ଅଭିଭାବକମାନଙ୍କ ସହ କଥାହେଳି ଏବଂ ଠିକ ସେହି ପ୍ରକାରର ମନୋବୃତ୍ତି ଦେଖିବାକୁ ପାଇଲି।ଅଧିକାଂଶ ପିଲା ବିଦ୍ୟାଳୟ ଯିବାକୁ ଅଣକର୍ଷଣୀୟ ଏବଂ ଅନାବଶ୍ୟକ ବୋଲି ଅନୁଭବ କରନ୍ତି ଏବଂ ସେମାନଙ୍କ ପରିବାର ମଧ୍ୟ ସେମାନେ କାମକୁ ଯିବାର ଆବଶ୍ୟକତା ଅନୁଭବ କରନ୍ତି ।

ମୁଁ ନିଷ୍ପତ୍ତି ନେଲି ଯେ ଦିଗରେ ମୁଁ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।ତେଣୁ ମୁଁ ବିଦ୍ୟାଳୟର କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ କଲି। ପ୍ରାର୍ଥନା ସଭା ପରେ ଗୋଟିଏ ଏବଂ ଭୋଜନ ପରେ ଗୋଟିଏ,ଏହିପରି ଦୁଇଟି କାର୍ଯ୍ୟ ଭିତ୍ତିକ ଶ୍ରେଣୀକୁ ଜଣାଇଲି।ସେହି ଶ୍ରେଣୀଗୁଡିକରେ ଆମ୍ଭେମାନେ ଶିକ୍ଷାର୍ଥୀଙ୍କୁ ଦୈନନ୍ଦିନ ଜୀବନର କୌଶଳ,କଳା ଓ ହସ୍ତଶିଳ୍ପ କାରିଗରୀ ବିଷୟରେ ଶିକ୍ଷା ପ୍ରଦାନ କଲୁଆ ତତ୍ପରେ ସେମାନେ ତିଆରି କରିଥିବା ସାମଗ୍ରୀଗୁଡିକର ପ୍ରଦର୍ଶନୀ କଲୁଆ।ଏହି କଥାଟିର ପ୍ରଚାର ହେଲା ଏବଂ ଧୀରେ ଧୀରେ ଶିକ୍ଷାର୍ଥୀମାନେ ବିଦ୍ୟାଳୟକୁ ଆକ୍ରୁଷ୍ଟ ହୋଇ ଆସିବା ଆରମ୍ଭ କଲେ। ସେମାନଙ୍କର ଧୂଳିଧୂସରିତ ଚେହେରା ଦେଖି ମୁଁ ନିରାଶ ଅନୁଭବ କଲି । ମୁଁ ପୁଣିଥରେ ଗାଁ କୁ ବୁଲିବାକୁ ଗଲି ଏବଂ କିଛି ବୁଝାଇଲି ଯେ-“ଆମ୍ଭେମାନେ ଦୈନିକ କାର୍ଯ୍ୟକୁ ପ୍ରାର୍ଥନା ସଭାରୁ ଆରମ୍ଭ କରୁ,ତେଣୁ ଭଗବାନ ପିଲାମାନେ ଅପରିଷ୍କାର ଦେଖାଗଲେ ଭଗବାନ ନିରାଶ ହେବେ ଏବଂ ଏହା ଏକ ଅସମ୍ମାନ  ଜନକ କାର୍ଯ୍ୟ ଅଟେ।ମୁଁ  ମଧ୍ୟ ପ୍ରତିଦିନ ସବୁଠାରୁ ପରିଷ୍କାର ପରିଚ୍ଛନ ଥିବା ଶିକ୍ଷାର୍ଥୀଙ୍କୁ ‘ଦିବସର ପୁତ୍ର’ଓ ‘ଦିବସର କନ୍ୟା ‘ବୋଲି ଘୋଷଣା କରେ।“

କାର୍ଯ୍ୟଭିତ୍ତିକ ଶ୍ରେଣୀରେ ମୁଁ ଶିକ୍ଷାର୍ଥୀମାନଙ୍କୁ ତାଙ୍କ ମନପସନ୍ଦ ର କାର୍ଯ୍ୟ କରିବା ପାଇଁ ସ୍ଵାଧୀନତା ଦିଏ।ଏହା ସତ୍ବେ ମଧ୍ୟ କିଛି ଶିକ୍ଷାର୍ଥୀ ପଢିବାକୁ ଓ ଲେଖିବାକୁ ପସନ୍ଦ କରନ୍ତି ଏବଂ ମୁଁ  ସେମାନଙ୍କୁ ଯେ କୌଣସି ଜିନିଷ ଉପରେ ଲେଖିବାକୁ ଉତ୍ସାହିତ କଦଳୀପତ୍ରରେ ଲେଖିବାକୁ,ଖୁବ ପସନ୍ଦ କରନ୍ତି ଏବଂ ମୁଁ ସେମାନଙ୍କୁ ଯେ କୌଣସି ଜିନିଷ ଉପରେ ଲେଖିବାକୁ ଉତ୍ସାହିତ କଦଳୀପତ୍ରରେ ଲେଖିବାକୁ,ଖୁବ ପସନ୍ଦ କଲେ।ମୁଁ ସେମାନଙ୍କୁ ଶବ୍ଦ ଖେଳ ଖେଳିବାକୁ ଏବଂ କାଦୁଅ ଉପରେ ବାଡି ସାହାଯ୍ୟରେ ପରସ୍ପର ସଂଖ୍ୟା ଲେଖି ଯୋଗ କ୍ରିୟା ସମ୍ପାଦନ କରିବାକୁ ଉତ୍ସାହିତ କରେ।ମୁଁ ସେମାନଙ୍କୁ କଦଳିପତ୍ର ଉପରେ ହେଉ ବା ସେମାନେ ପାଉଥିବା ଯେକୌଣସି ବସ୍ତୁ ଉପରେ ଗୃହକାର୍ଯ୍ୟ କରି ଆଣିବାକୁ ସ୍ଵାଧୀନତା ଦିଏ।

ମୁଁ ବର୍ତ୍ତମାନ ବିଦ୍ୟାଳୟରେ ଚାରିବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ଏବଂ ଗୁଡାଏ ପରିବର୍ତ୍ତନ ମଧ୍ୟ କରିଛି।ବର୍ତ୍ତମାନ  ବିଦ୍ୟାଳୟ ମୁଁ ବର୍ତ୍ତମାନ ବିଦ୍ୟାଳୟ ଉପସ୍ଥାପନରେ ଶିକ୍ଷାର୍ଥୀ ସଂଖ୍ୟା ୨୫୭ ଏବଂ ପ୍ରତିଦିନର ଉପସ୍ଥାପନ ପ୍ରାୟ ୨୪୦।ସେମାନେ ନିଜର ବେଶଭୂଷାକୁ ନେଇ ଖୁବ ଗର୍ବ ଅନୁଭବ କରି ଏବଂ ବିଦ୍ୟାଳୟକୁ ଆସନ୍ତି ଶିଖିବା ପାଇଁ ପ୍ରସ୍ତୁତ ଥାନ୍ତି ।ମୁଁ ଏହା ଦେଖାଇଦେବାକୁ ସକ୍ଷମ ହୋଇଛି ଯେ:-‘ଯଦି ତୁମେ ଥରେ ଶିକ୍ଷାର୍ଥୀମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିଦେବ,ତେବେ ପ୍ରତ୍ୟେକ ଶିକ୍ଷାର୍ଥୀ ଶିଖିବାକୁ ସମର୍ଥ ହେବେ ।“

ଶିକ୍ଷାର୍ଥୀଙ୍କ  ପରିବାର ସହ ସୁସମ୍ପର୍କ ସୃଷ୍ଟି କରିବାର ଗୁରୁତ୍ଵ ରହିଛି । କିନ୍ତୁ ମୁଁ ଭାବୁଛି ଶିକ୍ଷାର୍ଥୀଙ୍କୁ ଅଧିକ ଅଗ୍ରହାନ୍ଵିତ କରିବା ପାଇଁ ପାଠ୍ୟକ୍ରମର ପରିବର୍ତ୍ତନ ହିଁ  ସର୍ବାଧିକ ଭିନ୍ନତା ଅନିଳା ,ଯଦିଓ ପଠନ ଓ ଲିଖନ ପାଇଁ କମ ସମୟ ବିନିଯୋଗ କରାଗଲା ।କିନ୍ତୁ ମୁଁ ଭାବୁଛି ଏହା ସେମାନଙ୍କୁ  ବିଦ୍ୟାଳୟକୁ ଆସିବା ଏବଂ ଦିନସାରା ସେଠାରେ ରହିବା ପାଇଁ ପ୍ରତ୍ସାହନ ଯୋଗାଏ।ଯେତେବେଳେ ସେମାନେ ଧୀରେ ଧୀରେ ପ୍ରଗତି କରନ୍ତି,ସେମାନେ ଦେଖନ୍ତି ଯେ ପଢିବା ,ଲେଖିବା ଏବଂ ସଂଖ୍ୟା କୌତୁହଳଜନକ ଓ ସେମାନଙ୍କ ଜୀବନରେ ତାର ପ୍ରାସଙ୍ଗିକତାକୁ ଅନୁଭବ କରନ୍ତି ।

ଶିକ୍ଷଣକାର୍ଯ୍ୟ ୨:ନେତୃତ୍ଵ ନେବା ଗୁଣାବଳୀର ଚିହ୍ନଟ

ସାରଣୀ -୧ କୁ ଆଉଥରେ ପଢନ୍ତୁ ଯେଉଁଥିରେ ଜଣେ ନେତୃତ୍ଵ ନେଉଥିବା ବ୍ଯକ୍ତିର ଗୁଣ ଗୁଡିକୁ ତାଲିକା ହୋଇଛି ।

ଜଣେ ବନ୍ଧୁ ବା ସହକର୍ମୀ ଙ୍କ ସହ ଘଟଣ। ଅଧ୍ୟୟନ ୧ କୁ ବିଶ୍ଳେଷଣ କରନ୍ତୁ ଏବଂ ଅପରାଜିତା ମହାଶୟ ପ୍ରଦର୍ଶନ କରିଥିବା ଗୁଣଗୁଡିକୁ ଉଦାହରଣ ସହ ଚିହ୍ନଟ କରନ୍ତୁ ।ଏଗୁଡିକୁ ନିଜର ଶିକ୍ଷଣ ଡାଏରୀ ରେ ଲେଖନ୍ତୁ କିମ୍ବା ପେନସିଲ ବା ରଙ୍ଗୀନ ପେନ ବ୍ୟବହାର କରି ମୁଖ୍ୟ ଶବ୍ଦଗୁଡିକ ତଳେ ଗାର ଦିଅନ୍ତୁ ।

ଆଲୋଚନା

ବ୍ୟାପକ ପରିସରକୁ ଦୃଷ୍ଟିରେ ରଖି ଅପରାଜିତା ମହଶୟା,ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ କାହିଁକି ଣ ଥିଲେ ତାର କାରଣଗୁଡିକୁ ଖୋଜିବା ଆରମ୍ଭ କରିଥିଲେ ଏବଂ ତାଙ୍କର ବିବେକକୁ ଅନୁଜ୍ଞାନଙ୍କୁ ଉପଯୋଗ କରିଥିଲେ ଶିକ୍ଷାର୍ଥିମାନଙ୍କର ବିଷଦ୍ୟାଳୟରେ ଅନୁପସ୍ଥିତିକୁ ସେ ସହଜରେ ଗ୍ରହଣ କରି ଣ ଥିଲେ ଏଥିରେ ସେ ନମନୀୟତା ଦେଖାଇନଥିଲେ ।ପିତାମାତାଙ୍କ ସହ ଆଲୋଚନା ,ଶିକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା ଏବଂ ଦୈନିକ କାର୍ଯ୍ୟ ନିର୍ଘାଣ୍ଟକୁ ପୁନର୍ଗଠନ କରି ସେ ସମସ୍ୟାର କାରଣ ଓ ସମାଧାନର ରାସ୍ତାଗୁଡିକୁ ଖୋଜିବା ଆରମ୍ଭ କରିଥିଲେ ।ସେ ତତକ୍ଷଣାତ ଫଳାଫଳ ଆଶା ଅପେକ୍ଷା ଧୀରେ ଧୀରେ ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ ।ଶିକ୍ଷାର୍ଥୀମାନଙ୍କ ପ୍ରତି ତାଙ୍କର ଦୃଢ ପ୍ରତିଶ୍ରୁତିବଦ୍ଧତା ଥିଲା କିନ୍ତୁ ଆର୍ଥିକ ପରିସ୍ଥିତି ଶିକ୍ଷାର୍ଥୀ ମାନଙ୍କ ଉପସ୍ଥାପନ କିପରି ବାଧା ସୃଷ୍ଟିକରେ ତାହା ମଧ୍ୟ ସେ ବୁଝିଥିଲେ।

 

