অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା

ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ http://creativecommons.org/licenses/by-sa/3.0/ ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହା ଦ୍ଵିତୀୟ ଭାଗର ଦୁଇଟି ଏକକ ଯାହା ବିଦ୍ୟାଳୟର ଉନ୍ନତିକୁ ପ୍ରୋସାହିତ କରିବା ପାଇଁ ଅଟେ । ଏହା ନେତୃତ୍ଵର ସ୍ତାନ ଅଧିକରଣ - ବିଦ୍ୟାଳୟର ଆତ୍ମନିଜସ୍ଵ ସମୀକ୍ଷା ଏକକକୁ ଅନୁକରଣ କରିଛି । ଏହି ଏକକ ବିଦ୍ୟାଳୟ ବିକାଶ ଯୋଜନାର ଧାରାର ୫ ଓ ୬ (ବିଦ୍ୟାଳୟ ଉନ୍ନତି ଚକ୍ର) ଚିତ୍ର ୧ ଉପରେ ମୁଖ୍ୟତଃ ଗୁରୁତ୍ଵ ଦେଇଛି । ଥରେ ସମୀକ୍ଷା କାମ କରାଗଲେ, ବିଦ୍ୟାଳୟର ମୁଖ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଚେତନ ହୋଇଯିବ ଯେ ବିଦ୍ୟାଳୟ କେଉଁଥିରେ ଭଲ କରୁଛି ଓ କେଉଁ ପରିସରରେ ଉନ୍ନତିର ଆବଶ୍ୟକତା ରହିଛି । ଆପଣ ଓ ଆପଣ ନେତୃତ୍ଵ ଦେଉଥିବା ଦଳ ଗୋଟିଏ ଖୁବ ଛୋଟ ବିଦ୍ୟାଳୟର ଜଣେ ବା ଦୁଇଜଣ ଶିକ୍ଷକ ହୋଇପାରନ୍ତି କିମ୍ବା ଗୋଟିଏ ବଡ଼ ବିଦ୍ୟାଳୟର ଚାରି ପାଞ୍ଚଜଣ ବରିଷ୍ଠ ଶିକ୍ଷକ ହୋଇପାରନ୍ତି । ସେମାନେ ବିଦ୍ୟାଳୟର ଉନ୍ନତିକୁ ହାସଲ କରିବା ପାଇଁ ଯୋଜନା କରିବାକୁ ସକ୍ଷମ ହେବେ । ଏହି ଏକକ, ଆପଣଙ୍କୁ ଯୋଜନାର ଧାରା ସହିତ ପରିଚିତ କରାଇବ ଓ ମଧ୍ୟବର୍ତ୍ତିକାଳୀନ ଯୋଜନା କରିବାରେ ସାହାଯ୍ୟ କରବା ।

Pic 1

ଶିକ୍ଷଣ ଡାଏରୀ

ଏହି ଏକକରେ କାମ କରୁଥିବା ସମୟରେ ଆପଣ ନିଜ ଶିକ୍ଷଣ ଡାଏରୀ, ଖାତା ବା ଫୋଲଡରେ ନିଜ ମନକୁ ଆସୁଥିବା ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଲେଖିବା ପାଇଁ କୁହାଯିବ ।

ଏହି ଏକକରେ ଏକୁଟିଆ କାମ କରୁଥବା ସମୟରେ ଆପଣ ଅଧିକ କିଛି ଶିଖୁପାରିବେ ଯଦି ଆପଣ ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସହ ଆଲୋଚନା କରିବେ । ସେ ଜଣେ ଆପଣଙ୍କର ସହକର୍ମୀ ହୋଇପାରନ୍ତି ଯାହାଙ୍କ ସହିତ ଆପଣ ପୂର୍ବରୁ କାମ କରିସାରିଛନ୍ତି ବା ଅନ୍ୟ କେହି ଜଣେ ହୋଇପାରନ୍ତି ଯାହାଙ୍କସହିତ ଆପଣ ଆଲୋଚନା ମାଧ୍ୟମରେ ମଧ୍ୟ ନୂତନ ଭାବରେ ସମ୍ପର୍କ ସ୍ଥାପନ କରିପାରିବେ । ଯେତେବେଳେ ଆପଣ ଦୀର୍ଘମିଆଦୀ ଶିକ୍ଷଣ ଓ ବିକାଶ ପାଇଁ ଯୋଜନା କରିବେ ସେ ସମୟରେ ଆପଣ ଶିକ୍ଷଣ ଡାଏରୀରେ ଲେଖୁକରି ରଖୁଥବା ତଥ୍ୟଗୁଡ଼ିକ ବୈଠକରେ ସାହାଯ୍ୟ କରିବ ।

ଏକକରୁ ବିଦ୍ୟାଳୟର ମୁଖ୍ୟ କ'ଣ ଶିଖୁବେ

  • ଫଳପ୍ରଦ ବିଦ୍ୟାଳୟ ଯୋଜନା ପ୍ରକ୍ରିୟାର ମୁଖ୍ୟ ଲକ୍ଷଣ । ବୈଶିଷ୍ଟ୍ୟ
  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ବ୍ୟାପକ ଭାବେ ବିଦ୍ୟାଳୟର ଉନ୍ନତି ପାଇଁ ଯୋଜନା ।
  • ବିଦ୍ୟାଳୟ ବିକାଶ ଯୋଜନାରେ ବିଶେଷ ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅନ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି କରିବା ।
  • ଫଳପ୍ରଦ ବିଦ୍ୟାଳୟ ବିକାଶ ଯୋଜନା ଲେଖିବା ଯାହା ଶିକ୍ଷାର୍ଥୀଙ୍କ ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେବ ।
  • ଶିକ୍ଷାର୍ଥୀଙ୍କ ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେବା ପାଇଁ ପ୍ରସ୍ତୁତ କରିବା
  • ବିଦ୍ୟାଳୟ ବିକାଶ ଯୋଜନା ସହ ପରିଚିତ କରାଇବା

ବିଦ୍ୟାଳୟରେ ଉନ୍ନତି ଆଣିବା ପାଇଁ ବିଦ୍ୟାଳୟ ବିକାଶ ଯୋଜନା ଆଧାର ସଦୃଶ କାମ କରିଥାଏ । ଏଥିରେ ବିଦ୍ୟାଳୟର ଦର୍ଶନ ଓ ପରିକଳ୍ପନା ପ୍ରତିଫଳିତ ହେବା ଉଚିତ୍ । ଏହା ଆସନ୍ତା ସମୟ ମଧ୍ୟ ହେବାକୁ ଥିବା କାମଗୁଡିକୁ ଅଗ୍ରାଧିକାର ଭିଟଟିରେ ତାଲିକା କରିଥାଏ । ବହୁତଗୁଡ଼ାଏ। ବିଦ୍ୟାଳୟ ସାଧାରଣ ଭାବେ ତିନିବର୍ଷିଆ ଯୋଜନା କରିଥାନ୍ତି, ଯାହାକି ବର୍ଷିକିଆ ଯୋଜନାର ପରିପୂରକ ହୋଇଥାଏ ।

ବିଦ୍ୟାଳୟ ବିକାଶ ଯୋଜନା ପରବର୍ତ୍ତୀ ବିଦ୍ୟାଳୟର ଆତ୍ମସମୀକ୍ଷା କରିବା ପାଇଁ ବଳପୂର୍ବକ ଆଗକୁ ଠେଲିଥାଏ ଓ ଗୋଷ୍ଠୀକ ଦେଖେଇ ଦେଇଥାଏ ଯେ ବିଦ୍ୟାଳୟ ଯଥାସମ୍ଭବ ଶିକ୍ଷାର୍ଥୀଙ୍କ ଫଳାଫଳ ହାସଲ ପାଇଁ କାମ କରୁଅଛି । ଯୋଜନା କାହିଁକି ଗୁରୁତ୍ଵପୂର୍ଣ୍ଣ ତାହା ପ୍ରଥମ ଘଟଣା ଅଧୟନ ଓ କାର୍ଯ୍ୟବିଧିରେ ବର୍ଣ୍ଣନା କରାଯାଇଛି ।

ପରିସ୍ଥିତି ଅଧ୍ୟୟନ -୧ : ବିଦ୍ୟାଳୟ ବିକାଶ ଯୋଜନା କାହିଁକି ଗୁରୁତ୍ଵପୂର୍ଣ୍ଣ ।

ଶ୍ରୀମତୀ ସୁଚିତ୍ରା ସହରାଞ୍ଚଳ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ପରି ସେ ବି ଜଣେ ବ୍ୟସ୍ତ ମଣିଷ । ଯେଉଁ କାମଗୁଡ଼ିକୁ ମନେରଖି କରିବାର ଆବଶ୍ୟକତା ଥାଏ, ସେଗୁଡ଼ିକୁ ନିଶ୍ଚିତ କରିବା ପାଇଁ ପ୍ରତିଦିନ ସେ ତାଲିକା କରିଥାନ୍ତି ।

ସୋମବାର

  1. ଛାତ ମରାମତି ପାଇଁ ଜିଲ୍ଲା। କାର୍ଯ୍ୟାଳୟକୁ ଚିଠି ଲେଖିବା
  2. ଦ୍ଵିତୀୟ ଶ୍ରେଣୀର ଶିକ୍ଷୟିତ୍ରୀ ମିନତିର ପାଠକୁ ଦେଖିବା କାରଣ ସେ ପାଠରେ ଠିକ୍ ଭାବରେ ଅଗ୍ରଗତି କରିନାହାନ୍ତି ବା ପାଠରେ ତାଙ୍କର ବିଳମ୍ବ ହେବାର କାରଣକୁ ଦେଖିବା ।
  3. ପଞ୍ଚମ ଶ୍ରେଣୀ ଯାତ୍ରା କରିବା ସମୟରେ ହୋଇଥବା ଘଟଣା ସମ୍ପର୍କରେ ପାୟଳର ମାତାପିତାଙ୍କୁ ବିଦ୍ୟାଳୟ ସମୟ ବାହାରେ ଦେଖା କରିବାକୁ ଚେଷ୍ଟା କରିବା/
  4. ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟର ଚାରିପାଖରେ ବୁଲିବା । (ଆପଣ ଶିଖିବା ପାଇଁ ଚାଲିବେ) - ମୁଖ୍ୟତଃ ପାଠର ବ୍ୟବହାରରେ ଗୁରୁତ୍ଵ |
  5. ଗତ ସପ୍ତାହର ଉପସ୍ତାନକୁ ଯାଞ୍ଚ କରିବା ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ପଠେଇବା ପାଇଁ ଫର୍ମ ପୁରଣ କରିବା ।
  6. ନିଶ୍ଚିତ କରିବା ଯେ, ଗତ ସପ୍ତାହରେ ଆସିଥିବା ସମସ୍ତ ଚିଠିର ଭବର ଦିଆଯାଇଛି ।
  7. ସନାତନ ବାବୁଙ୍କ ସହ ବୈଠକ ସ୍ଥିର କରିବା (ବିଦ୍ୟାଳୟ ପରିଚାଳନା କମିଟିର ସଭାପତି)
  8. ଆସନ୍ତା ଦିନମାନଙ୍କରେ ସୁଷମାର ଯୋଜନାକୁ ଯାଞ୍ଚ କରିବା ।
  9. ନିଶାର ବାପା ଦେଇଥବା ଅଭିଯୋଗରେ ଭରର ଦେବା |

10. ଶୁକ୍ରବାର ଦିନ ଚତୁର୍ଥ ଶ୍ରେଣୀରେ ଘଟିଥିବା ଘଟଣାର ତଦନ୍ତ କରିବା ।

ପ୍ରତିଦିନ ସୁଚିତ୍ରାଦେବୀ ଏଭଳି ସମାନ ତାଲିକା ପ୍ରସ୍ତୁତ କରିଥାନ୍ତି । ଯେଉଁ ସମସ୍ୟାଗୁଡ଼ିକ ଦେଖାଯାଇଥାଏ ସେଗୁଡ଼ିକୁ ସେ ଦେଖନ୍ତି ଓ ଆବ୍ୟକୀୟ ପ୍ରଶାସନିକ କାମକୁ ସେ ଶେଷ କରିଥାନ୍ତି ।

ଶିକ୍ଷଣକାର୍ଯ୍ୟ ୧: ଯୋଜନା କାହିଁକି?

