ସମସ୍ତ ବୈଜ୍ଞାନିକ ଅନୁସନ୍ଧାନ, ପର୍ଯ୍ୟବେକ୍ଷଣ କୌଶଳରୁ ହିଁ ଆରମ୍ଭ ହୋଇଥାଏ । ବୈଜ୍ଞାନିକ ପଦ୍ଧତିରେ ପର୍ଯ୍ୟବେକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହା ବିଶ୍ଳେଷଣ, ବିଶ୍ଳେଷଣାମ୍ବକ ଉପସ୍ଥାପନ, ଉପସଂହାର ଆଦି ଦିଗଗୁଡିକ ସହ ଜଡିତ ।
ଏହି ଏକକ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣର ଗୁରୁତ୍ବ ଉପଲବ୍ଧିରେ ସହାୟକ ହେବ । ସେମାନେ ଯତ୍ନ ର ସହିତ ବୈଜ୍ଞାନିକ ପଦ୍ଧତିରେ ପର୍ଯ୍ୟବେକ୍ଷଣ କରିବାର ଦକ୍ଷତା ହାସଲ କରିବେ ଯାହାଫଳରେ ସେଗୁଡ଼ିକର ଧାରା (pattern)କୁ ଦେଖିପାରିବେ । ଏହି ଏକକରେ ଛାୟା, ଦିନ ଓ ରାତି ସଂପର୍କରେ ଆଲୋଚନା କରାଯାଇଛି । ଏହା ଏପରି ଏକ ପ୍ରସଂଗ ଯାହା ସଂପର୍କରେ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଆସିବା ପୂର୍ବରୁ କିଛି କିଛି ଧାରଣା ନେଇ ଆସିଥାଆନ୍ତି । ସେମାନେ ଦିନ ଓ ରାତି ଅନୁଭବ କରିଥାଆନ୍ତି, ଆକାଶକୁ ନିରୀକ୍ଷଣ କରିଥାନ୍ତି, ଛାୟା ଦେଖିଥାଆନ୍ତି । ଏହି ଏକକ ବିଦ୍ୟାଳୟ ପ୍ରସଂଗରେ ଅନୈପଚାରିକ ଙଗରେ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ଶିକ୍ଷକଙ୍କୁ ସାହାଯ୍ୟ କରବା ।
ଫଳପ୍ରଦ ବିଜ୍ଞାନ ଶିକ୍ଷଣ ପାଇଁ ଶିକ୍ଷାର୍ଥୀଙ୍କ ପର୍ଯ୍ୟବେକ୍ଷଣ ଦକ୍ଷତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ଅଟେ । ଶିକ୍ଷାର୍ଥୀମାନେ ସାଧାରଣତଃ କୌତୁହଳୀ, ସେମାନେ ପୃଥୁବୀର ବିଭିନ୍ନ କାର୍ଯ୍ୟଗୁଡିକ କିପରି ହୁଏ ଜାଣିବାକୁ ଇଛା କରନ୍ତି ତେଣୁ ବିଭିନ୍ନ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ । ଉଦାହରଣ – ଅନେକ ଶିକ୍ଷାର୍ଥୀ ଓ ବୟସ୍କମାନେ ଆକାଶକୁ ଦେଖି ସମୟକୁ ଆକଳନ କରିପାରନ୍ତି, କିନ୍ତୁ ଦିନ ରାତି କିପରି ହୁଏ ଜାଣନ୍ତି କି ? ଛାଇ କିପରି ତିଆରି ହୁଏ ଜାଣନ୍ତି କି ? ଶିକ୍ଷାର୍ଥୀମାନେ କିପରି ନିଜର ଜ୍ଞାନ ବଢାଇବା ପାଇଁ ଆପଣ ସୁଯୋଗ ସୃଷ୍ଟି |
କୌଣସି ବିଷୟର ଗଠନ ଶୈଳୀକୁ ଅନେକ ସମୟ ଧରି ନିରୀକ୍ଷଣ କରିବା ଗୁରୁତ୍ଵପୂର୍ଣ୍ଣ କାରଣ :
କରିବା ସହ ସେମାନଙ୍କ ନିୟୋଜିତ କରିବାର ସୁଯୋଗ ସୃଷ୍ଟି କରିବା
କରିବାରେ ସାହାଯ୍ୟ କରେ ।
ଶିକ୍ଷାର୍ଥୀମାନଙ୍କୁ କୌଣସି ଜିନିଷକୁ ନିକଟରୁ ନିକଟତର ଓ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣକରିବା ପାଇଁ ସୁବିଧା ସୁଯୋଗ ଯୋଗାଇଲେ ଅଧୁକରୁ ଅଧୁକ ସମୟ ଆବଶ୍ୟକ ହୋଇଥାଏ । ଏହି ସମୟ ବିନିଯୋଗ ଏକ ଉପାଦେୟ ବିନିଯୋଗ ଯାହା ଶିକ୍ଷାର୍ଥୀଙ୍କୁ ତାଙ୍କ ନିଜସ୍ଵ
ଦୁନିଆ ଓ ବିଜ୍ଞାନ ବିଷୟରେ ଜାଣିବା ପାଇଁ ଅଧୁକ ଉତ୍ସାହ ଓ ଆଗ୍ରହ ଆଣିଦେବ ।
ଏପରି ଅନେକ କାର୍ଯ୍ୟ ଅଛି ଯେଉଁଥୁରେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ ସୁଯୋଗ ଦିଆଯାଇ ପାରିବ। ଫଳରେ ଶିକ୍ଷାର୍ଥୀମାନେ ଛାୟା ବିଷୟରେ ଅଧୁକରୁ ଅଧୁକ ଜାଣିପାରିବେ । ଏଗୁଡିକ ମଧ୍ୟରେ ଛାୟା ଖେଳ ଅନ୍ୟତମ । ଯେଉଁଥିରେ ଶିକ୍ଷାର୍ଥୀମାନେ ଛାୟାରେ ପାଦପକାଇ ଜଣକୁ ଧରିବାକୁ ଚେଷ୍ଟା କରିବେ, ଛାୟାକୁ ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ପଦ୍ଧତି ବାହାର କରିବେ ଇତ୍ୟାଦି । କମ୍ ବୟସ୍କ ଶିକ୍ଷାର୍ଥୀମାନେ ଛାୟା କିପରି ହୁଏ ଓ କିପରି ଆକୃତି ବଦଳାଏ ଜାଣିବା ପୂର୍ବରୁ ଛାୟା ସଂପର୍କିତ ଖେଳ ଖେଳିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଦରକାର ।
ଖେଳ ଏପରି ଏକ ମାଧ୍ୟମ ଯାହା ଜରିଆରେ ଶିକ୍ଷାର୍ଥୀମାନେ ନିଜର ଏକ ସ୍ଵତନ୍ତ୍ର ଧାରଣା ସୃଷ୍ଟି କରିପାରନ୍ତି । ଘଟୁଥିବା ଘଟଣାଗୁଡିକ ସମସ୍ତଙ୍କ ପାଇଁ ଅଲଗା ହୋଇପାରେ । ଶିକ୍ଷକ ହିସାବରେ ସେହି ଧାରଣାଗୁଡିକ ଯେପରି ଅଛି । ସେହିପରି ଗ୍ରହଣ କରିବା, ଚିନ୍ତନ ପ୍ରକ୍ରିୟାକୁ ବିକାଶ କରାଇବା, ବଢ଼ାଇବା ଆଦି କାରଣ । ଏହିପରି କରିବା ଦ୍ଵାରା ସେମାନଙ୍କ ଧାରଣା ସମ୍ପର୍କିତ ଆଲୋଚନା କରିବା ସହଜ ଜୋହାଇଥାଏ |
ପଞ୍ଚମ ଶ୍ରେଣୀର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲତିକା କରିଥୁବା କାର୍ଯ୍ୟର ବିବରଣୀ
ପ୍ରଥମେ ଛାୟା କିପରି ସୃଷ୍ଟି ହୁଏ ଶିକ୍ଷାର୍ଥୀମାନେ ଜାଣନ୍ତୁ, ବୁଝନ୍ତୁ ଏହା ମୁଁ ଚାହିଁ ପ୍ରଥମେ ଗୋଟିଏ ଧନ୍ଦା ପଚାରିଲି - ତୁମକୁ ପ୍ରତିଦିନ କିଏ ଅନୁସରଣ କରେ ମାତ୍ର ମଝିରେ କିଛି ସମୟ ଲୁଚିଯାଏ ? ଶିକ୍ଷାର୍ଥୀମାନେ ଅନୁମାନ କରି କହିଲେ ଏହା ଏକ ଛାୟା । ମୁଁ ପରସ୍ପରିଲି, ସେମାନଙ୍କର ଛାୟା କିପରି ସୃଷ୍ଟି ହୁଏ ? ଗୋଟିଏ ଟର୍କି ଆଲୁଅର ଉତ୍ସ ସମ୍ମୁଖରେ ନିଦା ବସ୍ତୁଟିଏ ରଖିଲେ କିପରି ଛାୟା ସୃଷ୍ଟିହୁଏ ଦେଖାଇଲି । ସେମାନେ ଶ୍ରେଣୀ ବାହାରେ ସୂର୍ଯ୍ୟକିରଣରେ ଛାୟା ଓ ଶ୍ରେଣୀ ଭିତରେ ଟର୍ଜ ସାହାଯ୍ୟରେ ଛାୟା ତିଆରି କଲେ । ସେମାନେ ହାତ ସାହାଯ୍ୟରେ ପଶୁମାନଙ୍କର ଛାୟା ତିଆରି କଲେ ଓ ଅତ୍ୟଧିକ ଆନନ୍ଦିତ ହେଉଥିଲେ । ଟର୍କର ସ୍ଥାନ ବଦଳାଇ ଛାୟାମାନଙ୍କର ଆକୃତିର ପରିବର୍ଭନ କରୁଥିଲେ ।