ଶିକ୍ଷଣକାର୍ଯ୍ୟ -୨ ସମ୍ପାଦନ କରିସାରିବା ପରେ ଆପଣମାନେ ବିଦ୍ୟାଳୟ ମୁଖ୍ୟମାନଙ୍କ ଭିଡିଓ ଦେଖିବାକୁ ଚାହିଁପାରନ୍ତି ଓ ବିଶ୍ଳେଷଣ କରନ୍ତୁ ସେମାନେ ନିଜର କଥାବାର୍ତ୍ତାରେ ଭଲ ନେତୃତ୍ଵ ନେବାର କେଉଁ ଦକ୍ଷତାଗୁଡିକ ପ୍ରଦର୍ଶନ କରୁଛନ୍ତି ।

ଭିଡିଓ:ବିଦ୍ୟାଳୟର ନେତୃତ୍ଵ

୩ ଆବଶ୍ୟକତା ଗୁଡିକୁ ବିଶ୍ଳେଷଣ କରି ପରିଚାଳନା କରିବା ।

ସାରଣୀ ୧ ସୂଚାଉଛି ଯେ ଜଣେ ବିଦ୍ୟାଳୟ ମୁଖ୍ୟ ସଫଳ ହେବା ପାଇଁ କେବଳ ବ୍ୟକ୍ତିଗତ ଗୁଣାବଳୀ ନୁହେଁ ,ବରଂ ବହୁତ ଗୁଡିଏ ଦକ୍ଷତା ର ଅଧିକାରୀ ହେବା ଆବଶ୍ୟକ ।ଆପଣ ସବୁ ପରିସରରେ ପ୍ରତିଭାଶାଳୀ ତ ଦକ୍ଷ ହେବା ଏକ ଅସମ୍ଭବ ବ୍ୟାପାର ।ଏହା ମଧ୍ୟ ମନେରଖିବା ଉଚିତ ଯେ ଆପଣଙ୍କ ଶିକ୍ଷକ ଏବଂ ଶିକ୍ଷାର୍ଥୀ ମାନଙ୍କ ଭଳି,ସ୍ଵାଭାବିକ ପ୍ରକ୍ରିୟାରେ ଆପଣଙ୍କ ଜ୍ଞାନ ଓ ଦକ୍ଷତା ଗୁଡିକର ମଧ୍ୟ ସମୟ ସହ ତାଳ ଦେଇ ପରିବର୍ତ୍ତନ ହେଉଛି,ଯାହା ଫଳରେ ନୂତନ ଆହ୍ଵାନ ଗୁଡିକର ସଫଳତା ର ସହ ସମ୍ମୁଖୀନ ହୋଇ ଅଧିକ ପାରଙ୍ଗମ ହେଉଛନ୍ତି ।

ଶିକ୍ଷଣକାର୍ଯ୍ୟ ୩:      ଆବଶ୍ୟକତା ଗୁଡିକ ବିଶ୍ଳେଷଣ କରି ପରିଚାଳନା କରିବା ।

ସମ୍ବଳ ୨ ରେ ଥିବା ସରଣୀକୁ ପୂରଣ କରନ୍ତୁ।ନେତୃତ୍ବର ଭୂମିକାରେ ଆପଣ କେଉଁ ବିଷୟରେ କାମଗୁଡିକୁ ଭଲଭାବେ ସମ୍ପାଦନ କରିଛନ୍ତି ଓ କେଉଁ ପରିସରରେ ଆଡପଣ ଉନ୍ନତି କରିବାର ଆବଶ୍ୟକତା ଅଛି ଓ କେଉଁ ପରିସରରେ ଆପଣ ଅଧିକ ଶିଖିପାରିବେ ,ସେଗୁଡିକୁ ଚିହ୍ନଟ କରନ୍ତୁ।

ପ୍ରଥମେ ଆପଣ ନିଜକୁ ନିଜେ ମୂଲ୍ୟାୟନ କରନ୍ତୁ ଯଥା “ଉଚ୍ଚ ମାତ୍ରାରେ ପାରଦର୍ଶୀ’,ବା “କ୍ଵଚିତ ପାରଦର୍ଶୀ”।ପୂର୍ବରୁ ଏବାବଦରେ ନିଶ୍ଚିତ ଜ୍ଞାନ ଥିବା କିନ୍ତୁ ସବୁବେଳେ ଆପଣ ନିଜର କୌଶଳ ଓ ସାମର୍ଥ୍ୟକୁ ବୃଦ୍ଧି କରିପାରିବେ କାରଣ ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଅଟେ।ଏହି ସରଣୀକୁ ପୂରଣ କଲାପରେ ଏହା ଆପଣଙ୍କ ଆବଶ୍ୟକତା ଓ ବିକାଶର ଅଗ୍ରାଧିକାରଗୁଡିକୁ ବିଶ୍ଳେଷଣ କରିବାରେ ସାହାଜ୍ଯ କରିବ । ଏହା ଦ୍ଵାରା ଆପଣ ଜଣେ ଫଳପ୍ରଦ ଓ ସାମର୍ଥ୍ୟକାରୀ ମୁଖ୍ୟ ହେବେ ।

ଆପଣ ଏହି ପ୍ରକ୍ରିୟା ବାବଦରେ ଜଣେ ସହକର୍ମୀଙ୍କ ସହ ଆଲୋଚନା କରିବାକୁ ଚାହିଁପାରନ୍ତି ।ଆପଣ କେଉଁ ଆବଶ୍ୟକତା ଗୁଡିକୁ ଅଗ୍ରାଧିକାର ଦେଇଛନ୍ତି ଓ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିପାରିବେ।ଜଣେ ବିଦ୍ୟାଳୟର ମୁଖ୍ୟ ସଂପୂର୍ଣ୍ଣ ଭାବେ ଏକୁଟିଆ ହୋଇପାରନ୍ତି ତେଣୁ ବନ୍ଧୁମାନଙ୍କ ବିଶ୍ଵସ୍ତ ସମ୍ପର୍କ ପାରସ୍ପରିକ ଭାବେ ହିତକର ହୋଇପାରେ।ପରିସ୍ଥିତି ଅଧ୍ୟୟନ ୨ କୁ ପଢନ୍ତୁ କେମିତି ଦୁଇଟି ବିଦ୍ୟାଳୟର ମୁଖ୍ୟ ସେମାନଙ୍କର ଆବଶ୍ୟକତାଗୁଡିକୁ ଦେଖିବା ପାଇଁ ପରସ୍ପରକୁ ସାହାଜ୍ଯ କରିଥିଲେ।

 

ପରିସ୍ଥିତି ଅଧ୍ୟୟନ ୨ : ଶ୍ରୀଯୁକ୍ତ ପାଢୀ ଓ ସୁଶ୍ରୀ ମହାରଣା ତାଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା

ନିକଟ ଅତୀତତେ ଶ୍ରୀଯୁକ୍ତ ପାଢୀ ଓ ସୁଶ୍ରୀ ମହାରଣା ଙ୍କ ସାକ୍ଷାତ ଏକ ପ୍ରଶିକ୍ଷଣ ଶିବିରରେ ହୋଇଥିଲା ଏବଂ ଜାଣିବାକୁ ପାଇଲେ ଯେ ସେମାନଙ୍କର ବହୁତ ଗୁଡିଏ ଧାରଣ ଏକାପରି ।ପରସ୍ପରକୁ ସହାୟତା ଯୋଗାଇବା ପାଇଁ ସେମାନେ ପ୍ରତ୍ଯେକ ମାସ ଭେଟିବାର ବ୍ୟବସ୍ଥା କଲେ।ମିଳିତ ଭାବରେ ଶିକ୍ଷଣକାର୍ଯ୍ୟ ୩ କୁ କରିବାକୁ ନିଷ୍ପପତି ନେଲେ।ପରସ୍ପର ସାହାଜ୍ଯ କରାକରି ହୋଇ ଉଦାହରଣ ଖୋଜୁଥିଲେ ଓ ପ୍ରଶ୍ନ ପଚରାପଚାରି ହେଉଥିଲେ । “ଆଦର୍ଶ ବ୍ୟବହାର”ଗୁଣାବଳୀ ସମ୍ପର୍କରେ ହୋଇଥିବା କଥାବାର୍ତ୍ତାକୁ ପଢନ୍ତୁ ।

ମୋ ବନ୍ଧୁ ଆପଣ କିପରି ଭାବେ ନିଜର ସଂହତିକୁ ପ୍ରଦର୍ଶିତ କରିବେ ।

ମୁଁ ଭାବେ ଏହା ହେଉଛି ନିଜର ଶିକ୍ଷାର୍ଥୀ ଓ ଶିକ୍ଷକ ମାନଙ୍କୁ ଏକାପରି ଆଚରଣ ପ୍ରଦର୍ଶନ କରିବା ,ମୁଁ ସବୁବେଳେ ସମସ୍ତଙ୍କୁ ଉଚ୍ଚ ସମମ୍ନା ସତ ଆଚରଣ ପ୍ରକାଶ କରିବାକୁ ଚେଷ୍ଟା କରେ।

ଏହି ସପ୍ତାହରେ ଘଟିଥିବା କୌଣସି ଏକ ସମ୍ପର୍କିତ ଘଟଣାକୁ ଆପଣ ଉଦାହରଣ ସହ କହିବେ କି ?

 

 

ବର୍ତ୍ତମାନ ତୁମେ ମୋତେ ଘଟଣାର କେନ୍ଦ୍ର ଆଡକୁ ନେବାକୁ ଚେଷ୍ଟା କରୁଛ ,ବନ୍ଧୁ।କିନ୍ତୁ ତୁମେ ,ଆମ୍ଭେ ମାନେ କଥାକୁ ନାଟକୀୟ ଶୈଳୀରେ କହିଦେଇ ଘରୁ ଏହାକୁ ଆମେ କାର୍ଯ୍ୟରେ ଦେଖେଇ ପାରୁନଥାଇ ଠିକ ଅଛି,ମୋତେ ଟିକେ ଭାବିବାକୁ ଦିଅନ୍ତୁ ।ମୁଁ ବିଦ୍ୟାଳୟରେ ଏହା ସ୍ପଷ୍ଟ କରିଦେଇଛି ଯେ ପ୍ରତ୍ଯେକ ଶିକ୍ଷାର୍ଥୀଙ୍କୁ ସମାନ ଭାବେ ଦେଖାଯିବା ।କିନ୍ତୁ ମୁଁ ଏକ ପରିବାର ପକ୍ଷରୁ ଅଭିଯୋଗ ପାଇଲି ଯେ ଯେଉଁ ମାନେ ବିଶ୍ବାସ କରୁଛନ୍ତି ଯେ ଶ୍ରେଣୀରେ ତାଙ୍କର ଦୁଇ ପୁଅଙ୍କୁ ଅନାଦେଖା କରାଯାଇଛି ।ମୁଁ ଘଟଣ।ଟିକୁ ଅନୁଧ୍ୟାନ କଲି ଏବଂ ସେହି ଶିକ୍ଷାର୍ଥୀ ଦୁଇଜଣଶିକ୍ଷାର୍ଥୀ ଓ ଶିକ୍ଷକ ମାନଙ୍କ ସହ ମଧ୍ୟ ଆଲୋଚନା କଲି।ମୁଁ ଘଟଣାଟି ଉପରେ ଦ୍ରୁଷ୍ଟି ଦେବାକୁ ନିର୍ଦ୍ଦେଶ ଦେଲି ଏବଂ ସେହି ପରିବାର ସହ ଆସନ୍ତା ଏକ ମଧ୍ୟରେ ଆଉଥରେ ସାକ୍ଷାତ କରିବାକୁ ଭାବିଲି ।

 

ହଁ ।ଏଥିରୁ ଏପରି ଲାଗୁଛି,ଯେ ଆପଣ ନିଜର ବ୍ୟକ୍ତିଗତ ସାଧୁତା ।ସଚ୍ଚୋଟତାକୁ ପ୍ରଦର୍ଶନ କରିଛନ୍ତି ଏବଂ ନିଜର ମୂଲ୍ୟବୋଧକୁ ମଧ୍ୟ ସ୍ପ୍ଷ୍ଟଭାବେ ପ୍ରକାଶ କରିଛନ୍ତି।ଆଚ୍ଛା ,ତେବେ କାର୍ଯ୍ୟରେ ଉତ୍ସାହ ଦେଖାଇବା ସମ୍ପର୍କରେ ଆପଣଙ୍କ ମତାମତ କ’ଣ?ଏହାକୁ କାମ କଲାବେଳେ ଏହାକୁ ଅଧିକ କମ କିପରି ପ୍ରକାଶ କରନ୍ତି?

