ଜଣଙ୍କ ଭିତରେ ବିଭିନ୍ନ ପ୍ରକାରର ବୁଦ୍ଧିମତା ରହିଥାଏ । ହାୱାର୍ଡ ଗାର୍ତନରକିର ମନସ୍ତତ୍ତ୍ୱିକ ଥିଓରୀ ଅନୁସାରେ ଜେନ ବ୍ୟକ୍ତିର ବୁଦ୍ଧିମତାକୁ ସେ ବିଭିନ୍ନ କ୍ଷେତ୍ର ରେ ଲାଗାଇଥାଏ । ପ୍ରତ୍ୟେକ ବ୍ୟକ୍ତି ପାଖରେ 7 ପ୍ରକାର ବୁଦ୍ଧିମତ ଥାଏ । ଜଣେ ଜଣେ ଗୋଟିଏ କିମ୍ବା ଦୁଇଟି କୁ କାମରେ ଲଗାଇଥିବା ବେଳେ କେତେକ ସମସ୍ତ 7 ଟି ଯାକ କୁ କାମରେ ଲଗାଇଥାନ୍ତି କାରଣ ସେମାନଙ୍କର ବୁଦ୍ଧିମତ 7 ଟି ଜାକ ସ୍ତରରେ ସମାନଥାଏ ।
ଶ୍ରେଣୀରେ ପିଲାମାନଙ୍କୁ ଗଳ୍ପ କହିବା ଓ ପିଲାମାନଙ୍କୁ ଦ୍ଵାରା ମଧ୍ୟ କୁହାଇବା ପାଇଁ ଉତ୍ସାହିତ କରିବା ନିହାତି ଆବଶ୍ୟକ । ଏଥିପାଇଁ କେତୋଟି ଶିକ୍ଷଣକାର୍ଯ୍ୟ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।
ପିଲାମାନଙ୍କୁ ଗୋଲାକର ଭାବେ ବସାଇବା । ସେମାନଙ୍କ ମଧ୍ୟରୁ ଜଣକୁ ଶିକ୍ଷକ କରାଇବା । ଶିକ୍ଷକଙ୍କ ହାତରେ ଗୋଟିଏ ରବର ବଲବ ଥିବ । ସେ ଯେକୌଣସି ଗୋଟିଏ ବାକ୍ୟ କହିବେ ଏବଂ ଧରିଥିବା ବଲଟିକୁ ଯେକୌଣସି ପିଲାପାଖକୁ ପକାଇବେ । ବଲଟି ଯେଉଁ ପିଲା ପାଖରେ ପଡିବ ସେହି ପିଲା ଶିକ୍ଷକ କହିଥିବା କାର୍ଯ୍ୟଟିକୁ ଆଖିଆଗରେ ରଖି ଦ୍ଵିତୀୟ ବାକ୍ୟଟିକୁ କହିବେ । ଯେପରି ଆଗରୁ କୁହାଯାଇଥିବା ବାକ୍ୟର ସମ୍ପର୍କ ଥିବ । ଏହିପରି ଖେଳ ଚାଲିବ । ସବୁପିଲା ଗୋଟିଏ ଗୋଟିଏ ବାକ୍ୟ କହିବେ ଯେପରି ବାକ୍ୟ ମଧ୍ୟରେ ସମଞ୍ଜ୍ୟସ ଥିବ ଶେଷରେ ଦେଖାଯିବ ଯେ ସୁନ୍ଦର ଗପଟିଏ ହୋଇଯାଇଛି ।
ଶବ୍ଦର କାହାଣୀ :
ପିଲାମାନେ ଛୋଟ ଛୋଟ ଦଳରେ ବସିବେ । ପ୍ରତ୍ୟେକ ଦଳକୁ (5 X 4 ) ର କାର୍ଡ କରି ଦିଆଯିବ ଏବଂ ପିଲାମାନଙ୍କୁ ନିଜ ମନରେ କିଛି ଶବ୍ଦ ଦିଆଯାଇଥିବା କାର୍ଡରେ ଲେଖିବାକୁ କୁହାଯାଇଛି । ତା ପରେ ପିଲାମାନଙ୍କୁ ଲେଖିଥିବା ଶବ୍ଦଗୁଡିକୁ ବର୍ଗୀକାରଣ କରିବାକୁ କୁହାଯିବ । ଯଥା - କେଉଁ ଗୁଡିକ କାଠିରେ ତିଆରି , କେଉଁ ଗୁଡିକ ଆମେ ବଜାରରେ ଦେଖିବାକୁ ପାଉ । ତା ପରଦିନ ପ୍ରତିଦଳକୁ ଲେଖିଥିବା ଯେକୌଣସି ଦୁଇଟି ଶବ୍ଦକୁ ନେଇ ବାକ୍ୟଗଢିବା ପାଇଁ କୁହାଯିବ । ଗୋଟିଏ ଦଳ ସେମାନେ ଲେଖିଥିବା ବାକ୍ୟଟିକୁ ପଡିବ । ଅନ୍ୟଦଳ ସେମାନେ ଲେଖିଥିବା ଦୁଇଟି ଶବ୍ଦକୁ ନେଇ ପ୍ରଥମ ଦଳର ବାକ୍ୟକୁ ନେଇ ଆଉ ଗୋଟିଏ ବାକ୍ୟ କହିବେ । ଏପରି ଦଳ ଭୀତରେ କାର୍ଯ୍ୟ ଚାଲୁରହିବ । ପୂର୍ଣ୍ଣାଙ୍ଗ ହେଲା ପର୍ଯ୍ୟନ୍ତ । ଏହାଦ୍ଵାରା ପିଲାମାନେ ଶବ୍ଦକୁ ନେଇ କାହାଣୀ ତିଆରି କରିପାରିବେ । କାର୍ଯ୍ୟଟିକୁ ଦଳଗତ ମାଧ୍ୟମରେ ମଧ୍ୟ କରାଯାଇ ପାରିବ ।
କିଛି ଖାଲି ବୋତଲ , ଠିପି , ପେନ , କ୍ୟାପ , ଛିଣ୍ଡାକନା , ପେନର ରିଫିଲ , ଗୋଡି ଇତ୍ୟାଦି ସଂଗ୍ରହ କରି ବିଦ୍ୟାଳୟରେ ରଖାଯିବ । ଶ୍ରେଣୀର ସମୁଦାୟ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ ବା ଛଅ ଗୋଟି ଦଳରେ ବିଭକ୍ତ କରି ସଂରୁହିତ ବସ୍ତୁ ଗୁଡିକ ଦିଆଯିବ । ଦଳରେ ଆଲୋଚନା କରି ପ୍ରତ୍ୟେକ ବସ୍ତୁକୁ ନେଇ ଓ ନିଜ ମନରୁ କିଛି କଥା ମିଶାଇ ଗଳ୍ପ ତିଆରି କରିବାକୁ ଦିଆଯିବ ।
ଶିକ୍ଷକ ନିଜ ଜାଗାରେ ମିଳୁଥିବା ବସ୍ତୁ ଓ ସମ୍ବଳ ବ୍ୟବହାର କରି ଶିକ୍ଷଣ ସାମଗ୍ରୀ ଓ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରିପାରିବେ । ତଳେ କେତେଗୁଡିଏ ପ୍ରକୃତିକ ଓ ପରିବେଶରୁ ଉପଲବ୍ଧ ଜିନିଷର ବ୍ୟବହାର ବିଷୟରେ ସୂଚନା ଦିଆଯାଇଛି ।
ରଙ୍ଗ, ଆକାର ଓ ଓଜନ ଜାଣିବା; ରଙ୍ଗ, ଆକାର ଓ ସ୍ପର୍ଶ ଭେଦରେ ଭାଗ ଭାଗ କରିବା ଭିନ୍ନ ଭିନ୍ନ ଆକାରରେ ସଜାଇବା, କାଗଜ ଉପରେ ଆଠ ଦେଇ କୋଲାଜ କମ କରିବା, ଡବାରେ ଗୋଡି ରାଖୀ ବଜାଇବା ପଥର ଫୋପାଡି ପାଣିରେ ଶବ୍ଦ ଓ ଭଉଁରୀ ସୃଷ୍ଟି କରିବା, ବଟକରା ରୂପେ ବ୍ୟବହାର କରିବା, ଘର ଓ ବଗିଚା ସଜାଇବାରେ ବ୍ୟବହାର କରିବା ଗଣିବା ।
କାଦୁଅ ଚକଟିବା ଗୋଳି, ବିଭିନ୍ନ ଆକାର କଣ୍ଢେଇ, ଦୀପ, ଘର, ଚକି, ବାସନ କୁସନ, ପିଠା, ପଶୁ ପକ୍ଷୀ, ଇତ୍ୟାଦି ତିଆରି କରିବା ବଟକରା ତିଆରି କରିବା, ଦିଆସିଲି ଖୋଲରେ ଆଇଟି ତିଆରିକରିବା ।
ରଙ୍ଗ, ଗନ୍ଧ ଓ ଆକାର ପ୍ରକାର ଅଜାଣିବା ଫୁଲ ରୁ ଗଛ ଓ ଫଳ ବର୍ଣନା କରିବା, ମାଲା ଗୁନ୍ଥିବା ଓ ଫୁଲତୋଡା ତିଆରି କରିବା, ଫୁଲରେ ଘର ସଜାଇବା ଫୁଲରେ କୋଲାଜ କାମ କରିବା ।
ରଙ୍ଗ, ଆକାର ଓ ପ୍ରକାର ଜାଣିବା ସ୍ଵାଦ ଜାଣିବା, କଞ୍ଚା ଓ ପାଚିଲା ଜାଣିବା, ପଚା ଓ ଭଲ ଫଳ ଚିହ୍ନିବା, ପଡ଼ିବାରୁ ଛପା କମ କରିବା, ଫଳ ରୁ ଗଛ ଫୁଲ ଓ ମଞ୍ଜି ବିଷୟରେ କହିବା ।
ଦୁଇଟି ସଢେଇରେ ବଜା ବଜାଇବା ଶଢେଇରେ ପାଣି ବୋହିବା, ନିକିତି ତିଆରି କରିବା, ଟେଲିଫୋନ ରୂପେ ବ୍ୟବହାର କରିବା, ଶଢେଇରେ ଓଦା ବଳି ରାଖୀ ଚୁଲି ତିଆରି କରିବା, ସଢେଇ ରେ ରଙ୍ଗ ଦେବା, ଖେଳଣା ଓ କଣ୍ଢେଇ ତିଆରି କରିବା ।
ମୋଜାରୁ କଣ୍ଢେଇ ତିଆରି କରିବା, ବଲ ତିଆରି କରିବା ।
ରଂଶ ଚିହ୍ନିବା, ବଳ, ଋଂ ବଳ, କଣ୍ଢେଇ ତିଆରି କରିବା ।
ବିଭିନ୍ନ ଘାସ ଚିହ୍ନିବା, ଘାସ ବାଛିବା, ଘାସ ପୋତିବା, ଘାସ ବିଦା ବାନ୍ଧିବା, ବଳି ଉପରେ ଘାସ ସଜାଇବା ।
ଆମେ ପିଲାମାନଙ୍କ ଭାବନାଶକ୍ତିକୁ କିଛିଟା ବଢାଇବା ପାଇଁ ଗଳ୍ପ କହିବା ପାଇଁ ଉତ୍ସାହିତ କରିବା ପାଇଁ ଉପରୋକ୍ତ କାର୍ଯ୍ୟ ଗୁଡିକୁ ଶ୍ରେଣୀ କଲେ ନିଶ୍ଚିତ ଭଲ ସୁଫଳ ମିଳିପାରିବ ।
ଆଧାର : ପୋର୍ଟାଲ ଟିମ
Last Modified : 1/26/2020