ସୁଚିତ୍ରା ଦେବୀଙ୍କ ସୋମବାର ଦିନର ତାଲିକାକୁ ଦେଖନ୍ତୁ

  • ତାଲିକାଭୁକ୍ତ ହୋଇଥବା କାମ ମଧ୍ୟରୁ କେଉଁ କାମଟି ପ୍ରଶାସନ ପାଇଁ ଅତ୍ୟାବଶ୍ୟକ ଅଟେ ?
  • ତାଲିକାଭୁକ୍ତ ହୋଇଥିବା କାମ ମଧ୍ୟରୁ କେଉଁ ଦକ୍ଷତାଗୁଡ଼ିକର ଜବାବ / ଉତ୍ତର ଦିଆଯିବା ଜରୁରୀ ଅଟେ ?
  • ତାଲିକାଭୁକ୍ତ ହୋଇଥିବା କାମଗୁଡ଼ିକ ମଧ୍ୟରୁ କେଉଁ କାମଟି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ଉନ୍ନତି ପାଇଁ ନେତୃତ୍ଵ ଦିଆଯାଇପାରିବ ।
  • ଯଦି ସେ ବହୁତ ବ୍ୟସ୍ତ। ତେବେ କେଉଁ କାମଗୁଡ଼ିକୁ ନ କରି ମଧ୍ୟ ଛାଡ଼ି ଦିଆଯାଇପାରିବ ।
  • ସୁଚିତ୍ରାଦେବୀ କାମଗୁଡ଼ିକୁ ଠିକ ଭାବରେ ପରିଚାଳନା କରିବା ପାଇଁ ଆପଣ କ’ଣ ଉପଦେଶ ଦେବେ ତାହା ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ ।

ଆଲୋଚନା

ଆପଣ ବୋଧେ ଅନୁଭବ କରିସାରିଥିବାଣି ଯେ, ଦଶଟି ମଧ୍ୟରୁ ଆଠଗୋଟି ଅତ୍ୟାବଶ୍ୟକ ପ୍ରଶାସନିକ କାମ ବା ଜବାବ ଦେବା ଭଳି ଅଟେ । ଦୁଇଟି କାମ କେବଳ - ଚାରିପାଖରେ ବୁଲିବା (କାମ୪) ଓ ଆସନ୍ତା ଦିନମାନଙ୍କର ପାଠ ଯୋଜନାକୁ ଯାଞ୍ଚ କରିବା, (କାମ ୮) ହିଁ ପିଲାଙ୍କ ଶିକ୍ଷଣରେ ପ୍ରଭାବ ପକାଉଥବା ଭଳି କାମ ଅଟେ । ବିଦ୍ୟାଳୟରେ ବୁଲିବା ସମୟରେ ସେ ଅନେକଗୁଡ଼ିଏ ତଥ୍ୟ ସଂଗ୍ରହ କରିବାରେ ସମର୍ଥ ହେବେ ଓ ଯାହାଦ୍ଵାରା ସେ ଶିକ୍ଷକମାନଙ୍କୁ ସହାୟତା ପ୍ରଦାନ କରିବାରେ ଅଧିକ ସମର୍ଥ ହେବେ । ସେ ନିଶ୍ଚିତ ହେବେ ଯେ ଆସନ୍ତା ଆଠ ଦିନ ଧରି ହେବାକୁ ଅବା ଯୋଜନା ଭଲଭାବେ ଚାଲିଛି ଏବଂ ଏହା ଶିକ୍ଷାର୍ଥୀଙ୍କୁ ସକରାତ୍ମକ ଅଭିଜ୍ଞତା ଦେବାରେ ସାହାଯ୍ୟ କରିବ । କାମ ୪ ଓ ୮ ଜରୁରୀ ନୁହେଁ ତେଣୁ ସେଗୁଡ଼ିକୁ ସହଜରେ ଉପେକ୍ଷା କରାଯାଇପାରିବ । ଯଦି ସୁଚିତ୍ରା ଦେବୀ ତାଙ୍କ ବିଦ୍ୟାଳୟର ଶିକ୍ଷାଦାନ ଶିକ୍ଷଣରେ କିଛି ଭିନ୍ନତା ଆଣିବା ପାଇଁ ଚାହିଁବେ ତାହାହେଲେ ଏହି କାମଗୁଡ଼ିକୁ ଅଗ୍ରାଧକାର ଦେବା ଉଚିତ । ଏମିତି ବି କିଛି ପ୍ରଶାସନିକ କାମ ଥାଇପାରେ, ଯାହାକୁ ସେ ଅନ୍ୟ କାହାକୁ ହସ୍ତାନ୍ତର କରିପାରିବେ । ଶ୍ରେଣୀ ଶିକ୍ଷକ ହୁଏତ କାମ ୫ ଓ ୯ ପାଇଁ ଦାୟିତ୍ଵ ନେଇପାରନ୍ତି ।

ଜଣେ ବିଦ୍ୟାଳୟର ମୁଖ୍ୟ ଭାବେ ପ୍ରତିଦିନର ଘଟଣା ଓ ପ୍ରଶାସନିକ କାମରେ ସହଜରେ କାର୍ଯ୍ୟବ୍ୟସ୍ତ ହୋଇଯାନ୍ତି । ବେଳେବେଳେ ସମୟ ବାହାର କରି ବଡ଼ ବଡ଼ ଜଟିଳ ସମସ୍ୟାକୁ ସମାଧାନ କରିବା ପାଇଁ ଦୃଷ୍ଟି ଦେବା କଷ୍ଟକର ହୋଇପଡ଼େ । ବିଦ୍ୟାଳୟ ବିକାଶ ଯୋଜନାର ଲକ୍ଷ୍ୟ ହେଉଛି ଯେ ଆପଣଙ୍କୁ ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ସାହାଯ୍ୟ କରିବ । କାମଗୁଡ଼ିକୁ ଚିହ୍ନଟ କରି ଅଗ୍ରାଧକାର ଘିରିରେ ସଜାଡ଼ିଲେ, ତାହା ପରିଶେଷରେ ଶିକ୍ଷାଦାନ ଶିକ୍ଷଣରେ ଉନ୍ନତି ଆଣିଥାଏ । ବିକାଶମୂଳକ ଯୋଜନା ଆପଣଙ୍କୁ ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ସାହାଯ୍ୟ କରିବ । କାମଗୁଡ଼ିକୁ ଅଗ୍ରାଧକାର ଭିରିରେ ସଜାଡ଼ିଲେ, ଏହା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।

ବିଦ୍ୟାଳୟର ସମୀକ୍ଷା କରୁଥବା ବେଳେ ଆପଣ ଓ ଆପଣଙ୍କର ନେତୃତ୍ଵ ନେଉଥବା ଦଳ ବିଦ୍ୟାଳୟର ଉନ୍ନତି ପାଇଁ କ’ଣ କରିବା ଆବଶ୍ୟକ। ସେଗୁଡ଼ିକୁ ଚିହ୍ନଟ କରିଥିବେ । ଏଗୁଡ଼ିକ ଏଥରେ ଅନ୍ତର୍ଭୁକ୍ତ ଅଟେ |

  • ପ୍ରାଥମିକ ବିଦ୍ୟାଳୟ ସମାପ୍ତ ପରେ ପିଲା ଅନର୍ଗଳ ଭାବରେ ପଢ଼ି ପାରୁଥବା ସଂଖ୍ୟାକୁ ବୃଦ୍ଧି କରିବା ।
  • ବିଦ୍ୟାଳୟ ଦିନର କାମଗୁଡ଼ିକରେ ପରିବର୍ତ୍ତନ ଆଣିବା ।
  • ବିଦ୍ୟାଳୟରେ ସାମଗ୍ରିକ ନିରପ୍ପର ମୂଲ୍ୟାୟନର ବ୍ୟବହାରରେ ଉନ୍ନତି ଆଣିବା ।

ପ୍ରଥମେ କେତେକ ଅଗ୍ରାଧକାର ପରିସରକୁ ଚିହ୍ନଟ କରିବା ଏଥରେ କଥାବାର୍ଗା ମାଧ୍ୟମରେ ସମ୍ପୁକ୍ତ ଥବା ବ୍ୟକ୍ତିମାନଙ୍କୁ ସାମିଲ କରିବା ଏବଂ ବାଛିଥବା ଅଗ୍ରାଧକାରଗୁଡ଼ିକ ବିଦ୍ୟାଳୟର ସାମୂହିକ ପରିକଳ୍ପାନୀର ଅନୁରୂପ ହୋଇଥିବ । (ନେତୃତ୍ଵର ସ୍ଥାନ : ନିଜ ବିଦ୍ୟାଳୟ ପାଇଁ ଅଂଶୀଦାର ପରିକ ବିନା ଗଠନ କରିବା)

ଥରେ ଯଦି ଆପଣ ପରିକଳ୍ପନା ଓ ଅଗ୍ରାଧକାରଗୁଡ଼ିକୁ ସ୍ଥିର କଲେ। ପରବର୍ତ୍ତୀ ପଦକ୍ଷେପ ହେବ ଯେ ଆପଣ ଆଶା କରୁଥିବା ପରବର୍ତ୍ତନଗୁଡ଼ିକ ପାଇଁ ଭାବିଚିତି ଯୋଜନା କରିବେ । ଉଦାହରଣସ୍ଵରୂପ - ଯଦି ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟସୂଚୀର ପରିବର୍ତ୍ତନ ପାଇଁ ଅଗ୍ରାଧାକାର ଭିତ୍ତିରେ ରାଜି ହୋଇଥିବେ ତାହା ହେଲେ ନିମ୍ନରେ ଦିଆଯାଇଥବା କାମଗୁଡ଼ିକ ଏଭଳି ହେବ :