 

 

ଦେଖନ୍ତୁ ,ଯଦିଓ ଶିକ୍ଷଣକୁ ନେଇ ମୁଁ ଖୁବ ଉତ୍ସାହୀ ,କିନ୍ତୁ ମୋତେ ଲାଗେ ମୁଁ କାର୍ଯ୍ୟରେ ସେହି ଉତ୍ସାହକୁ ଦେଖାଇପାରେ ନାହିଁ।ଏବେ ଦିନେ ମୁଁ ଏହା ଲକ୍ଷ୍ୟ କଲି ଯେ,ଯେତେବେଳେ ଶିକ୍ଷକମାନଙ୍କ ସହ ମୁଁ ଅଧିକ ଦଳଗତ କାର୍ଯ୍ୟ ଆରମ୍ଭ କରିବା ଉପରେ ଆଲୋଚନା କଲି,ସେତେବେଳେ ମୁଁ ସେମାନଙ୍କ ଠାରୁ ସେପରି ଭଲ ପ୍ରତିକ୍ରିୟା ପାଇଲି ନାହିଁ।

 

ତୁମେ ଟେସ ଇଣ୍ଡିଆ ର ଦଳଗତ କାର୍ଯ୍ୟ ଉପରେ ଥିବା ଭିଡିଓ ଦେଖିଛ କି?ତୁମେ ଅଲୋଚନାକୁ ଆଗକୁ ନେବା ପାଇଁ ଓ ଶିକ୍ଷକମାନଙ୍କୁ ଏହି ବିଷୟରେ ଚିନ୍ତା କରାଇବା ପାଇଁ ଏହା ଏକ ଭଲ ମାଧ୍ୟମ ।

 

ଏହା ଏକ ଭଲ ଯୋଜନା ।ମୁଁ ମଧ୍ୟ ଭାବୁଛି କିପରି ଶିକ୍ଷକ ମାନଙ୍କୁ ଦଳଗତ କାର୍ଯ୍ୟ ଉପରେ ଗଠନ ମୂଳକ ମତାମତ ଦେଇ ସେମାନଙ୍କ କାର୍ଯ୍ୟପ୍ରତି ମୋର ଉତ୍ସାହକୁ ଦେଖାଇବି ।

 

 

ଶିକ୍ଷକଙ୍କ ବିକାଶ ମୁକ୍ତ ମୌଖିକ ସମ୍ବଳଗୁଡିକୁ ନିରାକଷଣ ଏବଂ କୁହନ୍ତୁ ଏହା ମଧ୍ୟରୁ କେଉଁଗୁଡିକୁ ତୁମେ ଉତ୍ସାହ ସୃଷ୍ଟିକରି ଉପାଦାନ ବୋଲି ପ୍ରସ୍ତାବ ଦେବ ।

 

 

ମୁଁ ଏବେଠାରୁ ଅଧିକ ଉତ୍ସାହ ଅନୁଭବ କରୁଛି ।

 

୪ ଶିକ୍ଷଣ ଯୋଜନା ପ୍ରସ୍ତୁତ କରିବ

ଆପଣଙ୍କର ବୃତ୍ତିଗତ ବିକାଶର ଆବଶ୍ୟକତାଗୁଡିକୁ ଚିହ୍ନଟ କରି ସାରିଥିବା ହେତୁ ଆପଣ ବର୍ତ୍ତମାନ ଏହି ଆବଶ୍ୟକତାଗୁଡିକର ପରିପୂରଣ ପାଇଁ ଏକ ଶିକ୍ଷଣ ଯୋଜନା ପ୍ରସ୍ତୁତ କରିପାରିବେ ।ସମ୍ବଳ-୩ ରେ,ଟେସ ଇଣ୍ଡିଆ ବିଦ୍ୟାଳୟ ନେତୃତ୍ବର ମୁଖ୍ୟ ଶୈକ୍ଷିକ ସମ୍ବଳରେ ଏହାର ଏକ ତାଲିକା ପ୍ରଦାନ କରାଯାଇଛି ।

ଏହି ଏକକ ପରିସମାପ୍ତି ପରେ ଏହି ଆଲୋଚନା ଆରମ୍ଭ କରିବା ଉତ୍ତମ ହେବ-“ଶିକ୍ଷଣ-ଶିକ୍ଷାଦାନ ପ୍ରକ୍ରିୟାରେ ପରିବର୍ତ୍ତନ:pରଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷଣ କୁ ଉନ୍ନତି କରିବାର ଏକ ରାସ୍ତା”ଏହା ମଧ୍ୟ ଟେସ ଇଣ୍ଡିଆ ର ଶୈକ୍ଷିକ ପ୍ରକ୍ରିୟା ପରିଯୋଜନା ର କେନ୍ଦ୍ର ଅଟେ ଏବଂ ଏହା ଆପଣଙ୍କୁ ଉପଲବ୍ଧ ସମ୍ବଳ ଗୁଡିକ ତନ୍ନ ତନ୍ନ ଭାବରେ ବୁଝିବାରେ ମଧ୍ୟ ସାହାଜ୍ଯ କରିବ ।ସମସ୍ତ ସମ୍ବଳଗୁଡିକ ମୁକ୍ତ ଶୈକ୍ଷିକ ସମ୍ବଳ ଅଟନ୍ତି ଯାହାର ଅର୍ଥ ହେଲା ଏଗୁଡିକ ସଂପୂର୍ଣ୍ଣ ଭାବେ ଦେୟମୁକ୍ତ ଏବଂ ଆପଣମାନେ ଏହାର ନକଲ କରି ନିଜ ପରିସ୍ଥିତିରେ ଏହାକୁ ପ୍ରୟୋଗ କରିପାରନ୍ତି ।

ଶିକ୍ଷଣକାର୍ଯ୍ୟ ୪:ଟେସ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳର ସାହାଯ୍ୟରେ ଆପଣଙ୍କ ଶିକ୍ଷଣ ଯୋଜନାର ପ୍ରସ୍ତୁତି ।

ଟେସ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳକୁ ବ୍ୟବହାର କରି ଏବଂ ନିମ୍ନଲିଖିତ ସୋପାନଗୁଡିକର ଅବଲମ୍ବନରେ ନିଜେ ଏକ ଶିକ୍ଷଣ ଯୋଜନା ପ୍ରସ୍ତୁତ କରନ୍ତୁ:-

  1. ମୁକ୍ତ ଶୈକ୍ଷିକ ସମ୍ବଳରେ ବିଦ୍ୟାଳୟ ନେତୃତ୍ଵ ଦକ୍ଷତା ବିଷୟରେ ଥିବା ସମ୍ବଳ-୩ର ସିର୍ସା ଗୁଡିକ ଦେଖନ୍ତୁ ଏବଂ ପ୍ରତ୍ଯେକ ମୁକ୍ତ ଶୈକ୍ଷିକ ସମ୍ବଳ କେଉଁ ବିଷୟରେ କହୁଛି ଅନୁଧ୍ୟାନ କରନ୍ତୁ ।ଜାଣିବାକୁ ଚେଷ୍ଟା କରନ୍ତୁ କିପରି ବିଭିନ୍ନ ଏକକ ଗୁଡିକର ସଂଗଠନ କରାଯାଇଛି ।ଉଦାହରଣ ସ୍ୱରୂପ ଶିକ୍ଷକ ମାନଙ୍କର ବିକାଶ ସମ୍ପର୍କିତ ତିନୋଟି ଏକକ କୁ ସଂଗଠିତ କରାଯାଇଛି।
  2. ତିନୋଟି ଏପରି ଏକକ ଚିହ୍ନଟ କରନ୍ତୁ ଯାହା ଉପରେ ଆପଣ ଅଧ୍ୟୟନ କରିବାକୁ ଚାହିଁବେ ।ଆପଣ କେଉଁ କାମରେ ସେଗୁଡିକ ଅଧ୍ୟୟନ କରୁଛନ୍ତି ତାହାକୁ ନିଜର ଶିକ୍ଷକ ଦୈନନ୍ଦିନରେ ଟିପି ରଖନ୍ତୁ ।
  3. ଆପଣ ବାଚିଠିବା ପ୍ରତି ଏକକ କୁ ସବିଶେଷ ବିଶ୍ଳେଷଣ କରି ନିଷ୍ପତ୍ତି ନିଅନ୍ତୁ ଯେ କେଉଁ ଏକକରେ କେତେ ପରିମାଣର ସମୟ ବିନିଯୋଗ କରିବେ ।
  4. ପ୍ରତ୍ୟେକ କାର୍ଯ୍ୟକାଳ ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ ।କାର୍ଯ୍ୟ-ଗୁଡିକର ପ୍ରାଥମିକତା ,କରିବାକୁ ଥିବା ଯେକୌଣସି ପାଠ୍ୟ ବିଷୟର ଅବଧି ତଥା ଅନ୍ୟ ପ୍ରକଳ୍ପ କିମ୍ବା ଉଦ୍ୟମଗୁଡିକ ପ୍ରତିଥିବା ଆପଣଙ୍କ ପ୍ରାତିବାଂଦ୍ଧାତାଗୁଡିକୁ ଯୋଜନା ପ୍ରସ୍ତୁତି ସମୟରେ ଆଲୋଚନା ପରିସର ମଧ୍ୟରେ ନିଅନ୍ତୁ ।

ସମ୍ବଳ-୪ କୁ ବ୍ୟବହାର କରି ନିଜର ଶିକ୍ଷଣ ଯୋଜନା ଲିପିବଦ୍ଧ କରନ୍ତୁ ।ଏକ ଉପଯୁକ୍ତ ସ୍ଥାନରେ ଏହାକୁ ପ୍ରଦର୍ଶନ କରନ୍ତୁ ଏବଂ ପ୍ରତି ସପ୍ତାହରେ ଏହାକୁ ନିରୀକ୍ଷଣ କରନ୍ତୁ ।

ପରିଶେଷରେ ,କିପରି ବିଭିନ୍ନ ସମ୍ବଳ ଗୁଡିକୁ(ଯଥା ଅନ ଲାଇନ ,ଅଫ ଲାଇନ ପ୍ରିଣ୍ଟଆଉଟ )ହାସଲ କରିବେ ସେ ସମ୍ପର୍କରେ ଚିନ୍ତା କରନ୍ତୁ ଏବଂ କାହା ସହିତ ଆପଣ ନିଜର ଶିକ୍ଷଣର ଅଭିବୃଦ୍ଧି ଓ ସଂଗଠନ ପାଇଁ ଆଲୋଚନା କରିପାରିବେ ସେ ସମ୍ପର୍କରେ ମଧ୍ୟ ଚିନ୍ତା କରନ୍ତୁ ।

 

୫ ଆପଣଙ୍କ ଶିକ୍ଷଣ ଯୋଜନାରେ କ୍ରିୟାଶୀଳତା

ଆପଣ ନିଜର ଶିକ୍ଷ୍ୟକମାନଙ୍କୁ ପାରମ୍ପରିକ ଶିକ୍ଷା ପଦ୍ଧତିରୁ ଜଣେ ବିଦ୍ୟାଳୟ ମୁଖ୍ୟଙ୍କର ଗୁଣାବଳୀ ଓ ଦକ୍ଷତା ହିଁ ଏକମାତ୍ର କାରକ ଯାହା ବିଦ୍ୟାଳୟର ଶିକ୍ଷାଦାନ ଓ ଶିକ୍ଷଣରେ ପରିବର୍ତ୍ତନରେ ବହୁ ପ୍ରଭାବ ପକେଇଥାଏ । ଓହରିବା ପାଇଁ କହିବୀ ଓ ନୂତନ ପଦ୍ଧତିକୁ ପରୀକ୍ଷା କରିବା ପାଇଁ ସମର୍ଥ ଣ କରାଇବା ପର୍ଯ୍ୟନ୍ତ,ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ କୌଣସି ପରିବର୍ତ୍ତନ ହେବନାହିଁ ।

ନିଜେ ଜୀବନ ବ୍ୟାପୀ ଶିକ୍ଷଣ ପାଇଁ ପ୍ରସ୍ତୁତ ହେଲେ ,ନିଜର ଶିକ୍ଷକମାନଙ୍କୁ ମଧ୍ୟ ଶିକ୍ଷଣ ପାଇଁ ପ୍ରସ୍ତୁତ କରାଇ ପାରିବେ। ବିଦ୍ୟାଳୟର ସମସ୍ୟା ସମାଧାନ କରି ଏବଂ ନୂତନ ଉପାୟ ଆବିଷ୍କାର ଆପଣ ଅନ୍ୟମାନଙ୍କୁ ଏ ଦିଗରେ ପ୍ରଭାବିତ କରିପାରିବେ ।

ଶିକ୍ଷକମାନେ ପରିବର୍ତ୍ତିତ ହେବା ପାଇଁ ଆପଣଙ୍କ ପ୍ରେରଣା ର ଆବଶ୍ୟକତା ଅନୁଭବ କରନ୍ତି ।ଆପଣ  ଶିକ୍ଷକମାନଙ୍କୁ ନିମ୍ନଲିଖିତ କାର୍ଯ୍ୟ ମାଧ୍ୟମରେ ସୁଯୋଗ ଏବଂ ପଥ ପ୍ରଦର୍ଶନ କରିପାରିବେ:-