ପରବର୍ତୀ ପାଠରେ: – ମୁଁ ସେମାନଙ୍କୁ ପଚାରିଲି “ଛାଇ ଦିନ ତମାମ ସେହିପରି ରହେ କି ? ” କିଛି ଶିକ୍ଷାର୍ଥୀ ପରିବର୍ତନକୁ ଲକ୍ଷ୍ୟ କରିଥିଲେ । କିଛି ଶିକ୍ଷାର୍ଥୀ କରି ନଥିଲେ ମୁଁ ପଚାରିଲି ଛାୟାର ପରିବର୍ତନ କିପରି ହୋଇଥିଲା । ସେମାନେ ଛାୟା କିପରି ପରିବର୍ଭନ ହେଉଥିଲା ନିଶ୍ଚିତ ନଥିଲେ । ତେଣୁ ଦଳରେ ସେମାନେ ଆଲୋଚନା କରିବାକୁ ମୁଁ କହିଲି । ଛାୟା ପ୍ରକୃତରେ ପରିବର୍ଭନ ହେଉଛି କି ? କେଉଁ କାରଣ ଯୋଗୁଁ ଏ ପରିବର୍ତନ ହୋଇପାରୁଛି ? ସେମାନେ ଦଳରେ ଆଲୋଚନା କଲେ । ଆଲୋଚନା ଗୁଡିକ ବାସ୍ତବରେ ଜୀବନ୍ତ ଥିଲା । ଛାୟା କିପରି ତିଆରି ହେଉଥିଲା ନିରୀକ୍ଷଣ କରିବା ପାଇଁ ସେମାନଙ୍କ ମୁଣ୍ଡରେ ଅନେକ ଧାରଣା ଥିଲା । ଶେଷରେ ସେମାନେ ଖୋଲା ପଡିଆରେ ବସ୍ତୁର ଛାୟା ଦିନର ବିଭିନ୍ନ ସମୟରେ କିପରି ହେଉଛି ଜାଣିବା ପାଇଁ ଏକ ସହଜ ବାଟ ସ୍ଥିର କଲେ । ଦଳରେ ଶିକ୍ଷାର୍ଥୀମାନେ ଗୋଟିଏ ରୁଲ ବାଡ଼ି, ପେନସିଲ, ଚକ, ଖାତା ଏବଂ ଗୋଟିଏ ବସ୍ତୁ ବାରିଲେ । ଖୋଲା ପଡିଆରେ ଏପରି ସ୍ଥାନଟିଏ ସ୍ଥିର କଲେ ଯେଉଁଠିକୁ ସେମାନେ ବାରମ୍ବାର ଯାଇପାରିବେ । ସେଠାରେ ବସ୍ତୁଟିକୁ ରଖି ତାର ଛାୟାକୁ ଚକରେ ଚିହ୍ନ ଦେଇ ମାପ କଲେ । (ଚିତ୍ର-2) ଯେଉଁଠାରେ ଚକ୍ କାମ ଦେଲା ନାହିଁ ସେଠାରେ ଗୋଟିଏ କାଠି ସାହାଯ୍ୟରେ ପଡିଆରେ ଚିହ୍ନ ଦେଲେ । କିଛି ଶିକ୍ଷାର୍ଥୀ ନିଜର ଛାୟାର ଲମ୍ବା ଚଉଡା, ଚିହ୍ନ ଦେଇ ସମୟ ମାପି ରଖିଲେ । ଅବଶ୍ୟ ମୁଁ ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟକୁ ନ ଦେଖିବା ପାଇଁ ସତର୍କ କରିଥିଲି ।
ପ୍ରତ୍ୟେକ ଦଳରୁ ଜଣେ ତା’ଖାତାରେ ଛାୟା ଆଙ୍କି ତାଙ୍କ ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରିଥିଲା । ଦିନତମାମ ଆମେ ତିନିଥର ଏ କାମ କରିବାକୁ ପଡିଆକୁ ଯାଇଥିଲୁ ଏବଂ ମାପ ନେଇଥିଲୁ । ମୁଁ ଲକ୍ଷ୍ୟ କରୁଥିଲି ସେମାନେ ଯାହା କରୁଥିଲେ ତା ସଂପର୍କରେ କେତେ କଥା ହେଉଥିଲେ । କଣ କାମ ସବୁ କରୁଥିଲେ, ଦିନତମାମ ଯାହା କଲେ ତାହା ବିଷୟରେ ଆଲୋଚନା କରୁଥିଲେ । ମୁଁ ମଧ୍ୟ ସେମାନଙ୍କର କାମ କରୁଥିବା ସମୟରେ ଛାୟାଗୁଡିକର ଫଟୋ ଉଠାଇ ରଖିଥିଲି ଯେପରି ଭବିଷ୍ୟତରେ ସେମାନେ ଛାୟା ଗୁଡିକୁ ତୁଳନା କରିପାରିବେ ।
ଶେଷରେ ମୁଁ ପରସ୍ପରିଲି - ଡ୍ରାଇଁ ଗୁଡିକ ଦେଖି ଆଲୋଚନା କରି କେଉଁ ସିଦ୍ଧାନ୍ତରେ ପହଂଚିଛନ୍ତି ? ଅଧୁକା’ଶ ଶିକ୍ଷାର୍ଥୀ ବୁଝୁଥିଲେ ଯେ ଛାୟାଗୁଡିକର ପରିବର୍ତନ ହେଉଛି ଓ ଛାୟାଗୁଡିକ ବୁଲୁଛନ୍ତି । ଏହି ପରିବର୍ତନ ଓ ପୂର୍ଣ୍ଣନ ସୂର୍ଯ୍ୟଙ୍କର ଅବସ୍ଥିତି ଉପରେ ନିର୍ଭର କରୁଛି । ଅନ୍ୟମାନେ ମୋ ଫୋନରେ ଥିବା ଫଟୋଗୁଡିକର ପରିବର୍ତନ ଦେଖିବା ସହଜ ମନେ କରୁଥିଲେ ।
ଟିକିଏ ଚିନ୍ତା କରନ୍ତୁ
ଛାୟା ବିଷୟରେ ଶିକ୍ଷାର୍ଥୀମାନଙ୍କର କ'ଣ ଧାରଣା ଅଛି ଶ୍ରୀମତୀ ଲତିକା କିପରି ଜାଣିଲେ ?
ଶ୍ରୀମତୀ ଲତିକା ଶିକ୍ଷାର୍ଥୀଙ୍କ କାମରୁ ବାହାରୁଥିବା ନିଷ୍କର୍ଷରୁ ଖୁସିଥିଲେ କାରଣ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଶିକ୍ଷାର୍ଥୀମାନେ ଛାୟାର ପରିବର୍ଭନ ଓ ଛାୟା କିପରି ତିଆରି ହୁଏ। ଠିକରେ ବୁଝୁଥିଲେ । ପୂର୍ବବର୍ଷ ଶିକ୍ଷାର୍ଥୀମାନେ କେବଳ ବହିରୁ ପଢିଥିଲେ । ସେ ଅନୁଭବ କଲେ କେବଳ ପର୍ଯ୍ୟବେକ୍ଷଣ ଯୋଗୁ ହିଁ ଶିକ୍ଷାର୍ଥୀମାନେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଛାୟା ସୃଷ୍ଟି ବିଷୟରେ ଜାଣିଲେ । ସେମାନେ ଆବଶ୍ୟ କଥା ହେଉଥିଲେ ସେମାନେ ଦେଖିଥିବା, ଆଙ୍କିଥିବା ଓ ଫଟୋର ଛାୟା ଏକା ପ୍ରକାର ଥିଲା । ଆପଣା ମନେ “ଦଳଗତ କାର୍ଯ୍ୟର ବ୍ୟବହାର ଓ ଶିକ୍ଷଣ ସମ୍ବନ୍ଧୀୟ ଆଲୋଚନା’ର ମୂଳ ଉତ୍ସକୁ ପଢି ନିଜ ଶ୍ରେଣୀରେ ଶିକ୍ଷାର୍ଥୀଙ୍କ ଦଳଗତ ଆଲୋଚନା କାମ କରାଇ ପାରିବେ ।
କୌଣସି ପ୍ରସଙ୍ଗ ପଢ଼ାଇବାବେଳେ ଉପକ୍ରମ ହିଁ ଶିକ୍ଷାର୍ଥୀଙ୍କୁ ପାଠ ପ୍ରତି ମନୋଯୋଗୀ ହେବାକୁ ପ୍ରଭାବ ପକାଏ ଓ ସେ ଅନୁସାରେ ଶିକ୍ଷାର୍ଥୀମାନେ ଶ୍ରେଣୀରେ ଭାଗ ନିଅନ୍ତି । ଶିକ୍ଷାର୍ଥୀଙ୍କ ଆଗ୍ରହକୁ ଧରି ରଖୁବା ପାଇଁ ଓ ସେମାନେ କ'ଣ ଜାଣିଛନ୍ତି ଜାଣିବା ପାଇଁ କିଛି ସମୟ ଚିନ୍ତା କରିବା ଓ ନୂଆ ନୂଆ ବାଟ ଖୋଜିବା ଆବଶ୍ୟକ ଇତ୍ୟାଦି ଧନ୍ଦାରୁ ପାଠଟିକୁ ଆରମ୍ଭ କରଥିଲେ ଆପଣମାନେ ଗୋଟିଏ ଗପ ବ୍ୟବହାର କରିପାରିବେ ।
ଶିକ୍ଷଣ କାର୍ଯ୍ୟ-1: ଶ୍ରେଣୀ ଗୃହରେ ପର୍ଯ୍ୟବେକ୍ଷଣ କରିବାର ଧାରା
ନିଜ ଶିକ୍ଷାର୍ଥୀଙ୍କୁ ନେଇ ଏ କାର୍ଯ୍ୟ କରିବା ପୂର୍ବରୁ ନିଜେ ପ୍ରଥମେ ପରୀକ୍ଷା କରିନେବା ଦରକାର ଏବଂ ଏ ପରୀକ୍ଷା ଶିକ୍ଷାର୍ଥୀର ଶିକ୍ଷଣରେ କିପରି ସାହାଯ୍ୟ କରିବ ଜାଣିବା ଦରକାର । ଛାୟା ସହ ଖେଳିବା ଶିକ୍ଷାର୍ଥୀଙ୍କୁ କେତେଦୂର ବୁଝିବାରେ ସାହାଯ୍ୟ କରିବା ଆବଶ୍ୟକ ।
ନେଇପାରନ୍ତି ।
ଶିକ୍ଷାର୍ଥୀମାନେ କ’ଣ ଶିଖିବେ, କିପରି ଶିଖିବେ ଏବଂ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଆପଣ ଶିକ୍ଷଣକାର୍ଯ୍ୟ କିପରି ବ୍ୟବହାର କରି ପାରିବେ ସେ ସଂପର୍କିତ ବିବରଣୀ ନିଜେ ଲେଖି ରଖନ୍ତୁ ।
ବର୍ତମାନ ଆପଣ ଏକ ପର୍ଯ୍ୟବେକ୍ଷଣ ମୂଳକ ଅନୁସନ୍ଧାନ କରିବାକୁ ଯାଉଛନ୍ତି ଆପଣ ବର୍ଭମାନ ଶ୍ରୀମତୀ ଲତିକା କରିଥିବା କାର୍ଯ୍ୟଟିକୁ ବା ତଳେ ଦିଆଯାଇଥିବା କାର୍ଯ୍ୟ ସଂପର୍କିତ ପର୍ଯ୍ୟବେକ୍ଷଣ କରିବାକୁ ଯୋଜନା କରିପାରିବେ । ଆପଣ ଯଦି ବିଷୁବରେଖା ଅଞ୍ଚଳରେ ଅଛନ୍ତି ତେବେ ସୂର୍ଯ୍ୟଘଡି ଏ ପ୍ରକାର ପରିବର୍ତନ ପାଇଁ ଉପଯୋଗୀ ହେବ ନାହିଁ । ସେ କ୍ଷେତ୍ରରେ ଆପଣ ଶିକ୍ଷାର୍ଥୀଙ୍କୁ ଟର୍କ ବ୍ୟବହାର କରି ବସ୍ତୁଠାରୁ ବିଭିନ୍ନ ଦୂରତାରେ ପଡୁଥିବା ଛାୟା ସଂପର୍କରେ ଅନୁସନ୍ଧାନ କରିବାକୁ ଦେଇପାରିବେ ।
ଶିକ୍ଷଣ କାର୍ଯ୍ୟ-2: ପର୍ଯ୍ୟବେକ୍ଷଣ ପାଇଁ ଯୋଜନା ଓ ଶିକ୍ଷାଦାନ
ଦିଆଯାଇଥିବା କାର୍ଯ୍ୟର ବିବରଣୀ ସହ ସାଧନ-1 ପାଠ ଯୋଜନା ପଢନ୍ତୁ । ଏହା କାର୍ଯ୍ୟଟିକୁ ନିର୍ବାହ କରିବାକୁ ସାହାଯ୍ୟ କରିବା ଏବଂ ଆପଣ କାର୍ଯ୍ୟଟିରୁ ଶିକ୍ଷାର୍ଥୀମାନେ କଣ ଓ କିପରି ଶିଖିବେ ଚିହ୍ନଟ କରିପାରିବେ । ଶିକ୍ଷାର୍ଥୀଙ୍କ ବୟସ ଓ ଦକ୍ଷତାକୁ ଆଖି ଆଗରେ ରଖି ଯୋଜନାଟିଏ ତିଆରି କରନ୍ତୁ ।
କାର୍ଯ୍ୟଟିକୁ ଆଗକେଇ ନେବା
10. ଆପଣ ଶ୍ରେଣୀରେ ପଡୁଥିବା ବିଭିନ୍ନ ଛାୟା ମାପିବାକୁ କହି କାର୍ଯ୍ୟଟିକୁ ଆଗେଇ ନେଇ ପାରନ୍ତି । ଛାୟା ଗୁଡିକର ମାପକୁ ନେଇ ସ୍ତମ୍ଭଲେଖରେ ଦର୍ଶାଇ ଦିଆଯାଇପାରେ । ଶିକ୍ଷାର୍ଥୀମାନେ ଏ ଚିତ୍ରରୁ ଛାୟାର ଗଠନ ପ୍ରଣାଳୀକୁ (ପରିବର୍ତନ) ଚିହ୍ନଟ କରି ବୁଝାଇ ପାରିବେ କି?
