অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜ୍ଞାନ ଶ୍ରେଣୀଗୃହରେ ଭାଷା : କୋଷ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରସିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିସ୍ଫଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରସ୍ଥିକ ଗଣିତ 13 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ

ଏକକରେ କ'ଣ ଅଛି

ଏହି ଏକକଟି ଶିକ୍ଷାର୍ଥୀମାନଙ୍କର ବିଜ୍ଞାନରେ ବୋଧଗମ୍ୟତା ବିକାଶରେ ଭାଷାର ପ୍ରମୁଖ ଭୂମିକା ବିଷୟରେ ଆପଣଙ୍କର ବୋଧଗମ୍ୟତା ବଢାଇବାରେ ସାହାଯ୍ୟ କରିବ । ଏଥୁରେ ଶ୍ରେଣୀ ଗୃହରେ ବ୍ୟବହାର ପାଇଁ ଗୁଡିଏ ସରଳ କୌଶଳ ଦିଆଯାଇଛି, ଯାହା ଆପଣଙ୍କ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବୈଜ୍ଞାନିକ ସାକ୍ଷରତାର ଉନ୍ନତିରେ ସାହାଯ୍ୟ କରିବ ।

ବିଜ୍ଞାନ ଶିକ୍ଷଣ ଏକ ନୂତନ ଭାଷା- ‘ବିଜ୍ଞାନର ଭାଷା' ପ୍ରବେଶର ଆୟମାରମ୍ଭ କରେ, କିନ୍ତୁ ଏହି ଭାଷା ଅଧୁକାଂଶ ଶିକ୍ଷାର୍ଥୀଙ୍କ ପାଇଁ ବିଜ୍ଞାନ ଶିକ୍ଷଣରେ ଏକ ପ୍ରମୁଖ ପ୍ରତିବନ୍ଧକ ସାଜିପାରେ । ସେମାନେ ବୈଜ୍ଞାନିକ ଭାଷାର ବ୍ୟବହାରରେ ଯେଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଗୁଡିକ ସେମାନଙ୍କର ବିଜ୍ଞାନରେ ବୋଧଗମ୍ୟତା ଓ ଯୁକ୍ତି ପ୍ରଦର୍ଶନ ପ୍ରତି ମୁଖ୍ୟ ବାଧକ ହୋଇପାରେ । ଭଲ ଶିକ୍ଷକମାନେ ସେମାନଙ୍କ ଶିକ୍ଷାର୍ଥୀଙ୍କର ବୈଜ୍ଞାନିକ ଶବ୍ଦଗୁଡିକର ବୋଧଗମ୍ୟତା ବିଷୟରେ ସଚେତନ ଥାଆନ୍ତି ଓ ସ୍ଵତନ୍ତ ଶବ୍ଦ ଗୁଡିକର ବିନିମୟ ବୋଧଗମ୍ୟତା ବଢାଇବାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଗୁଡିଏ କୌଶଳ ଜାଣିଥାନ୍ତି ।

ଏଠାରେ କୌଶଳ ଗୁଡିକ "ଜୀବକୋଷ ଓ ଏହାର ସଂଗଠନ" ପ୍ରସଙ୍ଗ ପରିପ୍ରେକ୍ଷୀରେ ବ୍ୟାଖ୍ୟା କରାଯାଇଛି । ତେବେ, ବର୍ଣ୍ଣିତ କୌଶଳ ଓ ପରାମର୍ଶଗୁଡିକ ବିଜ୍ଞାନ ପାଠ୍ୟକ୍ରମର ବହୁତ ଗୁଡିଏ ପ୍ରସଂଗ ପାଇଁ ବ୍ୟବହାର କରାଯାଇପାରିବ ।

ଏକକରୁ କ'ଣ ଶିଖୁବେ

  • ବିଜ୍ଞାନରେ ଭାଷାର ବିକାଶ ପାଇଁ ସ୍ପଷ୍ଟ ଯୋଜନାର ଗୁରୁତ୍ଵ |
  • ବିଜ୍ଞାନ ଭାଷାର ଅସୁବିଧାଗୁଡ଼ିକ ଆୟତ୍ତ କରିବା ପାଇଁ ଅନେକଗୁଡିଏ କୌଶଳ ।
  • ଶିକ୍ଷାର୍ଥୀଙ୍କୁ ବିଜ୍ଞାନ ସମ୍ପର୍କିତ ଲେଖାଲେଖ କରିବାକୁ ଉତ୍ସାହିତ କରି ସେମାନଙ୍କ ଭାଷା ବିକାଶରେ ଆପଣଙ୍କ ସହାୟତା କରିପାରିବାର ଉପାୟମାନ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଭାଷାର ଅଭିବୃଦ୍ଧି ଓ ଧାରଣାଗତ ଅଭିବୃଦ୍ଧି ଗଭୀର ଭାବେ ସଂଯୋଜିତ : ଚିନ୍ତନ ଆବଶ୍ୟକ କରେ ଭାଷା ଓ ଭାଷା ଆବଶ୍ୟକ କରେ ଚିନ୍ତନ । ତେଣୁ ବିଜ୍ଞାନ ପାଠର ଯୋଜନା କଲାବେଳେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ଭାଷାର ବିକାଶ ବିଷୟରେ ଚିନ୍ତା କରିବା ଗୁରୁତ୍ଵପୂର୍ଣ୍ଣ ଆଟେ

ଆପଣଙ୍କର ଅନେକ ଶିକ୍ଷାର୍ଥୀ ବହୁ ଭାଷାଭାଷୀ ଥାଇପାରନ୍ତି, ତେଣୁ ପାଠ ବ୍ୟତୀତ ସେମାନେ ବ୍ୟବହାର କରୁଥୁବା ଭାଷା ଶ୍ରେଣୀ ଗୃହର ଭାଷାଠାରୁ ଭିନ୍ନ ହୋଇପାରେ । ଆପଣ ପାଠ ପଢ଼ାଇବାବେଳେ ଶିକ୍ଷାର୍ଥୀମାନେ ନୂତନ ଶବ୍ଦଗୁଡ଼ିକୁ ଶିଖୁବା ଓ ବ୍ୟବହାର କରିବାକୁ ଅଭ୍ୟସ କରିବା ପାଇଁ ସମୟ ବାହାର କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ |

ଆପଣ ସେମାନଙ୍କୁ ଯୋଡିରେ ବା ଦଳରେ ଶବ୍ଦଗୁଡିକ ବ୍ୟବହାର କରି କଥା କହିବାର ସୁଯୋଗ ଦେଇ ଏହା କରିପାରିବେ । କେବଳ ଗୋଟିଏ ନୂତନ ଶବ୍ଦର ଅର୍ଥ ବୁଝିବାକୁ ଦିଅନ୍ତୁ, ଏପରିକି ତାର ଉଚ୍ଚାରଣ ମଧ୍ୟ ବେଳେବେଳେ କଷ୍ଟକର ହୋଇଥାଏ । ଲିଖୁତ କାର୍ଯ୍ୟରେ ଶବ୍ଦ ଗୁଡିକର ବ୍ୟବହାର ଆପଣଙ୍କ ଶିକ୍ଷାର୍ଥୀଙ୍କୁ ପ୍ରକୃତ ବୈଜ୍ଞାନିକ ଅର୍ଥଗୁଡିକର ବୋଧଗମ୍ୟତା ବଢାଇବାରେ ମଧ୍ୟ ସହାୟକ ହେବ । ଶିକ୍ଷାର୍ଥୀମାନେ ଯଦି ନିର୍ଣ୍ଣାୟକ ବିଜ୍ଞାନ ଶବ୍ଦଗୁଡିକ ବୁଝି ନ ପାରିନ୍ତି, ସେମାନଙ୍କର ବୈଜ୍ଞାନିକ ଧାରଣାଗୁଡିକର ବୋଧଗମ୍ୟତା ସୀମିତ ଜୋହାଇଯବ |

କଷ୍ଟ ଶବ୍ଦଗୁଡିକର ଅର୍ଥ କରିବା

ବିଜ୍ଞାନର ଏକ ସ୍ଵତନ୍ତ ଓ ବୈଷୟିକ ଭାଷା ଅଛି ଯାହା ତାକୁ ଏକ ବିଶେଷ ପାଠ୍ୟକ୍ରମ ବିଷୟ କରିଛି । ବୈଜ୍ଞାନିକ ଶବ୍ଦ କୋଷ ଶିଖିବା ବେଳେ ଶିକ୍ଷାର୍ଥୀମାନେ ମୁଖ୍ୟତଃ ତିନି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

1. ଅପରିଚିତ ଶବ୍ଦସମୁହ, ବୈଜ୍ଞାନିକମାନେ ପରିଚିତ ବସ୍ତୁଗୁଡ଼ିକ ପାଇଁ ପ୍ରାୟତଃ ବୈଜ୍ଞାନିକ ଶବ୍ଦମାନ ବ୍ୟବହାର କରନ୍ତି । ଉଦାହରଣ ସ୍ଵରୂପ, ଜଣେ ବୈଜ୍ଞାନିକ ‘ପାଣି' ବଦଳରେ ‘ଆତ୍କା’, ‘ଆଲୋକ" ବଦଳରେ ‘ଫୋଟୋ' ବା ‘କ୍ଷୁଦ୍ର’ ଅର୍ଥରେ ‘ମାଇକ୍ରୋ’ କହିବେ । ଏହିପରି ଅନେକ ଶବ୍ଦ ଏକାଠି କରାଯାଇ ଜଟିଳ, ଯୌଗିକ ଶବ୍ଦଗୁଡିଏ ଯଥା ଆଲୋକ ସଂଶ୍ଳେଷଣ' ବା ‘ମାଇକ୍ରୋସ୍ତ୍ରୋପୀ' ଆଦି ସୃଷ୍ଟି କରାଯାଏ ।

2. ସ୍ଵତନ୍ତ ଅର୍ଥ ବିଜ୍ଞାନରେ ବହୁତ ଗୁଡ଼ିଏ ଶବ୍ଦର ଦୈନନ୍ଦିନ ଅର୍ଥ ସହ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଅର୍ଥ ମଧ୍ୟ ଥାଏ, ଯଥା ଶକ୍ତି, ପରିଚଳନ ବା ସ୍ଥିତିଜ (Potential) । ଶିକ୍ଷାର୍ଥୀମାନେ କେଉଁ ଅର୍ଥ ବ୍ୟବହାର କରିବେ ସେ ବିଷୟରେ ପ୍ରାୟତଃ ଦ୍ଵନ୍ଦୁରେ ପଡିଯାନ୍ତି ଓ ଭିନ୍ନ ଭିନ୍ନ ପରିପ୍ରେକ୍ଷୀରେ ଗ୍ରହଣୀୟ ବୈଜ୍ଞାନିକ ଅର୍ଥର ଶିକ୍ଷାଦାନ ଆବଶ୍ୟକ କରନ୍ତି ।