  • ନୂତନ ଧାରଣା ଓ ଅଭ୍ୟାସ ଗୁଡିକର ବ୍ୟବହାର ପାଇଁ ଚେଷ୍ଟା କରିବେ
  • ଶିକ୍ଷକମାନଙ୍କୁ ଗଠନ ମୂଳକ ପରାମର୍ଶ କରିବେ ।
  • ସେମାନଙ୍କ ଶ୍ରେଣୀ କୋଠରୀର ସଫଳତା ଗୁଡିକୁ ବାଣ୍ଟିବା ଓ ଚିନ୍ତନ କରିବ ।
  • ଉନ୍ନତି ପାଇଁ ଭିନ୍ନ ଦିଗରେ କ’ଣ କରଜିପରିବା ତା’ ଉପରେ ଆଲୋଚନା

ପରବର୍ତ୍ତୀ ପରିସ୍ଥିତି ଅଧ୍ୟୟନ ଟି ରେ ନିଜ ଶିକ୍ଷକମାନଙ୍କୁ ଧର୍ଯ୍ୟର ସହ ଶୁଣିବା ଏବ ନେତୃତ୍ବର ସହମତି ଭିତ୍ତିକ ଅଭିମୁକ୍ଷର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି । ଅନ୍ୟମାନଙ୍କୁ ସକ୍ଷମ କରାଇବା ଅର୍ଥ ସେମାନଙ୍କ ସହ ମିଳିମିଶି କାମ କରିବା ଯାହା ଫଳରେ ପରସ୍ପର ସହ ଆଲୋଚନା ହୋଇପାରିବ ଏବଂ ନିଶ୍ଚିତ କରିପାରିବେ ଯେ ଆପଣ ସେମାନଙ୍କ ସହ ମିଳିମିଶି କାମ କରିବା ଯାହା ଫଳରେ ପରସ୍ପର ସହ ଆଲୋଚନା ହୋଇପାରିବ ଏବଂ ନିଶ୍ଚିତ କରିପାରିବେ ଯେ ଆପଣ ସେମାନଙ୍କଠୁ ଶିଖିଛନ୍ତି ।ତେଣୁ ଜଣେ ସମ୍ର୍ଥ୍ୟକାରୀ ଭାବେ ଆପଣ ନିଜ ବିଦ୍ୟାଳୟ ର ପ୍ରତ୍ୟେକ ବ୍ୟକ୍ତି ପାଇଁ ସକ୍ରିୟ ବାତାବରଣ ଓ ଅଂସଗ୍ରହଣ ଭିତ୍ତିକ ଶିକ୍ଷଣ ପରିବେଶ ସୃଷ୍ଟି କରିବେ ।

 

ପରିସ୍ଥିତି ଅଧ୍ୟୟନ ୩:ବିଦ୍ୟାଳୟକୁ ଏକ ନୂତନ ଦ୍ରୁଷ୍ଟି କୋଣରୁ ଦେଖିବା

 

ଏହା ଜଣେ ବିଦ୍ୟାଳୟ ମୁଖ୍ୟଙ୍କ ସହ ସାକ୍ଷାତକାରର ଦସ୍ତାବିଜ  ଅଟେ ଯିଏ ଏଇ ନିକଟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣର ପ୍ରତିଷ୍ଠାନର ପ୍ରାଥମିକ ବିଦ୍ୟାଳୟର ମୁଖ୍ୟଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ।ତାଙ୍କ ବିଦ୍ୟାଳୟ ସୁନ୍ଦର ଭାବେ କାର୍ଯ୍ୟ କରୁଥିଲା ଏବଂ ସେ ବିଦ୍ୟାଳୟର ମୁଖ୍ୟ ହେବା ପରେ ଉପସ୍ଥାନ ବହୁଗୁଣରେ ବୃଦ୍ଧି ପାଇଥିଲା ।ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଜର ଉପସ୍ଥାନର ଅଭିବୃଦ୍ଧି ବିଷୟରେ ଜଣାଇବାକୁ ଖୁବ ଆଗ୍ରହୀ ଥିଲେ।କିନ୍ତୁ ପରେ ଅନୁଭବ କାଲେ ଯେ ନିଜ ବିଦ୍ୟାଳୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଧ୍ୟାନ ଦେବା ଆବଶ୍ୟକ ।

ଏହି ପ୍ରଶିକ୍ଷଣରେ ଟେସ ଇଣ୍ଡିଆ ର ମୁକ୍ତ ଶୈକ୍ଷିକ ସମ୍ବଳର ବିଦ୍ୟାଳୟର ଅନୁଶୀଳନ ଏବଂ ଉନ୍ନତି ମୂଳକ ଯୋଜନା ପ୍ରସ୍ତୁତି ବିଷୟରେ ଆମ୍ଭେମାନେ ଅବଗତ ହେଲୁ। (ନେତୃତ୍ବର ସ୍ଥିତ ବିଦ୍ୟାଳୟର ବ୍ୟକ୍ତିଗତ ଅନୁଶୀଳନକୁ ଆଗକୁ ନେବା ଏବଂ ନେତୃତ୍ବର ସ୍ଥିତି ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ନେବା) ।ମୁଁ ସହକର୍ମୀ ବନ୍ଧୁମାନଙ୍କୁ ଉପସ୍ଥାପନା ଅଭିବୃଦ୍ଧି ସମ୍ପର୍କରେ ଜଣେଇବା ପାଇଁ ଖୁବ ଆଗ୍ରହର ।

ଯେତେବେଳେ ଆମ୍ଭେମାନେ ବିଦ୍ୟାଳୟର ନିଜସ୍ଵ ସମୀକ୍ଷା ଏକକ ଉପରେ କାର୍ଯ୍ୟ କଲୁଆ,ମୁଁ ଖୁବ ଖୁସି ଅନୁଭବ କଲି କାରଣ ମୋ ବିଦ୍ୟାଳୟର ଅନେକ ଜିନିଷ ସୁନ୍ଦର ଭାବେ ପରିଚାଳିତ ହେଉଥିଲା ।କିନ୍ତୁ ତ’ପରେ ପ୍ରଶିକ୍ଷକ ଆମ୍ଭମାନଙ୍କୁ ଆମ ବିଦ୍ୟାଳୟ ର ଶିକ୍ଷକମାନଙ୍କ ବିଷୟରେ ଏବଂ ସେମାନେ ବିଦ୍ୟାଳୟ ବିଷୟରେ କ’ଣ ଭାବୁଛନ୍ତି ତା ବିଷୟରେ ପ୍ରଶ୍ନ ପଚାରିଲେ।ମୋର ତିନିଜଣ ସହକର୍ମୀ ଶିକ୍ଷକ ବିଦ୍ୟାଳୟରେ ଅଛନ୍ତି,କିନ୍ତୁ ମୁଁ ଅନୁଭବ କଲି ଯେ ବିଦ୍ୟାଳୟରେ କରିଥିବା ପରିବର୍ତ୍ତନ ସମ୍ପର୍କରେ ସେମାନେ କ’ଣ ଚିନ୍ତା କରନ୍ତି ମୁଁ ସେ ବିଷୟରେ ଅବଗତ ନୁହେଁ ,କାରଣ ସେମାନଙ୍କୁ ଯାହା କରିବା ପାଇଁ କହିଛି ସେମାନେ ସେସବୁ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ସେମାନେ କେବେ ବି କୌଣସି ପ୍ରଶ୍ନ ପଚାରି ନାହାନ୍ତି ଆମର ବଡ ଶ୍ରେଣିଗୁଡିକ ଦ୍ଵିଗୁଣିତ କରିବାକୁ ଥିବା ହେତୁ,ବିଦ୍ୟାଳୟର ସାନ ପିଲାମାନଙ୍କ ପାଇଁ ଜଣେ ଶିକ୍ଷକ ନିହାତି ଭାବେ ଆବଶ୍ୟକ ଥିଲେ। ମଧ୍ୟ।ନ୍ନ ଭୋଜନ ବିରତି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଲେ ଯେ ସେ ଏଯାଏନ କୌଣସି ଶିକ୍ଷକଙ୍କୁ ଦେବା ପାଇଁ ଖୋଜି ପାରି ନାହାନ୍ତି । ସେ କହିଲେ ଯେ ଦୁଜାନ ଶିକ୍ଷକଙ୍କୁ କହିଥିଲେ କିନ୍ତୁ ସେମାନେ ସେମାନଙ୍କୁ ନ ପଠାଇବାକୁ ଅନୁରୋଧ କରିଛନ୍ତି ।ଏହାଶୁଣି ମୁଁ ଖୁବ ଆଶ୍ଚର୍ଯ୍ୟ ଏବଂ ଚକିତ ହେଲି ।

 

ଯେତେବେଳେ ଆମେ ବିଦ୍ୟାଳୟ ବିକାଶ ଯୋଜନା ଉପରେ କାର୍ଯ୍ୟ କଲୁ, ମୁଁ ଅନୁଭବ କରିବା ଆରମ୍ଭ କଲି କି ମୁଁ ଜଣେ ସ୍ଵେଛାଚାରୀ ଭାବେ ବ୍ୟବହାର କରୁଅଛି ।ମୁଁ ବିଦ୍ୟାଳୟ ଉନ୍ନତି ତଥା ପ୍ରଗତି ପାଇଁ ଅନେକ ନିଷ୍ପତ୍ତି ନେଇଛି ଓ ଅନେକ କାର୍ଯ୍ୟକରି ମଧ୍ୟ କରିଛି କିନ୍ତୁ କୌଣସି ଆଲୋଚନାରେ ସେମାନଙ୍କୁ ଭାଗ ନେବାକୁ,ଚିନ୍ତାଧାରା ପ୍ରକାଶ କରିବାକୁ ସୁଯୋଗ ଦେଇନାହିଁ। ସେମାନଙ୍କ ଅଭିଜ୍ଞତାକୁ ଗୁରୁତ୍ଵ ମଧ୍ୟ ପ୍ରଦର୍ଶନ କରିନାହିଁ। ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନଥିଲା ଯେ ସେମାନଙ୍କ ମଧ୍ୟରେ କେତେଜଣ ଖୁବ ଚ।ପଗ୍ରସ୍ତ ଅନୁଭବ କରୁଥିଲେ ।

 

ମୁଁ ଅନୁଭବ କଲି ଯେ ଯଦିଓ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଆସିବାକୁ ପସନ୍ଦ କରୁଛନ୍ତି,ତଥାପି ଶିକ୍ଷକ ମାନଙ୍କୁ ଅଧିକ ଭଲ ଭାବରେ ଯତ୍ନ ନେବା ଆବଶ୍ୟକ। ମୁଁ ବିଦ୍ୟାଳୟକୁ ଫେରିଲି ଏବଂ ଅଧିକ ସହଭାଗୀପୂର୍ଣ୍ଣ ଓ ମୋ ଶିକ୍ଷକମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଜ୍ଞା କଲି। ପରବର୍ତ୍ତୀ ବୈଠକରେ ଧରାବନ୍ଧା ପ୍ରଶାସନିକ ଢାଞ୍ଚାରେ କାର୍ଯ୍ୟ କରିବା ପରିବର୍ତ୍ତେ ବିଦ୍ୟାଳୟର ଉନ୍ନତି ପାଇଁ ଆମେ କ’ଣ କରିପାରିବା ବୋଲି ପଚାରିଲି । ମୁଁ ଆଶ୍ଚର୍ଯ୍ୟ ହେଲି ଯେ ସେମାନେ କେବଳ ଫଳାଫଳ ଓ ଉପସ୍ଥାପନା ବିଷୟରେ ପ୍ରକାଶ କାଲେ ନାହିଁ । ବାଳିକା ଶିକ୍ଷାର୍ଥୀମାନଙ୍କର ଶ୍ରେଣୀଗୃହରେ ଅଂଶଗ୍ରହଣ ,ବଡ ଶିକ୍ଷାର୍ଥୀମାନେ ସାନା ଶିକ୍ଷାର୍ଥୀଙ୍କ ପ୍ରତି ଦୟା ମନୋଭାବ

ପ୍ରଦର୍ଶନ ଇତ୍ୟାଦି ବିଷୟରେ କହିଲେ ମୁଁ ପ୍ରକୃତିରେ ଏହି ସାମାଜିକ ଦିଗଗୁଡିକ ବିଷୟରେ ଯେବେ ଚିନ୍ତା କରିନଥିଲି ।

 