ଯେତେବେଳେ ପାଠଟିକୁ ଆଗେଇ ନେବେ ଶିକ୍ଷାର୍ଥୀମାନେ କଣ କଥା ହେଉଛନ୍ତି, କିପରି କାମ କରୁଛନ୍ତି ନିରୀକ୍ଷଣ କରିବା ଦରକାର । ପରେ ନିମ୍ନମତେ ଚିନ୍ତା କରନ୍ତୁ । -
ଏହି କାର୍ଯ୍ୟଟିରେ କ’ଣ ସବୁ ଠିକ୍ ଥିଲା ? ପରବର୍ତୀ ପର୍ଯ୍ୟାୟରେ ଏହି ପ୍ରସଂଗ ପଢାଇଲାବେଳେ କଣ ପରିବର୍ତନ କରିବେ ?
ମନଯୋଗ ଓ ଯନ୍ସର ସହ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କଲେ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାକୁ ଇଛା କରନ୍ତି । ଏହା ବିଜ୍ଞାନଭିଭିକ ଅନୁସନ୍ଧାନର ମୂଳଦୂଆ ଅଟେ । ବୈଜ୍ଞାନିକମାନେ ଅନ୍ୟ ବୈଜ୍ଞାନିକମାନଙ୍କର ପରୀକ୍ଷଣଗୁଡିକୁ ବାରମ୍ବାର କରିବା ଦରକାର, ଯାହାଦ୍ଵାରା
ତାଙ୍କର ସିଦ୍ଧାନ୍ତକୁ ଅନ୍ୟ ବୈଜ୍ଞାନିକ ମାନଙ୍କ ସିଦ୍ଧାନ୍ତ ସହ ମିଳାଇ ଦେଖିବାର ସୁଯୋଗ ମିଳେ । ଏଥିରୁ ବୁଝାପଡେ ଯେ ଧାରାବାହିକ ଭାବରେ ପର୍ଯ୍ୟବେକ୍ଷଣର ଫଳାଫଳକୁ ଲିପିବଦ୍ଧ କରିବା ଆବଶ୍ୟକ । ଏହା ଦ୍ଵାରା ଭବିଷ୍ୟତରେ ସମସ୍ତେ ଯେପରି ସମାନ ଭାବରେ ପର୍ଯ୍ୟବେକ୍ଷଣ କରିବେ ସେଥିପାଇଁ ନିଜକୁ ପ୍ରସ୍ତୁତ ରଖିବେ । କଣ ଦେଖିବାକୁ ଅଛି, କ’ଣ ଶୁଣିବାକୁ , କ’ଣ ଅନୁଭବ କରିବାକୁ ଅଛି ଜାଣିଲେ ତଥ୍ୟଗୁଡିକର ତୁଳନା କରିବାକୁ ଦଳରେ ସମସ୍ତଙ୍କୁ ସୁଯୋଗ ମିଳେ । ଗୋଟିଏ ଦୃଷ୍ଟିରୁ ଦେଖିଲେ କାର୍ଯ୍ୟଟି ଶିକ୍ଷାର୍ଥୀଙ୍କୁ ସେମାନଙ୍କ ପର୍ଯ୍ୟବେକ୍ଷଣ କୌଶଳ ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ବିଜ୍ଞାନଭିଭିକ ଅନୁସନ୍ଧାନର ଗୁରୁତ୍ଵ ବୁଝିବାକୁ ସାହାଯ୍ୟ କରେ ।
ଏହି ପ୍ରସଙ୍ଗ ସଂପର୍କିତ ଅନେକ ଧାରଣା ଏପରି ଅଛି ଯାହା ସେଗୁଡ଼ିକର ଅମୁର୍ଭ ପ୍ରକୃତି ଯୋଗୁଁ ବୁଝିବା କଷ୍ଟକର ହୋଇଥାଏ । ପୃଥିବୀ ନିଜ ଅକ୍ଷ ଟ୍ରିପାଖରେ ଘୁରେ ଏହା ଦେଖାଇବା ସମ୍ଭବ ନୁହେଁ । ଏଥିପାଇଁ କହ୍ନା କରିବା ଆବଶ୍ୟକ ହୁଏ । ସାଧାରଣ ଭାବେ ଆମେ କହିଥାଉ ସୂର୍ଯ୍ୟ ଆକାଶରେ ଘୁରେ କିନ୍ତୁ ପ୍ରକୃତରେ ପୃଥୁବୀ ଘରେ । ଯଦିଓ ଆମେ ଘୁରିବା ଦ୍ଵାରା ତାର ପ୍ରଭାବ ଦେଖିପାରୁ, ଆମେ ଘୁରିବାଟା ଅନୁଭବ କରିପାରୁ ନାହିଁ । ଯେତେବେଳେ ଆମେ ଏହି ପ୍ରକ୍ରିୟା ଶିକ୍ଷାର୍ଥୀଙ୍କୁ ବୁଝାଇଥାଉ ସେମାନେ ଦ୍ଵନ୍ଦରେ ପଡନ୍ତି । ପ୍ରକୃତରେ ଯାହା ହୁଏ ଓ ଶିକ୍ଷାର୍ଥୀମାନେ ଯାହାସବୁ ଧାରଣା କରିଥାଆନ୍ତି ସମାନ୍ତରାଳ ଭାବରେ ଗତି କରେ । ସେ ଦୁଇଟି କେବେ ମିଶି ପାରନ୍ତି ନାହିଁ । ଏହି ଧାରଣାଗୁଡିକ ସ୍ପଷ୍ଟ କରିବା ପରେ ନମୂନା ନେଇ ବୁଝାଇବାକୁ ହୋଇଥାଏ । ତେଣୁ ଆପଣମାନେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା, ଅନୁସନ୍ଧାନ କରିବା, ଲିପିବଦ୍ଧ କରିବା ପାଇଁ ସୁଯୋଗ ଦେବା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାର୍ଥୀଙ୍କୁ ନମୁନା ସହ ପରିଚିତ କରାଇବା ପୂର୍ବରୁ ପରିବର୍ଭନ କିପରି ହୁଏ। କିଛି ଧାରଣା ଦେବା ଦରକାର ଯାହା ସେମାନେ ଗ୍ରହଣ କରି ସଂଗଠିତ କରିବେ ।
ଟିକିଏ ଚିନ୍ତା କରନ୍ତୁ
ପରିସ୍ଥିତି ଅନୁଧାନ 2: ଚନ୍ଦ୍ରର ପର୍ଯ୍ୟବେକ୍ଷଣ
ଅନୌପଚାରିକ ଭାବରେ ଶିକ୍ଷାର୍ଥୀମାନେ ଚନ୍ଦ୍ରକଳା ଦେଖିଥାଆନ୍ତି । ଶ୍ରୀମତୀ ପଣ୍ଡା ଶିକ୍ଷାର୍ଥୀଙ୍କୁ କିପରି ସୁବ୍ୟବସ୍ଥିତ ଭାବରେ ପର୍ଯ୍ୟବେକ୍ଷଣ କରିବା ଓ ତାକୁ ଲିପିବଦ୍ଧ କରିବାରେ ସହଯୋଗ କରିଛନ୍ତି, ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଆପଣ ସାଧନ-୨ “ସ୍ଥାନୀୟ ସମ୍ବଳର ବ୍ୟବହାର” ପଢିପାରନ୍ତି ଓ ଶ୍ରେଣୀ ବାହାରେ କାମ କରିବାର ସମସ୍ୟାଗୁଡ଼ିକ ଜାଣି ପାରିବେ । ମୁଁ ଶିକ୍ଷାର୍ଥୀମାନଙ୍କୁ କହିଲି ଆମେ ଆଜିଠୁଁ ମାସେ ପର୍ଯ୍ୟନ୍ତ ଚନ୍ଦ୍ରକୁ ଦେଖିବାକୁ ଯାଉଛୁ । ପୂର୍ଣ୍ଣମୀ ରାତିରୁ ଆରମ୍ଭ କରିବା ପାଇଁ ବାଛିଲି କାହିଁକି ନା ତା ଦ୍ଵାରା ଶିକ୍ଷାର୍ଥୀମାନେ ଚନ୍ଦ୍ରର ପରିବର୍ଭନକୁ ଦେଖୁ ପାରିବେ । ସେମାନଙ୍କୁ ଚନ୍ଦ୍ରର ଚିତ୍ର ପ୍ରତିରାତିରେ କରିବାକୁ କୁହାଗଲା । ପ୍ରତ୍ୟେକ ରାତିରେ ଶିକ୍ଷାର୍ଥାଏ। ଚନ୍ଦ୍ରର ଦୁଇଟି ଚିତ୍ର ପ୍ରସ୍ତୁତ କଲେ । ପ୍ରତ୍ୟେକଙ୍କୁ ପ୍ରତି ସପ୍ତାହରେ ୨ଟି ପର୍ଯ୍ୟବେକ୍ଷଣ କରିବାକୁ ମିଳିଲା । କେହି ଜଣେ ଭୂଲିଗଲେ ବି ଚିତ୍ର ଅନ୍ୟ ଜଣେ କରୁଥିଲେ ।
ପ୍ରତ୍ୟେକ ଦିନ ମୁଁ ସେମାନଙ୍କୁ ମନେ ପକାଇ ଦେଉଥିଲି ସେମାନେ ଯେପରି ପ୍ରତିରାତିରେ ବିଛଣାକୁ ଯିବା ପୂର୍ବରୁ ୨ଟି ଚିତ୍ର କରନ୍ତି । ଚନ୍ଦ୍ରର ୨ ଟି ଚିତ୍ର ତା’କ ଖାତାରେ ଅଙ୍କନ କରିବେ ଓ ତାରିଖ ଲିପିବଦ୍ଧ କରିବେ । ଦଳରେ କିଏ ଚିତ୍ର ଅଙ୍କନ କରିବା ମୁଁ ସୂଚନା ଦେଉଥିଲି ।
ଯେହେତୁ ଅଧୁକାଂଶ ଭାରତୀୟ ଉତ୍ସବ ଚନ୍ଦ୍ରମାସ ଅନୁସାରେ ହୁଏ । ମୁଁ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଅଭିଭାବକମାନଂକୁ ପଚାରି ସେମାନେ କେଉଁ ଉତ୍ସବ କେଉଁ ରୀତିନୀତି ଅନୁସାରେ ପାଳନ କରୁଛନ୍ତି ଚିତ୍ର ପାଖରେ ଲେଖି ରଖିବେ । କେହି କେହି ସେମାନଙ୍କ କଥୋପକଥନକୁ ମଧ୍ୟ ଫୋନରେ ଲିପିବଦ୍ଧ କରିଥିଲେ । ଆମେ ତାକୁ ଶ୍ରେଣୀରେ ଶୁଣିଲୁ ।
ଯେହେତୁ ଶିକ୍ଷାର୍ଥୀମାନେ ଚିତ୍ର ତିଆରି କରିଥିଲେ ତାକୁ କାନ୍ଥରେ ଟାଙ୍ଗି ପାରିଲେ ଓ ଚିତ୍ରରେ ଚନ୍ଦ୍ରର ପରିବର୍ତନକୁ ଆମେ ଦେଖିପାରିଲୁ । ଶିକ୍ଷାର୍ଥୀମାନେ ପ୍ରକୃତରେ ତାଙ୍କ କୃତି ଗୁଡିକୁ ଦେଖି ଖୁସି ହେଉଥିଲେ ।