3. କଷ୍ଟକର ଧାରଣା ସମୁହ : ବିଜ୍ଞାନରେ ବହୁତ ଗୁଡ଼ିଏ ଅଣବୈଷୟିକ ଶବ୍ଦ ବ୍ୟବହାର ହୁଏ ଯଥା, 'ଆଲୋକିତ କରିବା” (ଇଲୁମିନେଟ), ‘କାରକ" ବା ତତ୍ । ପ୍ରାୟତଃ ଶିକ୍ଷକମାନେ ଧରି ନିଅନ୍ତି ଯେ ଶିକ୍ଷାର୍ଥୀମାନେ ଏହିପରି ଶବ୍ଦଗୁଡିକର ଅର୍ଥ ଜାଣିଛନ୍ତି, ସେଗୁଡ଼ିକ ପଢ଼ିବାକୁ ସହଜ ହୋଇଥିବାରୁ ଏହା ଭାବିଥାନ୍ତି । କିନ୍ତୁ ପ୍ରାୟତଃ ଏହି ଶବ୍ଦଗୁଡ଼ିକ ଜଟିଳ କଷ୍ଟକର ପ୍ରତ୍ୟୟଗୁଡିକୁ ବୁଝାଏ । ଶିକ୍ଷାର୍ଥୀମାନେ ହୁଏତ ଏହିପରି ଅମୂର୍ତ୍ତି ପ୍ରତ୍ୟୟଗୁଡିକର କେବଳ ଆଶିକ ବା ଭ୍ରମାସକ ଅର୍ଥ ଜାଣିଥାଇପାରନ୍ତି ।

ଜଟିଳ ଯୌଗିକ ଶବ୍ଦ ଗୁଡିକର ସଙ୍ଗେଙ୍କତ ଭେଦ (Decoding) କରିବା

ବହୁତ ଗୁଡିଏ ବୈଜ୍ଞାନିକ ଶବ୍ଦକୁ ଗ୍ରୀକ୍ ବା ଲାଟିନ ମୂଳ ଶବ୍ଦ ବା ଶାଖା ଶବ୍ଦଗୁଡିକୁ ଏକତ୍ରୀତ କରି ଇଂରାଜୀରେ ବିଧୁବଦ୍ଧ ଭାବେ ସୃଷ୍ଟି କରାଯାଇଛି । ଉଦାହରଣ ସ୍ଵରୂପ, ‘କେକ୍ୟୁରୋଫିଲ୍’ର ଦୁଇଟି ଭାଗ ଅଛି ଯଥା: ‘କେକ୍ୟୁରୋ’ ଯାହାର ଅର୍ଥ ସବୁଜ ଓ ‘ଫିଲ' ଯାହାର ଅର୍ଥ ପତ୍ର । ତେଣୁ ଏହି ଶବ୍ଦଟିରୁ ଅର୍ଥକୁ ଭଲରେ ଅନୁମାନ କଲେ ଜଣାପଡେ ଯେ ଏହାର ଅର୍ଥ ସବୁଜ ପତ୍ର ସହ ଜଡିତ ।

ଆପଣଙ୍କ ଶିକ୍ଷାର୍ଥୀମାନେ ଶବ୍ଦଗୁଡ଼ିକର ସଂକେତଭେଦ କରିବା ବେଳେ ବ୍ୟବହାର କରିବା ପାଇଁ ଏହା ଏକ ଭଲ କୌଶଳ । ଯଦି ଶିକ୍ଷାର୍ଥୀମାନେ ନିଜେ ନିଜ ପାଇଁ ଗୋଟିଏ ଶବ୍ଦର ଅର୍ଥ ଖୋଜିପାରିବେ ତେବେ ସେମାନେ ଏହାକୁ ଭବିଷ୍ୟତରେ ନିଶ୍ଳେ ମନେ ରଖୁବେ । ଏହା ସେମାନଙ୍କୁ ସମାନ ଶବ୍ଦଗୁଡିକୁ ଚିହ୍ନଟ କରିବା ଓ ପାଠ୍ୟକ୍ରମର ବିଭିନ୍ନ ଅଂଶକୁ ଯୋଡିବାରେ ସାହାଯ୍ୟ କରିବ । ଉଦାହରଣ ସ୍ଵରୂପ, ‘ଫଟୋ’ ଜୀବ ବିଜ୍ଞାନରେ ‘ଫଟୋସିସ୍ଟୋସିସ୍' ଏବଂ ପଦାର୍ଥ ବିଜ୍ଞାନରେ ‘ଫୋଟୋନ' 'ଫୋଟୋ ଡାଇଓଡ' ସହ ଜଡିତ

ଟିକିଏ ଚିନ୍ତା କରନ୍ତୁ

  • ଆପଣ କେବେ ଏହି ଉପାୟରେ ଶବ୍ଦ ଗୁଡିକର ସଂକେତ ଭେଦ କରିବାକୁ ଚେଷ୍ଟା କରିଛନ୍ତି କି ?
  • ଆପଣ ଶିକ୍ଷାର୍ଥୀଙ୍କୁ ଏହା କିପରି ସାହାଯ୍ୟ କରିବ ବୋଲି ଭାବୁଛନ୍ତି ?

ବୈଜ୍ଞାନିକ ଶବ୍ଦଗୁଡ଼ିକର ସଂକେତ ଭେଦ କରିବା ଶିକ୍ଷାର୍ଥୀଙ୍କୁ ସେଗୁଡିକୁ କିପରି ବନାନ କରାଯିବ ତାହା ଶିଖୁବାରେ ସାହାଯ୍ୟ କରିପାରିବ । ଯଦି ଶବ୍ଦଟି ତାଙ୍କ ପାଇଁ ଅପରିଚିତ। ଏହା ତାଙ୍କୁ ଶବ୍ଦର ଅର୍ଥ ବା ଯାହା କିଛି ସେହି ଶବ୍ଦଟିକୁ ବୁଝାଉଥାଇପାରେ ତାହା ଅନୁମାନ କରିବାରେ ସାହାଯ୍ୟ କରିପାରିବ । ସମ୍ବଳ-1 ରେ ସାଧାରଣତଃ ବହୁଳ ଭାବରେ ବ୍ୟବହୃତ ଲାଟିନ୍ ବା ଗ୍ରୀକ ମୂଳଶବ୍ଦ ବା ଶାଖା ମୂଳ ଶବ୍ଦଗୁଡିକର ଏକ ତାଲିକା ଦିଆଯାଇଛି । ବହୁତ ଗୁଡିଏ ୱେବସାଇଟ୍ (website) ରେ ମଧ୍ୟ ଏହାର ବିସ୍ତୃତ ତାଲିକା ଉପଲଛି ।

ସଂକେତ ଭେଦ କରିବା ପାଇଁ ମୁଖ୍ୟ ସୁରାକ ଯେତେବେଳେ ଆପଣ ସଂକେତ ଭେଦ କରୁଛନ୍ତି, ଶବ୍ଦର କ୍ରମ ସର୍ବଦା କିଛି ଅର୍ଥ ନ ବୁଝାଇ ପାରେ, କିନ୍ତୁ ସେଥୁପାଇଁ ଚିନ୍ତା କରନ୍ତୁ

ନାହିଁ । ହୁଏତ, ଆପଣ ଶବ୍ଦଟିର ଗୋଟିଏ ଭାଗର ଅର୍ଥ ବୁଝିପାରନ୍ତି, କିନ୍ତୁ ଏହାହିଁ ଅର୍ଥ ବୁଝିବାକୁ ଆପଣଙ୍କୁ ଭଲ ସୁରାକ ଦେଇପାରେ । ଗୋଟିଏ ଶବ୍ଦର ଦୁଇଟି ଭାଗ ମଧ୍ୟରେ ଅବା ଅତିରିକ୍ତ ଅକ୍ଷର ଯଥା 'ଓ', ‘ଆଲ୍ପିଆ', ବା ‘ଇ ଈ' କୁ ନଜର ଅନ୍ଦାଜ କରାଯାଇପାରେ ।

ଶିକ୍ଷଣ କାର୍ଯ୍ୟ-1 ଅପରିଚିତ ଶବ୍ଦଗୁଡ଼ିକର ସଂକେତ ଭେଦ କରିବା

ଗୋଟିଏ ପାଠର ଶେଷରେ ଆପଣ ଏହି ଛୋଟ ଶିକ୍ଷଣ କାର୍ଯ୍ୟଟି କରିପାରିବେ । ଏହାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଶିକ୍ଷାର୍ଥୀଙ୍କୁ ହୃଦୟଙ୍ଗମ କରାଇବା ଯେ କେବଳ ସେମାନେ ଏକା ନୁହଁନ୍ତି ଯିଏ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦର ଅର୍ଥ ବୁଝିପାରୁନାହାଁନ୍ତି ଏବଂ ଶବ୍ଦଟି କେଉଁ ଅର୍ଥ ବୁଝାଉଛି ତାହା ଅନୁମାନ କରିବାର କୌଶଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ।

ପ୍ରସଙ୍ଗ ସଂପର୍କିତ ଗୁଡ଼ିଏ ଶବ୍ଦ କଳାପଟାରେ ଲେଖନ୍ତୁ । ଆପଣଙ୍କ ପାଠ୍ୟପୁସ୍ତକର ଗୋଟିଏ ଅଧାୟରୁ ଶବ୍ଦଗୁଡ଼ିକୁ ବାଛିପାରନ୍ତି । ଉଦାହରଣ ସ୍ଵରୂପ ଆପଣ ବାଛିପାରିବେ:

  • ଆଲୋକାନୁବର୍ତ୍ତି (Phototropic)
  • ଆଲୋକସଂଶ୍ଲେକ୍ଷଣ(Photosynthesis)
  • ଉତ୍ତାପାରଙ୍ଗୀ (Thermochromic)
  • ଆଲୋକରଙ୍ଗୀ (Photochromic)

ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଯୋଡିରେ କାମ କରି ନିମ୍ନଲିଖୁତ ଶାଖାରୁ ଶବ୍ଦଗୁଡ଼ିକର ଅର୍ଥ କରିବାକୁ କୁହନ୍ତୁ

  • ଫଟୋ- ଆଲୋକ
  • ‘କ୍ରୋମ' – ର°ଗ
  • ‘ଥର୍ମ' - ଉତ୍ତାପ
  • ‘ସିନେଟ୍ଟୁସିସ୍' – ତିଆରି କରିବା ବା ଗଢିବା
  • ଟ୍ରପିକ୍' - ସ୍ତରାବକେଙ୍କାଇବା

ଆପଣଙ୍କ ପାଖରେ ଯଦି ଭିନ୍ନ ଶବ୍ଦଗୁଡ଼ିଏ ଅଛି ତେବେ ଆପଣଙ୍କୁ ଅଧୁକ “ଶାଖା ଶବ୍ଦ” ଦେବାକୁ ପଡ଼ିବ । ସାହାଯ୍ୟ ପାଇବା ପାଇଁ ସମ୍ବଳ-1 ଦେଖନ୍ତୁ ।

