ଉପକ୍ରମ ବିଦ୍ୟାଳୟର ପିଲାମାନେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଠାରୁ କିଛି ସୁବିଧା ପାଇବା ପାଇଁ ସମୟରେ ଖୋସାମତ କରିଥାନ୍ତି । କିନ୍ତୁ ଏପରି କେତେଜଣ ପିଲା ଥାଆନ୍ତି ଯେଉଁମାନେ ଅଧିକାଂଶ ସମୟରେ ଅଯଥା ଖୋସାମତ କରିବାର ଦେଖାଯାଇଥାଏ । ଆମେ ଏପରି ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇନଥାନ୍ତି । ଏହାଦ୍ଵାରା ପିଲାଟିର ଶିକ୍ଷଣରେ ସ୍ଵାଭାବିକ ବିକାଶ ବାଧାପ୍ରାପ୍ତ ହୋଇଥାନ୍ତି । ପିଲାଟିଏ ଅଧିକ ଖୋସାମତ କରେ କାହିଁକି । ହୁଏତ ଏହାଦ୍ଵାରା ସେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଅଧିକ ପ୍ରଶଂସାର ପାତ୍ର ହେବା ଆଶା କରିପାରୁଥାଏ । କିନ୍ତୁ ଅଧିକାଂଶ ସମୟରେ ଏହାକୁ ଏକ ପ୍ରତିରକ୍ଷାମୂଳକ କୌଶଳ ଭାବେ ବ୍ୟବହାର କରିଥାଏ । ନିଜର ଦୋଷ ଦୁର୍ବଳତାକୁ ସୁଧାରିବାକୁ ଦୃଢ ଇଚ୍ଛାଶକ୍ତି ଅଭାବ ବା ଆତ୍ମବିଶ୍ଵାସ ଅଭାବଥିଲେ ତାକୁ ଘୋଡାଇବା ପାଇଁ ଓ ଶିକ୍ଷକ ଶିକ୍ଷାୟତ୍ରୀମାନଙ୍କ ମନରେ ନିଜପ୍ରତି ଭଲ ଧାରଣା ସୃଷ୍ଟି କରିବା ପାଇଁ ଅଧିକ ଖୋସାମତ କରିବା ସଠିକ ମନେ କରିଥାଏ । ଏପରି ବ୍ୟବହାର ଆଦୌ ସ୍ଵାଭାବିକ ନୁହେଁ । ଭବିଷ୍ୟତରେ ଏହା ସ୍ଥାୟୀଭାବେ ପିଲାର ବ୍ୟବହାର ଅନ୍ତର୍ଗତ ହୋଇଥାଏ ଓ ଆ ତା ର ଆତ୍ମପ୍ରତ୍ୟୟ ବା ଆତ୍ମସମ୍ମାନର ବିକାଶ ହୁଏ ନାହିଁ ଏବଂ ସେ ତାର ସାଧାରଣ ତ୍ରୁଟିକୁ ମଧ୍ୟ ସୁଧାରୀବାରେ ପ୍ରୟାସୀ ହୁଏ ନାହିଁ । ଜଣେ ସାମାଜିକ କର୍ମୀଭାବରେ ଆମେ ଏପରି ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ବ୍ୟବହାରଗତ ପରିବର୍ତ୍ତନ କରିବାରେ ଚେଷ୍ଟା କରିବା ଉଚିତ । ଅଧିକ ଖୋସାମତ କରୁଥିବା ପିଲାଟିର ଲକ୍ଷଣ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ କରିବା ପାଇଁ ସାବଧାନତାର ସହିତ କାର୍ଯ୍ୟ କରିଥାଏ । ସୁବିଧା ହାସଲ କରିବା ପାଇଁ ଅନ୍ୟକୁ ପ୍ରଶଂସା କରିଥାଏ । ଚାଳନାପୂର୍ଣ୍ଣ ଭଙ୍ଗୀରେ ଅନ୍ୟର କାର୍ଯ୍ୟ , ବ୍ୟକ୍ତିତ୍ଵ ଓ ସୌନ୍ଦର୍ଯ୍ୟ କୁ ମଧ୍ୟ ପ୍ରଶଂସା କରିଥାଏ । ଅନ୍ୟମାନଙ୍କୁ ସାହାଜ୍ଯ କରିବା ପାଇଁ ସ୍ଵେଛାକୃତ ଭାବରେ ଆଗେଇ ଆସିଥାଏ । ଅନ୍ୟର ଅନୁରୋଧକୁ ପୂର୍ବାନୁମାନ କରିପାରେ । ଘରେ ଅନ୍ୟମାନେ କହିବା ପୂର୍ବରୁ ତ ଠାରୁ ଆଶାକରାଯାଉଥିବା କାମକୁ କରିଦିଏ । ସାଙ୍ଗସାଥିମାନଙ୍କ ଅପେକ୍ଷା ଶିକ୍ଷକଙ୍କ ସହିତ ଅଧିକ ସମ୍ପର୍କ ସ୍ଥାପନ କରିଥାଏ । ଗୁରୁଜନମାନଙ୍କ ପ୍ରତି ଅତ୍ୟଧିକ ଚାଟୁକାର ସ୍ଵଭାବ ଦେଖାଇଥାଏ । ଶିକ୍ଷକ, ଗୁରୁଜନ , ସାଙ୍ଗସାଥି ତଥା ପିତାମାନଙ୍କ ଉପରେ ତାର ବ୍ୟବହାର ପ୍ରଭାବ : ବେଳେବେଳେ ଶିକ୍ଷକ ତାର ଏପରି ପ୍ରଶଂସାରେ ମୁଗ୍ଧ ହୋଇ ତାର ଏହି ବ୍ୟବହାରକୁ ସ୍ଵୀକୃତି ଦେଇଥାନ୍ତି । ଫଳରେ ପିଲାଟି ଅନ୍ୟକୁ ପ୍ରଶଂସା କରିବା ପାଇଁ ପ୍ରେରଣା ପାଇଥାଏ । କେହି କେହି ଏଭଳି ପିଲାର କାର୍ଯ୍ୟକଳାପ ତଥା ବ୍ୟବହାରରେ ଅତିଷ୍ଠ ହୋଇ ତାକୁ ଦୂରେଇ ଦେଇଥାନ୍ତି । କେହି କେହି ତାର ଏଟାଦୃଶ ବ୍ୟବହାରରେ ନିଜକୁ ପୂର୍ଣ୍ଣ ସୁରକ୍ଷିତ ମଣିଥାନ୍ତି ଓ ତାକୁ ସଂପୂର୍ଣ୍ଣ ବିଶ୍ଵାସ କରିଥାନ୍ତି । କେହି କେହି ତାକୁ ବିଶେଷେ ସୁବିଧା ପ୍ରଦାନ କରିଥାନ୍ତି କିମ୍ବା ସଂପୂର୍ଣ୍ଣ ଦୂରେଇ ଦେଇଥାନ୍ତି । ସାଧାରଣତଃ ତାର ସାଙ୍ଗ ସାଥିମାନେ ତା ‘ପ୍ରତି ଈର୍ଷାନ୍ୱିତ ହୋଇ ତାକୁ ଆଦୌ ଭଲ ପାଆନ୍ତି ନାହିଁ କିମ୍ବା ତାକୁ ବିଶ୍ଵାସ କରନ୍ତି ନାହିଁ । କେହି କେହି ପିଲା ମଧ୍ୟ ସୁବିଧା ପାଇଁ ତାର ଏପରି ବ୍ୟବହାରକୁ ଅନୁକରଣ କରିଥାନ୍ତି । ପିଲାଟିର ବ୍ୟାବହାରିକ ପରିବର୍ତ୍ତନ ପାଇଁ କି କି ପଦକ୍ଷେପ ନିଆଯାଇପରେ । ତା ର ଏପରି ବ୍ୟବହାରିକ ତ୍ରୁଟି କାରଣଗୁଡିକ ଚିହ୍ନଟ କରିବା । ତାର ବ୍ୟବହାରକୁ ଲକ୍ଷ କରି ତା ମୁଖ୍ୟ ଆବଶ୍ୟକତା ଗୁଡିକୁ ଜାଣିବା । ଘରେ ଏବଂ ଶ୍ରେଣୀଗୃହରେ ପିଲାଟିର ବ୍ୟାବହାରିକ ପରିବର୍ତ୍ତନ ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି , ଉପାୟ ତଥା କୌଶଳ ଅବଲମ୍ବନ କରିବା । ପିଲାଟିର ଏପରି ବ୍ୟବହରିକ ତ୍ରୁଟିର କାରଣ କଣ ହୋଇପାରେ ? ଅନ୍ୟ ଦ୍ରୁଷ୍ଟି ଆକର୍ଷଣ କରି ଉଦ୍ଦେଶ୍ୟ ସାଧନ କରିବା ଖୋସାମତିର ମୁଖ୍ୟ ଉଦ୍ଦେଶ୍ୟ । ଏହା ଆଦୌ ସୀମାଚନ ନୁହେଁ , କାରଣ ଆମେ ଆମ ପିଲାମାନଙ୍କୁ ଏପରି ଶିକ୍ଷା ପ୍ରଦାନ କରିବାକୁ ଚାହୁଁନା ଯାହାଦ୍ଵାରା , ସେମାନେ କାର୍ଯ୍ୟ ହାସଲ କରିବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରିବେ । ପିଲାଟିର ମୁଖ୍ୟ ଆବଶ୍ୟକତାଗୁଡିକ ଅନୁଧ୍ୟାନ କରିବା ଯଦି ପିଲାଟି ପରିବାରବର୍ଗ ଏବଂ ସାଙ୍ଗସାଥି ମାନଙ୍କର ସାନ୍ନିଧ୍ୟ ଲାଭ କରି ନପାରି ନିଜକୁ ଅସହାୟ ମନେକରେ , ସେ ଶିକ୍ଷକଙ୍କ ସହିତ ସମ୍ପର୍କ ସ୍ଥାପନ କରି ନିଜର କାର୍ଯ୍ୟ ହାସଲ କରିବା ପାଇଁ ଚେଷ୍ଟା କରିଥାଏ । ଯଦି ବିଦ୍ୟାଳୟର କାର୍ଯ୍ୟଧାରା ପିଲାଟି ପାଇଁ ଆନନ୍ଦଦାୟକ ହେବା ପରିବର୍ତ୍ତେ , ଯନ୍ତ୍ରଣାଦାୟକ ହୋଇଥାଏ ତେବେ , ସେଥିରୁ ମୁକ୍ତି ପାଇବା ପାଇଁ ସେ ଶିକ୍ଷକଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ । ପିଲାଟିର ଗୌଣ ଆବଶ୍ୟକତାକୁ ଅନୁଧ୍ୟାନ କରିବା ପିଲାଟି ଶ୍ରେଣୀରେ ଅନ୍ୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାର ଗୌଣ ଆବଶ୍ୟକତାଗୁଡିକୁ ପୂରଣ କରିବାରେ ସକ୍ଷଣ ହୋଇଥାଏ । ଅନ୍ୟ ସହଯୋଗୀଦଳମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରିପାରିଲେ ସେ ସହଯୋଗୀ ଦଳମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରିପାରିଲେ ତାର ଆତ୍ମବିଶ୍ଵାସ ବଢିପାରିବ । ସମାଜକର୍ମୀ ଓ ଶିକ୍ଷକ କଣ କରିବା ଉଚିତ ? ପିଲାଟିକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ତାର କଣ ସବୁ ଅସୁବିଧା ରହିଛି ସେସବୁ ଜାଣିବା ଆବଶ୍ୟକ । ପିଲାଟିର ପ୍ରତ୍ୟେକ କାର୍ଯ୍ୟକଳାପ ତଥା ବ୍ୟବହାର ପଛରେ କିଛି ନା କିଛି ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି । ଆମେ ଏହାର କାରଣ ଉପଲ୍ଲବ୍ଧି କରିପାରିଲେ ତାକୁ ଶିକ୍ଷାଦାନ ମାଧ୍ୟମରେ ସାଧାରଣ ପିଲାଙ୍କ ସମକକ୍ଷ କରାଇପାରିବା । କିନ୍ତୁ ଯଦି ତାର କାର୍ଯ୍ୟକଳାପ ପ୍ରତିବନ୍ଧକ ସୃଷ୍ଟି କରାଯାଏ , ସେ ତାର ଖୋସାମତି ସ୍ଵଭାବ ଛାଡିବାକୁ କେବେବି ସମର୍ଥ ହୋଇନପାରେ । ଏଠାରେ ଉଲ୍ଲେଖ କରାଯାଇପରେ , ଯେ ପିଲାଟି କେବଳ କିଛି ସୁବିଧା ବା ସ୍ବୀକୃତି ଆସାରେ ହିନ ଏଭଳି ବ୍ୟବହାର ପ୍ରଦର୍ଶନ କରିଥାଏ । ସେ କେବେ କାହାଦ୍ଵାରା ପ୍ରତ୍ୟାଖାତ ହେବାକୁ ଚାହେଁ ନାହିଁ । ତେଣୁ ପିଲାଟି ସହିତ ମିଳିମିଶି ଚଳି, କଥାବାର୍ତ୍ତା କରି ତା , ସହିତ ସମ୍ବେଦନଦନସିଲ ମନୋଭାବ ପୋଷଣ କରିବା ଦରକାର । ତାର ବ୍ୟବହାର ପ୍ରତି ଗୁରୁତ୍ଵ ନ ଦେଇ ତାର ବ୍ୟକ୍ତିତ୍ଵ ଉପରେ ଆଲୋକପାଟ କରିବା ଅନୁଚିତ । ଆବଶ୍ୟକ ସ୍ଥଳେ ପିଲାଟିର ମନରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ଶିକ୍ଷକ ତାକୁ ଆହ୍ଵାନ ଦେଇ କହି ପାରନ୍ତି ‘ ବ୍ୟସ୍ତ ହୁଅନି ‘ ଧୌର୍ଯ୍ୟ ଧର ସବୁ ଠିକ ହୋଇଜୀବ ‘ ଇତ୍ୟାଦି । ଆଲୋଚନା ମାଧ୍ୟମରେ ପିଲାଟିର ଦକ୍ଷତା ଉପରେ ଗୁରୁତ୍ଵ କରିବା ,। ତାକୁ ମଧ୍ୟ ପ୍ରଶଂସା କରିବା , କାର୍ଯ୍ୟରେ ସାଧୁତା , କର୍ତ୍ତବ୍ୟନିଷ୍ଠା ପାଳନ କରିବା ପାଇଁ ପିଲାଟିକୁ ସୂଚନା ଦେବା ଯଦ୍ଵାରା ପିଲାଟିର ଆତ୍ମବିଶ୍ଵାସ ବଢିବ ଏବଂ ସେ ଅନାବଶ୍ୟକ ଖୋସାମତ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବ । ଆଧାର : ପୋତାଲା ଟିମ