ଗୋଟିଏ ପୂର୍ଣ୍ଣଚନ୍ଦ୍ରମାସ (28 ଦିନ) ଶେଷ ହେବା ପରେ ଆମେ ଚିତ୍ରଗୁଡିକୁ ଦେଖିଲୁ । ମୁଁ ଶିକ୍ଷାର୍ଥୀଙ୍କୁ ପଚାରିଲି ସେମାନେ ଚିତ୍ରରେ କିଛି ଗଠନ ଶୈଳୀକୁ ଦେଖିପାରୁଛନ୍ତି କି ? ସେମାନେ ଚନ୍ଦ୍ରର ଆକୃତିରେ କିପରି ନିୟମିତ ପରିବର୍ତନ ହୋଇ ପୂର୍ଣ୍ଣମୀର ଚନ୍ଦ୍ରରେ ପରିଣତ ହୁଏ ନିରୀକ୍ଷଣ କଲେ । ଶିକ୍ଷାର୍ଥୀମାନେ ପ୍ରକୃତରେ ବହୁତ ଖୁସି ଅନୁଭବ କରୁଥିଲେ ଓ ଚନ୍ଦ୍ର ସଂପର୍କରେ ଅନେକ ପ୍ରଶ୍ନ ପଚାରିଲେ । ମୁଁ ପ୍ରକୃତରେ ସେମାନଙ୍କ କୃତିକୁ କାନୁରେ ଦେଖି ଖୁସି ହେଉଥିଲି । ଶିକ୍ଷାର୍ଥୀମାନେ ତାଙ୍କ ଶିକ୍ଷଣରେ ଖୁସି ହେଉଥିଲେ । ସେଥିରେ ମୁଁ ଖୁସି ଅନୁଭବ କରୁଥିଲି । ମୁଁ ପରବର୍ତୀ ନିର୍ଘଣ୍ଟଗୁଡିକରେ ଚନ୍ଦ୍ରର ପରିବର୍ତନର ନମୁନା ନେଇ ବୁଝାଇବା ପାଇଁ ସ୍ଥିର କଲି ଓ ସେମାନଙ୍କୁ ଚିତ୍ର ସହ ସଂପର୍କିତ କଲି ।
ପରବର୍ତୀ ମାସରେ ଶିକ୍ଷାର୍ଥୀମାନେ ଚନ୍ଦ୍ରର ବିଭିନ୍ନ ଆକୃତି ସଂପର୍କରେ ମତାମତ ଦେଉଥିଲେ ଓ ଚିତ୍ର ସହ ଚନ୍ଦ୍ରର ଆକୃତିକୁ ରାତିରେ ସଂପର୍କିତ କରୁଥିଲେ ।
ଟିକିଏ ଚିନ୍ତା କରନ୍ତୁ
ଶ୍ରୀମତୀ ପଣ୍ଡା ଏହି କାର୍ଯ୍ୟରୁ ଶିକ୍ଷାର୍ଥୀମାନେ କିପରି ଅଭିପ୍ରେରିତ ହେଲେ ଲକ୍ଷ୍ୟ କଲେ । ଏପରି କାହିଁକି ହେଲା ବୋଲି ଆପଣ ଭାବୁଛନ୍ତି ? ଶିକ୍ଷଣ ଉପରେ ଏହା କିପରି ପ୍ରଭାବ ପକାଇବ ? ଏହି ଧାରଣାକୁ ଆପଣମାନେ କିପରି ବ୍ୟବହାର କରିବେ ?
ଚନ୍ଦ୍ରର ଆକୃତିର ପରିବର୍ତନ ସହ ଧାର୍ମିକ ଉତ୍ସବର ସଂପର୍କକୁ ଯୋଡିବା ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଗୋଟିଏ ଭଲ ଉପକ୍ରମ କହିଲେ
ଅତ୍ୟୁକ୍ତ ହେବ ନାହିଁ । ଯେତେବେଳେ ପ୍ରସଙ୍ଗଟି ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାର୍ଥୀଙ୍କ ସଂପର୍କିତ ହୋଇଥାଏ ତାହା ଶିକ୍ଷାର୍ଥୀଙ୍କୁ ଅଧୁକ ଉତ୍ସାହ ଦେବା
ସହ ଅଧୁକରୁ ଅଧୁକ ପର୍ଯ୍ୟବେକ୍ଷଣ କରିବାକୁ ସୁଯୋଗ ଦିଏ । ପର୍ଯ୍ୟବେକ୍ଷଣ କରିବାକୁ ସୁବିଧା ସୁଯୋଗ ଯୋଗାଇଲେ ଶିକ୍ଷାର୍ଥୀମାନେ ଖୋଲାମନରେ ପୃଥିବୀକୁ ଦେଖିବେ ଓ ଅଧୁକରୁ ଅଧୁକ ଖୁସି ହୋଇ ଅଭିପ୍ରେରିତ ହେବେ ।
ଶିକ୍ଷାର୍ଥୀମାନେ କେତେ କାର୍ଯ୍ୟ କରିପାରିବେ ତାହା ସେମାନଙ୍କ ବୟସକୁ ଦେଖି ଆପଣମାନେ ଆଶା କରିବେ । ବଡ ଶ୍ରେଣୀରେ ଶିକ୍ଷାର୍ଥୀମାନେ ହୁଏତ ଅଧୁକରୁ ଅଧୁକ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟବେକ୍ଷଣ କରି ଖାତାରେ ଟିପି ପାରନ୍ତି । ଛୋଟ ଶ୍ରେଣୀର ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଆପଣମାନେ ଏହାକୁ ସାଧାରଣ ପର୍ଯ୍ୟବେକ୍ଷଣ ସ୍ତରରେ ରଖିବେ । ଶିକ୍ଷାର୍ଥୀମାନେ ପୃଥୁବୀର ଆବର୍ତନ, ଦିନରାତି ଓ ଚନ୍ଦ୍ରକୁ ପୃଥୁବୀର ଏକ ଉପଗ୍ରହ ରୂପେ ଭଲଭାବରେ ଜାଣିବା ପରେ ଏହାକୁ ଆଧାର କରି ଚନ୍ଦ୍ରକଳାର ହ୍ରାସବୃଦ୍ଧି ସମ୍ପର୍କରେ ଭଲଭାବରେ ବୁଝି ପାରିବେ । ଗୋଟିଏ ତାଞ୍ଚା ଯାହା ଶିକ୍ଷାର୍ଥୀମାନେ କିପରି ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରିବେ ବୁଝାଇବା ବେଳେ ବ୍ୟବହାର କରିପାରିବେ । ସମ୍ବଳ-4କୁ ମଧ୍ୟ ଦେଖୁ ପାରିବେ ।
ଶିକ୍ଷାର୍ଥୀଙ୍କ ପାଖରେ ଛାୟା, ଦିନରାତି, ଋତୁ, ରାତ୍ରିର ଆକାଶ ସମ୍ବନ୍ଧରେ ଯେଉଁ ଧାରଣା ଥାଏ ତାକୁ ବୈଜ୍ଞାନିକ ଢଙ୍ଗରେ ବୁଝାଇବା ନିଶ୍ଚତ କଷ୍ଟସାଧ୍ୟ । ସାରା ପୃଥୁବୀରେ ଅନେକ ସଂସ୍କୃତିରେ ଚନ୍ଦ୍ରକୁ ନେଇ ଅନେକ ଗନ୍ଧ ରହିଛି । ଚନ୍ଦ୍ରର ହ୍ରାସବୃଦ୍ଧିକୁ ନେଇ ଅନେକ ଧାରଣା, ରହସ୍ୟମୟ ଗନ୍ଧ ମଧ୍ୟ ରହିଛି । ସେମାନଂକ ମଧ୍ୟରୁ କିଛି ଆମ ସଂସ୍କୃତିରେ ମଧ୍ୟ ଦେଖାଯାଏ ଓ ତାହା ଆଜି ବି ଆଲୋଚନା ହେବା ଦରକାର । ଚନ୍ଦ୍ର ସଂପର୍କିତ ଆମ ବୁଝାମଣା 1969 ମସିହାରେ ଚନ୍ଦ୍ରରେ ମଣିଷର ପ୍ରଥମ ପଦାର୍ପଣ ପର୍ଯ୍ୟନ୍ତ ପରିବର୍ଭନ
ସାଧାରଣଭାବରେ ଆମେ ପ୍ରାୟ ଦୈନନ୍ଦିନ ଜୀବନରେ ଚନ୍ଦ୍ର ସଂପର୍କରେ ଅନେକ କଥା କହିଥାଉ ଯାହା ଶିକ୍ଷାର୍ଥୀଙ୍କ ପାଖରେ ଭୂଲ ଚୁଝାମଣା ମଧ୍ୟ ସୃଷ୍ଟି କରିଥାଏ । ଆମେ ଜହ୍ନରାତି, ଚକ୍ଚକ୍ ଜହ୍ନ, ଆଦି ଶବ୍ଦ (ଯାହାକି ଠିକ୍ ନୁହେଁ) ବ୍ୟବହାର କରିଥାଉ । ଚନ୍ଦ୍ର ଯେ ଆଲୋକର ଉତ୍ସ ନୁହେଁ ବରଂ ଏହା ସୂର୍ଯ୍ୟର ଆଲୋକରେ ଆଲୋକିତ ଏହା ଶିକ୍ଷାର୍ଥୀମାନଙ୍କ ପକ୍ଷରେ ବୁଝିବା କଷ୍ଟକର । ଅଧୁକା°ଶ ଶିକ୍ଷାର୍ଥୀ ଚନ୍ଦ୍ରର ହ୍ରାସବୃଦ୍ଧିକୁ ଲକ୍ଷ୍ୟ କରିପାରିଥାଆନ୍ତି ଏବଂ ଶିକ୍ଷାର୍ଥୀମାନେ ଅମାବାସ୍ୟା, ପୂର୍ଣ୍ଣମୀ ଓ ଦାଆ ପରି ଚନ୍ଦ୍ର ସହ ପରିଚିତ ଥିବେ ।
ତୁମେ ଆକାଶରେ ଚନ୍ଦ୍ରକୁ ଦେଖୁଛ । ସବୁ ରାତିରେ ଚନ୍ଦ୍ର ଏକାପରି ଦେଖାଯୋଏ କି ? ପୂର୍ଣ୍ଣିମୀ ରାତିରେ ଚନ୍ଦ୍ର କିପରି ଦେଖାଯାଏ ? ପୂର୍ଣ୍ଣମୀର ଦୁଇଦିନ ପରେ ଚନ୍ଦ୍ର ସେହିପରି ଦେଖାଯାଏ କି ? ତୁମେ ଚନ୍ଦ୍ରର ଆକୃତିରେ କି କି ପରିବର୍ଭନ ଦେଖୁଛ, ମନେ ପକାଅ । ପୂର୍ଣ୍ଣମୀ ଠାରୁ ଦଶଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଆକୃତିର କିପ୍ରକାର ପରିବର୍ଭନ ଦେଖୁଛ ତାହାର ଚିତ୍ର ଖାତାରେ ଅଙ୍କନ କର ।
ଚନ୍ଦ୍ରର ପ୍ରଥମ ଚିତ୍ର କେଉଁ ଦିନର ଚନ୍ଦ୍ର ପରି ଦେଖାଯାଉଛି ?
ଚନ୍ଦ୍ରର ଦ୍ଵିତୀୟ ଚିତ୍ରରେ ଆଲୋକିତ (ଧଳା) ଅଂଶ କମି ଯାଉଛି କି ?
ଚନ୍ଦ୍ରର ତୃତୀୟ ଚିତ୍ରରେ କେତେ ଅଂଶ ଆଲୋକିତ ଅଂଶ ରହିଛି କି ?
ଚନ୍ଦ୍ରର ପଞ୍ଚମ ଚିତ୍ରରେ ଆଲୋକିତ ଅଂଶ ରହିଛି କି ?
ଚନ୍ଦ୍ରର ଷଷ୍ଠ ଚିତ୍ରରେ ଆଲୋକିତ ଅଂଶ ବଢି ନବମ ଚିତ୍ରରେ ପୁଣି ପୂରା ଆଲୋକିତ ଦେଖାଗଲା ।
ତୁମେ ଅଙ୍କନ କରିଥୁବା ଚିତ୍ରରେ ଏପରି ହୋଇଛି କି?
ପୂର୍ଣ୍ଣମୀ ଦିନ ଆକାଶରେ ଗୋଲାକାର ପୂର୍ଣ୍ଣ ଆଲୋକିତ ଚନ୍ଦ୍ର ତୁମେ ଦେଖୁଛ । ପୂର୍ଣ୍ଣମୀ ପର ଠାରୁ ଆଲୋକିତ ଅଂଶ କମି କମିଯାଏ । 14 ଦିନ ପରେ 15 ତମ ଦିନରେ ଆଲୋକିତ ଅଂଶ ମୋଟେ ଦେଖାଯାଏ ନାହିଁ । ଏହି ଦିନଟିକୁ ଅମାବାସ୍ୟା କହନ୍ତି । ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ରର ଆଲୋକିତ ଅଂଶ କମି କମି ଯାଉଥୁବାରୁ ଏହାକୁ କୃଷ୍ଣପକ୍ଷ କହନ୍ତି । ଅମାବାସ୍ୟା ଠାରୁ ଆଲୋକିତ ଅଂଶ ବଢ଼ି ବଢ଼ି ଯାଏ । 15 ତମ ଦିନରେ ପୂର୍ଣ୍ଣ ଆଲୋକିତ ଅଂଶ ଦେଖାହୁଏ ।
ଏଣୁ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 15 ଦିନକୁ ଶୁକ୍ଳପକ୍ଷ କହନ୍ତି । ଚନ୍ଦ୍ରର ଆଲୋକିତ ଅଂଶର ବଢ଼ିବା ଓ କମିବାକୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କୁହାଯାଏ ।
ତୁମେ ଘରେ ଶୁଣିଥୁବା ପୂର୍ଣ୍ଣମୀ ପରେ ଚନ୍ଦ୍ରଘଡ଼ିକ ପରେ ଉଠେ । ଏହି ଘଡ଼ିକ ହେଉଛି । 48ମିନିଟ୍ । ପୂର୍ଣ୍ଣମୀ ପର ଠାରୁ ପ୍ରତ୍ୟେକ ଦିନ 48 ମିନିଟ୍ ଡେରିରେ ଚନ୍ଦ୍ର ଉଦୟ ହୁଏ । ଅମାବାସ୍ୟା ପରେ ଆଲୋକିତ ଅଂଶ ପୃଥୁବୀ ଆଡ଼କୁ ନଥାଏ । ତେଣୁ ଆମେ ସେଦିନ ରାତିରେ ଚନ୍ଦ୍ରକୁ ଦେଖୁ ନାହୁଁ ।
ଚନ୍ଦ୍ର କଳାର ହ୍ରାସ ବୃଦ୍ଧିକୁ ପର୍ଯ୍ୟବେକ୍ଷଣ କର । ତୁମେ ଜାଣ ଚନ୍ଦ୍ରର ଆବର୍ଭନ ଓ ପରିକ୍ରମଣ କାଳ ସମାନ । ତେଣୁ ଚନ୍ଦ୍ରର ସର୍ବଦା ଗୋଟିଏ ପାର୍ଶ୍ଵ ପୃଥୁବୀ ଆଡ଼କୁ ରହେ । ଏହା ଫଳରେ ଆଲୋକିତ ଅଂଶ ବଢ଼େ ଓ କମେ ।
ଚନ୍ଦ୍ର କିପରି କିରଣ ବିଚ୍ଛୁରଣ କରେ ଓ ଆକୃତି କିପରି ପରିବର୍ତନ ହୁଏ। ଶିକ୍ଷାର୍ଥୀମାନଙ୍କୁ ଏ ଧାରଣା ଦେବା ଶିକ୍ଷକ ମାନଙ୍କ ପାଇଁ ଏକ ଆଦ୍ଵାନମୂଳକ କାର୍ଯ୍ୟ ପୁଣି ଯଦି ସାଧନ ସାମଗ୍ରୀ ସୀମିତ ତେବେ ଆହୁରି କଷ୍ଟକର । ତଳେ ଦିଆଯାଇଥୁବା ଗୋଟିଏ ସାଧାରଣ କାର୍ଯ୍ୟ ଆପଣମାନଙ୍କୁ ଶିକ୍ଷାର୍ଥୀଙ୍କୁ ବୁଝାଇବାରେ ସାହାଯ୍ୟ କରିପାରେ ।
ଶିକ୍ଷଣକାର୍ଯ୍ୟ 3 : ଚନ୍ଦ୍ର କଳାର ହ୍ରାସବୃଦ୍ଧିକୁ ବୁଝିବା
ଏହି କାର୍ଯ୍ୟଟି ବଡ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ କିନ୍ତୁ ନମୁନା ବ୍ୟବହାର କରି ଛୋଟ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ବ୍ୟବହାର କରାଯାଇ ପାରିବ । ଶ୍ରେଣୀ ଗୃହ ପାଇଁ ଗୋଟିଏ ଟର୍କ, ବଡ ଧଳା ବଲଟିଏ ଦରକାର ହେବ । ଯେଉଁଠାରେ ବଲ ମିଳିବ ନାହିଁ ବଡ ତରଭୁଜ ବା ସେପରି କିଛି ନିଆଯାଇ ପାରିବ । (ସାଧନ 4 ଦେଖନ୍ତୁ) । ପ୍ରଦର୍ଶନକୁ ଶିକ୍ଷାର୍ଥୀଙ୍କୁ ଦେଖାଇବା ପୂର୍ବରୁ ଅଭ୍ଯାସ କରି ନିଅନ୍ତୁ । ଫଳରେ ଆପଣ ଦୃଢ଼ ବିଶ୍ଵାସର ସହ କରିପାରିବେ ଓ ପ୍ରଶ୍ନ ପଚାରିଲେ କି ଉତ୍ତର ଦେବାର ସମ୍ଭାବନା ରହିଛି ଜାଣିପାରିବେ ।
ଏହି କାର୍ଯ୍ୟ ଶେଷ କଲା ପରେ ଶିକ୍ଷାର୍ଥୀଙ୍କୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥୁବୀର ଚିତ୍ର ଅଂକନ କରିବାକୁ କୁହନ୍ତୁ । ସୂର୍ଯ୍ୟରୁ ବାହାରୁଥିବା ଆଲୋକ ରଶ୍ମିକୁ ତୀର ଚିହ୍ନ ଦେଇ ସୁଚାନ୍ତୁ । ଆଲୋକର ଉତ୍ସ ଭାବରେ, ମହମବତୀ, ଟର୍ଜ ଏବଂ ବଲ ପ୍ରଦର୍ଶନ କରିବା ପାଇଁ ବ୍ୟବହାର କରାଯାଇପାରେ । ଶିକ୍ଷାର୍ଥୀଙ୍କୁ ବୁଝାନ୍ତୁ ଯେ ଆମ ପୃଥୁବୀ। କିଛି ଅଂଶ ସୂର୍ଯ୍ୟଙ୍କୁ ଦିନରେ ସମ୍ମୁଖୀନ କରିଥାଏ । ଯେଉଁ ଅଂଶ ସୂର୍ଯ୍ୟକୁ ସମ୍ମୁଖୀନ ନ କରି ଦୂରରେ ଥାଏ ସେଇଠି ରାତି ହୁଏ ।
ଥରେ ଏହି କାର୍ଯ୍ୟ ସଂପନ୍ନ ହୋଇଗଲେ ନିମ୍ନ ପ୍ରଶ୍ନଗୁଡିକ ପଚାରନ୍ତୁ ।
ପରବର୍ତୀ ସମୟରେ ଶିକ୍ଷଣକାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ତୁମେ ତୁମ କାର୍ଯ୍ୟରେ କି ଭିନ୍ନତା ଆଣି ପାରିବ ?
ଶିକ୍ଷଣକାର୍ଯ୍ୟ-3 ରେ ନମୁନା ଓ ପର୍ଯ୍ୟବେକ୍ଷଣ ମିଶାମିଶି ବ୍ୟବହାର ହୋଇଛି ଯାହା ଚନ୍ଦ୍ରକଳା ବୁଝିବାରେ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିବ । ଆପଣ ଏହି କୌଶଳ ବ୍ୟବହାର କରି ଦିନ ଓ ରାତି ବୁଝାଇ ପାରିବେ । କୋଠରୀରେ ଶିକ୍ଷାର୍ଥୀମାନେ ଗୋଲାକାରରେ ବସନ୍ତୁ । ଶିକ୍ଷାର୍ଥୀଟିଏ ଟର୍କି ଧରି ଗୋଲର କେନ୍ଦ୍ରରେ ଛିଡାହୋଇ ସୂର୍ଯ୍ୟର ପ୍ରତିନିଧୁ କରୁ । ଅନ୍ୟ ଏକ ଶିକ୍ଷାର୍ଥୀ ପୃଥୁବୀ ହେବ । ସେ ନିଜ ଚାରିପାଖରେ ଘୁରିବାବେଳେ ସେମାନେ ପର୍ଯ୍ୟବେକ୍ଷଣ କରିବେ ଯେ, ପୃଥୁବୀର ଅଧା ଆଲୋକିତ ହେଉଥୁବାବେଳେ ଅନ୍ୟ ଅଧାଟି ଅନ୍ଧାରରେ ଥାଏ । ଆପଣ ଏହି କାର୍ଯ୍ୟକୁ ସୂର୍ଯ୍ୟ ଚାରିପାଖରେ ପୃଥୁବୀ କିପରି ଘୂରେ ଓ ଗୋଟିଏ ଥର ଘୁରିବା ଅର୍ଥ ଗୋଟିଏ ବର୍ଷ କିପରି ହୁଏ ବୁଝାଇ ପାରିବେ ।
ଛୋଟ ଶ୍ରେଣୀର ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ, ମହାକାଶୀୟ ବସ୍ତୁର ଶିକ୍ଷଣ ସମ୍ପୁର୍ଣ୍ଣ ଭାବରେ ପର୍ଯ୍ୟବେକ୍ଷଣାମ୍ବକ ତୁଳନାମ୍ବକ ଓ ଗୁଣାମ୍ବକ ଭିତ୍ତିକ । ଏହା ତାଙ୍କର ପର୍ଯ୍ୟବେକ୍ଷଣ କୌଶଳ ଓ ଠିକ୍ ତଥ୍ୟ ଲିପିବଦ୍ଧ କରିବାରେ ସାହାଯ୍ୟ କରିବ । ସୂର୍ଯ୍ୟ, ଚନ୍ଦ୍ର, ତାରା, ମେଘା, ପକ୍ଷୀ ଓ ଉଡ଼ାଜାହାଜ ସମସ୍ତଙ୍କର କିଛି ଧର୍ମ, ଅବସ୍ଥିତି ଓ ଗତିକୁ ପର୍ଯ୍ୟବେକ୍ଷଣ କରାଯାଇପାରେ । ପରିବେଶରେ ଥୁବା ଜୀବଜଗତ ବିଷୟରେ ଶିକ୍ଷଣ ପାଇଁ ପର୍ଯ୍ୟବେକ୍ଷଣ ଓ ସଜୀକରଣ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଉଦାହରଣ ସ୍ଵରୂପ- ଗଛଗୁଡ଼ିକ କିପରି ଓ କେଉଁଠି ବଢ଼େ ।
ଏହି ଏକକରେ ଆପଣ ଯାହା ଶିକ୍ଷଣକାର୍ଯ୍ୟ କଲେ ତାହା ଦୀର୍ଘସ୍ଥାୟୀ, ବିଭିନ୍ନ ବିଷୟ ସହ ଅନ୍ତଃସମ୍ବନ୍ଧିତ ଏବଂ ଶିଶୁ କେନ୍ଦ୍ରିକ । ଶିକ୍ଷକ ହିସାବରେ ଆପଣ ବିଜ୍ଞାନର ଗୁରୁତ୍ବପୂର୍ଣ୍ଣ ଧାରଣାଗୁଡିକୁ ଗଭୀରତାର ସହ ଅନୁସନ୍ଧାନ କରି ଅନୁଭୂତି ସଂଗ୍ରହ ପାଇଁ ଓ ପୂର୍ଣ୍ଣାଙ୍ଗ ରୂପେ ବୁଝିବା ପାଇଁ ଯୋଜନା କରିପାରିବେ । ଆପଣ୍ଯକ ଶିକ୍ଷାର୍ଥୀମାନେ ଯେତେବେଳେ ସେମାନଙ୍କ ଶିକ୍ଷଣ ପାଇଁ ପ୍ରସ୍ତୁତ ହୋଇଯିବେ ସେମାନେ ନିଜ ଦକ୍ଷତାକୁ ଉପଯୋଗ କରି, ନିଜେ ପ୍ରକନ୍ଧ ସୃଷ୍ଟି କରିବେ ଯେଉଁଥିରେ ନିଜର ଆଗ୍ରହ, ମାତୃଭାଷା, ସଂସ୍କୃତି ଓ ସ୍ଵଭାବିକ ଉତ୍କଣ୍ଠାକୁ ବିନିଯୋଗ କରିପାରିବେ ।
ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟକୁ ନେଇ ଅନେକ ଭୂଲ ଧାରଣା ଶିକ୍ଷାର୍ଥୀଙ୍କର ଥାଇପାରେ । ବେଳେବେଳେ ଘଟଣାଗୁଡିକ କାହିଁକି ଘଟୁଛି ବୁଝିବା ପାଇଁ ଅଭିନୟର ସାହାଯ୍ୟ ନିଆଯାଇ ପାରେ । ଏହି ଏକକରେ ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ରର ଗତି ସମ୍ବନ୍ଧରେ ଧାରଣା ସୃଷ୍ଟି କରିବା ପାଇଁ ଶ୍ରେଣୀ ଭିତରେ ଓ ବାହାରେ କିଛି ନୂତନ କାର୍ଯ୍ୟକ୍ରମ ଦିଆଯାଇଛି ।
ଚନ୍ଦ୍ରର ହ୍ରାସ, ବୃଦ୍ଧି ଗୋଟିଏ ପ୍ରାକୃତିକ ଘଟଣା ଯାହା ସୂର୍ଯ୍ୟକିରଣ ସାହାଯ୍ୟରେ ଛାୟା ମାଧ୍ୟମରେ ପ୍ରକୃତିକୁ ନେଇ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି । ପରେ ଶ୍ରେଣୀ ଗୃହରେ ବିଭିନ୍ନ ନମୁନା ବ୍ୟବହାର କରି ବୁଝାଇବା ଚେଷ୍ଟା କରାଯାଇଛି ଯାହାକୁ ଉପଯୋଗ କରି ଚନ୍ଦ୍ରର ହ୍ରାସ ଓ ବୃଦ୍ଧିକୁ ଚିହ୍ନଟ କରାଯାଇପାରେ ।ସବୁ ଶିକ୍ଷାର୍ଥୀଙ୍କ ପାଇଁ, ବିଶେଷ କରି ବିଶେଷ ଶିକ୍ଷଣ ଆବଶ୍ୟକତା ଥୁବା ଶିଶୁର ଏହି ପ୍ରାକୃତିକ ଘଟଣାଗୁଡିକୁ ପର୍ଯ୍ୟବେକ୍ଷଣ କରିବା ଓ ପିବଦ୍ଧ କରିବା ଦ୍ଵାରା ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ମଧ୍ୟରେ ଥିବା ସଂପର୍କକୁ ବାସ୍ତବ ଓ ନିର୍ଦ୍ଦିଷ୍ଟ ଭାବରେ ଅନୁଭବ କରିବା ପାଇଁ ସାହାଯ୍ୟ କରିବ ।
ଯୋଜନା କରିବା ଓ ପ୍ରସ୍ତୁତ ହେବା ଗୁରୁତ୍ଵପୂର୍ଣ୍ଣ କାହିଁକି ?
ପ୍ରତ୍ୟେକ ପ୍ରସଙ୍ଗ ପାଇଁ ଯୋଜନା ହେବା ଦରକାର । ଯୋଜନା କରିବା ଦ୍ଵାରା ପାଠରେ ଥିବା ଧାରଣାଗୁଡିକ ସ୍ପଷ୍ଟ ହୁଏ ଓ ସମୟ ଉପଯୋଗୀ ହୋଇପାରେ। ଫଳତଃ ଶିକ୍ଷାର୍ଥୀମାନେ ପାଠରେ ଆଗ୍ରହୀ ଓ ସକ୍ରିୟ ହୋଇପାରନ୍ତି । ଉପଯୁକ୍ତ ଯୋଜନା ମଧ୍ୟରେ ସ୍ଵତଃ ନମନୀୟତା ଥାଏ ଯାହା ଫଳରେ ଶିକ୍ଷକ ନିଜ ଛାତ୍ରଛାତ୍ରୀମାନେ କ’ଣ ଶିଖିଲେ ଜାଣିପାରନ୍ତି । ଏକାଧୁକ କ୍ରମିକ ପାଠର ଯୋଜନା କଲା ବେଳେ ଶିକ୍ଷକ ଶିକ୍ଷାର୍ଥୀଙ୍କର ପୂର୍ବଜ୍ଞାନ ପରଖି ନେଇ ପାରନ୍ତି । ପାଠ୍ୟକ୍ରମକୁ ଆଗେଇ ନେଇ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଉପଯୁକ୍ତ ସମ୍ବଳ ଓ ଶିକ୍ଷଣକାର୍ଯ୍ୟ ଯୋଗାଇ ପାରନ୍ତି । ଏକକ ପାଠ ହେଉ ବା ଏକାଦିକ୍ରମେ ଅନେକ ପାଠ ହେଉ ଯୋଜନା କରିବା ଏକ ଧାରାବାହିକ ପ୍ରକ୍ରିୟା ଓ ପୂର୍ବ ପାଠ ସଂପର୍କିତ । ପାଠଯୋଜନାର ବିଭିନ୍ନ ସୋପାନ ଗୁଡିକ ହେଲା –
ଗୋଟିଏ କ୍ରମିକ ପାଠର ଯୋଜନା
ପାଠ୍ୟକ୍ରମ ଅନୁସରଣ କଲାବେଳେ ଯୋଜନାର ପ୍ରଥମ ଅଂଶ ଯାହା କେତେ ଭଲ ଭାବରେ ବିଷୟ ଓ ପ୍ରସଂଗଗୁଡିକୁ ବିଭାଗ ଓ ଖଣ୍ଡରେ ଭାଗ ଭାଗ କରିବା । ଶିକ୍ଷାର୍ଥୀମାନଙ୍କର ଶୈଶବ ଓ ଜ୍ଞାନର କ୍ରମଶ8 ଅଭିବୃଦ୍ଧି ନିମନ୍ତେ ଆପଣଙ୍କୁ ସମୟ ଓ ଶିକ୍ଷଣ ପ୍ରଣାଳୀ ଉପରେ ଧ୍ୟାନ ଦେବାକୁ ହେବ । ଆପଣଙ୍କର ଅନୁଭୂତି କିମ୍ବା ସହକର୍ମୀଙ୍କ ସହ ଆଲୋଚନାରୁ ଆପଣ ଜାଣିପାରିବ ଯେ, ଗୋଟିଏ ପ୍ରସଂଗ ୪ଟି ପାଠରେ ଶେଷ ହେଲାବେଳେ ଅନ୍ୟଟି ୨ ଟି ପାଠରେ ଶେଷ ହୁଏ । ଆପଣ ମଧ୍ୟ ଭବିଷ୍ୟତରେ ସେହି ପାଠକୁ ବିଭିନ୍ନ ସମୟରେ ଭିନ୍ନ ପ୍ରଣାଳୀରେ ପଢାଇବାର ପ୍ରଣାଳୀ ସମ୍ବନ୍ଧରେ ଅବଗତ ହୋଇଯିବେ, ଯେତେବେଳେ ଅନ୍ୟ ପ୍ରସଂଗଗୁଡିକୁ ଶେଷ ହୋଇଯିବ ବା ବିଷୟଟି ପଢାଇବା ପାଇଁ ଅଧୁକ ସମୟ ମିଳିବ ।
ପ୍ରତ୍ୟେକ ପାଠଯୋଜନାରେ ଆପଣଙ୍କର ସ୍ପଷ୍ଟତା ରହିବା ଆବଶ୍ୟକ:
ଆପଣଙ୍କ ଶିକ୍ଷଣକାର୍ଯ୍ୟଗୁଡିକ ସକ୍ରିୟ ଓ ଉତ୍ସାହପ୍ରଦ କରିବା ଉଚିତ। ଯଦ୍ଵାରା ଶିକ୍ଷାର୍ଥୀମାନେ ଉସୁକ ହେବେ ଓ ନିଜକୁ ସହଜ ମନେ କରିବେ । କ୍ରମିକ ପାଠରେ ଶିକ୍ଷାର୍ଥୀ କ'ଣ କରିବାକୁ ହେବ ସେ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ କାରଣ ଆପଣଙ୍କୁ ସେମାନଙ୍କର ଆଗ୍ରହ ଓ ନମନୀୟତା ପାଇଁ ବହୁ ପ୍ରକାର ଶିକ୍ଷଣକାର୍ଯ୍ୟ କରିବାକୁ ହେବ । ଯୋଜନା କରି ଆପଣ କିପରି ଶିକ୍ଷାର୍ଥୀଙ୍କର ବୋଧଗମ୍ୟତାକୁ ସଂଶୋଧନ କରିପାରିବେ । କିଛି ପାଠ, ଶୀଘ୍ର ଚୁଝାପଡିପାରେ ବା କିଛି ଅଧୁକ ସମୟ ନେଇପାରେ । ସେଥୁପ୍ରତି ପ୍ରସ୍ତୁତ ରହିବେ ।
ଏକକ ପାଠର ପ୍ରସ୍ତୁତି
ଧାରାବାହିକ ଭାବରେ କେତେକ ପାଠ ଶେଷ କଲା ପରେ ଶେଷରେ ଶିକ୍ଷାର୍ଥୀମାନେ କଣ ଶିଖିବେ ବା କଣ ଦକ୍ଷତା ଅର୍ଜନ କରିବେ ଆପଣମାନେ ଜାଣିଥିବେ । ମାତ୍ର ଆପଣଙ୍କୁ ଆଶା କରାଯାଉ ନଥିବା ବିଷୟ ପୁନଃ ଆଲୋଚନା କରିବାକୁ ପଡିପାରେ ବା ଶୀଘ୍ର ଶୀଘ୍ର ଆଗକୁ ଯାଇପାରନ୍ତି । ତେଣୁ ଆପଣଙ୍କୁ ଏକକ ଯୋଜନା ପ୍ରସ୍ତୁତ କଲାବେଳେ ଏପରି ଭାବରେ ଯୋଜନା କରିଥିବେ ଯେପରି ଶିକ୍ଷାର୍ଥୀଙ୍କର ବିକାଶ ସମ୍ଭବ ହେବ ଏବଂ ସେମାନେ ସଫଳ ହେବେ ।
ଯୋଜନା କଲାବେଳେ ଆପଣ ନିଶ୍ଚିତ ହେବା ଦରକାର ଯେପରି:
ପ୍ରତ୍ୟେକ ଶିକ୍ଷଣକାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ମିଳିବ ଏବଂ ପ୍ରୟୋଗିକ କାର୍ଯ୍ୟ ଓ ସକ୍ରିୟ ଦଳଗତ କାର୍ଯ୍ୟ ପାଇଁ ସାଧନଗୁଡ଼ିକ ପ୍ରସ୍ତୁତ ଥୁବ । ବେଶୀ ଶିକ୍ଷାର୍ଥୀ ଥିବା ଶ୍ରେଣୀ ପାଇଁ ଯୋଜନା କଲାବେଳେ ଆପଣଙ୍ଗକୁ ବିଭିନ୍ନ ପ୍ରଶ୍ନ ଓ ବିଭିନ୍ନ ଶିକ୍ଷଣକାର୍ଯ୍ୟ ଭିନ୍ନ ଦଳ ପାଇଁ ପ୍ରସ୍ତୁତ କରିବାକୁ ପଡିପାରେ ।
ଯେତେବେଳେ ଆପଣ ନୂଆ ପ୍ରସଂଗ ନେଇ ଶ୍ରେଣୀକୁ ଯାଉଛନ୍ତି ସହର୍ଜମୀମାନଙ୍କ ସହ ଆଲୋଚନା, ଅଭ୍ଯାସ କରିବା ଦରକାର ଯାହା ଆପଣଙ୍କ ବଢ଼ାଇବ | ଯୋଜନାର ତିନୋଟି ଅଂଶ ଏଠାରେ କହାଯାଇଛି ।
ଯେତେବେଳେ ପାଠ ଶେଷ କରିବାକୁ ଯାଉଛନ୍ତି ଏପରି ଭାବରେ ଶେଷ କରିବେ ଯେପରି ପ୍ରଥମରୁ ସ୍ଥିର କରିଥୁବା ଲକ୍ଷ୍ୟରେ ପହଞ୍ଚୁଥୁବେ । ଶିକ୍ଷାର୍ଥୀଙ୍କୁ ସମୟ ଦେବା ଦରକାର ଯେପରି ସେମାନେ ପରସ୍ପରକୁ କୁହାକୁହି ହେଉଥୁବେ ସେମାନେ କ’ଣ ଶିଖୁଲେ କ'ଣ ଉନ୍ନତି ହେଲା । ଶିକ୍ଷାର୍ଥୀଙ୍କୁ ଶୁଣିଲା ପରେ ଆପଣ ପରବର୍ତୀ ପାଠ ଯୋଜନା ପ୍ରସ୍ତୁତ କରିପାରିବେ ।
ପ୍ରତ୍ୟେକ ପାଠ ଶେଷ କଲା ପରେ ପାଠ ସମୟରେ ଆପଣ କଣ କଲେ ଶିକ୍ଷାର୍ଥୀମାନେ କ’ଣ ଶିଖିଲେ, କି କି ସାଧନର ବ୍ୟବହାର କଲେ, ସାଧନ ଗୁଡିକ କେତେଦୂର ଉପଯୋଗୀ ହେଲା, ଆହୁରି ଉନ୍ନତମାନର କରିବା ପାଇଁ କଣ ପରିବର୍ଭନ କରି ହେବ, ଯୋଜନାରେ ଅଧୁକ କ'ଣ କରିବା ଦରକାର ଏହି ସବୁ ଲିପିବଦ୍ଧ କରି ରଖିବା ଦରକାର ଯାହା ପରବର୍ତୀ ପାଠଯୋଜନା କଲାବେଳେ ସାହାଯ୍ୟ କରିବ । ଉଦାହରଣ ସ୍ଵରୂପ : ଆପଣ ସ୍ଥିର କରିବେ:
ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ସହାୟତା ପାଇଁ ଆପଣ କିପରି ଆହୁରି ଭଲ ଯୋଜନା କରି ପାରିଥାଆନ୍ତେ ବା କରି ପାରିବେ ?
ପ୍ରସଙ୍ଗରୁ ପ୍ରସଙ୍ଗ ଆଗେଇ ଗଲାବେଳେ ଆପଣଙ୍କ ପାଠଯୋଜନାରେ ନିଶ୍ଚିତ ପରିବର୍ଭନ ହେବ କାରଣ କ'ଣ ଘଟିବ ଆପଣ ସ୍ଥିର କରିପାରିବେ ନାହିଁ। ଗୋଟିଏ ଭଲ ଯୋଜନାର ଅର୍ଥ ଆପଣ ଜାଣନ୍ତି ଶିକ୍ଷାର୍ଥୀଙ୍କ ଠାରୁ ଆପଣ କ'ଣ ଆଶା କରୁଛନ୍ତି । ତେଣୁ ଶିକ୍ଷାର୍ଥୀମାନେ ପ୍ରକୃତରେ କ’ଣ ଶିଖିଲେ ଜାଣିବା ପାଇଁ ଆପଣ ପ୍ରସ୍ତୁତ ହେବେ ।
ସମ୍ବଳ 2: ଆଞ୍ଚଳିକ ସମ୍ବଳର ବ୍ୟବହାର
ପାଠ୍ୟପୁସ୍ତକ ବ୍ୟତୀତ ଅନେକ ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନ ସମୟରେ ବ୍ୟବହାର ହୋଇପାରିବ । ଶିକ୍ଷଣ ପାଇଁ ଆପଣ ବିଭିନ୍ନ ଇନ୍ଦ୍ରିୟଗୁଡିକ (ଦେଖିବା, ଶୁଣିବା, ଶୁଘିବା, ଚାଖିବା, ଛୁଇଁବା) ର ଉପଯୋଗର ସୁଯୋଗ ଦେବେ, ତେବେ ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣର ବିଭିନ୍ନ ଦିଗ ଜାଣିପାରିବେ । ଆପଣଙ୍କ ଗରିପାଖରେ ଏପରି ଅନେକ ସାମଗ୍ରୀ ଅଛି ଯାହା ଶ୍ରେଣୀ ଗୃହରେ ବ୍ୟବହାର ହୋଇପାରିବ । ଯେକୌଣସି ବିଦ୍ୟାଳୟ ବିନା ମୂଲ୍ୟରେ ବା ସ୍ଵନ୍ଧ ମୂଲ୍ୟରେ ନିଜର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିପାରିବ । ଏପରି କରିବା ଦ୍ଵାରା ଆପଣ ସେମାନଙ୍କ ଜୀବନ ସହ ପାଠକୁ ଯୋଡି ପାରିବେ ।
ଆପଣ ଯଦି ଆପଣଙ୍କ ପାରିପାର୍ଶ୍ଵକୁ ଦୃଷ୍ଟି ଦେବେ ଏପରି ବିଶେଷଜ୍ଞମାନଙ୍କୁ ପାଇବେ, ଯେଉଁମାନେ ଅନେକ ପ୍ରସଙ୍ଗ ଉପରେ ତାଙ୍କର ମତାମତ ଦେଇପାରିବେ । ତା'ଛଡା ନିଜ ଚାରିପାଖରେ ଅନେକ ପ୍ରାକୃତିକ ସାମଗ୍ରୀ ଅଛି ଯାହାକୁ ଶ୍ରେଣୀଗୁହ ଓ ସ୍ଥାନୀୟ ଗୋଷ୍ଠୀ ସହ ସଂପର୍କିତ କରିପାରିବେ, ଶିକ୍ଷାର୍ଥୀଙ୍କୁ ତାଙ୍କ ଗରିପାଖରେ ଥିବା ପରିବେଶର ସମୃଦ୍ଧତା ଓ ବିବିଧତା ସହ ପରିଚିତ କରାଇବେ । ମୋଟାମୋଟି ଭାବରେ ଶିକ୍ଷାର୍ଥୀଙ୍କ ସାମଗ୍ରୀକ ଶିକ୍ଷଣରେ ସହାୟତା ଦେଇପାରିବେ । ଶିକ୍ଷାର୍ଥୀଙ୍କୁ ଶ୍ରେଣୀ ଗୃହ ଓ ଶ୍ରେଣୀ ବାହାରେ ଶିକ୍ଷଣ, ବୋଧହୁଏ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଯାହା ସେମାନଙ୍କ ପାଇଁ ଏକ ସାମଗ୍ରିକ ଶିକ୍ଷଣ ପ୍ରଣାଳୀ ।
ଆପଣଙ୍କ ଶ୍ରେଣୀ ଗୃହରେ କ'ଣ କରିପାରିବେ
ଜନସାଧାରଣ ତାଙ୍କ ଘରକୁ ସଜାଇବାରେ ଅନେକ ପରିଶ୍ରମ କରିଥାଆନ୍ତି । ପରିବେଶରୁ ଶିକ୍ଷାର୍ଥୀମାନେ କଣ ଶିଖିବାର ଅଛି । ସେ ସଂପର୍କରେ ଆପଣ ଭାବିବା ଗୁରୁତ୍ଵପୂର୍ଣ୍ଣ । ଆପଣ ଶ୍ରେଣୀ ଗୃହକୁ ଏପରି ଭାବରେ ସଜାଇବେ ଯାହା ଶିକ୍ଷାର୍ଥୀଙ୍କ ଉପରେ ଅନୁକୂଳ ପ୍ରଭାବ ପକାଇବ ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ ଅତ୍ୟଧିକ ଆଗ୍ରହାନ୍ବିତ ହେବେ । ଉଦାହାରଣସ୍ଵରୂପ, ଆପଣ
ସ୍ନାନୀୟ ବିଶେଷଜ୍ଞମାନଙ୍କର ଶ୍ରେଣୀ ଗୃହରେ ଉପଯୋଗ
ଆପଣ ଯଦି ଟଙ୍କା ବା ଗାଣିତିକ ପରିମାଣ ସମ୍ବନ୍ଧରେ ପଢାଉଛନ୍ତି ଦୋକାନୀ ବା ପୋଷାକ ପ୍ରସ୍ତୁତକାରୀଙ୍କୁ ଶ୍ରେଣୀଗୁହକୁ ଆଣି ପାରିବେ । ସେମାନେ ତାଙ୍କ କାମରେ ଗଣିତର କିପରି ବିନିଯୋଗ କରନ୍ତି ବୁଝାଇ ପାରିବେ । ଆପଣ ଯଦି କଳାର ବିଭିନ୍ନ ଆକୃତି ଓ ଶୈଳୀ ସମ୍ବନ୍ଧରେ ବୁଝାଉଛନ୍ତି ତେବେ ମେହେନ୍ଦି ଲଗାଉଥିବା ବ୍ୟକ୍ତିଙ୍କୁ ଡାକିପାରିବେ । ସେମାନେ ବିଭିନ୍ନ ଆକୃତି, ଢାଞ୍ଚା, ପରମ୍ପରା ଓ କରିବା ଶୈଳୀ ବୁଝାଇ ପାରିବେ । ଯେତେବେଳେ ଆମର ଶିକ୍ଷଣର ଲକ୍ଷ୍ୟ ସ୍ଥିର ହୋଇଯିବ ସମାଜର ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କୁ ସମୟ ଅନୁସାରେ ଡାକି ପାରିବେ ।
ଆପଣଙ୍କ ବିଦ୍ୟାଳୟ ପରିସରରେ ମଧ୍ୟ ଶ୍ରେଣୀ ବାହାରେ ଅନେକ ବ୍ୟକ୍ତି ଅଛନ୍ତି ଯେପରି ରୋଷେଇଆ, ଶିକ୍ଷାର୍ଥୀଙ୍କ ଯନ୍ତ୍ର ନେବା ପାଇଁ ଥୁବା ବ୍ୟକ୍ତିଙ୍କୁ ଶିକ୍ଷାର୍ଥୀମାନେ ପାଠ ସଂପର୍କିତ କିଛି ପ୍ରଶ୍ନ ପଚାରି ପାରନ୍ତି । ଉଦାହରଣ ସ୍ଵରୂପ କେତେ ପରିମାଣରେ ରୋଷେଇ ହୁଏ, ତାର ମାପ, ପାଣିପାଗ ବିଦ୍ୟାଳୟର ପଡିଆରେ ଓ ବିଦ୍ୟାଳୟର କୋଠାଘର କି ପ୍ରଭାବ ପକାଏ ଇତ୍ୟାଦି । ବାହାର ପରିବେଶର ବ୍ୟବହାର
ଶ୍ରେଣୀ କୋଠରୀ ବାହାରେ ଏପରି ଅନେକ ସାମଗ୍ରୀ ଅଛି ଯାହାକୁ ପାଠ ସହ ସଂପର୍କିତ କରାଯାଇ ପାରେ । ଆପଣ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ଚାରିପାଖରେ ଥିବା ପତ୍ର, ବୁଢିଆଣୀ, ଗଛ, ପୋକ, ପଥର, କାଠ ସଂଗ୍ରହ କରିବାକୁ କହିପାରନ୍ତି । ସେସବୁକୁ ଶ୍ରେଣୀ ଭିତରେ ପାଠ ସହ ସଂପର୍କିତ କରାଯାଇ ପାରେ । ସେମାନଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଇ ପାରେ । ଯେପରି ସଜୀବ ନିର୍ଜାବର ଶ୍ରେଣୀ ବିଭାଗ, ଗଛର ବିଭିନ୍ନ ଅଂଶ ଆଦି ବିଭିନ୍ନ ପାଠରେ ବ୍ୟବହାର କରିପାରିବେ । ଶିକ୍ଷାର୍ଥୀମାନେ ମଧ୍ୟ ବସ ର ନିର୍ଘଣ୍ଟ ତାଲିକା, ବିଜ୍ଞାପନ ଗୁଡିକ ସଂଗ୍ରହ କରି ଆଣି ପାରିବେ । ତାକୁ ଉପଯୋଗ କରି ଶବ୍ଦର ଚିହ୍ନଟ, ଗୁଣାମ୍ବକ ତୁଳନା, ଯାତ୍ରା ସମୟ ଇତ୍ଯାଦି ପଢାଯାଇପାଚୋର |
ବାହାର ବସ୍ତୁ ଶ୍ରେଣୀଗୁହକୁ ଅଣାଯାଇ ପାରିବ କିନ୍ତୁ ତାହା ଶ୍ରେଣୀଗୁହକୁ ବାହାର ଜୀବନ ସହ ଯୋଡିବାର ମାଧ୍ୟମ ହେଉଥିବ । ବାହାରେ ଥିବା କୋଠରୀ ମଧ୍ୟ ଶିକ୍ଷାର୍ଥୀଙ୍କ ଉପଯୋଗୀ ହୋଇପାରିବ ଓ ଶିକ୍ଷାର୍ଥୀମାନେ ସହଜରେ ଦେଖି ପାରୁଥିବେ । ଆପଣ ଶିକ୍ଷାର୍ଥୀଙ୍କୁ ବାହାରକୁ ନେଇ ବିଭିନ୍ନ କାର୍ଯ୍ୟ କରିପାରିବେ ।
ବାହାରେ ବାସ୍ତବ ଅନୁଭୂତି ସହ ପାଠକୁ ଯୋଡିଲେ ଶିକ୍ଷଣକୁ ବିଭିନ୍ନ ପ୍ରସଙ୍ଗ ସହ ଯୋଡା ଯାଇପାରେ ।
ଯେତେବେଳେ ଆପଣ ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେବାକୁ ଚାହୁଛନ୍ତି, ପ୍ରଧାନଶିକ୍ଷକଙ୍କ ଅନୁମତି ନେବା ପୂର୍ବରୁ ସମସ୍ତ ସୁରକ୍ଷାର ଯୋଜନା କରନ୍ତୁ। ଶିକ୍ଷାର୍ଥୀମାନଙ୍କୁ ନିରାପଦରେ ଯିବାର ନିୟମ ବତାନ୍ତୁ । ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖୁବାକୁ ଗହୁଁଛନ୍ତି ସେ ବିଷୟରେ ସମ୍ପୁର୍ଣ୍ଣ ରୂପେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।
ସାମଗ୍ରୀକୁ ଉପଯୋଗୀ କରିବା
ଆପଣ ରହିଲେ ପାଖରେ ଥିବା ସାଧନ ସାମଗ୍ରୀକୁ ଶିକ୍ଷାର୍ଥୀଙ୍କ ପାଇଁ ଅଧୁକ ଉପଯୋଗୀ କରିପାରନ୍ତି । ଏହି ପରିବର୍ତନ ଅନ୍ଧ ହୋଇପାରେ ମାତ୍ର ତାହା ଶିକ୍ଷାର୍ଥୀଙ୍କ ଅଧୁକ ଦରକାରରେ ଆସିପାରେ ମୁଖ୍ୟତଃ ଯେତେବେଳେ ଆପଣ ସମସ୍ତ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ସଂପର୍କିତ ମନେ କରିବେ । ଉଦାହାରଣ ସ୍ଵରୂପ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷାର୍ଥୀଙ୍କ ନାମ, ସ୍ଥାନ ବଦଳାଇ ପାରିବେ । ଏପରି ଭାବରେ ଆପଣ ସାଧନ ସାମଗ୍ରୀ ଗୁଡିକୁ ଅନ୍ତର୍ଦେଶୀୟ କରାଇ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପଯୋଗୀ କରାଇ ପାରିବେ । ଆପଣଙ୍କ ସହକର୍ମୀଙ୍କ ସହ କାମ କରିବା ମଧ୍ୟ ଆପଣଙ୍କ ପାଇଁ ସାଧନ ଭାବରେ ବ୍ୟବହାର କରିପାରିବେ । ଆପଣଙ୍କ ସହକର୍ମୀଙ୍କ ଭିତରେ ଥିବା କୌଶଳକୁ ବ୍ୟବହାର କରି ଅନେକ ସାଧନ ପ୍ରସ୍ତୁତ କରିପାରିବେ । ଗୋଟିଏ ସହକର୍ମୀର ଗୀତ , ଅନ୍ୟର କଣ୍ଡେଇ ଖେଳ, କଣ୍ଟେଇ ପ୍ରସ୍ତୁତି, ବିଜ୍ଞାନମେଳା ପାଇଁ ପ୍ରସ୍ତୁତିକୁ ଉପଯୋଗ କରାଯାଇ ପାରେ । ଆପଣ ଶ୍ରେଣୀରେ ବ୍ୟବହାର କରୁଥିବା ସାଧନ ଗୁଡିକୁ ସହକର୍ମୀମାନଙ୍କ ସହ ସହଭାଗୀ କରିପାରିବେ । ସମସ୍ତେ ମିଶି ଆପଣମାନଙ୍କ ବିଦ୍ୟାଳୟକ ଏକ ଉନ୍ନତ ସାଧନ ସାମଗ୍ରୀ ଥିବା ବିଦ୍ୟାଳୟରେ ପରିଣତ କରିପାରିବେ ।
ସମ୍ବଳ-3 ଚନ୍ଦ୍ରର ବିଭିନ୍ନ ଆକୃତିକ ଲିପିବଦ୍ଧ କରିବା ପାଇଁ ସାରଣୀ
|
ସୋମବାର |
ମଙ୍ଗଳବାର |
ବୁଧବାର |
ଗୁରୁବାର |
ଶୁକ୍ରବାର |
ଶନିବାର |
ରବିବାର |
ପ୍ରଥମ ସପ୍ତାହ |
|
|
|
|
|
|
|
ଦ୍ଵିତୀୟ ସପ୍ତାହ |
|
|
|
|
|
|
|
ତୃତୀୟ ସପ୍ତାହ |
|
|
|
|
|
|
|
ଚତୁର୍ଥ ସପ୍ତାହ |
|
|
|
|
|
|
|
ପଞ୍ଚମ ସପ୍ତାହ |
|
|
|
|
|
|
|
ଚନ୍ଦ୍ର ଗୋଟିଏ ଗୋଲାକାର ପିଣ୍ଡ ଯାହା ସୂର୍ଯ୍ୟ ଦ୍ଵାରା ଆଲୋକିତ ହୋଇଥାଏ । ଏହା ସୂର୍ଯ୍ୟ ଓ ପୃଥୁବୀ ସହ କିପରି ସଂପର୍କିତ ଓ ଏହା କିପରି ଗତି କରେ ?
ଆମେ ଜାଣୁ ଯେ:
ଚିତ୍ର-6 : ଆପଣଙ୍କୁ ପୃଥିବୀ ଚାରିପାଖରେ ଚନ୍ଦ୍ରର ଗତି ସମ୍ବନ୍ଧରେ କିଛି ଧାରଣା ଦେବାରେ ଏହା ସାହାଯ୍ୟ କରିବ । ଏହା ଆମେ କିପରି କକ୍ଷ ପଥରେ ଚନ୍ଦ୍ର ବିଭିନ୍ନ ଅଂଶ କିପରି ଦେଖିପାରୁ ତାହା ଏଠାରେ ଦର୍ଶାଉଛି । ଏହା ମଧ୍ୟ ଚନ୍ଦ୍ର ନିଜର କକ୍ଷ ପଥରେ ଘୁରିବାବେଳେ
ବିଭିନ୍ନ ପର୍ଯ୍ୟାୟରେ କିପରି ଦେଖାଯାଏ, ତାହା ମଧ୍ୟ ଏହା ଦର୍ଶାଉଛି । ସେହି ଏକା ଅବସ୍ଥାରେ ପହଞ୍ଚୁବା ପାଇଁ ଅର୍ଥାତ୍ ଥରେ ଘୁରି ଆସିବା ପାଇଁ ଚନ୍ଦ୍ରକୁ29.5 ଦିନ ଲାଗେ ।
ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ପୃଥୁବୀକୁ ଦେଖାଯାଉଥାଏ । ଚନ୍ଦ୍ର ନିଜର କକ୍ଷ ପଥରେ ଘୁରିବା ଓ ପୃଥୁବୀ ଗରିପାଖରେ ଘୁରିବା ପାଇଁ ଏକା ସମୟ ନେଇଥାଏ । ଆପଣ ଯେତେବେଳେ ଚନ୍ଦ୍ରକୁ ପୂର୍ଣ୍ଣ ଭାବରେ ଦେଖନ୍ତି, ପୃଥୁବୀର ଚନ୍ଦ୍ର ପାର୍ଶ୍ଵକୁ ଅଂଶ ସମସ୍ତ ଅଂଶର ଲୋକମାନେ ସେହି ପୂର୍ଣ୍ଣ ଚନ୍ଦ୍ରକୁ ଦେଖୁଥାଆନ୍ତି । ଏହାକୁ ପୂର୍ଣ୍ଣମୀ କୁହାଯାଏ ।
ବି.ଦ୍ର : ଦକ୍ଷିଣ ଗୋଲାର୍ଦ୍ଦର ଚିତ୍ର ଦର୍ଶାଇବା ପାଇଁ ତୁମକୁ ଏହାର କ୍ରମକୁ ଓଲଟା କରିବାକୁ ହେବ ।
ଆଧାର: tess-india
Last Modified : 1/26/2020