ଦ୍ଵିଅର୍ଥବୋଧକ ବୈଜ୍ଞାନିକ ଶବ୍ଦ

ଶବ୍ଦଗୁଡ଼ିକର ବୈଜ୍ଞାନିକ ଭାଷା ଓ ଶିକ୍ଷାର୍ଥୀମାନେ ଦୈନନ୍ଦିନ ଜୀବନରେ ବୁଝୁଥୁବା ସେଗୁଡିକର ଅର୍ଥ ମଧ୍ୟରେ ପ୍ରାୟତଃ ଦ୍ଵନ୍ଦୁ ଲାଗିଥାଏ । ଉଦାହରଣ ସ୍ଵରୂପ, ସେମାନେ ଭାବନ୍ତି ‘କାର୍ଯ୍ୟ' ଶବ୍ଦଟି ରୋଜଗାର ବା କ୍ଷେତରେ କାମ କରିବା ସହ ଜଡିତ । ସେ ଯାହାହେଉ ନା କାହିଁକି, ସେମାନେ ବୁଝିବା ଉଚିତ ଯେ ବିଜ୍ଞାନରେ ‘କାର୍ଯ୍ୟକରିବା’ ର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି ଯାହା କିଛି ପରିମାଣର ବଳକୁ ଏକ ନର୍ଦ୍ଦିଷ୍ଟ ଦୁରତ୍ଵକୁ ଘୁଞ୍ଚାଇବା ବୁଝାଏ । ଏହିପରି ଅନ୍ୟ ଶବ୍ଦଗୁଡିକ ହେଲା ‘ଶକ୍ତି’, ‘ଟିସୁ' ଏବଂ ‘ବଳ' । ପାଠ୍ୟକ୍ରମରୁ ଆପଣ ଅନ୍ୟଗୁଡିକୁ ଚିନ୍ତା କରିପାରିବେ ।

ଆପଣଙ୍କର ଶିକ୍ଷାର୍ଥୀଙ୍କୁ ଶବ୍ଦଗୁଡ଼ିକର ଉତ୍ପରି ବୁଝାଇବା ଉପଯୋଗୀ ହେବ । ‘ଜୀବକୋଷ ଓ ଏହାର ସଂଗଠନ' ପ୍ରସଂଗଟି କୋଷ ଉପରେ ପର୍ଯ୍ୟବେସିତ । ଏହି କୋଷ ଶବ୍ଦଟି ପ୍ରଥମେ ବୈଜ୍ଞାନିକ ଶବ୍ଦ ରୂପେ ରବର୍ଟ ହୁକ୍‌ଙ୍କ ଦ୍ଵାରା ବ୍ୟବହୃତ ହୋଇଥୁଲା ଯେତେବେଳେ ସେ ଖଣ୍ଡିଏ କର୍କକୁ 1665 ରେ ମାଇକ୍ରୋସ୍ତ୍ରୋପରେ ଦେଖୁଲେ ।

କୋଷର ପଠନ ସହ ବହୁତ ଗୁଡିଏ ନୂତନ ଶବ୍ଦ ଜଡିତ ଏବଂ ଆପଣ ନିଷ୍ଠିତ ହେବା ଆବଶ୍ୟକ ଯେ ଆପଣଙ୍କ ଶିକ୍ଷାର୍ଥୀମାନେ ସେଗୁଡିକୁ ବ୍ୟବହାର କରି ଅଭ୍ୟାସ କରିବାର ସୁଯୋଗ ପାଉଛନ୍ତି । ଶିକ୍ଷଣକାର୍ଯ୍ୟ-2ଟି ଆପଣ ନିଜେ କରିପାରବେ ବା ଜଣେ ସହକର୍ମୀଙ୍କ ସହାୟତାରେ ଶିକ୍ଷାଦାନ ପ୍ରସ୍ତୁତି ବେଳେ କରିପାରିବେ । ଶିକ୍ଷଣକାର୍ଯ୍ୟ-3ଟି ଆପଣ ଶିକ୍ଷାର୍ଥୀଙ୍କ ସହ କରିବା ପାଇଁ ଉର୍ଦ୍ଦିଷ୍ଟ । ପରିସ୍ଥିତି ଅନୁଧ୍ୟାନ-1 ରେ ପଦ୍ମଲୋଚନ ସାର ଗୋଟିଏ ଶବ୍ଦ ପ୍ରାଚୀର କରି ବୈଜ୍ଞାନିକ ଶବ୍ଦଗୁଡିକୁ ତାଙ୍କ ଶ୍ରେଣୀ ଗୃହରେ କିପରି ପରିଚିତ କରାଇଲେ ତାହା ଦର୍ଶାଯାଇଛି ।

ଶିକ୍ଷଣକାର୍ଯ୍ୟ – 2 କୋଷ ପ୍ରସଙ୍ଗର ଆରମ୍ଭରୁ କଠିନ ଶବ୍ଦ ଗୁଡିକୁ ଚିହ୍ନଟ କରିବା

ଏହି ଶିକ୍ଷଣ କାର୍ଯ୍ୟଟି ଆପଣ ନିଜେ ବା ଜଣେ ସହକର୍ମୀଙ୍କ ସହ "ଜୀବକୋଷ ଓ ଏହାର ସଂଗଠନ” ଶିକ୍ଷାଦାନ ପାଇଁ ଯୋଜନା ର ଅଂଶ ଭାବେ କରିବା ପାଇଁ ଉଦ୍ଦିଷ୍ଟ ।

ଏହାର ଉଦ୍ଦେଶ୍ୟ ହେଲା। ଏହି ପ୍ରସଙ୍ଗରେ ଥୁବା ବୈଜ୍ଞାନିକ ଶବ୍ଦଗୁଡ଼ିକ ବିଷୟରେ ଆପଣଙ୍କର ନିଜସ୍ଵ ବୋଧଗମ୍ୟତା ଯାଞ୍ଚ କରିବା ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ସେ ବିଷୟରେ ଚିନ୍ତା କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

  • ଆପଣ ପଢାଉଥୁବା ପାଠ୍ୟପୁସ୍ତକର ଅଧାୟଟି ଦେଖୁ କୋଷ ଶିକ୍ଷଣ ସମ୍ବନ୍ଧିତ ସମସ୍ତ ବୈଜ୍ଞାନିକ ଶବ୍ଦଗୁଡ଼ିକ ଲେଖନ୍ତୁ ।
  • ଏକ ହାଇଲାଇଟର ପେନ୍ ବା ପେନସିଲ ସାହାଯ୍ୟରେ ଶିକ୍ଷାର୍ଥୀମାନେ ଯେଉଁ ଶବ୍ଦଗୁଡିକୁ ପୂର୍ବରୁ ଏକ ଭିନ୍ନ ପରିପ୍ରେକ୍ଷୀରେ ପଢିଥୁବେ ସେଗୁଡିକୁ ହାଇଲାଇଟ୍ କରନ୍ତୁ ।
  • ଯେଉଁ ସ୍ଵତନ୍ତ ବୈଜ୍ଞାନିକ ଶବ୍ଦଗୁଡ଼ିକ ତାଙ୍କ ପାଇଁ ନୂଆ ସେଗୁଡ଼ିକ ରେଖାଙ୍କିତ କରନ୍ତୁ ।
  • ଆପଣ ଗୁଡିଏ ଶବ୍ଦର ତାଲିକା ଓ ସେମାନଙ୍କର ସଂଜ୍ଞାର ଏକ ଅଭିଧାନ ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ ସଂଜ୍ଞାକୁ ଯେତେଦୂର ସମ୍ଭବ ସହଜ ଭାବେ ଲେଖୁବାକୁ ଚେଷ୍ଟାକରନ୍ତୁ । ଯଦି ଆପଣ କିଛି ସାଦୃଶ୍ୟ ଜାଣିଛନ୍ତି ଏବଂ ସହାୟକ ହେବ ବୋଲି ଭାବୁଛନ୍ତି ସେଗୁଡିକୁ ମଧ୍ୟ ଲେଖନ୍ତୁ । ଉଦାହରଣ ସ୍ଵରୂପ କୋଷ ଝିଲ୍ଲିଟି ଚାଲୁଣି ପରି କାର୍ଯ୍ୟ କରେ । ଏହାର ଛିଦ୍ରଗୁଡିକ ଏପରି ହୋଇଥାଏ ଯେ ତାହା ମଧ୍ୟରେ କିଛି ଅଣୁ ପ୍ରବେଶ କରିପାରିବ ଓ ଆଉ କିଛି ପ୍ରବେଶ କରିପାରିବା ନାହିଁ ।

ଯେତେବେଳେ ଆପଣ ନୂତନ ଶବ୍ଦଗୁଡିକ ବା ନିର୍ଦ୍ଦିଷ୍ଟ ବୈଜ୍ଞାନିକ ଅର୍ଥ ଅବା ଶବ୍ଦଗୁଡ଼ିକ ବ୍ୟବହାର ଆରମ୍ଭ କରିବେ ସେତେବେଳର ଏହି ଅଭିଧାନଟି ବ୍ୟବହାର ପାଇଁ ରଖନ୍ତୁ । ଆପଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ନିଜସ୍ଵ ଅଭିଧାନ କରିବା ପାଇଁ ମଧ୍ୟ ଉତ୍ସାହିତ କରିପାରନ୍ତି ।

ଶିକ୍ଷଣକାର୍ଯ୍ୟ – 3 କୈନ୍ଦ୍ରିକ ଶବ୍ଦ

ଗୋଟିଏ ପ୍ରସଂଗର କୈନ୍ଦ୍ରିକ ଶବ୍ଦଗୁଡିକ ହେଉଛି ପ୍ରମୁଖ ଶବ୍ଦ ଯାହା ଆପଣଙ୍କର ଶିକ୍ଷାର୍ଥୀମାନେ ଜାଣିବା ଆବଶ୍ୟକ । ଏହି କୈନ୍ଦ୍ରିକ ଶବ୍ଦଗୁଡିକ ନାମ, ପ୍ରଣାଳୀ ବା ପ୍ରତ୍ୟୟ ହୋଇପାରନ୍ତି । ବୁଝିବା ପାଇଁ ସବୁଠୁ ସହଜ କୈନ୍ଦ୍ରିକ ଶବ୍ଦ ହେଉଛି ‘ନାମ' । ପ୍ରଣାଳୀ ଓ ଧାରଣା ସଂପର୍କିତ କୈନ୍ଦ୍ରିକ ଶବ୍ଦଗୁଡ଼ିକୁ ଶିକ୍ଷାର୍ଥୀମାନେ ବୁଝିବା କଷ୍ଟକର ହୋଇପାରେ । ପ୍ରତ୍ୟେକ ଅଧାୟରେ ବହୁତ ଗୁଡ଼ିଏ ନାମ ଥୁବ, ପ୍ରତି ଅଧାୟ ପିଛା କମ ପ୍ରଣାଳୀ ଶବ୍ଦ ଓ ଗୋଟିଏ ବା ଦୁଇଟି ପ୍ରତ୍ୟୟ ଶବ୍ଦ ଥୁବ । ଆପଣ ପଢାଉଥୁବା ଅଧାୟରୁ କୈନ୍ଦ୍ରିକ ଶବ୍ଦଗୁଡିକର ଏକ ତାଲିକା କରନ୍ତୁ । ଏକ ଭଲ ଶବ୍ଦ ତାଲିକାରେ ପ୍ରତ୍ୟେକ ପ୍ରକାରରୁ କିଛି କିଛି ଅନ୍ତର୍ଭୁକ୍ତ ହୋଇଥୁବ । ଉଦାହରଣ ସ୍ଵରୂପ, କୋଷ ଅଧାୟ ପାଇଁ କୈନ୍ଦ୍ରିକ ଶବ୍ଦଗୁଡିକ ହେଉଛି:

  • ନାମ: ନ୍ୟଷ୍ଟି’ (Nucleus), ଅନ୍ତଃପ୍ରରସ ଜାଲକ’ (Endoplasmic reticulum), ଲବକ (Plastid),

ମାଇଟୋକଣ୍ଡ୍ରଆ(Mitochondria), "ରସଧାନୀ (vacuole) |

  • ପ୍ରଣାଳୀ: 'ଜନନ, ପାରାସରଣ (osmosis), ଆଲୋକ ସଂଶ୍ଳେଷଣ
  • ପ୍ରତ୍ୟୟ: 'ଉପଯୋଜନ' ....

ପ୍ରତି ଅଧାୟ ପାଇଁ ପ୍ରାୟତଃ ୧୦- ୧୫ କୈନ୍ଦ୍ରିକ ଶବ୍ଦ ଯଥେଷ୍ଟ ହେବ । କମ୍ ନମ୍ବର ରଖୁଥୁବା ଶିକ୍ଷାର୍ଥୀଙ୍କ ପାଇଁ ଅଛି କଷ୍ଟକର କିନ୍ତୁ ବହୁତ ଗୁଡ଼ିଏ କୈନ୍ଦ୍ରିକ ଶବ୍ଦ ନଥୁବା ଏକ ତାଲିକା ଆବଶ୍ୟକ ।

ପ୍ରତ୍ୟେକ ଅଧାୟର ଆରମ୍ଭରୁ କୈନ୍ଦ୍ରିକ ଶବ୍ଦଗୁଡ଼ିକୁ ଶିକ୍ଷାର୍ଥୀଙ୍କୁ ଜଣାଇବା ଉଚିତ । ଏହା କରିବାର ଏକ ଉପାୟ ହେଲା, ମୁଖ୍ୟ କଳାପଟାର ପାଖରେ ଥୁବା ପୋଷ୍ଟରରେ ସେଗୁଡ଼ିକ ଲେଖୁବା । ପ୍ରତ୍ୟେକ ପାଠରେ ଶିକ୍ଷାର୍ଥୀମାନେ ସେଗୁଡ଼ିକ ଦେଖୁପାରିବେ । ଆପଣଙ୍କର ନିୟମିତ ଶିକ୍ଷାଦାନର ଅଂଶ ରୂପେ ଅଧାୟ ସାରା ସେଗୁଡ଼ିକ ବରାବର (ଅର୍ଦ୍ଧ୍ଵ ଓ ପ୍ରାୟ) ଦେଖୁ ବା ଓ ବ୍ୟବହାର କରିବା ଆବଶ୍ୟକ ।

ଯଦି ଆପଣ କୈନ୍ଦ୍ରିକ ଶବ୍ଦଗୁଡ଼ିକୁ ଠିକ୍ ଭାବରେ ବ୍ୟବହାର କରିଛନ୍ତି ପ୍ରସଙ୍ଗ ସରିଲା ବେଳକୁ ଶିକ୍ଷାର୍ଥୀମାନେ ସେଗୁଡ଼ିକ ସହ ପରିଚିତ ହୋଇଯାଇଥୁବେ । ସେଗୁଡ଼ିକୁ ସେମାନେ ସଠିକ୍ ଓ ନିୟମିତ ଭାବେ ପ୍ରସଙ୍ଗ ସମ୍ବନ୍ଧରେ ସେମାନଙ୍କର ଭାବଧାରା ଅନ୍ୟମାନଙ୍କୁ ଜଣାଇବା ପାଇଁ ବ୍ୟବହାର କରିବା ଉଚିତ । ଆପଣ ପ୍ରସଙ୍ଗ ସମ୍ବନ୍ଧିତ ସେମାନଙ୍କର ବାଖ୍ୟା ଓ ବୋଧଗମ୍ୟତାରେ ବିଶେଷ ଉନ୍ନତି ଲକ୍ଷ୍ୟ କରିପାରିବେ ।

ଯେତେବେଳେ ଆପଣ କିଛି ଥର ଏପରି କରିସାରିବେ, ଆପଣଙ୍କ ଶିକ୍ଷାର୍ଥୀମାନେ ସେମାନଙ୍କର ନିଜସ୍ଵ କୈନ୍ଦ୍ରିକ ଶବ୍ଦ ତାଲିକା ଆରମ୍ଭ କରିବାରେ ସକ୍ଷମ ହେବେ । ସେଗୁଡ଼ିକ ସେମାନେ ଶ୍ରେଣୀରେ ଆଦାନପ୍ରଦାନ କରିପାରିବେ ଓ ପୁନଃ ପଠନ କରିବା ପାଇଁ ବ୍ୟବହାର କରିପାରିବେ ।

ପରିସ୍ଥିତି ଅନୁଧାନ, 1: 'ଜୀବକୋଷ ଓ ଏହାର ସଂଗଠନ' ଅଧାୟ ପାଇଁ ଏକ କୈନ୍ଦ୍ରିକ ଶବ୍ଦ ପ୍ରାଚୀର ତିଆରି କରିବା

ପଦ୍ମଲୋଚନ ସାର୍ ସେହି ଅଧାୟଟି ପଢାଉଥବା ଅନ୍ୟ ଜଣେ ସହକର୍ମାଙ୍କ ସହ ମିଶି କୈନ୍ଦ୍ରିକ ଶବ୍ଦର ଏକ ପ୍ରାଚୀର ତିଆରି କଲେ ।

୨ ମ ଶ୍ରେଣୀରେ ମୋ ପାଖକୁ ଏପରି କିଛି ଶିକ୍ଷାର୍ଥୀ ଆସିଲେ ଯେଉଁମାନଙ୍କର ଘରେ ବହି ପତ୍ର ଥୁଲା ଓ ପିତାମାତା ସେମାନଙ୍କ ସହ ସେମାନଙ୍କର ବିଦ୍ୟାଳୟ କାର୍ଯ୍ୟ ବିଷୟରେ କଥାବାର୍ଭା କରୁଥୁଲେ । କିନ୍ତୁ କିଛି ସଂଖ୍ୟକ ଶିକ୍ଷାର୍ଥୀ ଦାରିଦ୍ର୍ୟ ପୃଷ୍ଠଭୂମିରୁ ଆସିଥୁଲେ, ଯେଉଁମାନେ କେବଳ ବିଦ୍ୟାଳୟରେ ଥୁବା ସମୟରେ ବହି ପତ୍ର ବ୍ୟବହାର କରିପାରୁଥୁଲେ ଏବଂ ତାଙ୍କର ଘରେ ବିଦ୍ୟାଳୟ ବିଷୟରେ କଥା କହିବାର ସୁଯୋଗ ନଥାଏ । ସେମାନଙ୍କର ଉପସ୍ଥାନ ମଧ୍ୟ ବେଶି ଭଲ ନଥାଏ ଯେହେତୁ ସେମାନେ ପ୍ରାୟ ଘରେ ରହି ସେମାନଙ୍କର ପରିବାର ପାଇଁ କାମ କରିବା ଦରକାର ପଡ଼େ ।

ମୁଁ ହୃଦୟଙ୍ଗମ କଲି ଯେ, ଆମର ପରବର୍ତୀ ପ୍ରସଙ୍ଗ ‘ଜୀବକୋଷ ଓ ଏହାର ସଂଗଠନ’ରେ ଅନେକ ଗୁଡିଏ ନୂତନ ଓ କଷ୍ଟକର ଶବ୍ଦ ଅଛି । ଜଣେ ସହକର୍ମାଙ୍କ ସହ ମୁଁ ସେଥୁରୁ 15ଟି ବୈଜ୍ଞାନିକ ଶବ୍ଦକୁ ଆମର କୈନ୍ଦ୍ରିକ ଶବ୍ଦ ରୂପେ ବାଛିଲି । ଆମେ ପ୍ରତ୍ୟେକ ଶବ୍ଦକୁ ସେପ୍ଟଚ୍ ପେନ୍ ଦ୍ଵାରା ଖଣ୍ଡିଏ ଖଣ୍ଡିଏ କାଗଜରେ ଲେଖିଲୁ । ମୁଁ ସେଗୁଡିକୁ ଶ୍ରେଣୀ ଗୃହର ଗୋଟିଏ କାଚୁରେ ଅଠା ଦେଇ ଲଗାଇଲି । ମୁଁ ଶବ୍ଦଗୁଡ଼ିକ ମଧରେ ଯଥେଷ୍ଟ ଜାଗା ରଖିଲି ସେଗୁଡ଼ିକର ସଂଜ୍ଞା ଯୋଡ଼ିବା ପାଇଁ ।

ଯେତେବେଳେ 9ମ ଶ୍ରେଣୀ ଶିକ୍ଷାର୍ଥୀ ଆସିଲେ ସେମାନେ କାନ୍ଥରେ ଲେଖାଯାଇଥୁବା ଶବ୍ଦଗୁଡ଼ିକୁ ଦେଖିବାର ଉପକ୍ରମ କଲେ । ତେଣୁ କହିଲି ଯୋଡ଼ିରେ କାମ କରି 3 ଟି ତାଲିକା ଯଥା: ଯେଉଁଗୁଡ଼ିକର ଅର୍ଥ ତୁମେ ଜାଣିଛି, ଯେଉଁଗୁଡ଼ିକ ତୁମେ ଆଗରୁ କେବେ ଶୁଣି ନାହିଁ ଓ ଯେଉଁଗୁଡ଼ିକ ତୁମେ ଆଗରୁ ଶୁଣିଛ କିନ୍ତୁ ସେଗୁଡ଼ିକର ଅର୍ଥ ବିଷୟରେ ନିଶ୍ଚିତ ନୁହଁ ।” ତିଆରି କରିବାକୁ କଲି । ମୁଁ କାମ ଆରମ୍ଭ କଲି । ମୁଁ ପୁଣି କହିଲି ଯେ, ଯେତେବେଳେ ଆମେ କୋଷ ବିଷୟରେ ଜାଣି ସାରିବା ସେତେବେଳେ ପୁଣି ଏହି ତାଲିକା ଦେଖିବା ଏବଂ ପ୍ରସଙ୍ଗର ଶେଷରେ ଆମର ଉଦ୍ଦେଶ୍ୟ ହେଲା ସବୁ ଶବ୍ଦଗୁଡ଼ିକୁ ପ୍ରଥମ ତାଲିକାଟିରେ ରଖିବା ।

ଅଧାୟର ଶେଷକୁ ମୋ ଶିକ୍ଷାର୍ଥୀମାନେ କେତୋଟି ଶବ୍ଦ ସେମାନେ ଏବେ ଜାଣିଲେ ତାହା ତାଙ୍କ ତାଲିକାରୁ ଖୋଜିବାକୁ କହିଲି । ଶ୍ରେଣୀରେ ବୁଲି ବୁଲି କେଉଁମାନେ ତଥାପି କିଛି ଶବ୍ଦକୁ ନେଇ ନିଶ୍ଚିତ ହୋଇ ପାରୁନାହାଁନ୍ତି ବୋଲି ମୁଁ ଦେଖିପାରିଲି, ଫଳରେ ମୋର ପରବର୍ତୀ ପାଠରେ ସେମାନଙ୍କୁ ସାହଯ୍ୟ କରିବା ପାଇଁ ସେହି ଶବ୍ଦଗୁଡ଼ିକ ଆଧାରରେ ଅଧୁକ କିଛି କାର୍ଯ୍ୟକ୍ରମ କରିବାକୁ ଭାବିଲି ।

4. ବିଜ୍ଞାନରେ କଥନ ଓ ଶ୍ରବଣ

ଶିକ୍ଷାର୍ଥୀମାନେ ଯେକୌଣସି ନୂତନ ଭାଷା ଶିଖିବା ବେଳେ ସେଗୁଡିକୁ କହିବା ଓ ଶୁଣିବାର ଅଭ୍ୟାସ କରିବାର ସୁଯୋଗ ଦରକାର କରନ୍ତି । ଏହା ମଧ୍ୟ ଆପଣଙ୍କ ଶିକ୍ଷାର୍ଥୀଙ୍କର ବିଜ୍ଞାନ ଭାଷା ଶିକ୍ଷଣ ପାଇଁ ପ୍ରାଯୁଜ୍ୟ ।

ପରିସ୍ଥିତି ଅନୁଧାନ 2: କୌନ୍ଦ୍ରିକ ଶବ୍ଦ କଥୋପକଥନ

ଶ୍ରୀମତି ମହାନ୍ତି ଏକ ଘଟଣା ବିଷୟରେ ବର୍ଣ୍ଣନା କରୁଛନ୍ତି ଯେଉଁଥିରେ ତାଙ୍କ ଶିକ୍ଷାର୍ଥୀମାନେ କୈନ୍ଦ୍ରିକ ଶବ୍ଦ ବ୍ୟବହାରରେ କଥନ ଓ ଶ୍ରବଣ ଖେଳ ଖେଳିଲେ |

ମୋର ଶ୍ରେଣୀ ଗୃହ ଏକ ଶାନ୍ତ ପୂର୍ଣ୍ଣ ବାତାବରଣ । ମୁଁ ସେଥୁପାଇଁ ଖୁବ୍ ଗର୍ବିତ । ଦିନେ ବାରଣ୍ଡାର ତଳ ଆଡ଼କୁ ଅବା ଶ୍ରେଣୀ ଗୃହରୁ ବିରାଟ ଗୋଳମାଳ ଶୁଭୁଥୁଲା । ମୁଁ ମୋ ନିଜ କଥା ମଧ୍ୟ ଶୁଣିପାରିଲି ନାହିଁ, ତେଣୁ ଅଭିଯୋଗ କରିବାକୁ ଗଲି । ମୁଁ ଯାହା ଦେଖୁଲି ସେଥରେ ସ୍ତନ୍ତ ହୋଇଗଲି- ଅବଶ୍ୟ ଖରାପ ଅର୍ଥରେ ନୁହେଁ । ପଦ୍ମଲୋଚନ ସାର ଯାହା କରୁଥଲେ ଓ କାହିଁକି କରୁଥୁଲେ ବୁଝାଇଲେ । ମୁଁ ଯାହା ଦେଖୁଲି ତାହା ମତେ ଏତେ ଭଲ ଲାଗିଲା ଯେ, ମୁଁ ଖୁବ୍ ଶୀଘ୍ର ତାହା ମୋର ଶିକ୍ଷାର୍ଥୀଙ୍କ ସହ କରିବାକୁ ଯୋଜନା କଲି । ସେ ମୋତେ ଏହା କହିଥିଲେ:

ଶ୍ରୀମତି ମହାନ୍ତି, ମୋର ସବୁ ଶିକ୍ଷାର୍ଥୀ ଶ୍ରେଣୀ ଗୃହରେ କୈନ୍ଦ୍ରିକ ଶବ୍ଦର ବ୍ୟବହାର କରି କଥାବାର୍ଭା କରିବା ଅଭ୍ୟାସର ସୁଯୋଗ ପାଉଛନ୍ତି ବୋଲି ମୁଁ ନିଶ୍ଚିତ ହେବା ଆବଶ୍ୟକ । ମୋ ମତରେ ଏହା ସେମାନଙ୍କୁ ବୈଜ୍ଞାନିକ ଧାରଣାଗୁଡିକୁ ଭଲରେ ବୁଝିବାରେ ସାହାଯ୍ୟ କରିବ ।

ମୁଁ ପ୍ରତ୍ୟେକ ପାଠର ଶେଷରେ ପାଞ୍ଚ ମିନିଟ୍ ଖେଳିବା ପାଇଁ ଏକ ଖେଳ ଚିନ୍ତା କଲି, ଯାହା ତୁମେ ବର୍ଭମାନ ଦେଖୁଛି । ମୁଁ ପ୍ରଥମେ ଗୋଟିଏ କୈନ୍ଦ୍ରିକ ଶବ୍ଦର ସଂଜ୍ଞା କହିବି ଏବଂ ଏହି ଶବ୍ଦଟି କଣ ମତେ ସ୍ଵଇଛାରେ କହିବାକୁ କହିବି । ପ୍ରତିଥର ଯିଏ ଶବ୍ଦଟି ଅନୁମାନ କରିବ ସେ ଆଉ ଗୋଟିଏ ଶବ୍ଦର ସଂଜ୍ଞା କହିବ । ଏହା ଅନ୍ୟ ଉପାୟରେ ମଧ୍ୟ ଭଲ କାମ ଦେବ । ଜଣେ ଶିକ୍ଷାର୍ଥୀ ଶବ୍ଦଟିଏ ବାଛିବା ଓ ସେମାନେ ଅନ୍ୟଜଣକୁ ଏହାର ସଂଜ୍ଞା କହିବାକୁ ମନୋନୀତ କରିବେ ।

ଏହାର ଅର୍ଥ ହେଲା ମୋର ସବୁ ଶିକ୍ଷାର୍ଥୀ କୈନ୍ଦ୍ରିକ ଶବ୍ଦଗୁଡ଼ିକୁ ଶୁଣିବାର ଓ ବ୍ୟବହାର କରିବାର ସୁଯୋଗ ପାଇବେ ।

ମୋର ଜଣେ ଶିକ୍ଷାର୍ଥୀ ସଂଜୟ ଏକ ବିକଳ୍ପ ପ୍ରସ୍ତାବ ଦେଲା ଯାହା ଭଲ ଓ କୌତୁକିଆ ଅଲା । ସବୁ ଶବ୍ଦ ଗୁଡ଼ିକୁ ଅଲଗା ଅଲଗା କାଗଜ ଖଣ୍ଡରେ ଲେଖି ଏକ ପାତ୍ରରେ ରଖ । ଜଣଙ୍କୁ ଏଥୁରୁ ଗୋଟିଏ ଶବ୍ଦ ଉଠାଇବାକୁ କୁହ । ଅନ୍ୟମାନେ ତାକୁ ପ୍ରଶ୍ନ ପଚାରି ଉଠାଯାଇଥୁବା ଶବ୍ଦଟିକୁ ଅନୁମାନ କରିବାର ଚେଷ୍ଟା କରିବେ । କିନ୍ତୁ ସିଏ କେବଳ ‘ହିଁ ବା ‘ନାହିଁ ରେ ଉତ୍ତର ଦେବ ।

ଆହୁରି ଅନେକ ଶବ୍ଦ ଖେଳ ଅଛି ଯାହା ଆପଣ ଶିକ୍ଷାର୍ଥୀଙ୍କ ସହ ଖେଳିପାରିବେ । "ଖେଳ ବ୍ୟବହାର କରିବା" ଏକକଟିରେ ଭଲ ଭଲ ଉପାୟମାନ ଦିଆଯାଇଛି । ଖେଳଗୁଡ଼ିକ ଶିକ୍ଷାର୍ଥୀଙ୍କୁ ବହୁତ ପ୍ରେରଣା ଯୋଗାଇବ ଓ ଶିଖିବାର ସୁଯୋଗ ଦେବ । ଯେହେତୁ ଏହା କୌତୁକିଆ ତେଣୁ ସେମାନେ ପଢୁଛନ୍ତି ବୋଲି ଜାଣିପାରନ୍ତି ନାହିଁ । ଶବ୍ଦ ଖେଳ ଶିକ୍ଷାର୍ଥୀଙ୍କୁ ବିଜ୍ଞାନ ସମ୍ବନ୍ଧିତ କଥାବାର୍ଭା କରିବାର ଭଲ ସୁଯୋଗ ଦିଏ । ଏହା ସେମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରେ । ସମ୍ବଳ-୨ "ଶିକ୍ଷଣ ପାଇଁ କଥନ"ରେ ଆହୁରି ଅଧୁକ ତଥ୍ୟ ଆପଣ ପାଇପାରିବେ ।

ଚିତ୍ର-1ଏକାଠି ହୋଇ ଗୋଟିଏ ଜଟିଳ ଚିତ୍ରର ନାମକରଣ କରିବା ଆପଣଙ୍କ ଶିକ୍ଷାର୍ଥୀଙ୍କୁ ନୂତନ ଶବ୍ଦର ଅଭ୍ୟାସ କରିବା ଓ ସେମାନେ ଯାହା ବୁଝୁଛନ୍ତି ତାହା ଜାଣିଛନ୍ତି ବୋଲି ଯାଞ୍ଚ କରିବାର ସୁଯୋଗ ଦେବା ପାଇଁ ଏକ ଉତ୍ତମ ଉପାୟ ।

ଯଦି ଆପଣ ଶିକ୍ଷାର୍ଥୀଙ୍କୁ ବୈଜ୍ଞାନିକ ଶବ୍ଦଗୁଡିକୁ ଉଚ୍ଚାରଣ କରିବା କଷ୍ଟକର ହେଉଛି ତେବେ ଆପଣ ସେମାନଙ୍କୁ ସର୍ବଦା ଅଭ୍ୟସ କରିବାକୁ ଓ ନିଜ ମୋବାଇଲ ଫୋନରେ ରେକର୍ଡ଼ କରିବାକୁ ଉତ୍ସାହିତ କରିପାରନ୍ତି । ସେମାନେ ପରସ୍ପରର ରେକର୍ଡ ଶୁଣି ପାରିବେ ଓ ମତାମତ ଦେଇପାରିବେ ।

5. ବିଜ୍ଞାନରେ ଲିଖନ

ଏହା ଜଣାଶୁଣା ଯେ ଶିକ୍ଷାର୍ଥୀମାନେ ଯାହା ଲେଖନ୍ତି ସେଥୁମଧ୍ୟରୁ ଅଧୁକାଂଶ କଳାପଟାରୁ ବା ବହିରୁ ଉତ୍ତାରନ୍ତି ବା ଆପଣ ଡାକିଥୁବା ନୋଟ୍ ଲେଖନ୍ତି । ସେମାନେ ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଲେଖିବେ । ଏହା ନିତ୍ୟନ୍ତ ଜରୁରୀ ଯେ ଆପଣ ଚାହାଁନ୍ତି ଆପଣଙ୍କ ଶିକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଜାଣିବାକୁ ଥୁବା ଜିନିଷଗୁଡ଼ିକର ରେକର୍ଡ ରଖନ୍ତୁ ।

ସେ ଯାହା ହେଉନା କାହିଁକି, ଶିକ୍ଷାର୍ଥୀଙ୍କୁ ନିଜ ଭାଷାରେ ବିଜ୍ଞାନ ସମ୍ବନ୍ଧରେ ଲେଖିବାର ସୁଯୋଗ ଦେବା ତାଙ୍କ ପାଇଁ ଓ ଆପଣଙ୍କ ପାଇଁ ମଧ୍ୟ ସହାୟକ ହେବ । ଏହା ତାଙ୍କୁ ନିଜ ପାଇଁ ଉପାୟଗୁଡିଏ ବାହାର କରିବାର ସୁଯୋଗ ଦେବ ଓ ଆପଣଙ୍କୁ ସେମାନଙ୍କର ଜୋବାଧଗମ୍ଯତାର ସ୍ତର ଜଣାଇବା ।

ଯଦି ଶିକ୍ଷାର୍ଥୀମାନେ ନିଜେ ନିଜେ ଭଲରେ ଲେଖିପାରିବେ ନାହିଁ ତେବେ, ସେମାନଙ୍କର ଚିନ୍ତନକୁ ସମର୍ଥନ କରିବାକୁ ଲିଖନ ଢାଞ୍ଚା (frame) ସାହାଯ୍ୟ କରିବ । ଏକ ସାଧା କାଗଜରେ ଶିକ୍ଷଣ କାର୍ଯ୍ୟଟିଏ ଆରମ୍ଭ କରିବା ସବୁଠାରୁ ଆମ୍ବବିଶ୍ବାସୀ ଶିକ୍ଷାର୍ଥୀ ପାଇଁ ମଧ୍ୟ ହତୋତ୍ସାହିତ ହୋଇପାରେ । ଲିଖନ ଢାଞ୍ଚା ଏକ ନମୁନା। ଯାହା ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ମାଧମରେ ସଂଗଠିତ କରେ ଓ ମାର୍ଗଦର୍ଶନ କରେ । ସେଗୁଡ଼ିକ ତିଆରି କରିବା ବହୁତ ସହଜ କିନ୍ତୁ ଏହି ଏକକର ଶେଷରେ ଆପଣ ଏକ ଉଦାହରଣ ଦେଖୁପାରିବେ । ଯଦି ଆପଣଙ୍କର ୱେବକୁ ପ୍ରବେଶର ସୁବିଧା ଅଛି ତେବେ ଇଣ୍ଟରନେଟ୍ ରେ ବହୁତ ଉଦାହରଣ ଦିଆଯାଇଛି । ଆପଣ କମ୍ ନମ୍ବର ରଖୁଥୁବା ବା ମେଧାବୀ ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତାକୁ ଦେଖୁ ଲିଖନ ଢାଞ୍ଚାଗୁଡିକୁ ସହଜ ବା କଷ୍ଟ କରିପାରନ୍ତି ।

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କର ଶିକ୍ଷାର୍ଥୀମାନେ କେତେ ଲେଖନ୍ତି ?

• ଆପଣଙ୍କର ଶିକ୍ଷାର୍ଥୀମାନେ କେଉଁ ବିଷୟରେ ଲେଖନ୍ତି ?

ଶିକ୍ଷଣକାର୍ଯ୍ୟ – 4 : ଏକ ଲିଖନ ଢାଞ୍ଚାର ବ୍ୟବହାର କରିବା

ଏହି ଶିକ୍ଷଣକାର୍ଯ୍ୟଟି ଆପଣ କ୍ଲାସରେ କରିବା ପାଇଁ ଉଦ୍ଦିଷ୍ଟ । ଏହା ଆପଣଙ୍କୁ ଓ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଏକ ସରଳ ଲିଖନ ଢାଞ୍ଚା ବ୍ୟବହାର କରି ଅଭ୍ୟସ କରିବାର ସୁଯୋଗ ଦିଏ । ଏହା କୋଷ ଅଧାୟରୁ ଦୁଇଟି ପ୍ରମୁଖ କୋଷ ପରିପ୍ରେକ୍ଷୀରେ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ କାର୍ଯ୍ୟ ଉପରେ ଆଧାରିତ ।

  • ଆପଣଙ୍କ ଶିକ୍ଷାର୍ଥୀଙ୍କୁ କୁହନ୍ତୁ ଯେ ସେମାନେ ଏକ ପ୍ରାକ-ନ୍ୟଷ୍ଟିୟ ଓ ସୁନ୍ୟଷ୍ଟିୟ କୋଷର ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବାକୁ ଯାଉଛନ୍ତି ।
  • ସମ୍ବଳ-2 ରେ ଦିଆଯାଇଥୁବା ଲିଖନ ଢାଞ୍ଚଟିକୁ କଳାପଟାରେ ଲେଖନ୍ତୁ ।
  • ପ୍ରାକ-ନ୍ୟଷ୍ଟିୟ ଓ ସୁନ୍ୟଷ୍ଟିୟ କୋଷଗୁଡ଼ିକୁ ଆପଣ ଆପଣଙ୍କର ଚିରାଚରିତ ଢଙ୍ଗରେ ବୁଝାନ୍ତୁ ।
  • ଶିକ୍ଷାର୍ଥୀଙ୍କୁ ୩ଟି ଦଳରେ ଭାଗ କରନ୍ତୁ । ଏକ ସାଧା କାଗଜରେ କଳାପଟାରେ ଦିଆଯାଇଥୁବା ଲିଖନ ଢାଞ୍ଚାକୁ ଉଭାରିବାକୁ କୁହନ୍ତୁ ।
  • ସେମାନଙ୍କୁ ପାଞ୍ଚ ମିନିଟ୍ କଥାବାର୍ଭା ହୋଇ ଲିଖନ ଢାଞ୍ଚଟି ପୁରଣ କରିବାକୁ କୁହନ୍ତୁ ।
  • ପାଖ ଦଳକୁ ଲିଖନ ଢାଞ୍ଚାଗୁଡିକୁ ଅଦଳ ବଦଳ କରିବାକୁ କୁହନ୍ତୁ । ପରସ୍ପରର କାର୍ଯ୍ୟ ଉପରେ ଆଲୋଚନା ପାଇଁ ପାଞ୍ଚ ମିନିଟ୍ ସମୟ ଦିଅନ୍ତୁ ।
  • ପରିଶେଷରେ ଏହି ଅନୁଶୀଳନୀଟି ଆପଣଙ୍କର ଶିକ୍ଷାର୍ଥୀଙ୍କୁ ଦୁଇ ପ୍ରକାର କୋଷ ବିଷୟରେ ଶିଖୁବା ଓ ତାପରେ ସେମାନଙ୍କ ବିଷୟରେ ଲେଖୁ ବା ପାଇଁ ସହାୟକ ହେଲା କି ନାହିଁ ଜାଣିବା ପାଇଁ କିଛି ମତାମତ ସଂଗ୍ରହ କରନ୍ତୁ । କୌଣସି କୈନ୍ଦ୍ରିକ ଶବ୍ଦ ବ୍ୟବହାର କରାଗଲା କି?

ଏହି ଶିକ୍ଷଣକାର୍ଯ୍ୟଟି ଏକ ସହଜ କିନ୍ତୁ ଫଳପ୍ରଦ ଲିଖନ ଢାଞ୍ଚା ବ୍ୟବହାର କଲା । ପରବର୍ତୀ ପ୍ରସଙ୍ଗ ପାଇଁ ନିଜସ୍ଵ ଲିଖନ ଢାଞ୍ଚା ତିଆରି କରନ୍ତୁ । ଆପଣ ଲିଖନ ଢାଞ୍ଚା ଲେଖୁ ବା ପାଇଁ ଆପଣଙ୍କ ବିଦ୍ୟାଳୟରେ ବା ଗୋଷ୍ଠୀରେ ଅନ୍ୟ ଶିକ୍ଷକଙ୍କ ସହ ନିଜ ଚିନ୍ତାଧାନା ବିନିମୟ କରିପାରିବେ ।

ସାରାଂଶ

‘ଭାଷା' ଶିକ୍ଷଣ ପାଇଁ ଏକ ବାଧକ ସୃଷ୍ଟି କରିପାରେ । ଏହା ଗୁରୁତ୍ଵପୂର୍ଣ୍ଣ ଯେ ବୈଜ୍ଞାନିକ ଧାରଣାଗୁଡ଼ିକ ବୁଝିବାରେ ସକ୍ଷମ ହେବା ପାଇଁ ଯେଉଁ ଶବ୍ଦଗୁଡ଼ିକ ଜାଣିବା ଆବଶ୍ୟକ, ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ତାହା କରିବା ପାଇଁ ସାହାଯ୍ୟ କରନ୍ତୁ । ଏହା ଆପଣ ପଢାଇବାକୁ ଥୁବା ସମସ୍ତ ପ୍ରସଙ୍ଗ ପାଇଁ ପ୍ରଯୁଜ୍ୟ ।

ଶବ୍ଦଗୁଡ଼ିକର ସର୍ବଦା ପ୍ରୟୋଗ ଓ ବାରମ୍ବାର ଉଚ୍ଚାରଣ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ, ତେଣୁ କଥନ, ପଠନ ଓ ଲିଖନ କାର୍ଯ୍ୟଗୁଡ଼ିକ ଆପଣଙ୍କ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ କୈନ୍ଦ୍ରିକ ଶବ୍ଦ ଗୁଡ଼ିକର ବୋଧଗମ୍ୟତା ବଢାଇବାରେ ସାହାଯ୍ୟ କରିବ ।

ଏହି ଏକକରୁ ଶିଖୁଥୁବା ଦୁଇଟି ଉପାୟ ବା ପ୍ରଣାଳୀ ଚିହ୍ନଟ କରନ୍ତୁ ଯାହା ଆପଣ ଆପଣଙ୍କ ଶ୍ରେଣୀ ଗୃହରେ ପଢାଇବାକୁ ଥୁବା ପରବର୍ତୀ ପ୍ରସଂଗରେ ବ୍ୟବହାର କରିପାରନ୍ତି ।

ସମ୍ବଳ 2: ଶିକ୍ଷଣ ପାଇଁ କଥନ ଶିକ୍ଷଣ ପାଇଁ କଥନ ଗୁରୁତ୍ଵପୂର୍ଣ୍ଣ କାହିଁକି

ମନୁଷ୍ୟର ଅଭିବୃଦ୍ଧିରେ କଥନ ଏକ ଅଂଶ ଯାହା ଆମକୁ ଚିନ୍ତା କରିବା, ଶିଖୁବା ଓ ଜଗତ ବିଷୟରେ ଜ୍ଞାନ ବଢାଇବାରେ ସାହାଯ୍ୟ କରେ । ଲୋକମାନେ ଭାଷାକୁ ଯୁକ୍ତି, ଜ୍ଞାନ ଓ ବୋଧ ବଢାଇବାର ଏକ ସାଧନ ରୂପେ ବ୍ୟବହାର କରନ୍ତି । ତେଣୁ, ଶିକ୍ଷାର୍ଥୀଙ୍କୁ ସେମାନଙ୍କର ଶିକ୍ଷଣ ଅଭିଜ୍ଞତାର ଅଂଶ ରୂପେ କଥନ ପାଇଁ ଉତ୍ସାହିତ କରିବା ଅର୍ଥ ହେଉଛି ସେମାନଙ୍କର ଶୈକ୍ଷିକ ପ୍ରଗତିର ବୃଦ୍ଧି କରାଇବା । ଶିଖୁଥୁବା ଧାରଣାଗୁଡିକ ବିଷୟରେ କହିବା ଅର୍ଥ

• ସେଗୁଡ଼ିକ ଅନୁସନ୍ଧାନ କରି ହୁଏ ।

• ଯୁକ୍ତିଶକ୍ତି ବିକଶିତ ଓ ସଂଗଠିତ ହୁଏ ।

• ଏମିତିରେ ଶିକ୍ଷାର୍ଥୀମାନେ ଅଧକ ଶିଖନ୍ତି ।

ଏକ ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କର କଥନ ବ୍ୟବହାର କରିବାର ବିଭିନ୍ନ ଉପାୟ ଥାଏ, ଯାହା ଘୋଷିବା ଠାରୁ ଆରମ୍ଭ କରି ଉଚ୍ଚସ୍ତରର ଆଲୋଚନା ପର୍ଯ୍ୟନ୍ତ ହୋଇଥାଏ ।

ପାରମ୍ପରିକ ଭାବେ ଶିକ୍ଷକଙ୍କର କଥନ, ଶିକ୍ଷାର୍ଥୀମାନଙ୍କର କଥନ ବା ଜ୍ଞାନ ଠାରୁ ଅଧୁକ ପ୍ରାଧାନ୍ୟ ଓ ଗୁରୁତ୍ଵ ଦିଆଯାଉଥୁଲା । କିନ୍ତୁ, ଶିକ୍ଷଣ ପାଇଁ କଥନ ବ୍ୟବହାର କରିବା ପାଠଗୁଡ଼ିକର ଏପରି ଯୋଜନା ଅନ୍ତର୍ଭୁକ୍ତ କରେ ଯାହା ଫଳରେ ଶିକ୍ଷାର୍ଥୀମାନେ ଅଧୁକ କଥା ହୋଇପାରିବେ ଓ ଅଧୁକ ଶିଖୁପାରିବେ ଏବଂ ଯାହା ତାଙ୍କର ପୂର୍ବ ଅଭିଜ୍ଞତା ସହ ସମ୍ପର୍କିତ କରାଯାଇପାରିବ । ଏହା ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରଶ୍ଳୋତ୍ତର କାର୍ଯ୍ୟକ୍ରମ ଠାରୁ ଢେର ଅଧୁକ ଏବଂ ଏଥରେ ଶିକ୍ଷାର୍ଥୀଙ୍କର ନିଜ ଭାଷା, ଚିନ୍ତାଧାରା, ଯୁକ୍ତି ଓ ଆଗ୍ରହକୁ ଅଧୁକ ସମୟ ଦିଆଯାଏ । ଆମମାନଙ୍କ ଭିତରୁ ଅଧୁକାଂଶ ଗୋଟିଏ କଷ୍ଟକର ସମସ୍ୟା ବିଷୟରେ ବା କିଛି ଖୋଜି ବାହାର କରିବା ପାଇଁ ଜଣଙ୍କ ସାଙ୍ଗରେ କଥା କହିବାକୁ ଚାହୁଁ ଏବଂ ଶିକ୍ଷକମାନେ ଏହି ପ୍ରବୃତ୍ତିକୁ ସୁସଂଯୋଜିତ କାର୍ଯ୍ୟକ୍ରମ ସହ ସଂଗଠିତ କରିପାରିବେ ।

ଶ୍ରେଣୀ ଗୃହରେ ଶିକ୍ଷଣକାର୍ଯ୍ୟଗୁଡିକ ପାଇଁ କଥନର ଯୋଜନା କରିବା

କଥା କହିବା କାର୍ଯ୍ୟଗୁଡ଼ିକ ଯୋଜନା କରିବା କେବଳ ସାକ୍ଷରତା ଓ ଶବ୍ଦକୋଷ ପାଠଗୁଡ଼ିକ ପାଇଁ ନୁହେଁ, ଏହା ଗଣିତ ଓ ବିଜ୍ଞାନ କାର୍ଯ୍ୟ ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକର ଯୋଜନା କରିବାର ମଧ୍ୟ ଅଂଶ ଅଟେ । ଏହା ସମ୍ପୁର୍ଣ୍ଣ ଶ୍ରେଣୀ, ଯୋଡି ବା ଦଳଗତ କାର୍ଯ୍ୟ, ବାହ୍ୟ କାର୍ଯ୍ୟକ୍ରମ, ଚରିତ୍ର ଚିତ୍ରଣ ଆଧାରିତ କାର୍ଯ୍ୟକ୍ରମ, ଲିଖନ, ପଠନ, ବ୍ୟବହାରିକ ଅନୁସନ୍ଧାନ ଓ ସୃଜନାତ୍ସକ କାର୍ଯ୍ୟ ପାଇଁ ମଧ୍ୟ ଯୋଜନା କରାଯାଇପାରେ ।

ଏପରିକି ଛୋଟ ଛୋଟ ଶିକ୍ଷାର୍ଥୀମାନେ ସ୍ଵଳ୍ପ ସାକ୍ଷରତା ଓ ସଂଖ୍ୟା କୌଶଳ ଥାଇ ମଧ୍ୟ ଉଚ୍ଚସ୍ତରର ଚିନ୍ତନ କୌଶଳଗୁଡିକ ପ୍ରଦର୍ଶିତ କରିପାରିବେ ଯଦି କାର୍ଯ୍ୟଗୁଡିକ ସେମାନଙ୍କର ପୂର୍ବ ଅଭିଜ୍ଞତା ଆଧାରରେ ପ୍ରସ୍ତୁତ ହୋଇଥୁବ ଓ ଆନନ୍ଦଦାୟୀ ହୋଇଥୁବ । ଉଦାହରଣ ସ୍ଵରୂପ, ଶିକ୍ଷାର୍ଥୀମାନେ ଏକ ଗାଜର, ଗୋଟିଏ ପଶୁର ବା ଫୋଟୋ ଚିତ୍ରରୁ ବା ବସ୍ତୁର ଆକୃତି ଚିତ୍ର ବା ବାସ୍ତବ ପୂର୍ବଳୁମାନ କରିପାରିବେ । ଶିକ୍ଷାର୍ଥୀମାନେ ଗୁଡ଼ିଏ ପ୍ରସ୍ତାବର ତାଲିକା ଓ ଏକ ଚରିତ୍ର ଚିତ୍ରଣରେ ଗୋଟିଏ କଣେଇର ବା ଚରିତ୍ରର ସମସ୍ୟାର ସମ୍ଭାବ୍ୟ ସମାଧାନ ଗୁଡ଼ିକର ତାଲିକା କରିପାରିବେ ।

ଆପଣ ଶିକ୍ଷାର୍ଥୀଟି କଣ ଶିଖୁ ବୋଲି ଚାହୁଁଛନ୍ତି ଏବଂ ତତ୍ ସହିତ କେଉଁ ପ୍ରକାର କଥା ଶିକ୍ଷାର୍ଥୀମାନେ କୁହନ୍ତୁ ବୋଲି ଚାହୁଁଛନ୍ତି ତାର ଆଧାରରେ ପାଠର ଯୋଜନା କରନ୍ତୁ । କେତେକ କଥା ଅନୁସନ୍ଧାନ ମୂଳକ, ଉଦାହରଣ ସ୍ଵରୂପ- “ୟା ପରେ କ'ଣ ହୋଇପାରେ?” “ଆମେ ଏହା ଆଗରୁ ଦେଖୁଛେ କି ? ” "ଏହା କ'ଣ ହୋଇପାରେ ? ” ବା "ତୁମେ କାହିଁକି ତାହା ଭାବୁଛ ? ” । ଅନ୍ୟ ପ୍ରକାରର କଥନ ଅଧ୍ବକ ବିଶ୍ଳେଷଣାମ୍ଳକ, ଉଦାହରଣ ସ୍ଵରୂପ- ଉପାୟ, ପ୍ରମାଣ ବା ମତାମତଗୁଡ଼ିକୁ ତୁଳନା କରିବା ।

କଥୋପକଥନରେ ସବୁ ଶିକ୍ଷାର୍ଥୀ ଭାଗ ନେବା ପାଇଁ ଏହାକୁ କୌତୁହଳୀ, ଆନନ୍ଦଦାୟୀ ଓ ସମସ୍ତଙ୍କ ପାଇଁ ସମ୍ଭବ କରିବାକୁ ଚେଷ୍ଟା କରନ୍ତୁ । ଶିକ୍ଷାର୍ଥୀମାନେ ମତାମତ ପ୍ରଦାନ କରିବାରେ ଓ ଉପାୟଗୁଡ଼ିକ ଅନୁସନ୍ଧାନ କରିବାରେ କୌଣସି ଥଟ୍ଟା ପରିହାସର ପାତ୍ର ହେବାର ଡର ବା ସେମାନେ ଭୁଲ ବୁଝୁଛନ୍ତି ବୋଲି ଅନୁଭବର ଡର ନଥାଇ ସହଜ ଓ ସୁରକ୍ଷିତ ଅନୁଭବ କରିବା ଆବଶ୍ୟକ ।

ଶିକ୍ଷାର୍ଥୀଙ୍କର କଥନ ଆଧାରରେ ଗଠନ ଶିକ୍ଷଣ ପାଇଁ କଥନ ଶିକ୍ଷକଙ୍କୁ ନିମ୍ନଲିଖିତ ସୁଯୋଗ ଦିଏ:

  • ଶିକ୍ଷାର୍ଥୀମାନେ କ’ଣ କୁହନ୍ତି ତାହା ଶୁଣିବା
  • ଶିକ୍ଷାର୍ଥୀଙ୍କ ଉପାୟ ଗୁଡ଼ିକୁ ପସନ୍ଦ କରିବା ଓ ଗଠନମୂଳକ କରିବା
  • ଶିକ୍ଷାର୍ଥୀଙ୍କୁ ଏହାକୁ ଆଗେଇ ନେବା ପାଇଁ ଉତ୍ସାହିତ କରିବା

ସବୁ ଉତ୍ତରଗୁଡ଼ିକ ଲେଖୁ ବା ବା ଯଥାବିଧୁ ମୂଲ୍ୟୟନ କରିବା ଅନାବଶ୍ୟକ, କାରଣ କଥନ ଜରିଆରେ ଉପାୟ ଚିନ୍ତା କରିବା ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଆପଣ (ତାଙ୍କର ଶିକ୍ଷଣକୁ ଉପଯୋଗୀ ଅନୁଭୂତ କରାଇବା ପାଇଁ) ସେମାନଙ୍କର ଅଭିଜ୍ଞତା ଓ ଚିନ୍ତାଧାରାଗୁଡ଼ିକ ଯେତେଦୂର ସମ୍ଭବ ବ୍ୟବହାର କରିବା ଉଚିତ୍ । ଶିକ୍ଷାର୍ଥୀଙ୍କ ଉତ୍ତମ କଥନ ଅନୁସନ୍ଧାନ ମୂଳକ ଅଟେ ଯାହାର ଅର୍ଥ ହେଲା ଶିକ୍ଷାର୍ଥୀମାନେ ପରସ୍ପର ଚିନ୍ତାଧାରାଗୁଡିକୁ ଅନୁସନ୍ଧାନ କରନ୍ତି ଓ ଆହ୍ଲାନ କରନ୍ତି ଯାହା ଫଳରେ ସେମାନେ ନିଜର ଉତ୍ତରଗୁଡିକ ପାଇଁ ନିଶ୍ଚିତ ହୋଇପାରିବେ । ଯେଉଁ ଦଳଗୁଡିକ ଏକା ସଙ୍ଗେ କଥାବାର୍ଭା କରନ୍ତି ସେମାନଙ୍କୁ ପ୍ରଶ୍ନର ଉତ୍ତର, ଯିଏବି ଦେଉନା କାହିଁକି, କେବଳ ଗ୍ରହଣ ନକରିବା ପାଇଁ ଉତ୍ସାହିତ କରିବା ଦରକାର । ଆପଣ ପୂର୍ଣ୍ଣ ଶ୍ରେଣୀ ଗୃହରେ ଆହ୍ଲାନାସକ ଚିନ୍ତନକୁ ଆପଣଙ୍କର ଅନୁସନ୍ଧାନମୂଳକ ପ୍ରଶ୍ନ ଦ୍ଵାରା ଉପସ୍ଥାପନ କରିପାରନ୍ତି ଯଥା, ‘କାହିଁକି ?' ‘ତୁମେ ଏହା କିପରି ସ୍ଥିର କଲ ?" ବା ‘ତୁମେ ସେଇ ସମାଧାନରେ କିଛି ଅସୁବିଧା ଦେଖୁ ପାରିବ କି ? ' ଆପଣ ଶ୍ରେଣୀ ଗୃହରେ ବୁଲି ଶିକ୍ଷାର୍ଥୀଙ୍କର ଦଳଗତ କଥା ଶୁଣି ଓ ଏହିପରି ପ୍ରଶ୍ନଗୁଡିଏ ପଚାରି ସେମାନଙ୍କର ଚିନ୍ତାଧାରାକୁ ଆଗେଇନେଇ ପାରିବେ ।

ଆପଣଙ୍କ ଶିକ୍ଷାର୍ଥୀମାନେ ଉତ୍ସାହିତ ହେବେ ଯଦି ସେମାନଙ୍କର କଥନ, ଚିନ୍ତାଧାରା ଓ ଅଭିଜ୍ଞତାକୁ ଗୁରୁତ୍ଵ ଦିଆଯିବ ଓ ପସନ୍ଦ କରାଯିବ । ଆପଣଙ୍କର ଶିକ୍ଷାର୍ଥୀ ଯେତେବେଳେ କହୁଛନ୍ତି, ଧାନ ଦେଇ ଶୁଣୁଛନ୍ତି, ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି ଏବଂ ବାଧା ନଦେବାକୁ ଶିଖୁଛନ୍ତି ସେମାନଙ୍କର ଏହିପରି ବ୍ୟବହାରକୁ ପ୍ରଶଂସା କରନ୍ତୁ । ଶ୍ରେଣୀର ସେହି ଶିକ୍ଷାର୍ଥୀମାନେ ଯେଉଁମାନେ ଅଣଦେଖା ହୋଇଯାଆନ୍ତି ସେମାନଙ୍କ ପ୍ରତି ସଚେତନ ହୁଅନ୍ତୁ ଓ ସେମାନେ କିପରି ଅନ୍ତର୍ଭୁକ୍ତ ହୋଇପାରିବେ ସେ ବିଷୟରେ ଚିନ୍ତା କରନ୍ତୁ । ସବୁ ଶିକ୍ଷାର୍ଥୀଙ୍କୁ ସଂପୂର୍ଣ୍ଣ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ବାହାର କରିବାରେ କିଛି ସମୟ ଲାଗିପାରେ ।

ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଭିତରେ ପ୍ରଶ୍ନ ପଟରିବାକୁ ଉତ୍ସାହିତ କରନ୍ତୁ

ଆପଣଙ୍କ ଶ୍ରେଣୀ ଗୃହରେ ଏପରି ଏକ ପରିବେଶ ତିଆରି କରନ୍ତୁ ଯେଉଁଠାରେ ଭଲ ଆହ୍ଲାନାମ୍ବକ ପ୍ରଶ୍ନଗୁଡ଼ିଏ ପଚରାଯାଏ ଓ ଯେଉଁଠାରେ ଶିକ୍ଷାର୍ଥୀଙ୍କ ଚିନ୍ତାଧାରାକୁ ସମ୍ମାନ ଦିଆଯାଏ ଓ ପ୍ରଶଂସା କରାଯାଏ । ଶିକ୍ଷାର୍ଥୀମାନେ ଯଦି ସେମାନେ କିପରି ଗ୍ରହଣୀୟ ହେବେ ସେ ବିଷୟରେ ଡରିବେ ବା ଯଦି ସେମାନେ ଭାବିବେ ତାଙ୍କ ଉପାୟଗୁଡ଼ିକୁ ଗୁରୁତ୍ୱ ଦିଆଯାଉନାହିଁ ତେବେ ସେମାନେ କେବେ ହେଲେ ପ୍ରଶ୍ନ ପଚାରିବେ ନାହିଁ । ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ କରିବା ପାଇଁ ଆମନ୍ତ୍ରଣ କରିବା ସେମାନଙ୍କୁ କୌତୂହଳୀ ହେବା ପାଇଁ ଉତ୍ସାହିତ କରେ, ସେମାନଙ୍କର ଶିକ୍ଷଣ ବିଷୟରେ ଏକ ଭିନ୍ନ ଉପାୟରେ ଚିନ୍ତା କରିବାକୁ ଏବଂ ଆପଣଙ୍କୁ ସେମାନଙ୍କର ଦୃଷ୍ଟିକୋଣ ବୁଝିବାରେ ସହାଯ୍ୟ କରିବାକୁ କହେ ।

ଆପଣ କିଛି ନିୟମିତ ଦଳଗତ ବା ଯୋଡ଼ି କାର୍ଯ୍ୟ ବା ବୋଧହୁଏ । 'ଶିକ୍ଷାର୍ଥୀଙ୍କ ପ୍ରଶ୍ନ ସମୟ' ପାଇଁ ଯୋଜନା କରିପାରିବେ ଯାହା ଫଳରେ ଶିକ୍ଷାର୍ଥୀମାନେ ପ୍ରଶ୍ନମାନ ପଚାରିପାରିବେ ବା ସୃଷ୍ଟିକରଣ ପାଇଁ କରିପାରିବେ ।

  • ଆପଣଙ୍କ ପାଠର ଗୋଟିଏ ଭାଗର ନାମ ରଖନ୍ତୁ “ ହାତ ଗୋଟକ ଯଦି ତୁମର ପ୍ରଶ୍ନ ଅଛି ।”
  • ଜଣେ ଶିକ୍ଷାର୍ଥୀକୁ ହଟ୍ ସିଟ୍ ରେ ବସାନ୍ତୁ ଏବଂ ଅନ୍ୟ ଶିକ୍ଷାର୍ଥୀଙ୍କୁ ତାକୁ ପ୍ରଶ୍ନ ପଶ୍ଚରିବାକୁ ଉତ୍ସାହିତ କରନ୍ତୁ ସତେ ଯେପରି ସେମାନେ ଗୋଟିଏ ଗୋଟିଏ ଚରିତ୍ର ଯଥା ପିଥାଗୋରସ୍, ମୀରାବାଇ ।
  • ଯୋଡ଼ିରେ ବା ଛୋଟ ଦଳରେ ଗୋଟିଏ ଖେଳ । ‘ମତେ ଅଧୁକ କୁହ' ଖେଳନ୍ତୁ ।
  • ମୌଳିକ ଧାରଣାର ଅନୁସନ୍ଧାନ କରିବାର ଅଭ୍ୟାସ କରାଇବା ପାଇଁ ଶିକ୍ଷାର୍ଥୀଙ୍କୁ କିଏ । କଣ । କେଉଁଠି | କେତେବେଳେ | କାହିଁକି ପ୍ରଶ୍ନ ଗ୍ରୀଡ଼୍ ଦିଅନ୍ତୁ ।
  • ଶିକ୍ଷାର୍ଥୀଙ୍କୁ କିଛି ତଥ୍ୟ ଦିଅନ୍ତୁ (ଯେମିତିକି ୱାର୍ଲିବ୍ୟାଙ୍କରୁ ମିଳୁଥୁବା ତଥ୍ୟ ଉଦାହରଣ ସ୍ଵରୂପ, ସଂପୂର୍ଣ୍ଣ ପାଠ ଯୋଜନାରେ ଥୁବା ଶିଶୁଙ୍କ ଶତକଡ଼ା ହାର ବା ବିଭିନ୍ନ ଦେଶର କେବଳ ସ୍ତନ୍ୟପାନ ହାର) ଓ ସେମାନଙ୍କୁ ଚିନ୍ତା କରିବାକୁ କୁହନ୍ତୁ ଆପଣ ଏ ତଥ୍ୟ ଉପରେ ତାଙ୍କୁ କି କି ପ୍ରଶ୍ନ ପଚାରିପାରିବେ ।
  • ଶିକ୍ଷାର୍ଥୀଙ୍କର ଏକ ସପ୍ତାହର ପ୍ରଶ୍ନଗୁଡ଼ିକୁ ନେଇ ଏକ ପ୍ରଶ୍ନ ପ୍ରାଚୀର ତିଆରି କରନ୍ତୁ ।

ଶିକ୍ଷାର୍ଥୀମାନେ ଯେତେବେଳେ ପ୍ରଶ୍ନ ପଶ୍ଚରିବାକୁ ଓ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥୁବା ପ୍ରଶ୍ନର ଉତ୍ତର କରିବା ପାଇଁ ସ୍ବାଧୀନତା ପାଆନ୍ତି, ଆପଣ ସେମାନଙ୍କର କୌତୁହଳ ଓ ଚିନ୍ତା କରିବା ସ୍ତର ଦେଖୁ ଖୁସିରେ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ଶିକ୍ଷାର୍ଥୀମାନେ ଅଧୁକ ସ୍ପଷ୍ଟ ଓ ସଠିକ୍ ଭାବେ ଭାବବିନିମୟ କରିବା ଶିଖି ଯାଆନ୍ତି, ସେତେବେଳେ ସେମାନେ କେବଳ ନିଜର ମୌଖୁକ ଓ ଲିଖୁତ ଶବ୍ଦ କୋଷ ବଢାନ୍ତି ନାହିଁ, ବରଂ ନୂତନ ଜ୍ଞାନ ଓ ଦକ୍ଷତା ମଧ୍ୟ ବୃଦ୍ଧି କରନ୍ତି ।

ଆଧାର

"www.tess-india.edu.in"

Last Modified : 7/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate