ପାଠଗୁରୁଙ୍କର ଭୂମିକା ଓ ଦାୟିତ୍ଵ
ଉପକ୍ରମ
- ଖାଦ୍ୟ ବିନିମୟରେ ମାନବ ସମ୍ବଳ ବିକାଶ ଯୋଜନାରେ ସ୍ୱାସ୍ଥ୍ୟସେବିକା ପରି ପାଠଗୁରୁଙ୍କ ଭୂମିକା ଓ ଦାୟିତ୍ଵ କିଛି କମ ନୁହେଁ । କାରଣ ପ୍ରତ୍ୟେକ ବିକାଶ ସୋପାନରେ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ । ଏଣୁ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଭାଗିତା ସ୍ଵାଧୀନ ଅନୁଚିନ୍ତା , ସର୍ବୋପରି ବିକାଶର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା
- ପାଠଗୁରୁ ମାନଙ୍କ ମଧ୍ୟରେ ଗ୍ରାମରେ ବୟସ୍କ ବ୍ୟକ୍ତି (45 ବର୍ଷରୁ କମ ) ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତଥା ଅଧାରୁ ସ୍କୁଲ ଛାଡିଥିବା ପିଲାମାନଙ୍କୁ ସାଧାରଣ ପଢାଲେଖା ଶିକ୍ଷା ଦେବା ଏବଂ 14 ବର୍ଷରୁ କମ ପିଲାମାନଙ୍କୁ ବିଦ୍ୟାଳୟକୁ ଯିବାପାଇଁ ପ୍ରେରଣା ଦେବା ଏହାର ମୂଳ ଲକ୍ଷ୍ୟ ଅଟେ ।
- ଉପରୋକ୍ତ ୩ ଶ୍ରେଣୀର ଏକ ପ୍ରାଥମିକ ତଥ୍ୟ ସଂଗ୍ରହ କରି , ଆନିମେଟର ତଥା ଗ୍ରାମବାସୀଙ୍କ ସହଯୋଗରେ ପଢିବାକୁ ଯୋଗ୍ୟ ଓ ଉତ୍ସାହୀ ମାନଙ୍କୁ ବାଛିବା ।
- ଗ୍ରାମବାସୀଙ୍କ ସହଯୋଗ ଓ ସହମତି କ୍ରମେ ପଢିବା ସ୍ଥାନ / ଗୃହ ସମୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିଷୟ ନିରୂପଣ କରିବା ।
- ବୟସ୍କ ବ୍ୟକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସ୍କୁଲ ଛାଡିଥିବା ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଖାତା ପ୍ରଭୁତି କରିବା ଏବଂ ପଢାକାର୍ଯ୍ୟ ଆରମ୍ଭ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା ବହି ,ସ୍ଳେଟ , ଖଡି , ଲଣ୍ଠନ ଓ କିରୋସିନୀ ବ୍ୟବହାର ପାଇଁ ଆନିମେଟରଙ୍କୁ ଜଣାଇବା ଏବଂ ଏନ . ଜି. ଓ ସହ ଯୋଗାଯୋଗ କରିବା ।
- ଉପରୋକ୍ତ ସାମଗ୍ରୀ ସବୁ ଗ୍ରହଣ କରିବା ପରେ ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ।
- ପାଠପଢା ସମୟରେ ପ୍ରଥନା , ଉପସ୍ଥାନ ନେବା ଏବଂ ଶାନ୍ତି ଶୃଙ୍ଖଳା ତଥା ପଢା ପ୍ରତି କିପରି ସେମାନଙ୍କ ମନରେ ଆଗ୍ରହ ଓ ଉତ୍ସାହ ସର୍ବଦା ଦୃଢ ହୋଇ ରହିବ ସେଥିପ୍ରତି ଧ୍ୟାନ ହେବା ।
- ଅଲଗା ଅଲଗା ଶ୍ରେଣୀ ପାଇଁ ପାଠ୍ୟ ଖସଡା ଅନୁଯାୟୀ ପ୍ରତ୍ୟେକ ଦିନ ପଢାଯାଉଥିବା ବିଷୟ ଗୁଡିକ ଲିପିବଦ୍ଧ କରି ରଖିବା ।
- ରାଜ୍ୟ ଜନସଂଖ୍ୟା ସାଧନ କେନ୍ଦ୍ର , ଓଡିଶା , ଭୁବନେଶ୍ଵର ଦ୍ଵାରା ପ୍ରସ୍ତୁତ ଏବଂ ଜାତୀୟ ସ୍ବାକ୍ଷରତା ମିସନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁସ୍ତକ ................. “ ଆମେ ହେବା ପାଠୋଇ ‘” କିମ୍ବା ସେହିପରି ଅନ୍ୟ ଏକ ପୁସ୍ତକ ଅନୁକରଣ କରାଯାଇପରେ ।
- ପ୍ରତ୍ୟେକ ଶ୍ରେଣୀ ପାଇଁ ସାପ୍ତାହିକ ମୌଖିକ ପରୀକ୍ଷା ବା ସପ୍ତାହକୁ ଠାରେ ପଢାଯାଉଥିବା ବିଷୟ ମାନଙ୍କର ପୁନଃ ଆଲୋଚନା କରିବା ଏବଂ ପ୍ରତ୍ୟେକ ମାସରେ ଥରେ ଅଗ୍ରଗତିର ସମୀକ୍ଷା କରିବା ।
- ପ୍ରତ୍ୟେକ ମାସରେ ପାଠଗୁରୁ ୨୬ ଦିନ ପଢାଇବେ , କିନ୍ତୁ କେଉଁ ଚାରି ଦିନ ଛୁଟିରେ ରହିବେ , ସେ ପ୍ରତ୍ୟେକ ମାସର ଆରମ୍ଭରେ ସ୍ଥିରକରି ସୁଚାଇ ଦେବେ ।
- ଗ୍ରାମରେ ଥିବା ସୂଚନା ଫଳକ , ପ୍ରକଳ୍ପ ସମ୍ବନ୍ଧୀୟ ପୋଷ୍ଟର , ଫାମ୍ଫଲେଟ , ଖବର କାଗଜ , ଗପ ବହି ଇତ୍ୟାଦିର ପଢାଇବା ଅଭ୍ୟାସ କରାଇବେ ।
- ସରକାରଙ୍କ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଶିକ୍ଷଣିୟ ଯୋଜନା ସମ୍ବନ୍ଧୀୟ ସୂଚନା ଦେବେ ( ପଢାଇବା ସମୟରେ )
- ମାସିକ ସମୀକ୍ଷା ସମୟରେ ସଫଳ ବା କୃତି ଶିକ୍ଷାର୍ଥୀଙ୍କୁ କୌଣସି ସାନ୍ତ୍ଵନା ମୂଳକ ପୁରସ୍କାର ଦିଆଯିବ ।
- ମାସ ଶେଷରେ କାର୍ଯ୍ୟରତ ସମସ୍ତ ମହିଳା /ପୁରୁଷଙ୍କୁ କାହାକୁ କେତେ ପରିମାଣର ଚାଉଳ ଦିଆଯିବ ସେଥିପାଇଁ ପ୍ରକ୍ରିୟା ସୁପାରିସ ପ୍ରସ୍ତୁତି କରିବା ତଥା ସ୍ଥାନ ଓ ତାରିଖ , ସମୟ ଧାର୍ଯ୍ୟ କରିବା ।
- କାର୍ଯ୍ୟରତ ମହିଳା /ପୁରୁଷଙ୍କ ଅନୁପସ୍ଥିତ , ବିଶେଷ କରି ସ୍ୱାସ୍ଥ୍ୟ ସେବିକା ଓ ପାଠଗୁରୁଙ୍କ କ୍ଷେତ୍ରରେ ତୁରନ୍ତ ନିସ୍ପତି ନେଇ ଆବଶ୍ୟକ ପଦକ୍ଷେପ ନେବା ।
ସ୍ଵଶିକ୍ଷଣ ପାଇଁ ଅଧିକ ସୁଯୋଗ
- ଅଧିକ ବ୍ୟକ୍ତିଗତ ଶିକ୍ଷଣ କାର୍ଯ୍ୟର ସୁଯୋଗ
- ଶିକ୍ଷଣ – କାର୍ଯ୍ୟଭିତ୍ତିକ ପାଠ୍ୟପୁସ୍ତକ ଓ ପଠନ ସାମଗ୍ରୀର ବ୍ୟବହାର
- ପର୍ଯ୍ୟବେକ୍ଷଣ , ଆବିଷ୍କାର ଓ ପରୀକ୍ଷଣ ଭଳି ସ୍ଵଅଧ୍ୟୟନ ଦକ୍ଷତା ବୃଦ୍ଧିପାଇଁ ସୁଯୋଗ ।
ପ୍ରତିଭାର ବିକାଶ
- ପିଲାମାନଙ୍କ ଦ୍ଵାରା ଗପ କହିବା , ଗୀତ ଲେଖିବା , ଚିତ୍ର ଅଙ୍କନ , ମୃତ୍ତି ବା ମଡେଲ ପ୍ରସ୍ତୁତ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ ।
- ସମସ୍ୟାର ସମାଧାନର ପନ୍ଥା ଆବିଷ୍କାର ପାଇଁ ପିଲାମାନଙ୍କୁ ସୁଯୋଗ ଦେବା ।
- ସମସ୍ୟା ସମାଧାନର ବିକଳ୍ପ ପନ୍ଥା ନିର୍ଣ୍ଣୟ ପାଇଁ ସୁଯୋଗ ସୃଷ୍ଟି କରିବା ।
- ପିଲାମାନଙ୍କଦ୍ଵାରା ପ୍ରସ୍ତୁତ ନୂତନ ପଦାର୍ଥ ବା ପ୍ରଣାଳୀକୁ ପ୍ରଦର୍ଶନ କରିବା ।
ଆତ୍ମବିଶ୍ଵାସ ବୃଦ୍ଧି ପାଇଁ ସୁଯୋଗ
- ପିଲାମାନଙ୍କୁ ଅଧିକ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା ।
- ପିଲାମାନେ ଅଧିକ କହିବା ଓ କାର୍ଯ୍ୟକରିବାର ସୁଯୋଗ ଦେବା ।
- ପିଲାମାନଙ୍କୁ ସଫଳ ଦେବା ପାଇଁ ସୁଯୋଗ ଦେବା
- ପିଲାମାନଙ୍କୁ କାର୍ଯ୍ୟ ପ୍ରଦର୍ଶନ ପାଇଁ ଶ୍ରେଣୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ।
ଉତ୍ତମ ସମ୍ପର୍କ ସ୍ଥାପନ
- ଶିକ୍ଷକ – ଶିକ୍ଷାର୍ଥୀ ମଧ୍ୟରେ ଅଧିକ ମୁକ୍ତ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ।
- ଶିକ୍ଷକ – ଅଭିଭାବକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ।
- ପୁଅ- ଝିଅମାନଙ୍କୁ ମିଳିମିଶି ବସାଇବା ଓ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା ।
ଗୋଷ୍ଠୀ ସହଯୋଗ
- ସ୍ଥାନୀୟ କୁଶଳୀ କାରିଗରଙ୍କ ସାହାଯ୍ୟରେ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ।
- ବହୁଶ୍ରେଣୀ ପରିସ୍ଥିତିରେ ସ୍ଥାନୀୟ ଶିକ୍ଷିତ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହାୟତା ।
- ଲୋକକଥା , ଲୋକଗୀତ ଆଦି ଶିଖାଇବାରେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା ।
ମୂଲ୍ୟାୟନ
- ଶ୍ରେଣୀଗୃହର ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟାୟନ କରିବା ।
- ମୂଲ୍ୟାୟନ ଫଳାଫଳ ଲିପିବଦ୍ଧ କରିବା ଓ ପିଲାମାନଙ୍କ ମଧ୍ୟରେ ଆଲୋଚନା କରିବା ।
- ଫଳାଫଳ ସମ୍ପର୍କରେ ପିତାମାତା / ଅଭିଭାବକଙ୍କ ସହ ଆଲୋଚନା କରିବା ଫଳାଫଳକୁ ବ୍ୟବହାର କରି ଆବଶ୍ୟକ ଉନ୍ନତି ସାଧନ କରିବା ।
ଅଧିକ କ୍ରିୟାଶୀଳ ହେବାପାଇଁ ସୁଯୋଗ ଦେବା
- ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟର ବ୍ୟବହାର କରିବା ।
- ଶିକ୍ଷଣ କାର୍ଯ୍ୟକାରୀ ବସିବା ପ୍ରଣାଳୀରେ ପରିବର୍ତ୍ତନ କରିବା ।
- ଉନ୍ନତ ଓ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରରେ ପିଲାମାନଙ୍କୁ ସମ୍ପୃକ୍ତ କରିବା ।
- ଶ୍ରେଣୀ ପରିଚାଳନାରେ ପିଲାମାନଙ୍କୁ ଅଧିକ ସମ୍ପୃକ୍ତ କରିବା ।
ଆଧାର : ପୋର୍ଟାଲ ଟିମ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.