ଆନ୍ତର୍ଜାତୀୟ ଛାତ୍ର ପରିଚୟ ପତ୍ର ହାସଲ କାଲେ ବିଦେଶରେ ଅନେକ ପ୍ରକାର ସୁବିଧା ସୁଯୋଗ ହାସଲ କରିପାରିବେ । ଏହି କାର୍ଡ ପାଖରେ ଥିଲେ ପରିଭ୍ରମଣ ସହ ବିଭିନ୍ନ ପ୍ରକାର ଦରକାରୀ ଜିନିଷ ମଧ୍ୟ ରହିବା ମୂଲ୍ୟରେ ପାଇପାରିବେ । ଏପରିକି ବିଦେଶରେ ବୀମା କ୍ଷେତ୍ରରେ ବି ମିଳିବ ସୁବିଧା ।
ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର ଯୋଗାଇ ଦେଉଛି ନେଦରଲ୍ୟାଣ୍ଡମ, ଆମଷ୍ଟରାଡାମ୍ ରେ ଥିବା ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର ସଂଗଠନ ( International Student Identity Card Association) । ଏହି ସଂଗଠନ କାମ ହେଉଛି ଆନ୍ତର୍ଜାତୀୟ ଶିଷ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିବା । ଆଇଏସ୍ ଆଇସି ସଂଗଠନ ସାରା ବିଶ୍ଵରେ ୧୩୩ଟି ଶେଷରେ କାର୍ଯ୍ୟ କରୁଛି । କେବଳ ଛାତ୍ର ନୁହଁନ୍ତି ଏହି ସଂଗଠନ ଅଣ ଛାତ୍ର (ୟୁଥ୍) ଙ୍କୁ ଯୋଗାଇ ଦେଉଛି ଇଣ୍ଟରନ୍ୟାସନାଲ ୟୁଥ୍ ଟ୍ରାଭେଲ କାର୍ଡ (IYTC) ଏବଂ ଶିକ୍ଷକ ତଥା ପ୍ରଫେସରଙ୍କ ପାଇଁ ଇଣ୍ଟରନ୍ୟାସନାଲ ଟିଚର ଆଇଡେଣ୍ଟି କାର୍ଡ (IYTC) । ଏସବୁ ପାଇବାକୁ ହେଲେ ପ୍ରଥମେ ଏହି ସଂଗଠନରେ ସଭ୍ୟ ହେବାକୁ ପଡିବ । ଦେଶ ଭିତ୍ତିରେ କେଉଁ ଦେଶର ଛାତ୍ର/ଅଣଛାତ୍ର/ ଶିକ୍ଷକ ଆଇଏସ୍ ଆଇସି ସଂଗଠନରେ ସଭ୍ୟ ହେବା ପାଇଁ କେତେ ପାଉଣା ଦେବେ ତାହା ନିର୍ଦ୍ଦିଷ୍ଟ ଅଛି । ସଂଗଠନରେ ସଦସ୍ୟ ହେବା ପାଇଁ ବେଶି କିଛି ଅର୍ଥଖର୍ଚ୍ଚ କରିବାକୁ ପଡିବ ନାହିଁ ।
ଜେନ ଚାହିଁଲେ ଏହି କାର୍ଡ ସହ ବିଶ୍ଵବିଦ୍ୟାଳୟ ଓ ବ୍ୟାଙ୍କ କାର୍ଡକୁ ମିଶାଇ ଗୋଟିଏ କାର୍ଡ ପାଇପାରିବା । ଏବେ ବିଶ୍ୱସ୍ତରରେ ୧୦୨ ଟି ବ୍ୟାଙ୍କ ଏବଂ ୮୩୯ଟି ବିଶ୍ଵବିଦ୍ୟାଳୟ ସେମାନଙ୍କ ପରିଚୟ ପତ୍ରକୁ ଆଇଏସ୍ ଆଇସି ସହ ମିଶାଇ ଗୋଟିଏ କାର୍ଡ ପ୍ରଚଳନ କରିଛନ୍ତି । ପରିଚୟ ପତ୍ର ପାଇବା ପରେ ମନଇଚ୍ଛା ଯେଉଁ ଦେଶକୁ ଯାଇ ଯୁଆଡେ ବୁଲିଲେ ବି ଏହି ପରିଚୟ ପତ୍ର ଦେଖାଇଲେ ରିହାତିରେ ସବୁକିଛି ମିଳିପାରିବ ।
ଏହି କାର୍ଡ ପାଇବାକୁ ହେଲେ କୌଣସି ଦେଶୀ / ବିଦେଶୀ ଶିକ୍ଷାନୁଷ୍ଠାନରେ (ବିଦ୍ୟାଳୟ / ମହାବିଦ୍ୟାଳୟ / ବିଶ୍ୱବିଦ୍ୟାଳୟ ) ଶିକ୍ଷା ଗ୍ରହଣ କରୁଥିବା ଆବଶ୍ୟକ । ଛାତ୍ର / ଛାତ୍ରୀଙ୍କ ବଉଆସ ୧୨ ରୁ କମ୍ ହୋଇ ନଥିବା । ଏହି ଛାତ୍ର ପରିଚୟ ପତ୍ର ସମୟସୀମା ୧୬ ମାସ (ସ୍ଥଳ ବିଶେଷରେ ଅଧିକ ୪ ମାସ ବଢିପାରେ, ତେବେ ଏଠି ପାଇଁ ସଂଗଠନରୁ ଅନୁମତି ନେବାକୁ ପଡିବା ) । ଏକାଡେମିକ୍ ସିଜିନ୍ ଆରମ୍ଭ ହେବା ପରେ ପରିଚୟ ପତ୍ର ବୌଧ ହେବ । ଉଦାହରଣ ସ୍ୱରୂପ କେଉଁ ଦେଶର ଏକାଡେମିକ୍ ସିଜିନ୍ (ପାଠପଢା) ସେପ୍ଚେମ୍ବର ମାସରୁ ଆରମ୍ଭ ହେଉଛି ତ ଆଉ କେଉଁ ଦେଶରେ ଏପ୍ରିଲ୍ ରୁ ଆରମ୍ଭ ହେଉଛି । ଯେଉଁ ଦେଶର ଏକାଡେମିକ୍ ସିଜିନ୍ ଯେଉଁ ମାସରୁ ଆରମ୍ଭ ହେଉଛି ସେଇ ମାସଠାରୁ ୧୬ ମାସ ପର୍ଯ୍ୟନ୍ତ ଏହି ପରିଚୟ ପତ୍ରର ବୈଧତା ରହିବା ।
ଆଞ୍ଚଳିକ, ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏହାକୁ ସ୍ଵୀକୃତି ଦେଇଛନ୍ତି । ୟୁନେସ୍କୋ (UNESCO) ମଧ୍ୟ ଏହି ପରିଚୟ ପତ୍ରକୁ ସ୍ଵୀକାର କରିଛି । ବିଭିନ୍ନ ଦେଶର ସରକାରଙ୍କ ଶିକ୍ଷା ତଥା ପର୍ଯ୍ୟଟନ ମନ୍ତ୍ରାଳୟ, ବିଶ୍ଵବିଦ୍ୟାଳୟ, ଅନ୍ୟ ଏକାଡେମିକ୍ ଇନଶ୍ଚିଟ୍ୟୁସନ୍ସ ଏବଂ ବଡ ବଡ ଛାତ୍ର ସଂଗଠନ ଏହାକୁ ସ୍ଵୀକୃତି ଦେଇଛି ।
ଆଧାର - କ୍ୟାରିୟର କାଉନ୍ସିଲ
Last Modified : 4/28/2020