ତତପରେ ଆମେ ସେଇ ସବୁ ଜିନିଷ ଉପରେ ଆଲୋଚନା କଲୁ ଯେଉଁଥିରେ ଉନ୍ନତି କରିହେବ ,କିନ୍ତୁ ମୁଁ ଅନୁଭବ କଲି ଯେ ସେମାନଙ୍କୁ ସମାଲୋଚନନ କରାଯିବା ସମ୍ପର୍କରେ ଚିନ୍ତିତ ଥିଲି।ମୁଁ ଶିକ୍ଷକମାନଙ୍କୁ ତାଙ୍କ ଭିତରେ ଆଲୋଚନା କରି ସେମାନେ କରିବାକୁ ଚାହୁଁଥିବା କାର୍ଯ୍ୟଗୁଡିକର ତାଲିକା ଦେବାକୁ କହିଲି,ମୁଁ କରିଥିବା ଯେ କୌଣସି କାର୍ଯ୍ୟର ଦୋଷତୃଟିକୁ ବାହାର କରିଲେ ମୁଁ ବାଧା ଦେବୀ ନାହିଁ ବୋଲି କହିଲି।ତା’ପରେ ମୁଁ ବ୍ୟକ୍ତିଗତ ଭାବେ ପ୍ରତିଶିକ୍ଷକଙ୍କୁ ଦେଖା କରି କଥା ହେବାକୁ ନିଷ୍ପତ୍ତି ନେଳି ଯାହା ଫଳରେ ମୁଁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ବିଭିନ୍ନ ଦିଗ ବିଷୟରେ ଜାଣିପାରିବି ଏବଂ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ଜାଣିବି।

କିଛି ଦିନ ପରେ ଆମମାନଙ୍କ ମଧ୍ୟରେ ଆଲୋଚନା ଗୁଡିକ ଅଧିକ ଖୋଲା ଓ ସାଧୁତାର ସହ ହେଲା ଏବନ ବିଦ୍ୟାଳୟର ପରିବର୍ତ୍ତନ ପାଇଁ ଚୋଟୋ ଚୋଟୋ ପଦକ୍ଷେପ ନେଇ ଅଧ୍ୟା ଆମ୍ଭେ ମିଳିତ ଭାବେ କିପରି କାର୍ଯ୍ୟ କରିବୁ ସେ ବିଷୟରେ ମୁଁ ବହୁତ ଜିନିଷ ଜାଣିବାକୁ ପାଇଲି।

ଟିକିଏ ଚିନ୍ତା କରନ୍ତୁ

ଏହି ଘଟନା ଅଧ୍ୟୟନ ଅନୁଶୀଳନ ଓ ମନନ କରନ୍ତୁ। ଆପଣ ଭାବୁଛନ୍ତି ଶିକ୍ଷକମାନେ ଆପଣଙ୍କ ବିଦ୍ୟାଳୟରେ କାମ କରିବାକୁ ପସନ୍ଦ କରନ୍ତି?ସେମାନେ ଅନୁଭବ କରୁଛନ୍ତି କି ଯେ ସେମାନଙ୍କୁ ସହାୟତା ଦିଆଯାଉଛି,ଗୁରୁତ୍ଵ ଦିଆଯାଉଛି ଏବନ ତାଙ୍କ ପାଇଁ ଚିନ୍ତା କରାଯାଉଛି ।ସେମାନେ ଅନୁଭବ କରୁଛନ୍ତି କି?

୬ ଆପଣ ନିଜର ଶିକ୍ଷକମାନଙ୍କ ଉପରେ ଗୁରୁତ୍ୱପ୍ରଦାନ

(ଚିତ୍ର-୨:ଆପଣଙ୍କ ଶିକ୍ଷକ ଆପଣଙ୍କ ବୃତ୍ତିଗତ ବିକାଶର ଉଦାହରଣକୁ ଆଦର୍ଶ ଭାବେ ଅନୁସରଣ କରିବେ)

ଆପଣଙ୍କ ନିଜର ଶିକ୍ଷଣ ପ୍ରତି ମନୋବୃତ୍ତି ସିଧାସଳଖ ଭାବେ ଆପଣଙ୍କ ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶକୁ ମନୋବୃତ୍ତି ଓ ସେମାନଙ୍କର ପ୍ରଭାବିତ କରେ। ଆପଣଙ୍କ ଦକ୍ଷତାର ଅଭିବୃଦ୍ଧି ଏବନ ପ୍ରସ୍ତୁତ ପରିବର୍ତ୍ତନ ପାଇଁ ସେମାନଙ୍କୁ ପରିବର୍ତ୍ତିତ ଓ ଅଭିବୃଦ୍ଧି ପାଇଁ ପ୍ରେରଣା ପ୍ରଦାନ କରେ।ଆପଣଙ୍କ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ହେଲେ ଆପଣଙ୍କ ଶିକ୍ଷକ ଏବନ ସେମାନଙ୍କୁ ଯଥାସମ୍ଭବ ଶ୍ରେଷ୍ଟ ଶିକ୍ଷକ ହେବା ପାଇଁ ଅପନନ ସୁଯୋଗ ଦେବା ଆବଶ୍ୟକ ।ଆପଣଙ୍କ ଏହା ଆଶା ଓ ଆକାଂକ୍ଷା ରହିବା ଆବଶ୍ୟକ ଯେ ସେମାନେ ଅପନକ ଠାରୁ ଅଧିକ ଭଲ ଶିକ୍ଷକ ହୋଇପାରିବେ ।ନିଜ ଶିକ୍ଷକ ମାନଙ୍କୁ ଆଗକୁ ନେବାକୁ କିଛି ବିଦ୍ୟାଳୟ ମୁଖ୍ୟଙ୍କ କଥୋପକଥନ ର ଭିଡିଓ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ।

 

ଭିଡିଓ:ବିଦ୍ୟାଳୟର ନେତୃତ୍ଵ-ଶିକ୍ଷକ ମାନଙ୍କୁ ନେତୃତ୍ଵ ଦେବା ।

ଭିଡିଓ: ବିଦ୍ୟାଳୟ ନେତୃତ୍ଵ-ଶୈକ୍ଷିକ ପରିବେଶ

ଭିଡିଓ:ବିଦ୍ୟାଳୟର ନେତୃତ୍ଵ :sଇକ୍ଷାଦାନ ଓ ଶିକ୍ଷଣର ନେତୃତ୍ଵ ନେବା ।

ଟେସ ଇଣ୍ଡିଆ ର ଶିକ୍ଷକଙ୍କ ପ୍ରଗତି ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକ ଆପଣଙ୍କ ପାଇଁ ସାଧନ ଅଟନ୍ତି ଯାହା ଆପଣଙ୍କ ଶିକ୍ଷକଙ୍କୁ ନୂଆ କୌଶଳ ଶିଖିବା ଓ ବିଭିନ୍ନ ଉପାୟର ଶିକ୍ଷାଦାନକୁ ପ୍ରୟୋଗ କରିବାରେ ସାହାଯ୍ୟ କରିବ ।ଏଗୁଡିକ  ଶିକ୍ଷକଙ୍କୁ ଶିକ୍ଷାର୍ଥୀ ଭାବେ ଦେଖନ୍ତି।ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏବନ ସହକର୍ମୀମାନଙ୍କ ସହ ମିଳିତ ଭାବେ କାର୍ଯ୍ୟକରି ସେମାନେ ନିଜ ବୃତ୍ତିରେ ବିଭିନ୍ନ କୌଶଳ ଓ ସାଧନ ସମ୍ପର୍କିତ ହାସଲ କରିବେ ।

ଶିକ୍ଷକ ପାଇଁ ଶିକ୍ଷଣ ଏକ ଜଟିଳ ଓ ଜୀବନ ବ୍ୟାପୀ ପ୍ରକ୍ରିୟା ।ଶିକ୍ଷକଙ୍କ ଶିକ୍ଷଣ ଓ ବିକାଶ ପାଇଁ ବିଭିନ୍ନ ଢାଞ୍ଚାର ପରାମର୍ଶ ଦିଆଯାଇଛି।ଏକ ନିର୍ଦ୍ଧିଷ୍ଟ ଆଧାର ଅନୁସାରେ ଜେନ ଦକ୍ଷ ଶିକ୍ଷକଙ୍କର ଛଟି ଚିହ୍ନଟ ହୋଇଥିବା ପରିସରରେ ଜ୍ଞାନ ଥିବା ଆବଶ୍ୟକ(ସୁଲମାନ ଓ ସୁଲମାନ,୨୦୦୭)

  • ଦୁରଦୃଷ୍ଟି
  • ଅଭିପ୍ରେରଣା
  • ବୋଧଗମ୍ୟତା/ବୁଝାମଣା
  • ଆଭ୍ୟାସ
  • ମନନ/ଚିନ୍ତନ
  • ଗୋଷ୍ଠୀ

ଦ୍ଵିତୀୟ ସାରଣୀରେ ଏଗୁଡିକ ତନ୍ନ ତନ୍ନ କରି ବିଶ୍ଳେଷଣ କରାଯାଇଛି ।

ସାରଣୀ ୨ ରେ ଏକ ଦକ୍ଷ ଶିକ୍ଷକ ଗୁଡିକ ବିଷୟରେ ମନ୍ତବ୍ୟ ମତ ଦେଇଛି ।

ବୈଶିଷ୍ଟ୍ୟ/ଗୁଣାବଳୀ

ମନ୍ତବ୍ୟ

ଦୁରଦୃଷ୍ଟି

 

ଅଭିପ୍ରେରଣା

 

ବୋଧଗମ୍ୟତା

 

ଅଭ୍ୟାସ

 

ମନନ/ଚିନ୍ତନ

 

ଗୋଷ୍ଠୀ

 

 

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କ ବିଦ୍ୟାଳୟର ଶିକ୍ଷକମାନଙ୍କ କ୍ଷେତ୍ରରେ ଜ୍ଞାନର ଏହି ପରିସର ଗୁଡିକ କିପରି ପ୍ରୟୋଗ ହେଉଛି?
  • ଶିକ୍ଷକମାନଙ୍କ ମଧ୍ୟରୁ କେତେଜଣ ଶିକ୍ଷକଙ୍କୁ ଆପଣ ଉତ୍ତମ ବୋଲି ବିବେଚନା କରୁଛନ୍ତି?
  • ସାମଗ୍ରିକ ଭାବେ ଆପଣଙ୍କ କର୍ମଚାରୀମାନଙ୍କୁ ନିରୀକ୍ଷଣ କରି ସିଦ୍ଧାନ୍ତ କରନ୍ତୁଯେ,କେଉଁ ଦିଗଗୁଡିକ ଅତ୍ୟଧିକ ଆବଶ୍ୟକ କରୁଛି ?

ଟେସ-ଇଣ୍ଡିଆର ମୁକ୍ତ ଶୈକ୍ଷିକ ସମ୍ବଳ ଶିକ୍ଷକଙ୍କ ଶିକ୍ଷଣର ଏ ସମସ୍ତ ଦିଗ ଗୁଡିକୁ ସମର୍ଥନ କରେ,ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକ ବର୍ତ୍ତମାନର ପ୍ରଚଳିତ ଧାରଣା କୁ ଆହ୍ଵାନ ଦିଏ ଏବଂ ଶିକ୍ଷକମାନଙ୍କୁ ଶ୍ରେଣୀଗୃହ ଭିତରେ ନୂତନ ପ୍ରବିଧିକୁ ନେଇ ଚେଷ୍ଟା କରିବାକୁ ଅଭିପ୍ରେରିତ କରେ। ଯେହେତୁ ଅପଣ ଜେନ ବିଦ୍ୟାଳୟ ପ୍ରମୁଖ,ଆପଣ ବିଦ୍ୟାଳୟରେ ଆପଣଙ୍କ  ଶିକ୍ଷକମାନଙ୍କୁ ଉତ୍ସାହ ପ୍ରଦାନ କରି ଓ ସେମାନଙ୍କ ପାଇଁ ଏକାଠି କାମ କରିବାକୁ ସୁଯୋଗ ସୃଷ୍ଟି କରିବା ପରି,ଏକ ସ୍ଥିତିରେ ଅଛନ୍ତି ।

୭ ସାରାଂଶ

ଶିକ୍ଷା କ୍ଷେତ୍ରରେ ସାଂପ୍ରତିକ /ନୂତନ ପରିବର୍ତ୍ତନ ପାଇଁ ଭାରତର ବିଦ୍ୟାଳୟର ମୁଖ୍ୟମାନଙ୍କ ଉପରେ ଅତ୍ୟଧିକ ଦାୟିତ୍ଵ ନିଷ୍ଟ କରିଦେଇ ପାରିଛି ସତ କିନ୍ତୁ ଆପଣ ବିଦ୍ୟାଳୟରେ ବାସ୍ତବରେ ଭିର୍ଣ୍ଣତା ଆଣିବା ପାଇଁ ସେମାନେ ସୁଯୋଗ ସୃଷ୍ଟି କରିଛନ୍ତି ଓ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଫଳାଫଳ ଉପରେ ଆପଣଙ୍କର ପ୍ରଭାବ ଆଣିବା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିଛନ୍ତି ।ଆପଣ ଏକ ବୃତ୍ତିରେ ଅଛନ୍ତି ଯାହାକି ପରିବର୍ତ୍ତନ ହେଉଛି।ଆପଣଙ୍କୁ କୁହାଯାଇଛି ଯେ,ଆପଣ କିଛି ଗୁଣ ଓ ଦକ୍ଷତା ର ପ୍ରଦର୍ଶନ କରନ୍ତୁ ଯାହାକି ଆପଣଙ୍କ ବିଦ୍ୟାଳୟରେ କିଛି ପରିବର୍ତ୍ତନ ଆଣିବା ।ଏହି ଆହ୍ଵାନକୁ ସାମ୍ନା କରିବାକୁ ସାହାଯ୍ୟ କରିବା ଟେସ ଇଣ୍ଡିଆ ର ବିଦ୍ୟାଳୟ ନେତୃତ୍ବର ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକ ।ବିଶେଷ ଭାବରେ ଆପଣଙ୍କ ବିଦ୍ୟାଳୟରେ ଶିକ୍ଷକମାନେ ପ୍ରତ୍ୟେକ କାର୍ଯ୍ୟ କୁ ଅନ୍ୟାନ୍ୟ ଉପାଯରେ କରିବା ପାଇଁ ପ୍ରରୋଚିତ କରିବା ଏବଂ ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫ ଓ ଜାତୀୟ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆଧାର ୨୦୦୯ ଦ୍ଵାରା ନିର୍ଦ୍ଦେଶିତ ନୂତନ ପ୍ରବିଧିକୁ ଗ୍ରହଣ କରିବାକୁ ପ୍ରରୋଚିତ କରିବ।

ଏହି ଏକକତି ଆପଣଙ୍କୁ ଜେନ ସକ୍ରିୟ ଶିକ୍ଷାର୍ଥୀ ରୂପେ ଗୁରୁତ୍ଵ ଦେଇଛି ଏବଂ ଆପଣଙ୍କର ଜ୍ଞାନ ଓ ଦକ୍ଷତା ମଧ୍ୟରେ ଥିବା ଖାଲିସ୍ଥାନକୁ ପୂରଣ କରିବାକୁ ଆପଣ ଏକ ସମାଧାନ ଭିତ୍ତିକ ଧାରା ଗ୍ରହଣ କରୁଛନ୍ତି ।

ଏହି ଏକକରେ କାମ କରିବା ବେଳେ ଟେସ ଇଣ୍ଡିଆ ବିଦ୍ୟାଳୟ ନେତୃତ୍ବର ମୁକ୍ତ ଶୈକ୍ଷିକ ସମ୍ବଳକୁ  ବ୍ୟବହାର କରି ଶିକ୍ଷକ ଯୋଜନା ପ୍ରସ୍ତୁତ କରିବେ।ଆପଣ ଏହି ଯୋଜନାରେ କାମ କରିବା ଉଛି ହେବ।ନିଜର ପ୍ରଗତିକୁ ତଦାରଖ କରିବେ ଏବଂ ଆବଶ୍ୟକ ସ୍ଥଳେ ନିଜର ସହକର୍ମୀଙ୍କ ସହ ବିମର୍ଶ କରିବେ।

 

ସମ୍ବଳ

ସମ୍ବଳ-୧:ଟେସ ଇଣ୍ଡିଆ ସମ୍ବଳ ସମୂହର ସାରାଂଶ

ବିଦ୍ୟାଳୟ ନେତୃତ୍ବର ମୁକ୍ତ ଶୈକ୍ଷିକ ସମ୍ବଳ(ଆପଣଙ୍କ ନିମନ୍ତେ)

ବିଦ୍ୟାଳୟ ମୁଖ୍ୟମନଙ୍କ ପାଇଁ ୨୦ ଟି ମୁକ୍ତ ଶୈକ୍ଷିକ ସମ୍ବଳ ପ୍ରସ୍ତୁତ କରାଯାଇଛି ।(ପ୍ରଧାନଶିକ୍ଷକ ,ଅଧ୍ୟକ୍ଷ,ଉପଧକ୍ଷ ଏବଂ ଏହି ପଦବୀ ପାଇଁ ଆଶାୟୀ ବ୍ୟକ୍ତିମାନଙ୍କ ପାଇଁ )।ଏହି ମୁକ୍ତ ଶୈକ୍ଷିକ ବିଦ୍ୟାଳୟ ମୁଖ୍ୟମନଙ୍କ ବିଭିନ୍ନ ଦିଗର ଭୂମିକକୁ ସହାୟତା ଯୋଗାଇଛି।ବିଦ୍ୟାଳୟକୁ ପରିବର୍ତ୍ତନ ଓ ଉନ୍ନତି ମାଧ୍ୟମରେ ନେତୃତ୍ଵ ଦେବା ପାଇଁ ଯେଉଁ ବ୍ୟବସ୍ଥା ଓ ପ୍ରକ୍ରିୟା ଆବଶ୍ୟକ ସେଗୁଡ଼ିକକୁ ସାମିଲ କରାଯାଇଛି ।ବିଦ୍ୟାଳୟର ମୁଖ୍ୟମନେ ଶିକ୍ଷକ ଶିକ୍ଷାଦାନ କ୍ଷେତ୍ରରେ ବାସ୍ତବ ପରିବର୍ତ୍ତନ ଆଣିବା ପାଇଁ ସକ୍ଷମ କରେଇବାକୁ ସେଗୁଡିକ ପୁସ୍ତକ କରାଯାଇଛି।ସହଭାଗ ଏଗୁଡ଼ିକର ସମ୍ବଳ ତାଲିକା ସମ୍ବଳ ୩ ରେ ପ୍ରଦାନ କରାଯାଇଛି ।

ତା ଦ୍ଵାରା ଶିକ୍ଷଣକୁ ଫଳପ୍ରଦ ଭାବେ କିପରି ଯୋଗାଇବା ତା ଉପରେ ବିଦ୍ୟାଳୟ ଦ୍ରୁଷ୍ଟି କେନ୍ଦ୍ରୀଭୂତ କରେ।

ମୁଖ୍ୟ ସମ୍ବଳ ସମୂହ

ଟେସ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳକୁ ସହାୟତା ପ୍ରଦାନ ପାଇଁ ଏକ ସୂତ୍ରୀ ମୁଖ୍ୟ ସମ୍ବଳ ସ୍ଥାନିତ କରାଯାଇଛି।ଏହି ମୁଖ୍ୟ ସମ୍ବଳଗୁଡିକ ଯାହାକୁ ପ୍ରତି ବିଷୟ ଓ ସ୍ତରରେ ପ୍ରୟୋଗ କରିହେବ।ଏହା ଆପଣାକୁ ଓ ଆପଣଙ୍କ ଶିକ୍ଷକମାନଙ୍କୁ ମୁଖ୍ୟ ଅଭ୍ୟାସ /କାର୍ଯ୍ୟଗୁଡିକ ପାଇଁ ଦିଗଦର୍ଶନ  ଦିଏ।ଏଥିରେ ଶିକ୍ଷାର୍ଥୀମାନଙ୍କୁ ଏବଂ ଶିକ୍ଷଣ କାର୍ଯ୍ୟଗୁଡିକୁ ସଂଗଠନ କରିବାର ଉପାୟ ସଙ୍ଗେ ସଙ୍ଗେ ଶିକ୍ଷକ –ଶିକ୍ଷାର୍ଥୀ ଏବଂ ଶିକ୍ଷାର୍ଥୀ-ଶିକ୍ଷାର୍ଥୀ ମଧ୍ୟରେ ଭାବ ବିନିମୟର ଉପାୟଗୁଡିକ ମଧ୍ୟ ପର୍ଜ୍ୟବେଶିତ ।ଏହି ମୁଖ୍ୟ ସମ୍ବଳଗୁଡିକ ମୁକ୍ତ ଶୈକ୍ଷିକ ସମ୍ବଳରେ ଉପଯୁକ୍ତ ଭାବେ ସ୍ଥାନିତ କରାଯାଇଛି।ଏହା ଶିକ୍ଷକ ପ୍ରଶିକ୍ଷକ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ମୁଖ୍ୟମନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଉପଲବ୍ଧ ଯାହାକୁ ସେମାନେ ପ୍ରଶିକ୍ଷଣ ତଥା ଅନ୍ୟାନ୍ୟ ଏବଂ ସମ୍ପର୍କିତ କାର୍ଯ୍ୟରେ ବ୍ୟବହାର କରିପାରିବେ ।

ଦୃଶ୍ୟ-ଶ୍ରାବ୍ୟ ସାମଗ୍ରୀ

ଏଥିରେ ମୁଖ୍ୟ ସମ୍ବଳ ସହ ସମ୍ପର୍କିତ ଭିଡିଓ କ୍ଲିପ ସ୍ଥାନିତ କରାଯାଇଛି ଯେଉଁଥିରେ ମୁଖ୍ୟ ଶ୍ରେଣୀଗୃହ ପରିଚାଳନା କୌଶଳକୁ ଅଧିକ ବିସ୍ତ୍ରୁତ ଭାବେ ପ୍ରଦର୍ଶନ କରାଯାଇଛି।ଏହି କ୍ଲିପ ଗୁଡିକରେ ଭାରତର ବିଭିନ୍ନ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କୁ ସହଭାଗୀ ଶିକ୍ଷଣ ପ୍ରକ୍ରିୟାର ଅଭ୍ୟାସ ଦେଖିବାକୁ ପାଇବେ ଏବଂ ଦର୍ଶକମାନଙ୍କୁ ନିର୍ଦ୍ଧିଷ୍ଟ ପ୍ରତିକ୍ରିୟା ଓ ବ୍ୟବହାରଗୁଡିକୁ ଜାଣିବାରେ ସହାୟତା ପ୍ରଦାନ କରାଯାଇଛି ।ଭିଡିଓ କ୍ଲିପ ଗୁଡିକ ହିନ୍ଦୀ ଭାଷା ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାର ଅନ୍ୟାନ୍ୟ ରାଜ୍ୟର ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇଛି ।

ଉକ୍ତ ଶୈକ୍ଷିକ ସମ୍ବଳରେ ଏଗୁଡିକ ଆବଶ୍ୟକୀୟ ସ୍ଥାନରେ ଭର୍ତ୍ତି କରାଯାଇଛି ଯେଉଙ୍ଗୁଡିକ ଏକ ସଙ୍କେତ ମାଧ୍ୟମରେ ଚିହ୍ନିତ ହୋଇଛି ଏବଂ ଇଣ୍ଟର୍ନେଟରେ ମଧ୍ୟ ଏହା ବ୍ୟବହାରକାରୀଙ୍କ ଉପଲବ୍ଧ ବ୍ୟବହାରକାରୀ ଏହାକୁ ଡାଊନଲୋଡ କରି ନିଜ କମ୍ପୁଟର ,ଭିଡିଓ ,ଏସଡିକାର୍ଡ ଓ ମୋବାଇଲରେ ବ୍ୟବହାର କରିପାରିବେ ।

ଶିକ୍ଷକ ବିକାଶ ମୁକ୍ତ ଶୈକ୍ଷିକ ସମ୍ବଳ (ଆପଣଙ୍କର ଶିକ୍ଷକମାନଙ୍କ ନିମନ୍ତେ)

ପ୍ରାଥମିକ ସ୍ତରରେ ଚାରିଟି ବିଷୟରେ ୬୦ ଟି ମୁକ୍ତ ଶୈକ୍ଷିକ ସମୃଦ୍ଧ ଅଛି।୧୫ ଟି ଲେଖାଁ ଭାଷା ଓ ସାକ୍ଷରତା ପ୍ରାଥମିକ ଇଂରାଜୀ ,ପ୍ରାଥମିକ ଗଣିତ ଏବଂ ପ୍ରାଥମିକ ବିଜ୍ଞାନ ।ଏହି ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକରେ ଶିକ୍ଷକ ଏଶିକ୍ଷକ ପ୍ରଶିକ୍ଷକମାନଙ୍କ ଉଦ୍ଧିଷ୍ଟ ଏବଂ ଶିକ୍ଷକମାନଙ୍କ ପାଇଁ ଶ୍ରେଣୀଗୃହରେ ପ୍ରୟୋଗ ଯୋଗ୍ୟ ବାସ୍ତବ ଉପାୟ ଗୁଡିକ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବଳ-୨ :ନେତୃତ୍ଵ ଦକ୍ଷତାର ସମୀକ୍ଷା

ସାରଣୀ :ସ ୨.୧ ନେତୃତ୍ଵ ଦକ୍ଷତାର ସମୀକ୍ଷା (ମେଜ ବିଧି ଓ ମିୟର୍ସ ୧୯୯୯ ରୁ ଗ୍ରହଣ କରାଯାଇଛି )

 

ନେତୃତ୍ଵର ଦକ୍ଷତାଗୁଡିକ

ଆପଣ ନିଜକୁ ନିଜେ କିପରି ମୂଲ୍ୟାୟନ କରିବେ (କୋଠରୀରେ ଠିକ ଚିହ୍ନ ଦିଅନ୍ତୁ )

 

କେଉଁ ପରିସ୍ଥିତିରେ ଆପଣ ଶେଷ ଯାଏ କାମ ଏହି କରିଥିଲେ ?

 

 

ଅନ୍ୟମାନଙ୍କ ସହମିଶି କାମ କରିବା

ଅନ୍ୟମାନଙ୍କୁ ସହାୟତା ଦେବା

ଉଚ୍ଚମାତ୍ରାରେ ପାରଦର୍ଶୀ

ଆବଶ୍ୟକ ମାତ୍ରାରେ ପାରଦର୍ଶୀ

ଜମାନୁହେଁ

 

 

ବ୍ୟକ୍ତିଗତ ଉଦ୍ୟମକୁ ସ୍ବୀକୃତି

 

 

 

 

 

ଅନ୍ୟମାନଙ୍କ ଆତ୍ମ ପ୍ରତ୍ୟେୟକୁ ସମ୍ମାନ

 

 

 

 

ଅନ୍ୟମାନଙ୍କର ବିକାଶ ଓ ଚିନ୍ତନ କରିବା ପାଇଁ ସୁଯୋଗ ଦେଇ ଅନ୍ୟ ମାନଙ୍କର ବିକାଶ କରିବା

 

 

 

 

ଉଦବେଗକୁ  କମ କରିବା

 

 

 

ଜଣେ ସମବେଦନସିଲ ଓ ଭାବନାତ୍ମକ ସ୍ରୋତା ହେବା

ନ୍ୟାୟ କରିବା ପୂର୍ବରୁ ସବୁ ଶୁଣିବା ଓ ବୁଝିବାକୁ ଚେଷ୍ଟା କରିବା

 

 

 

 

ବ୍ୟକ୍ତିଗତ ଧାରଣ ଓ ସମସ୍ୟାକୁ ଶୁଣିବା

 

 

 

 

ମତାମତ ଦେବା ପାଇଁ ପ୍ରେରଣା ଦେବା

 

 

 

ଅନ୍ୟକୁ କ୍ଷମତାଶାଳୀ କରିବା

ଅନ୍ୟମାନଙ୍କୁ ନିଷ୍ପତ୍ତି ଓ ଦାୟିତ୍ଵ ନେବା ପାଇଁ କ୍ଷମତା ପ୍ରଦାନ କରିବା

 

 

 

 

ଆଦର୍ଶ ବ୍ୟବହାର

ସମସ୍ତଙ୍କର ବ୍ୟକ୍ତିଗତ ଭାବେ ସାଧୁତା ପ୍ରଦର୍ଶନ

 

 

 

 

ଆପଣ ଆଶାକରୁଥିବା ଆଦର୍ଶ ମନୋବୃତ୍ତି ଓ ମୂଲ୍ଯବୋଧ ର ଉନ୍ନତି

 

 

 

 

ପ୍ରବଳ ଆଗ୍ରହ ଦେଖାଇବା

 

 

 

ନିଷ୍ପତ୍ତି ନେବା

ସ୍ପଷ୍ଟ ପରିଚାଳନା ଓ ଦିଗଦର୍ଶନ ଦେବା

 

 

 

 

ନିଷ୍ପତ୍ତି ନେବା

 

 

 

 

ମୁଖ୍ୟ ସମସ୍ୟା ଗୁଡିକୁ ବୁଝିବା ପାଇଁ ପ୍ରୋତ୍ସୋହନ ଦେବା

 

 

 

ପରିବର୍ତ୍ତନକୁ ପରିଚାଳନା କରିବା

ନୂତନ ଚିନ୍ତାଧାରାରେ କାମ କରିବା ପାଇଁ ଉତ୍ସାହିତ କରିବା

 

 

 

 

ଭବିଷ୍ୟତରେ ଆଶା କରୁଥିବା ସମ୍ଭାବ୍ୟ ସମସ୍ୟା

 

 

 

 

ଭୁଲକୁ ଶିଖିବାର ସୁଯୋଗ ବୋଲି ଭାବିବା

 

 

 

ଦଳଗତ କାର୍ଯ୍ୟକୁ ଉତ୍ସାହିତ କରିବା

ସମସ୍ତଙ୍କୁ ଭାବେ ଦଳଗତ କାମରେ ସାମିଲ କରି ଉତ୍ସାହିତ କରିବା

 

 

 

ସମ୍ବଳ ୩.୧:ଟେସ –ଇଣ୍ଡିଆ ବିଦ୍ୟାଳୟ ନେତୃତ୍ବର ମୁକ୍ତ ଶୈକ୍ଷିକ ସମ୍ବଳର ଶିକ୍ଷଣ ଫଳାଫଳ

ରାଷ୍ଟ୍ରୀୟ ବିଦ୍ୟାଳୟ ନେତୃତ୍ଵ ମୁଖ୍ୟ ପରିସର

ମୁକ୍ତ ଶୈକ୍ଷିକ ସମ୍ବଳ ଶିରୋନାମା

ଶିକ୍ଷଣ ଫଳାଫଳ

ଆଭିମୁଖ୍ୟ କାରଣ

ପ୍ରାଥମିକ ବିଦ୍ୟାଳୟର ମୁଖ୍ୟମନେ ଜଣେ ଲେଖ।ଏଁ ସାମର୍ଥ୍ୟକାରୀ

  • ଆପଣ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା କୌଶଳ ସମୀକ୍ଷା ଏବ ଉନ୍ନତି କରିବାର ପରିସରକୁ ଚିହ୍ନଟ
  • ଟେସ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ପାଠ୍ୟର ବ୍ୟବହାର କରି ନିଜର ନେତୃତ୍ଵ ନେବାର କୌଶଳକୁ ବୃଦ୍ଦି କରିବା
  • ଆପଣଙ୍କ ବିଦ୍ୟାଳୟରେ ସାମର୍ଥ୍ୟକରି କହିଲେ କ’ଣ ବୁଝନ୍ତି ?

ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟମନେ ଜଣେ ଲେଖାଏଁ ସାମର୍ଥ୍ୟକାରୀ

  • ଆପଣ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା କୌଶଳ ସମୀକ୍ଷା ଉନ୍ନତି କରିବାର ପରିସରକୁ ଚିହ୍ନଟ
  • ଟେସ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ପାଠ୍ୟର ବ୍ୟବହାର କରି ନିଜର ନେତୃତ୍ଵ ନେବାର କୌଶଳକୁ ବୃଦ୍ଧି କରିବା

ଆପଣଙ୍କ ବିଦ୍ୟାଳୟରେ ସାମର୍ଥ୍ୟକାରୀ କହିଲେ କ’ଣ ବୁଝନ୍ତି ?

ନେତୃତ୍ଵ  ପରିସର

ଆପଣଙ୍କ ବିଦ୍ୟାଳୟ ପାଇଁ ପରିକଳ୍ପନା

  • ବିଦ୍ୟାଳୟ ପରିକଳ୍ପନା ବିଦ୍ୟାଳୟର ଉନ୍ନତିକାରଣ ପାଇଁ ଦୈନିକ କାର୍ଯ୍ୟକୁ ସୁଚିତ  କରିଥାଏ ।
  • ଆପଣଙ୍କ ବିଦ୍ୟାଳୟର ପରିକଳ୍ପନା କିପରି ଭାବରେ କରିବେ।
  • ପରିକଳ୍ପନାର ପ୍ରସ୍ତୁତି ଓ କର୍ଜୟକାରୀରେ ଅନ୍ୟମାନଙ୍କୁ କିପରି ଭାବରେ ସାମିଲ କରିବେ ଯାହା ଶିକ୍ଷାର୍ଥୀଙ୍କ ପାଇଁ ଭିନ୍ନ ହେବ ।

ବିଦ୍ୟାଳୟର ନିଜସ୍ଵ ସମୀକ୍ଷା ପାଇଁ ନେତୃତ୍ଵ ଦେବା

  • ବିଦ୍ୟାଳୟ ନିଜସ୍ଵ ସମୀକ୍ଷାର ଉପକାରିତା ଓ ସମସ୍ୟା
  • ବିଦ୍ୟାଳୟ ନିଜସ୍ଵ ସମୀକ୍ଷାର ସ୍ୱରୂପ ଓ ଆତ୍ମ ସମୀକ୍ଷାର ସ୍ୱରୂପ ଓ ଆତ୍ମସମୀକ୍ଷର ଚକ୍ର
  • ପରିମାଣାତ୍ମକ ଓ ଗୁଣାତ୍ମକ  ତଥ୍ୟର କିଭଳି ଭାବେ ବ୍ୟବହାର ହେବ ।

ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବ ।

  • ଫଳପ୍ରଦ ବିଦ୍ୟାଳୟ ଯୋଜନା ପ୍ରକ୍ରୟା ମୁଖ୍ୟ ଲକ୍ଷଣ /ବୈଶିଷ୍ଟ୍ୟ
  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ବ୍ୟାପକ ଭାବେ ଯୋଜନା ପ୍ରସ୍ତୁତ କରିବା
  • ବିଦ୍ୟାଳୟ ବିକାଶ ଯୋଜୋନରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ସମ୍ପୃକ୍ତ କରିବା ।
  • ଫଳପ୍ରଦ ବିଦ୍ୟାଳୟ ବିକାଶ ଯୋଜନା ଲେଖିବା ଯାହାକି ଶିକ୍ଷାର୍ଥୀଙ୍କ ଫଳାଫଳରେ ଭିନ୍ନତା ଦେଖାଯିବ ।

 

ବିବିଧତା – ୧ ର ତଥ୍ୟକୁ ବ୍ୟବହାର କାରୀ ବିଦ୍ୟାଳୟରେ ଉନ୍ନତିକାରଣ

  • ବିବିଧତା -୧ ନିଶ୍ଚିତ କରେ ଯେ ସମସ୍ତ ଶିକ୍ଷାର୍ଥୀ ପ୍ରତି ବର୍ଷ ସର୍ବାଧିକ ଶିକ୍ଷଣ ପାଇବେ ।ସେଥିପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ଅଟେ।
  • ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରାଯାଏ ।ଏହାଦ୍ବାରା ବିଦ୍ୟାଳୟରେ ବିଭିଧତା

ସମ୍ପର୍କିତ  ସମସ୍ୟା ଗୁଡିକୁ ବୁଝି ହୁଏ ।

  • ସଂରୁହିତ ତଥ୍ୟକୁ ଶିକ୍ଷାର୍ଥିମାନଙ୍କର ଶିକ୍ଷଣରେ  ଉନ୍ନତି ଆଣିବା ପାଇଁ ବ୍ୟବହାର କରିବା ଓ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବା ।
  • ବିଭିଧତା ସମ୍ପର୍କିତ ତଥ୍ୟକୁ ଗୋଷ୍ଠୀ ଓ ଶିକ୍ଷକ ଉଭୟ ମିଶି ବିଶ୍ଳେଷଣ କରିବାରେ ନେତୃତ୍ଵ ଦେବା ।

ପରିବର୍ତ୍ତନ ପାଇଁ ନେତୃତ୍ଵ ନେବା ଓ ନିଜ ବିଦ୍ୟାଳୟ ଯୋଜନା କରିବା

  • ବିଦ୍ୟାଳୟ ଭିତରେ ପରିବର୍ତ୍ତନ ପାଇଁ ବାହ୍ୟ ଓ ଅଭ୍ୟନ୍ତରୀଣ ପରିଚାଳ ଙ୍କ ଚିହ୍ନଟ  କରିବା ।
  • ପରିବର୍ତ୍ତନକୁ କାର୍ଯ୍ୟକାରୀ କଲାବେଳେ ଦେଖାଯାଉଥିବା ସମସ୍ୟାଗୁଡିକୁ ଚିହ୍ନଟ କରିବା ।
    • ଆପଣଙ୍କ ବିଦ୍ୟାଳୟରେ ପରିବର୍ତ୍ତନ ପାଇଁ ଯୋଜନା କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ।
    • ପରିବର୍ତ୍ତନ ପ୍ରକଳ୍ପ ନେତୃତ୍ବର ଉଦାହରଣ ସୃଷ୍ଟି କରିବା ,ଅନ୍ୟମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିବେ ।

 

ବିଦ୍ୟାଳୟରେ ପରିବର୍ତ୍ତନକୁ କାର୍ଯ୍ୟକାରୀ କରାଇବା

  • ପରିବର୍ତ୍ତନ ପ୍ରକ୍ରିୟାର ସ୍ୱରୂପ ଓ ଲୋକମାନେ ଏଥିପାଇଁ କିପରି ଭାବରେ ପ୍ରତିକ୍ରିୟା ରଖନ୍ତି।
  • ପରିବର୍ତ୍ତନର କେତେକ ମୁଖ୍ୟ ସିଦ୍ଧାନ୍ତ ଓ ବିଦ୍ୟାଳୟରେ ତା ‘ର ପ୍ରାସଙ୍ଗିକତା
  • ଅନ୍ୟମାନଙ୍କ ଦ୍ଵାରା କିପରି ପରିବର୍ତ୍ତନ ପାଇଁ କାର୍ଯ୍ୟକରିବା

ନିଜର ବିକାଶ କରିବା ଓ ନିଜକୁ ପରିଚାଳିତ କରିବା

ନିଜର ବିକାଶ ସହ ପରିଚାଳିତ କରିବା

 

  • କ।ମ ଗୁଡିକୁ ଅଗ୍ରାଧିକାର ଭିଟଟିରେ ସଜାଡିବା ,ଅନ୍ୟକୁ ହସ୍ତାନ୍ତର କରିବା ଏବନ ସମୟର ସର୍ବାଧିକ ବିନିଯୋଗ କରିବା ।
  • ନିଜର ଓ ବୃତ୍ତିଗତ ବିକାଶ ପାଇଁ ଯୋଜନା କରିବା
  • ନିର୍ଦ୍ଦିଷ୍ଟ ମାପଯୋଗ୍ୟ ହସଳଯୋଗ୍ୟ ବାସ୍ତବ ଓ ସମୟକୁ ଧ୍ୟାନରେ ରାଖୀ ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବା ।

ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ରୂପାନ୍ତରିତ କରିବ

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଶିକ୍ଷଣ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନେତୃତ୍ଵ ଦେବା

  • ଶିକ୍ଷା ବିଜ୍ଞାନ ସହିତ ପରିଚିତ ହେବା ସହ ଟେସ-ଇଣ୍ଡିଆର ଗଠନ ପ୍ରଣାଳୀ ସହିତ ମଧ୍ୟ ପରିଚିତ ହେବା ।
  • ଆପଣଙ୍କ ବିଦ୍ୟାଳୟରେ ଏହି ସାମଗ୍ରୀର ବ୍ୟବହାର କରିବା ସମ୍ରଥ୍ୟକୁ ପ୍ରଶଂସା କରିବା ।
  • ଶିକ୍ଷାର୍ଥୀମାନେ ଶିକ୍ଷଣରେ ଅଧିକ ଅଂଶଗ୍ରହଣ ର ଆପଣଙ୍କ ବିଦ୍ୟାଳୟରେ ମୁଖ୍ୟ ବିନ୍ଦୁକୁ ଚିହ୍ନଟ କରନ୍ତୁ ଯାହା ଫଳରେ କରିବେ।

ଶିକ୍ଷାଦାନ ଶିକ୍ଷଣ କ୍ଷେତ୍ରରେ ଉନ୍ନତିକୁ କିପରି ଭାବରେ ବଜାୟ ରଖିବେ ।

ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ କୁ ରୂପାନ୍ତରିତ କରିବା

ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଶିକ୍ଷଣରେ ଉନ୍ନତି ପାଇଁ ନେତୃତ୍ଵ ଦେବ।

  • ଶିକ୍ଷା ବିଜ୍ଞାନ ସହିତ ପରିଚିତ ହେବା ସହ ଠେସ-ଇଣ୍ଡିଆ ର ଗଠନ ପ୍ରଣାଳୀ ସହିତ ମଧ୍ୟ ପରିଚିତ ହେବା ।
  • ଆପଣଙ୍କ ବିଦ୍ୟାଳୟରେ ଏହି ସାମଗ୍ରୀର ବ୍ୟବହାର କରିବା ସାମର୍ଥ୍ୟକୁ ପ୍ରଶଂସା କରିବା ।
  • ଶିକ୍ଷାର୍ଥୀମାନେ ଶିକ୍ଷଣରେ ଅଧିକ ଅଂଶଗ୍ରହଣର ଆପଣଙ୍କ ବିଦ୍ୟାଳୟରେ ମୁଖ୍ୟ ବିନ୍ଦୁକୁ ଚିହ୍ନଟ କରନ୍ତୁ ଯାହା ଫଳରେ କରିବେ ।

ଶିକ୍ଷାଦାନ ଶିକ୍ଷଣ କ୍ଷେତ୍ରରେ ଉନ୍ନତିକୁ କିପରି ଭାବରେ ବଜାୟ ରଖିବେ ।

 

ଶିକ୍ଷକମାନଙ୍କୁ କାର୍ଯ୍ୟ ସମ୍ପାଦନରେ ସହାୟତା ପ୍ରଦାନ

  • ଶିକ୍ଷକମାନଙ୍କ କାର୍ଯ୍ୟକୁ ଆକଳନ କରିବା
  • ବ୍ୟକ୍ତିଗତ ଶିକ୍ଷକଙ୍କର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଯୋଜନା କରିବା
  • କାର୍ଯ୍ୟ ସମ୍ପାଦନ ବାବଦରେ ଶିକ୍ଷକମାନଙ୍କ ସହ ମିଶି କିପରି ଗଠନ ମୂଳକ ବୈଠକ କରିବେ ସେ ସମପରକରେ କିଛି ଧାରଣା ।
  • ଶିକ୍ଷକମାନଙ୍କ କାର୍ଯ୍ୟକୁ ପରିଚାଳନା କରିବା ପାଇଁ କେତେକ ଧାରଣାକୁ ବ୍ୟବହାର କରିବା ।

 

ଶିକ୍ଷକମାନଙ୍କ  ବୃତ୍ତିଗତ ବିକାଶ ନେତୃତ୍ଵ ଦେବ ।

  • ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶ କିପରି ଭାବରେ ବିଦ୍ୟାଳୟ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ପ୍ରଭାବ ପକେଇଥାଏ ।
  • ଆପଣ ଙ୍କ ଶିକ୍ଷକମାନଙ୍କୁ ସେମାନଙ୍କର ବୃତ୍ତିଗତ ବିକାଶର ଅବଶ୍ୟକତାକୁ ଆକଳନ କରିବା ପାଇଁ କେତେକ ଧାରଣା ସାହାଜ୍ଯ କରିବା ।
  • ଯୋଜନା ଓ ତଦାରଖ କରି ପ୍ରତ୍ୟେକ ଶିକ୍ଷକଙ୍କର ବୃତ୍ତିଗତ ବିକାଶ ପାଇଁ ସମର୍ଥ କରିବ ।

 

ତଦାରଖ କରିବା ଓ ଅନୁଶିକ୍ଷତା

  • ତଦାରଖ ଓ ଅନୁଶିକ୍ଷଣ ମଧ୍ୟରେ ଥିବା ତଫାତ କରିବା ଏବଂ କର୍ମଚାରୀମାନଙ୍କ ଶିକ୍ଷଣରେ ଦୁଇଟିଜକକୁ କରିବା ଓ ସହାୟତା ଦେବା ।
  • ଆପଣଙ୍କ ବିଦ୍ୟାଳୟର ଶିକ୍ଷାଦାନ –ଶିକ୍ଷଣ କ୍ଷେତ୍ରରେ ଉନ୍ନତି ପାଇଁ ସହକର୍ମୀମାନଙ୍କ ସହ କଥାବାର୍ତ୍ତା କରିବା ।
  • ସହମତି ପ୍ରକାଶ କରିଥିବା ଫଳାଫଳ ପାଇଁ ଯୋଜନା କରି ଅନୁଶିକ୍ଷଣ ଓ ତଦାରଖ କରିବା ଅଧିବେଶନ ପରିଚାଳନା କରିବା ।
  • ସହମତି କରିଥିବା ଫଳାଫଳ ପାଇଁ ଯୋଜନା କରି ଅନୁଶିକ୍ଷଣ ଓ ଯାଞ୍ଚ କରିବା ଅଧିବେଶନ ପରିଚାଳନା କରିବା ।
  • ଆପଣଙ୍କ ବିଦ୍ୟାଳୟରେ ଅନୁଶିକ୍ଷଣ ସଂସ୍କୃତିର ଉପକାର ବିଷୟରେ ବିଚାର କରିବା ।

ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତନ

ନିଜ ବିଦ୍ୟାଳୟରେ ଫଳାଫଳ ଶିକ୍ଷଣ ସଂସ୍କୃତି ବିକାଶ

  • ବିଦ୍ୟାଳୟର ସଂସ୍କୃତି କଣ ଓ ଏହା କିପରି ଭାବରେ ଶିକ୍ଷଣକୁ ପ୍ରଭାବିତ କରେ।
  • ନିଜ ବିଦ୍ୟାଳୟର ସନ୍ସ୍କ୍ର୍ଟିକୁ ଚିହ୍ନିବା ଆରମ୍ଭ କରିବା
  • ଶିକ୍ଷଣ ପାଇଁ ନିଜ ବିଦ୍ୟାଳୟରେ କେତେକ ସାକାରାତ୍ମକ କୌଶଳର ବିକାଶ କରିବା ।

 

ସମନ୍ଵିତ ଶିକ୍ଷାର ବିକାଶ

  • ସହକର୍ମୀମାନଙ୍କ ସହ ବିବିଧତା ,ସମତା ଓ ସମନ୍ଵୟ ଶିକ୍ଷାର ବୁଝାମଣା
  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟଗୁଡିକୁ ଅଗ୍ରାଧିକାର ଭିତ୍ତିରେ  ସଜାଡିବା

 

 

  • ସମସ୍ତଙ୍କ ସହ ମିଶି ଅବହେଳିତ ଓ ବହିସ୍କାର ହୋଇଥିବା ଶିକ୍ଷାର୍ଥୀଙ୍କ ସମସ୍ଯା ପାଇଁ ଯୋଜନା ପ୍ରସ୍ତୁତି କରି କାର୍ଯ୍ୟ କରିବା
  • ଆପଣଙ୍କ ହସ୍ତକ୍ଷେପ ପରେ କ’ନ ପ୍ରଭାବ କପେଇଛି ଜାଣିବା ପାଇଁ ମୂଲ୍ୟାୟନ କରିବା ।

 

ଶିକ୍ଷାର୍ଥୀଙ୍କ ଫଳପ୍ରଦ ଶିକ୍ଷଣ ପାଇଁ ସମ୍ବଳଗୁଡିକର ପରିଚାଳନା

  • ବିଦ୍ୟାଳୟ ଭିତରେ ଓ ବହରେ ବ୍ୟାପକ ଭାବରେ ଉପଲବ୍ଧ ଥିବା ସମ୍ବଳଗୁଡିକୁ ବୁଝିବା ।
  • ବିଦ୍ୟାଳୟ ଭିତରେ ଥିବା ବିଭିନ୍ନ ସମ୍ବଳ ମଧ୍ୟରୁ ଯେଉଙ୍ଗୁଡିକ ମୁଖ୍ୟତଃ ବ୍ଯବହ୍ରୁତ ହେଉନାହିଁ ସେଗୁଡିକ ଚିହ୍ନଟ କରିବା ।
  • ସହକର୍ମୀମାନଙ୍କୁ ନିୟୋଜିତକରି ନିଶ୍ଚିତ କରିବା ଯେ ଶିକ୍ଷକ ପାଇଁ ସମ୍ବଳଗୁଡିକ ଉପଯୁକ୍ତ ଓ ଫଳପ୍ରଦ ଭାବେ ବ୍ୟବହୃତ ହେଉଛି।
  • ଆପଣଙ୍କ ବିଦ୍ୟାଳୟରେ ସମ୍ବଳଗୁଡିକର ଫଳପ୍ରଦ ବ୍ୟବହାର ପାଇଁ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବା ।

 

ନିଜ ବିଦ୍ୟାଳୟରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପାଇଁ ନେତୃତ୍ଵ ଦେବା।

  • ଆପଣଙ୍କ ବିଦ୍ୟାଳୟରେ ଯେତେ ପ୍ରକାରର ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଇପାରେ ସେଗୁଡିକ ପାଇଁ ଅନ୍ତର୍ଦୃସ୍ତିର ଆବଶ୍ୟକତା ଅଛି।
  • ବିଦ୍ୟାଳୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସୃଜନାତ୍ମକ ବ୍ୟବହାର
  • ନିଜ ଶିକ୍ଷଣକୁ ସହାୟତା ନେବା ପାଇଁ ଇନଟରନେଟ ର ବ୍ୟବହାର
  • ଶିକ୍ଷକ ମାନଙ୍କୁ ଶ୍ରେଣୀରେ ଓ ନିଜର ଶିକ୍ଷଣ ପାଇଁ ଇଣ୍ଟରନେଟକୁ ବ୍ୟବହାର କରିବାକୁ ସହାୟତା ପ୍ରଦାନ ।

ଭାଗୀଦାରୀ ନେତୃତ୍ଵ

ଗୋଷ୍ଠୀ ଓ ଅଭିଭାବକଙ୍କ ସହ ନିୟୋଜିତ ହେବା

  • ରାଜ୍ୟରେ ଥିବା ମୁଖ୍ୟ ଅନୁଷ୍ଠାନମାନଙ୍କ ସହ ଫଳପ୍ରଦ ସମ୍ପର୍କ ଗଠନ କରିବା ।
  • ଅନ୍ୟ ବିଦ୍ୟାଳୟ ଓ ବେସରକାରୀ ସଂସ୍ଥା ସହ ମିଶି ଏକାଠି କାମ କରିବା ।
  • ଗୋଷ୍ଠୀର ସଂଗଠନ ବିଶେଷ ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସହ ସୁନ୍ଦର ଭାବେ ମିଶିବ ।
  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ର ଉନ୍ନତି ଆଣିବା ପାଇଁ ସୁନ୍ଦର ଭାବରେ ଅଭିଭାବକଙ୍କ ସହ ମିଶିବ ।

ଟେସ ଇଣ୍ଡିଆ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate