ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅନୁପ୍ରୟୋଗ ୧୯୮୦ ମସିହାର ପ୍ରାରମ୍ଭରୁ ଆମ ଅନୁଷ୍ଠାନରେ ଆରମ୍ଭ ହୋଇଥିଲା । ଏହାର ପ୍ରୟୋଗ କେବଳ ଜଣେଅଧେଙ୍କ ପାଖଆରେ ସୀମିତ ଥିଲା । ବୈଜ୍ଞାନିକମାନଙ୍କ ମଧ୍ୟରେ ଆଦର ପାଇବା ପାଇଁ ୧୯୮୭ – ୮୮ ରେ ପ୍ରଚେଷ୍ଟା ହୋଇଥିଲା । ମାତ୍ର ଏହା UNIX ଉପରେ ଆଧାରିତ ଥିବାରୁ ଅଧିକ ଆଦୃତ ହୋଇପାରିଲା ନାହିଁ । ଏହି ସମୟରେ କେତେ ଜଣ ବୈଜ୍ଞାନିକ FORTAN ଓ BASIC ର ପ୍ରୟୋଗ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ନିଜ ନିଜ କ୍ଷେତ୍ରରେ ଲାଗୁ କରିଥିଲେ । କିଛି ଦିନ କାମ କଲା ପରେ, UNIX ଆଧାରିତ ଏହି ପ୍ରଣାଳୀ ବିଫଳ ହେଲା ପରି ମନେହେଲା ମାତ୍ର ଇଣ୍ଟରନେଟର ଆଗମନ ପରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଏହି ଅନୁଷ୍ଠାନର କର୍ମଚାରୀମାନେ ଆଦରି ନେଇଥିଲେ । ୧୯୯୬ ମସିହା ଠାରୁ ଏ ଅନୁଷ୍ଠାନରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ଅନୁଭୂତି ହୋଇଛି ବୋଲି ମନେହୁଏ ।
୧୯୯୬ର ଶେଷ ଭାଗରେ ୩ଟି PC ଏବଂ ଏକ Server ଦ୍ଵାରା ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ନୂତନ ଶୁଭାରମ୍ଭ ହୋଇଥିଲା । ବର୍ତ୍ତମାନରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବୁନିୟାଦି ଏହାର ଏକ ସଂଶୋଧିତ ରୂପାନ୍ତର । ଅନୁଷ୍ଠାନର ବିଭିନ୍ନ ବିଭାଗରେ ଏହାର ପ୍ରୟୋଗ ପାଇଁ ବୈଜ୍ଞାନିକ ଓ କର୍ମଚାରୀମାନେ ଆଦରି ନେଇଛନ୍ତି । ବର୍ତ୍ତମାନ ଅନୁସନ୍ଧାନ ଓ ବିକାଶର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି । କର୍ମଚାରୀମାନଙ୍କର ଏହା ଏକ ବିଶିଷ୍ଟ ଅଙ୍ଗ ରୂପେ ପରିଗଣିତ ହେଉଛି । ଏହାର ବଳିଷ୍ଠ ପୃଷ୍ଠଭୂମିରେ ଏବେ ପ୍ରାୟ ୫୦୦ PC ଏବଂ ୨୦ଟି Server ସହ ଅତ୍ୟାଧୁନିକ ଉପକରଣମାନ ଏହି ସେବାରେ ନିୟୋଗ କରାଯାଇଛି ।
ପ୍ରୟୋଗଶାଳାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅନୁପ୍ରୟୋଗ ବୃଦ୍ଧି ହୋଇଥିବାରୁ ଅନୁସନ୍ଧାନ ଓ ବିକାଶରେ ଉଲ୍ଲଖନୀୟ ଉନ୍ନତି ପରିଲକ୍ଷିତ ହେଉଛି । ପୁନଶ୍ଚ ପ୍ରୟୋଗଶାଳାରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ଵାରା ଏହାର ମାନ ବୃଦ୍ଧି ହୋଇପାରିଛି
ଏହି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅନୁପ୍ରୟୋଗରେ ଆମ ଅନୁଷ୍ଠାନ ଓଡିଶା ପ୍ରଦେଶରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ପରିଗଣିତ ହେଉଛି । ସୂଚନା ଓ ପ୍ରଯୁକ୍ତି ସେବା ଛଡା ଏବେ ଆମରି ଏଇ ଅନୁଷ୍ଠାନ ଅନୁସନ୍ଧାନ ଓ ବିକାଶ ଉପରେ ଧ୍ୟାନ ଦେଉଛି । e- Governance ଦ୍ଵାରା ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ପ୍ରଚେଷ୍ଟା ଚାଲିଛି । ଏହାର ସୁଫଳ ଅଳ୍ପ କେତେ ଦିନ ମଧ୍ୟରେ ମିଳିବାର ଆଶା କରାଯାଏ ।
ତଥ୍ୟ ସୁରକ୍ଷା ପାଇଁ ପ୍ରାଥମିକତା ଦିଆଯାଇଛି । ବୈଜ୍ଞାନିକମାନଙ୍କର ତଥ୍ୟ କିପରି ସୁରକ୍ଷା ପାଇବ, ସେଥିପାଇଁ firewall, antivirus, e-mail scanning ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ପରିବର୍ତ୍ତନଶୀଳ ଦୁନିଆରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସବୁଠାରୁ ଆଗରେ । ସମୟ ଅନୁସାରେ ବିକାଶଧାରାକୁ ବଜାୟ ରଖିବା ସବୁଠାରୁ କଷ୍ଟକର । ଜ୍ଞାନ ଆହରଣ କରି, ଠିକ୍ ସମୟରେ ତା’ର ପ୍ରୟୋଗ କରି ସେବା ପ୍ରଦାନ କରିବା ଯଦିଓ ସହଜ ନୁହେଁ, କିନ୍ତୁ ତଥ୍ୟର ଗୁରୁତ୍ଵ ପାଇଁ ଚେଷ୍ଟା କରିବାକୁ ପଡିଥାଏ ।
ସଂଗୃହୀତ – ଡକ୍ଟର ଦେବୀପ୍ରସାଦ ଷଣ୍ଢ, IMMT
Last Modified : 1/26/2020