  • ବିଦ୍ୟାଳୟର ଦୈନିକ କାର୍ଯ୍ୟସୂଚୀର ବିକଳ୍ପ ପାଇଁ ଦୁଇ ବା ତିନିଟି ବିକଳ୍ପକୁ ଚିହ୍ନଟ କରିବ ।
  • ସର୍ବାଧକ ଉପଯୁକ୍ତ ବିକଳ୍ପକୁ ଶିକ୍ଷକ, ଶିକ୍ଷାର୍ଥୀ ଓ ମାତାପିତାଙ୍କୁ ପରାମର୍ଶ କରି ଚିହ୍ନଟ କରିବା ।
  • ପସନ୍ଦ କରିଥିବା ବିକଳ୍ପକୁ ସୁହାଇବା ଭଳି ରୁଟିନ୍ । ଦୈନିକ ନିର୍ଘଣ୍ଟକୁ ପୁନର୍ବାର ଲେଖିବା ଓ ସହକର୍ମୀ ଓ ମାତାପିତାଙ୍କ ସାମନାରେ ଅନୁମୋଦନ ପାଇଁ ଉପସ୍ଥାପନ କରିବା ।
  • ଶିକ୍ଷାର୍ଥୀଙ୍କୁ ଯୋଜନା ବାବଦରେ ଜଣାଇବା ଓ କେଉଁ ଦିନଠୁ ନୂତନ କାର୍ଯ୍ୟସୂଚୀ ଆରମ୍ଭ ହେବ ତାହା ସ୍ଥିର କରିବା ।

ପ୍ରତିଟି କାମର ଦାୟିତ୍ଵ ନେବା ପାଇଁ ଆପଣ କାହାକୁ ବି ଚିହ୍ନଟ କରିବା ଉଚିତ । କାମଗୁଡ଼ିକ ଯେପରି ନିର୍ଦ୍ଧାରିତ ସମୟରେ ସମାପନ ହେବ ସେଥିପାଇଁ ଆପଣ କାହାକୁ ବି ଦାୟିତ୍ଵ ଦେବା ଉଚିତ । କାର୍ଯ୍ୟଗୁଡ଼ିକର ପ୍ରଗତିକୁ ତଦାରଖ କରିବା ପାଇଁ ଆପଣ କେତେକ ମାନଦଣ୍ଡକୁ ବ୍ୟବହାର କରିପାରିବେ । ଆପଣଙ୍କୁ ନିର୍ଦ୍ଦିଷ୍ଟ କରିବାରେ ଶିକ୍ଷଣକାର୍ଯ୍ୟ ୨ ସାହାଯ୍ୟ କରିବ । ଏହା ବହୁତ ସହଜରେ ଲେଖାଯାଇପାରିବ ଯେ, "ଝିଅଶିକ୍ଷାର୍ଥୀଙ୍କର ଉପସ୍ଥାନରେ ଉନ୍ନତି ଆଣିବା ଦରକାର ।" କିନ୍ତୁ କେହି ବି ଜଣେ ଯଦି ଏଥିପାଇଁ ପଦକ୍ଷେପ ନେବେ ନାହିଁ ତାହାହେଲେ କିଛି ହେବ ନାହିଁ ।

ଶିକ୍ଷଣ କାର୍ଯ୍ୟ ୨ : ଲକ୍ଷ୍ୟକୁ କାର୍ଯ୍ୟରେ ରୂପାନ୍ତରିତ କରିବା

ଲକ୍ଷ୍ୟକୁ ଚିନ୍ତା କରନ୍ତୁ "ମୋ ବିଦ୍ୟାଳୟରେ ଝିଅଶିକ୍ଷାର୍ଥୀଙ୍କର ଉପସ୍ଥାନରେ ଉନ୍ନତି ଆଣିବା" ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆପଣଙ୍କ ଶିକ୍ଷଣ ଡାଏରୀରେ ଚାରି ପାଞ୍ଚଟି କାର୍ଯ୍ୟ ଲେଖନ୍ତୁ । ବିଦ୍ୟାଳୟ ବିକାଶ ଯୋଜନାରେ ସମ୍ବଳ ୧ର ମଧ୍ୟବର୍ତ୍ତୀ ମୁଣ୍ଡ ଯୋଡ଼ି ହୋଇ ରହିଥାଏ । ଏହି ଏକକର ପରବର୍ତ୍ତୀ ସମୟରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା । ବର୍ତମାନ କିନ୍ତୁ ଦେଖନ୍ତୁ । ଆପଣଙ୍କର ଲକ୍ଷ୍ୟ କ'ଣ ?

ପ୍ରଥମ ପଦକ୍ଷେପ ହେଉଛି ବିଦ୍ୟାଳୟ ପାଇଁ ଅଗ୍ରାଧୁକାର ଦେବା ପରିସରଗୁଡ଼ିକୁ ଚିହ୍ନଟ କରିବା (ସାରଣୀର ପ୍ରଥମ ସ୍ତମ୍ଭ) । ନିଜସ୍ଵ ସମୀକ୍ଷା ଦ୍ଵାରା ବହୁତ ଗୁଡ଼ିଏ ଧାରଣା ଆସିବ । କିନ୍ତୁ ଏଗୁଡ଼ିକୁ ସଂପୃକ୍ତି ଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ।

୨ ସମ୍ପୁକ୍ତି ଥିବା ବ୍ୟକ୍ତିଙ୍କ ସହ କାମ କରିବା

ବିଦ୍ୟାଳୟରେ ନିରନ୍ତର ଭାବେ ଉନ୍ନତି ଆଣିବା ପାଇଁ ବିଦ୍ୟାଳୟ ବିକାଶ ଯୋଜନା ଏକ ହତିଆର ସଦୃଶ କାମ କରେ । ଏହା ଶିକ୍ଷା ଆଇନ ପ୍ରଣୟନର ଏକ ଅଂଶବିଶେଷ ଅଟେ । ଶିକ୍ଷା ଅଧୁକାର ଆଧୁନିୟମ ୨୦୦୯ ମାଧମରେ ବିଦ୍ୟାଳୟକୁ ନିଷ୍ପତ୍ତି ନେବାର ଅଧୁକାରକୁ ହସ୍ତାନ୍ତର କରାଯାଇଛି । ଏହା ସରକାରଙ୍କ ପାଖାପାଖୁ କେନ୍ଦ୍ରୀୟ ଉପାଦାନ ଅଟେ । ଏହି ଆଧୁନିୟମରେ କୁହାଯାଇଛି ଯେ,

ବିଦ୍ୟାଳୟ ପରିଚାଳନା କମିଟି ନିମ୍ନମତେ କାର୍ଯ୍ୟଗୁଡ଼ିକ କରିବ । ଯଥା

  1. ବିଦ୍ୟାଳୟର କାର୍ଯ୍ୟକୁ ତଦାରଖ କରିବା ।
  2. ବିଦ୍ୟାଳୟ ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଓ ସୁପାରିସ କରିବା ।
  3. ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ବା ଅନ୍ୟ କୌଣସି ଉତ୍ସରୁ ମିଳୁଥିବା ଅନୁଦାନର ସଦ ଉପଯୋଗକୁ ତଦାରଖ କରିବା ।
  4. ଏଭଳି ଅନ୍ୟାନ୍ୟ କାମ କରିବେ ଯାହା ସମୟ ସମୟରେ କୁହାଯିବ ।

ଶିକ୍ଷା ଅଧିକାର ଅଧିନିୟମ । ୨୦୦୯ ବିଦ୍ୟାଳୟ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ଗୁଣାତ୍ମକ ଶିକ୍ଷଣକୁ ନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ କରିଛି । ବିକେନ୍ଦ୍ରୀକରଣ ଏକ ସ୍ଥାନ ସୃଷ୍ଟି କରିଥାଏ ଯେଉଁଠି ନିଷ୍ପତ୍ତି ନେବା ଦଳ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଶିକ୍ଷକମାନଙ୍କ ନିକଟତର ହୋଇ ଦକ୍ଷତା ବୃଦ୍ଧି ଓ ସହଯୋଗ ପାଇଁ କାମ କରିପାରିବେ ।

ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ନିଶ୍ଚିତ ଭାବରେ ବିଦ୍ୟାଳୟ ବିକାଶ କମିଟି ଗଠନ କରିବେ ଯାହା କି ବିଦ୍ୟାଳୟ ବିକାଶ ଯୋଜନାର ଶାସକ ଭାବେ କାମ କରିବ । ବିଦ୍ୟାଳୟ ପ୍ରଶାସନ, ଶୈକ୍ଷିକ ଓ ଅଣବୈଶିକ୍ଷିକ ଓ ଗୋଷ୍ଠୀ ସଦସ୍ୟଙ୍କୁ ନେଇ ଗଠିତ ହେବା ଉଚିତ ।

ବିଦ୍ୟାଳୟ ବିକାଶ ଯୋଜନା ଏକ ଦଲିଲ ଅଟେ । ଯେଉଁଥିରେ ସମସ୍ତେ ଏକମତ ହୋଇଥାନ୍ତି ଓ ଅଂଶୀଦାର ହୁଅନ୍ତି । ଏହି ଦଲିଲରେ ସହମତି ଓ ଅଂଶୀଦାର ହେବା ଉଚିତ । ଏହା ମୁଖ୍ୟତଃ ବିଦ୍ୟାଳୟର ମୁଖ୍ୟ ଓ ଶିକ୍ଷକ ଦ୍ଵାରା ପ୍ରସ୍ତୁତ ହୋଇଥାଏ । କିନ୍ତୁ ମାତାପିତା, ଗୋଷ୍ଠୀ ଓ ଶିକ୍ଷାର୍ଥୀଙ୍କ ମୂଲ୍ୟବାନ ଅର୍ନ୍ତଦୃଷ୍ଟି ଏଥିରେ ଗୁଢ଼ତତ୍ତ୍ଵ ଯୋଗାଇଥାନ୍ତି । ପ୍ରଥମତଃ ଚୂଡ଼ାନ୍ତ ଦଲିଲ ଟି ବିଦ୍ୟାଳୟ ପରିଚଳାନା କମିଟି ଦ୍ଵାରା ରାଜି ହେବାର ଆବଶ୍ୟକତା ରହିଛି ବା ଦ୍ଵିତୀୟରେ ଏଥିରେ ବିଦ୍ୟାଳୟ ପରିଚାଳନା ବିକାଶ କମିଟି ରାଜି ହେବା ଦରକାର । ଏଥିରେ ମୁଖ୍ୟ ବ୍ୟକ୍ତିମାନେ ହେଉଛନ୍ତି ଆପଣ, ଆପଣଙ୍କର ସହକର୍ମା, ବିଦ୍ୟାଳୟ ପରିଚାଳନା କମିଟି, ମାତାପିତା ଓ ଶିକ୍ଷାର୍ଥୀ ।

ବିଦ୍ୟାଳୟ ପରିଚାଳନା କମିଟି ସହ କାମ କରିବା

ଭାଗୀଦାରିତା ମାଧ୍ୟମରେ ବିଦ୍ୟାଳୟ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିହେବ । ଏହି ସମ୍ପର୍କ ପରସ୍ପର ନିର୍ଭରଶୀଳ । ଏହି ସବୁ କାମ କରିବା ପାଇଁ ବିଦ୍ୟାଳୟର ମୁଖ୍ୟ ଭାବରେ ଆପଣ ବିଦ୍ୟାଳୟ ପରିଚାଳନା କମିଟି ସହ ଏକ ଜୋରଦାର ବା ବଳିଷ୍ଠ ସମ୍ପର୍କ ରଖୁବାର ଆବଶ୍ୟକତା ରହିଛି ।

  • ନିୟମିତ ଭାବରେ ଭାବ ବିନିମୟ କରନ୍ତୁ ଯେମିତି କି ସେମାନେ ଅନୁଭବ କରିବେ ଯେ ସେମାନେ ଗୋଷ୍ଠୀର ଏକ ଅଂଶବିଶେଷ ଅଟନ୍ତି ।
  • ସଫଳତାର ଉତ୍ସବ ପାଳନ କରିବା ପାଇଁ ସେମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରନ୍ତୁ ।
  • ସେମାନଙ୍କର ଉପଦେଶଗୁଡ଼ିକୁ ଯତ୍ନର ସହ ଶୁଣନ୍ତୁ ।
  • ପାଠ୍ୟକ୍ରମକୁ ସମୃଦ୍ଧ କରିବା ପାଇଁ ସେମାନଙ୍କର ବିଶେଷ ଜ୍ଞାନକୁ ବ୍ୟବହାର କରନ୍ତୁ।

ଶିକ୍ଷଣକାର୍ଯ୍ୟ ୩: ଉତ୍ସାହୀ ଓ ପ୍ରଭାବ ବିସ୍ତାର କରୁଥିବା ସଭାପତି

ଗୋଟିଏ ବିଦ୍ୟାଳୟ ପରିଚାଳନା କମିଟିରେ ମୁଖ୍ୟତଃ ବିଶ୍ଵାସ, ଖୋଲା ଆଲୋଚନା ଓ ସାଧୁତା ସ୍ଥାୟୀ ଭାବରେ ପ୍ରତିଷ୍ଠା କରିବା ଉଚିତ । ଯାହା ବି ହେଉ ବିଦ୍ୟାଳୟର ମୁଖ୍ୟ ଭାବେ ଆପେ ଏହି ଆହ୍ଵାନର ସମ୍ମୁଖୀନ ହୋଇପାରନ୍ତି ଯେ ଜଣେ ପ୍ରଭାବଶାଳୀ ସଭାପତି ଚାହୁଁଥିବା ତାଙ୍କର ପଦବୀ ଶକ୍ତି ଓ ପ୍ରଭାବକୁ କିପରି ବ୍ୟବହାର କରିପାରନ୍ତି ।

ନିମ୍ନରେ ଦିଆଯାଇଥିବା ପରିସ୍ଥିତିରେ ଆପଣ କ'ଣ କାମ କରିବେ ଚିନ୍ତା କରନ୍ତୁ ଓ ଆପଣ ଅନୁସନ୍ଧାନରୁ ପାଇଥିବା ସିଦ୍ଧାନ୍ତଗୁଡ଼ିକୁ ନିଜ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଣେ ଉତ୍ସାହୀ ବ୍ୟକ୍ତି ଅଟନ୍ତି । ସେ କେତେକ ସହକର୍ମୀ ଓ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ସହ ଅନେକ ବୈଠକ କରିସାରିଛନ୍ତି । ସେ ସହପାଠ୍ୟ କାର୍ଯ୍ୟ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ସେଥିପାଇଁ ସେ ସବିଶେଷ ଯୋଜନା କରନ୍ତି ଏବଂ ଚାହାନ୍ତି ଯେ ଆପଣ ସେହି ଯୋଜନାକୁ ଅନୁମୋଦନ କରନ୍ତୁ । ଆପଣ ଏହାର ଜବାବ କିଭଳି ଭାବେ ଦେବେ ?

ଆଲୋଚନା

ଗୋଟାଏ ପକ୍ଷରେ ଆପଣ ସଭାପତିଙ୍କର ଉତ୍ସାହ ଓ ପ୍ରତିବଦ୍ଧତାକୁ ସ୍ଵୀକୃତି ଦେବାକୁ ଚାହିଁବେ ଏବଂ ସହପାଠ୍ୟ କାର୍ଯ୍ୟ ଉନ୍ନତି ପାଇଁ ସକରାତ୍ମକ ଚିନ୍ତାଧାରା ରଖିବେ ।

ଯାହା ବି ହେଉ ଆପଣ ଦଳରେ ଅଧିକ ଭଲ ଭାବେ କାମ କରିବାର ଆବଶ୍ୟକତା ରହିଛି । କାମଗୁଡ଼ିକ ପୃଥକ ଭାବେ ବା ସମ୍ଭବତଃ ଦୃନ୍ଦାତ୍ମକ ରାସ୍ତାରେ ଯେମିତି ନ ହୁଏ ସେଥିପାଇଁ ଆପଣ ସଭାପତିଙ୍କ ସହ କଥାବାର୍ଭା କରିବେ । ଆପଣଙ୍କ ପାଖରେ କିଛି ସୂଚନା ଥିବ । ସହପାଠ୍ୟ କାର୍ଯ୍ୟକ୍ରମ ଉପରେ ଆପଣଙ୍କର କିଛି ମତାମତ ମଧ୍ୟ ଅବ । ଆପଣ ନିଶ୍ଚିତ ଭାବରେ ଚାହିଁବେ ଯେ କୌଣସି ପରାମର୍ଶ ଏକ ସୁଚିତ୍ତିତ ଧାରା ଉପରେ ଆଧାରିତ ହୋଇଥାଉ । କେବଳ କେତେକ ବ୍ୟକ୍ତିଙ୍କ ସହ କଥାବାର୍ଭା ହେବା ଯେଉଁମାନେ ସେହି ଦଳର ନୁହନ୍ତି । ଏହା ଆପଣ କେବେ ବି ଚାହିଁବେ ନାହିଁ ।

ଏଥିପାଇଁ ବିଦ୍ୟାଳୟ ବିକାଶ ଯୋଜନାରେ ଏହା ସ୍ଥାନିତ ହେବା ଦରକାର । ଆପଣ ଏଥିପାଇଁ ସରଭାପତିଙ୍କର ଦୃଷ୍ଟି ଆକର୍ଷଣ କରିବେ ଯେ କିପରି ସହପାଠ୍ୟ କାର୍ଯ୍ୟକ୍ରମ ଅନ୍ୟ ବିଭାଗ/ ପରିସରକୁ ମାଡି ଯାଉଛି । ଯଦି ସେଗୁଡିକ ଯୋଜନାରେ ନାହିଁ ( କାରଣ ବହୁତ ଗୁଡାଏ ଶିକ୍ଷଣକାର୍ଯ୍ୟ ଚାଲିଥିବ ଯାହା ବାବଦରେ ସେ ଜାଣି ନ ଥିବେ), ତାଙ୍କୁ ଆପଣ ବିଦ୍ୟାଳୟ ଉନ୍ନତି ଚକ୍ରକୁ ବୁଝାନ୍ତୁ ଏବଂ ନିମନ୍ତ୍ରଣ କରନ୍ତୁ ଯେ ସେ ସହପାଠ୍ୟ କାର୍ଯ୍ୟର ସମୀକ୍ଷା କରିବେ ।

ବିଦ୍ୟାଳୟ ପରିଚାଳନା କମିଟି ବା ବିଦ୍ୟାଳୟର ମୁଖ୍ୟ କେହି ବି ଏକୁଟିଆ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି । ପ୍ରତ୍ୟେକ ନୂତନ ପଦକ୍ଷେପକୁ ସାମୂହିକ ପରିକଳ୍ପନା ଦୃଷ୍ଟିରୁ ଚିନ୍ତା କରିବା । ଆତ୍ମସମୀକ୍ଷା ଓ ଉନ୍ନତି ପାଇଁ ଯୋଜନାରେ ରାଜି ହେବା ଦରକାର ।

ଆପଣଙ୍କର ସହକର୍ମୀଙ୍କ ସହ କାମ କରିବା

ବିଦ୍ୟାଳୟ ବିକାଶ ଯୋଜନାରେ ଚିହ୍ନଟ ହୋଇଥିବା କାମଗୁଡ଼ିକୁ କରିବା ପାଇଁ ଆପଣ ଓ ଆପଣଙ୍କର ସହକର୍ମୀମାନେ ଦାୟୀ ରହିବେ । ଆପଣଙ୍କ ଦୃଷ୍ଟିକୋଣରୁ ବିକେନ୍ଦ୍ରୀକରଣ ବହୁତ ଗୁରୁତ୍ଵପୂର୍ଣ୍ଣ କିନ୍ତୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ, ଆପଣଙ୍କର ଶିକ୍ଷକଗଣ ବିକାଶମୂଳକ ଯୋଜନାର ପ୍ରକ୍ରିୟା ସହିତ ସାମିଲ ହୋଇଛନ୍ତି । ଘଟଣା ଅଧୟନ – ୨ରେ ଦର୍ଶାଯାଇଛି ଯେ କେତେବେଳେ ନରସିଂହ ବାବୁ ତାଙ୍କର ଜଣେ ଶିକ୍ଷକଙ୍କୁ ଅବହେଳା କଲେ ସେତେବେଳେ କ’ଣ ଘଟିଲା ।

ପରିସ୍ଥିତି ଅଧ୍ୟୟନ ୨ : ନରସିଂହ ବାବୁ କଠିଣ ରାସ୍ତାରେ ଶିଖିଲେ

ନରସିଂହ ବାବୁ ଜଣେ ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ସେ ସେହି ବିଦ୍ୟାଳୟର ମୁଖ୍ୟ ଅଟନ୍ତି ଯେଉଁଠି ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଅଛି । ସେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକରେ ଉପସ୍ଥିତ ହୋଇଥିଲେ ।

ମୁଁ ଖୁବ ଅଧୀର ଥୁଲି କାରଣ ସେ ଦିନ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ବିଦ୍ୟାଳୟ ବିକାଶ ଯୋଜନା ଉପରେ ଆଲୋଚନା ହେବାର ଅଲା । ମୁଁ ଏବଂ ମୋର ଅନ୍ୟ ସହକର୍ମୀମାନେ ଯୋଜନା ପାଇଁ ଖୁବ୍ ଭତ୍ତେଜିତ ଥିଲୁ କାରଣ ଆମେ ସେଥିରେ କେତେକ ମୌଳିକ ପରିବର୍ତନ କରିଥିଲୁ । ବିଶେଷ ଭାବରେ ଆମେ ସମସ୍ତେ ରାଜି ହୋଇଥିଲୁ ଯେ ଦୁଇଟି କାର୍ଯ୍ୟକାଳ ପରେ ରୁଟିନରୁ ଗୋଟିଏ

ଦିନକୁ ଆମେ ଛୁଟି କରିଥିଲୁ । ଯେଉଁ ଦିନ ଆମେ ସମସ୍ତେ ପରସ୍ପର ମଧ୍ୟରେ ପାଠ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିବୁ । ଏହା ଛୁଟି ସମୟରେ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରକଛି କାମ ହାତକୁ ନେବାରେ, ସାମାଜିକ ପାଠ ଓ ବିଭିନ୍ନ ସାମାଜିକ ସମସ୍ୟାକୁ ଅଧୟନ କରିବା ପାଇଁ ସକ୍ଷମ କରେଇବ । ଯାହା ବିଷୟବସ୍ତୁରେ ନାହିଁ । ସେସବୁ କାମ ମଧ୍ୟ ଶିକ୍ଷାର୍ଥୀ କରିବେ । ଏହା ପାଠ୍ୟପୁସ୍ତକର ପଛ ପାଖରେ ଥାଏ । ବିଷୟଗୁଡ଼ିକ ମଧ୍ୟରେ ଗୋଟିଏ ବିଷୟର ସମସ୍ୟା ଅନ୍ୟ ବିଷୟଗୁଡ଼ିକ ମାଡ଼ିଯାଇଥାଏ । ଆମେ ବିଶ୍ବାସ କରୁଥିଲୁ ଯେ ଏହା ମାଧମରେ ଅନେକ ସମୟ ବଞ୍ଚେଇକି ରଖିପାରିବୁ ।

ଆମେ ଯେତେବେଳେ ଯୋଜନାର ସେହି ଭାଗକୁ ଆସିଲୁ, ତିନିଜଣ ମାତାପିତା ଗମ୍ଭୀର ଭାବରେ ସେମାନଙ୍କର ଚିନ୍ତା ପ୍ରକଟ କରିଥୁଲେ ଓ ଯୁକ୍ତି କଲେ ଯେ ଆମେ ସମସ୍ତେ ମୁଖ୍ୟ ବିଷୟଗୁଡ଼ିକରେ ଧାନ ଦେବା ଉଚିତ ହେବ । ବୈଠକରେ ମଝିରେ ଘୋର ମନେପଡ଼ିଗଲା। ଯେ ସେମାନଙ୍କ ମଧରୁ ଦୁଇଜଣରୁ ଶିକ୍ଷାର୍ଥୀ ଶିବଶଙ୍କର ବାବୁଙ୍କ ଶ୍ରେଣୀରେ ପଢ଼ନ୍ତି । ଶିବଶଙ୍କର ବାବୁ ଜଣେ ବିଜ୍ଞାନ ଶିକ୍ଷକ ଏବଂ ସେ ଏହି ପରିବର୍ତନକୁ ବିରୋଧ କରୁଥୁଲେ । ମୁଁ ସହକର୍ମୀମାନଙ୍କର ବୈଠକକୁ ମନେପକେଇଲି ଯେ କେତେଜଣ ଉତ୍ସାହୀ ଶିକ୍ଷକ କିପରି ଭାବରେ ପାଟି କରି ତାଙ୍କ ଉପରେ ମାଡ଼ି ବସିଥୁଲେ । ତା'ପରେ ସେ 'ନୀରବ ହୋଇଯାଇଥୁଲେ । ମୁଁ ସନ୍ଦେହ କଲି ଯେ ସେ ହୁଏତ ମାତାପିତାଙ୍କ ସହ ଏ ବାବଦରେ କଥାବାର୍ଭା ହୋଇଥିବେ ଓ ସେମାନଙ୍କୁ ବ୍ୟବହାର କରି ଏ ଯୋଜନାକୁ ଭଣ୍ଡୁର କରିବା ପାଇଁ ଚାହୁଁଥିବେ ।

ଏହି ବୈଠକ ତାଙ୍କ ପାଇଁ ବଡ଼ ମୁସ୍କିଲ ହୋଇଥଲା । ବୈଠକ ଶେଷରେ ସେ ରାଜି ହୋଇଥୁଲେ ଯେ ପାଠ କାର୍ଯ୍ୟ ସମ୍ପର୍କରେ ପରସ୍ପରର ଆଲୋଚନା କରି କମିଟି ସାମନାରେ ରଖୁବେ ଏବଂ ତାହା କିପରି ଶିକ୍ଷଣକୁ ସହାୟତା ଯୋଗାଇବ । ମୁଁ ଏକାମ ପାଇଁ ଶିବଶଙ୍କର ବାବୁଙ୍କର ସାହାଯ୍ୟ ମାଗିଥୁଲି । ଏହି ଘଟଣା ମତେ ଅନୁଭବ କରେଇଥିଲା ଯେ ଯେଉଁ ଲୋକମାନେ ଅବହେଳିତ ହୁଅନ୍ତି ସେମାନେ କିପରି ନୀରବରେ ବ୍ୟାଘାତ ସୃଷ୍ଟି କରିଥାନ୍ତି । ମୁଁ ଶିବଶଙ୍କର ବାବୁଙ୍କ ଚିନ୍ତାକୁ ଗମ୍ଭୀର ଭାବରେ ବୈଠକରେ ନେବାର ଉଚିତ ଥିଲା ଏବଂ ବୈଠକ ପରେ ତାଙ୍କ ସହିତ କଥାବାର୍ଭା ହେବାର ଉଚିତ ଥିଲା ଓ ବୋର୍ଡରେ ସିଧାସଳଖ ଭାବରେ ରଖୁବା ପାଇଁ ଚେଷ୍ଟା କରିବାର ଥିଲା ।

ଜଣେ ବିଦ୍ୟାଳୟର ମୁଖ୍ୟ ଭାବେ ଆପଣ ନିୟମିତ ସହକର୍ମାମାନଙ୍କ ବୈଠକ କରୁଥିବେ । ସବୁଠୁ ବଡ଼ ଆହ୍ଵାନ ହେଉଛି ଯେ ପ୍ରଶାସନିକ କାର୍ଯ୍ୟଠାରୁ ସମୟ ବାହାର କରି ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା । ଆପଣ ବହୁ ପୂର୍ବରୁ ଯୋଜନାର କାର୍ଯ୍ୟସୂଚୀକୁ ବ୍ୟବହାର କରିପାରିବେ ଯାହା ବିଦ୍ୟାଳୟ ବିକାଶ ଯୋଜନାର ସମୟ ଅବଧିର ଉଲ୍ଲେଖ କରାଯାଇଛି ।

ମାତାପିତାଙ୍କ ସହ କାମ କରିବା

ଯଦି ଆପଣ ମାତାପିତାଙ୍କର ସହାୟତା ଦେଇପାରିବେ ତାହାହେଲେ ପ୍ରକୃତରେ ସେମାନେ ବିଦ୍ୟାଳୟର ସମ୍ପତ୍ତି ଅଟନ୍ତି । ବିଦ୍ୟାଳୟ ବିକାଶ ଯୋଜନାକୁ ଆପଣ ଓ ଆପଣଙ୍କର ଶିକ୍ଷକମାନେ ଆଗକୁ ନେବେ କିନ୍ତୁ ମାତାପିତାଙ୍କୁ ଆତ୍ମସମୀକ୍ଷା ଓ ଅଗ୍ରାଧିକାରର ଆଲୋଚନା ସମୟରେ ସାମିଲ କରିବାକୁ ପ୍ରସ୍ତୁତ ରହନ୍ତୁ ।

ଯଦିଓ ଏହା ଯେଉଁଠି ବି ହୋଇଥାଏ ଶକ୍ତିର ଅପବ୍ୟବହାର କରାଯାଇପାରେ । ରାଜନୈତିକ ସମସ୍ୟା ବିଦ୍ୟାଳୟରେ ଅନଧିକାର ଭାବରେ ପ୍ରବେଶ କରିଥାଏ । କେତେକ ମାତାପିତା ଏହି ସମସ୍ୟାକୁ ନିଜର ବ୍ୟକ୍ତିଗତ ସ୍ଵାର୍ଥପାଇଁ ଠେଲିବାକୁ ଚାହିଁଥାନ୍ତି, ହୁଏତ ତାହା ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ହୋଇ ନ ପାରେ । କେତେକ ଗୋଷ୍ଠୀର ମାତାପିତା ଚାହାନ୍ତି ଯେ ଯାହା ଚାଲୁଥିଲା। ସେଭଳି ଚାଲୁ । କୌଣସି ଉନ୍ନତି ସେମାନେ ଚାହାନ୍ତି ନାହିଁ । ବିଦ୍ୟାଳୟର ମୁଖ୍ୟ ଏଭଳି ସମସ୍ୟା ପ୍ରତି ସଚେତନ ହେବେ ଏବଂ ନେତୃତ୍ଵର କୌଶଳ ଅବଲମ୍ବନ କରି କିପରି ଭାବରେ ଆଞ୍ଚଳିକ ସ୍ତର ଗୋଷ୍ଠୀ ଓ ବାଛିଥିବା ପ୍ରତିନିଧିମାନଙ୍କ ସହ ଫଳପ୍ରଦ ଭାବେ କାମ କରିବେ ତା’ର ରାସ୍ତା ବାହାର କରିବେ ।

ପରିସ୍ଥିତି ଅଧ୍ୟୟନ ୩ : ଶ୍ରୀ ମେଘନାଥନ ବିଦ୍ୟାଳୟ ପରିଚାଳନା କମିଟିକୁ ସାକ୍ଷାତ କଲେ ।

ଗୋଟିଏ ଛୋଟ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ମେଘନାଥନ ଅଟନ୍ତି । ଗତବର୍ଷ ଆମେ ନିଷ୍ପତ୍ତି ନେଇଥିଲୁ ଯେ ବାଳିକାମାନଙ୍କୁ ଅଧିକ ପରିମାଣରେ ବିଜ୍ଞାନ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ଉତ୍ସାହିତ କରିବୁ । ଆମେ ସ୍ଥିର କଲୁ ଯେ ଅଷ୍ଟମ ଶ୍ରେଣୀର ବାଳିକାମାନଙ୍କୁ କାଠକାମ ବିଷୟରେ ଅଧ୍ୟୟନ କରିବାର ସୁଯୋଗ ଦେବୁ ଓ ପୁଅଶିକ୍ଷାର୍ଥୀଙ୍କୁ ରୋଷେଇ ଓ ସେମାନଙ୍କର ଲୁଗାକୁ ସିଲେଇ କରିବା କାମ ଦିଆଯିବ ।

ବାଳିକାମାନେ କାଠ କାମକୁ ବହୁତ ଉପଭୋଗ କଲେ ଓ ଆମେ ଆଶା କଲୁ ଯେ ଏହା ସେମାନଙ୍କୁ ଉତ୍ସାହିତ କରିବ । ସେମାନଙ୍କ ପାଖରେ ଥିବା ସୃଜନାତ୍ମକ ଶକ୍ତିର ବ୍ୟବହାର କରି ବିଭିନ୍ନ  ଦରକାରୀ ଜିନିଷ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଚାରି ପାଞ୍ଚଜଣ ମାତାପିତା ନିର୍ବାଚିତ ହୋଇ ପ୍ରତିନିଧୁତ୍ କରୁଥିବାରୁ ସେଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ କିଛି ନୂତନ ମୁହଁ ଦେଖିବାକୁ ମିଳିଥିଲା। କାର୍ଯ୍ୟସୂଚୀରେ ସଭାପତି ହସ୍ତଶିଛି କାରିଗରୀ ବିଷୟକୁ ଦେଖିବା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଆମେ ଯେତେବେଳେ ସେ ବିଷୟକୁ ଗଲୁ, ଅଭିଭାବକଙ୍କ ମଧ୍ୟରୁ ଜଣେ ମତାମତ ରଖିଲେ ଯେ ଝିଅଶିକ୍ଷାର୍ଥୀଙ୍କୁ କାଠକାମ ଓ ଇଞ୍ଜିନିୟରିଂ ପଢ଼ାଇବା ଜମା ଉପଯୁକ୍ତ ନୁହେଁ ଓ ପୁଅଶିକ୍ଷାର୍ଥୀମାନେ ରାନ୍ଧିବା ଓ ସିଲେଇ ଶିଖିବା ଆବଶ୍ୟକତା ନାହିଁ । ସେ ପ୍ରସ୍ତାବ ରଖିଲେ ଯେ ପାଠ୍ୟକ୍ରମ ବଦଳିଯାଇଛି ତେଣୁ ଶିକ୍ଷାର୍ଥୀମାନେ ହସ୍ତଶିଟିରୁ ଅଲଗା ହୋଇଯାଉଛନ୍ତି ।

ଏଥିପାଇଁ ଗୋଟିଏ ସରଗରମ ଆଲୋଚନା ହେଲା । ଏ ପ୍ରସ୍ତାବ ଉପରେ ଯଥେଷ୍ଟ ପରିମାଣରେ ସମର୍ଥନ ମିଳିଲା । ଏହା ଦେଖାଗଲା ଯେ କେତେଜଣ ଯେଉଁମାନେ ଏହି ଯୋଜନାକୁ ବାସ୍ତବରେ ସମର୍ଥନ କରୁଥିଲା। ସେମାନେ ମଧ୍ୟ ସେମାନଙ୍କର ମନ ବଦଳେଇ ଦେଲେ । ମୁଁ ବହୁତ ଚିନ୍ତିତ ଥିଲି। ପରିଶେଷରେ ମୁଁ କ୍ଷମା ମାଗିଲି ଯେ ଏହି କାମଟି କାର୍ଯ୍ୟସୂଚୀରେ ନାହିଁ । ଏହାକୁ ପ୍ରଥମେ କାଗଜରେ ଲେଖାଯିବ ତା'ହେଲେ କମିଟିର ସଭ୍ୟମାନେ ବହୁପୂର୍ବରୁ ସେଗୁଡ଼ିକୁ ଦେଖିବାବାକୁ ସୁଯୋଗ ପାଇବେ । ସଭାପତି ଆସନ୍ତା ବୈଠକରେ ସେ ବିଷୟରେ ଆଲୋଚନା କରିବା ପାଇଁ ରାଜି ହୋଇଗଲେ ।

ତା’ପରେ କିଛି ସପ୍ତାହ ଧରି ସନ୍ଧ୍ୟା ସମୟରେ ମୁଁ ଅଷ୍ଟମ ଶ୍ରେଣୀର ଛାତ୍ରୀମାନଙ୍କର ହସ୍ତଶିଛି କାମଟିକୁ ପ୍ରଦର୍ଶିତ କରାଇଲି ଯେଉଁଠି ସେମାନେ ପରିଦର୍ଶକମାନଙ୍କ ସହ କଥାବାର୍ଭା ହେଲେ ଓ କହିଲେ ସେମାନେ କାଠ କାମକୁ କିପରି ଭାବରେ ଉପଭୋଗ କରୁଛନ୍ତି ଏବଂ ରାନ୍ଧିବା ଓ ସିଲେଇ କାମ (ପୁଅ ପିଲାମାନେ) ପାଠରେ ଥିବା ଫଟୋଗ୍ରାଫକୁ ଲଗେଇ କିପରି ସେମାନେ ଥିଏଟର ପ୍ରସ୍ତୁତ କରିଛନ୍ତି ତାହା ପ୍ରଦର୍ଶିତ କରିଥିଲୁ । ମୁଁ ଅଭିଭାବକୁ ବିଦ୍ୟାଳୟକୁ ଆସି ପାଠକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ନିମନ୍ତ୍ରଣ କରିଥୁଲି । ମୋର ଅଭିଯାନ ସଫଳ ହୋଇଗଲା ଏବଂ ଅଧୁକାବିଂଶ ସଭ୍ୟ ପ୍ରସ୍ତାବ ବିପକ୍ଷରେ ଭୋଟ ଦେଇଥିଲେ ।

ଟିକିଏ ଚିନ୍ତା କରନ୍ତୁ

  • ଏ ପରିସ୍ଥିତି ଅଧୟନରେ ଆପଣଙ୍କର ପ୍ରତିକ୍ରିୟା କ'ଣ ?
  • ନିଜ ବିଦ୍ୟାଳୟ ପରିଚାଳନା କମିଟି ସମ୍ପର୍କରେ ଭାବନ୍ତୁ । ଆପଣ ସେମାନଙ୍କୁ ଜଣେଇବା ପାଇଁ କଣ ତାକୁ o ସବୁ କାମ କରିବେ ।
  • ଆପଣଙ୍କ ବିଦ୍ୟାଳୟ ପରିଚାଳନା କମିଟିରେ ଜଟିଳ ଚରିତ୍ର ଅଛନ୍ତି କି ? ଯଦି ହଁ ତେବେ ଆପଣ ତାଙ୍କ ସହ କିପରି ଭାବରେ କାମ କରିବେ ।

ବିଦ୍ୟାଳୟ ପରିଚାଳନା କମିଟି ସହ କଥାବାର୍ଭା ହେବା ହିଁ ମୁଖ୍ୟ ଅଟେ । ବିଦ୍ୟାଳୟରେ କଣ ସବୁ ଚାଲିଛି ସେ ବିଷୟରେ ସର୍ବଦା ଅଭିଭାବକଙ୍କୁ ଜଣାଇବେ । ସେମାନଙ୍କର ଉତ୍ସାହ ଓ ଶକ୍ତିକୁ ଏ ମାଧ୍ୟମରେ ବଜାୟ ରଖୁପାରିବାକୁ ସକ୍ଷମ ହେବେ । ଏହା ନିଶ୍ଚିତ କରିବେ ଯେ ସେମାନେ ଆପଣଙ୍କର ଲକ୍ଷ୍ୟ ଓ ଅଗ୍ରାଧକାରୀକୁ ବୁଝିବେ ।

ବିଦ୍ୟାଳୟ ବିକାଶ ଯୋଜନାରେ ଶିକ୍ଷାର୍ଥୀଙ୍କ ଯୋଗଦାନ

ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଜୀବନରେ ବହୁତ ଦିଗ ବିଶେଷ ଭାବରେ ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟାରେ ସେମାନଙ୍କର ପ୍ରସ୍ତାବ ରଖିପାରିବେ । ଶିକ୍ଷାର୍ଥୀଙ୍କୁ ଆତ୍ମସମୀକ୍ଷାରେ ସାମିଲ କରିବା ସମ୍ପୁର୍ଣ୍ଣ ରୂପେ ଏକ ନୂତନ ଧାରଣା । ଆପଣଙ୍କ ସହକର୍ମୀ ଓ ଶିକ୍ଷାର୍ଥୀଙ୍କ ପାଇଁ ଏହା ସମ୍ଭବତଃ ନୂତନ କଥା ।

ଯାହାବି ହେଉ ସେମାନଙ୍କର ମତାମତ ବିଦ୍ୟାଳୟ ବିକାଶ ଯୋଜନାର ଗୁଣାତ୍ମକ ବିକାଶ କରିବାରେ ସାହାଯ୍ୟ କରିବ । ବିଦ୍ୟାଳୟ ଚାରିପାଖରେ ବୁଲୁଥିବା ସମୟରେ ଆପଣ ଏହି କାମକୁ କରିପାରିବେ ଏବଂ ଔପଚାରିକ ସର୍ବେକ୍ଷଣ କରି ମଧ୍ୟ ବିଭିନ୍ନ ବିଦ୍ୟାଳୟର ବିଭିନ୍ନ ଦିଗ ବିଷୟରେ ଜାଣିପାରିବେ । ଆପଣ ଯେତେ ଅଂଶଗ୍ରହଣାତ୍ମକ ପନ୍ଥା ଅବଲମ୍ବନ କରିବେ । ବିଦ୍ୟାଳୟରେ ପିଲା ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ସେତିକି ଗଣତାନ୍ତିକ ହେବ। (ଏହା ନିର୍ଭର କରେ ଯେ ଆପଣ କେଉଁ ସ୍ତରର ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି, ଏହି ଅଧାୟ ଦେଖନ୍ତୁ : ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର ରୂପାନ୍ତରୀକରଣ : ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତିକରଣ ବା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତିକରଣ) ଶିକ୍ଷାର୍ଥୀମାନେ ମତାମତ ଦେବା ପାଇଁ ଦୃଢ଼ ବିଶ୍ଵାସ ରଖିବେ । ଆପଣ "ଶିକ୍ଷାର୍ଥୀ ପରିଷଦ' ଗଠନ କରିବା ପାଇଁ ଚିନ୍ତା କରିପାରନ୍ତି, ଯେଉଁଠି ପିଲାମାନେ ବିଦ୍ୟାଳୟ ଜୀବନ ବିଷୟରେ ଆଲୋଚନା କରିପାରିବେ ।

୩ ବିଦ୍ୟାଳୟ ବିକାଶ ଯୋଜନାକୁ ଲେଖିବା ଓ ତଦାରଖ କରିବା ।

ବିଦ୍ୟାଳୟ ବିକାଶ ଯୋଜନାର ସାଧାରଣ ନୀତିଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି ।

  • ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟାଳୟ ବିକାଶ ଯୋଜନା ରହିବା ଉଚିତ ।
  • ବିଦ୍ୟାଳୟ ପରିଚାଳନା କମିଟିର ଉପକମିଟି ବିଦ୍ୟାଳୟ ବିକାଶ ଯୋଜନାକୁ ପ୍ରସ୍ତୁତ କରିବେ ।
  • ତିନିବର୍ଷିଆ ଯୋଜନା ପ୍ରସ୍ତୁତ କରିବେ । ତା’ ସହିତ ବର୍ଷିକିଆ କାର୍ଯ୍ୟକାରୀ ଯୋଜନା ସବିଶେଷ ଭାବେ ପ୍ରସ୍ତୁତ କରିବେ ।

ବିଦ୍ୟାଳୟରେ ସନ୍ଧ୍ୟା

ସାନ

ଅକ୍ଟୋବର ମାସ

 

ଘଟନାଗୁଡିକୁ ଠିକ

ସମୟରେ ବୃତ୍ତିଗତ କାର୍ଯ୍ୟ କରିବା ଏବଂ ବୈଷୟିକ କ୍ଷେତ୍ରରେ ସଫଳତା ପାଇଥିବା ମହିଲାମାନଙ୍କୁ ନିମନ୍ତ୍ରଣ କରିବା

 

 

(ମୁଖ୍ୟ ପରୀକ୍ଷା ପୂର୍ବରୁ)

 

ଭାବରେ ଦେଖିବା

ଝିଅଶିକ୍ଷାର୍ଥୀଙ୍କ ଶୌଚାଲୟକୁ ମରାମତି କରିବା ଓ ନିଶ୍ଚିତ କରିବା ଯେ ଯେମିତି ସମସ୍ତ କବାଟ ଠିକ ଭାବରେ ବନ୍ଦ ହେଉଛି

ମେଜେସ୍

 

ଘର ତିଆରି ସାମଗ୍ରୀ

ଶୌଚାଳୟଗୁଡିକ ଠିକ୍ ଭାବରେ ଥିବା

ଅଗ୍ରାଧିକାରକୁ ପ୍ରସ୍ତୁତ କରିବା

ବିଦ୍ୟାଳୟରେ ଝିଅଶିକ୍ଷାର୍ଥୀଙ୍କ ଉପସ୍ଥାନ ବୃଦ୍ଧି

 

 

 

  • ରାଜ୍ୟ କର୍ତ୍ତୁପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ଯୋଜନାକୁ ମାନବ ସମ୍ଭଳ ମାନବ ସମ୍ବଳ ମନ୍ତ୍ରଣାଳୟରେ ଦାଖଲ କରିବା ପୂର୍ବରୁ ଆମେ ଏହାକୁ କ୍ଲଷ୍ଟର, ବ୍ଲକ୍ ମାଧ୍ୟମରେ ଜିଲ୍ଲାକୁ ପଠାଇବା ।
  • ଯୋଜନାରେ ଏମିତି କିଛି ଅଂଶ ଥିବ ଯେଉଁଥିପାଇଁ ଅନୁଦାନର ଆବଶ୍ୟକତା ଥାଇ ନ ପାରେ । ଗୋଷ୍ଠୀର ସାହାଯ୍ୟ ସମାପନ ହୋଇପାରୁଥିବା କାମ ଗୁଡିକୁ ଏଥିରେ ସାମିଲ କରାଯାଇପାରିବ ।

ବିଦ୍ୟାଳୟ ବିକାଶ ଯୋଜନା ଏକ ସର୍ବସାଧାରଣ ଦଲିଲ ଅଟେ । ତେଣୁ ନିଶ୍ଚିତ କରିବେ ଯେ ଆପଣ ହାସଲ ହୋଇପାରୁଥିବା ଲକ୍ଷ୍ୟଗୁଡ଼ିକୁ ନିର୍ଦ୍ଧାରିତ କରିବେ ଏବଂ ସହଜରେ କରି ହେବା ଭଳି ଲକ୍ଷ୍ୟଗୁଡ଼ିକୁ ଚିହ୍ନଟ କରିବେ । ସମ୍ବଳ-୧ ମୁକ୍ତରେ ଦିଆଯାଇଥିବା ବିଶେଷଗୁଡ଼ିକ ଏହି ଦିଗରେ ସାହାଯ୍ୟ କରିବ । ଉଚ୍ଚାକାଂକ୍ଷାଗୁଡ଼ିକୁ ନିର୍ବାହ କରିବା ପାଇଁ ମୋଟା ଖଣ୍ଡରେ ଭାଙ୍ଗିବାକୁ ପ୍ରେରଣା ପାଇବେ । ଯୋଜନାର ମୁଖ୍ୟ ବିଚାରଗୁଡ଼ିକ ଏକ ରୁ ଷଷ୍ଠ ସ୍ତମ୍ଭ, ମୁଣ୍ଡରେ ଅଛି ଯାହା ନିମ୍ନରେ ଦିଆଯାଇଛି ।

  1. ଅଗ୍ରାଧୁକାରର ମୁଖ୍ୟ ପରିସର : ଏଗୁଡ଼ିକ ବିଦ୍ୟାଳୟ ସାମୂହିକ ପରିକଳ୍ପନାରେ ପ୍ରତିଫଳିତ ହେବା ଉଚିତ । ଏଥିରେ ସହକର୍ମା ଓ ବିଦ୍ୟାଳୟ ପରିଚାଳନା କମିଟି ରାଜି ହେବା ଦରକାର । ଏହି ଆଲୋଚନା ଗୁଡ଼ିକୁ ଜଣେଇବା ପାଇଁ ଆତ୍ମସମୀକ୍ଷା ବିବରଣୀ ପ୍ରମାଣ ଯୋଗାଇବ । ଆପଣ ଅସମ୍ଭବ ଭାବେ ସବୁକିଛି ହାସଲ କରିବା ପାଇଁ ସକ୍ଷମ ହେବେ । ତେଣୁ ସ୍ପଷ୍ଟ ପରିକଳ୍ପନା ଗୁରୁତ୍ଵପୂର୍ଣ୍ଣ ଅଟେ । ଯାହାଫଳରେ ଆପଣ ଅଗ୍ରାଧକାରଗୁଡ଼ିକୁ ଚିହ୍ନଟ କରିପାରିବେ ।
  2. କାର୍ଯ୍ୟ : ଏହି ସ୍ତମ୍ଭଟି ଆପଣ ଓ ଆପଣଙ୍କ ଶିକ୍ଷକମାନଙ୍କ ଦ୍ଵାରା ପୂରଣ ହେବ । ଏହାକୁ ଆପଣ କିଭଳି ଭାବରେ କରିବେ ତାହା ଆପଣଙ୍କର ସମସ୍ୟା ଓ ନେତୃତ୍ଵନେବାର କୌଶଳ ଉପରେ ନିର୍ଭର କରେ । କେତେଗୁଡ଼ିଏ ସମସ୍ୟା ପାଇଁ ଆପଣଙ୍କର ଶିକ୍ଷକମାନେ ଉପଯୁକ୍ତ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ନିଜର ଭାବିଲେ ଆପଣଙ୍କୁ ଏହା ସାହାଯ୍ୟ କରିପାରେ । ଅନ୍ୟମାନଙ୍କ ପାଇଁ ଆପଣ ଉପଯୁକ୍ତ ପଦକ୍ଷେପଗୁଡ଼ିକୁ ଚିହ୍ନଟ କରି ଅନୁମୋଦନ ପାଇଁ ଉପସ୍ଥାପନ  କରିବେ ।
  3. କିଏ ଏହି କାମକୁ ଦାୟିତ୍ଵ ନେଇ ସମାପନ କରିବେ! ଯେଉଁମାନେ ଏଥୁପାଇଁ ଚିତ୍ତିତ ସେମାନଙ୍କ ସହିତ ଆଲୋଚନା କରିବା ଆବଶ୍ଯକ ।
  4. କାର୍ଯ୍ୟ ପାଇଁ ସମୟସୀମା : ଏହା ଆପଣଙ୍କୁ ଗୁରୁଦ୍ରାରୋପ କରିବାରେ ସାହାଯ୍ୟ କରିବ ଯେ, ଯେଉଁ ବ୍ୟକ୍ତିର ନାମ ସ୍ତମ୍ଭ୩ରେ ଉଲ୍ଲେଖ ରହିଛି ସେ ହିଁ ସେଥୁପାଇଁ ଉତ୍ତରଦାୟୀ ରହିବେ । କୌଣସି ପ୍ରକାରର ବିଳମ୍ବକୁ ବିଦ୍ୟାଳୟ ପରିଚାଳନା କମିଟି ସାମନାରେ ବୁଝାଇବାର ଆବଶ୍ୟକତା ରହିଛି ।
  5. ଆବଶ୍ୟକ ହେଉଥିବା ସମ୍ବଳ: ଯଦି ସମ୍ବଳଗୁଡ଼ିକ ଉପଲବ୍ଧ ହେବ ନାହିଁ, ତାହାହେଲେ ଯୋଜନାର ସଫଳତାରେ ଆଶଙ୍କା ଦେଖାଯିବ । ପ୍ରାରମ୍ଭିକ ସୋପାନରେ ଯଥାସମ୍ଭବ ଆବଶ୍ୟକ ହେଉଥିବା ସମ୍ବଳଗୁଡ଼ିକୁ ଚିହ୍ନଟ କରିବା ଆବଶ୍ୟକ । ଯାହାଫଳରେ କାମଗୁଡ଼ିକ ଆରମ୍ଭ କରିହେବ ଓ ଦରକାର ମୁତାବକ ବାହାରୁ ସାହାଯ୍ୟ ନିଆଯାଇପାରିବ ।
  6. ଯୋଜନାକୁ ତଦାରଖ କରିବାର ଆଧାର : ଏହା ଆପଣଙ୍କୁ ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଇବ ଯେ ଆପଣ କିପରି ଭାବରେ ନିଶ୍ଚିତ ହେବେ ଯେ କାମଗୁଡ଼ିକ ଠିକ ଭାବରେ ଚାଲିଛି ଓ ଯୋଜନାଟି କାର୍ଯ୍ୟକାରୀ ହେଉଛି । ଏହି ସ୍ତମ୍ଭରେ ଚିହ୍ନଟ ହୋଇଥିବା କାର୍ଯ୍ୟଗୁଡ଼ିକୁ ଆସନ୍ତା ସମୀକ୍ଷା ବୈଠକରେ ଜଣାଇଦେବ ।

ବିଦ୍ୟାଳୟ ପରିଚାଳନା କମିଟି ଦ୍ଵାରା ଯୋଜନାଟି ସହମତି ଓ ରାଜିନାମା ହେଲାପରେ ଆପଣ ନିୟମିତ ଭାବେ ଏହାର ପ୍ରଗତି ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିକୁ ଖବର ଦେବା ଆବଶ୍ୟକ ।

ଯଦିଓ ଯୋଜନାଟି ଗୁରୁତ୍ଵପୂର୍ଣ୍ଣ ନୁହେଁ ପ୍ରକ୍ରିୟା ଗୁରୁତ୍ଵପୂର୍ଣ୍ଣ ଅଟେ । ଆପଣ ଓ ଆପଣଙ୍କ ଶିକ୍ଷକମାନେ କ’ଣ କରୁଛନ୍ତି ଓ କାହିଁକି କରୁଛନ୍ତି ଏ ପ୍ରକାର ସଙ୍ଗଠିତ ବାର୍ଭାଳାପ ପାଇଁ ଯୋଜନା ଏକ ଆଧାର ଭଳି କାମ କରିଥାଏ । ଗୋଷ୍ଠୀର ସମସ୍ତ ସଦସ୍ୟ ମିଳିମିଶି କାମ କରୁଛନ୍ତି ତାହା ନିଶ୍ଚିତ କରିଥାଏ । ଯଦି ବି କେହି ଏହି ଯୋଜନାକୁ ବିରୋଧ କରନ୍ତି ତାହା ହେଲେ ସେମାନେ ବିଦ୍ୟାଳୟ ପରିଚାଳନା କମିଟି ମାଧମରେ କରିବାକୁ ହେବ ।

ଶିକ୍ଷଣକାର୍ଯ୍ୟ ୪: ପୂର୍ବସୁତ୍ରୀ ସହ କାମ କରିବା

ଏହି ଯୋଜନାକୁ ଆପଣଙ୍କର ପ୍ରତିନିଧି, ବରିଷ୍ଟ ଶିକ୍ଷକ ବା ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସାହାଯ୍ୟରେ ଶେଷ କରିବା ଉଚିତ ।

କୌଣସି ଗୋଟିଏ ସମସ୍ୟାକୁ ବାଛନ୍ତୁ । ନିଜ ବିଦ୍ୟାଳୟରେ ତାହାକୁ କିପରି ସମାଧାନ କରିବେ । ସେହି ନିର୍ଦ୍ଦିଷ୍ଟ ସମସ୍ୟାକୁ ସମାଧାନ କରିବା ପାଇଁ ଆପଣ ମିଳିମିଶି କାମ କରି ସମ୍ବଳ-୧ର ଖାଲିଥିବା ମୁଖ୍ୟ ସ୍ତମ୍ଭକୁ ବ୍ୟବହାର କରି ପୂରଣ କରିବେ ।

ଏକତ୍ରିତ ହୋଇ କାର୍ଯ୍ୟ ଉପରେ ଚିନ୍ତା କରିବା :

  • ଏହା କରିବା ପାଇଁ କଷ୍ଟକର ହେଲା କି ?
  • ପୂର୍ବସୂଚୀ ମୁଖ୍ୟସ୍ତମ୍ଭ ଆପଣଙ୍କ ଚିନ୍ତାଧାରାକୁ ସଙ୍ଗଠିତ ତରିବାରେ ସାହାଯ୍ୟ କଲା କି ?
  • ଆପଣଙ୍କ ଯୋଜନାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କିପରି ଭାବରେ ପ୍ରତିକ୍ରିୟା କରିବେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କିପରି ଭାବରେ ପ୍ରତିକ୍ରିୟା କରିବେ । ପ୍ରତିକ୍ରିୟାଗୁଡ଼ିକୁ ଆପଣଙ୍କ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ ।

ସାରାଂଶ

ଏହି ଏକକରେ କୁହାଯାଇଛି ଯେ ଆପଣ କିପରି ଭାବରେ ବର୍ଷିକିଆ ବା ତା'ଠୁ ଉର୍ଦ୍ଧ୍ଵ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରିବେ । ଏହାକୁ ବିଭିନ୍ନ ବ୍ୟକ୍ତିଙ୍କ ସହ ପରାମର୍ଶ କରି ପ୍ରସ୍ତୁତ କରିବା ସର୍ବୋତ୍ତମ ଅଟେ । ବିଦ୍ୟାଳୟ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ଏହା ଏକ ଶକ୍ତିଶାଳୀ ସାଧନ ଅଟେ । ସମ୍ବଳ ୧ ରେ ଦିଆଯାଇଥିବା ପୂର୍ବ ସୂଚୀ ଆପଣଙ୍କୁ ନିଜର ଯୋଜନା ପାଇଁ ସଙ୍ଗଠିତ ଭାବରେ ଚିନ୍ତା କରିବାକୁ ସାହାଯ୍ୟ କରିବ । ଏହା ଶେଷ କଥା ନୁହେଁ ।

ଆପଣ ଯେଉଁ ପ୍ରକ୍ରିୟାରେ ବିଦ୍ୟାଳୟ ବିକାଶ ଯୋଜନାକୁ ବିକଶିତ କରିଛନ୍ତି ତାହା ଗୋଷ୍ଠୀର ଅଂଶଗ୍ରହଣକୁ ପ୍ରୋତ୍ସାହନ ଯୋଗାଇବ ଓ ବିଦ୍ୟାଳୟ ଓ ଗୋଷ୍ଠୀର ଭାଗୀଦାରିତାକୁ ଶକ୍ତିଶାଳୀ କରାଇବ । ଏହା ନିରନ୍ତର ମୂଲ୍ୟୟନ ଓ ଉତ୍ତରଦାୟିତ୍ଵ ପାଇଁ ସହଯୋଗ କରିଥାଏ । ଏହା ଏକ ଦଲିଲ ଅଟେ ଯାହା ଶାସନ ନୀତି ଓ ଉତ୍ତରଦାୟିତ୍ଵର ଏକ ଅଂଶ ହେବା ଆବଶ୍ୟକ କିନ୍ତୁ ଏହାକୁ ପ୍ରସ୍ତୁତ କରିବା, କାର୍ଯ୍ୟକାରୀ କରାଇବା ଓ ମୂଲ୍ୟୟନ କରିବା ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଟେ । ପରିଶେଷରେ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତି ଆଣି ଶିକ୍ଷାର୍ଥୀଙ୍କର ଉପଲବ୍ଧୁ ହାର ବୃଦ୍ଧି ପାଇ ବିଦ୍ୟାଳୟ ବିକାଶ ଯୋଜନା ଗୋଟିଏ ପରିଚାଳକ ଭାବେ କାମ କରେ ।

ଏହି ଏକକ ନେତୃତ୍ଵର ଆପେକ୍ଷିକ ସ୍ଥାନର ମୁଖ୍ୟ ବିଭାଗ ସହିତ ସମ୍ପର୍କିତ ଅଟେ । ଆପଣ ନିଜର ଜ୍ଞାନ ଓ କୌଶଳକୁ ଗଠନ କରିବା ପାଇଁ ପରବର୍ତୀ ଅଧାୟ ଦରକାରରେ ଆସିପାରେ ।

  • ନିଜ ବିଦ୍ୟାଳୟ ପାଇଁ ଅଂଶୀଦାର ପରିକଳ୍ପନା ଗଠନ କରିବା ।
  • ବିଦ୍ୟାଳୟର ନିଜସ୍ଵ ସମୀକ୍ଷାକୁ ନେତୃତ୍ଵ ଦେବା ।
  • ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟକୁ ବ୍ୟବହାର କରିବା ।
  • ବିଦ୍ୟାଳୟରେ ପରିବର୍ତନ ଆଣିବା ପାଇଁ ଯୋଜନା କରିବା ଓ ନେତୃତ୍ଵ ନେବା ।
  • ବିଦ୍ୟାଳୟରେ ପରିବର୍ତନ ଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।

ସମ୍ବଳଗୁଡିକ

ସମ୍ବଳ ୧: ବିଦ୍ୟାଳୟ ବିକାଶ ଯୋଜନା

ସାରଣୀସ ୧.୧ ରେ ଗୋଟିଏ ସଂପୂର୍ଣ୍ଣ ବିଦ୍ୟାଳୟ ବିକାଶ ଯୋଜନାର ଉଦାହରଣ ଦିଆଯାଇଛି । ସାରଣୀ ଆର ୧.୨ ଗୋଟିଏ ଖୋଲା ସ୍ତମ୍ଭ ଯାହା ଆପଣଙ୍କ ପାଇଁ ଦିଆଯାଇଛି ।

ସାରଣୀ ସ ୧.୧ ବିଦ୍ୟାଳୟ ବିକାଶ ଯୋଜନା – ଯାହା କାର୍ଯ୍ୟକାରୀ ହୋଇଛି ତା’ର ଉଦାହରଣ

ସବିଶେଷ ପଦକ୍ଷେପ

ଦାୟିତ୍ଵ ନେଉଥିବା ବ୍ୟକ୍ତି

ସମୟସୀମା

ଆବଶ୍ୟକ ହେଉଥିବା ସମ୍ବଳ

ସଫଳତାର ଲକ୍ଷଣ

ଝିଅଶିକ୍ଷାର୍ଥୀଙ୍କ କାମର ଉଦାହରଣ ଧରି ପରିବାରକୁ ବୁଲିଯିବା

ଦିଦ୍ୟାଳୟର ମୁଖ୍ୟ

ଏହି କାର୍ଯ୍ୟକାଳ

ସମୟ ବାହାର କରିବା

ଅଭିଭାବକ ଗଭୀର ଭାବରେ ପ୍ରଭାବିତ ହୋଇ ସେମାନଙ୍କର ଝିଅଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ କରନ୍ତି ।

ଝିଅଶିକ୍ଷାର୍ଥୀଙ୍କ ଆତ୍ମପ୍ରତ୍ୟୟ ଗଠନ ପାଇଁ ପାଠରେ ବିଭିନ୍ନ କୌଶଳର ବ୍ୟବହାର

ସମସ୍ତ ଶିକ୍ଷକ

ତୁରନ୍ତ

ଟେସ୍ ଇଣ୍ଡିଆ ଏକକ

ପାଠରେ ଝିଅମାନେ ସକ୍ରିୟ ଅଂଶଗ୍ରହଣ ( ପ୍ରମାଣ ସରୂପ)

 

ସିବଶେଷ ପଦକ୍ଷେପ

ଦାୟିତ୍ଵ ନେଇଥିବା ବ୍ୟକ୍ତି

ସମୟସୀମା

ଆବଶ୍ୟକ ହେଉଥିବା ସମ୍ଭଳ

ସଫଳତାର ଲକ୍ଷଣ

ଆଧାର : ଟ୍ରେସ୍ ଇଣ୍ଡିଆ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate